BJD PRESS MEET ON MAMITA MEHER MURDER CASE - The Sakala

ଭକ୍ତ ଦାସ ଓ ଗୋବିନ୍ଦ ସାହୁଙ୍କ ମଧ୍ୟରେ କି ସମ୍ପର୍କ : ମମିତା ମାମଲାରେ ଭକ୍ତଙ୍କୁ ବିଜେଡିର ୫ ପ୍ରଶ୍ନ
ଭୁବନେଶ୍ବର : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାରେ ରାଜନୀତି କରୁଛନ୍ତି ବିରୋଧୀ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ସାଂସଦ ସସ୍ମିତ ପାତ୍ର ବିରୋଧୀଙ୍କ ଉପରେ ବର୍ଷିବା ସହ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ଉଠାଇଥିବା କଂଗ୍ରେସ ନେତା ଭକ୍ତ ଦାଶଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି।

ବିଜେଡି ସାଂସଦ ସସ୍ମିତ୍ ପାତ୍ର ପ୍ରେସମିଟ୍ କରି ଭକ୍ତଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି ।ସାସଂଦ ସସ୍ମିତ ପାତ୍ର କିଛି ଦୃଢ ତଥ୍ୟ ସହ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ମହାଲିଙ୍ଗ କଲେଜର ରେଜିଷ୍ଟର ଦସ୍ତାବିଜକୁ ଖୁଲାସା କରିଥିଲେ । ଯେଉଁଥିରେ ଫାଉଣ୍ଡର ମେମ୍ବର ତାଲିକାରେ ରହିଛନ୍ତି କଂଗ୍ରେସ ନେତା ଭକ୍ତ ଦାସଙ୍କ ପୁଅ କ୍ରାନ୍ତି ଦାସ । କ୍ରାନ୍ତି ଦାସ ସେହି ରେଜିଷ୍ଟରର ଦ୍ୱିତୀୟ ନମ୍ବରରେ ରହିଥିବା ଉଲ୍ଲେଖ ରହିଛି । ଯେଉଁ ସମୟରେ ସଂସ୍ଥା ରେଜିଷ୍ଟର ହୋଇଥିଲା ସେଥିରେ ଥିବା କ୍ରାନ୍ତି ଦାସଙ୍କ ବୟସ ୨୩ ଥିବା ବେଳେ ତାଙ୍କ ବାପାଙ୍କ ଭକ୍ତ ଚରଣ ଦାସ ଉଲ୍ଲେଖ ରହିଛି ।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ଗଭର୍ଣ୍ଣିଙ୍ଗ ବଡ଼ି କମିଟିରେ ଗୋବିନ୍ଦ ସାହୁ ଚେୟାରମେନ ଥିବାବେଳେ ଭକ୍ତ ଦାସଙ୍କ ପୁଅ କ୍ରାନ୍ତି ଦାସ ରହିଥିଲେ ଅଧ୍ୟକ୍ଷ । ମହାଲିଙ୍ଗ କଲେଜର ଫାଉଣ୍ଡର ଟ୍ରଷ୍ଟି ହେଉଛନ୍ତି ଗୋବିନ୍ଦ ସାହୁ । କଲେଜର ଦ୍ୱିତୀୟ ଟ୍ରଷ୍ଟି ହେଉଛନ୍ତି ଭକ୍ତ ଦାସଙ୍କ ପୁଅ କ୍ରାନ୍ତି । ଏ ନେଇ ଭକ୍ତ ଦାସ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଆହ୍ୱାନ ଦେଇଛି ।

ମହାଲିଙ୍ଗ କଲେଜର ପ୍ରତିଷ୍ଠାତା ଟ୍ରଷ୍ଟି ଭାବେ ତାଙ୍କ ପୁଅ କ୍ରାନ୍ତି ଦାସ ଥିଲେ କି ନାହିଁ?

ମହାଲିଙ୍ଗ କଲେଜର ଗୋବିନ୍ଦ ସାହୁଙ୍କ ସହ ଭକ୍ତଙ୍କ ସମ୍ପର୍କ କଣ ?

