Pathani Samanta - The Sakala

ଜ୍ୟୋତିର୍ମୟ ଜ୍ୟୋତିଷୀ ପଠାଣି ସାମନ୍ତ; ସିଦ୍ଧାନ୍ତ ଦର୍ପଣ, ସୂର୍ଯ୍ୟଘଡ଼ି ଉଦ୍ଭାବନ ଓ ଜ୍ୟୋତିଷ ବିଦ୍ୟା ସମେତ ତାରାଗଣନାରେ ବିରଳ କୃତିତ୍ୱ
ନୟାଗଡ଼/ଖଣ୍ଡପଡ଼ା(ଅନିଲ୍‌‌ କୁମାର ପଣ୍ଡା/ଜନ୍ମେଜୟ ଦଳେଇ): ନୟାଗଡ଼ ଜିଲ୍ଲାର ଘଞ୍ଚ ଜଙ୍ଗଲ ପାହାଡ଼ ପର୍ବତ ଘେରି ରହିଥିବା ଖଣ୍ଡପଡ଼ା ଗଡ଼ରେ ଜନ୍ମ ଗ୍ରହଣ କରିଥିବା ପଠାଣି ସାମନ୍ତ ଯେ ସାରା ବିଶ୍ୱରେ ଆଦର୍ଶ ପାଲଟିବେ ତାହା କେହି କେବେ ବିଶ୍ୱାସ କରି ନ ଥିଲେ। ସିଦ୍ଧାନ୍ତ ଦର୍ପଣଠାରୁ ଆରମ୍ଭ କରି ସୂର୍ଯ୍ୟଘଡ଼ି ଉଦ୍ଭାବନ ଓ ଜ୍ୟୋତିଷ ବିଦ୍ୟା ସମେତ ତାରାଗଣନା ତାଙ୍କର ବିରଳ ଓ ବିଶେଷତ୍ୱକୁ ସାଧାରଣରେ ଚିର ପ୍ରତିପାଦିତ କରିପାରିଛି। ପଠାଣି ସାମନ୍ତ ଭାବେ ପରିଚିତ ସାମନ୍ତ ଚନ୍ଦ୍ରଶେଖରଙ୍କ ଏଭଳି କୃତିତ୍ୱ ଓ ସ୍ମୃତିକୁ ନେଇ ଆଜିର ଉପସ୍ଥାପନା।

