COVAXIN - The Sakala
କୋଭିସିଲ୍ଡ ପରେ କୋଭାକ୍ସିନ୍‌ରେ ପାର୍ଶ୍ବପ୍ରତିକ୍ରିୟା ଦାବି: ୩୦% ଭୋଗିଥିଲେ ସ୍ବାସ୍ଥ୍ୟ ସମସ୍ୟା
ନୂଆଦିଲ୍ଲୀ: କୋଭିସିଲ୍ଡ ପରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ସ୍ବଦେଶୀ କରୋନା ଟିକା କୋଭାକ୍ସିନରେ ପାର୍ଶ୍ବ ପ୍ରତିକ୍ରିୟା ଥିବା ଦାବି କରାଯାଇଛି। ସାଇନ୍ସ ଜର୍ଣ୍ଣାଲ ସ୍ପ୍ରିଙ୍ଗରଲିଙ୍କରେ ପ୍ରକାଶିତ ଅଧ୍ୟୟନ ଆଧାରରେ ଇକୋନମିକ ଟାଇମ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବନାରସ ହିନ୍ଦୁ ୟୁନିଭର୍ସିଟି (ବିଏଚୟୁ) ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା। ଏଥିରେ କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଉପରେ ଟିକାର ଦୀର୍ଘକାଳୀନ ପ୍ରଭାବର ଆକଳନ କରାଯାଇଥିଲା। ଏହି ଅଧ୍ୟୟନରେ ସାମିଲ ହୋଇଥିବା ପ୍ରାୟ ୩୦ ପ୍ରତିଶତ ଲୋକଙ୍କଠାରେ ପାର୍ଶ୍ବପ୍ରତିକ୍ରିୟା (ଆଡଭର୍ସ ଇଭେଣ୍ଟ ଅଫ ସ୍ପେସିଆଲ ଇଣ୍ଟରେଷ୍ଟ ତଥା ଏଇଏସ୍‌ଆଇ) ଦେଖା ଯାଇଥିଲା। ଏହି ଲୋକଙ୍କଠାରେ ଶ୍ବାସ ସମ୍ବନ୍ଧିତ ସଂକ୍ରମଣ, ରକ୍ତ ଜମାଟ ବାନ୍ଧିବା (ବ୍ଲଡ କ୍ଲଟ) ଏବଂ ଚର୍ମ ସମ୍ବନ୍ଧିତ ରୋଗ ଦେଖା ଯାଇଥିଲା। କିଶୋରକିଶୋରୀ (ଟିନ୍‌ଏଜର୍ସ), ବିଶେଷ କରି କିଶୋରୀ ଏବଂ ଆଲର୍ଜିରେ ପୀଡ଼ିତ ଲୋକଙ୍କ ପ୍ରତି କୋଭାକ୍ସିନଠାରୁ ବିପଦ ରହିଛି। ତେବେ କିଛି ଦିନ ତଳେ ଟିକାରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଥିଲା। ଟିକାକୁ ସମ୍ପୂର୍ଣ୍ଣ ସୁରକ୍ଷିତ କୁହାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଟିକା ନେଇଥିଲେ। ଦେଶରେ କୋଭାକ୍ସିନର ୩୬ କୋଟି ଡୋଜ୍‌ ଲାଗିଥିଲା।
ଏହି ଅଧ୍ୟୟନ ୨୦୨୨ ଜାନୁଆରୀରୁ ୨୦୨୩ ଅଗଷ୍ଟ ମଧ୍ୟରେ କରାଯାଇଥିଲା। ଏଥିରେ ୯୨୬ ଜଣ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରେ ୨୯୧ ବୟସ୍କ ଏବଂ ୬୩୫ କିଶୋରକିଶୋରୀ ସାମିଲ ଥିଲେ। ଅଧ୍ୟୟନ ଅନୁଯାୟୀ ୩୦୪ (୪୭.୯%) କିଶୋର ଏବଂ ୧୨୪ (୪୨.୬%) ବୟସ୍କଙ୍କଠାରେ ଶ୍ବାସ ସମ୍ବନ୍ଧିତ ସଂକ୍ରମଣ (ଅପର ରେସପେରୋଟରି ଟ୍ରାକ୍ଟ ଇନଫେକ୍ସନ) ଦେଖା ଯାଇଥିଲା। ଏଥିପାଇଁ ଥଣ୍ଡା, ଖାସ ହେଉଥିଲା। ସେହିପରି କିଶୋରକିଶୋରୀଙ୍କ ମଧ୍ୟରେ ୧୦.୫% ଚର୍ମ ସମ୍ବନ୍ଧିତ, ୪.୭% ସ୍ନାୟବିକ ସମସ୍ୟା ଏବଂ ୧୦.୨ % ସାଧାରଣ ସମସ୍ୟା ଦେଖା ଯାଇଥିଲା। ବୟସ୍କଙ୍କ ମଧ୍ୟରେ ୮.୯% ସାଧାରଣ ସମସ୍ୟା, ୫.୮% ମାଂସପେଶୀ ଏବଂ ହାଡ଼ ସମ୍ବନ୍ଧିତ ସମସ୍ୟା ଏବଂ ୫.୫% ସ୍ନାୟବିକ ସମସ୍ୟା ଦେଖା ଯାଇଥିଲା। ଏହି ଅଧ୍ୟୟନରେ ୪.୬ ପ୍ରତିଶତ କିଶୋରୀଙ୍କ ମାସିକ ଧର୍ମ ସମ୍ବନ୍ଧିତ ସମସ୍ୟା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ୨.୭% ଆଖି ସମ୍ବନ୍ଧିତ, ୦.୬% ହାଇପୋଥାଇରାୟଡିଜମ, ୦.୩% ଷ୍ଟ୍ରୋକ ଏବଂ ୦.୧% ଗୁଲିୟନ ବେରି ସିଣ୍ଡ୍ରୋମର ଶିକାର ହୋଇଥିବା ଜଣାପଡ଼ି ଥିଲା।
ନୂଆଦିଲ୍ଲୀ: ଦୀର୍ଘ ୧ ବର୍ଷରୁ ଅଧିକ ହେବ କରୋନା ବିରୋଧୀ ଲଢେଇରେ ଏକମାତ୍ର ଅସ୍ତ୍ର ସାଜିଛି ଟିକା । ଦେଶରେ କରୋନା ମହାମାରୀ ବିରୋଧରେ ସଞ୍ଜିବନୀ ସାଜିଥିବା କୋଭିଶିଲ୍ଡ ଓ କୋଭାକ୍ସିନ୍‌ ଟିକାକୁ ନେଇ ଆସିଛି ଏକ ଭଲ ଖବର। ଭାରତରେ ମୁଖ୍ୟତ ୨ ଟି ଟିକା ଉପଯୋଗ ହେଉଥିବା ବେଳେ ଏହା କେବଳ ସରକାରୀ ମାଧ୍ୟମରେ ଉପଲବ୍ଧ ହେଉଥିଲା । ଏହାକୁ ସହଜରେ ଖୋଲାବଜାରରେ ଉପଲବ୍ଧ କରାଇବାକୁ ସରକାର କିଛିଦିନ ତଳେ ଯୋଜନା କରିଥିବା ବେଳେ ଏହାରି ଭିତରେ ଆଜି DCGI କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ବଜାରରେ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ଡିସିଜିଆଇର ସର୍ତ୍ତ ମୁତାବକ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ମେଡିସିନ ଷ୍ଟୋରରେ ଉପଲବ୍ଧ ହେବ ନାହିଁ । ବରଂ ଏହା ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ ଓ ଲୋକମାନେ ସେହିଠାରେ କିଣି ସେହିଠାରେ ଟିକା ନେଇପାରିବେ ।
ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ ) କୋଭାକ୍ସିନ୍‌ ଓ କୋଭିଶିଲ୍ଡ ପାଇଁ ସର୍ତ୍ତମୂଳକ ବଜାରରେ ଉପଲବ୍ଧର ମଞ୍ଜୁରୀ ଦେଇ ସାରିଛି । କିନ୍ତୁ ଭାକ୍ସିନ୍‌ ଦେବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ୍‌ ଫଲୋ କରିବାକୁ ହେବ। ହେଲେ ଏବେ ଏହା ଉପରେ ନିଷ୍ପତ୍ତି ଆସିବା ବାକି ରହିଛି କି ବଜାରରେ ଏହାର କଣ ଦାମ୍‌ ହେବ ?
