Mamita Murder Case - The Sakala
ମମିତା ମେହେର ପ୍ରସଙ୍ଗରେ ଉତ୍ତରାଞ୍ଚଳ ଡିଆଇଜିଙ୍କ ପ୍ରେସ୍‌ମିଟ୍‌ : ପୀଡିତା ରାୟପୁର ଯାଇଥିବା ନେଇ ମିଳିନି କୌଣସି ତଥ୍ୟ
ବଲାଙ୍ଗୀର : ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଲିସ ତାର କର୍ତ୍ତବ୍ୟ ସଂପାଦନ କରିବାରେ କୌଣସି ହେଳା କରିନାହିଁ । ତଦନ୍ତରେ ସଂପୂର୍ଣ ସ୍ଵଚ୍ଛତା ଅବଲମ୍ବନ କରାଯାଇଛି । ଆଉ ପୁଲିସର ତଦନ୍ତ ନେଇ ଉଠିଥିବା ସମସ୍ତ ଅଭିଯୋଗ ନିରାଧାର ବୋଲି ଆଜି ଉତ୍ତରାଞ୍ଚଳ ଡିଆଇଜି ଡ . ଦୀପକ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପୁଲିସ ପ୍ରଫେସନାଲ କାର୍ଯ୍ୟ କରୁଛି।ଘଟଣାକୁ ଗୁରୁତ୍ୱର ସହ ନେଇଛି ଏବଂ ତଦନ୍ତ ଯେଉଁ ଦିଗରେ ଯିବା କଥା ପୁଲିସ ତାର କର୍ତ୍ତବ୍ୟ ସୂଚାରୁ ରୂପେ ନିଭାଇଛି ।ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ଜାରି ରଖିଥିବା ତଦନ୍ତରେ କେବଳ ଦୁଇ ଜଣ ଦୋଷୀ ରହିଛନ୍ତି । ମମିତା ମେହେରକୁ ହତ୍ୟା କରିବାରେ ଯେଉଁ ଦୁଇ ଜଣଙ୍କ ସମ୍ପୃକ୍ତି ରହିଛି, ତାଙ୍କୁ ପୁଲିସ ଗିରଫ କରିଛି  ଏବଂ ଆଇନ ଅନୁଯାୟୀ ଯାହା କରିବା ପୁଲିସର ଉତ୍ତରଦାୟିତ୍ୱ ତାହା ପୁଲିସ କରିଛି ।
ପ୍ରେସମିଟରେ ଉତ୍ତରାଞ୍ଚଳ ଡିଆଇଜି ଆହୁରି ମଧ୍ୟ କହିଛନ୍ତି ଯେ ମମିତା ହତ୍ୟାକାଣ୍ଡ ଘଟଣାରେ ପୁଲିସ ଏତଲା ରଖିନଥିବା ଅଭିଯୋଗ ଭିତ୍ତିହୀନ । ପୁଲିସ ତୁରନ୍ତ ଏତଲା ରଖିବା ସହିତ ଏତଲାକାରୀଙ୍କୁ ଏହାର କପି ବି ନିର୍ଧାରିତ ସମୟରେ ପ୍ରଦାନ କରିଛି । ଏହା ପୁଲିସ ବିଭାଗର ସରକାରୀ ପୋର୍ଟାଲ୍ ସିସିଟିଏନଏସରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଅପଲୋଡ ହୋଇଛି । ଆଉ ଏହାକୁ ସର୍ବସାଧାରଣ ଯେତେବେଳେ ଚାହିଁବେ ଦେଖିପାରିବେ । ଏଫଆଇଆରରେ କୌଣସି ପ୍ରକାର ହେରଫେରର ସାମାନ୍ୟତମ ବି ସୁଯୋଗ ନାହିଁ ବୋଲି ଡ . କୁମାର ସ୍ପଷ୍ଟ କରିଛନ୍ତି ।