୨୫ ଜାନୁଆରୀ ୨୦୨୦ରେ ଭକ୍ତ ସେଠାକୁ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ପାଇଁ ଯାଇଥିଲେ କି ନାହିଁ?

ତେଲେଙ୍ଗାନା ଓ ବିହାରରେ କଂଗ୍ରେସ ଦଳର ନେତା ଓ କର୍ମୀ ଆଣିଥିବା ଭକ୍ତ ଦାସଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ସତ ନା ନାହିଁ?

ବିହାରରେ ମହାଗଠବନ୍ଧନ ମେଂଟ ଭାଙ୍ଗିବା ଘୋଷଣା କରି ବିଜେପିକୁ ସାହାଯ୍ୟ କରିଥିବା ଭକ୍ତ ଦାସ, କଳାହାଣ୍ଡିରେ ବିଜେପିକୁ ସାହାଯ୍ୟ କରୁଛନ୍ତି ନା ନାହିଁ ?

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା କଂଗ୍ରେସ ଓ ଓଡ଼ିଶା ବିଜେପି ମଧ୍ୟରେ ମଧୁଚନ୍ଦ୍ରିକା ରହିଛି । ଓଡ଼ିଶା ବିଜେପିର ବି ଟିମ୍ ହେଉଛି ଓଡ଼ିଶା କଂଗ୍ରେସ । ବିଜେପି ପ୍ରରୋଚନାରେ ଆଜି ପ୍ରେସମିଟ୍ କରିଛନ୍ତି ଭକ୍ତ ଦାସ । ଭକ୍ତ ଦାସଙ୍କ ପୁଅ ମହାଲିଙ୍କ କଲେଜ ଟର୍ଷ୍ଟିର ସଭାପତି ଥିଲେ କି ନାହିଁ ବୋଲି ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଆହ୍ୱାନ କରିଛି । ସୋସିଆଲ ମିଡିଆରେ ବୁଲୁଥିବା ଫଟୋ ବି ଦେଖାଇଛନ୍ତି ସସ୍ମିତ । ଫଟୋରେ ଭକ୍ତଙ୍କ ସହ ଗୋବିନ୍ଦ ଓ ମମିତାଙ୍କୁ ଦେଖିବାକୁ ମିଳିଛି । ଗୋବିନ୍ଦଙ୍କ ସହ ସଂପର୍କ କଣ ବୋଲି ଭକ୍ତ ଦାସଙ୍କୁ ପ୍ରେସମିଟରେ ପ୍ରଶ୍ନ କରିଛି ବିଜେଡି ।  ତେବେ ଭକ୍ତ ଦାସ ରାଜ୍ୟ ବାସୀଙ୍କୁ ମିଥ୍ୟା କହୁଛନ୍ତି ନା ସତ ତାହା ସର୍ବ ସମ୍ମୁଖରେ ସ୍ପଷ୍ଟ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ବିଜେଡ଼ି ସାସଂଦ ସସ୍ମିତ ପାତ୍ର ।