ଏବେ ଉଭୟ ଟିକାକୁ ବଜାର ବିକ୍ରି ପାଇଁ DCGI ଅନୁମତି ଦେବା ପରେ କୋଭାକ୍ସିନ୍ ଓ କୋଭିସିଲ୍ଡର ଡୋଜ୍ ପିଛା ଦର କମିପାରେ । ସୂଚନା ଅନୁସାରେ, ଖୋଲା ବଜାରରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର ଡୋଜ୍ ପ୍ରତି ମୂଲ୍ୟ ୨୭୫ ଟଙ୍କା ରହିପାରେ । ପ୍ରତି ଡୋଜ୍ ପିଛା ସେବା ଶୁଳ୍କ ଭାବେ ୧୫୦ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ ।
ଗତବର୍ଷ ଜାନୁଆରୀ ୩ରେ ସେରମ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଥିଲା । ଏହାପରେ ଜାନୁଆରୀ ୧୬ରୁ ଦେଶବ୍ୟାପୀ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ । କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣା ଟିକା ଯୋଗାଇଛନ୍ତି । ଏଥିସହ ଘରୋଇ ମେଡିକାଲରେ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ରହିଥିବା ବେଳେ କୋଭିସିଲ୍ଡର ପ୍ରତି ଡୋଜ୍ ଦର ୭୮୦ ଟଙ୍କା ରହିଛି । ଏଥିସହ ଟିକା ଦେବାକୁ ଅତିରିକ୍ତ ୧୫୦ ଟଙ୍କା ଦେବାକୁ ପଡ଼ୁଛି ।
ଭାରତର କରୋନା ଟିକା କୋଭାକ୍ସିନକୁ ମିଲିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି
ନୂଆଦିଲ୍ଲୀ: ଭାରତର କରୋନା ଟିକା କୋଭାକ୍ସିନକୁ ସ୍ୱୀକୃତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । କୋଭାକ୍ସିନକୁ ସ୍ୱୀକୃତି ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ମିଳିଥିବା ସୂଚନା ମିଳିଛି। କୋଭାକ୍ସିନ ଭାରତ ବାୟୋଟେକ ଦ୍ୱାରା ନିର୍ମିତ କରୋନା ଟିକା । ଅଷ୍ଟ୍ରେଲିଆ ସ୍ୱୀକୃତି ଦେବା ପରେ ଏବେ ଡବ୍ଲୁଏଚଓର ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ଦେଇଛି ।
ଗତ ଅକ୍ଟୋବର ୨୬ ତାରିଖରେ କୋଭାକ୍ସିନ ପ୍ରସଙ୍ଗରେ ସଙ୍ଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ ବସିଥିଲା । ଏଥିରେ ଭାରତ ବାୟୋଟେକ ଠାରୁ ଅନ୍ୟାନ୍ୟ କେତେକ ତଥ୍ୟ ମଗାଯାଇଥିଲା । ଭାରତ ବାୟୋଟେକ ଦର୍ଶାଇଥିଲା ଯେ ଲକ୍ଷଣଯୁକ୍ତ କୋଭିଡ ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ ୭୭.୮ ପ୍ରତିଶତ ସଫଳତା ହାସଲ କରୁଛି ଏବଂ ଡେଲଟା ଭାରିଆଣ୍ଟ ବିରୋଧରେ ଏହା ୬୫.୨ ପ୍ରତିଶତ ସଫଳତା ପ୍ରଦର୍ଶନ କରୁଛି। କମ୍ପାନୀ ଯୁକ୍ତି ଦର୍ଶାଇଥିଲା ଯେ, କୋଭାକ୍ସିନର ସଫଳତା ଓ ପ୍ରଭାବକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ଦୁଇ ଥର ଧରି କୋଭାକ୍ସିନ ପ୍ରସଙ୍ଗରେ ସଙ୍ଗଠନର ବୈଠକ ବସିଥିବା ବେଳେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରି ନଥିଲା । ତେବେ ଭାରତରେ ଏବେ ବାୟୋଟେକର କୋଭାକ୍ସନି ଓ ଆଷ୍ଟ୍ରାଜେନେକା ଏବଂ ସେରମ ଇନଷ୍ଟିଚ୍ୟୁଟ ଓ ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିସିଲ୍ଡକୁ କୋଭିଡ ଟିକା ଭାବେ ବ୍ୟବହାର କରାଯାଉଛି । କୋଭିସିଲଡକୁ ବହୁ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମତି ଦେଇସାରିଛି।
