Black Magic - The Sakala
ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ପୋଡ଼ିଦେଲେ ଗ୍ରାମବାସୀ, ୧୦ ଦିନ ପରେ ହାଡ଼ ଓ ପାଉଁଶ ଜବତ
ତିଗିରିଆ/ବଡ଼ମ୍ୱା: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଗାଁ ଦାଣ୍ଡରେ ହାଣି ଖଣ୍ଡଖଣ୍ଡ କରିଦେଲେ। ପରେ ପ୍ରମାଣ ଲୁଚାଇବା ପାଇଁ ଖଣ୍ଡବିଖଣ୍ଡିତ ମୃତ‌ଦେହକୁ ବସ୍ତାରେ ପୂରାଇ ଜଙ୍ଗଲ ଭିତରେ ଜାଳିଦେଲେ। ଖାଲି ସେତିକି ନୁହେଁ, ଅଧାପୋଡ଼ା ମୃତଦେହର ଅବଶିଷ୍ଟାଂଶ ଏବଂ ହାଡ଼ ଓ ପାଉଁଶକୁ ସେହି ଜଙ୍ଗଲ ମଧ୍ୟରେ ମାଟି ତଳେ ପୋତିଦେଲେ। କଟକ ଜିଲ୍ଲା ଅଧୀନ ବଡ଼ମ୍ୱା ବ୍ଲକ୍‌ ମାଣିଆବନ୍ଧ ଥାନା ଅଧୀନ ତାଳମୁଣ୍ଡଳି ଗ୍ରାମରେ ଏପରି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଗତ ୧୦ ତାରିଖରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଥିବା ବେଳେ ଏବେ ପଦାକୁ ଆସିଛି। ଏହି ଘଟଣାରେ ପୁଲିସ୍‌ ୨୫ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ବିନିତ ଅଗ୍ରୱାଲ ତିଗିରିଆ ଥାନାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ମୃତକ ହେଲେ, ତାଳମୁଣ୍ଡଳି ଗ୍ରାମ ହରିଜନସାହିର ଶ୍ୱେତ ବେହେରାଙ୍କ ପୁଅ ଟିକନ ବେହେରା (୩୦)। ସୂଚନାନୁସାରେ, ଟିକନ ଗାଁରେ ଗୁଣିଗାରେଡ଼ି କରୁଥିବା ନେଇ ଗ୍ରାମର କିଛି ଗୋଷ୍ଠୀ ସନ୍ଦେହ କରିଥିଲେ। ଏହି ଆକ୍ରୋଶ ରଖି ଗତ ୧୦ ତାରିଖରେ ଗ୍ରାମର ପ୍ରକାଶ ଦେଉରୀ, ଜୟୀ ଦେଉରୀ, ହଡ଼ା ବେହେରା ଓ ଆକାଶଙ୍କ ସମେତ ୨୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ସ୍ପଷ୍ଟ ଦିବାଲୋକରେ ଟିକନଙ୍କୁ ତାଙ୍କ ଘରୁ ବାହାରକୁ ଡାକି ଆଣିଥିଲେ। କିଛି ବୁଝିବା ପୂର୍ବରୁ ସମସ୍ତେ ମିଳିମିଶି ଘର ସମ୍ମୁଖରେ ହିଁ ବିଭିନ୍ନ ଧାରୁଆ ଅସ୍ତ୍ରରେ ଟିକନଙ୍କୁ ନିର୍ମମ ଭାବେ ହାଣି ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ଖଣ୍ଡଖଣ୍ଡ କରିଦେଇଥିଲେ। ପରେ ରକ୍ତ ଜୁଡୁବୁଡୁ ମୃତଦେହକୁ ଏକ ଅଖା (ବସ୍ତା)ରେ ଭର୍ତ୍ତି କରି ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଟେକି ନେଇଥିଲେ। ଟିକନଙ୍କ ସ୍ତ୍ରୀ ସମସ୍ତ ଦୃଶ୍ୟ ଆଖି ଆଗରେ ଦେଖିଥିଲେ ମଧ୍ୟ ଭୟରେ ସ୍ତବ୍ଧ ହୋଇ ଘରୁ ବାହାରି ପାରିନଥିଲେ।
ଅଭିଯୁକ୍ତମାନେ ହତ୍ୟାକାଣ୍ଡ ଘଟାଇବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଜଙ୍ଗଲର ଏକ ନିଛାଟିଆ ସ୍ଥାନରେ ଟିକନଙ୍କ ମୃତଦେହକୁ ବସ୍ତା ସହିତ ପୋଡ଼ି ଦେଇଥିଲେ। ଶେଷରେ ଅଧାପୋଡ଼ା ଅବସ୍ଥାରେ ଥିବା ମୃତଦେହର ଅବଶିଷ୍ଟାଂଶ, ହାଡ଼ ଓ ପାଉଁଶକୁ ସେହି ଜଙ୍ଗଲ ମଧ୍ୟରେ ମାଟି ତଳେ ପୋତି ଦେଇଥିଲେ। ପୁଲିସକୁ କହିଲେ ପରିବାର ନିପାତ କରିଦେବୁ ବୋଲି ହତ୍ୟାକାରୀମାନେ ଧମକ ଦେଇଥିବାରୁ, ଭୟଭୀତ ଅବସ୍ଥାରେ ଟିକନଙ୍କ ପରିବାର ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ମାଣିଆବନ୍ଧ ଅଞ୍ଚଳରେ ଆତ୍ମଗୋପନ କରି ରହିଥିଲେ।
ହତ୍ୟାକାଣ୍ଡର ୮ ଦିନ ପରେ ଅର୍ଥାତ୍‌ ଗତ ୧୮ ମେ’ରେ ପରିବାରଲୋକ ସାହସ ଜୁଟାଇ ମାଣିଆବନ୍ଧ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ମାଣିଆବନ୍ଧ ଥାନାରେ କେସ ନମ୍ୱର ୯୩/୨୬ ମାମଲା ରୁଜୁ ହେବା ସହ ଗ୍ରାମାଞ୍ଚଳ ଏସପିଙ୍କ ସୂଚନା କ୍ରମେ ପୁଲିସ ତତ୍ପରତା ପ୍ରକାଶ କରିଥିଲା।
ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଶ୍ୱଜିତ ମହାନ୍ତିଙ୍କ ନେତୃତ୍ୱ ଓ ମାଣିଆବନ୍ଧ ଥାନା ଆଇଆଇସି ବିଜୟ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ତାଳମୁଣ୍ଡଳି ଗ୍ରାମର ଅସବର୍ଣ୍ଣ ସାହିରେ ଚଢ଼ଉ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ୨୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ପରେ ପୁଲିସ ଅଭିଯୁକ୍ତଙ୍କ ସୂଚନାକ୍ରମେ ଜଙ୍ଗଲର ସେହି ନିର୍ଦ୍ଦିଷ୍ଟ ସ୍ଥାନରୁ ସାଇଣ୍ଟିଫିକ ଟିମ୍‌ ସହାୟତାରେ ମାଟି ଖୋଳି ମୃତ ଟିକନଙ୍କ ହାଡ଼ ଓ ପାଉଁଶ ଜବତ କରିଛି। ଅଭିଯୁକ୍ତମାନେ ଗୁଣି ସନ୍ଦେହରେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ଏସପିଙ୍କ ନିକଟରେ ସ୍ୱୀକାର କରିଛନ୍ତି।
ଅନ୍ୟପକ୍ଷରେ ଗଣମାଧ୍ୟମ ଆଗରେ କାନ୍ଦିକାନ୍ଦି ମୃତ ଟିକନଙ୍କ ବାପା ଓ ମା’ କହିଛନ୍ତି ଯେ “ମୋ ପୁଅ ପାଠଷାଠ ପଢ଼ିନାହିଁ କି ଗୁଣିଗାରେଡ଼ି ଜାଣି ନାହିଁ। ଆଜି ଯେଉଁ ୨୫ଜଣ ଗିରଫ ହୋଇଛନ୍ତି, ସେମାନେ ସମସ୍ତେ ମୋ ପୁଅର ସାଙ୍ଗସାଥୀ ଥିଲେ ଏବଂ ସବୁବେଳେ ଏକାଠି ଚଳନ୍ତି। ହେଲେ କେଉଁ କାରଣରୁ ସେମାନେ ଏଭଳି ଅମାନୁଷିକ ଭାବେ ପୁଅକୁ ଖଣ୍ଡଖଣ୍ଡ କରି ହାଣି ପୋଡ଼ିଦେଲେ ତାହା ଆମେ ଜାଣିନାହୁଁ।” ଆଇନ ପ୍ରତି ସେମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି ଏବଂ ଏହି ମାମଲାରେ ଗିରଫ ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ପୁଲିସ ମଧ୍ୟ ଘଟଣାରେ ସମ୍ପୃକ୍ତ ଅନ୍ୟ କିଛି ଫେରାର ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି।
ଅନ୍ଧବିଶ୍ୱାସର କରୁଣ ପରିଣତି: ଗୁଣି ଗାରେଡି ସନ୍ଦେହରେ ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା
ରାଇରଙ୍ଗପୁର: ଡାହାଣୀ, ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସ ଦୂରୀକରଣ ନେଇ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ଅନ୍ଧବିଶ୍ୱାସ ଗଳିରୁ ଲୋକେ ବାହାରି ପାରୁନାହିଁ। ଯାହାକୁ ନେଇ ଅନ୍ଧବିଶ୍ୱାସ କରୁଣ ପରିଣତି ଦେଖିବାକୁ ମିଳିଛି। ଗୁଣି ଗାରେଡି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଘରେ ପଶି ବିଭତ୍ସ ହତ୍ୟା କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କୁମ୍ଭୀରଦା ଗାଁରେ ଉକ୍ତ ଅଘଟଣ ଘଟିଛି। ଉକ୍ତ ଗ୍ରାମର ଜବା ଟୁଡୁ ଅବିବାହିତା ବୃଦ୍ଧା ରହୁଥିଲେ। ତାଙ୍କୁ ଗୁଣି ଗାରେଡି ସନ୍ଦେହରେ ପୋଡ଼ଶୀ ଜୁଗୁ ମାର୍ଣ୍ଡି ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟାକାଣ୍ଡ ଘଟାଇବା ପରେ ହତ୍ୟାକାରୀ ଥାନାରେ ଆତ୍ମସମର୍ପଣ କରିଛି।