ନାମକରଣ ପଛରେ ରହସ୍ୟ

ଉତ୍କଳର ଚତୁର୍ବିଂଶତି କରଦ ରାଜ୍ୟ ମଧ୍ୟରୁ ଗୋଟିଏ କ୍ଷୁଦ୍ର ଗଡ଼ଜାତ ହେଉଛି ଖଣ୍ଡପଡ଼ା। ଖଣ୍ଡିଏ ଖଣ୍ଡିଏ ପଡ଼ାର ମିଶ୍ରଣରେ ରାଜ୍ୟଟି ଗଠିତ ହୋଇଥିବାର ପ୍ରବାଦ ଅଛି। ଖଣ୍ଡପଡ଼ା କ୍ଷୁଦ୍ର ରାଜ୍ୟ ହେଲେ ହେଁ ପ୍ରତିଷ୍ଠା ସମ୍ବନ୍ଧରେ ଅପର ଗଡ଼ଜାତମାନଙ୍କ ମଧ୍ୟରେ ସ୍ଥାନ ନ୍ୟୂନ ନୁହେଁ। ସାମନ୍ତ ଚନ୍ଦ୍ରଶେଖରଙ୍କ ଅନ୍ୟ ନାମ ହେଉଛି ପଠାଣି। ତାଙ୍କ ମାଆ ବିଷ୍ଣୁମାଳି ଦେବୀ ତାଙ୍କୁ ଶ୍ରଦ୍ଧାରେ ଏହି ନାମରେ ଡାକୁଥିଲେ। ରାଜ ପରିବାରରେ ଜନ୍ମଗ୍ରହଣ କରିଥିବା ଚନ୍ଦ୍ରଶେଖରଙ୍କ ପିତାଙ୍କ ନାମ ଶ୍ୟାମବନ୍ଧୁ ସିଂହ। ବିଷ୍ଣୁମାଳି ଦେବୀ ଚନ୍ଦ୍ରଶେଖରଙ୍କୁ ପଠାଣି ଡାକିବା ପଛରେ ଏକ ଭିନ୍ନ କାରଣ ରହିଛି। ସାଧାରଣତଃ ଗାଁ ଗହଳରେ ଯେଉଁ ନାରୀର ବାରମ୍ବାର ଛୁଆ ଜନ୍ମହେବା ପରେ ମରିଯାଇଥାଏ, ସେହି ନାରୀ ତା’ର ଛୁଆକୁ ଯମ କବଳରୁ ରକ୍ଷା କରିବା ପାଇଁ ଏକ ଅପର୍ତ୍ତିଆ ନାମ ଦେଇଥାଏ। ବିଷ୍ଣୁମାଳି ଦେବୀଙ୍କର ୯ଟି କନ୍ୟା ପରେ ଗୋଟିଏ ପୁତ୍ର ଲାଭ ହୋଇଥିଲା। ଅଥଚ ୨ଟି କନ୍ୟା ଓ ଗୋଟିଏ ପୁତ୍ରର ମୃତ୍ୟୁ ହୋଇଯିବାରୁ ବିଷ୍ଣୁମାଳି ଦେବୀ ବ୍ୟାକୁଳ ହୋଇ ଖଣ୍ଡପଡ଼ାର ଦେଢ଼ କୋଶ ପୂର୍ବବର୍ତ୍ତୀ ଖୁଣ୍ଟୁପଡ଼ା ଗ୍ରାମରେ ଅବସ୍ଥିତ ରାମେଶ୍ୱର ମହାଦେବଙ୍କ ମନ୍ଦିରରେ ଗୁହାରିଆ ପଡ଼ିଥିଲେ। ସେଠାରେ ତାଙ୍କୁ ଗୋଟିଏ ଚିକ୍କଣ ବିଷ୍ଣୁ ଶିଳା ପ୍ରାପ୍ତି ହେଲା ଏବଂ ତାହା ଶିବ ପ୍ରସାଦ ବୋଲି ଅତ୍ୟନ୍ତ ଆନନ୍ଦରେ ଗିଳିଦେଲେ। ତା’ ପରେ ଶୁଭକ୍ଷଣରେ ଗର୍ଭୋଦୟ ହେଲା ଏବଂ ଗର୍ଭରୁ କ୍ଷଣଜନ୍ମା ଚନ୍ଦ୍ରଶେଖର ୧୮୩୫ ମସିହା ପୌଷ କୃଷ୍ଣାଷ୍ଟମୀ ଦିନ ଆବିର୍ଭୂତ ହେଲେ। ମହାଦେବଙ୍କ ଅଶିଷରୁ ଜନ୍ମଗ୍ରହଣ କରିଥିବା ଚନ୍ଦ୍ରଶେଖରଙ୍କୁ ବିଷ୍ଣୁମାଳି ଆଉ ହରାଇବାକୁ ଚାହୁଁ ନ ଥିଲେ, ତେଣୁ ତାଙ୍କର ଏକ ଅପର୍ତ୍ତିଆ ନାମ ପଠାଣି ଦେଇଥିବାର ଦୃଷ୍ଟାନ୍ତ ମିଳେ।