Bharat Biotech's Covaxin gets WHO approval for Emergency Use Listing (EUL) pic.twitter.com/zLxcCGYBI2
— ANI (@ANI) November 3, 2021
କୋଭାକ୍ସିନକୁ ସ୍ୱୀକୃତି ମିଳିବା ପୂର୍ବରୁ ମୋଟ ୭ଟି ଟିକାକୁ ଇୟୁଏଲ ମିଳିସାରିଛି। ଏଥିରେ ଆମେରିକାର ୨ଟି ମଡର୍ଣ୍ଣା ଏବଂ ଫାଇଜର-ବାୟୋନଟେକ ସାମିଲ ରହିଛି। ଏହା ବ୍ୟତୀତ ଅଷ୍ଟ୍ରାଜେନେକା-ଏସକେ ବାୟୋ/ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇଆଇ)ର କୋଭିସିଲ୍ଡ , ଜନସନ ଆଣ୍ଡ ଜନସନ- ଜାନସେନ ଏବଂ ଚୀନର ସିନୋଭାକ୍‌ ଓ ସିନୋଫାର୍ମ ଟିକାକୁ ଅନୁମତି ମିଳିଛି। ‘ହୁ’ ଅନୁମୋଦନ ଲାଭ କରିବାରେ ଏହି ସବୁ ଟିକା ପାଇଁ କୌଣସି ସମସ୍ୟା ହୋଇନଥିଲା। ଫାଇଜରକୁ ୬ ସପ୍ତାହ, ମଡର୍ଣ୍ଣାକୁ ୯ ସପ୍ତାହ ଏବଂ ବ୍ରିଟେନର ଅଷ୍ଟ୍ରାଜେନେକାକୁ ୯ ସପ୍ତାହରେ ଇୟୁଏଲ ମିଳିଥିଲା
ଗଞ୍ଜାମରେ ଏଣିକି ୧୮ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯିବ କୋଭାକ୍ସିନ ଟିକା
ଭୁବନେଶ୍ବର: ଏଣିକି ଗଞ୍ଜାମରେ କୋଭାକ୍ସିନ ଟିକା ଦିଆଯିବ। ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କୁ କୋଭାକ୍ସିନ ଟିକା ଦେବାକୁ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶ ଦେଇଛନ୍ତି। ଆଜି ଭୁବନେଶ୍ବର ଭଳି ଗଞ୍ଜାମ ଜିଲାରେ କୋଭିଡ ଟିକା କୋଭାକ୍ସିନ ଦିଆଯିବା ନେଇ ଗଞ୍ଜାମ ଜିଲାପାଳ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏସିଏସ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି।
ପ୍ରଥମ ଡୋଜ ନେଇ ନ ଥିବା ୧୮ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଏଥର ଗଞ୍ଜାମ ଜିଲାରେ କୋଭିଡ ଟିକା କୋଭାକ୍ସିନ ଦିଆଯାଇପାରିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଦ୍ବିତୀୟ ପାନ ବାକିଥିବା ଲୋକଙ୍କୁ କୋଭିସିଲ୍ଡ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ମହାପାତ୍ର ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।