ଭକ୍ତ ଦାସ ୨୦୧୪ ମସିହାରେ ଶେଷ ଥର ପାଇଁ ମହାଲିଙ୍ଗ କଲେଜ ଯାଇଥିବା ନେଇ ବାରମ୍ବାର କହୁଥିବାବେଳେ ସେଠାରେ ଥିବା ନାମ ଫଳକରେ ୨୦୨୦ ମସିହାରେ ଯାଇଥିବା ଉଲ୍ଲେଖ ରହିଛି । ୨୫ ଜାନୁଆରୀ ୨୦୨୦ ମସିହାରେ ଭକ୍ତ ଦାସ ସେ କଲେଜ ଯାଇଥଲେ ସେଠି ସେ ହଷ୍ଟେଲର ଉଦଘାଟନ କରିଥିଲେ । ଭକ୍ତ ବାବୁ ଯେଉଁ ଅଭିଯୋଗ କରିଛନ୍ତି ମନ୍ତ୍ରୀଙ୍କ ସମ୍ପୃକ୍ତି ଅଛି କାହିଁକି ନା ସେ କଲେଜ ଯାଇ କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ। ତେଣୁ ଭକ୍ତ ଦାସ ମଧ୍ୟ ଏହି କଲେଜର କାର୍ଯ୍ୟକ୍ରମରେ ଯୋଗଦେଇ ସେ ମଧ୍ୟ ଅଭିଯୁକ୍ତ। ଭକ୍ତ ବାବୁଙ୍କ ବିରୋଧରେ ତାଙ୍କ ଦଳ ପକ୍ଷରୁ ବହୁବାର ଅନେକ ଅଭିଯୋଗ ଅଛି। ଏପରିକି ତେଲେଙ୍ଗାନାରେ ଟିକେଟ ଦେବା ପାଇଁ ଭକ୍ତ ବାବୁ ୩ ଲକ୍ଷ ଟଙ୍କା ନେଇଛନ୍ତି ବୋଲି ମଧ୍ୟ ଅଭିଯୋଗ ଅଛି। ଏପରିକି ବିହାର ପ୍ରଭାରୀ ଭାବେ ଭକ୍ତ ମଧ୍ୟ ଟିକେଟ ବିକ୍ରି କରିବା ନେଇ ଅଭିଯୋଗ ଆସିଛି। ଭକ୍ତ ଭାରତୀୟ ଜନତା ପାର୍ଟିର ଏଜେଣ୍ଟ ସାଜିଛନ୍ତି। ବିହାର ଆରଜେଡି ସହ ବିହାରରେ କଂଗ୍ରେସ ସମ୍ପର୍କ ତୁଟାଇବା ପଛରେ ଭକ୍ତଙ୍କ ସମ୍ପୂର୍ଣ ହାତ। ଯେଉଁଥିରେ ବଜେପି ଫାଇଦା ପାଇଚି , ତେଣୁ ବିଜେଡିକୁ ଆଙ୍ଗୁଠି ଉଠେଇବା ଆଗରୁ ନିଜକୁ ଦେଖନ୍ତୁ ।

ମମିତା ହତ୍ୟା ମାମଲା; ଅଯଥା ରାଜନୀତି କରନ୍ତୁ ନାହିଁ ବିରୋଧୀ, ଯିଏ ବି ସମ୍ପୃକ୍ତ ଦଣ୍ଡ ପାଇବ : ବିଜେଡି
ଭୁବନେଶ୍ବର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ  ସାମ୍ବାଦିକ ସମ୍ମିଳନୀ କରିଛି ବିଜେଡି । ଏହି ଘଟଣାରେ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ଓ ମମିତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି କହିଛନ୍ତି ବିଜେଡି ଉପ ସଭାନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ । ତାଙ୍କ କହିବା ମୁତାବକ, ଏହି ଘଟଣାରେ ଏବେ ଜଣେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ମଧ୍ୟ ଗିରଫ ହେବେ । ହେଲେ ବିରୋଧୀ ନେତାମାନେ ଅଯଥାରେ ରାଜନୀତି କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ ମମିତାଙ୍କ ମୃତ୍ୟୁ ସମାଜର ଓ ପରିବାରର କ୍ଷତି ହୋଇଛି, ଆମେ ସମାବେଦନା ଜଣାଉଛୁ।  ଏହି ମାମଲାର ତଦନ୍ତ ଦାୟିତ୍ବ ଏନ୍‌ଆଇଏ (NIA)ରେ କାମ କରିଥିବା ଜଣେ ଅଧିକାରୀଙ୍କୁ ଦିଆଯାଇଛି । ଅଭିଯୁକ୍ତ ନିଶ୍ଚୟ ଦଣ୍ଡ ପାଇବେ । ଅନ୍ୟ ଯେଉଁମାନେ ବି ସମ୍ପୁକ୍ତ ସେମାନେ ବି ଦଣ୍ଡ ପାଇବେ।  ଉକ୍ତ ଶିକ୍ଷାନୁଷ୍ଠାନରେ ବହୁ ଛାତ୍ରଛାତ୍ରୀ , ଶିକ୍ଷକ ମାନେ କାମ କରୁଛନ୍ତି । କିଛି ଜଣଙ୍କ ପାଇଁ ପୁରାଶିକ୍ଷାନୁଷ୍ଠାନକୁ ବଦନାମ କରା ନ ଯାଉ । ଅନ୍ୟମାନେ ବି ସେଠାରେ ଅଛନ୍ତି ।ଛାତ୍ରଛାତ୍ରୀ ଭଲ ପାଠ ପଢନ୍ତୁ । ଅନୁଷ୍ଠାନ ଅଛି ମାନେ ମନ୍ତ୍ରୀ, ନେତା ଯିବେ । କିଏ ଫଟ ଉଠେଇଲା, ସିଏ ଦୋଷୀ ହେବା ଠିକ ନୁହଁ । ମନ୍ତ୍ରୀ ଆର୍ଥିକ ଅନୁଦାନ ଦେଲେ ଦୋଷୀ ହେବେ ନାହିଁ । ମନ୍ତ୍ରୀ ସେଠାକୁ ଯାଉ ଥିଲେ କି ନାହିଁ , ତଦନ୍ତ ପରେ ଜଣା ପଡିବ।