ସେହିପରି ଅକ୍ଟୋବର ୧୩ ତାରିଖରେ ଏଫ୍‌ଆଇଆର ପଞ୍ଜିକୃତ ହୋଇ ସେହିଦିନ ହିଁ କୋର୍ଟକୁ ପଠାଯାଇଥିଲା । ହେଲେ ଦଶହରା ଛୁଟି ପାଇଁ ୧୬ ତାରିଖରେ ଏହା ମାଜିଷ୍ଟ୍ରେଟ୍‌ଙ୍କ ଠାରେ ଦାଖଲ ହୋଇଥିଲା । ତେଣୁ , ଏହି କ୍ଷେତ୍ରରେ ମଧ୍ୟ ଆଦୌ ଅବହେଳା ପ୍ରଦର୍ଶନ କରାଯାଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ତଦନ୍ତରେ କୌଣସି ଅବହେଳା ହୋଇନଥିବା ନେଇ ସେ ପ୍ରକାଶ କରିଛନ୍ତି । ଧାରା ୧୬୪ ସିଆର୍‌ପିସିରେ ଶହେରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ ତଥ୍ୟ ପ୍ରମାଣ ଯୋଗାଡରେ ପୁଲିସ ସଫଳ ହୋଇଛି । ଆଉ ଏହି ସବୁ ପ୍ରମାଣ ସାକ୍ଷ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ପର୍ଯ୍ୟାପ୍ତ ବୋଲି ଆମର ବିଶ୍ଵାସ ରହିଛି ବୋଲି ସେ କହିଛନ୍ତି । ଏହାଛଡା ପୁଲିସ ତାର ସମସ୍ତ ସାଧ୍ୟ ଲଗାଇ ସଂପୂର୍ଣ ସ୍ଵଚ୍ଛତାର ସହ ଏହାର ତଦନ୍ତ କରିଛି ବୋଲି ଡ . କୁମାର କହିଛନ୍ତି । ଆଉ ଅଭିଯୁକ୍ତର ସିନ୍ ରିକ୍ରିଏସନ୍‌କୁ ପୁଲିସର ନାଟକବାଜି ବୋଲି ହୋଇଥିବା ଅଭିଯୋଗକୁ ସେ ଖଣ୍ଡନ କରିବା ସହିତ ତଦନ୍ତକୁ ପ୍ରଫେସନାଲ୍ ଭାବେ କରାଯାଇଛି ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି । ଏହାବାଦ୍ ଅଭିଯୁକ୍ତକୁ ତ୍ଵରିତ ଦଣ୍ଡ ଦେବା ଦିଗରେ ପୁଲିସ କୌଣସି ଅବହେଳା କରିନାହିଁ କି କରିବ ନାହିଁ ବୋଲି ସେ ରୋକଠୋକ୍‌ ଶୁଣାଇଛନ୍ତି ।
ଏଥି ସହିତ ମମିତା ମେହେର ଗୋବିନ୍ଦ ସାହୁଙ୍କ ସହ ରାୟପୁର ଯାଇଥିବା ପ୍ରଶ୍ନକୁ ନେଇ ସ୍ପଷ୍ଟିକରଣ ରଖିଛନ୍ତି ଡିଆଇଡି । ସେ କହିଛନ୍ତି ପୋଲିସର ତଦନ୍ତ ଭିତ୍ତିରେ ବର୍ତ୍ତମାନ ପର୍ୟ୍ୟନ୍ତ ସେପରି କିଛି ସନ୍ଦେଶ କିମ୍ବା ପ୍ରମାଣ ମିଳିନାହିଁ ଯେ, ଅଭିଯୁକ୍ତ ସହ ପିଡ଼ିତା ରାୟପୁର ଯାଇଛନ୍ତି । ଅର୍ଥାତ ରାୟପୁର ଲିଙ୍କରେ କୌଣସି ସତ୍ୟତା ନଥିବା କହିଛନ୍ତି ଡିଆଇଡି ଦୀପକ କୁମାର ।
ଭକ୍ତ ଦାସ ଓ ଗୋବିନ୍ଦ ସାହୁଙ୍କ ମଧ୍ୟରେ କି ସମ୍ପର୍କ : ମମିତା ମାମଲାରେ ଭକ୍ତଙ୍କୁ ବିଜେଡିର ୫ ପ୍ରଶ୍ନ
ଭୁବନେଶ୍ବର : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାରେ ରାଜନୀତି କରୁଛନ୍ତି ବିରୋଧୀ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ସାଂସଦ ସସ୍ମିତ ପାତ୍ର ବିରୋଧୀଙ୍କ ଉପରେ ବର୍ଷିବା ସହ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ଉଠାଇଥିବା କଂଗ୍ରେସ ନେତା ଭକ୍ତ ଦାଶଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି।