ସୂଚନା ଅନୁସାରେ, ଶନିବାର ପୂର୍ବାହ୍ନ ପ୍ରାୟ ୧୦ ସମୟରେ ଜବା ଘରେ ଏକୁଟିଆ ଶୋଇଥିଲେ। ଏହାର ସୁଯୋଗ ନେଇ ଜୁଗୁ ତାଙ୍କ ଘରେ ପଶି ଧାରୁଆ ଅସ୍ତ୍ରରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଜବା ଗୁଣି ଗାରେଡି କରି ତାଙ୍କ ପରିବାରରେ ଅଶାନ୍ତି ସୃଷ୍ଟି କରୁଥିଲେ। ସେ ବାରମ୍ବାର କହିବା ସତ୍ତ୍ୱେ ଗୁଣିଗାରେଡି କରୁଥିବାର ସନ୍ଦେହ କରି ଅଧିକ ପ୍ରତିଶୋଧ ପରାୟଣ ହୋଇ ଯାଇଥିଲେ। ହତ୍ୟା କରି ଥାନାରେ ନିଜକୁ ଆତ୍ମସମର୍ପଣ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଅତିରିକ୍ତ ଏସପି ଯଦୁନାଥ ଜେନା, ରାଇରଙ୍ଗପୁର ଏସଡିପିଓ ବିରେନ୍ଦ୍ର କୁମାର ସେନାପତି, ବହଳଦା ଥାନା ଅଧିକାରୀ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛନ୍ତି। ଏନେଇ ବହଳଦା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।
ଆଦିବାସି ବହୁଳ ମୟୁରଭଞ୍ଜ ଜିଲ୍ଲାରେ ଏହିପରି ଘଟଣା ବାରମ୍ବାର ହେଉଥିବା ବେଳେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ମଙ୍ଗଳବାର ଅନ୍ଧବିଶ୍ୱାସ ଦୂରୀକରଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କିନ୍ତୁ ବିଜ୍ଞାନର ଅଗ୍ରଗତି ପରେ ମଧ୍ୟ ସଚେତନତା ସୃଷ୍ଟି ହେଉନାହିଁ। ଏବେ ବି ଅନ୍ଧ ବିଶ୍ବାସରୁ ସାଧାରଣ ଲୋକେ ମୁକୁଳି ପାରିନାହାଁନ୍ତି। କିଛି ବି ଅସୁବିଧା ହେଲେ ଡାହାଣୀ ସନ୍ଦେହରେ ଅପରାଧ ଭିଆଇବାକୁ ମଧ୍ୟ ପଛାଉ ନାହାଁନ୍ତି ।
ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ଧାନ କିଆରୀରୁ ମୃତଦେହ ଉଦ୍ଧାର
ମୁନିଗୁଡ଼ା: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କ ମୁଣ୍ଡକୁ ଛେଚି ଅତି ନିର୍ମମ ଭାବେ ହତ୍ୟା । ଧାନ କିଆରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ରାୟଗଡା ଜିଲ୍ଲା ଅମ୍ବାଦଳା ଶରଧାପୁର ପଞ୍ଚାୟତ ଷୁଣ୍ଢିପଦର ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ଜଣଙ୍କ ହେଲେ ସେହି ଗ୍ରାମର ଚିଚି ରାମ ବାଗ (୮୧ ବର୍ଷ ) । ଗତ ରାତିରେ କେହି ଦୁର୍ବୃତ୍ତ ବୃଦ୍ଧଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ପୂର୍ବରୁ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କ ସହ ଗଣ୍ଡଗୋଳ ହୋଇଥିବା ଜଣାପଡିଛି ।
ଡାହାଣୀ ସନ୍ଦେହରେ ଜନ୍ମକଲା ମା'କୁ କଟୁରୀରେ ହାଣି ହତ୍ୟା କଲା ନୃଶଂସ ପୁଅ
ବାରିପଦା: ଅନ୍ଧ ବିଶ୍ୱାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ଜନ୍ମକଲା ମା'କୁ କଟୁରୀରେ ହାଣି ହତ୍ୟା କଲା ଜହ୍ଲାଦ ପୁଅ। ବେତନଟୀ ଥାନା ଭଳିଆଡ଼ିହା ପଞ୍ଚାୟତ କଲରାଫୁଲିଆ ଗାଁ ରେ ଘଟିଛି ଘଟଣା। ଅଭିଯୁକ୍ତ ପୁଅ ତପନ ସିଂକୁ  ଗିରଫ କରିଛି ପୋଲିସ । ମୃତ ମା' ହେଉଛନ୍ତି ରାଇମଣି ସିଂ। ଗତ କିଛି ମାସ ପୂର୍ବେ ତପନଙ୍କ ସ୍ତ୍ରୀଙ୍କ ଗର୍ଭରେ ହିଁ ଶିଶୁର ମୃତ୍ୟୁ ହୋଇଥିଲା। ତପନର ସଂଦେହ ନିଜ ଜନ୍ମକଲା ମା' ଉପରେ ହୋଇଥିଲା। ମାଆ ହିଁ ଡାହାଣୀ ହୋଇ ତା ପୁଅକୁ ଖାଇଛି ବୋଲି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇଥିଲା ତପନ। ସେହି ରାଗରେ ଆଜି ସକାଳୁ ଏକ କଟୁରିରେ ମା'କୁ ହାଣୀ ହତ୍ୟା କରିଥିଲା । ପଡୋଶୀ ଚିତ୍କାର ଶୁଣି ଦେଖିବା ବେଳକୁ ମା' ଚଟାଣରେ ଟଳି ପଡ଼ିଥିଲା। ସଙ୍ଗେ ସଙ୍ଗେ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବେତନଟୀ ଥାନା ପୋଲିସ୍ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଅନ୍ଧବିଶ୍ବାସ ନେଲା ଜୀବନ: ଗୁପ୍ତଧନ ଖୋଜିବାବେଳେ ମାଟି ତଳେ ପୋତି ହୋଇ ଘର ମାଲିକ ମୃତ
