Diwali - The Sakala
ଦୀପାବଳିରେ ବାଣଫୁଟା ମାର୍ଗଦର୍ଶିକା ଜାରି; ଜଗିବ କିଏ ? ମାପିବ କିଏ ?....
ଭୁବନେଶ୍ୱର: ଏଥର ଦୀପାବଳିରେ ମାତ୍ର ୨ ଘଣ୍ଟା ବାଣ ଫୁଟାଯାଇ ପାରିବ, ତାହା ପୁଣି ସବୁଜ ବାଣ। ଏଥିପାଇଁ ପୁଣି ସର୍ତ୍ତ ରହିଛି ଯେ ଏହି ବାଣର ଶବ୍ଦ ୧୨୫ ଡେ଼ସିବେଲରୁ ଅଧିକ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନୁରୂପ ମାର୍ଗଦର୍ଶିକା ଜାରି କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏହା ସହ ଯେଉଁମାନେ ଏହି ନିୟମ ନ ମାନିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ମାତ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଥିବା ଏହି ନିର୍ଦ୍ଦେଶକୁ ନେଇ ମଧ୍ୟ ସ୍ୱାଭାବିକ ପ୍ରଶ୍ନ ଉଠିଛି। ଧାର୍ଯ୍ୟ ସମୟ ମଧ୍ୟରେ ବାଣ ଫୁଟାଯିବା ବେଳେ ଏହାର ଡେସିବେଲ କିଏ ମାପିବ ଏବଂ ୭ଟା ପୂର୍ବରୁ ଓ ୯ଟା ପରେ ବାଣଫୁଟାକୁ କିଏ ଜଗିବ ବୋଲି ପ୍ରଶ୍ନ ଉଠିଛି।
ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ସବୁଜ ବାଣ ବ୍ୟତୀତ ଅନ୍ୟ ସବୁ ବାଣ ଉପରେ କଟକଣା ରହିଛି। ଯଦି କେହି ବାଣ ଫୁଟାଉଛନ୍ତି ତେବେ ୧୨୫ ଡେସିବେଲ ଅର୍ଥାତ୍‌ କମ୍‌ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇ ପାରିବେ ପୁଣି ପାର୍କ, ହସ୍ପିଟାଲ୍‌, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନର ୧୦୦ ମିଟର ପରିଧି ମଧ୍ୟରେ ବାଣ ଫୁଟାଯାଇପାରିବ ନାହିଁ । ପୁନଶ୍ଚ ବାଣରେ ବୋରିଅମ ଓ ଅନ୍ୟ ନିଷିଦ୍ଧ ରାସାୟନିକ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଏସବୁ ନିୟମ ପାଳନ ନ କଲେ ଓଡ଼ିଶା ବାଣ ଓ ଲାଉଡ୍‌ସ୍ପିକର ନିୟନ୍ତ୍ରଣ ଆଇନ ଅନୁସାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତେଣୁ ଦୀପାବଳୀରେ ବାଣ ଫୁଟାଇବା ପରିବର୍ତ୍ତେ କେବଳ ଦୀପ ଜାଳିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋଡର଼୍ ଅନୁରୋଧ କରିଛି।
ସାଧାରଣତଃ ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉରକେଲା, କଳିଙ୍ଗନଗର ଓ ତାଳଚେର ପରି ସହରରେ ସବୁ ସମୟରେ ପ୍ରଦୂଷଣର ମାତ୍ରା ଅଧିକ ରହିଥାଏ। ଗତବର୍ଷ ଦୀପାବଳି ପୂର୍ବ ଦିନ ଏଠାରେ ବାୟୁର ଗୁଣବତ୍ତା ମାନ (ଏକ୍ୟୁଆର୍‌) ୧୦୦ ଥିଲା ବେଳେ ଦୀପାବଳି ସନ୍ଧ୍ୟାରେ ବାଣ ଫୁଟାରୁ ଏହା ବଢ଼ି ୨୩୦ ରୁ ୩୪୦ ଏକ୍ୟୁଆର୍‌ରେ ପହଞ୍ଚିଥିଲା।  ଦୀପାବଳିରେ ବାଣଫୁଟା ପରେ ପ୍ରଦୂଷଣକୁ ନେଇ ଅନେକ ସମସ୍ୟା ସୃଷ୍ଟି ହେଉଥିବାରୁ ସାରା ଦେଶରେ କିପରି ପ୍ରଦୂଷଣକୁ ରୋକାଯାଇପାରିବ ସେନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ବାଣରୁ ନିର୍ଗତ ଧୂଆଁ ଓ ଶିଳ୍ପ ବର୍ଯ୍ୟବସ୍ତୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି। ଯେଉଁଥିରେ ଅଙ୍ଗାରକାମ୍ଳ, ଗନ୍ଧକାମ୍ଳ, ଜବଖାରକାମ୍ଳ ଓ ମିଥେନ ପରି ବିଷାକ୍ତ ଗ୍ୟାସ୍‌ ରହିଛି। ତେଣୁ ଦେଶର ବିଭିନ୍ନ ରାଜ୍ୟରେ ବାଣଫୁଟା ଉପରେ କଡ଼ାକଡ଼ି କଟକଣା ଲଗାଯାଇଛି। ଅନ୍ୟପକ୍ଷରେ  ବାଣ ଫୁଟାଇବା ସମୟରେ ପାଖରେ ପାଣି ବା ବାଲି ରଖିବାକୁ ପରାମର୍ଶ ଦିଆଯାଇଛି। ବାଣକୁ ହାତରେ ଧରି ଫୁଟାଇବାକୁ ବାରଣ କରାଯାଇଛି। ବାଣ ଫୁଟାଇବା ସମୟରେ ନିଜକୁ ଦୂରରେ ରଖିବା ଓ ଫୁଟି ଯାଇଥିବା ବାଣକୁ ଆଉଥରେ ଫୁଟାଇବାକୁ ଚେଷ୍ଟା ନକରିବା, ବାଣ ଫୁଟାଇବା ସମୟରେ ଆଖିର ଯତ୍ନ ନେବାକୁ ସ୍ୱଚ୍ଛ ଚଷମା ବ୍ୟବହାର କରିବା ଆଦି ବିଷୟରେ ସତର୍କତା ଜାରି କରାଯାଇଛି। ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଇ ସୂତା ପୋଷାକ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି।
ପଞ୍ଜିକାରେ ରହୁନି ସମାନତା; ଦୀପାବଳି, ପୟାଶ୍ରାଦ୍ଧକୁ ନେଇ ଦ୍ୱନ୍ଦ୍ୱ...
