Onion - The Sakala

ବଢ଼ି ଚାଲିଛି ପିଆଜ ପାରଦ, କିଲୋ ପିଛା ୨୦ରୁ ଯାଇ ୭୫ଟଙ୍କାରେ ପହଞ୍ଚିଲାଣି
ଭୁବନେଶ୍ୱର: ଖରା ତାତି ଭଳି ଦିନକୁ ଦିନ ବଢ଼଼ିଚାଲିଛି ପିଆଜର ପାରଦ। ଏବେ ପିଆଜ କାଟିଲେ ନୁହେଁ; କିଣିଲେ ଲୁହ ଗଡ଼଼ୁଛି। କାରଣ ଦୀର୍ଘ ଦିନ ଧରି ବେଲଗାମ୍‌‌ ଥିବା ପିଆଜ ଦର କିଲୋ ପିଛା ୨୦ ଟଙ୍କାରୁ ବଢ଼଼ି ବଢ଼଼ି ୭୫ ଟଙ୍କା ପର୍ଯ୍ୟନ୍ତ ପହଁଚିଲାଣି। ସହରରେ ଥିବା ଖୁଚୁରା ଦୋକାନୀ ପିଆଜ କିଲୋ ପିଛା ୬୫ରୁ ୭୫ଟଙ୍କା ମଧ୍ୟରେ ବିକ୍ରି କରୁଥିଲା ବେଳେ ଗାଁ ଗହଳିରେ ୭୫ ଟଙ୍କାରୁ ଟଙ୍କାଟିଏ ବି କମ୍‌‌ କରୁ ନାହାନ୍ତି। ଆଳୁ ଭଳି ପିଆଳ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ସାଧାରଣଲୋକ ବର୍ଦ୍ଧିତ ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ବେଲଗାମ୍‌‌ ପିଆଜ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼଼ିବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟ ଯୋଗାଣ ବିଭାଗ କେବଳ ଭୁବନେଶ୍ୱର ଓ କଟକ ଭଳି କିଛି ସହରରେ ଲୋକଙ୍କୁ ନାଫେଡ୍‌‌ ଜରିଆରେ କିଲୋ ପିଛା ୩୫ଟଙ୍କା ଦରରେ ୨ କିଲୋ ପିଆଜ ଧରାଇଦେଇ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ବସିଯାଇଛି।

ଆଳୁ ବେଳେ ମଧ୍ୟ ରାଜ୍ୟ ସରକାର ହାତକୁ ହାତ ବାନ୍ଧି ବସି ରହିଥିଲା ବେଳେ ଗଣାମାଧ୍ୟମ ସାମ୍ନାରେ ବୟାନବାଜି କରୁଥିଲେ। ପଶ୍ଚିମବଙ୍ଗ ଆଳୁ ନ ଦେବାରୁ ଆଳୁ ଦର ଆକାଶ ଛୁଅାଁ ହୋଇଗଲା। ସରକାର ରାଜ୍ୟକୁ ଆଳୁ ଆମଦାନି ବୃଦ୍ଧି ଓ ଦରଦାମ୍‌‌ ନିୟନ୍ତ୍ରଣ ପାଇଁ ଉତ୍ତର ପ୍ରଦେଶରୁ ଆରମ୍ଭ କରି ହିମାଞ୍ଚଳ ପ୍ରଦେଶ, ପଞ୍ଜାବରୁ ପର୍ଯ୍ୟନ୍ତ ବୁଲି ଆସିଲେ। ସବୁଦିନେ ନୂଆ ନୂଆ ବାହାନା ବନାଇଲେ। କ୍ୟାମେରା ସାମ୍ନାରେ ମାର୍କେଟ ବୁଲିବା ସହ ନାଫେଡ୍‌‌ କମ୍‌‌ ଟଙ୍କାରେ ଆଳୁ ଯୋଗାଇବ ବୋଲି ପ୍ରଚାର କରାଗଲା। ଶେଷକୁ ଟ୍ରେନ୍‌‌ରେ ୱାଗନ୍‌‌ ୱାଗନ୍‌‌ ଆଳୁ ଅଣାଯାଇ ଓଡ଼ିଶାକୁ ଆଳୁ ବଳକା ରାଜ୍ୟ କରାଯିବ। ଆମ ଲୋକଙ୍କ କେଜି ୨୦ ଟଙ୍କାରେ ଆଳୁ ଯୋଗାଇ ଦିଆଯିବ ଏବଂ ପଡ଼ୋଶୀ ରାଜ୍ୟକୁ ବି ଆଳୁ ବିକ୍ରି କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଗଣମାଧ୍ୟମ ଆଗରେ ମନ୍ତବ୍ୟ ଦେଲେ। ହେଲେ ସରକାରଙ୍କ ସବୁ ପଦକ୍ଷେପ ଫେଲ୍‌‌ ମାରିବାରୁ ଦୀର୍ଘ ଦିନ ଧରି ଲୋକେ ଚଢ଼ା ଦରରେ ଆଳୁ କିଣିଲେ। କେଜି ୨୦ ଟଙ୍କାରେ ମିଳୁଥିବା ଆଳୁ ଶେଷକୁ ଯାଇ ୩୫ ଟଙ୍କାରେ ଅଟକିଗଲା। ଲୋକେ ଆଳୁ କଷ୍ଟ ଭୁଲି ନ ଥିଲା ବେଳେ ଏବେ ପିଆଜର ମହଙ୍ଗାମାଡ଼ ଗ୍ରାହକଙ୍କୁ ଆକ୍ତାମାତା କରି ଦେଲାଣି। ରାଜ୍ୟର ଦୈନିକ ପିଆଜ ଆବଶ୍ୟକତା ୧୫ଶହରୁ ୧୬ଶହ ଟନ୍‌‌ ମଧ୍ୟରେ ରହିଥାଏ। ଘରୋଇ ଉତ୍ପାଦନ ସହ ପିଆଜ ମୁଖ୍ୟତଃ ବେଙ୍ଗାଲୁରୁ, ନାସିକ ଏବଂ କର୍ଣ୍ଣୁଲରୁ ଆସିଥାଏ।