ପିଲାଦିନୁ ପ୍ରଜ୍ଜ୍ବଳିତ ପ୍ରତିଭା

ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ସାମନ୍ତ ଜଣେ ଅସାଧାରଣ ଜ୍ୟୋତିର୍ବିଦ୍‌‌ ହେବେ ଏହା ବାଲ୍ୟକାଳରୁ ସୂଚିତ ହେଉଥିଲା। ପିଲାଦିନେ ସେ ଖେଳୁଖେଳୁ ସୂର୍ଯ୍ୟ କିରଣ ଦେଖି ଛାୟାର ମାପ ରଖୁଥିଲେ। ଚନ୍ଦ୍ରଶେଖର ପିତା ଶ୍ୟାମବନ୍ଧୁ ସିଂହଙ୍କ ଠାରୁ ୧୦ ବର୍ଷ ବୟସରେ ସାମାନ୍ୟ ଫଳିତ ଜ୍ୟୋତିଷ ଶିକ୍ଷା ପାଇଥିଲେ, ଯାହାକି ତାଙ୍କ ପାଇଁ ପ୍ରେରଣାର ଉତ୍ସ ଥିବା ଜଣାପଡ଼େ। ଚନ୍ଦ୍ରଶେଖର ଜଣେ ସଂସ୍କୃତ ପଣ୍ଡିତ ଥିଲେ। ସେ ବୈଦେହୀଶ ବିଳାସ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଳାବଣ୍ୟବତୀ, ଚନ୍ଦ୍ରକଳା, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଆଦି ଅଧ୍ୟୟନ କରିଥିଲେ, ଚନ୍ଦ୍ରଶେଖର ବିବାହ ପୂର୍ବରୁ ତିଗିରିଆ ଗଡ଼ଠାରେ ବିଦ୍ୱନ୍ମୋଦତ ରଙ୍ଗିଣୀ ଏବଂ ଷଡ଼ଦର୍ଶନର ସମସ୍ତ ବିବରଣୀ ଅତି ସଂକ୍ଷିପ୍ତ ଭାବରେ ଶିକ୍ଷା କରିଥିଲେ। ଚନ୍ଦ୍ରଶେଖର ୨୨ ବର୍ଷ ବୟସରେ ଅନୁଗୁଳ ରାଜବଂଶଜା ତୁରଙ୍ଗା ଗ୍ରାମ ନିବାସୀ ଦେବୀଙ୍କୁ ବିବାହ କରିଥିଲେ।

ସୂର୍ଯ୍ୟଘଡ଼ି ଏକ ବିରଳ ଅବଦାନ

ଭାରତର ବିଭିନ୍ନ ପ୍ରଦେଶବାସୀ ଏବଂ ପାଶ୍ଚାତ୍ୟ ଦେଶର ପଣ୍ଡିତମାନେ ଚନ୍ଦ୍ରଶେଖରଙ୍କର ପାଣ୍ଡିତ୍ୟର ଯେପରି ପରିଚୟ ପାଇଥିଲେ, ଉତ୍କଳବାସୀ ସେପରି ପାଇ ପାରି ନ ଥିଲେ। ଉତ୍କଳର ଅରଣ୍ୟାନୀ ମଧ୍ୟରେ ଆବିର୍ଭୂତ ହୋଇ ଧନ-ଜନ-ସହାୟ-ଶୂନ୍ୟ ଅବସ୍ଥାରେ ସେ ନିଜେ ଅଲୌକିକ ପ୍ରତିଭା ପ୍ରଦର୍ଶନ କରିଥିଲେ। ତାହା ଅନିର୍ବଚନୀୟ। ୧୮୯୩ ମସିହା ସେପ୍ଟେମ୍ବରରେ ପଠାଣି ସାମନ୍ତ ଚନ୍ଦ୍ରଶେଖରଙ୍କୁ କଟକଠାରେ ମହାମହୋପାଧ୍ୟାୟ ଉପାଧିରେ ଭୂଷିତ କରାଯାଇଥିଲା। ପଠାଣି ସାମନ୍ତ ସମୟ ଜାଣିବା ପାଇଁ ଏକ ସୂର୍ଯ୍ୟଘଡ଼ିର ନିର୍ମାଣ କରିଥିଲେ ଯାହା ଏବେ ଖଣ୍ଡପଡ଼ା ଅଦାଲତ ପାଖରେ ଅକାମୀ ହୋଇ ପଡ଼ିରହିଛି। ସାମନ୍ତ ତାଙ୍କ ଦେହ ତ୍ୟାଗର ଆଗୁଆ ଗଣନା କରିପାରିଥିଲେ। ସେ ଶେଷ ସମୟରେ ପୁରୀଠାରେ ଅବସ୍ଥାନ କରି ୧୯୦୪ ମସିହା ଜ୍ୟେଷ୍ଠ ଦ୍ୱାଦଶୀ ତିଥି ତଥା ଜୁନ ୧୧ ତାରିଖରେ ସ୍ୱର୍ଗାରୋହଣ କରିଥିଲେ।

