Longyearbyen - The Sakala

ଅଜବ ଆଇନ: ପୃଥିବୀର ଏପରି ଏକ ସହର ଯେଉଁଠାରେ ମୃତ୍ୟୁ ଉପରେ ଲଗାଯାଇଛି ପ୍ରତିବନ୍ଧକ
ମୃତ୍ୟୁ ଚିରନ୍ତନ ସତ୍ୟ । ଯିଏ ଜନ୍ମ ହୋଇଛି ତା’ର ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଏହି ପୃଥିବୀରେ ମଧ୍ୟ ଏପରି ଏକ ଦେଶ ଅଛି, ଯେଉଁଠାରେ ମୃତ୍ୟୁ ଉପରେ ଲଗାଯାଇଛି ପ୍ରତିବନ୍ଧକ | ନରୱେର ଲଙ୍ଗଇୟରବେନ୍ ସହରରେ ଏଭଳି ଅଜବ ଆଇନ ଦେଖିବାକୁ ମିଳେ। ଏହା ନରୱେର ଉତ୍ତର ଦିଗରେ ଅବସ୍ଥିତ। ମୃତ୍ୟୁ ଉପରେ ଏଠାକାର ସ୍ଥାନୀୟ ପ୍ରଶାସନ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି । ଏଠାରେ ବିଗତ ୭୦ ବର୍ଷ ହେଲାଣି କାହାରି ମୃତ୍ୟୁ ହୋଇନାହିଁ । କେବଳ ସେତିକି ନୁହେଁ, ଏହି ସହରରେ ଯଦି କାହାର ମୃତ୍ୟୁ ସମୟ ପାଖେଇ ଆସେ ବା କାହାର ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ଉପୁଜେ ତେବେ ସେହି ଲୋକଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ଦେଶର ଅନ୍ୟ ସ୍ଥାନକୁ ନିଆଯାଏ | ତାଙ୍କର ମୃତ୍ୟୁ ପରେ ସେହିଠାରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯାଏ ।

ସ୍ଥାନୀୟ ପ୍ରଶାସନ ଏଭଳି ଏକ ଆଇନ ପ୍ରଚଳନ କରିବା ପଛରେ ମୁଖ୍ୟ କାରଣ ହେଉଛି, ଏହି ଅଞ୍ଚଳରେ ସବୁବେଳେ ବରଫ ଆଚ୍ଛାଦିତ ହୋଇ ରହିଥାଏ । ଶୀତଦିନେ ଏଠାକାର ତାପମାତ୍ରା ଏତେ କମ୍ ହୋଇଯାଏ ଯେ, ଜୀବନଯାତ୍ରା ଗଭୀର ଭାବେ ପ୍ରଭାବିତ ହୋଇଥାଏ । ଏପରି ପରିସ୍ଥିତିରେ ଯଦି ଏଠାରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ, ଶବକୁ କବର ଦେଲେ ମଧ୍ୟ ବର୍ଷ ବର୍ଷ ଧରି ଏହା ସତେଜ ରହିଥାଏ। ଅନ୍ୟପକ୍ଷରେ ମୃତ ବ୍ୟକ୍ତିର ଯଦି କୌଣସି ରୋଗଥାଏ, ତେବେ ସେହି ଜୀବାଣୁ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି। ଫଳରେ ସଂକ୍ରମଣ ହେବାର ଆଶଙ୍କା ବଢ଼ି ଯାଇଥାଏ | ଏଠାରେ ୧୯୧୭ ମସିହାରେ ଜଣେ ବ୍ୟକ୍ତିଙ୍କର ଇନ୍‌ଫ୍ଲୁଏଞ୍ଜାରେ ମୃତ୍ୟୁ ହୋଇଥିଲା। ସେତେବେଳେ ସେହି ବ୍ୟକ୍ତିଙ୍କ ଶବକୁ ସହରରେ ପୋତି ଦିଆଯାଇଥିଲା, କିନ୍ତୁ ସେହି ବ୍ୟକ୍ତିଙ୍କ ଶବରେ ଆଜି ବି ଭୂତାଣୁ ମହଜୁଦ ଅଛନ୍ତି । ତେଣୁ ସହରକୁ ମହାମାରୀରୁ ରକ୍ଷା କରିବା ପାଇଁ ପ୍ରଶାସନ ଲୋକଙ୍କ ମୃତ୍ୟୁ ଉପରେ ପ୍ରତିବନ୍ଧକ ଲଗାଇଛି ।