Mamita Meher murder case - The Sakala
ମୁହଁ ଖୋଲିଲେ ମମିତାଙ୍କ ପରିବାର, ନିଜକୁ ଦଣ୍ଡଦେଇ ଗୋବିନ୍ଦ ନିଜ ଅପରାଧ ସ୍ୱୀକାର କରିଛି
ବଲାଙ୍ଗିର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତକାଲି ଜେଲରେ ଆତ୍ମହତ୍ୟା କରିଥିଲା। ମଙ୍ଗଳବାର ତାଙ୍କୁ କୋର୍ଟରେ ହାଜର ଲାଗି ନେବା ନିମନ୍ତେ ଜେଲ କର୍ମଚାରୀମାନେ ତାଙ୍କ କୋଠରୀରେ ପହଞ୍ଚିବା ବେଳେ ସେ ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିବା ଦେଖା ଯାଇଥିଲା। ଜେଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ କଣ୍ଟାବାଞ୍ଝି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ପୁଲିସ ଏହି ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଗୋବିନ୍ଦ ଆତ୍ମହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିମନ୍ତେ ପୁଲିସ ଡ଼ିଜି ସୁନୀଲ ବଂଶଲ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁର ରେଞ୍ଜ ଜେଲ ଆଇଜି କଣ୍ଟାବାଞ୍ଝି ଜେଲ ପରିଦର୍ଶନ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ସେହିପରି ଡ଼ିଜିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏକ ୧୦ ଜଣିଆ ଅଧିକାରୀ ଦଳ କଣ୍ଟାବାଞ୍ଝି ଜେଲରେ ପହଞ୍ଚିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ କଣ୍ଟାବାଞ୍ଝି ଉପ କାରାଗାର ୱାର୍ଡ଼ର ଅକ୍ଷୟ ମହାନ୍ତିଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ରିପୋର୍ଟ ମିଳିବା ପରେ ଅନ୍ୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
ତେବେ ଗୋବିନ୍ଦର ଆତ୍ମହତ୍ୟା ପରେ ମମିତା ମେହେରଙ୍କ ପରିବାର ଲୋକ ମୁହଁ ଖୋଲିଛନ୍ତି। ମମିତାଙ୍କ ମାଆ ତୁଳସୀ ମେହେର କହିଛନ୍ତି ଯେ ଆମେ ଚାହୁଁଥିଲୁ ମମିତାର ଯେମିତି ଛଟପଟ ହୋଇ ଜୀବନ ଗଲା, ଗୋବିନ୍ଦର ମଧ୍ୟ ସେମିତି ଜୀବନ ଯାଉ। ଗୋବିନ୍ଦ ଆତ୍ମହତ୍ୟା କରିଛି। ଭଗବାନ ତାକୁ ଦଣ୍ଡ ଦେଇଛନ୍ତି।
ଅନ୍ୟପଟେ ମମିତାଙ୍କ ବଡ଼ବାପା କୌଶିକ ମେହର କହିଛନ୍ତି ଯେ ଆମ ଝିଅ ମମିତା ହତ୍ୟା ଘଟଣାରେ ଗୋବିନ୍ଦ ମୁଖ୍ୟ ନାୟକ। ଷଡ଼ଯନ୍ତ୍ର କରି ସେ ମମିତାକୁ ହତ୍ୟା କରିଥିଲା। ତାକୁ ଦଣ୍ଡ ଦେବା ପାଇଁ ଆମେ ପୁଲିସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲୁ, ସରକାରଙ୍କୁ ଅନୁରୋଧ କରିଥିଲୁ, ଭଗବାନଙ୍କୁ ପ୍ରାର୍ଥର୍ନା କରୁଥିଲୁ। ସେ ଦଣ୍ଡ ପାଇବା ଏକ ପ୍ରକାର ନିଶ୍ଚିତ ଥିଲା। ମାତ୍ର ଆଇନରେ ଦଣ୍ଡ ପାଇବା ପୂର୍ବରୁ ସେ ନିଜକୁ ନିଜେ ଦଣ୍ଡ ଦେଇ ନିଜର ଅପରାଧ ସ୍ୱୀକାର କରିଛି। ଏହି ମାମଲାରେ ଆଉ କିଛି ବ୍ୟକ୍ତି ମଧ୍ୟ ଅଭିଯୁକ୍ତ ଅଛନ୍ତି। ଆଇନ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବ ବୋଲି ଆମେ ଆଶାବାଦୀ ବୋଲି କହିଛନ୍ତି ମମିତାଙ୍କ ବଡ଼ବାପା କୌଶିକ ମେହର।
ସେ କହିଛନ୍ତି ଯେ ମମିତା ନିଖୋଜ ହେବା ଠାରୁ ଗୋବିନ୍ଦ ସାହୁ ଗିରଫ ହେବା ପର୍ଯ୍ୟନ୍ତ ପ୍ରଶାସନ, ପୁଲିସ, ଗଣମାଧ୍ୟମ, ସ୍ଥାନୀୟ ଲୋକଙ୍କ ଅନେକ ସହଯୋଗ ରହିଥିଲା। ଫଳରେ ଗୋବିନ୍ଦ ସାହୁ ଭଳି ଏକ ହତ୍ୟାକାରୀ ଶେଷରେ ଗିରଫ ହୋଇଥିଲା। ଗିରଫ ହେବା ପରେ ଅଦାଲତରେ ସାକ୍ଷ୍ୟ ଦେଇଥିବା ସମସ୍ତ ସାକ୍ଷୀ ଗୋବିନ୍ଦ ବିରୋଧରେ ଦେଇଥିଲେ। ଏପରିକି ତାଙ୍କ ଗାଁ ଲୋକ ମଧ୍ୟ ଗୋବିନ୍ଦ ବିରୋଧରେ ଯାଇଥିଲେ। ଗୋବିନ୍ଦର କିଛି ସମର୍ଥକ ସାକ୍ଷୀ ମାନଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ। ତଥାପି ଆଇନ ଉପରେ ଆମର ସମ୍ପୂର୍ଣ୍ଣ ଭରସା ରହିଥିଲା। କିନ୍ତୁ ଆଇନ ଫାଶୀଦଣ୍ଡ ଦେବା ପୂର୍ବରୁ ଭଗବାନ ନିଜେ ଆତ୍ମହତ୍ୟା ରୂପରେ ଦଣ୍ଡ ଦେଇଛନ୍ତି। ଆତ୍ମହତ୍ୟା କରି ଗୋବିନ୍ଦ ନିଜେ କରିଥିବା ଭୁଲକୁ ସ୍ୱୀକାର କରିଥିବା ତାହାର ଆତ୍ମହତ୍ୟା ଘଟଣାରୁ ସ୍ପଷ୍ଟ ହୋଇଛି। ନ୍ୟାୟ ବ୍ୟବସ୍ଥା ଉପରେ ଆମର ସମ୍ପୂର୍ଣ୍ଣ ଭରସା ରହିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ନିଶ୍ଚିତ ଦଣ୍ଡ ପାଇବେ ବୋଲି କୌଶିକ କହିଛନ୍ତି।
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା: ଜେଲରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା
କଣ୍ଟାବାଞ୍ଜି: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି। ଆଜି କଣ୍ଟାବାଞ୍ଜି ଉପ କାରାଗାରରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆଜି ସକାଳେ କାରାଗାରରୁ ଡ଼ାକ୍ତରଖାନା ଆଣିବା ସମୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସେ କଣ୍ଟାବାଞ୍ଜି କୋର୍ଟରେ ହାଜର୍ ହେବାର ଥିଲା ।
ଖବର ଅନୁଯାୟୀ, କଳାହାଣ୍ଡିର ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା ଘଟଣା ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିଲେ ଗୋବିନ୍ଦ ସାହୁ। ଆଜି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହୋଇଥାନ୍ତେ ଗୋବିନ୍ଦ । ଏହା ପୂର୍ବରୁ କଣ୍ଟାବାଞ୍ଜି ଜେଲ୍‌ରେ ଆତ୍ମହତ୍ୟା କରିଥିଲେ ଗୋବିନ୍ଦ। ଜେଲ୍‌ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରୁ ଗୋବିନ୍ଦଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଗୋବିନ୍ଦଙ୍କୁ ମୃତ ଘୋଷଣା କରିଛନ୍ତି ।
ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି: ମୃତ୍ୟୁ ଘଟଣାକୁ ରାଜନୀତିକରଣ କରାଯାଉଛି,ଦାୟିତ୍ୱରେ ଯିଏ ବି ଅବହେଳା କରିଥିବ ନିଆଯିବ ଦୃଢ କାର୍ଯ୍ଯାନୁଷ୍ଠାନ
ଭୁବନେଶ୍ୱର: ମମିତା ମେହେର ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ଅତି ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମମିତା ମୃତ୍ୟୁକୁ ରାଜନୀତିକରଣ କରାଯାଉଛି । ଅବସରପ୍ରାପ୍ତ ଜିଲ୍ଲା ଜଜ ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ। ହାଇକୋର୍ଟଙ୍କୁ ଏନେଇ ଅନୁରୋଧ କରିଥିଲେ ରାଜ୍ୟ ସରକାର । ବିନା ଭୟ ଓ ଦ୍ୱନ୍ଦ୍ୱରେ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛି । ଦାୟିତ୍ୱରେ ଯିଏ ବି ଅବହେଳା କରିଥିବ ଦୃଢ଼ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମମିତା ହତ୍ୟାକାଣ୍ଡ ଘଟଣା: ଜେଏମଏଫସି କୋର୍ଟରେ ହାଜର ହେଲେ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ
ବଙ୍ଗୋମୁଣ୍ଡା: ମମିତା ହତ୍ୟାକାଣ୍ଡ ଘଟଣାରେ JMFC ବଙ୍ଗୋମୁଣ୍ଡାରେ ହାଜର ହେଲେ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ । ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ଡ୍ରାଇଭରକୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଙ୍ଗୋମୁଣ୍ଡା JMFC ରେ ହଜାର କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିବା ସରକାରୀ ଓକିଲ ବାସୁଦେବ ରାୟ କହିଛନ୍ତି।
ଗତ ୨ ତାରିଖ ଦିନ ଭିଡିଓ କନଫରେନ୍ସରେ କୋର୍ଟରେ ହାଜିର ହୋଇଥିଲେ ୨ ଜଣ । ଆଜି ପୁଣି ଭିଡିଓ କନଫରେନ୍ସରେ କୋର୍ଟରେ ହାଜିର ହୋଇଥିଲେ । ଆସନ୍ତା ନଭେମ୍ବର ୨୭ ତାରିଖରେ ପୁଣି ଦୁଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଗୋବିନ୍ଦ ସାହୁ ମମିତାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ବେଳେ ଏହି ହତ୍ୟାକାଣ୍ଡରେ ରାଧେଶ୍ୟାମ ଗୋବିନ୍ଦକୁ ସହଯୋଗ କରିଥିବା ଯୋଗୁ ତାକୁ ମଧ୍ୟ ଗିରଫ କରିଥିଲା ପୋଲିସ । ଗିରଫ ଦୁଇ ଜଣ ବର୍ତ୍ତମାନ ସମୟରେ କଣ୍ଟାବାଞ୍ଜି ଉପ କାରଗାରରେ ରଖାଯାଇଛି ।
ମମିତା ମେହେର ହତ୍ୟା ମାମଲା : ବିକ୍ଷୋଭରେ ସାମିଲ ହେବାକୁ ବିଜେପି ବାଣ୍ଟୁଛି ଟଙ୍କା
ଭୁବନେଶ୍ବର : ମମିତାଙ୍କ ପରିବାର ଲୁହକୁ ନେଇ ରାଜନୀତି କରୁଛି ବିଜେପି। ନ୍ୟାୟ ଦେବା ଲାଗି ନାଟକ କରି ଦେଉଛି ମାନସିକ ନିର୍ଯାତନା। ଦଳ ଦଳ ହୋଇ ବିଜେପି ନେତାମାନେ ମମିତାଙ୍କ ଘରକୁ ଯାଇ ତାଙ୍କ ପରିବାରର ମାନସିକ ଶାନ୍ତିକୁ ନଷ୍ଟ କରୁଛନ୍ତିି। ଡାହା ମିଛ କହିବାକୁ ବି ଲଜ୍ଜାବୋଧ କରୁନାହାନ୍ତି ଦଳୀୟ ନେତା। ମମିତା ହତ୍ୟା ମାମଲାକୁ ନେଇ ବିଜେପି କରୁଥିବା ରାଜନୀତି ଓଡ଼ିଶାବାସୀ ବୁଝି ସାରିଲେଣି । ବିଜେପିର ଏହି ମାଇଲେଜ ନେବା ରାଜନୀତିକୁ ପସନ୍ଦ କରୁନାହାନ୍ତି ସାଧାରଣ ଜନତା । ବିକ୍ଷୋଭରେ ଲୋକଙ୍କୁ ଏକାଠି କରିବାକୁ ବିଜେପିକୁ ମିଳୁନାହାନ୍ତି ଲୋକ । ଟଙ୍କା ଦେଇ ଲୋକଙ୍କୁ ବିକ୍ଷୋଭରେ କରୁଛି ସାମିଲ । ବିଜେପିର ଏହି ଟଙ୍କା ବଣ୍ଟା ଧରାପଡ଼ିଛି କ୍ୟାମେରାରେ ।
ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ବିଜେପି କର୍ମୀ ବିକ୍ଷୋଭ ପାଇଁ ଆଣିଥିବା ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ଭିଡିଓ ହେଉଛି ଭାଇରାଲ ।ବିକ୍ଷୋଭ ପ୍ରଦର୍ଶନ ପାଇଁ ଦଳୀୟ କର୍ମୀ ଯଥେଷ୍ଟ ହେଉ ନଥିବାରୁ ଟଙ୍କା ପାଇସା ଦେଇ ବିଭିନ୍ନ ଲୋକଙ୍କୁ ବିକ୍ଷୋଭରେ ସାମିଲ କରାଉଛି । ବିକ୍ଷୋଭରେ ସାମିଲ ହେଉଥିବା ଲୋକ କେଉଁଥି ପାଇଁ ବିକ୍ଷୋଭ କରାଯାଉଛି, ତାହା ଜାଣନ୍ତି ନାହିଁ । କେବଳ ଟଙ୍କା ପାଇଁ କିଛି ଲୋକ ବିକ୍ଷୋଭରେ ସାମିଲ ହେଉଛନ୍ତି । ବିଜେପିର ଏହି ବିକ୍ଷୋଭ ଓ ମାଇଲେଜ ରାଜନୀତିକୁ ସାଧାରଣରେ ନିନ୍ଦା କରାଯାଇଛି । ମମତା ମାମଲାର ମୁଖ୍ୟ ଅଭିଯୁକ୍ତ ଏବଂ ସହଯୋଗୀ ଗିରଫ ହୋଇ ସାରିଲେଣି । ତଥାପି ବିଜେପିର ଏଭଳି ବିକ୍ଷୋଭ ବେଳେ ଗୁଣ୍ଡାଗର୍ଦ୍ଦି ସମସ୍ତଙ୍କୁ ଚକିତ କରିଛି । ଏପରିକି କିଛି ସ୍ଥାନରେ ବିକ୍ଷୋଭକାରୀମାନେ ଆମ୍ବୁଲାନ୍‌ସକୁ ମଧ୍ୟ ଛା଼ଡୁ ନଥିବା ସମସ୍ତଙ୍କୁ ବ୍ୟଥିତ କରିଛି ।