କେନ୍ଦ୍ରାପଡ଼ା: ଅନ୍ଧବିଶ୍ବାସ ପୁଣି ଜଣଙ୍କ ଜୀବନ ନେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏପରି ଏକ ଅଘଟଣ ଘଟିଛି। ମୃତକ ହେଲେ, ଜଗବନ୍ଧୁ ମହାରଣା। ସୂଚନାନୁଯାୟୀ, ଜଗବନ୍ଧୁ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ୩ଜଣ ଗୁଣିଆଙ୍କୁ ପୂଜାପାଠ ପାଇଁ ଡକାଇଥିଲେ। ପୂଜା ପାଇଁ ଘର ପାଖରେ ପ୍ରାୟ ୧୦ଫୁଟ୍‌ ଗଭୀର ଗାତ ଖୋଳିବାକୁ ଗୁଣିଆ ତାଙ୍କୁ କହିଥିଲେ। ସେମାନଙ୍କ କଥାନୁସାରେ ଜଗବନ୍ଧୁ ଗାତ ଭିତରେ ପଶି ମାଟି ଖୋଳୁଥିବା ବେଳେ ହଠାତ୍‌ ମାଟି ଧସି ଯାଇଥିଲା ଏବଂ ସେ ମାଟି ତଳେ ପୋତି ହୋଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗ୍ରାମବାସୀମାନେ ଦୁଇଜଣ ଗୁଣିଆଙ୍କୁ ଅଟକ ରଖି ପୁଲିସ ଜିମା ଦେଇଥିଲେ। ନିକିରାଇ ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ତେବେ ଅନ୍ୟ ଜଣେ ଗୁଣିଆ ଫେରାର ହୋଇଥିବା ଜଣାପଡ଼ିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୋଲିସର ସୂଚନା ଅନୁଯାୟୀ, ଜଗବନ୍ଧୁଙ୍କ ଘରେ ବିଭିନ୍ନ ପ୍ରକାରର ଅଶାନ୍ତି ଲାଗି ରହିଥିଲା । ତେଣୁ ସେ ନେମାଳ ଅଞ୍ଚଳର ଜଣେ ତାନ୍ତ୍ରିକଙ୍କ ସହ ଯୋଗାଯୋଗ କରିଥିଲେ । ତାନ୍ତ୍ରିକ ଜଗବନ୍ଧୁଙ୍କୁ କହିଥିଲେ ଘର ଚାରିପଟେ ଏକ ଅତୃପ୍ତ ଆତ୍ମା ବୁଲୁଛି । ଏହି ଅତୃପ୍ତ ଆତ୍ମାର ପ୍ରଭାବରେ ଘରେ ଅଶାନ୍ତି ଲାଗି ରହୁଛି। ଘର ପଛପଟ ଖୋଳିଲେ ମଣିଷ କଙ୍କାଳ ମିଳିବ । ଏହା ସହ ସୁନା ରୂପା ମଧ୍ୟ ମିଳିବ । ଗ୍ରହଶାନ୍ତି ହୋଇଯିବ। ଜଗବନ୍ଧୁ ତାନ୍ତ୍ରିକ କଥାରେ ରାଜିହୋଇ ଯୋଜନା ମୁତାବକ ମଙ୍ଗଳବାର ସନ୍ଧ୍ୟା ୭ଟାରେ ନେମାଳର ୩ ଜଣ ତାନ୍ତ୍ରିକ ଜଗବନ୍ଧୁଙ୍କ ଘରେ ପହଞ୍ଚିଥିଲେ । ଜଗବନ୍ଧୁ ମାଟି ଖୋଳିବା କାର୍ଯ୍ୟ ଆରମ୍ଭ କରିଥିଲେ । ଜଗବନ୍ଧୁଙ୍କ ବଡ଼ ଭାଇ ଚନ୍ଦ୍ରଭାନୁ ତାଙ୍କୁ ମାଟି ଖୋଳା କାର୍ଯ୍ୟରେ ସହଯୋଗ କରୁଥିଲେ । ଜଗବନ୍ଧୁ ଗାତରେ ପଶି ମାଟି ଖୋଳିଥିଲେ । ହେଲେ କିଛି ବାହାରି ନଥୁଲା । ତାନ୍ତ୍ରିକ  ଅଧିକ ମାଟି ଖୋଳିବା ପାଇଁ କହିଥିଲେ । ହେଲେ ଗାତରୁ ମାଟି ବାହାର କରୁଥିବା ବେଳେ ମାଟି ଅତଡା ଧସିଥିଲା । ଫଳରେ ଜଗବନ୍ଧୁ ଫସି ଅଣନିଃଶ୍ଵାସୀ ହୋଇ ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ନିକିରେଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
ଅନ୍ଧବିଶ୍ୱାସରେ କବଳିତ ଓଡ଼ିଶା: ୫ ବର୍ଷରେ ୪୦୮ ଗୁଣିଗାରେଡ଼ି ମାମଲା, ମୟୂରଭଞ୍ଜ ହଟ୍‌ସ୍ପଟ୍‌
ଭୁବନେଶ୍ୱର: ଚନ୍ଦ୍ରପୃଷ୍ଠରେ ଲୋକେ ଘର କଲେଣି; କିନ୍ତୁ ଓଡ଼ିଶାରେ ଏବେ ବି ଅନ୍ଧବିଶ୍ୱାସ ଥମିବାର ନାଁ ଧରୁନି। ଅନ୍ଧବିଶ୍ୱାସରେ ଓଡ଼ିଶା କବଳିତ ହୋଇଥିବା ବେଳେ ଗୁଣିଗାରେଡ଼ି ସନ୍ଦେହରେ ଗଡ଼ୁଛି ମୁଣ୍ଡ। ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଗୁଣିଗାରେଡ଼ି ନେଇ ହତ୍ୟା, ସାମାଜିକ ବାସନ୍ଦ ଭଳି ଘଟଣା ପଦାକୁ ଆସୁଛି। ଉପାନ୍ତରୁ ଉପକୂଳ ଜିଲ୍ଲାଗୁଡ଼ିକରେ ଅନ୍ଧବିଶ୍ୱାସକୁ କେନ୍ଦ୍ରକରି ଜଘନ୍ୟ ହତ୍ୟା ଭଳି ଘଟଣା ଘଟୁଛି। ଗାଁ ଓ ପରିବାରରେ ଗୁଣିଗାରେଡ଼ିକୁ ନେଇ ଅଶାନ୍ତ ହେଉଛି। ଗତ ୫ ବର୍ଷରେ ରାଜ୍ୟରେ ୪୦୮ଜଣ ଗୁଣିଗାରେଡ଼ି ମାମଲାରେ ୩୯୫ ଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଗୁଣିଗାରେଡ଼ିର ହଟସ୍ପଟ୍‌ କୁହାଯାଉଛି। ରାଜ୍ୟରେ ଯେତିକି ବି ମାମଲା ବା ଗିରଫଦାରୀ ହୋଇଛି, ସେଥିରୁ ଏକ-ତୃତୀୟାଂଶ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।
ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୪ରେ ୬୨ଟି ମାମଲା ରୁଜୁ ହୋଇଛି। ଏଥିରେ ୪ ମହିଳାଙ୍କ ସମେତ ୪୮ଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୬ଟି ମାମଲାରେ ୭ ଜଣ ଗିରଫ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ୮ ମାମଲା ଓ ନବରଙ୍ଗପୁରରେ ୭ ମାମଲାରେ ୪ଜଣ ଲେଖାଏଁଙ୍କୁ ଗିରଫ କରାଯାଇଛି। ୨୦୨୩ରେ ୭୦ଟି ମାମଲାରେ ୨ ମହିଳାଙ୍କୁ ମିଶାଇ ୫୨ଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୬ଟି ମାମଲାରେ ୧୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ ରାଉରକେଲାରେ ୮ ମାମଲାରେ ୩ଜଣ ହୋଇଛନ୍ତି। ୨୦୨୨ରେ ୧୦୩ଟି ମାମଲା ୧୩ ମହିଳାଙ୍କୁ ମିଶାଇ ୮୯ଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜରେ ସର୍ବାଧିକ ୪୦ଟି ମାମଲାରେ ୨୦ ଜଣ ଓ ଗଞ୍ଜାମ ୫ମାମଲାରେ ୩୨ ଜଣ ଗିରଫ ହୋଇଛନ୍ତି। ୨୦୨୧ରେ ୭୯ଟି ମାମଲାରେ ୩ ମହିଳାଙ୍କୁ ମିଶାଇ ୧୦୨ଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜରେ ୨୮ଟି ମାମଲା ରୁଜୁ ହୋଇ ୨୫ଜଣ ଓ କନ୍ଧମାଳରେ ୩ଟି ମାମଲାରେ ୩୦ଜଣ ଗିରଫ ହୋଇଛନ୍ତି। ଅନୁରୂପ ଭାବେ, ୨୦୨୦ରେ ୯୪ଟି ମାମଲାରେ ୧୪ ମହିଳା ସହ ୧୦୪ଜଣଙ୍କୁ ଗିରଫ କରାଯାଇଥିଲା। ମୟୂରଭଞ୍ଜ ଜିଲ୍ଲାରେ ୩୫ଟି ମାମଲାରେ ୨୮ ଜଣ ଓ କଳାହାଣ୍ଡିରେ ୩ଟି ମାମଲାରେ ୧୭ଜଣ ଏବଂ କନ୍ଧମାଳରେ ଗୋଟିଏ ମାମଲାରେ ୧୦ଜଣ ଗିରଫ ହୋଇଛନ୍ତି।
ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଗୁଣିଗାରେଡ଼ି ମାମଲା ରୁଜୁ କରାଯାଉଛି। ମୟୂରଭଞ୍ଜ ସମେତ ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, ନବରଙ୍ଗପୁର, ରାୟଗଡା, କେନ୍ଦୁଝର, ରାଉରକଲା, ସମ୍ବଲପୁର, ନୟାଗଡ଼, ବରଗଡ, ଗଜପତି, ବ୍ରହ୍ମପୁର, ଝାରସୁଗଡା ଭଳି ଜିଲ୍ଲାରେ ଗୁଣିଗାରେଡ଼ି ମାମଲା ବୃଦ୍ଧି ହେଉଛି। ଗୁଣିଗାରେଡ଼ି ରୋକିବାକୁ ବ୍ୟାପକ ସଚେତନତା ସତ୍ତ୍ବେ ବି ଅଙ୍କୁଶ ଲାଗୁନି। ଗୁଣିଗାରେଡ଼ି ସାମାଜିକ ବ୍ୟାଧି ତଥା ଅନ୍ଧବିଶ୍ୱାସ ହୋଇଥିବା ବେଳେ ଏହାକୁ ନେଇ ଗାଁରେ ଅଶାନ୍ତର ବାର୍ତ୍ତାବରଣ ଓ ସୃଷ୍ଟି ହେଉଛି।
ଅନ୍ଧବିଶ୍ବାସର କୁପରିଣତି: ସୁସ୍ଥହେବାକୁ ଗୁଣିଆଁ ପାଖକୁ ଯାଇ ଯୁବତୀ ଗୁରୁତର, ମୁଣ୍ଡରେ ୨୨ଟି ଛୁଞ୍ଚି ପୁରାଇ ଦେଇଛି ତାନ୍ତ୍ରିକ
ବଲାଙ୍ଗୀର: ବଲାଙ୍ଗୀରରେ ପୁଣି ଅନ୍ଧବିଶ୍ବାସର କୁପରିଣତି । ସୁସ୍ଥହେବାକୁ ଗୁଣିଆଁ ପାଖକୁ ଯାଇ ଯୁବତୀ ଗୁରୁତର । ଦେବତାକୁ ଡରାଇବାକୁ ଯାଇ ୧୬ବର୍ଷିଆ ଝିଅ କପାଳରେ ୨୨ଟି ଛୁଞ୍ଚି ପୁରାଇ ଦେଇଛି ଗୁଣିଆଁ । ଦେହ ଅସୁସ୍ଥ ହେବା ପରେ ଏବେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଯୁବତୀ । ଦୁଇ ହାତରୁ ୮ଟି ଛୁଞ୍ଚି ବାହାର କରିବା ପରେ ଏବେ ବି କପାଳରେ ୨୨ଟି ଛୁଞ୍ଚି ରହିଥିବା ଜଣାପଡ଼ିଛି । ଗୁଣିଆଁ ବିରୋଧରେ କଣ୍ଟାବାଞ୍ଜି ଥାନାରେ ଏତଲା ପରେ ଗୁଣିଆକୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ଇଚ ଗାଁର ବିଷ୍ଣୁ ପ୍ରସାଦ ବେହେରାଙ୍କ ସାନ ଝିଅ ରେସ୍ମା ବେହେରା । ଗତ ୨୦୨୨ ରେ ବିଷ୍ଣୁଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ଝିଅ ଭୟଭୀତ ହେଉଥିବା ବେଳେ ବେହୋସ ହୋଇପଡୁଥିଲା। ଏନେଇ କଣ୍ଟାବାଞ୍ଜି ଡାକ୍ତର ଖାନାରେ ଚିକିତ୍ସା କରାଇଥିଲେ ବାପା । ହେଲେ କୌଣସି ଅସୁବିଧା ନଥିବା ସହ ଝିଅ ଭଲ ଥିବା କହିଥିଲେ ଡାକ୍ତର। କିନ୍ତୁ ପରେ ପୁଣି ସେଭଳି ଅସୁବିଧା ଦେଖିବାକୁ ମିକିଥିଲା । ଏନେଇ କଣ୍ଟାବାଞ୍ଜି ଜାମୁଟଝୁଲା ଗାଁର ଗୁଣିଆ ତେଜରାଜ ରଣାଙ୍କ ପାଖକୁ ଝଡାଫୁଙ୍କା କରିବାକୁ ଝିଅକୁ ନେଇଥିଲେ ବାପା । ସେଠାରେ ଝିଅ ଠିକ ହୋଇଯିବ କହିଥିଲା ଗୁଣିଆ। ମୁଣ୍ଡରେ ଗାଈଗୋରୁଙ୍କୁ ଇନଜେକ୍ସନ ଦିଆଯାଉଥିବା ନିଡିଲ ଆଣିଥିଲେ । ଝିଅଙ୍କ ବାପା ଏହା କଣ କରିବେ ବୋଲି କହିବାରୁ ମୁଣ୍ଡରେ ଥିବା ପ୍ରେତକୁ କାଢିବା ପାଇଁ ଏହା ବ୍ୟବହାର ହେବ ବୋଲି କହିଥିଲେ। ଝିଅକୁ ଗୁଣିଆ ତାଙ୍କ ସ୍ତ୍ରୀ ସହ ନେଇକି ଗୋଟିଏ କୋଠରୀରେ କିଛି ପୂଜା କରିଥିଲେ। ପୂଜା ପରେ ଝିଅ ସୁସ୍ଥ ହେବାରୁ ଘରକୁ ନେଇ ଯାଇଥିଲେ ପରିବାର । ହେଲେ କିଛି ଦିନ ପରେ ପୁଣି ସମାନ ସମସ୍ୟା ଦେଖାଯିବା ସହ ଝିଅର ହାତ କାଟି ରକ୍ତ ବାହାର କରିଯାଇଥିଲା । ଏନେଇ ଗୁଣିଆ ନିକଟକୁ ଯାଇ ଅଭିଯୋଗ କରିଥିଲେ ପରିବାର । ତେବେ ଗୁଣିଆ ବିରୋଧରେ ଥାନାରେ ଅଭିଯୋଗ ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ଗୁଣିଆ ଝିଅର ମୁଣ୍ଡରେ ଛୁଞ୍ଚି ପୂରାଇଥିବା ଦେଖିବାକୁ ମିଳିଥିଲା ।
ଗୁଣି ଗାରେଡି ସନ୍ଦେହରେ ପରିବାର ଲୋକଙ୍କୁ ଆକ୍ରମଣ, ୩ ଗିରଫ
ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଗୁଣି ସନ୍ଦେହରେ ଏକ ପରିବାର ଲୋକଙ୍କୁ ଆକ୍ରମଣ କରି ୩ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ସୂଚନା ଅନୁସାରେ, ଗୋପ ମହାନ୍ତି କଲୋନୀରେ ରହୁଥିବା ତେଜ ବାହାଦୁର ନାମକ ଜଣେ ବ୍ୟକ୍ତିଙ୍କ ମଝିଆ ଭାଇଙ୍କ ପୁଅ ଗତବର୍ଷ ଅସୁସ୍ଥ ହୋଇଥିଲେ । ତାଙ୍କୁ କୌଣସିମତେ ପରିବାର ଲୋକେ ସୁସ୍ଥ କରିଥିଲେ । ତେବେ ଏକ ମାସ ହେଲା ତାଙ୍କ ବଡ଼ ଭାଇ ବିଜୟ ବାହାଦୁରଙ୍କ ପତ୍ନୀ ଦୀର୍ଘ ଦିନ ହେଲା ଅସୁସ୍ଥ ଅଛନ୍ତି, ତାଙ୍କୁ ଚିକିତ୍ସା କରିବା ପରେ ମଧ୍ୟ ଭଲ ହେଉ ନ ଥିଲେ । ତେବେ ତାଙ୍କ ପରିବାରର ଲୋକଙ୍କୁ ନିକଟରେ ଥିବା ସୁଷମା ଗିରି ନାମ୍ନୀ ମହିଳା ଗୁଣି କରି ଅସୁସ୍ଥ କରୁଥିବା ଅଭିଯୋଗ କରି ଆସୁଥିଲେ । ଏହାକୁ କେନ୍ଦ୍ର କରି ପୂର୍ବରୁ ତେଜ ବାହାଦୁରଙ୍କ ପରିବାର ଲୋକଙ୍କ ସହ ସୁଷମା ଗିରି ଓ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିଲ।।