ନୂଆଦିଲ୍ଲୀ: ମହାମାରୀ କରୋନାରୁ ବଞ୍ଚିବାର ଏକମାତ୍ର ଉପାୟ ହେଉଛି ଟିକା । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ କରୋନାର ଆଲଫା ଓ ଡେଲଟା ଭାରିଏଣ୍ଟ ପ୍ରତି ପ୍ରଭାବଶାଳୀ ହେଉଥିବା ନେଇ ସ୍ପଷ୍ଟ କରିଛି ଆମେରିକାର ଏକ ଅନୁସନ୍ଧାନ । ସୂଚନା ଅନୁସାରେ, ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ତାହାର ଅନୁସନ୍ଧାନ ମାଧ୍ୟମରେ ସ୍ୱୀକାର କରିଛି ଯେ ଭାରତୀୟ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ସହଯୋଗରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ କରୋନାର ଉଭୟ ଆଲଫା ଏବଂ ଡେଲଟା ଭାରିଏଣ୍ଟ ପ୍ରତି ପ୍ରଭାବଶାଳୀ ।
NIH ରିପୋର୍ଟ କରିଛି ଯେ କୋଭାକ୍ସିନ ଟିକା ଗ୍ରହଣ କରିଥିବା ଲୋକଙ୍କ ରକ୍ତ ନମୁନା ଉପରେ ଦୁଇଟି ଅଧ୍ୟୟନର କରାଯାଇଥିଲା । ଏବଂ ଏଥିରୁ ସ୍ପଷ୍ଟ ଜଣାଯାଇଥିଲା ଯେ, କୋଭାକ୍ସିନ ଏଭଳି ଆଣ୍ଟିବଡି ଉତ୍ପାଦନ କରେ ଯାହା B.1.17 ଆଲଫା ଏବଂ B.1.617 ଡେଲଟା ଭାରିଏଣ୍ଟ ପ୍ରତି ପ୍ରଭାବଶାଳୀ ।
ସୂଚନାନୁସାରେ, କୋଭାକ୍ସିନରେ କରୋନା ଭାଇରସର ଏକ ଏମିତି ପ୍ରକାର ସାମିଲ ରହିଛି ଯାହା ଭାଇରସ ବିରୁଦ୍ଧରେ ଆଣ୍ଟିବଡି ତିଆରି କରିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ଉତ୍ସାହିତ କରିଥାଏ ।
NIH କହିଛି ଯେ ଟୀକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରୁ ପ୍ରକାଶିତ ଫଳାଫଳ ଦର୍ଶାଉଛି ଯେ ଏହା ନିରାପଦ ଏବଂ ଭଲ ଭାବରେ ସହନୀୟ କ୍ଷମତା ରହିଛି। ଏହାସହ, ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ସୁରକ୍ଷିତ ତଥ୍ୟ ଚଳିତ ବର୍ଷ ଶେଷରେ ଉପଲବ୍ଧ ହେବ । ଏହାସହ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ ଇମ୍ଫେକସନ ଡିଜିଜ୍ ର ନିର୍ଦ୍ଦେଶକ ଆନ୍ଥନୀ ଏସ୍ ଫାଉଚି କହିଛନ୍ତି ଯେ ‘ବିଶ୍ୱ ମହାମାରୀକୁ ସମାପ୍ତ କରିବା ପାଇଁ ବିଶ୍ୱସ୍ତରର ପ୍ରତିକ୍ରିୟା ଆବଶ୍ୟକ’।
ସେହିପରି NIH ଅନୁଯାୟୀ, NIAID ଆଡଜୁବେଣ୍ଟ ପ୍ରୋଗ୍ରାମ ୨୦୦୯ ମସିହାରୁ ବିରୋବାକ୍ସର ପ୍ରତିଷ୍ଠାତା ତଥା ସିଇଓ ସୁନୀଲ ଡେଭିଡଙ୍କ ଏହି ଅନୁସନ୍ଧାନକୁ ସମର୍ଥନ କରିଛନ୍ତି ।
NIH କହିଛି ଯେ କମ୍ପାନୀ LHydroxycim-II ର ବ୍ୟାପକ ସୁରକ୍ଷା ଅଧ୍ୟୟନ କରିଛି ଏବଂ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଏକ ଜଟିଳ ପ୍ରକ୍ରିୟା କରିଛି । ୨୦୨୧ ଶେଷ ସୁଦ୍ଧା ଭାରତ ବାୟୋଟେକ୍ ଆନୁମାନିକ ୭୦ କୋଟି ଡୋଜର ଉତ୍ପାଦନ କରିବ ବୋଲି ଆଶା କରିଛି ।
ଭାରତର କୋଭିଡ୍ ଟିକା ‘କୋଭାକ୍ସିନ’କୁ ଆମେରିକାରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ଆମେରିକାର ଔଷଧ ଓ ଖାଦ୍ୟ ନିୟନ୍ତ୍ରକ (ଏଫ୍‌ଡିଏ) ‘କୋଭାକ୍ସିନ’ର ନିର୍ମାତା ଭାରତ ବାୟୋଟେକ୍‌କୁ ଏହି ଟିକା ବାବଦରେ ଅଧିକ ତଥ୍ୟ ଦାଖଲ କରିବାକୁ କହିଛନ୍ତି । ଭାରତୀୟ ବାୟୋଟେକ୍‌ର ଆମେରିକୀୟ ପାର୍ଟନର ‘ଓକୁଗେନ’ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ବର୍ତ୍ତମାନ ଏହା ସହିତ କମ୍ପାନୀକୁ ଆମେରିକାରେ ଏହାର ଟିକା ଆରମ୍ଭ କରିବାକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ ।
ଜରୁରୀ ବ୍ୟବହାର ପାଇଁ ଭାରତ ବାୟୋଟେକ୍‌ର ଆବେଦନକୁ ଆମେରିକୀୟ ଏଫ୍‌ଡିଏ ଖାରଜ କରିବା ପରେ ଆମେରିକାରେ ‘କୋଭାକ୍ସିନ’କୁ ଲଞ୍ଚ୍ କରିବା ଯୋଜନା ବିଳମ୍ବିତ ହୋଇପାରେ ବୋଲି ଓକୁଗେନ ପକ୍ଷରୁ କୁହାଯାଇଛି । ଓକୁଗେନ କହିଛି ଯେ, କାନାଡାରେ ‘କୋଭାକ୍ସିନ’ର ବଜାର ପ୍ରବେଶ ନେଇ କାନାଡା ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ଚାଲିଛି ।
ଏଥର ପ୍ରତି ରାଜ୍ୟକୁ ୪୦୦ ଟଙ୍କାରେ ମିଳିବ କୋଭାକ୍ସିନ
ନୂଆଦିଲ୍ଲୀ: କୋଭିସିଲଡ ପରେ କମିଲା କୋଭାକ୍ସିନ । ସେରମ ଇନଷ୍ଟିଚ୍ୟୁଟ ଦର କମାଇବା ପରେ ଭାରତ ବାଓଟେକ ମଧ୍ୟ ଦର କମାଇଛି । ରାଜ୍ୟ ପ୍ରତି ଡୋଜ ପିଛା ୬୦୦ ଟଙ୍କା ଥିବା ବେଳେ ୨୦୦ ଟଙ୍କା ହ୍ରାସ କରିଛି କମ୍ପାନୀ । ନୂଆ ଦର ମୁତାବକ ଏଥର ପ୍ରତି ରାଜ୍ୟକୁ ୪୦୦ ଟଙ୍କାରେ ମିଳିବ କୋଭାକ୍ସିନ । ଦର ୨୦୦ ଟଙ୍କା ହ୍ରାସ ଘଟିଥିବା ନେଇ ଆଜି ଭାରତ ବାଓଟେକ ଏନେଇ ଘୋଷଣାପତ୍ର ଜାରି କରିଛି ।
ଦୁଇଦିନ ତଳେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଧ୍ୟ ପୂର୍ବ ଦର କମାଇଥିବା । ଡୋଜ ପିଛା ପ୍ରତି ରାଜ୍ୟ ପାଇଁ ୪୦୦ ଟଙ୍କା କମ୍ପାନୀ ଧାର୍ଯ୍ୟ କରିଥିବାବେଳେ ପରବର୍ତ୍ତୀ ସମୟରେ ୧୦୦ ଟଙ୍କା କମାଇଥିଲା କମ୍ପାନୀ । ଖୋଲା ବଜାରରେ କେନ୍ଦ୍ର ସରକାର ଟିକା ପ୍ରଦାନ କରିବା ନେଇ ଘୋଷଣା କରିବା ପରେ ଦୁଇ ଟିକା ପ୍ରସ୍ତୁତକାରୀ କମ୍ପାନୀ ନିଜ ନିଜର ଧର ଧାର୍ଯ୍ୟ କରିଥିଲେ ।
ବିଦେଶୀ ରାଷ୍ଟ୍ରଙ୍କୁ କରୋନା ଟିକା ବିକ୍ରି କ୍ଷେତ୍ରରେ ଭାରତ ଆଗୁଆ : ‌୫୫ ଦିନରେ ୭୧ ରାଷ୍ଟ୍ରକୁ ବିକିଛି ୫୮୬ ଲକ୍ଷ ଡୋଜ୍‌
ନୂଆଦିଲ୍ଲୀ : ବିଭିନ୍ନ ରୋଗ ପାଇଁ ଟିକା ପ୍ରସ୍ତୁତି କ୍ଷେତ୍ରରେ ଭାରତ ବିଶ୍ବସ୍ତରରେ ଆଗୁଆ ରହିଆସିଥିବା ବେଳେ ଏବେ କରୋନା ଟିକା ପ୍ରସ୍ତୁତିରେ ମଧ୍ୟ ସମାନ ସ୍ଥିତି ବଜାୟ ରଖିଛି। କେବଳ ସେତିକି ନୁହେଁ, ଟିକା କୂଟନୀତିକୁ ନେଇ ମଧ୍ୟ ଭାରତ ଅନ୍ୟାନ୍ୟ ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ରଙ୍କ ତୁଳନାରେ ନିଜର ସ୍ଥିତି ସୁଦୃଢ କରିଛି। ଭାରତରେ ବର୍ତ୍ତମାନ ଦୁଇଟି କମ୍ପାନୀ କରୋନା ଟିକା ପ୍ରସ୍ତୁତ କରୁଥିବା ବେଳେ ଆଗାମୀ ଦିନରେ ଆହୁରି ୧୦ଟି କମ୍ପାନୀ ସେମାନଙ୍କ ଉତ୍ପାଦ ଆଣିବାକୁ ପ୍ରସ୍ତୁତି ଶେଷ କରିଛନ୍ତି।