ଆଜି ଜଗତସିଂହପୁର ଡ଼ାକବଙ୍ଗଳା ଛକରେ ବିଜେପି ରାସ୍ତାରୋକ କରିଥିଲା । ଏହି ସମୟରେ ପ୍ରମିଳା ସାହୁ ନାମକ ଜଣେ ବୃଦ୍ଧା ଏକ ଅଟୋରେ ମେଡିକାଲ ଯାଉଥିଲେ । ତାଙ୍କ ମୁଣ୍ଡ ବୁଲାଇ ପକାଇବାରୁ ପ୍ରେସକ୍ରିପସନ୍ ଧରି ଯାଉଥିବା ବେଳେ ଡାକବଙ୍ଗଳା ଛକରେ ରାସ୍ତାରୋକ କରୁଥିବା ବିଜେପି କର୍ମୀ ତାଙ୍କ ବାଟ ଓଗାଳି ଥିଲେ । ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ମଧ୍ୟ ଉପସ୍ଥିତ ଥିଲେ । ବୃଦ୍ଧା ଓ ଅଟୋ ଡ୍ରାଇଭର ଯେତେ କାକୁତି ମିନତି ହେଲେ ବି ଏହି ହୃଦୟହୀନ କ୍ଷମତା ଲୋଭି ବିଜେପି ଦଳର ନେତା ଓ କର୍ମୀ ତାଙ୍କ କଥା ଶୁଣି ନଥିଲେ କି ମେଡ଼ିକାଲ ଯିବାକୁ ଦିଆଯାଇ ନଥିଲା । ଶେଷରେ ବାଧ୍ୟ ହୋଇ ଡ୍ରାଇଭର ଅଟୋକୁ ପଛକୁ ହଟାଇ ଥିଲେ ଓ ବୃଦ୍ଧାଙ୍କୁ ଡାକ୍ତରଖାନା ବଦଳରେ ଘରକୁ ଫେରିବାକୁ ପଡ଼ିଥିଲା ।
ବାରମ୍ବାର ମମିତାଙ୍କ ଘରକୁ ଯାଇ ବିଜେପି ଡ୍ରାମା କରୁଛି- ବରିଷ୍ଠ ନେତା ଦାମୋଦର ରାଉତ
ଭୁବନେଶ୍ୱର: ମହାଲିଙ୍ଗ ମମିତା ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଏହି ଘଟଣାକୁ ନେଇ କୌଣସି ବ୍ୟକ୍ତି କିମ୍ବା ଦଳ ନୁହଁନ୍ତି ସମସ୍ତ ରାଜ୍ୟବାସୀ ଲଜ୍ଜିତ ବୋଲି କହିଛନ୍ତି ଦାମ । ପୋଲିସ ତଦନ୍ତ ପରେ ଘଟଣାରେ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବ। ବିରୋଧୀ ବିଶେଷ କରି ବିଜେପି ଏହାକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି, କିଛି ଆନ୍ତରିକତା ନାହିଁ ।
ଆଇନ୍ ଶୃଙ୍ଖଳା ରାଜ୍ୟର ବିଷୟ । ଏଥିପାଇଁ ରାଜ୍ୟରେ ପୋଲିସ ରହିଛି । ସିବିଆଇ କେନ୍ଦ୍ରୀୟ ସଂସ୍ଥା । ବିଜେପି ନେତା କହୁଛନ୍ତି ସିବିଆଇ ତଦନ୍ତ ହେଉ । ଯଦି ରାଜ୍ୟ ପୋଲିସ ଉପରେ ବିଜେପିର ବିଶ୍ୱାସ ନାହିଁ, ତାହେଲେ ସିବିଆଇ ଆସିଲେ ବିଜେପି ଦ୍ୱାରା ପ୍ରଭାବିତ ହୋଇ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ କିଛି କରିପାରନ୍ତି । ମୁଖ୍ୟମନ୍ତ୍ରୀ ସବୁକିଛି ଉପରେ ନଜର ରଖିଛନ୍ତି । ତଦନ୍ତ ସରିଲେ ନବୀନ କାର୍ଯ୍ଯାନୁଷ୍ଠାନ ନେବେ ବୋଲି କହିଛନ୍ତି ଦାମ ।
ବିଜେପି ଓ କଂଗ୍ରେସ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ କିଛି କରୁନାହାଁନ୍ତି, ଯାହା କରୁଛନ୍ତି ରାଜନୀତି ପାଇଁ । ମମିତାଙ୍କୁ ହତ୍ୟା କରି ଗୋବିନ୍ଦ ଓ ଅନ୍ୟାମାନେ ପୋତିଛନ୍ତି । ମନ୍ତ୍ରୀଙ୍କର ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନାହିଁ । ବିରୋଧୀ ଖାଲି ତୁଚ୍ଛାରେ ଡେଉଁଛନ୍ତି। ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଥିଲେ ଦେବାକୁ କହିଛନ୍ତି ଦାମୋଦର ରାଉତ । କେବଳ ରାଜନୈତିକ ଫାଇଦା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ଏଭଳି କରୁଥିବା ଦାମ କହିଛନ୍ତି ।
ମମିତାଙ୍କୁ ନ୍ୟାୟ ଦେବାକୁ ବିରୋଧୀଙ୍କ ଆନ୍ତରିକତା ନାହିଁ । ବିଜେପିର ଆଭିମୁଖ୍ୟ ହେଉଛି, ଏହି ଘଟଣାକୁ ଆଳ କରି ରାଜନୈତିକ ଫାଇଦା ଉଠାଇବା । ବିଜେପି ଅଧ୍ୟକ୍ଷ ଯଦି ଏଠାକୁ କମିଟି ପଠାଉଛନ୍ତି, ୟୁପି ଲକ୍ଷ୍ମୀପୁର ଖେରିକୁ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଦାମ । ବାରମ୍ବାର ମମିତାଙ୍କ ଘରକୁ ଯାଇ ବିଜେପି ଡ୍ରାମା କରୁଥିବା ବେଳେ ପରିବାର ଲୋକ କଷ୍ଟ ପାଉଛନ୍ତି । ଏସବୁକୁ ନାପସନ୍ଦ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ ।
ମମିତାଙ୍କୁ ନ୍ୟାୟ ଦେବା ପାଇଁ ନୁହେଁ, ରାଜନୀତି ଓ କ୍ଷମତା ପାଇଁ ବିଜେପି କରୁଛି ମାଇଲେଜ୍‌ ପଲିଟିକ୍ସ
ଭୁବନେଶ୍ୱର : ଉତ୍ତରପ୍ରଦେଶର ଖେରୀ ହେଉ କି ହାଥରସ୍‌।  ଅପରାଧ ପରେ ଘଟଣାସ୍ଥଳରେ ବିରୋଧୀ ଦଳକୁ ମିଳେନି ଏଣ୍ଟ୍ରି। ନା ପୀଡିତାକୁ ନା ପୀଡିତାର ପରିବାରକୁ ଭେଟିବାକୁ ମିଳେ କାହାକୁ ଅନୁମତି। ଏପରିକି ଘଟଣାସ୍ଥଳକୁ ବି ବିରୋଧୀ ଦଳଙ୍କୁ ଯିବାକୁ ଅନୁମତି ମିଳେନି। ୧୪୪ ଧାରା ଲାଗୁ ସହ ଗଣମାଧ୍ୟମକୁ ମଧ୍ୟ ଯିବାକୁ ଦିଆଯାଏନି। କିନ୍ତୁ ଆମ ରାଜ୍ୟରେ ମୁଖ୍ୟବିରୋଧୀ ଦଳ ଥିବା ବିଜେପି ପାଇଁ ତାଙ୍କ ସରକାର ଥିବା ୟୁପିରେ ଗୋଟିଏ ଆଉ ଓଡିଶା ପାଇଁ ଗୋଟିଏ ଆଭିମୁଖ୍ୟ। ଅପରାଧ ପରେ ଦୋଷୀକୁ ଗିରଫ କରାଯାଇସାରିବା ପରେ ମଧ୍ୟ ନିଇତି ପୀଡିତାଙ୍କ ପରିବାରକୁ ଭେଟି ମାଇଲେଜ୍ ପଲିଟିକ୍ସ କରୁଛନ୍ତି ବିରୋଧୀ। ସମବେଦନା ଆଳରେ ରାଜନୀତି କରୁଛି ବିଜେପି।
ସେଇଥିପାଇଁ ମମିତାଙ୍କ ଗାଁକୁ ରାଜନୈତିକ ପର୍ଯ୍ୟଟନସ୍ଥଳରେ ପରିଣତ କରିଛି ବିଜେପି। ଦୁଇ ଦଫାରେ ବିଜେପି ନେତାମାନେ ମମିତାଙ୍କ ଘରକୁ ଯାଇ ବୁଲି ଆସିଲେଣି; ଆଜି ଆଉ ଦଳେ ନେତା ତାଙ୍କ ଘରକୁ ଯାଇଛନ୍ତି। ମମିତା ପରିବାରକୁ ସମବେଦନା ନାଁରେ ନିଇତି ପଲିଟିକାଲ ଷ୍ଟଣ୍ଟ କରୁଛି ବିଜେପି। କ୍ରାଇମସ୍ପଟ ଓ ପରିବାରର ଫଟୋ ସେସନ୍‌ କରୁଛି ବିଜେପି। ମମିତା ମୃତ୍ୟୁପରେ ପରିବାର ଆଖିରୁ ଲୁହ ଶୁଖୁନି, ହେଲେ ଘଟଣା ଅଞ୍ଚରେ ରାଜନୈତିକ ରୁଟି ସେକିବା ପାଇଁ ବିଜେପି ଖୁବ୍‌ ପ୍ରାୟାସ କରୁଛି। ପରିବାରକୁ ନ୍ୟାୟ ନୁହେଁ ବରଂ ନିଜ ରାଜନୈତିକ ଫାଇଦା ପାଇଁ ମମିତା ଘରକୁ ଛୁଟୁଛି ନେତାଙ୍କ ସୁଅ। ଆଜି ଜଣେ କାଲି ଆଉ ଜଣେ ନେତା ଯାଇ ମମିତା ପରିବାର ସଦସ୍ୟଙ୍କୁ ଅଯଥା ପ୍ରଶ୍ନରେ ଅଥୟ କରୁଛନ୍ତି। ଏପରିକି ବାରମ୍ବାର ପ୍ରଶ୍ନରେ ଅସ୍ତବ୍ୟସ୍ତ ହୋଇ ମମିତାଙ୍କ ମା ବେହୋସ ହୋଇଯାଉଛନ୍ତି। ତଥାପି ଅଟକୁନି ପ୍ରଶ୍ନ। ,ଏସପୁ ପରେ କୋହଭରା କଣ୍ଠରେ ହାତଯୋଡି ତାଙ୍କ ଝିଅର ମୃତ୍ୟୁକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କରିଛନ୍ତି ମମିତାଙ୍କ ବାପା।  ପୁଲିସର ତଦନ୍ତରେ ସେ ସନ୍ତୁଷ୍ଟ ଏବଂ ଦୋଷୀ ଗୋବିନ୍ଦଙ୍କୁ ଫାଶୀ ଦେବାକୁ ମମିତାଙ୍କ ବାପା ଦାବି କରିଛନ୍ତି।
ମମିତା ପରିବାରକୁ ସମବେଦନା ଓ ହତ୍ୟାକାରୀକୁ ଦଣ୍ଡ ଦେବା ଅପେକ୍ଷା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଣିଓଟାରି ଘଟଣା ସହ ଯୋଡ଼ିବାକୁ ଲାଗିପଡ଼ିଛି ବିଜେପି। କୌଣସି ଅଭିଯୁକ୍ତ ସହ ସମ୍ପର୍କ ଥିଲେ କାହାରିକୁ ଦୋଷୀ କୁହାଯାଇ ପାରିବ ନାହିଁ। ଏ କଥା ବିଜେପି ନେତାମାନେ ଠିକ୍‍ ବୁଝିଛନ୍ତି। ମମିତାଙ୍କ ଘର ବୁଲି ଆସିବା ପରେ ବିଜେପି ନେତା ଥିବା ଜଣେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ଓ ଜଣେ ଆଇନଜୀବୀ ଏ କଥା ମଧ୍ୟ ଗଣମାଧ୍ୟମରେ ସ୍ୱୀକାର କରି ସାରିଛନ୍ତି। ଘଟଣାରେ ସମ୍ପୃକ୍ତି ନେଇ ଦିବ୍ୟଶଙ୍କରଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। କେବଳ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଆଧାରରେ ତାଙ୍କ ଇସ୍ତଫା ଦାବି କରୁଛି ବିଜେପି। ଯଦି ମମିତା ପ୍ରସଙ୍ଗରେ ଦିବ୍ୟଶଙ୍କରଙ୍କ ଇସ୍ତଫା ଯଦି ନ୍ୟାୟୋଚିତ, ତେବେ ଲଖିମପୁର ଖେରି ଚାଷୀ ମୃତ୍ୟୁ ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର କାହିଁକି ଇସ୍ତଫା ଦେଲେ ନାହିଁ ବୋଲି ବିଭିନ୍ନ ମହଲରେ ଏହାକୁ ନେଇ ପ୍ରଶ୍ନ ଉଠିଛି।
କୁହାଯାଉଛି, ରାଜନୀତି ଓ କ୍ଷମତା ଲିପ୍ସା ରାଜ୍ୟ ବିଜେପି ନେତାମାନଙ୍କୁ ଅନ୍ଧ କରି ଦେଇଛି। ଦରଦାମ ବୃଦ୍ଧି ଜନିତ ସାଧାରଣରେ ଦଳ ପ୍ରତି ସୃଷ୍ଟି ହୋଇଥିବା ରୋଷକୁ ଏଡ଼ାଇବା ପାଇଁ ଯେନତେଣ ପ୍ରକାର ମମିତା ପ୍ରସଙ୍ଗକୁ ବଞ୍ଚାଇ ରଖିବା ପାଇଁ ବିଜେପି ନିଜର ପୁରା ଦମ୍‍ ଲଗାଇ ଦେଇଛି। ଗଣମାଧ୍ୟମରେ ଚର୍ଚ୍ଚାରେ ରହି ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ଉଷ୍ଣତା ବଜାୟ ରଖିବା ପାଇଁ କସରତ ଆରମ୍ଭ କରିଛି। ରୋଜଗାରିଆ ଝିଅକୁ ହରାଇ ମାନସିକ ଅସୁସ୍ଥତା ମଧ୍ୟରେ ଗତି କରୁଥିବା ମମିତା ମେହେରଙ୍କ ପରିବାରକୁ ସମବେଦନା ଜଣାଇବା ବାହାନାରେ ତାଙ୍କ ଘରକୁ ରାଜନୈତିକ ପର୍ଯ୍ୟଟନକ୍ଷେତ୍ରରେ ପରିଣତ କରିଛନ୍ତି କ୍ଷମତା ମଦମତ୍ତ ବିଜେପି ନେତା। ପ୍ରଥମ ଦଫାରେ ଜିଲ୍ଲା ନେତାମାନେ ମମିତାଙ୍କ ଘରେ ପହଞ୍ଚିଥିବାବେଳେ ଦ୍ୱିତୀୟ ଦଫାରେ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ୧୫ ଜଣ ନେତା ପହଞ୍ଚିଥିଲେ। ସେହିପରି ଆଜି ଦୁଇ ଜାତୀୟ ନେତାଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ମମିତାଙ୍କ ପରିବାରକୁ ଭେଟିଛନ୍ତି। ଆସନ୍ତାକାଲି ବିଜେପିର କେନ୍ଦ୍ରୀୟ କମିଟିର ୩ ଜଣିଆ ମହିଳା ପ୍ରତିନିଧିମଣ୍ଡଳୀ ମମିତାଙ୍କ ଘରକୁ ଯିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି ଘଟଣା ଜାତୀୟ ପ୍ରସଙ୍ଗ କରିବା ପାଇଁ ବିଜେପି ନକ୍ସା ପ୍ରସ୍ତୁତ କରିଛି। ଦଳ ପକ୍ଷରୁ ଦିଲ୍ଲୀରେ ସାମ୍ବାଦିକ କରାଯାଇଛି, ଜାତୀୟ ମହିଳା କମିଶନ ପକ୍ଷରୁ ଏହି ଘଟଣାରେ ହସ୍ତକ୍ଷେପ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ବିଜେପି ଓ ଏହାର ନେତାମାନେ ମମିତା ପ୍ରସଙ୍ଗକୁ ଯେତିକି ଗୁରୁତ୍ୱ ଦେଉଛନ୍ତି; ଲଖିମପୁର ଖେରି କୃଷକ ମୃତ୍ୟୁ ଘଟଣାରେ କାହିଁକି ଚୁପ୍‍ ରହିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏକ ଘରୋଇ ସ୍କୁଲରେ ଚାକିରି କରୁଥିଲେ ମମିତା। ପରିବାର ପାଇଁ ସିଏ ଥିଲେ ବଡ଼ ସମ୍ପଦ, ଆୟର ମୁଖ୍ୟ ସ୍ରୋତ। ଝିଅକୁ ହରାଇ ମମିତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଶୁଖିନାହିଁ। ଝିଅକୁ ବାହୁନିବାହୁନି ତାଙ୍କ ମା’ଙ୍କ ଘଡ଼ିକୁ ଘଡ଼ି ଚେତା ହରାଉଛନ୍ତି। ଝିଅକୁ ଯିଏ ହତ୍ୟା କରିଛି ତାକୁ ଫାଶୀ ଦଣ୍ଡ ମିଳୁ ବୋଲି ମମିତାଙ୍କ ପରିବାର ଦାବି କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଜଣେ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ମମିତା ହତ୍ୟା ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୁଲିସ ଗିରଫ କରିଛି ଏବଂ ଏହି ମାମଲାର ତଦନ୍ତ ଫାଷ୍ଟ ଟ୍ରାକ୍‍ କୋର୍ଟରେ କରାଯିବାକୁ ପୁଲିସ ପଦକ୍ଷେପ ଗ୍ରହଣ କରିଛି। ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ କୌଣସି ସନ୍ଦେହ ନାହିଁ ବୋଲି ତାଙ୍କ ପରିବାର ସ୍ପଷ୍ଟ କରିଛନ୍ତି। ମମିତାଙ୍କର ବଡ଼ବାପା, ଭାଇ ଓ ଅନ୍ୟ ସମ୍ପର୍କୀୟମାନେ ପୁଲିସ ତଦନ୍ତକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।