ଶ୍ରୀଜଗନ୍ନାଥ ମନ୍ଦିରରେ ପଠାଣିଙ୍କ ପଞ୍ଜିକା

୧୮୭୬ ମସିହା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦୈନନ୍ଦିନ କାର୍ଯ୍ୟର ପରିଚାଳନା ନିମନ୍ତେ ଏକ ବିଶୁଦ୍ଧ ପଞ୍ଜିକାର ଆବଶ୍ୟକ ହେବାରୁ ସେଠାରେ ଗୋଟିଏ ସଭା ହୋଇଥିଲା। ସଭାରେ ସାମନ୍ତଙ୍କ ପଞ୍ଜିକାର ବିଶୁଦ୍ଧତା ପ୍ରମାଣ ହେବାରୁ ସେହି ଦିନଠାରୁ ତଦୀୟ ପଞ୍ଜିକାନୁସାରେ ମନ୍ଦିରର ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଆସୁଛି। ଚନ୍ଦ୍ରଶେଖର ପୁରୀ ଶ୍ରୀକ୍ଷେତ୍ର ଧାମରେ ସମୟ ବିତାଇବା ଲାଗି ଅଧିକ ଭଲ ପାଉଥିଲେ। ସେ ଗଣନା ଦ୍ୱାରା ତାଙ୍କର ମୃତ୍ୟୁର ଦିନ ଓ ସମୟ ଆଗୁଆ ଜାଣି ପାରିଥିଲେ। ତେଣୁ ସେ ମୃତ୍ୟୁ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ନିମନ୍ତେ ପୁରୀ ଯାଇଥିଲେ। ବାଟରେ ଫେରିବା ସମୟରେ ଜଳବିହୀନ ଗୋଟିଏ ପୁଷ୍କରିଣୀରେ କିଛି ମାଛ ଛଟପଟ ହେଉଥିବା ଦେଖି ମାଛଗୁଡ଼ିକୁ ନିଜ ବସ୍ତ୍ର ଦ୍ୱାରା ଊଦ୍ଧାର କରି ଅନ୍ୟ ଏକ ପୁଷ୍କରିଣୀରେ ଛାଡ଼ିଥିଲେ। ତେଣୁ ଭଗବାନ ତାଙ୍କର ଆୟୁଷ ବୃଦ୍ଧିର ଆଶୀର୍ବାଦ କରିଥିବାରୁ ତାଙ୍କର ପ୍ରଥମ ଗଣନା ଭୁଲ ପ୍ରମାଣିତ ହେଲା ବୋଲି ଏକ ଲୋକକଥା ରହିଛି। ଅସାଧାରଣ ପାଣ୍ଡିତ୍ୟ ବଳରେ ଚନ୍ଦ୍ରଶେଖର ଭାସ୍କରାଚାର୍ଯ୍ୟ ପ୍ରମୁଖ ପ୍ରାତଃସ୍ମରଣୀୟ ଜ୍ୟୋତିର୍ବିଦଙ୍କ ଆସନ ଗ୍ରହଣ ପୂର୍ବକ ଭାରତର ମୁଖ ଉଜ୍ଜ୍ୱଳ କରିଯାଇଛନ୍ତି।

ଐତିହ୍ୟକୁ ଋଦ୍ଧିମନ୍ତ କରୁଛି ଖଣ୍ଡପଡ଼ା

ଖଣ୍ଡପଡ଼ା ଗଡ଼ରେ ଜନ୍ମଗ୍ରହଣ କରିଥିବା ମହାମହୋପାଧ୍ୟାୟ ପଠାଣି ସାମନ୍ତ ଚନ୍ଦ୍ରଶେଖରଙ୍କ ବାସଭବନ ବଜାର ସାହିରେ ରହିଛି। ତାଙ୍କ ବଂଶଜ ତଥା ପଠାଣି ସାମନ୍ତଙ୍କ ନାତିଙ୍କ ଅଣନାତି, ପଣନାତିମାନେ ଏହିଠାରେ ଅବସ୍ଥାନ କରୁଛନ୍ତି। ଖଣ୍ଡପଡ଼ା ଉମାଦେବୀଙ୍କ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିନି ପ୍ଲାନେଟୋରିୟମ୍‌‌ ତଥା ସଂଗ୍ରହାଳୟ ନିର୍ମାଣ କରାଯାଇଛି। ରଥଗଡ଼ା ଛକ ଏବଂ ବଜାର ସାହିରେ ପଠାଣି ସାମନ୍ତଙ୍କ ଦୁଇଟି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଅଦାଲତ ପାଖରେ ସୂର୍ଯ୍ୟଘଡ଼ି ଅବହେଳିତ ଅବସ୍ଥାରେ ରହିଥିବା ଦେଖାଯାଇଛି। ପଠାଣି ସାମନ୍ତଙ୍କ ଐତିହ୍ୟକୁ ନେଇ ନୟାଗଡ଼ ଜିଲ୍ଲା ତଥା ଖଣ୍ଡପଡ଼ା ଗର୍ବ ଅନୁଭବ କରୁଥିବା ବେଳେ ଐତିହ୍ୟ ସୁରକ୍ଷା ପାଇଁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଖଣ୍ଡପଡ଼ା ମାଟିରେ ପଠାଣି ସାମନ୍ତଙ୍କ ନାଁରେ ଏକ ବିଜ୍ଞାନ କେନ୍ଦ୍ର, ପ୍ଲାନେଟୋରିୟମ ନିର୍ମାଣ କରିବାକୁ ଦାବି ହେଉଛି।

ଶ୍ରେଷ୍ଠ ଅବଦାନ ‘ସିଦ୍ଧାନ୍ତ ଦର୍ପଣ’

ସିଦ୍ଧାନ୍ତ ଦର୍ପଣ ଚନ୍ଦ୍ରଶେଖରଙ୍କର ଜୀବନବ୍ୟାପୀ ପରିଶ୍ରମର ଶ୍ରେଷ୍ଠ ଫଳ ବୋଲି ବିଚାର କରାଯାଏ। ସେ ଚକ୍ଷୁରେ ଯାହା ଦେଖୁଥିଲେ, ତାହା ହିଁ ଲିପିବଦ୍ଧ କରୁଥିବାର ପ୍ରମାଣ ମିଳେ। ଚନ୍ଦ୍ରଶେଖର ୩୪ ବର୍ଷ ବୟସରେ ସିଦ୍ଧାନ୍ତ ଦର୍ପଣ ରଚନା ଶେଷ କରିଥିଲେ ଏବଂ ଗ୍ରନ୍ଥ ସମାପ୍ତି ସକାଶେ ସେ ୨୦ ବର୍ଷ କାଳ ଦିବାରାତ୍ର କଠୋର ଅଧ୍ୟବସାୟରେ ନିଜକୁ ନିୟୋଜିତ କରିଥିଲେ। ଚନ୍ଦ୍ରଶେଖର ୨ ଖଣ୍ଡ ବାଉଁଶ ନଳି ସାହାଯ୍ୟରେ ଗ୍ରହ ନକ୍ଷତ୍ରଙ୍କର ଗତିବିଧି ଲକ୍ଷ୍ୟ କରିବା ସହ ବଡ଼ ବଡ଼ ପର୍ବତର ଉଚ୍ଚତା ମାପକରି ସାରା ବିଶ୍ୱକୁ ଚକିତ କରୁଥିଲେ। ନୟାଗଡ଼ ଜିଲ୍ଲାର ପ୍ରଧାନ ପର୍ବତ ରାଜଗିରିର ଉଚ୍ଚତା ୨୮୦୨ ଫୁଟ ବୋଲି ସାମନ୍ତ ଗଣନା ଦ୍ୱାରା ପ୍ରକାଶ କରିଥିଲେ। ଚନ୍ଦ୍ରଶେଖର ସିଂହ ସାମନ୍ତ ୧୮୫୦ ସାଲଠାରୁ ଗ୍ରନ୍ଥ ରଚନା ଆରମ୍ଭ କରିଥିଲେ ଏବଂ ୧୮୭୦ ସାଲରେ ଏହା ଶେଷ ହୋଇଥିଲା। ୧୮୯୪ ରେ ପୁସ୍ତକର ମୁଦ୍ରଣ ଆରମ୍ଭ ହୋଇ ୧୮୯୯ରେ ଶେଷ ହୋଇଥିଲା। ପୁସ୍ତକର ମୁଦ୍ରଣ କାର୍ଯ୍ୟରେ ୧୨୫୦ ଟଙ୍କା ବ୍ୟୟ ହୋଇଥିଲା। ଚନ୍ଦ୍ରଶେଖରଙ୍କ ପ୍ରଧାନ କାର୍ଯ୍ୟ ଥିଲା ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ। ତତ୍‌‌ ପ୍ରଣୀତ କୌଣସି ଗ୍ରନ୍ଥ ନାହିଁ କେବଳ ସେ ଦର୍ପଣସାର ନାମକ ଖଣ୍ଡିଏ କ୍ଷୁଦ୍ର ପୁସ୍ତକ ଏବଂ ଦର୍ଶଦୀପିକା ନାମକ ୧୨ ଗୋଟି ଶ୍ଳୋକ ସଂସ୍କୃତ ଭାଷାରେ ପ୍ରଣୟନ କରିଛନ୍ତି। ଦର୍ପଣସାର ଖଣ୍ଡିକ ସ୍ୱୟଂ ସାମନ୍ତଙ୍କ କର୍ତ୍ତୃକ ପ୍ରକାଶିତ। ଏହା ୧୯୦୨ ସାଲରେ କଟକ ରାୟପ୍ରେସରେ ମୁଦ୍ରିତ ହୋଇଅଛି। ଏହା ଥରେ ମାତ୍ର ମୁଦ୍ରିତ ହୋଇଥିବାରୁ ବର୍ତ୍ତମାନ ଦୁର୍ଲ୍ଲଭ ହୋଇଛି।

ଚନ୍ଦ୍ରଶେଖରଙ୍କ ଆବିଷ୍କୃତ ନିୟମର ବିଶେଷତ୍ୱ ଏହି ଯେ ଯଦ୍ୟପି ପୃଥିବୀ ବହ୍ମାଣ୍ଡର କେନ୍ଦ୍ରସ୍ଥଳରେ ଅବସ୍ଥିତ, ତଥାପି ଗ୍ରହମାନେ ଏହାର ଚତୁର୍ଦ୍ଦିଗରେ ଭ୍ରମଣ କରୁନାହାନ୍ତି। ସେମାନେ ସୂର୍ଯ୍ୟର ଚତୁର୍ଦ୍ଦିଗରେ ଭ୍ରମଣ କରୁଛନ୍ତି। ଚନ୍ଦ୍ର ହେଉଛି ପୃଥିବୀର ଗୋଟିଏ ଉପଗ୍ରହ ଏବଂ ସେ ସମ୍ବନ୍ଧରେ ପ୍ରାଚୀନ ଓ ଆଧୁନିକ ଜ୍ୟୋତିଷରେ କୌଣସି ପାର୍ଥକ୍ୟ ଘଟୁନାହିଁ।

ପଠାଣୀ ସାମନ୍ତ ମେଧାବୃତ୍ତି ପାଇଁ ଆବେଦନ ଆରମ୍ଭ
ଭୁବନେଶ୍ବର: ୨୦୨୦ବର୍ଷ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପଠାଣୀ ସାମନ୍ତ ମେଧା ବୃଦ୍ଧି ପାଇଁ ଆବେଦନ ୧୯ ତାରିଖ ଠାରୁ ଆରମ୍ଭ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜୁନିୟର କଲେଜ ତଥା ହାୟର ସେକେଣ୍ଡାରୀ ସ୍କୁଲଗୁଡିକୁ ଏନେଇ ନିଜ ନିଜର ସ୍କଲାରସିପ ସେଲଫ ତୁରନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାଟ୍ରିକ୍‌ରେ ଗଣିତ ବିଷୟ ରଖି ଯେଉଁ ଛାତ୍ରଛାତ୍ରୀ ଭଲ ମାର୍କ ହାସଲ କରିଥିବେ ସେମାନେ ଏହି ସ୍କଲାରସିପ୍ ଲାଗି ଆବେଦନ କରିପାରିବେ । ରାଜ୍ୟର ୧ହଜାର ପିଲାଙ୍କୁ ଏହି ସ୍କଲାରସିପ ପ୍ରଦାନ କରାଯିବ। ତେବେ ଏଥିଲାଗି ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ନଭେମ୍ବର ୧୦ ସୁଦ୍ଧା କଲେଜ ସ୍ତରରେ ପିଲାଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିବାର ଶେଷ ତାରିଖ ନିର୍ଦ୍ଧାରିତ ସ୍କୁଲ ଓ ଗଣଶିକ୍ଷା ବିଭାଗ ଗାଇଡଲାଇନ ଅନୁଯାୟୀ ଘେନ କରିଥିବା ପିଲାଙ୍କ ମଧ୍ୟରୁ ହଜାରେ ଜଣଙ୍କୁ ଏହି ସ୍କୁଲାରସିପ ଲାଗି ଚୟନ କରାଯିବ। ପ୍ରତ୍ୟେକ କୃତି ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ମେଧାବୃତ୍ତି ମିଳିବ।