ICC T20 Match Today - The Sakala
ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ରବିବାର ସୁପର୍‌-୧୨ ପର୍ଯ୍ୟାୟ ଗ୍ରୁପ୍‌-୨’ର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଏହି ଗ୍ରୁପ୍‌ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ସେମାନଙ୍କ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛନ୍ତି। ତେଣୁ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ହେଲେ ଏହି ମ୍ୟାଚ୍ ଉଭୟ ଦଳ ଲାଗି କ୍ୱାର୍ଟର ଫାଇନାଲ ସଦୃଶ ହୋଇଛି। ଅର୍ଥାତ୍ ଯେଉଁଦଳ ଆଜି (ରବିବାର) ମ୍ୟାଚରେ ବିଜୟୀ ହେବ ସେହି ଦଳ ସେମିଫାଇନାଲ ଖେଳିବାର ସୁଯୋଗ ଅଧିକ ସୃଷ୍ଟି କରିବ। ଦୁବାଇରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବାକୁ ଥିବା ସୁପର୍‌-୧୨ ପର୍ଯ୍ୟାୟର ଏହି ମ୍ୟାଚ୍ ଏକପ୍ରକାର ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।
ନ୍ୟୁଜିଲାଣ୍ଡ ଭଳି ଏକ ଦକ୍ଷ ଦଳ ବିପକ୍ଷରେ ବିଜୟ ହାସଲ କରିବା ଭାରତ ପାଇଁ ସେତେଟା ସହଜ ହେବ ନାହିଁ । ବିଶେଷ କରି କିୱି ଦଳର ଦୁଇ ଦ୍ରୁତ ବୋଲର୍ ଟ୍ରେଣ୍ଟ ବୋଲ୍ଟ ଓ ଟିମ୍ ସୌଦୀ ଭାରତର ଆଗଧାଡ଼ିର ବ୍ୟାଟର୍‌ଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବେ | ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ଶାହୀନ୍ ଆଫ୍ରିଦୀ ଯେଉଁଭଳି ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ କରିଥିଲେ ବୋଲ୍ଟ ମଧ୍ୟ ସେହି ଭୂମିକା ତୁଲାଇବା ଲକ୍ଷ୍ୟରେ ରହିଛନ୍ତି। ପାକିସ୍ତାନ ବିପକ୍ଷରେ ଅଧିନାୟକ କୋହଲିଙ୍କୁ
ଛାଡ଼ିଦେଲେ ଅନ୍ୟକେହି ଆଖୁଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ତେଣୁ ଭାରତୀୟ ବ୍ୟାଟର୍‌ଙ୍କ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ଵ ରଖୁଛି। ତେବେ ଭାରତୀୟ ମ୍ୟାନେଜମେଣ୍ଟ ପାଇଁ ସବୁଠୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ଅଧା ଫିଟ୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ଫର୍ମରେ ନ ଥିବା ଭୁବନେଶ୍ଵର କୁମାର। ପିଠିଜନିତ ଯନ୍ତ୍ରଣା ପରଠାରୁ ପାଣ୍ଡ୍ୟା ଆଉ ବୋଲିଂ ଟ୍ରାକ୍‌କୁ ଫେରିନାହାନ୍ତି। ବିଗତ ୨ଦିନ ହେବ ହାର୍ଦ୍ଦିକ ନେଟରେ ବୋଲିଂ ଅଭ୍ୟାସ କରୁଥିଲେ ମଧ୍ୟ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନେଇ ସ୍ପଷ୍ଟ ରିପୋର୍ଟ ମିଳିନାହିଁ। ପାଣ୍ଡ୍ୟାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରିବାକୁ କ୍ରିକେଟ୍‌ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବୋଲିଂ ବିଭାଗ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା। କୌଣସି ଭାରତୀୟ ବୋଲର ପାକ୍ ଦଳର ଗୋଟିଏ ହେଲେ ୱିକେଟ୍‌ ଅକ୍ତିଆର କରିବାରେ ବିଫଳ ହୋଇଥିଲେ।
ଅପରପକ୍ଷରେ କୋହଲିଙ୍କ ପାଇଁ ମଧ୍ୟ ଚଳିତ ଟି ୨୦ ବିଶ୍ବକପ୍ ଏହି ଫର୍ମାଟ୍‌ରେ ଶେଷ ନେତୃତ୍ବ। ଏହାପରେ ସେ ଟି-୨୦ ଅଧିନାୟକ ପଦ ଛାଡ଼ିବେ ବୋଲି ଘୋଷଣା କରିସାରିଛନ୍ତି। ତେଣୁ ସେ ତାଙ୍କ ଟି-୨୦ ନେତୃତ୍ବକୁ ସ୍ମରଣୀୟ ଭାବେ ଶେଷ କରିବାକୁ ଲକ୍ଷ୍ୟ ରଖୁଛନ୍ତି। ଇତିହାସ ଉପରେ ନଜର ପକାଇଲେ ଭାରତ ଶେଷଥର ଲାଗି ଆଇସିସି ଇଭେଣ୍ଟ (ଟି-୨୦, ଏକଦିବସୀୟ ଓ ଟେଷ୍ଟ ଚାମ୍ପିଅନ୍‌ସିପ୍)ରେ ୨୦୦୩ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ସେହିଭଳି ଟି-୨୦ ବିଶ୍ବକପ୍‌ରେ ଉଭୟ ଦଳ ୨ଥର ଭେଟାଭେଟି ହୋଇଛନ୍ତି। ଯେଉଁଥିରେ ଉଭୟ ମ୍ୟାଚରେ ଭାରତକୁ ନିରାଶ ହେବାକୁ ପଡ଼ିଛି।
ସମ୍ଭାବ୍ୟ ଏକାଦଶ
ଭାରତୀୟ ଦଳ: ବିରାଟ କୋହଲି (ଅଧୁନାୟକ), ରୋହିତ୍ ଶର୍ମା, ଲୋକେଶ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ବରୁଣ ଚକ୍ରବର୍ତ୍ତୀ, ଶାର୍ଦ୍ଦୁଳ ଠାକୁର, ରବିଚନ୍ଦ୍ରନ ଅଶ୍ବିନ, ଇଶାନ କିସାନ ଓ ରାହୁଲ ଚହର |
ନ୍ୟୁଜିଲାଣ୍ଡ ଦଳ: କେନ୍‌ ୱିଲିୟମସନ୍ (ଅଧିନାୟକ), ମାର୍ଟିନ ଗୁପ୍‌ଟିଲ, ଡାର୍ଲି ମିଚଲେ, ଡେଭନ୍‌ କନ୍‌ୱେ, ଟିମ୍ ସିଫର୍ଟ (ୱିକେଟ୍‌କିପର), ଜେମ୍ସ ନିଶାମ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର, ଇଶ୍‌ ସୋଧି, ଟ୍ରେଣ୍ଟ ବୋଲ୍ଟ, ଟିମ୍ ସୌଦୀ, ମାର୍କ ଚାମ୍ପମାନ, ଆଦାମ୍ ମିଲନେ, କାଏଲ ଜେମିସନ ଓ ଟଡ୍ ଅଷ୍ଟଲ।
ଦୁବାଇ: ଆଜି ଭାରତ-ପାକିସ୍ତାନ ମଧ୍ୟରେ ଲାଗିବ କ୍ରିକେଟର ଯୁଦ୍ଧ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ଚଳିତ ଆଇସିସି ଟି-୨୦ ବିଶ୍ଵକପ୍‌ର ଅସଲ ଲଢ଼େଇ ସୁପର୍ ୧୨ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଏହିକ୍ରମରେ ସୁପର ସଣ୍ଡେ’ରେ ଏକ ସୁପର ଲଢ଼େଇ ଦେଖିବାକୁ ମିଳିବ | ବିଶ୍ଵ କ୍ରିକେଟ୍‌ର ଦୁଇ ଚିରପ୍ରତିଦ୍ବନ୍ଦୀ ତଥା ଏସିଆ ମହାଦେଶର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ରବିବାର ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ରାତି ୭ଟା ୩୦ରେ ଖେଳାଯିବ । ଏହି ହାଇଭୋଲଟେଜ ମ୍ୟାଚ୍ ଉପରେ ଏବେ ସାରା ବିଶ୍ବର କ୍ରିକେଟ୍‌ପ୍ରେମୀଙ୍କ ନଜର ।
ଆଇସିସି ବିଶ୍ବକପ୍ ଇତିହାସ ଉପରେ ନଜର ପକାଇଲେ ଉଭୟ ଏକଦିବସୀୟ ଓ ଟି-୨୦ ବିଶ୍ବକପ୍‌ରେ ଦୁଇଦଳ ୧୨ ଥର ସାମ୍ନାସାମ୍ନା ହୋଇଛନ୍ତି। ଯେଉଁଥିରେ ସମସ୍ତ ମ୍ୟାଚ୍ ଜିତି ଭାରତ ୧୨-୦ରେ ଏକପାଖିଆ ଅଗ୍ରଣୀ ରହିଛି। ଏକଦିବସୀୟ ବିଶ୍ବକପ୍‌ରେ ଭାରତ ସମସ୍ତ ୭ଟି ଯାକ ମ୍ୟାଟ୍‌ରେ ବିଜୟୀ ହୋଇଛି। ସେହିଭଳି ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଭାରତ ୫ଟି ଯାକ ମ୍ୟାଚରେ ପାକିସ୍ତାନକୁ ମାତ୍ ଦେଇଛି । ତେଣୁ ପ୍ରଥମଥର ଟି-୨୦ ବିଶ୍ୱକପ୍‌ରେ ନେତୃତ୍ବ ନେଉଥିବା ବିରାଟ କୋହଲି ଭାରତର ଏହି ବିଜୟଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି। ଅପରପକ୍ଷରେ ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ଆଇସିସି ବିଶ୍ବକପ୍‌ରେ ଭାରତ ବିପକ୍ଷରେ ରହିଥିବା ଏହି ପରାଜୟ ଧାରାକୁ ଭାଙ୍ଗି ପ୍ରଥମ ବିଜୟ ସ୍ଵାଦ ଚାଖିବା ଲକ୍ଷ୍ୟରେ ରହିଛି।
ଅନ୍ୟପଟେ ମ୍ୟାଚ୍ ପୂର୍ବରୁ ଜୋରସୋରରେ ଅଭ୍ୟାସ କରିଛି ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ବିଶ୍ୱକପରେ ଟିମ୍ ଇଣ୍ଡିଆର ମେଣ୍ଟର ଏମଏସ୍ ଧୋନି ମଧ୍ୟ ନେଟ୍ ପ୍ରାକ୍ଟିସରେ ଖେଳାଳିଙ୍କୁ ସହଯୋଗ କରିଛନ୍ତି । ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା । ଏବେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଉପରେ ଭାରତର ନଜର ରହିଛି । ଭାରତୀୟ ଦଳ ଦୁଇଟି ୱାର୍ମ ଅପ୍ ମୁକାବିଲାରେ ବିଜୟୀ ହୋଇ ଶକ୍ତି ପ୍ରଦର୍ଶନ କରି ସାରିଛି । ପ୍ରଥମ ୱାର୍ମ ଅପ୍ ମୁକାବିଲାରେ ଭାରତୀୟ ଦଳ ଇଂଲଣ୍ଡକୁ ୭ ୱିକେଟରେ ମାତ୍ ଦେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ୮ ୱିକେଟରେ ଏକତରଫା ବିଜୟ ହାସଲ କରିଥିବା ଭାରତର ମନୋବଳ ଦୃଢ଼ ରହିଛି ।
୨୦୦୭ ଚାମ୍ପିଅନ୍ ଭାରତ ବିରାଟଙ୍କ ଅଧୁନାୟକତ୍ୱରେ ପ୍ରଥମ ଆଇସିସି ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି । କୋଚ ରବି ଶାସ୍ତ୍ରୀ ଓ କୋହଲିଙ୍କ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉପଯୁକ୍ତ କମ୍ବିନେସନ ବାଛିବା । ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଯଦି ବୋଲିଂ ଟ୍ରାକ୍‌କୁ ପ୍ରତ୍ୟାବର୍ତ୍ତନ କରନ୍ତି ତେବେ କୋହଲି ଆଉ ୨ଜଣ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇ ପାରନ୍ତି | ଯାହା କମ୍ବିନେସନକୁ ସନ୍ତୁଳିତ ରଖୁବ। କିନ୍ତୁ ଯଦି ପାଣ୍ଡ୍ୟା ବୋଲିଂ ନ କରନ୍ତି ତେବେ ୬ଷ୍ଠ ବୋଲର ପାଇଁ ଅତିରିକ୍ତ ଅଲ୍‌ରାଉଣ୍ଡର ଖେଳାଇବାକୁ ବାଧ୍ୟ ହେବେ।