ବିଜେଡି ସାଂସଦ ସସ୍ମିତ୍ ପାତ୍ର ପ୍ରେସମିଟ୍ କରି ଭକ୍ତଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି ।ସାସଂଦ ସସ୍ମିତ ପାତ୍ର କିଛି ଦୃଢ ତଥ୍ୟ ସହ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ମହାଲିଙ୍ଗ କଲେଜର ରେଜିଷ୍ଟର ଦସ୍ତାବିଜକୁ ଖୁଲାସା କରିଥିଲେ । ଯେଉଁଥିରେ ଫାଉଣ୍ଡର ମେମ୍ବର ତାଲିକାରେ ରହିଛନ୍ତି କଂଗ୍ରେସ ନେତା ଭକ୍ତ ଦାସଙ୍କ ପୁଅ କ୍ରାନ୍ତି ଦାସ । କ୍ରାନ୍ତି ଦାସ ସେହି ରେଜିଷ୍ଟରର ଦ୍ୱିତୀୟ ନମ୍ବରରେ ରହିଥିବା ଉଲ୍ଲେଖ ରହିଛି । ଯେଉଁ ସମୟରେ ସଂସ୍ଥା ରେଜିଷ୍ଟର ହୋଇଥିଲା ସେଥିରେ ଥିବା କ୍ରାନ୍ତି ଦାସଙ୍କ ବୟସ ୨୩ ଥିବା ବେଳେ ତାଙ୍କ ବାପାଙ୍କ ଭକ୍ତ ଚରଣ ଦାସ ଉଲ୍ଲେଖ ରହିଛି ।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ଗଭର୍ଣ୍ଣିଙ୍ଗ ବଡ଼ି କମିଟିରେ ଗୋବିନ୍ଦ ସାହୁ ଚେୟାରମେନ ଥିବାବେଳେ ଭକ୍ତ ଦାସଙ୍କ ପୁଅ କ୍ରାନ୍ତି ଦାସ ରହିଥିଲେ ଅଧ୍ୟକ୍ଷ । ମହାଲିଙ୍ଗ କଲେଜର ଫାଉଣ୍ଡର ଟ୍ରଷ୍ଟି ହେଉଛନ୍ତି ଗୋବିନ୍ଦ ସାହୁ । କଲେଜର ଦ୍ୱିତୀୟ ଟ୍ରଷ୍ଟି ହେଉଛନ୍ତି ଭକ୍ତ ଦାସଙ୍କ ପୁଅ କ୍ରାନ୍ତି । ଏ ନେଇ ଭକ୍ତ ଦାସ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଆହ୍ୱାନ ଦେଇଛି ।
ମହାଲିଙ୍ଗ କଲେଜର ପ୍ରତିଷ୍ଠାତା ଟ୍ରଷ୍ଟି ଭାବେ ତାଙ୍କ ପୁଅ କ୍ରାନ୍ତି ଦାସ ଥିଲେ କି ନାହିଁ?
ମହାଲିଙ୍ଗ କଲେଜର ଗୋବିନ୍ଦ ସାହୁଙ୍କ ସହ ଭକ୍ତଙ୍କ ସମ୍ପର୍କ କଣ ?
୨୫ ଜାନୁଆରୀ ୨୦୨୦ରେ ଭକ୍ତ ସେଠାକୁ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ପାଇଁ ଯାଇଥିଲେ କି ନାହିଁ?
ତେଲେଙ୍ଗାନା ଓ ବିହାରରେ କଂଗ୍ରେସ ଦଳର ନେତା ଓ କର୍ମୀ ଆଣିଥିବା ଭକ୍ତ ଦାସଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ସତ ନା ନାହିଁ?
ବିହାରରେ ମହାଗଠବନ୍ଧନ ମେଂଟ ଭାଙ୍ଗିବା ଘୋଷଣା କରି ବିଜେପିକୁ ସାହାଯ୍ୟ କରିଥିବା ଭକ୍ତ ଦାସ, କଳାହାଣ୍ଡିରେ ବିଜେପିକୁ ସାହାଯ୍ୟ କରୁଛନ୍ତି ନା ନାହିଁ ?
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା କଂଗ୍ରେସ ଓ ଓଡ଼ିଶା ବିଜେପି ମଧ୍ୟରେ ମଧୁଚନ୍ଦ୍ରିକା ରହିଛି । ଓଡ଼ିଶା ବିଜେପିର ବି ଟିମ୍ ହେଉଛି ଓଡ଼ିଶା କଂଗ୍ରେସ । ବିଜେପି ପ୍ରରୋଚନାରେ ଆଜି ପ୍ରେସମିଟ୍ କରିଛନ୍ତି ଭକ୍ତ ଦାସ । ଭକ୍ତ ଦାସଙ୍କ ପୁଅ ମହାଲିଙ୍କ କଲେଜ ଟର୍ଷ୍ଟିର ସଭାପତି ଥିଲେ କି ନାହିଁ ବୋଲି ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଆହ୍ୱାନ କରିଛି । ସୋସିଆଲ ମିଡିଆରେ ବୁଲୁଥିବା ଫଟୋ ବି ଦେଖାଇଛନ୍ତି ସସ୍ମିତ । ଫଟୋରେ ଭକ୍ତଙ୍କ ସହ ଗୋବିନ୍ଦ ଓ ମମିତାଙ୍କୁ ଦେଖିବାକୁ ମିଳିଛି । ଗୋବିନ୍ଦଙ୍କ ସହ ସଂପର୍କ କଣ ବୋଲି ଭକ୍ତ ଦାସଙ୍କୁ ପ୍ରେସମିଟରେ ପ୍ରଶ୍ନ କରିଛି ବିଜେଡି ।  ତେବେ ଭକ୍ତ ଦାସ ରାଜ୍ୟ ବାସୀଙ୍କୁ ମିଥ୍ୟା କହୁଛନ୍ତି ନା ସତ ତାହା ସର୍ବ ସମ୍ମୁଖରେ ସ୍ପଷ୍ଟ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ବିଜେଡ଼ି ସାସଂଦ ସସ୍ମିତ ପାତ୍ର ।
ଭକ୍ତ ଦାସ ୨୦୧୪ ମସିହାରେ ଶେଷ ଥର ପାଇଁ ମହାଲିଙ୍ଗ କଲେଜ ଯାଇଥିବା ନେଇ ବାରମ୍ବାର କହୁଥିବାବେଳେ ସେଠାରେ ଥିବା ନାମ ଫଳକରେ ୨୦୨୦ ମସିହାରେ ଯାଇଥିବା ଉଲ୍ଲେଖ ରହିଛି । ୨୫ ଜାନୁଆରୀ ୨୦୨୦ ମସିହାରେ ଭକ୍ତ ଦାସ ସେ କଲେଜ ଯାଇଥଲେ ସେଠି ସେ ହଷ୍ଟେଲର ଉଦଘାଟନ କରିଥିଲେ । ଭକ୍ତ ବାବୁ ଯେଉଁ ଅଭିଯୋଗ କରିଛନ୍ତି ମନ୍ତ୍ରୀଙ୍କ ସମ୍ପୃକ୍ତି ଅଛି କାହିଁକି ନା ସେ କଲେଜ ଯାଇ କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ। ତେଣୁ ଭକ୍ତ ଦାସ ମଧ୍ୟ ଏହି କଲେଜର କାର୍ଯ୍ୟକ୍ରମରେ ଯୋଗଦେଇ ସେ ମଧ୍ୟ ଅଭିଯୁକ୍ତ। ଭକ୍ତ ବାବୁଙ୍କ ବିରୋଧରେ ତାଙ୍କ ଦଳ ପକ୍ଷରୁ ବହୁବାର ଅନେକ ଅଭିଯୋଗ ଅଛି। ଏପରିକି ତେଲେଙ୍ଗାନାରେ ଟିକେଟ ଦେବା ପାଇଁ ଭକ୍ତ ବାବୁ ୩ ଲକ୍ଷ ଟଙ୍କା ନେଇଛନ୍ତି ବୋଲି ମଧ୍ୟ ଅଭିଯୋଗ ଅଛି। ଏପରିକି ବିହାର ପ୍ରଭାରୀ ଭାବେ ଭକ୍ତ ମଧ୍ୟ ଟିକେଟ ବିକ୍ରି କରିବା ନେଇ ଅଭିଯୋଗ ଆସିଛି। ଭକ୍ତ ଭାରତୀୟ ଜନତା ପାର୍ଟିର ଏଜେଣ୍ଟ ସାଜିଛନ୍ତି। ବିହାର ଆରଜେଡି ସହ ବିହାରରେ କଂଗ୍ରେସ ସମ୍ପର୍କ ତୁଟାଇବା ପଛରେ ଭକ୍ତଙ୍କ ସମ୍ପୂର୍ଣ ହାତ। ଯେଉଁଥିରେ ବଜେପି ଫାଇଦା ପାଇଚି , ତେଣୁ ବିଜେଡିକୁ ଆଙ୍ଗୁଠି ଉଠେଇବା ଆଗରୁ ନିଜକୁ ଦେଖନ୍ତୁ ।
ସେପ୍ଟେମ୍ବର ୨୦ରୁ ୨୩ ମୁଁ ରାୟପୁରରେ ନଥିଲି, ମିଥ୍ୟା ଅଭିଯୋଗ ଆଣିଥିବା କଣ୍ଟାବାଞ୍ଜି ବିଧାୟକ ସାଲୁଜାଙ୍କ ନିର୍ବାଚନ ମଣ୍ଡଳୀରେ ଥିଲି : ଦିବ୍ୟ ଶଙ୍କର ମିଶ୍ର
କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଣିଓଟାରି ଘଟଣା ସହ ଯୋଡ଼ିବାକୁ ଚେଷ୍ଟା କରୁଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ। ବାରମ୍ବାର ମନ୍ତ୍ରୀଙ୍କ ନାଁରେ ମିଥ୍ୟା ଆକ୍ଷେପ କରୁଥିବା ସାଲୁଜାଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍ପଦ ଓ ଦୁଃଭାର୍ଗ୍ୟଜନକ । ମୋ ବିରୋଧରେ ଏକ ଷଡଯନ୍ତ୍ର ହେଉଛି। ମମିତା ମେହେର ହତ୍ୟା ଘଟଣାରେ ମୋର କୌଣସି ସମ୍ପର୍କ ନାହିଁ, ବାରମ୍ବାର କହୁଛି ସବୁବେଳେ କହିବି ବୋଲି ମନ୍ତ୍ରୀ ଶ୍ରୀମିଶ୍ର କହିଛନ୍ତି।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଯେଉଁ ଅଭିଯୋଗ ଆଣିଛନ୍ତି ଯେ ସେପ୍ଟେମ୍ବର  ୨୦ରୁ ୨୩ ମୁଁ ରାୟପୁରରେ ଥିଲି। କିନ୍ତୁ ବିଧାୟକ ସାଲୁଜା ଜାଣିବା ଉଚିତ ମୁଁ ୨୧ ତାରିଖରେ ତାଙ୍କ ନିର୍ବାଚନ ମଣ୍ଡଳୀ କଣ୍ଟାବାଞ୍ଜିରେ ଥିଲି। ୨୨ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ପାଟଣାଗଡରେ ଉଦବୋଧନ ଦେଇଛି ଏବଂ ୨୫ ତାରିଖ ପର୍ଯ୍ୟନ୍ତ ମୁଁ ତାଙ୍କରି ଘରେ ତାଙ୍କରି ଗାଁରେ କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ପ୍ରତ୍ୟେକ ପଞ୍ଚାୟତରେ ଭ୍ରମଣ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟୁଥିଲି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘର ବାବଦରେ ସାଂଘାତିକ ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୋବିନ୍ଦ ଓ ମମିତାଙ୍କ ଭିତରେ ବୁଝାମଣା କରିବାକୁ ରାୟପୁରରେ ନେଇଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରାୟପୁରେ ଥିବା କୁଲ ହୋମ ଆପାର୍ଟମେଣ୍ଟରେ ସେପ୍ଟେମ୍ବର  ୨୦ରୁ ୨୩ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ।
ଭୁବନେଶ୍ୱର: ରାଜ୍ୟରେ ବିଜେପିର ପଦ୍ମ ପାଖୁଡ଼ା ଗୋଟାକ ପରେ ଗୋଟାଏ ଖସି ଚାଲିଛି। ଦଳର ନେତାମାନେ ଜଣକ ପରେ ଜଣେ ଦଳ ଛାଡୁଛନ୍ତି । ୨୦୧୯ ପରେ ଚାରି ଚାରିଟି ଉପନିର୍ବାଚନରେ ଦଳ ଭୟଙ୍କର ପରାଭବ ଭୋଗିଛି। ବାଲେଶ୍ବର ସଦର ଆସନ ହାତରୁ ଖସିଛି। ବିଭିନ୍ନ ଜିଲ୍ଲାରେ ଦଳରେ ଗୋଷ୍ଠୀ କନ୍ଦଳ ତୀବ୍ର । ଦଳୀୟ ନେତୃତ୍ବ ନିଜର ସ୍ଥିତି ଓ ଭବିଷ୍ୟତକୁ ନେଇ ଆଶଙ୍କାଗ୍ରସ୍ତ। ଏହି ସ୍ଥିତିରେ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସହ ଖାଉଟି ସାମଗ୍ରୀର ଦର ବୃଦ୍ଧି ସାଧାରଣ ଲୋକଙ୍କ ମନରେ ବିଜେପି ପ୍ରତି ବିତୃଷ୍ଣା ସୃଷ୍ଟି କରିଛି। ପେଟ୍ରୋଲ ଲିଟର ରାଜଧାନୀରେ ୧୦୭ ଟଙ୍କା ଅତିକ୍ରମ କରିଛି, ଡିଜେଲ ୧୦୫ ଟଙ୍କାରେ, ରନ୍ଧନଗ୍ୟାସ ସିଲିଣ୍ଡର ପିଛା ୧୦୦୦ ଟଙ୍କା ହେଲାଣି। ବିଜେପି କ୍ଷମତାକୁ ଆସିବା ପରେ ଏହି ସବୁ ସାମଗ୍ରୀର ମୂଲ୍ୟ ୨ ଗୁଣ ଛୁଇଁଲାଣି। ଏହି ସ୍ଥିତିରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ହାତରେ କିଛି ପ୍ରସଙ୍ଗ ନାହିଁ। ଏହି ପରିପ୍ରେକ୍ଷୀରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଜର ସ୍ଥିତି ବଞ୍ଚାଇ ରଖୁବା ଚିନ୍ତା ବିଜେପିକୁ ଘାରିଛି। ଦଳର କର୍ମୀଙ୍କୁ ସଙ୍ଗଠିତ କରିବା ଏବଂ ଲୋକଙ୍କ ମନରେ ସରକାରଙ୍କ ପ୍ରତି ଏକ ବିରୋଧାଭାସ ସୃଷ୍ଟି କରିବା ଲାଗି ‘ମମିତା’ ପ୍ରସଙ୍ଗକୁ ଏଜେଣ୍ଡା କରିଛି ରାଜ୍ୟ ବିଜେପି । ବିଡ଼ମ୍ବନା ହେଉଛି, ଏହି ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ପାଇଁ ଅତି ତଳସ୍ତରକୁ ମଧ୍ୟ ଦଳ ଖସି ଯାଇଛି। ‘ମମିତା’ ହତ୍ୟାକାଣ୍ଡ ପ୍ରସଙ୍ଗକୁ ଆୟୁଧ କରି ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ରୀତିମତ ଷଡ଼ଯନ୍ତ୍ର କରୁଛି ବିଜେପି।
ସନସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ‘ମମିତା’ ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଲିସ କଠୋର ପଦକ୍ଷେପ ଗ୍ରହଣ କରିଛି । ଅଭିଯୋଗ ସମ୍ପର୍କରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜଣେ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲର ସଭାପତି ଗୋବିନ୍ଦ ସାହୁ ଓ ସହଯୋଗୀ କୁହାଯାଉଥିବା ରାଧେଶ୍ୟାମକୁ ପୁଲିସ ଗିରଫ କରିଛି । ମମିତାକୁ ହତ୍ୟା କରିଥିବା ଗୋବିନ୍ଦ ସ୍ଵୀକାର କରିଛି। ମାମଲାର ତୁରନ୍ତ ତଦନ୍ତ ଓ ବିଚାର ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ମମିତାଙ୍କ ପିତାମାତା ପୁଲିସର ତଦନ୍ତ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବାକୁ ପୁଲିସକୁ ଅନୁରୋଧ କରିଛନ୍ତି । ରାଜ୍ୟ ମହିଳା କମିଶନ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ପୁଲିସ ଅଧିକାରୀଙ୍କୁ ଭେଟି ତଦନ୍ତର ଅଗ୍ରଗତି ଏବଂ ମହାଲିଙ୍ଗ କଲେଜରେ ଶିକ୍ଷାଦାନ ବ୍ୟବସ୍ଥାକୁ ତ୍ବରାନ୍ବିତ ସମ୍ପର୍କରେ ଆଲୋଚନା କରିଛନ୍ତି।
ମାତ୍ର ପୁଲିସର ତ୍ଵରିତ କାର୍ଯ୍ୟାନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ବିଜେପି ନେତାମାନଙ୍କର ହଜମ ହୋଇନାହିଁ। ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ, ଜିଲ୍ଲା ବନ୍ଦ ଡ଼ାକରା ସହ ବିଭିନ୍ନ ଥାନା ମଧ୍ୟରେ ଧସେଇ ପଶି ବିଶୃଙ୍ଖଳା ସୃଷ୍ଟି କରିବାରେ ଦଳୀୟ ନେତାମାନେ ଲାଗି ପଡ଼ିଛନ୍ତି। ଏହା ପଛରେ ଏକମାତ୍ର ଉଦ୍ଦେଶ୍ୟ ହେଉଛି ନିଜର ସ୍ଥିତି ରକ୍ଷା । ୨୦୧୯ ସାଧାରଣ ନିର୍ବାଚନରେ ଦେଶବ୍ୟାପୀ ଦଳର ହାୱା ସତ୍ତ୍ଵେ ଓଡ଼ିଶାରେ ବିଜୁ ଜନତା ଦଳ ପୁନର୍ବାର ଲୋକଙ୍କର ଆସ୍ଥା ଭାଜନ ହୋଇଛି। ତିନି ଚତୁର୍ଥାଂଶ ଆସନରେ ବିଜେଡି ବିଜୟୀ ହୋଇ ନବୀନଙ୍କ ନେତୃତ୍ବରେ ୫ମ ଥର ନିମନ୍ତେ କ୍ଷମତାସୀନ ହୋଇଛି। ପରବର୍ତ୍ତୀ ସମୟରେ ଅନୁଷ୍ଠିତ ସବୁ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଯେଉଁ କିଛି ସ୍ଥାନରେ ଦଳ ଦୁର୍ବଳ ପ୍ରଦର୍ଶନ କରିଥିଲା ସେଠାରେ ଦଳ ନିଜର କ୍ଷତି ଓ କ୍ଷତ ଭରଣା କରିବାରେ ସକ୍ଷମ ହୋଇ ସାରିଛି। କେବଳ ଆଗୁଆ ପ୍ରସ୍ତୁତି ନୁହେଁ; ପଞ୍ଚାୟତ ନିର୍ବାଚନ ନିମନ୍ତେ ସମସ୍ତ ପ୍ରକ୍ରିୟା ଦଳ ଶେଷ କରି ସାରିଛି। ସାଧାରଣତଃ ବିଧାନସଭା ନିର୍ବାଚନ ପୂର୍ବରୁ ଦଳବଦଳ ଦେଖାଯାଉଥିବାବେଳେ ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସର ବହୁ ନେତା ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ଫଳରେ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ଏକତରଫା ବିଜୟୀ ହେବାର ସମ୍ଭାବନା ଦେଖା ଦେଇଛି । ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ ଆଦି ନିର୍ବାଚନରେ ପ୍ରଚଣ୍ଡ ପରାଜୟ ଜାତୀୟସ୍ତରରେ ଦଳକୁ ଅଡ଼ୁଆରେ ପକାଇଛି । ଟିକା, କୋଭିଡ୍ ପରିଚାଳନା, ଚୀନର ସୀମା ଅତିକ୍ରମଣ ଆଦି ଜାତୀୟ ପ୍ରସଙ୍ଗ ମଧ୍ୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି। ଯାହାର ପରୋକ୍ଷ ପ୍ରଭାବ ସଙ୍ଗଠନ ଉପରେ ପଡ଼ିଛି। ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲା ପରିଷଦ ଏକପ୍ରକାର ହାତରୁ ଖସିଛି, ଅନ୍ୟ ଜିଲ୍ଲାଗୁଡ଼ିରେ ଅନୁରୂପ ସ୍ଥିତି । ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଜର ସ୍ଥିତି ରକ୍ଷା କରିବା ଦଳ ପାଇଁ ବଡ଼ ଆହ୍ବାନ ହୋଇଛି । ଏହା ହିଁ ବିଜେପି ପାଇଁ ଶିରପୀଡ଼ା ପାଲଟିଛି । ତେଣୁ କ୍ଷମତା ଦଖଲ ଲାଗି ‘ମମିତା’ ପ୍ରସଙ୍ଗକୁ ଜିଆଇ ରଖୁ ଏକ ସମ୍ବେଦନଶୀଳ ଘଟଣାରୁ ରାଜନୈତିକ ଫାଇଦା ଉଠାଇବାକୁ ବିଜେପି ଲାଗିପଡ଼ିଛି ।