ପୁରୀ: ବାରମ୍ବାର ପଞ୍ଜିକା ସମୀକରଣ ବୈଠକ ବସୁଛି। ପର୍ବପର୍ବାଣୀର ତିଥି ବାରରେ ଯେପରି ସମାନତା ରହିବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ତିଥି ବାରରେ ଭିନ୍ନତା ରହୁଥିବାରୁ ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏବେ କେବେ ପାଳିବେ ଦୀପାବଳି ? କେବେ ଦେବେ ପୟାଶ୍ରାଦ୍ଧ? ପାଞ୍ଜିରେ ଭିନ୍ନଭିନ୍ନ ମତ ଯୋଗୁଁ ଏବେ ଜନସାଧାରଣଙ୍କ ମଧ୍ୟରେ ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। କିଛି ପାଞ୍ଜିରେ ଦୀପାବଳି ୨୦ ତାରିଖରେ ଓ ଆଉ କିଛି ପାଞ୍ଜିରେ ୨୧ ତାରିଖରେ ପାଳନ ନେଇ ଉଲ୍ଲେଖ ରହିଛି।
ପାଞ୍ଜି ସମୀକ୍ଷକ ହରିଶଙ୍କର ମିଶ୍ର କହିଛନ୍ତି, ୨୦ ତାରିଖରେ ଦିନ ୩ଟା ୪୫ ପରେ ଅମାବାସ୍ୟା ପ୍ରବେଶ କରୁଛି। ୨୧ରେ ସନ୍ଧ୍ୟା ୫ଟା ୫୪ ମିନିଟ୍‌ ପର୍ଯ୍ୟନ୍ତ ଅମାବାସ୍ୟା ରହୁଛି। ୨୧ ତାରିଖ ଦିନ ୫ଟା ୧୫ ମିନିଟ୍‌ ୨୩ ସେକେଣ୍ଡରେ ସୂର୍ଯ୍ୟାସ୍ତ ରହୁଛି। ତେଣୁ ଉଭୟ ଦିନର ସୂର୍ଯ୍ୟାସ୍ତ ବେଳକୁ ଅମାବାସ୍ୟା ରହୁଥିବାରୁ ଶାସ୍ତ୍ରୀୟ ମତରେ ଦ୍ୱିତୀୟ ଦିନକୁ ଗ୍ରହଣ କରିବାର ବିଧି ରହିଛି। ସେହିପରି ପୟାଶ୍ରାଦ୍ଧ ତଥା ଦୀପଦାନ ଶ୍ରାଦ୍ଧ ସୂର୍ଯ୍ୟାସ୍ତ ସମୟରେ ସମାପନ ହେଉଥିବାରୁ ସୂର୍ଯ୍ୟାସ୍ତ ସମୟର ତିଥିକୁ ଗୁରୁତ୍ୱ  ଦିଆଯାଏ। ସାମ୍ପ୍ରତିକ ସ୍ଥିତିରେ ଯେଉଁମାନେ ଆଶ୍ୱିନ ମାସ ଅମାବାସ୍ୟାରେ ମହାଳୟା ଶ୍ରାଦ୍ଧ କରି ନ ଥାଆନ୍ତି, ସେମାନେ କାର୍ତ୍ତିକ ଅମାବାସ୍ୟା ଦ୍ୱିପ୍ରହରରେ ମହାଳୟା ଶ୍ରାଦ୍ଧ ଏବଂ ସନ୍ଧ୍ୟାରେ ଦୀପଦାନ ଶ୍ରାଦ୍ଧ କରିବେ।
ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତ ପାଞ୍ଜିରେ ୨୦ ତାରିଖ ଦିନ ପୟାଶ୍ରାଦ୍ଧ ନିର୍ଣ୍ଣୟ କରାଯାଇଛି। ମାତ୍ର ଅନ୍ୟ ସମସ୍ତ ଅଗ୍ରଣୀ ପଞ୍ଜିକାରେ ୨୧ ତାରିଖ ପୟାଶ୍ରାଦ୍ଧ ନିର୍ଣ୍ଣୟ ହୋଇଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ୨୦ ତାରିଖକୁ ପୟାଶ୍ରାଦ୍ଧ ନିର୍ଣ୍ଣୟ କରିଥିବା ବେଳେ କେଉଁ ଶାସ୍ତ୍ର ଆଧାରରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ସିଦ୍ଧାନ୍ତ ନେଇଛନ୍ତି, ତାହା ପାଞ୍ଜିରେ ଉଲ୍ଲେଖ ନାହିଁ। ଅପରପକ୍ଷେ ଯେଉଁମାନେ ମହାଳୟା ଶ୍ରାଦ୍ଧ କରି ନଥିବେ, ସେମାନେ ଯଦି ୨୦ ତାରିଖରେ ଦୀପଦାନ ଶ୍ରାଦ୍ଧ କରିଦିଅନ୍ତି, ତେବେ ପ୍ରଥମେ ପିତୃପୁରୁଷଙ୍କୁ ବିସର୍ଜନ କରି ତା’ପର ଦିନ ମହାଳୟା ଶ୍ରାଦ୍ଧ କରିପାରିବେ ତ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସଭାପତି ଆଦିତ୍ୟ ମିଶ୍ର କହିଛନ୍ତି, ୨୦ ତାରିଖ ଦିନ ୩ଟା ୪୫ ବେଳେ ଚତୁର୍ଦ୍ଦଶୀ ସରୁଛି। ଅମାବାସ୍ୟା ରାତିରେ ପାଳନ ହେବା କଥା। ତେଣୁ ଯେଉଁଟା ଚାଲିଲା ରାତି ରହିଲା। ତା’ ପରଦିନ ୫ଟା ୧୫ ବେଳକୁ ସୂର୍ଯ୍ୟାସ୍ତ ହୋଇ ଆଉ ମାତ୍ର କିଛି ସମୟ ଅମାବାସ୍ୟା ରହୁଛି। ତେଣୁ ସେଦିନ ଅମାବାସ୍ୟା କିଭଳି ପାଳନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ସମସ୍ତ ନିଯୋଗ ସହିତ ସ୍ଥିର କରାଯାଇ ୫ଟି ପାଞ୍ଜିରେ ଏ କଥାକୁ ସ୍ୱୀକୃତି ଦିଆଯାଇଛି। ତେଣୁ ଓଡ଼ିଶାବାସୀ ଏହିଦିନ ପାଳନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଦୀପାବଳି ସୁଦ୍ଧା ଦେଢ଼ ଲକ୍ଷ ଛୁଇଁବ ସୁନା ଦର