ତେବେ ଏବେ ଉତ୍ପାଦନ ହେଉଥିବା ଦୁଇଟି କମ୍ପାନୀର ଟିକା ଦେଶରେ ଚାଲୁ ରହିଥିବା ଟିକାକରଣ ପାଇଁ ଉପଯୋଗ କରାଯାଉଥିବା ବେଳେ କିଛି ଟିକା ବିଭିନ୍ନ ବିଦେଶୀ ରାଷ୍ଟ୍ରମାନଙ୍କୁ ମଧ୍ୟ ଭାରତ ଯୋଗାଉଛି। ବିଗତ ୫୫ ଦିନ ମଧ୍ୟରେ ଭାରତ ବିଶ୍ବର ୭୧ଟି ରାଷ୍ଟ୍ରକୁ ମୋଟ ୫୮୬ ଲକ୍ଷ ଡୋଜ୍‌ ଯୋଗାଇ ସାରିଛି ବୋଲି ଏକ ବିଶେଷ ରିପୋର୍ଟ ସୂତ୍ରରୁ କୁହାଯାଇଛି। ଏଥିମଧ୍ୟରୁ ୮୦.୭୫ ଲକ୍ଷ ଡୋଜ୍‌ କେତେକ ରାଷ୍ଟ୍ରକୁ ଭାରତ ସରକାରଙ୍କ ପକ୍ଷରୁ ସହାୟତା ଭାବେ ଯୋଗାଇ ଦିଆଯାଇଥିବା ବେଳେ ବିଶ୍ବସ୍ତରରେ ଚାଲୁରହିଥିବା ‘କୋଭାକ୍ସ’ ଟିକା କାର୍ଯ୍ୟକ୍ରମ ପାଇଁ ୧୬୫.୨୪ ଲକ୍ଷ ଡୋଜ୍‌ ଯୋଗାଇ ଦିଆଯାଇଛି। ଏକ ଆନ୍ତର୍ଜାତିକସ୍ତରର ଟିକା ସହାୟତା କାର୍ଯ୍ୟକ୍ରମ ଭାବେ ଏହା ଅପେକ୍ଷାକୃତ ଗରିବ ରାଷ୍ଟ୍ରମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ବେଳେ ଭାରତ ଏହି ପରିମାଣର ଟିକା ସହାୟତା କରିଛି।
ଭାରତର ଟିକା କାର୍ଯ୍ୟକ୍ରମର ସଫଳତାକୁ ନେଇ ଚତୁଃରାଷ୍ଟ୍ରୀୟ ମେଣ୍ଟ ବା ’କ୍ବାଡ୍‌’( ଭାରତ-ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ) ପକ୍ଷରୁ ଭାରତକୁ ଗୁରୁତ୍ବ ଦିଆଯିବା ସହିତ ଭାରତରେ ବିପୁଳ ପରିମାଣର ଜନ୍‌ସନ୍‌ ଆଣ୍ଡ ଜନ୍‌ସନ କମ୍ପାନୀର ଟିକା ଉତ୍ପାଦନ କରିବାକୁ ନିଷ୍ପତ୍ତି ନିଆଯାଇଛି। କିଛି ଦିନ ତଳେ ଏହି ଆମେରିକୀୟ କମ୍ପାନୀର ଟିକାକୁ ଆମେରିକା ପ୍ରଶାସନ ମଞ୍ଜୁରୀ ଦେଇଛି। ଏହାଦ୍ବାରା ବର୍ତ୍ତମାନ ଭାରତରେ ଯେତିକି ପରିମାଣର ଟିକା ଉତ୍ପାଦନ କରାଯାଉଛି ଆଗାମୀ ଦିନରେ ତାହା ଆଉ ବହୁଗୁଣିତ ହେବ ଏବଂ ବିଶ୍ବର ବିଭିନ୍ନ ରାଷ୍ଟ୍ରକୁ ଟିକା ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଇଛି। ଭାରତରେ ଟିକା ଉତ୍ପାଦନ ମୂଲ୍ୟ ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ କମ୍‌ ରହୁଥିବାରୁ ଅନେକ ରାଷ୍ଟ୍ର ଏବେ ଭାରତୀୟ ଟିକା ପାଇଁ ଲମ୍ବା ଲାଇନ ଲଗାଇଛନ୍ତି।
ଜାଣନ୍ତୁ କେତେ ସୁରକ୍ଷିତ କୋଭାକ୍ସିନ ଟିକା, ଆସିଲା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ
ନୂଆଦିଲ୍ଲୀ : ମହାମାରୀ ସଙ୍କଟ ମଧ୍ୟରେ ସାରା ଦେଶରେ ଚାଲିଛି ଟୀକାକରଣ । ଏହାରି ମଧ୍ୟରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟୀକାକରଣ ଟ୍ରାଏଲର ଡାଟା ଜାରି କରିଛି ଭାରତ ବାୟୋଟେକ । ଏଥିରେ ଦାବି କରାଯାଇଛି ଯେ କୋଭାକ୍ସିନ ଭ୍ୟାକ୍ସିନ ୮୧ ପ୍ରତିଶତ ପ୍ରଭାବଶାଳୀ । ଆଇସିଏମଆରର ସହଯୋଗରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୨୫,୮୦୦ ବିଷୟକୁ ସାମିଲ କରାଯାଇଥିବା ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି ।