ସେପଟେ ଆକାଶଛୁଆଁ ପିଆଜ ଦରକୁ ଲଗାମ୍‌‌ କଷିବା ପାଇଁ ସାମ୍ନାକୁ ଆସିଥିବା ସରକାରଙ୍କ ସଂକଟମୋଚକ ସଂସ୍ଥା ନାଫେଡ୍‌‌ ସହରଗୁଡ଼ିକରୁ ଏକ ପ୍ରକାର ଉଭାନ୍‌‌ ହୋଇଯାଇଛି। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଲୋକ ଦେଖାଣିଆ ଭ୍ୟାନ୍‌‌ ଛିଡ଼ା କରି ୩୫ ଟଙ୍କାରେ ପିଆଜ ବିକ୍ରି କରୁଛି। ପିଆଜ ଦର ତଳକୁ ଖସାଇବାକୁ ନାଫେଡ୍‌‌ର ଏହି ପଦକ୍ଷେପ କାମ କରୁନି। ପିଆଜ ଦର ତଳକୁ ଯିବା ବଦଳରେ ଦିନକୁ ଦିନ ଉପରମୁହାଁ ହେଉଛି। ରାଜ୍ୟ ସରକାର ଏବଂ ନାଫେଡ୍‌‌ର ଏଭଳି କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବ୍ୟବସାୟ ମହାସଂଘ। ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବର୍ଷା ଯୋଗୁଁଁ ଅମଳ କମିଛି। ହେଲେ ଦର ନିୟନ୍ତ୍ରଣ ପାଇଁ ସରକାର କିଛି ପଦକ୍ଷେପ ନେଉନାହାନ୍ତି। ସରକାର ବାକ୍ୟବୀର ନ ହୋଇ କର୍ମବୀର ହୁଅନ୍ତୁ। ପିଆଜ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ବେଳେ ନାଫେଡ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି। ଅମଳ କମିଲେ, ଦର ବଢ଼଼ିଲେ, ନାଫେଡ୍‌‌ କମ୍‌‌ ଦରରେ ପିଆଜ ଯୋଗାଇବା କଥା; ହେଲେ ସେମିତି କିଛି ହେଉନାହିଁ। ଆମେ ବାରମ୍ୱାର ମନ୍ତ୍ରୀଙ୍କୁ ଭେଟି ସମସ୍ୟା କଥା କହିଲୁଣି; ହେଲେ ସରକାର ଆମ ପ୍ରତି ଧ୍ୟାନ ଦେବା ଭଳି ଲାଗୁନାହିଁ।

ଅନ୍ୟପକ୍ଷରେ ବେଲଗାମ୍‌‌ ପିଆଜ ଦରକୁ ନେଇ ପ୍ରତିକ୍ରିୟା ରଖି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଅନବରତ ବର୍ଷା କାରଣରୁ ଫସଲ ହାନି ହୋଇଛି। ତେଣୁ ମାର୍କେଟକୁ କମ୍‌‌ ପିଆଜ ଆସୁଛି। ଖୁବ୍‌‌କମ୍‌‌ ଦିନ ଏଭଳି ସ୍ଥିତି ରହିବ

ଭାରତରୁ ପିଆଜ ଆମଦାନି କରିବ ବାଂଲାଦେଶ
ନୂଆଦିଲ୍ଲୀ: ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବିଏନ୍‌ପି ଏବଂ ଏହାର ସହଯୋଗୀ ଦଳଙ୍କ ଜାରି ରହିଛି ଭାରତ ବିରୋଧୀ ଅଭିଯାନ। ଭାରତର ବିଭିନ୍ନ ସାମଗ୍ରୀକୁ ବର୍ଜନ ପାଇଁ ‘ଇଣ୍ଡିଆ ଆଉଟ୍’ କ୍ୟାମ୍ପେନ ମଧ୍ୟ ଜାରି ରଖିଛନ୍ତି ଏହି ବିରୋଧୀ ଦଳର ନେତା। ହେଲେ ଏହାରି ମଧ୍ୟରେ ବାଂଲାଦେଶର ଶେଖ୍ ହସୀନା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶେଖ୍ ହସୀନା ସରକାର ଭାରତରୁ ୫୦ ହଜାର ଟନ୍ ପିଆଜ ଆମଦାନୀ ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଉ ଏଭଳି ବିରୋଧ ମଧ୍ୟରେ ଶେଖ ହସୀନା ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

ସୂଚନାଥାଉକି, ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବିଏନ୍‌ପି ଏବଂ ଏହାର ସହଯୋଗୀ ଦଳର ନେତା ସେଠାରେ ଭାରତର ପ୍ରଭାବକୁ ଶେଷ କରିବା ପାଇଁ ଅଭିଯାନ ଚଳାଉଛନ୍ତି। ବାଂଲାଦେଶର ବିରୋଧୀ ନେତା ଭାରତ ଉପରେ ଅଭିଯୋଗ ଆଣିଛନ୍ତି ଯେ, ଭାରତ ବାଂଲାଦେଶର ଲୋକଙ୍କୁ ନୁହେଁ ବରଂ ଶେଖ ହସୀନାଙ୍କ ଦଳ ବାଂଲାଦେଶ ଅଓ୍ବାମୀ ଲିଗ୍‌ର ସମର୍ଥନ କରୁଛି। ଏହି କାରଣରୁ ସେମାନେ ଅଭିଯାନ ଚଳାଇବା ସହ ଭାରତୀୟ ଉତ୍ପାଦକୁ ସେଠାରେ ବ୍ୟବହାର ପାଇଁ ମନା କରୁଛନ୍ତି। ବାଂଲାଦେଶର ବିରୋଧୀ ନେତାଙ୍କ କହିବା ଅନୁଯାୟୀ ଭାରତର ସମର୍ଥନ କାରଣରୁ ବାଂଲାଦେଶର ଏକତରଫା ନିର୍ବାଚନ ଏବଂ ଶେଖ ହସୀନାଙ୍କ ସରକାରଙ୍କୁ ବୈଶ୍ବିକ ମାନ୍ୟତା ମିଳିଛି। କ୍ୟାମ୍ପେନ ଅନୁଯାୟୀ, ସେମାନେ ବାଂଲାଦେଶରେ ଭାରତୀୟ ସାମଗ୍ରୀର ବହିଷ୍କାର କରିବାକୁ ଅପିଲ୍ କରୁଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦି ବିରୋଧୀ ନେତାମାନେ ଦଳୀୟ କାର୍ଯ୍ୟାଳୟ ସାମ୍ନାରେ ନିଜ ପତ୍ନୀଙ୍କ ଭାରତୀୟ ଶାଢ଼ି ଜଳାଇବେ ସେତେବେଳେ ଯାଇ ଏହା ପ୍ରମାଣିତ ହେବ ଯେ, ବାସ୍ତବରେ ସେମାନେ ଭାରତୀୟ ଉତ୍ପାଦକୁ ବହିଷ୍କାର କରିବା ପାଇଁ ପ୍ରତିବଦ୍ଧ। ’’

ସୂଚନାଥାଉକି, ପିଆଜ ରପ୍ତାନୀ ଉପରେ ଭାରତ ବର୍ତ୍ତମାନ ପ୍ରତିବନ୍ଧକ ଲାଗୁ କରିଛି। କିନ୍ତୁ ବାଂଲାଦେଶ ଏବଂ ୟୁଏଇ ପାଇଁ ଏହି ନିୟମ କୋହଳ କରିବା ସହ ରାମଜାନ୍‌ ଏବଂ ଇଦ୍‌ ପୂର୍ବରୁ ପିଆଜ ରପ୍ତାନୀକୁ ଅନୁମତି ମିଳିଛି। ବାଂଲାଦେଶର ଏକ ଖବର ପ୍ରସାରଣକାରୀ ଓ୍ବେବସାଇଟ ଅନୁଯାୟୀ, ବାଣିଜ୍ୟ ମନ୍ତ୍ରାଳୟର ଏକ ସରକାରୀ ସଂସ୍ଥା ଟ୍ରେଡିଂ କର୍ପୋରେସନ ଅଫ୍ ବାଂଲାଦେଶ ଜୀ-ଟୁ-ଜୀ ଆଧାରରେ ଭାରତର ନାସନାଲ କୋଅପରେଟିଭ ଏକ୍ସପୋର୍ଟ୍ସ ଲିମିଟେଡ୍ରୁ ପିଆଜ ଆମାଦାନୀ କରିବ। ଅବଶ୍ୟ ପିଆଜର ଦାମ୍ କ’ଣ ରହିବ ତାହା ଏବେ ଖୁଲାସା ହୋଇନାହିଁ। କ୍ୟାବିନେଟ୍ ଡିଭିଜନ ଅତିରିକ୍ତ ସଚିବଙ୍କ କହିବା ଅନୁଯାୟୀ, ଭାରତରୁ ପିଆଜ ଆମଦାନୀକୁ ମଞ୍ଜୁରୀ ପରେ ଏହି ପ୍ରସ୍ତାବ କ୍ୟାବିନେଟ କମିଟି ପାଖକୁ ପଠାଯିବ। ସେହି ସମୟରେ ପିଆଜ ଦରର ଖୁଲାସା କରାଯାଇପାରିବ। ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ଅନୁଯାୟୀ, ଭାରତ ସରକାର ନାସନାଲ କୋଅପରେଟିଭ ଏକ୍ସପୋର୍ଟସ ଲିମିଟେଡ ମାଧ୍ୟରେ ୟୁଏଇ ଏବଂ ବାଂଲାଦେଶକୁ ୬୪ ହଜାର ଟନ୍ ପିଆଜ ରପ୍ତାନୀ ପାଇଁ ଅନୁମତି ଦେଇଛି। ସେପଟେ ବିଶେଷଜ୍ଞଙ୍କ ମଧ୍ୟ କହିଛନ୍ତି ଯେ, ବାଂଲାଦେଶର ଲୋକଙ୍କ ମଧ୍ୟରେ ଭାରତ ବିରୋଧୀ ଭାବନା ବଢ଼ିଛି। ଏହାର କାରଣ ବିଜେପି ଉପରେ ଲାଗୁଥିବା ମୁସଲିମ ବିରୋଧୀ ଅଭିଯୋଗ। ତେବେ ଭାରତକୁ ବିରୋଧର ସବୁଠୁ ବଡ଼ କାରଣ, ଭାରତର ଶେଖ ହସୀନାଙ୍କ ଦଳ ଆବାମୀ ଲିଗ୍କୁ ସମର୍ଥନ କରିବାକୁ କୁହାଯାଉଛି।କାରର ଦଳ ଗତ ୧୫ ବର୍ଷରୁ ସତ୍ତାରେ ରହିଛି।ବିରୋଧୀ କହିଛନ୍ତି ଯେ, ଆବାମୀ ଲିଗ୍ ୧୫ ବର୍ଷରୁ ଏଥିପାଇଁ ସତ୍ତାରେ ରହିଛି କାରଣ ତାକୁ ଭାରତର ସମର୍ଥନ ରହିଛି। ତଥ୍ୟ ଅନୁଯାୟୀ ୨୦୨୧-୨୨ରେ ଭାରତରୁ ସବୁଠୁ ଅଧିକ ପିଆଜ ବାଂଲାଦେଶ ହିଁ କିଣିଥିଲା।

ପିଆଜ ରପ୍ତାନି ଉପରେ ଜାରିହେଲା କଟକଣା, ଦରବୃଦ୍ଧି ରୋକିବାକୁ ସରକାରଙ୍କ ପଦକ୍ଷେପ
ନୂଆଦିଲ୍ଲୀ : ପିଆଜର ଦର ବୃଦ୍ଧି ନିୟନ୍ତ୍ରଣ କରିବାକୁ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇଛନ୍ତି । ଘରୋଇ ଉପଲବ୍ଧତା ବୃଦ୍ଧି ଏବଂ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆଜି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଏହି ଘୋଷଣା କରାଯାଇଛି । ଦେଶରେ ସମ୍ପ୍ରତି ପିଆଜ କିଲୋଗ୍ରାମ ପିଛା ୬୦ରୁ ୭୦ରେ ବିକ୍ରି ହେଉଛି ।

ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗିଛି

ଘରୋଇ ବଜାରରେ ପିଆଜର ଉପଲବ୍ଧତା ସୁନିଶ୍ଚିତ ଓ ଦର ନିୟନ୍ତ୍ରଣ କରିବା ପାଇଁ ଏହାର ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି, ଯାହା ଡିସେମ୍ବର ୩୧ ତାରିଖ ଯାଏଁ ବଳବତ୍ତର ରହିଛି । ଗତ ଅଗଷ୍ଟ ୧୯ରୁ ଏହି ନିଷ୍ପତ୍ତି ନିଆଯାଇଛି।

ଟମାଟୋ ପରେ କେନ୍ଦ୍ରକୁ ପିଆଜ ଚିନ୍ତା, ବଫର ଷ୍ଟକ୍‌ରୁ ଛାଡ଼ିଲେ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ
ନୂଆଦିଲ୍ଲୀ: ଦର ବୃଦ୍ଧି ତାତିରେ ଖାଉଟି ନୟାନ୍ତ। ବଜାରରେ ଡାଲି, ଚାଉଳ ଏବଂ ଅଟା ଦର ଉପରମୁହଁା। ଅପରପକ୍ଷେ ଟମାଟୋର ଉଚ୍ଚ ଦରକୁ ନେଇ ଏବେ ସାରା ଦେଶରେ ହୋ ହଲ୍ଲା। ତେବେ ଟମାଟୋ ପରେ ଏବେ କେନ୍ଦ୍ର ସରକାରଙ୍କୁ ପିଆଜ ଚିନ୍ତା ଘାରିବାରେ ଲାଗିଲାଣି। କାରଣ ଆଗକୁ ପାର୍ବଣ ଋତୁ। ହସ୍ତଗତ ରିପୋର୍ଟ ଅନୁଯାୟୀ, ପାର୍ବଣରେ ପିଆଜ ଖାଉଟିଙ୍କ ହୋସ୍ ଉଡ଼ାଇବ। ଏଥିପାଇଁ ଏବେଠାରୁ ସରକାର ସଜାଗ। ପିଆଜ ଦର ବୃଦ୍ଧି ରୋକିବା ନିମନ୍ତେ କେନ୍ଦ୍ର ସରକାର ବଫର ଷ୍ଟକ୍ରୁ ବଜାରକୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅନୁଯାୟୀ, କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପିଆଜର ବଫର ଷ୍ଟକ୍ରୁ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ବଜାରକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭାଗୀୟ ସଚିବ ରୋହିତ କୁମାର ସିଂହ ଗୁରୁବାର ନାଫେଡ୍ ଓ ଏନସିସିଏଫ୍ର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଏ ସମ୍ପର୍କରେ ଏକ ବୈଠକ କରିବା ପରେ ଏଥିନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିଲା।

ନିଷ୍ପତ୍ତି ଅନୁଯାୟୀ, ରାଜ୍ୟ ଓ ଆଞ୍ଚଳିକ ବଜାର ଯେଉଁଠାରେ ପିଆଜର ଦର ସର୍ବଭାରତୀୟ ହାରାହାରି ଦରଠାରୁ ଅଧିକ ଓ ପୂର୍ବ ମାସ ଓ ବର୍ଷ ତୁଳନାରେ ଅଧିକ ଏବଂ ତାହା ସୀମାରେଖା ବାହାରେ ରହିଥିବ ସେଠାକୁ ଏହି ଅତିରିକ୍ତ ଷ୍ଟକ୍ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ଇ-ନିଲାମ ଓ ପାଇକାରୀ ବିକ୍ରୟ ଇ-କମର୍ସ ପ୍ଲାଟଫର୍ମ ଜରିଆରେ ମଧ୍ୟ କରାଯିବା ପାଇଁ ବାଟ ଖୋଜାଯାଉଛି। ଖାଉଟିମାନଙ୍କୁ ଯେପରି ସୁଲଭ ଦରରେ ପିଆଜ ଉପଲବ୍ଧ ହେବ ସେହି ଅନୁସାରେ ଏହାର ପରିମାଣ ନିର୍ଦ୍ଧାରିତ କରାଯାଇ ଛଡ଼ାଯାଉଛି। ବଜାରକୁ ଛଡ଼ାଯିବା ସହ ରାଜ୍ୟଗୁଡ଼ିକୁ ଖୁଚୁରା ଦୋକାନରେ ପିଆଜର ବିକ୍ରି ପାଇଁ ସେମାନଙ୍କ ଖାଉଟି ସମବାୟ ସମିତି ଓ ନିଗମ ଜରିଆରେ ମଧ୍ୟ ପଠାଇବାକୁ ସ୍ଥିର ହୋଇଛି। ଚଳିତ ବର୍ଷ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ଅତିରିକ୍ତ ଭାବେ ରଖିବା ପାଇଁ ସଂଗ୍ରହ କରାଯାଇଥିଲା ଓ ପରିସ୍ଥିତି ସେପରି ଉପୁଜିଲେ ଏହାର ପରିମାଣ ମଧ୍ୟ ବୃଦ୍ଧି କରାଯାଇପାରିବ। ଦୁଇଟି କେନ୍ଦ୍ରୀୟ ନୋଡାଲ ସଂସ୍ଥା ଯଥା ନାଫେଡ୍ ଏବଂ ଏନସିସିଏଫ ଜୁନ୍ ଓ ଜୁଲାଇ ରବି ପିଆଜ ଋତୁରେ ୧.୫ ଲକ୍ଷ ଟନ୍ ଲେଖାଏଁ ପିଆଜ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ସଂଗ୍ରହ କରିଛନ୍ତି। ଆଗୁଆ ପଦକ୍ଷେପ ସ୍ବରୂପ ଭାବା ଆଣିବିକ ଗବେଷଣା କେନ୍ଦ୍ର (ବିଏଆରସି) ସହଯୋଗରେ ଚଳିତବର୍ଷ ପିଆଜଗୁଡ଼ିକୁ ବିକିରଣ ମୁକ୍ତ କରିବାକୁ ପଦକ୍ଷେପ ନିଆଯାଇଥିଲା। ଭଣ୍ଡାରଣଜନିତ କ୍ଷତିକୁ କମ୍ କରିବା ଉଦ୍ଦେଶ୍ୟରେ ପ୍ରାୟ ଏକ ହଜାର ମେଟ୍ରିକ ଟନ୍ ପିଆଜ ବିକିରଣ ମୁକ୍ତ କରାଯିବା ପରେ ନିୟନ୍ତ୍ରିତ ବାୟୁମଣ୍ଡଳର ଭଣ୍ଡାର ଘରେ ସାଇତା ହୋଇଛି। ଦରଦାମ୍ ସ୍ଥିରତା ପାଣ୍ଠି ଅଧୀନରେ ସରକାର ଅତିରିକ୍ତ ପିଆଜ ମହଜୁଦ ରଖି ପିଆଜ ଦର ବୃଦ୍ଧି ସମସ୍ୟାର ମୁକାବିଲା କରୁଛନ୍ତି। ଗତ ୪ ବର୍ଷ ମଧ୍ୟରେ ଏହି ବଫର ଷ୍ଟକ ପରିମାଣ ତିନିଗୁଣ ବୃଦ୍ଧି ପାଇଛି। ୨୦୨୦-୨୧ରେ ଏହା ଏକ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ, ୨୦୨୩-୨୪ ଏହା ୩ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି।

ସାବଧାନ! ପିଆଜ ଖାଇବାରୁ ବ୍ୟାପୁଛି ରୋଗ
ୱାଶିଂଟନ: ଆମେରିକାର ୩୭ ରାଜ୍ୟରେ ସାଲମୋନେଲା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଅଧିକାଂଶ ଶିଶୁ ଏବଂ ବଯସ୍କ ଏଥିରେ ଆକ୍ରାନ୍ତ ହେଉଛନ୍ତି। ପିଆଜ ଖାଇବା ଯୋଗୁଁ ଏହି ରୋଗ ବ୍ୟାପୁଥିବା କୁହାଯାଉଛି। ଏହି ସଂକ୍ରମଣକୁ ଦେଖି ଆମେରିକା ଖାଦ୍ୟ ଏବଂ ଡ୍ରଗ୍ସ ପ୍ରଶାସନ(ଏଫ୍‌ଡିଏ) ଲୋକଙ୍କୁ ଘରେ ଥିବା ନାଲି, ଧଳା ଏବଂ ହଳଦିଆ ପିଆଜ ଫୋପାଡି ଦେବାକୁ କହିଛି। ଏଫ୍‌ଡିଏ ଅନୁଯାୟୀ ୩୭ ରାଜ୍ୟରେ ସାଲମୋନେଲା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏଥିରେ ୬୫୨ ଲୋକ ସଂକ୍ରମିତ ହୋଇଥିବାବେଳେ ୧୨୯ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏ ପର୍ଯ୍ୟନ୍ତ କେହି ପ୍ରାଣ ଲାଗିଛି ହରାଇନାହାନ୍ତି।

ମେ’ ୩୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଫ୍‌ଡିଏ ଅନୁଯାୟୀ ଛିହୁଆହୁଆ, ମେକ୍ସିକୋ ଆଦିରୁ ଆମଦାନୀ ହେଉଥିବା ପିଆଜ ଯୋଗୁଁ ଏହି ସଂକ୍ରମଣ ବ୍ୟାପୁଥିବା କୁହାଯାଉଛି। ଆମେରିକାର ରୋଗ ନିୟନ୍ତ୍ରଣ କର୍ତ୍ତୃପକ୍ଷ(ସିଡିସି) ଷ୍ଟିକର ଲାଗି ନ ଥିବା, ପ୍ୟାକେଟରେ ଥିବା ନାଲି, ଧଳା ଏବଂ ହଳଦିଆ ପିଆଜକୁ ତୁରନ୍ତ ଫୋପାଡି ଦେବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି। କଞ୍ଚା ପିଆଜ କିମ୍ବା ଏହା ଦ୍ବାରା ପ୍ରସ୍ତୁତ ବ୍ୟଞ୍ଜନ ଖାଇଥିବା ଯୋଗୁଁ ଅସୁସ୍ଥ ହୋଇଛନ୍ତି ବୋଲି ୭୫ ପ୍ରତିଶତ ଲୋକ କହିଛନ୍ତି। ଟେକ୍ସାସ ଏବଂ ଓକଲାହୋମ ରାଜ୍ୟରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ସାଲମୋନେଲା ଏକ ବ୍ୟାକ୍ଟେରିଆ ଜନିତ ରୋଗ । ସାଧାରଣତଃ ଏହା ଗ୍ୟାଷ୍ଟ୍ରୋନୋମିକାଲ୍ ରୋଗ ସୃଷ୍ଟି କରିଥାଏ । ଏହି ଜୀବାଣୁ ଯୋଗୁଁ ଅସୁସ୍ଥ ଥିବା ଲୋକମାନଙ୍କଠାରେ ଡାଇରିଆ, ଜ୍ୱର ଏବଂ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ । ଏହାର ଲକ୍ଷଣ ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ଯେକୌଣସି ସମୟରେ ଦେଖାଯାଏ ।