ନୂଆଦିଲ୍ଲୀ : ଗତ କିଛି ବର୍ଷ ମଧ୍ୟରେ ଦେଶରେ ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସୁନା ମୂଲ୍ୟ ପ୍ରାୟ ୫୦% ବୃଦ୍ଧି ପାଇଛି, ଯାହା ନିଫ୍ଟି ସୂଚକାଙ୍କ ଏବଂ ଅନ୍ୟାନ୍ୟ ପ୍ରମୁଖ ସୂଚକାଙ୍କକୁ ପଛରେ ପକାଇଦେଇଛି। ଏହି ବୃଦ୍ଧି ଅନେକ କାରଣ ଦ୍ୱାରା ପରିଚାଳିତ ହୋଇଛି, ଯେଉଁଥିରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଅତ୍ୟଧିକ କ୍ରୟ, ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା, ବାଣିଜ୍ୟ ଅନିଶ୍ଚିତତା, ଡଲାର ସୂଚକାଙ୍କ ଦୁର୍ବଳ ହେବା, ଆର୍ଥିକ ମାନ୍ଦାବସ୍ଥାର ଭୟ ଏବଂ ଇଟିଏଫ୍‌ରେ ଦୃଢ଼ ନିବେଶ ପ୍ରବାହ ଅନ୍ତର୍ଭୁକ୍ତ। ଆସନ୍ତା ଦିପାବଳୀ ସୁଦ୍ଧା ଘରୋଇ ବଜାରରେ ସୁନା ମୂଲ୍ୟ ଦେଢ଼ ଲକ୍ଷ ଛୁଇଁବା ନେଇ ଆକଳନ କରାଯାଇଛି। ମାତ୍ର ସପ୍ତାହରେଦେଶରେ ସୁନା  ମୂଲ୍ୟ ୩୯୨୦ ଟଙ୍କା ବୃଦ୍ଧି ପାଇଛି।
ଧନତେରସ୍ ଓ ଦୀପାବଳିରେ ସୁନା ୧.୨୫ ଲକ୍ଷ ଟଙ୍କା ଛୁଇଁବ
ନୂଆଦିଲ୍ଲୀ: ଦିନକୁ ଦିନ ସୁନା ଦର ଆକାଶ ଛୁଆଁ। ୨୦୨୫ର ଚଳିତ ମାସରେ ସୁନା ମୂଲ୍ୟରେ ହେଉଥିବା ବୃଦ୍ଧି ଗତି ଅନ୍ୟ କୌଣସି ମାସ ତୁଳନାରେ ଅଭୂତପୂର୍ବ ରହିଛି। ଇତି ମଧ୍ୟରେ ମାସର ଅଧା ସମୟ ବିତିଗଲାଣି। ଯାଇଛି। ସ୍ପଟ୍ ବଜାରରେ ସୁନା ମୂଲ୍ୟ ୧୧ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟରେ ରୂପା ମୂଲ୍ୟ ପ୍ରାୟ ୧୨ ପ୍ରତିଶତ ଉପରକୁ ଉଠିଛି। ଏଭଳି ସମୟରେ ଆଶା କରାଯାଉଛି ଯେ ମାସର ଦ୍ୱିତୀୟାର୍ଦ୍ଧରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଘଟିବ। ନବରାତ୍ରି ସେପ୍ଟେମ୍ବର ୨୨ରୁ ଆରମ୍ଭ ହେଉଛି। ଧନତେରାସ୍ ଏବଂ ଦୀପାବଳି କିଛି ସପ୍ତାହ ପରେ ଆସିବ। ସେତେବେଳକୁ ଘରୋଇ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧.୨୫ ଲକ୍ଷ ଟଙ୍କା ଛୁଇଁବ। ଯେତେବେଳେ କି ରୁପା ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚି ନୂଆ ଇତିହାସ ରଚିବ। ଯଦି ଆମେ ସେପ୍ଟେମ୍ବର ମାସ ବିଷୟରେ କଥା ହେବା, ତେବେ ଦିଲ୍ଲୀରେ ସୁନା ମୂଲ୍ୟରେ ଏକ ବିରାଟ ବୃଦ୍ଧି ଘଟିଛି। ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ବର୍ଷର ଅନ୍ୟ କୌଣସି ମାସରେ ଏତେ ବୃଦ୍ଧି ପାଇନାହିଁ।
ତଥ୍ୟ ଅନୁଯାୟୀ, ଅଗଷ୍ଟର ଶେଷ ବାଣିଜ୍ୟ ଦିବସରେ ଦିଲ୍ଲୀରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୩,୬୭୦ ଟଙ୍କା ରହିଥିଲା। ସେପ୍ଟେମ୍ବର ୧୬ ସୁଦ୍ଧା ଏଥିରେ ୧୧,୪୩୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ରୂପା ନିବେଶକମାନଙ୍କୁ ସୁନା ତୁଳନାରେ ଅଧିକ ରିଟର୍ଣ୍ଣ ଦେଇଛି। ଏହାର ଅର୍ଥ ହେଉଛି ବଜାରରେ ସୁନା ତୁଳନାରେ ରୁପାର ଚମକ ଅଧିକ ଦେଖାଯାଇଛି। ଯଦି ଆମେ ତଥ୍ୟ ଉପରେ ନଜର ପକାଇବା, ଗତ ମାସର ଶେଷ ବାଣିଜ୍ୟ ଦିବସରେ ଦିଲ୍ଲୀରେ ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ୧,୧୯,୦୦୦ ଟଙ୍କା ଥିଲା। ଏ ପର୍ଯ୍ୟନ୍ତ ଏଥÒରେ ୧୩,୮୭୦ ଟଙ୍କା ବୃଦ୍ଧି ଘଟିଛି। ଏହାର ଅର୍ଥ ହେଉଛି ରୁପା ମୂଲ୍ୟରେ ୧୧.୬୫ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ରୁପାର ମୂଲ୍ୟ କିଲୋଗ୍ରାମ ପିଛା ୧,୩୨,୮୭୦ ଟଙ୍କାରେ ପହଞ୍ଚିଛି। ଏପରି ପରିସ୍ଥିତିରେ, ପ୍ରଶ୍ନ ହେଉଛି ଯେ ଆସନ୍ତା ଗୋଟିଏ ମାସରେ ରୁପା ଦର କିଲେଶ ପିଚା ୧.୫୦ ଟଙ୍କା ସ୍ତର ଛୁଇଁପାରିବ କି? ରୁପାର ଚାହିଦା ଘରୋଇ ଭାବେ କମ୍‌ ଏବଂ ଶିଳ୍ପରେ ଅଧÒକ ରହିଛି। ବର୍ତ୍ତମାନ,ବିଶ୍ବରେ ରୁପାର ଉତ୍ପାଦନ ମଧ୍ୟ ବହୁତ କମ୍। କମ୍ ଯୋଗାଣ ଯୋଗୁଁ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି।
ବୁଧବାର ରାଜଧାନୀ ନୂଆଦିଲ୍ଲୀ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨,୦୦୦ ଟଙ୍କା ହ୍ରାସ ପାଇ ୧,୦୨,୪୦୦ ଟଙ୍କାରେ ପହଞ୍ଚିଛି। ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସ ଆଶା ବୃଦ୍ଧି ପାଇବା ପରେ ସୁନା ମୂଲ୍ୟ ତଳମୁହଁା ହୋଇଛି। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ ଅନୁଯାୟୀ, ୯୯.୫ ପ୍ରତିଶତ ଶୁଦ୍ଧତା ବା ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୨,୨୦୦ ଟଙ୍କା ହ୍ରାସ ପାଇ ୧,୧୧,୭୧୦ ଟଙ୍କାକୁ ଖସିଆସିଛି। ସେହିପରି ରୁପା ଦର କିଲୋ ପିଛା ୨୦୦୦ ହ୍ରାସ ଘଟି ୧,୩୨,୦୦୦ ଟଙ୍କା ରହିଛି।