ଅନ୍ୟପଟେ ନେତା, ମନ୍ତ୍ରୀମାନେ କୌଣସ ଅନୁଷ୍ଠାନକୁ ଯିବା ନୂଆ କଥା ନୁହେଁ । କୌଣସି ବେସରକାରୀ ଶିକ୍ଷାନୁଷ୍ଠାନ ସରକାରୀ ଅନୁଦାନ ପାଇବା ମଧ୍ୟ ନୂଆ କଥା ନୁହେଁ । ସେହିପରି ଅପରାଧୀଙ୍କ ସହିତ ବିଭିନ୍ନ ସମୟରେ ନେତା ମନ୍ତ୍ରୀଙ୍କ ଫଟୋ ରହିଥାଏ । ହେଲେ ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟିକା । ବିଜେପିର ବହୁ ନେତାଙ୍କ ଫଟୋ ଅପରାଧୀଙ୍କ ସହ ରହିଛି । । ଉତ୍ତର ପ୍ରଦେଶର ଖେରୀରେ ଯେଉଁ ଭଳି ଭାବେ କୃଷକଙ୍କୁ ଗାଡି ଚଢାଇ ହତ୍ୟା କରାଗଲା ସେଥିରେ କେନ୍ଦ୍ର ମନ୍ତ୍ରୀଙ୍କ ନାଁ ଚର୍ଚା ହେଲା ଏବଂ ମୁଖ୍ୟ ଅଭିଯୁକ୍ତ ତାଙ୍କ ପୁଅ ଗିରଫ ମଧ୍ୟ ହେଲା ସେଥିରେ ବଜେପି ନେତା କଣ ପାଇଁ ସିବିଆଇ ତଦନ୍ତ ପାଇଁ ଦାବି କଲେନି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା ମଲ୍ଲିକ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁଲିସ ସବୁବେଳେ ନିରପେକ୍ଷ ଭାବେ କାମ କରୁଛି । ରାଜ୍ୟରେ କୌଣସି ନାରୀ ନିର୍ଯ୍ୟାତନା ମାମଲା ଲୁଚାଇ ରଖା ଯାଉନାହିଁ । ନାରୀ ନିର୍ଯ୍ୟାତନା ଅଭିଯୋଗ ଆସିଲେ ମାମଲା ରୁଜୁ କରାଯାଉଛି । ଆମର ନ୍ୟାୟ ପାଳିକା, ପୁଲିସ ଉପରେ ଭରସା ଅଛି । ବିଜେପି ଶସ୍ତା ରାଜନୀତି କରୁଛି । ମମିତା ନ୍ୟାୟ ପାଇବା ଦରକାର । ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଛି, ଅନ୍ୟମାନେ ସମ୍ପୃକ୍ତ ଥିଲେ ଗିରଫ ହେବେ । ଯଦି ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବ ସେ ଗିରଫ ହେବେ, ଦଣ୍ଡ ପାଇବେ । ମନ୍ତ୍ରୀ ଇସ୍ତଫା ଦେଇ ଦେଲେ କଣ ନ୍ୟାୟ ମିଳି ଯିବ କି ? ତଦନ୍ତ ବନ୍ଦ ହେବ କି ?  ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା।