POLICE Encounter in Puri - The Sakala

ପୁରୀରେ ଏନକାଉଣ୍ଟର : କାଲି ଗୁଳିମାଡ଼ କରି ଖସିଯାଇଥିଲା, ଆଜି ପୁଲିସ ଗୁଳି ଖାଇଲା ବିଜୁ ବେହେରା
ପୁରୀ : ପୁରୀରେ ଏନକାଉଣ୍ଟର । ବଟି ଆଦାୟକୁ କେନ୍ଦ୍ର କରି ଗୁଳିକାଣ୍ଡ ମାମଲାରେ ଅପରାଧୀ ବିଜୁ ବେହେରାକୁ ପୁଲିସର ଏନକାଉଣ୍ଟର । ଅପରାଧୀର ବାମ ଗୋଡ଼ରେ ବାଜିଛି ଗୁଳି । ତେବେ ଅପରାଧୀଠାରୁ ପିସ୍ତଲ ସମେତ ୩ ରାଉଣ୍ଡ ଗୁଳି ଓ ମୋଟରସାଇକେଲ୍ ଜବତ କରାଯାଇଛି ।ବିଜୁର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚନ୍ଦନପୁର ନିକଟରେ ପୁଲିସ ଚଢ଼ାଉ କରିଥିଲା । ରେଡ୍ ବେଳେ ଆତ୍ମସମର୍ପଣ ପାଇଁ ବିଜୁକୁ କହିଥିଲା ପୁଲିସ । ହେଲେ ବିଜୁ ପୁଲିସ ଉପରକୁ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ପୁଲିସ ଗୁଳି କରିଥିଲା । ଗୁରୁତର ଅବସ୍ଥାରେ ବିଜୁକୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ପୁରୀ ନରେନ୍ଦ୍ରକୋଣରେ ଦାଦାବାଟିକୁ ନେଇ ବିଜୁ ଓ ତାର ସହଯୋଗୀ ମହିଳାଙ୍କୁ ଗୁଳିମାଡ଼ କରି ଫେରାର୍ ହୋଇ ଯାଇଥିଲେ । ଗୁରୁତର ଆହତ ଶକୁନ୍ତଳାଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ସେହି ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରା ଓ କାଳିଆ ବେହେରା ଗୁଳିମାଡ଼ କରି ଫେରାର ହୋଇଯାଇଥିବା ପୁଲିସ ସୂଚନା ଦେଇଥିଲା । ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ୪ଟି ଟିମ୍ ଗଠନ କରିଥିବା ବେଳେ ବିଜୁକୁ ଏନକାଉଣ୍ଟର କରାଯାଇଛି । ପୂର୍ବରୁ ଶକୁନ୍ତଳାଙ୍କୁ ଦାଦାବଟି ମାଗିଥିଲେ ଅଭିଯୁକ୍ତ । ଶକୁନ୍ତଳାଙ୍କୁ ଗୁଳିମାଡ଼ ପରେ ଦୁର୍ବୃତ୍ତ ଦ୍ୱୟ ମାଟିତୋଟାରେ ଦାଦାବଟି ପାଇଁ ଗୁଳିମାଡ଼ ସହ ଟୁନି ବେହେରା ଓ ପୁଅ କାର୍ତ୍ତିକ ବେହେରାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ମାଆ ପୁଅଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।