କେହି ମାନିଲେନି, ଦୁଇଦିନ ରାତିସାରା ଫୁଟିଲା ବାଣ; ରାଜଧାନୀରେ ପ୍ରଦୂଷଣ ପାରଦ ଉପରମୁହାଁ
ଭୁବନେଶ୍ୱର: କେହି ମାନିଲେନି କଟକଣା । ଦୁଇଦିନ ଧରି ସନ୍ଧ୍ୟା ୫ଟା ନବାଜୁଣୁ ଆରମ୍ଭ କରିଦେଲେ ଢ଼ୋ ଢା । ଆଉ ତାପରେ ଧୂଆଁମୟ ହୋଇଗଲା ରାଜଧାନୀ ଭୁବନେଶ୍ବର । ଦୀପାବଳିରେ ବେପରୁଆ ଫୁଟିଲା ବାଣ, ଅଣାୟତ ହେଲା ରାଜଧାନୀର ପ୍ରଦୂଷଣ । ବାଣ ଧୂଆଁରେ ଅଣନିଃଶ୍ବାସୀ ରାଜଧାନୀ ବାସିନ୍ଦା । ଏଥର ଦୁଇଦିନ ଦୀପାବଳି ପାଳନ ହୋଇଥିବାବେଳେ ଭୁବନେଶ୍ବରରେ ଲଗାତାର ଦୁଇଦିନ ଲୋକେ ମାତ୍ରାଧିକ ବାଣ ଫୁଟାଇଛନ୍ତି । ଅତ୍ଯଧିକ ବାଣ ଫୁଟା ଯୋଗୁ ଭୁବନେଶ୍ବରରେ ଏୟାର କ୍ବାଲିଟି ଖରାପ ହୋଇଛି । ଗତକାଲି ସନ୍ଧ୍ୟାରୁ ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା । ୧୦ ମିଟର ଆଗକୁ ଦେଖିବା ବି ସହଜ ହେଉନଥିଲା ।
ଦୀପାବଳି ବାଣଫୁଟା ଯୋଗୁ ଗତକାଲି ଭୁବନେଶ୍ବରର ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୧୪୨ ଛୁଇଁଛି । ଏହି ସମୟରେ ତାଳଚେରର ହାରାହାରି ପ୍ରଦୂଷଣ ମାତ୍ରା ୨୩୫ ଥିବାବେଳେ ବାଲେଶ୍ୱରର ଏକ୍ଯୁଆଇ ୧୧୧, ରାଉରକେଲାରେ ୧୭୦ ଓ କଟକର ଏକ୍ଯୁଆଇ ୧୧୦ ରହିଛି । ଗୋଟିଏ ସମୟରେ ମାତ୍ରାଧିକ ବାଣ ଫୁଟା ଯୋଗୁ ପ୍ରଦୂଷଣ ମାତ୍ରା ବଢିଯାଇଛି । ବାଣରୁ ନିର୍ଗତ ଧୂଆଁ ଓ ଶିଳ୍ପ ବର୍ଯ୍ୟବସ୍ତୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି । ଯେଉଁଥିରେ ଅଙ୍ଗାରକାମ୍ଳ, ଗନ୍ଧକ, ଯବକ୍ଷାରଜାନ ଓ ମିଥେନ ପରି ବିଷାକ୍ତ ଗ୍ୟାସ୍ ରହିଛି । ଯାହା ସବୁଜ ଗୃହ ବାଷ୍ପକୁ ପ୍ରୋତ୍ସାହିତ କରିଚାଲିଛି । ଏଥିରେ ବାଣ ଫୁଟା ପରେ ବାୟୁମଣ୍ଡଳରେ ସବୁଜ ଗୃହ ବାଷ୍ପ ଆହୁରି ବଢିଯାଏ । ଏଭଳି ବାୟୁ ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ ।
ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଆଗମନରେ ପୂରା ପରିବେଶ ବଦଳିଯାଇଥାଏ। ଏହି ଅବସରରେ ଲକ୍ଷ୍ମୀ, ଗଣେଶ, ପଦ୍ମଫୁଲ, ସ୍ବସ୍ତିକ ଆଦି ପ୍ରତୀକ ସାମ୍ନାକୁ ଆସେ। ଏହାର ମହତ୍ତ୍ବ ମଧ୍ୟ ଢେର ରହିଛି।
ଲକ୍ଷ୍ମୀ-ଗଣେଶ: ଧନ, ଐଶ୍ବର୍ଯ୍ୟର ଦେବୀ ମା’ ଲକ୍ଷ୍ମୀ ହୋଇଥିବା ବେଳେ ଶାନ୍ତିର ଦେବତା ହେଲେ ଗଣେଶ। ସେହିପରି ଯେଉଁଠି ଶାନ୍ତି ଥାଏ, ସେଠାରେ ଧନ ଦେବୀ ଲକ୍ଷ୍ମୀ ବାସ କରନ୍ତି। ସେଥିପାଇଁ ଦୀପାବଳିରେ ଗଣେଶ ଓ ଲକ୍ଷ୍ମୀଙ୍କ ଆରାଧନା ଦ୍ବାରା ଶାନ୍ତି, ଧନ, ବୈଭବକୁ ଆମନ୍ତ୍ରଣ କରାଯାଏ।
ପଦ୍ମ ଫୁଲ: ପଦ୍ମ ପୁଷ୍ପ ମା’ ଲକ୍ଷ୍ମୀଙ୍କ ପ୍ରିୟ। ମା’ ଲକ୍ଷ୍ମୀଙ୍କ ପ୍ରସନ୍ନତା ପ୍ରାପ୍ତ ପାଇଁ ଏହାକୁ ଅର୍ପଣ କରିବା ଉଚିତ। ଯେମିତି ପଦ୍ମଫୁଲ ପଙ୍କରେ ଉଠି ମଧ୍ୟ ନିଜ ପ୍ରତି ଆକର୍ଷିତ କରେ, ଠିକ୍‌ ସେହିପରି ଲୋକଙ୍କୁ ମଧ୍ୟ ନିଜ ସୁକର୍ମ ଦ୍ବାରା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାକୁ ଏହା ଇଙ୍ଗିତ କରେ।
ସ୍ବସ୍ତିକ ଏବଂ ଶୁଭଲାଭ: ସ୍ବସ୍ତିକର ଅର୍ଥ ଶୁଭ, ମଙ୍ଗଳ ତଥା କଲ୍ୟାଣ। ସ୍ବସ୍ତିକ ଦେବତାଙ୍କ ପ୍ରତୀକ। ତେଣୁ ସମସ୍ତ ଶାସ୍ତ୍ରରେ ସ୍ବସ୍ତିକକୁ ଶୁଭଙ୍କର ଓ ସକାରାତ୍ମକ ଶକ୍ତି ଭାବେ ବିବେଚନା କରାଯାଏ।ଏଣୁ ଏମିତି କୌଣସି ମାଙ୍ଗଳିକ କାର୍ଯ୍ୟ ନାହିଁ, ସ୍ବସ୍ତିକ ଚିହ୍ନ ବିନା ପୂରଣ ହୁଏ। ଅନ୍ୟପଟେ ଘରେ ଶୁଭ ଲାଭ ଲେଖିବା ଦ୍ବାରା ଘରେ ସମୃଦ୍ଧି ଓ ଧନଧାନ୍ୟ ବୃଦ୍ଧି ହୋଇଥାଏ।