ମମିତା ହତ୍ୟାକାଣ୍ଡ ମାମଲା: ଆଜି ମମିତା ମେହେରଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ମହାଲିଙ୍ଗ ଷ୍ଟାଡିୟମ ଗସ୍ତ କରିବେ ମହିଳା କମିଶନ ଅଧ୍ୟକ୍ଷା
ବଲାଙ୍ଗିର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ଛାନଭିନ ପାଇଁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମୀନତି ବେହେରାଙ୍କ ନେତୃତ୍ବରେ ଏକ ୪ଜଣିଆ ଟିମ ବଲାଙ୍ଗିରରେ ପହଞ୍ଚିଛନ୍ତି। ଶୁକ୍ରବାର ଅଧ୍ୟକ୍ଷା ଶ୍ରୀମତୀ ବେହେରା ଏସପି ନୀତିନ କୁଶଲକରଙ୍କୁ ଭେଟି ମାମଲାର ତଦନ୍ତ ବିଷୟରେ ଆଲୋଚନା କରିଥିଲେ। ସୂଚନା ଅନୁସାରେ ବଲାଙ୍ଗିର ଝରଣୀ ଗାଁର ମମିତା ମେହେରଙ୍କ ହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ପରିବାର ଲୋକଙ୍କ ନ୍ୟାୟ ପ୍ରଦାନ ଦାବିରେ ଆନ୍ଦୋଳନ, ପ୍ରତିବାଦ କରାଯାଉଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ଏହି ଘଟଣାରେ କିଛି ବଡବଡିଆ ନେତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଏହି ଘଟଣାର ତଦନ୍ତ ସହିତ ଅସଲ ସତ୍ୟ ଛାନଭିନ କରିବା ପାଇଁ ବଲାଙ୍ଗିରରେ ଶୁକ୍ରବାର ରାଜ୍ୟ ମହିଳା କମିଶନ ଡ. ମିନତି ବେହେରାଙ୍କ ନେତୃତ୍ବରେ ଏକ ଚାରି ଜଣିଆ ଟିମ ପହଞ୍ଚିଥିଲେ ।
ପ୍ରଥମେ ଏହି ଟିମ ବଲାଙ୍ଗିର ଏସପିଙ୍କ କାର୍ଯ୍ୟାଳକୁ ଯାଇ ସେଠାରେ ଘଟଣା ଓ ତଦନ୍ତ ବିଷୟରେ ଆଲୋଚନା କରିଥିଲେ । ଆଜି ଏହି ଟିମ ତୁରେକେଲା ବ୍ଲକ ଝରଣୀ ଗାଁକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ମହାଲିଙ୍ଗ କଲେଜ ଯିବେ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ମାମଲାରେ ଜାତୀୟ ମହିଳା କମିଶନ ରିପୋର୍ଟ ତଲବ କରିସାରିଛନ୍ତି। ତେବେ ରାଜ୍ୟ ମହିଳା କମିଶନ ନିଜ ରିପୋର୍ଟରେ କଣ ଦର୍ଶାଇବେ ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।
ଅନ୍ୟପକ୍ଷରେ ଉକ୍ତ କଲେଜରେ ଛାତ୍ରୀମାନଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିବା ନେଇ ଯେଉଁ ଅଭିଯୋଗ ଆସିଛି ସେ ଉପରେ ମଧ୍ୟ ଉକ୍ତ ଟିମ ଛାନଭିନ କରିବ ବୋଲି ଅଧ୍ୟକ୍ଷା ସୂଚନା ଦେଇଛନ୍ତି। ଏହା ସହିତ ପୀଡିତା ପରିବାରଙ୍କୁ ଶୀଘ୍ର ଯେପରି ନ୍ୟାୟ ମିଳିବ ସେଥିପ୍ରତି କମିଶନ ଦୃଷ୍ଟିଦେବ ବୋଲି କମିଶନ ଅଧ୍ୟକ୍ଷା ଡ. ମୀନତି ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଚାରିଜଣିଆ ଟିମରେ ଅଧ୍ୟକ୍ଷାଙ୍କ ସହିତ ଅତିରିକ୍ତ ଏସପି ବିଜୟା ବରୁଆ, ଇନ୍ସପେକ୍ଟର ସସ୍ମିତା ଦାଶ ଓ ଆଇନ ଅଧିକାରୀ ଅରବିନ୍ଦ ପଟ୍ଟନାୟକ ରହିଛନ୍ତି।