COVAXIN has demonstrated an interim vaccine efficacy of 81% in its Phase 3 clinical trial. The trials involved 25,800 subjects, the largest ever conducted in India, in partnership with ICMR: Bharat Biotech pic.twitter.com/jDIka9LIEE
— ANI (@ANI) March 3, 2021
କୋଭାକ୍ସିନ ସମ୍ପୂର୍ଣ୍ଣ ସ୍ବଦେଶୀ ଟିକା । ଏହି ସମୟରେ କମ୍ପାନୀର ଭ୍ୟାକ୍ସିନ ଜନସାଧାରଣଙ୍କ ପାଇଁ ଉପଲବ୍ଧ ରହିଛି । ଏଥିରେ ଭାରତ ବାୟୋଟେକର ଭ୍ୟାକ୍ସିନ ଓ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକାର କୋଭିସିଲ୍ଡ ସାମିଲ ରହିଛି । କୋଭାକ୍ସିନର ଉତ୍ପାଦନ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକରେ ହେଉଛି । ଯେତେବେଳେ ପ୍ରଥମେ ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନ ଟିକାକୁ ଅନୁମତି ମିଳିଥିଲା, ସେତେବେଳେ ଟ୍ରାଏଲରେ ଥିବା ଟିକାର ବ୍ୟବହାର ପାଇଁ ସରକାର କିପରି ଅନୁମତି ଦେଲେ ବୋଲି ବିରୋଧୀଦଳମାନେ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଏବେ ଏହା ୮୧ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି।
ଜାନୁଆରି ମାସରେ କୋଭାକ୍ସିନ ଟିକାକୁ ନେଇ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ସେଥିରେ କୁହାଯାଇଥିଲା କି, କୋଭାକ୍ସିନ ଟିକା ଇଂଲଣ୍ଡରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ଉପରେ ବି ବେଶ୍ ପ୍ରଭାବଶାଳୀ । ସେହିପରି କୋଭାକ୍ସିନ୍ ଟିକା ପରୀକ୍ଷଣରେ ଭାଗ ନେଇଥିବା ୨୬ ଜଣ ଲୋକଙ୍କଠାରୁ ସଂଗୃହୀତ ରକ୍ତ ଉପରେ ରିଡକ୍ସନ ନ୍ୟୁଟ୍ରିଲାଇଜେସନ ଟେଷ୍ଟ କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା କି ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ବି ଏହି ଟିକା ହରାଇପାରିବ ।
The bench-to-bedside journey of completely indigenous COVID-19 vaccine (COVAXIN) in less than 8 months’ time showcases the immense strength of Atmanirbhar Bharat to fight the odds & stand tall in the global public health community: ICMR DG Dr Balram Bhargava pic.twitter.com/zmEtf972BP
— ANI (@ANI) March 3, 2021
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇଛି କୋଭାକ୍ସିନ ଟିକାର ଡୋଜ । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ ଜାରି ରହିଛି । ସେପଟେ ଟିକା ନେବାର ସମୟସୀମାକୁ ବନ୍ଦ କରିଦେଇଛନ୍ତି ସରକାର । ଏବେଠୁ ୨୪ ଘଣ୍ଟିଆ ଟୀକାକରଣ ଜାରି ରହିବ ।