ଶ୍ରୀ ଏବଂ ଓମ୍‌: ସନାତନ ଧର୍ମରେ ଶ୍ରୀ ଏବଂ ଓମ୍‌ ଶବ୍ଦର ମହତ୍ତ୍ବ ଖୁବ୍ ବେଶି। ଓମ୍‌ ଉଚ୍ଚାରଣରେ ଆତ୍ମିକ ବଳ ପ୍ରାପ୍ତ ହୁଏ। ଏହାର ଉଚ୍ଚାରଣ ଦ୍ବାରା ଜୀବନଶକ୍ତି ଊର୍ଦ୍ଧ୍ବମୁଖୀ ହୋଇଥାଏ। ଏଣୁ ଘରର ମୁଖ୍ୟ ଦ୍ବାରରେ ଶ୍ରୀ ଓ ଓମ୍‌ ଶବ୍ଦ ଲେଖାଯାଏ। ଶ୍ରୀ ଶବ୍ଦର ସମ୍ବନ୍ଧ ମା’ ଲକ୍ଷ୍ମୀଙ୍କ ସହ ଜଡ଼ିତ। ଏହାର ଅର୍ଥ ଶୁଭତା, ଧନ, ସମ୍ପତ୍ତି, ଐଶ୍ବର୍ଯ୍ୟ।
ଦୀପ: ଆଲୋକ ଓ ଜ୍ଞାନର ପ୍ରତୀକ ଦୀପ। ଦୀପର ସତ୍ୟତା ଏହାର ସ୍ବରୂପରେ ହିଁ ଅଛି। ଦୀପ ମାଟିର ହୋଇଥିଲେ ହେଁ ଏହାର ଜ୍ୟୋତି ଅମୃତମୟ। ତେବେ ଦୀପ ଭଳି ମଣିଷ ଶରୀର। ଅର୍ଥାତ୍ ମଣିଷ ଶରୀର ମାଟି ଦୀପରେ ଜଳୁଥିବା ଅମୃତର ଜ୍ୟୋତି। ସେହିପରି ଦୀପ ପ୍ରଜ୍ବଳନରେ ଅଜ୍ଞାନରୂପୀ ଅନ୍ଧକାର ଦୂର ହୁଏ।
ଆଜି ଆଲୋକର ପର୍ବ ଦୀପାବଳୀ: ଜାଣନ୍ତୁ ଦୀପାବଳିରେ କଣ ରହିଛି ଦୀପଦାନର ମହତ୍ତ୍ୱ ଏବଂ ଦୀପଦାନର ବିଧି
ଆଜି ଆଲୋକର ପର୍ବ ଦୀପାବଳୀ । ଚଳଚଂଚଳ ଗାଁ ଠୁ ସହର । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଘରଠୁ ଅଫିସ୍ । ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିିକୁ ନେଇ ଆସିଛିି ଦୀପାବଳି , ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ବିଜୟର ପର୍ବ ହେଉଛି ପବିତ୍ର ଦୀପାବଳି । ଆଜି ଦୀପାବଳିରେ ଗାଁ’ଠୁ ସହର ଉôସବମୁଖର । ଚାରିଆଡେ ଖୁସିରେ ଲୋକମାନେ ପାଳୁଛନ୍ତି ଶୁଭ ଦୀପାବଳିକୁ। ହିନ୍ଦୁ ପରାମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ଏହା ଏକ ପ୍ରକାର ସକାରାତ୍ମକ ଶକ୍ତି। ତେଣୁ ଏହି ଦିନ ଘରକୁ ଆଲୋକରେ ସଜାଇ ଲୋକେ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଆଲୋକ ଜାଳନ୍ତି ବୋଲି କୁହାଯାଏ।କୁହାଯାଏ କି, ଅନ୍ଧାରକାର ନକାରାତ୍ମକ ଶକ୍ତିକୁ ଅଧିକ ପ୍ରଭାବଶାଳୀ କରିଦିଏ। ଏହି ଅନ୍ଧକାର ଏବଂ ନକାରାତ୍ମକ ଶକ୍ତି ଉପରେ ବିଜୟ ହାସଲ କରିବାକୁ ଆଲୋକର ଆବଶ୍ୟକତା ପଡ଼େ। ତେଣୁ ଅମାବାସ୍ୟାର ଅନ୍ଧକାରକୁ ଦୂର କରିବା ପାଇଁ ସାରା ବିଶ୍ୱରେ ଆଲୋକ ଜାଳନ୍ତି। ଏହାଛଡ଼ା ଚାରିଆଡ଼େ ଆଲୋକିତ ହେଉଥିବା ରଶ୍ମୀ ଏକପ୍ରକାର ଏକାଗ୍ରତାର ପରିଚୟ ବି ଦିଏ।
ଦୀପଦାନର ମହତ୍ତ୍ୱ
ରହିଛି ଯେ ଦୀପ ଜାଳିବା ଦ୍ୱାରା ପରିବେଶରେ ସକରାତ୍ମକତା ଆସିଥାଏ। ଦୀପର ଆଲୋକ ଯେଉଁ ସ୍ଥାନ ଯାଏଁ ପହଞ୍ଚିଥାଏ, ସେହି ସ୍ଥାନରୁ ନକାରାତ୍ମକତା ଚାଲିଯାଏ। ପୂଜାରେ ଦୀପ ଜାଳିବା ଦ୍ୱାରା ସୂର୍ୟ୍ୟ ଏବଂ ଚନ୍ଦ୍ରର ରହିଥିବା କୁପ୍ରଭାବ ଦୂର ହୋଇଥାଏ। ପୁରାଣରେ କୁହାଯାଇଛି ଯେ ପୂଜା ସମୟରେ ଘିଅ ଏବଂ ତେଲର ଦୀପ ଜଳାଯାଏ। ଘରେ ଯେତେବେଳେ ପୂଜା ହୁଏ, ଦୀପ ଜଳାଯାଏ। ତେବେ, ଦୀପାବଳୀରେ ଦୀପ ଜାଳିବାର ଏକ ଅଲଗା ମହତ୍ତ୍ୱ ରହିଛି। ଏହି ପର୍ବକୁ ଦୀପତ୍ସୋବ ମଧ୍ୟ କୁହାଯାଏ। ଦୀପ ଜାଳିବା ଅର୍ଥ ଜୀବନରୁ ଅନ୍ଧକାର ଦୂର କରିବା ଏବଂ ଆଲୋକ ବିସ୍ତାର କରିବା। ଆଲୋକ ହେଉଛି ଜ୍ଞାନର ପ୍ରତୀକ। ସେଥିପାଇଁ ପୂଜାରେ ଦୀପ ଜାଳିବା ଦ୍ୱାରା ଆମେ ଜୀବନରୁ ଅନ୍ଧକାର ଚାଲିଯାଇ ଥାଏ। ଦୀପଦାନ ଦ୍ୱାରା ଅଗ୍ନିଦେବ ସନ୍ତୁଷ୍ଟ ହୁଅନ୍ତି ଏବଂ ଜୀବନର ଅନେକ ସମସ୍ୟାରୁ ରକ୍ଷା କରନ୍ତି। ଏହା ବ୍ୟତୀତ ପୂଜାରେ ଦୀପ ଜାଳିବାର ଅନେକ ଲାଭ ଏବଂ ବିଶ୍ୱାସ ଅଛି।
ଦୀପଦାନର ବିଧି
ଦୀପ ଜାଳିବା ଦ୍ୱାରା ଘରେ ସକରାତ୍ମକ ଉର୍ଜା ଉତ୍ପନ ହୋଇଥାଏ ଏବଂ ଘରେ ବାତାବରଣ ସକରାତ୍ମକ ଶକ୍ତି ସହିତ ସନ୍ତୁଳିତ ରହିଥାଏ।
ସନ୍ଧ୍ୟାରେ ଦୀପ ଜାଳିବା ଦ୍ୱାରା ଲକ୍ଷ୍ମୀ ମାତା ପ୍ରଶନ୍ନ ହୁଅନ୍ତି। ସେଥିପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ଘରେ ଦୀପ ଜାଳିବା ଉଚିତ୍।
ଦୀପ ପ୍ରଜ୍ବଳନ ଅନ୍ଧକାରକୁ ଦୂର କରି ଘରକୁ ଆଲୋକ ଦେଇଥାଏ, ଯାହାଫଳରେ ପରିବାରର ପରିବେଶ ସୁଖଦ ରହିଥାଏ।