ଗୁରୁବାର ଅପରାହ୍ନ ପ୍ରାୟ ୪ଘଟିକା ସମୟରେ ତେଜ ବାହାଦୁର, ତାଙ୍କ ବଡ ଭାଇ ବିଜୟ ବାହାଦୁର, ପୁତୁରା ରାହୁଲ ବାହାଦୁର ଓ ତାଙ୍କର କିଛି ସମର୍ଥକ ମିଶି ସୁଷମା ଅନୁପସ୍ଥିତ ଥିବା ବେଳେ ଘରକୁ ଯାଇ ତାଙ୍କ ବାତ ରୋଗରେ ଆକ୍ରାନ୍ତ ସ୍ୱାମୀ ସୁରେନ୍ ଗିରିଙ୍କୁ ଟେକି ନେଇ କଚାଡି ଦେଇଥିଲେ । ସୁଷମାଙ୍କ ପୁଅ କଣ୍ଠ ଗିରିଙ୍କୁ ପ୍ରବଳ ମାଡ଼ ମାରିଥିଲେ । ପୁଅ ବହୁ ମୀନା ଗିରି ଓ ନିକଟରେ ଥିବା ଆଉ ଜଣେ ମହିଳା, ସୁଷମାଙ୍କ ଶାଶୁ ନେତ ଗିରିଙ୍କୁ ଖରାପ ଭାଷାରେ ଗାଳିଗୁଲଜ, ଟଣା ଓଟରା କରି ଅଶାଳୀନ ବ୍ୟବହାର କରିଥିଲେ । ଏ ନେଇ ସୁଷମା ଥାନାରେ ଅଭିଯୋଗ କରିବାରୁ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା । ଯୋଡ଼ା ପୋଲିସ କେସ ନଂ ୨୧୧ଦଫା ୩୪୧/୪୪୮/୨୯୪/୩୨୩/୩୫୪/୫୦୬/୩୪ଆଇ ପିସି,ଆର୍.ଡବ୍ଲ୍ୟୁ ସେକ୍ସନ (୧) ଦି ଓଡ଼ିଶା ପ୍ରିଭେନ୍ଶନ ୱିଚ ହଣ୍ଟିଙ୍ଗ ଆକ୍ଟ ୨୦୧୩ ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।
ଗୁଣି ଗାରେଡ଼ି ପରି କୁସଂସ୍କାର ତଥା ଅନ୍ଧବିଶ୍ୱାସ ଯୋଡ଼ା,ବଡ଼ବିଲ,ବିଲେଇପଦ।,ରୋଇଡ।,ଜୁରୁଡ଼ି,ଜଜାଙ୍ଗ, ବନ୍ଧୁଆବେଡ।,ପ୍ରଭୃତି ଅଂଚଳରେ ବାରମ୍ବାର ଘଟୁଥିଲେ ସୁଦ୍ଧା ଏହାକୁ ରୋକିବାରେ କିମ୍ବା ସଚେତନତା ସୃଷ୍ଟି କରିବାରେ ପ୍ରଶାସନ କିମ୍ବା ଅଂଚଳରେ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା (ଏନ୍ ଜି ଓ) ମାନେ ସେମାନଙ୍କର ଆନ୍ତରିକତା ଦେଖାଉ ନାହାନ୍ତି ବୋଲି ବୁଦ୍ଧିଜୀବୀମାନେ ମତ ବ୍ୟକ୍ତ କରିଛନ୍ତି ।
ଭୁବନେଶ୍ୱର: ‘ଡାହାଣୀ ଅପବାଦ’; ଅନେକ ମହିଳାଙ୍କ ସାମାଜିକ ପ୍ରତିଷ୍ଠା ଓ ପାରିବାରିକ ଜୀବନକୁ ଧ୍ବଂସ କରିଦିଏ। ଅନ୍ଧବିଶ୍ବାସ ଓ ସଚେତନତାର ଅଭାବ ଯୋଗୁ ମହିଳାମାନେ ନିର୍ଯାତନାର ଶିକାର ହୁଅନ୍ତି । ଆକ୍ରମଣର ଶିକାର ହେବା ସହ ପ୍ରାଣହାନୀ ହେବାର ଏକାଧିକ ଉଦାହରଣ ରହିଛି।
ଏହି ଅନ୍ଧବିଶ୍ବାସକୁ ଦୂର କରିବା ସହ ମହିଳାଙ୍କୁ ଅପବାଦରୁ ସୁରକ୍ଷିତ ରଖିବା ପାଇଁ ସ୍ବତନ୍ତ୍ର ଲଢ଼େଇର ମଙ୍ଗ ଧରିବ ‘ମିଶନ ଶକ୍ତି’। ମିଶନ ଶକ୍ତି ଅଧୀନରେ ଥିବା ଶହଶହ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ସମେତ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଏ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ତାଲିମ ଦିଆଯିବ ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ଅନୁସଚିବ ବିଧୂଭୂଷଣ କୁଲାଡ଼େ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ଡାହାଣୀ ହିଂସାକୁ ରୋକିବା ପାଇଁ ବିକଳ୍ପ ଉପାୟ ବାବଦରେ ଆଲୋଚନା ହେବ । ଏହାସହ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କିପରି ଆଇନଗତ ସାହାଯ୍ୟ ମିଳିପାରିବ ସେ ସମ୍ପର୍କରେ ସଚେତନ କରାଯିବ। କେବଳ ସେତିକି ନୁହେଁ; ଅଙ୍ଗନବାଡ଼ି ଦିଦିମାନେ ନିଜ ନିଜ ଅଞ୍ଚଳରେ ହେଉଥିବା ଗୁଣିଗାରେଡ଼ି ଓ ଡାହାଣୀବିରୋଧୀ ହିଂସା ବାବଦରେ ଟିକିନିଖ୍ ତଥ୍ୟ ରଖିବେ, ହିଂସାପ୍ରବଣ ଅଞ୍ଚଳର ତାଲିକା ପ୍ରସ୍ତୁତ କରିବେ ଓ ସେସବୁ ଅଞ୍ଚଳକୁ ନିୟମିତ ଗସ୍ତ କରି ଲୋକଙ୍କୁ ଏସବୁ ବାବଦରେ ବୁଝାଇବେ ।