ବିଶ୍ୱାସ କରାଯାଏ ଯେ ଅଗ୍ନି ଦେବଙ୍କୁ ସାକ୍ଷୀ ଭାବରେ ମାନି, ଦୀପଦାନ କରି ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସଫଳତା ପ୍ରାପ୍ତି ହୋଇଥାଏ।
ପୂଜାରେ ଦୀପ ଜାଳିବା ଦ୍ୱାରା ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ରହିଥିବା ଦୁର୍ବଳତା ଦୂର ହୋଇଯାଏ।
ଦୀପ ପ୍ରଜ୍ଜ୍ୱଳନ ଦ୍ୱାରା ନକାରାତ୍ମକ ଶକ୍ତି ସମାପ୍ତ ହୋଇଥାଏ ଏବଂ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଥାଏ। ରୋଗଠାରୁ ମଣିଷକୁ ଦୂରଇ ରଖେ। ଦୀପ ଜ୍ୟୋତି ଆରୋଗ୍ୟ ରଖିବାରେ ସାହାଯ୍ୟ କରେ।
ଦୀପ ଜାଳିବା ଦ୍ୱାରା ଘରେ ଥିବା କ୍ଷତିକା
କଟକଣା ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଫୁଟିଲା ବାଣ, ୧୦ ଗୁଣା ବଢିଲା ବାୟୁ ପ୍ରଦୂଷଣ
ନୂଆଦିଲ୍ଲୀ: କଟକଣା ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଦୀପାବଳିରେ ଫୁଟିଲା ବାଣ । ଫଳରେ ଆଜି ସକାଳେ ଧୁଆଁମୟ ହୋଇଯାଇଛି ଦିଲ୍ଲୀ । ଦିଲ୍ଲୀରେ ପ୍ରାୟତଃ ୧୦ ଗୁଣା ବଢିଗଲା ବାୟୁ ପ୍ରଦୂଷଣ । କାଳର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁସାରେ ୩୪୨ରେ ପ୍ରଦୂଷଣ ସ୍ତର ପହଞ୍ଚିଛି । ଯାହା ଅତ୍ୟନ୍ତ ଖରାପ । ଦୀପାବଳିରେ ବାଣ ଫୁଟାଇଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଏବଂ ୨୦୦ ଟଙ୍କା ଜରିମାନା ଲାଗିବ ବୋଲି ଗତ ସପ୍ତାହରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଚେତାବନୀ ଦେଇଥିଲେ ‌। କିନ୍ତୁ ଏହାକୁ ଦିଲ୍ଲୀବାସୀ ଭ୍ରୂକ୍ଷେପ ନକରି ଜମେଇକି ବାଣ ଫୁଟାଇଛନ୍ତି । ଫଳସ୍ବରୂପ ଜାତୀୟ ରାଜଧାନୀର ବାୟୁମଣ୍ଡଳ ଆହୁରି ବିଷାକ୍ତ ହୋଇଛି ।
ସୋମବାର ଦୀପାବଳି ପର୍ବ ସାରା ଦେଶରେ ପାଳନ କରାଯାଇଥିଲା। ଏହି ଦିନ ବାଣ ଫୁଟାଇବା ଏକ ପୁରୁଣା ପରମ୍ପରା । କିନ୍ତୁ ପରିବେଶ ଓ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଦିଲ୍ଲୀରେ ଆତସବାଜି ଉପରେ କଟକଣା ଲଗାଯାଇଥିଲା । ଲୋକମାନଙ୍କୁ ବାଣଫୁଟାରୁ ନିବୃତ୍ତ କରିବା ପାଇଁ ନିୟମ କରାଯିବା ସତ୍ତ୍ୱେ ଲୋକମାନେ ଦକ୍ଷିଣରୁ ଉତ୍ତର ପୂର୍ବ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀ ସମେତ ସହରର ବିଭିନ୍ନ ଅଞ୍ଚଳରେ ଆତସବାଜି କରିଥିଲେ |
ଆଲୋକର ପର୍ବ ଦୀପାବଳି: ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଦୀପାବଳି
କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଏହା ହେଉଛି ଏକ ପବିତ୍ର ପର୍ବ, ଯାହାକି ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ। କାରଣ ଏହି ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର, ମା’ ସୀତା ଓ ଭ୍ରାତା ଲକ୍ଷ୍ମଣ ଅଯୋଧ୍ୟା ଫେରିଥିଲେ। ତାଙ୍କ ଆଗମନର ପଥକୁ ଆଲୋକିତ କରିବା ପାଇଁ ଅଯୋଧ୍ୟାବାସୀ ଦୀପ ପ୍ରଜ୍ଜ୍ବଳନ କରିଥିଲେ। ପୌରାଣିକ ମତାନୁସାରେ ସେହିଦିନଠାରୁ ଦୀପାବଳି ପାଳନ କରାଯାଉଛି। ଲଙ୍କାର ରାଜା ରାବଣଙ୍କୁ ମାରି ଶ୍ରୀରାମ ଅଯୋଧ୍ୟା ଫେରିଥିବାରୁ ଦୀପାବଳିକୁ ଆସୁରୀକ ଅନ୍ଧକାର ଉପରେ ଦୈବିଶକ୍ତିର ଉଜ୍ଜ୍ବଳ ପରିପ୍ରକାଶର ପ୍ରତୀକ ଭାବେ ମଧ୍ୟ ପାଳନ କରାଯାଉଛି।
ଆଉ ଏକ ପୌରାଣିକ କଥା ଅନୁସାରେ ଦୀପାବଳି ରାତିରେ ଶ୍ରୀବିଷ୍ଣୁଙ୍କ ସହିତ ମା’ ଲକ୍ଷ୍ମୀ ବିବାହ କରିଥିଲେ। ତେଣୁ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ମା’ ଲକ୍ଷ୍ମୀଙ୍କ ପୂଜା କରିବା ସହିତ ବିଭିନ୍ନ ମୂଲ୍ୟବାନ ବସ୍ତୁ କ୍ରୟ କରାଯାଏ ଏବଂ ଉପହାର ମଧ୍ୟ ଦିଆଯାଏ। ଏହିଦିନ ପିତୃପୁରୁଷମାନେ ସ୍ବର୍ଗାଲୋକ ଗମନ କରିଥାନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ଦୀପାବଳିରେ ପୟାଶ୍ରାଦ୍ଧ ହୋଇଥାଏ। କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ଆକାଶ ପଥକୁ ଦେଖାଯାଏ ଏବଂ କୁହାଯାଏ – ‘ଅନ୍ଧାରରେ ଆସି ଆଲୁଅରେ ଯାଓ।’ ଏହାକୁ ବଡ଼ବଡ଼ୁଆ ଡାକ ବୋଲି କୁହାଯାଏ। କେବଳ ହିନ୍ଦୁଧର୍ମରେ ନୁହେଁ, ବୌଦ୍ଧ, ଜୈନ ଓ ଶିଖ୍‌ ଧର୍ମରେ ମଧ୍ୟ ଦୀପାବଳି ପର୍ବ ପାଳନ ହୋଇଥାଏ। ଜୈନ ଧର୍ମରେ ଦୀପାବଳିକୁ ମହାବୀରଙ୍କ ମୋକ୍ଷ ଦିବସ ଭାେବ ପାଳନ କରାଯାଉଥିବାବେଳେ ଶିଖ୍‌ଧର୍ମରେ ଏହା ବନ୍ଦିଛୋଡ୍‌ ଦିବସ ଭାବେ ପାଳନ ହୋଇଥାଏ। କାରଣ ଏହିଦିନ ଶିଖ୍‌ ଧର୍ମର ୬ଷ୍ଠ ଗୁରୁ ହରଗୋବିନ୍ଦ ସିଂ ଜେଲ୍‌ରୁ ମୁକ୍ତ ହୋଇଥିଲେ।
ବାଣ ନୁହେଁ ମିଠା କିଣିବାରେ ଟଙ୍କା ଖର୍ଚ୍ଚ କର, ଦିଲ୍ଲୀରେ ଲୋକଙ୍କୁ ନିଶ୍ୱାସ ନେବାକୁ ଦିଅ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳୀରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବାଣ ଫୁଟାକୁ ନେଇ ପ୍ରତିବନ୍ଧକ ଲାଗିଛି। ବାଣ ଫୁଟାଇଲେ ଆର୍ଥିକ ଦଣ୍ଡ ସହିତ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିସାରିଛନ୍ତି। ହେଲେ ସରକାରଙ୍କ ଏହି ନୀତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ବେଳେ କୋର୍ଟ ମଧ୍ୟ ବାଣ ନ ଫୁଟାଇବା ସପକ୍ଷରେ ମତ ଦେଇଛନ୍ତି। ବାଣ ଫୁଟାଇବାକୁ ନେଇ ଆଗତ ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀବାସୀଙ୍କୁ ପ୍ରଥମେ ପ୍ରଦୂଷଣମୁକ୍ତ ବାୟୁରେ ନିଶ୍ୱାସ ନେବାକୁ ଦିଆଯାଉ। ଲୋକେ ବାଣ ନ କିଣି ମିଠା କିଣିବାରେ ଟଙ୍କା ଖର୍ଚ୍ଚ କରନ୍ତୁ ।
ଦିଲ୍ଲୀରେ ବାଣ ଫୁଟାଇବା ଉପରେ ଲଗାଯାଇଥିବା ରୋକ୍‌କୁ ଚ୍ୟାଲେଞ୍ଜ କରି ବିଜେପି ନେତା ମନୋଜ ତିୱାରୀ ପିଟିସନ ଦାଏର କରିଥିଲେ । ଦୀପାବଳି ଆଉ ମାତ୍ର ଦୁଇ ଦିନ ଥିବାରୁ ତାଙ୍କ ଆବଦେନ ଉପରେ ତୁରନ୍ତ ଶୁଣାଣି ପାଇଁ ଅପିଲ୍ କରିଥିଲେ। ହିନ୍ଦୁ ପର୍ବ ଦୀପାବଳିରେ ଧାର୍ମିକ ସ୍ୱାଧୀନତାକୁ ଛଡ଼ାଇ ନିଆଯାଇପାରିବ ନାହିଁ ବୋଲି ସେ ଅପିଲ କରିବା ସହିତ ବାଣ ବିକ୍ରିକୁ ଅନୁମତି ଦେବାକୁ ସେ କୋର୍ଟକୁ ଅନୁରୋଧ କରିଥିଲେ। ତେବେ କୋର୍ଟ ଏହି ଆବେଦନକୁ ଖାରଜ କରି ଉପରୋକ୍ତ ରାୟ ଦେଇଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପଲ୍ୟୁସନ କଣ୍ଟ୍ରୋଲ କମିଟିର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ମଧ୍ୟ ଶୁଣାଣି କରିବାକୁ ମନା କରି ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବାଣ କିଣିବା ଏବଂ ଫୁଟାଇବା ଉପରେ ରୋକ ଲାଗିଛି। ଏହାର ଉଲ୍ଲଘଂନ କଲେ ୨୦୦ ଟଙ୍କା ଜରିମାନା ଏବଂ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିୟମ ଜାରି କରାଯାଇଛି। ଶୀତ ଦିନ ଆରମ୍ଭ ହେବା ସହ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅଧିକ ହୋଇଥାଏ। ଏହି କାରଣରୁ ଦିଲ୍ଲୀ ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରିଛନ୍ତି।
ଦୀପାବଳି ପାଇଁ ଶ୍ରୀମନ୍ଦିର ବଡ଼ଦାଣ୍ଡରେ ୧୪୪ ଧାରା ଜାରି, ସାଧାରଣ ଦର୍ଶନ ବନ୍ଦ
ପୁରୀ: ଆଜି ପବିତ୍ର ଦୀପାବଳି । ଏହି ଦୀପାବଳି ଅମାବାସ୍ୟାରେ ଶ୍ରଦ୍ଧାଳୁମାନେ ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିଥାନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଶ୍ରୀକ୍ଷେତ୍ର ଆସିଥାନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସିଂହଦ୍ବାର ସମ୍ମୁଖରେ ଏହି ଦୃଶ୍ୟ ଦେଖିବାକୁ ମିଳିଥାଏ। ହେଲେ ଏଥର ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳି ହେବନି ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ଜାରି କରିଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।
ଏହି ନିର୍ଦ୍ଦେଶନାମା ଅନୁଯାୟୀ, କାଉଁରିଆ କାଠି ଜାଳିବା ଅନୁମତି ମିଳିଲେ ପ୍ରବଳ ଜନ ସମାଗମ ହେବା ଆଶଙ୍କା ରହିଛି। ଏହାବ୍ୟତୀତ ପ୍ରଦୂଷଣ ମାତ୍ରା ବୃଦ୍ଧି ଓ କୋଭିଡ଼ କଟକଣ ଉଲଂଘନ ହେବାର ଆଶଙ୍କା ଥିବାରୁ ଗୁରୁବାର ଦୀପାବଳି ଅମାବାସ୍ୟାରେ ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି । ସିଂହଦ୍ୱାର ଓ ଏହାର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଛି। ଏହି କଟକଣା ଗୁରୁବାର ଭୋର ୪ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ଏତଦ୍‌ବ୍ୟତୀତ ବୀରଗୋବିନ୍ଦପୁର ଦକ୍ଷିଣକାଳୀଙ୍କ ପୀଠରେ କାଳୀପୂଜା ପାଇଁ ମଧ୍ୟ ୧୪୪ ଧାରା ଜାରି ହେବ। ଗୁରୁବାର ରାତି ଏବଂ ଶୁକ୍ରବାର ଏହି କଟକଣା ଲଗାଯିବ। କେବଳ କମିଟି ସଦସ୍ୟ ଏବଂ ସେବାୟତମାନଙ୍କୁ ପୀଠକୁ ଅନୁମତି ମିଳିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
ସାଧାରଣ ଦର୍ଶନ ବନ୍ଦ
ପବିତ୍ର ଦୀପାବଳିରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ। କୋଭିଡ଼ କଟକଣା ଦୃଷ୍ଟିରେ ରଖି ବିଭିନ୍ନ ପର୍ବପର୍ବାଣିରେ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି। ତେଣୁ ଗୁରୁବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖାଯିବ। ଗତ ୧୧ ତାରିଖରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନଭେମ୍ବର ମାସ ଦର୍ଶନ ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହିମାସର ରବିବାର ବ୍ୟତୀତ ଆଉ ତିନିଦିନ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ତିନିଦିନ ମଧ୍ୟରେ ଗୁରୁବାର ଦୀପାବଳି ବ୍ୟତୀତ ୧୫ ତାରିଖ ଏକାଦଶୀ ଏବଂ ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଦର୍ଶନ ବନ୍ଦ ରଖାଯିବ। କାରଣ ଏହିସବୁ ଦିନମାନଙ୍କରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି
ଦୀପାବଳି ପାଇଁ ହାଇଆଲର୍ଟ; ବାଣ ବିକିଲେ ବନ୍ଧାହେବେ
ଭୁବନେଶ୍ବର: ଗୁରୁବାର ପାଳନ ହେବ ଆଲୋକର ପର୍ବ ଦୀପାବଳି। ଏଥିଲାଗି ରାଜଧାନୀକୁ ହାଇଆଲର୍ଟ ଜାରି କରାଯାଇଛି। ଏହାସହ ଦୀପାବଳିରେ ଗ୍ରୀନ୍ କ୍ରାକର ବା ସବୁଜ ବାଣ ବିକ୍ରି ଲାଗି ରାଜଧାନୀରେ କେହି ଅନୁମତି ନେଇନାହାନ୍ତି। ସେହିପରି ବେଆଇନ୍‌ ବାଣ ବିକ୍ରି ଉପରେ କଟକଣା ଲଗାଯାଇଛି। ଯଦି ବେଆଇନ୍ ଭାବେ ବାଣ
ବିକ୍ରି କରାଯାଉଥିବାର ନଜରକୁ ଆସିଲେ ବାଣ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାଇ ଦେଇଛି। ଅନ୍ୟପକ୍ଷେ ଦୀପାବଳି ଲାଗି ସହରରେ ୯ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ଏଥିସହିତ ସମସ୍ତ ଥାନାକୁ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ଲାଗି କୁହାଯାଇଛି। ଏଥିସହିତ ଆଉ କିଛି ଥାନାକୁ ପାଟ୍ରୋଲିଂ ପାଇଁ ଆଉ କିଛି ଅଧିକ ଗାଡ଼ି ଦିଆଯିବ। ସେଭଳି ଥାନାର ଅଧିକାରୀ ଓ ଜୋନ୍ ଏସିପିଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ଏଥିସହିତ ବାଣ ଫୁଟାଇବା ଲାଗି ଜାରି କରାଯାଇଥିବା କଟକଣାକୁ ମାନିବାକୁ ସହରବାସୀଙ୍କୁ ଡିସିପି ଅପିଲ କରିଛନ୍ତି ।
ଏହାସହ ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଚେତାଇ ଦେଇଛନ୍ତି। ସେପରି ଥାନାଗୁଡ଼ିକରେ ପାଟ୍ରୋଲିଂ କରିବା ଲାଗି ଥାନା, ପିସିଆର୍ ଓ ଆଉ ନୂଆ ଗାଡ଼ି ଦିଆଯାଇଛି। ସନ୍ଧ୍ୟାରୁ ସହରରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ନିୟମ ମାନୁ ନ ଥିବା ଅମାନିଆଙ୍କୁ ଥାନାକୁ ଉଠାଇ ଅଣାଯିବ ବୋଲି ପୁଲିସ କହିଛି ।