ଆବଶ୍ୟକ ସ୍ଥଳେ ଘରକୁ ଘର ଯାଇ ଏହାର ସର୍ଭେ କରାଯିବା ସହ ସାହି ସାହିରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ୨୦୧୩ ମସିହାରୁ ରାଜ୍ୟରେ ଡାହାଣୀ ନିରୋଧୀ ଆଇନ ଥିବା ସତ୍ତ୍ବେ ଏହାକୁ କାର୍ଯ୍ୟକାରୀ କରିବ। ଦିଗରେ କୌଣସି ଆଇନ ପ୍ରଣୟନ ହୋଇ ପାରି ନାହିଁ। ମୟୂରଭଞ୍ଜ, କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାରେ ଏ ସମ୍ପର୍କିତ ହିଂସା ସର୍ବାଧିକ। ନୂଆ ରଣନୀତି ଅନୁସାରେ, ଡାହାଣୀବିରୋଧୀ ହିଂସାକୁ ରୋକିବା ଦିଗରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଗୁରୁ ଦାୟିତ୍ୱ ଦିଆଯିବ | ମହିଳା ଓ ଶିଶୁ ବିକାଶ ବିଭାଗ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହାୟତାରେ ଗୋଷ୍ଠୀଗତ ସଚେତନତା କାର୍ଯ୍ୟକ୍ରମ କରିବେ । ତୃଣମୂଳସ୍ତରରେ କାମ କରୁଥିବା ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର ସହାୟତାରେ ଏହି ହିଂସା ବାବଦରେ ତଥ୍ୟ ରଖାଯିବ। ସେହିପରି ୨୦୧୩ ମସିହାରୁ ପ୍ରଣୟନ ହୋଇଥିବା ଡାହାଣୀ ନିରୋଧ ଆଇନକୁ ପରିବର୍ତ୍ତନ କରାଯିବାକୁ ବିଭାଗ ଚିନ୍ତା କରୁଛି।
ଆକ୍ସନ୍ଏଡ୍ ପକ୍ଷରୁ ପ୍ରକାଶିତ ରିପୋର୍ଟର ତଥ୍ୟ ଅନୁସାରେ, ୨୦୧୦ରୁ ୨୦୨୦ ମଧ୍ୟରେ ରାଜ୍ୟରେ ଗୁଣିଗାରେଡ଼ି ଓ ଡାହାଣୀ ସନ୍ଦେହରେ ୯୩ଟି ମାମଲା ସାମ୍ନାକୁ ଆସିଥିବାବେଳେ ସେମାନଙ୍କ ଭିତରୁ ୮୦% ପୀଡ଼ିତା ନିଜ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ମହିଳା କମିଶନ ଓ ଆକ୍ସନ୍ଏଡ ଦ୍ବାରା ରାଜ୍ୟର ତିନିଟି ଜିଲ୍ଲାରେ କରାଯାଇଥିବା ସର୍ଭେରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ୨୦୧୮ ମସିହାରେ ରାଜ୍ୟରେ ୭୩ଟି ଗୁଣିଗାରେଡ଼ି ମାମଲା ସାମ୍ନାକୁ ଆସିଥିବା ବେଳେ ସେମାନଙ୍କ ଭିତରୁ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୯ରୁ ୨୦୨୦ ଭିତରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ ଓ ମାଲକାନଗିରି ଜିଲ୍ଲାରେ ଡାହାଣୀ ଓ ଗୁଣିଗାରେଡିକୁ ନେଇ କମିଶନ ପକ୍ଷରୁ ଅନ୍ୟ ଏକ ଅଧ୍ୟୟନ କରିଥିଲା । ଯେଉଁଥୁରୁ ଜଣାଯାଇଛି ଯେ, ତୃଣମୂଳସ୍ତରରେ ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟସେବା, ଛୋଟ ପିଲାଙ୍କୁ ଚିକତ୍ସା ସୁବିଧା ନ ମିଳିବା, ରୋଗୀଙ୍କୁ ଠିକ୍ ସମୟରେ ମେଡିକାଲ ସୁବିଧା ନ ମିଳିବା କାରଣରୁ ଲୋକମାନେ ଡାହାଣି ଓ ଗୁଣି ଗାରେଡି ଭଳି ଅଭ୍ୟାସର ବଶବର୍ତ୍ତୀ ହେଉଛନ୍ତି। ଲିଙ୍ଗଗତ ଅସମାନତା, ନିରକ୍ଷରତା, ଅନ୍ଧବିଶ୍ବାସ, ଦୁର୍ବଳ ସାମାଜିକ ଓ ଅର୍ଥନୈତିକ ଅବସ୍ଥା ଆଦି ଏହି ଅପରାଧକୁ ଅଧିକ ସହାୟକ ହେଉଛି।
ଏ ବାବଦରେ ଆକ୍ସନ୍ଏଡ ଓଡ଼ିଶାର ଆସୋସିଏଟ୍ ଡାଇରେକ୍ଟର ଦେବବ୍ରତ ପାତ୍ର କହିଛନ୍ତି ସାଧାରଣତଃ ଏକାକି ମହିଳା, ବିଧବା ମହିଳାମାନେ ଏଥିରେ ସବୁଠାରୁ ଅଧିକ ପୀଡ଼ିତ ହୋଇଥାନ୍ତି। ଏହା ଏଭଳି ଏକ ଅଭ୍ୟାସ ଯେଉଁଠି ଜଣେ ବ୍ୟକ୍ତି ବିରୁଦ୍ଧରେ ଗାଁଟା ଯକର ସବୁ ଲୋକ ଲାଗି ପଡ଼ିଥାନ୍ତି। ତେଣୁ ଅନେକ ସମୟରେ ମାମଲା ଥାନା ପର୍ଯ୍ୟନ୍ତ ଆସିପାରେ ନାହିଁ । ଏନେଇ ଆଇନ କଡାକଡି ଭାବେ ପାଳନ କରିବା ଦରକାର। ରାଜ୍ୟ ଓ ଜିଲ୍ଲାସ୍ତରରେ ଟାସ୍କଫୋର୍ସ ଗଠନ କରାଯାଇ ଏସବୁ ମାମଲାର ତଦାରଖ ହେବା ଦରକାର। ଵିଚ୍ ହଣ୍ଟିଙ୍ଗ ପ୍ରିଭେନ୍ସନ୍ ଅଫିସରମାନେ ରହି ଏସବୁ ମାମଲାରେ ହସ୍ତକ୍ଷେପ କଲେ ଯାଇ ଏଭଳି ଅଭ୍ୟାସ ତୃଣମୂଳ ସ୍ତରରେ ବନ୍ଦ ହୋଇ ପାରିବ । ସବୁଠାରୁ ବଡ କଥା ରାଜ୍ୟ ମହିଳା କମିଶନ ବା ମହିଳା ଓ ଶିଶୁ ବିକାଶ ବିଭାଗ ସିଧାସଳଖ ଏହି ମାମଲାରେ ହସ୍ତକ୍ଷେପ କଲେ ହିଁ ଏଭଳି ଅପରାଧକୁ ରୋକାଯାଇ ପାରିବ ।