ଛାତି ଉପରେ ପଥର ଲଦି, ମନରେ ଉଠୁଥିବା କୋହକୁ ଚାପି ମମିତାଙ୍କ ପରିବାର ତାଙ୍କର କ୍ରିୟାକର୍ମ କାମରେ ଲାଗିଛନ୍ତି। ମାତ୍ର ବିଜେପି ଓ ବିରୋଧୀ ନେତାମାନେ ସେତକ ବି ସୁରୁଖୁରୁରେ କରିବାକୁ ଦେଉ ନାହାନ୍ତି। ଦଳଦଳ ହୋଇ ତାଙ୍କ ଘରେ ପହଞ୍ଚି ଯାଉଛନ୍ତି। ଶୁଖି ଆସୁଥିବା ଘା’କୁ ଉଖୁରାଇ ଲହୁଲୁହାଣ କରି ଦେଉଛନ୍ତି। ମମିତାଙ୍କ ମା’, ବାପା, ଭାଇ ଓ ସମ୍ପର୍କୀୟଙ୍କୁ ଗୁଡ଼େଇ ତୁଡ଼େଇ ମମିତା ଓ ଗୋବିନ୍ଦ ସାହୁଙ୍କ ସମ୍ପର୍କ ନେଇ ପ୍ରଶ୍ନ ଉଠାଉଛନ୍ତି। କଟା ଘା’ରେ ଲୁଣ ମାରି ଅଧିକ ଯନ୍ତ୍ରଣା ଦେଉଛନ୍ତି। ମହାଲିଙ୍ଗ କଲେଜର ଛାତ୍ରୀ ଓ ଅଧ୍ୟାପିକାଙ୍କ ଚରିତ୍ର ସଂହାର କରୁଛନ୍ତି। ସମବେଦନା ଜଣାଇବା ଆଳରେ ବିଜେପି ନେତାମାନେ ଯେଉଁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି ସେଥିରେ ମମିତାଙ୍କ ପରିବାର ମର୍ମାହତ ହୋଇଛନ୍ତି। ତଥାପି ନିଜ ରାଜନୈତିକ ଫାଇଦା ଓ ଦରବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଓ ବିଜେପି ପ୍ରତି ସାଧାରଣର ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଏଡ଼ାଇବା ନିମନ୍ତେ ବିଜେପି ମମିତା ହତ୍ୟା ଘଟଣାକୁ ରାଜନୈତିକ ରଙ୍ଗ ବୋଳି ଆନ୍ଦୋଳନ ଆରମ୍ଭ କରିଛି।
ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ବିିଜେପି ଓ ବିରୋଧୀଦଳଗୁଡ଼ିକର ଆଭିମୁଖ୍ୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ତାଙ୍କର ବାପା। ଝିଅ ମୃତ୍ୟୁ ଦୁଃଖରେ ମ୍ରିୟମାଣ ବାପା ବିଜେପି ନେତାମାନଙ୍କ ତୁହାକୁ ତୁହା ଗସ୍ତ, ଅସରନ୍ତି ପ୍ରଶ୍ନବାଣରେ ଭାଙ୍ଗି ପଡ଼ିଛନ୍ତି। ରାଜନୈତିକ ଦଳଗୁଡ଼ିକ ତାଙ୍କ ଘରକୁ ନ ଆସିବାକୁ ସେ ହାତଯୋଡ଼ି ଅନୁରୋଧ କରିଛନ୍ତି। ତଥାପି ବିଜେପି ଚେତୁନାହିଁ; ସମବେଦନା ଆଳରେ ମମିତାଙ୍କ ପରିବାରକୁ ମାନସିକ ନିର୍ଯାତନା ଦେବା ଉଦ୍ୟମରୁ ବିରତ ହେଉନାହିଁ।
ମମିତା ହତ୍ୟା ମାମଲାରେ ଉତ୍ତରାଞ୍ଚଳ ଡିଆଇଜିଙ୍କ ପ୍ରେସମିଟ୍: ରିମାଣ୍ଡ ବେଳେ ସତ ଉଗାରିଛି ଗୋବିନ୍ଦ ସାହୁ
ବଲାଙ୍ଗୀର: ମମିତା ମେହେର ହତ୍ୟା ମାମଲରେ ଗୋବିନ୍ଦ ହତ୍ୟା କରିଥିବା ନେଇ ତଦନ୍ତ ଚାଲୁ ରହିଛି । ଅଭିଯୁକ୍ତ ଗୋବିନ୍ଦଙ୍କ ସହଯୋଗୀ ରାଧେକୁ ରିମାଣ୍ଡରେ ଅଣାଯିବ। ପୁଲିସ ହାତରେ ବଳିଷ୍ଠ ପ୍ରମାଣ ଲାଗିଛି। ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ କରାଯିବ ବୋଲି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି।
ଏଥିସହ ଜବତ ହୋଇଥିବା ସମସ୍ତ ଜିନିଷକୁ ଫରେନ୍‌ସିକ ଯାଞ୍ଚ ପାଇଁ ପଠାଯିବ । ରିମାଣ୍ଡ ବେଳେ ମମିତା ହତ୍ୟା ମାମଲାର ସତ ଉଗାରିଛି ଗୋବିନ୍ଦ ସାହୁ। ଅପରାଧ ସ୍ୱୀକାର କରିବା ସହ ନିଜ ମୁହଁରେ କହିଛି ଷଡ଼ଯନ୍ତ୍ରର ସତ । ମମିତାଙ୍କୁ ହତ୍ୟା ଓ ପ୍ରମାଣ ନଷ୍ଟ କରିବାରେ ଗୋବିନ୍ଦକୁ ସହଯୋଗ କରିଥିଲା ଡ୍ରାଇଭର ରାଧେଶ୍ୟାମ। ଆବଶ୍ୟକ ପଡ଼ିଲେ ଡ୍ରାଇଭର ରାଧେକୁ ରିମାଣ୍ଡରେ ଆଣାଯିବ। ମମିତାଙ୍କୁ ହତ୍ୟା ପରେ ତାଙ୍କ ମୋବାଇଲ୍‌ ଜଳାଇ ଦେଇଥିବା ଅଭିଯୁକ୍ତ ଗୋବିନ୍ଦ କହିଛି ।
ତଦନ୍ତ ବେଳେ ଘଟଣାସ୍ଥଳରୁ ପୋଡ଼ା ପ୍ଲାଷ୍ଟିକ ଜିନିଷ ମିଳିଛି। ତାହା ଫୋନ୍ ହୋଇ ଥାଇପାରେ ବୋଲି ଡିଆଇଜି କହିଛନ୍ତି। ଜବତ ଜିନିଷ ସବୁକୁ ଫରେନ୍‌ସିକ୍‌ ଟେଷ୍ଟ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ସବୁ ସ୍ପଷ୍ଟ ହେବ। ତଦନ୍ତ ବେଳେ ଦୁଇଟି ବ୍ୟାଗ ମଧ୍ୟ ପୋଲିସର ହସ୍ତଗତ ହୋଇଛି । ମମିତାଙ୍କୁ ପୋଡ଼ା ଯାଇଥିବା ଜାଗାରୁ ଗୋଟିଏ ଓ ଅନ୍ୟଟି ରାଧେର ଘରୁ ମିଳିଥିଲା। ପୋଡ଼ା ଜାଗାରୁ ମିଳିଥିବା ବ୍ୟାଗ ମମିତାଙ୍କ ପରିବାର ଚିହ୍ନିଛନ୍ତି। ତେବେ ଡ୍ରାଇଭର ରାଧେ ଘରୁ ମିଳିଥିବା ବ୍ୟାଗ ଚିହ୍ନଟ ହୋଇପାରିନି। ମୃତଦେହର ଡିଏନଏ ଟେଷ୍ଟ ପାଇଁ ଲାବରେଟୋରୀ ପଠାଯାଇଛି। ଅଟକ ବେଳେ ଗୋବିନ୍ଦଠାରୁ ୨ ଓ ଗିରଫ ବେଳେ ଗୋଟିଏ ମୋବାଇଲ ଜବତ ହୋଇଥିବା ଡିଆଇଜି କହିଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ବିଜେପିର ପଦ୍ମ ପାଖୁଡ଼ା ଗୋଟାକ ପରେ ଗୋଟାଏ ଖସି ଚାଲିଛି। ଦଳର ନେତାମାନେ ଜଣକ ପରେ ଜଣେ ଦଳ ଛାଡୁଛନ୍ତି । ୨୦୧୯ ପରେ ଚାରି ଚାରିଟି ଉପନିର୍ବାଚନରେ ଦଳ ଭୟଙ୍କର ପରାଭବ ଭୋଗିଛି। ବାଲେଶ୍ବର ସଦର ଆସନ ହାତରୁ ଖସିଛି। ବିଭିନ୍ନ ଜିଲ୍ଲାରେ ଦଳରେ ଗୋଷ୍ଠୀ କନ୍ଦଳ ତୀବ୍ର । ଦଳୀୟ ନେତୃତ୍ବ ନିଜର ସ୍ଥିତି ଓ ଭବିଷ୍ୟତକୁ ନେଇ ଆଶଙ୍କାଗ୍ରସ୍ତ। ଏହି ସ୍ଥିତିରେ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସହ ଖାଉଟି ସାମଗ୍ରୀର ଦର ବୃଦ୍ଧି ସାଧାରଣ ଲୋକଙ୍କ ମନରେ ବିଜେପି ପ୍ରତି ବିତୃଷ୍ଣା ସୃଷ୍ଟି କରିଛି। ପେଟ୍ରୋଲ ଲିଟର ରାଜଧାନୀରେ ୧୦୭ ଟଙ୍କା ଅତିକ୍ରମ କରିଛି, ଡିଜେଲ ୧୦୫ ଟଙ୍କାରେ, ରନ୍ଧନଗ୍ୟାସ ସିଲିଣ୍ଡର ପିଛା ୧୦୦୦ ଟଙ୍କା ହେଲାଣି। ବିଜେପି କ୍ଷମତାକୁ ଆସିବା ପରେ ଏହି ସବୁ ସାମଗ୍ରୀର ମୂଲ୍ୟ ୨ ଗୁଣ ଛୁଇଁଲାଣି। ଏହି ସ୍ଥିତିରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ହାତରେ କିଛି ପ୍ରସଙ୍ଗ ନାହିଁ। ଏହି ପରିପ୍ରେକ୍ଷୀରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଜର ସ୍ଥିତି ବଞ୍ଚାଇ ରଖୁବା ଚିନ୍ତା ବିଜେପିକୁ ଘାରିଛି। ଦଳର କର୍ମୀଙ୍କୁ ସଙ୍ଗଠିତ କରିବା ଏବଂ ଲୋକଙ୍କ ମନରେ ସରକାରଙ୍କ ପ୍ରତି ଏକ ବିରୋଧାଭାସ ସୃଷ୍ଟି କରିବା ଲାଗି ‘ମମିତା’ ପ୍ରସଙ୍ଗକୁ ଏଜେଣ୍ଡା କରିଛି ରାଜ୍ୟ ବିଜେପି । ବିଡ଼ମ୍ବନା ହେଉଛି, ଏହି ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ପାଇଁ ଅତି ତଳସ୍ତରକୁ ମଧ୍ୟ ଦଳ ଖସି ଯାଇଛି। ‘ମମିତା’ ହତ୍ୟାକାଣ୍ଡ ପ୍ରସଙ୍ଗକୁ ଆୟୁଧ କରି ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ରୀତିମତ ଷଡ଼ଯନ୍ତ୍ର କରୁଛି ବିଜେପି।
ସନସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ‘ମମିତା’ ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଲିସ କଠୋର ପଦକ୍ଷେପ ଗ୍ରହଣ କରିଛି । ଅଭିଯୋଗ ସମ୍ପର୍କରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜଣେ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲର ସଭାପତି ଗୋବିନ୍ଦ ସାହୁ ଓ ସହଯୋଗୀ କୁହାଯାଉଥିବା ରାଧେଶ୍ୟାମକୁ ପୁଲିସ ଗିରଫ କରିଛି । ମମିତାକୁ ହତ୍ୟା କରିଥିବା ଗୋବିନ୍ଦ ସ୍ଵୀକାର କରିଛି। ମାମଲାର ତୁରନ୍ତ ତଦନ୍ତ ଓ ବିଚାର ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ମମିତାଙ୍କ ପିତାମାତା ପୁଲିସର ତଦନ୍ତ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବାକୁ ପୁଲିସକୁ ଅନୁରୋଧ କରିଛନ୍ତି । ରାଜ୍ୟ ମହିଳା କମିଶନ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ପୁଲିସ ଅଧିକାରୀଙ୍କୁ ଭେଟି ତଦନ୍ତର ଅଗ୍ରଗତି ଏବଂ ମହାଲିଙ୍ଗ କଲେଜରେ ଶିକ୍ଷାଦାନ ବ୍ୟବସ୍ଥାକୁ ତ୍ବରାନ୍ବିତ ସମ୍ପର୍କରେ ଆଲୋଚନା କରିଛନ୍ତି।
ମାତ୍ର ପୁଲିସର ତ୍ଵରିତ କାର୍ଯ୍ୟାନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ବିଜେପି ନେତାମାନଙ୍କର ହଜମ ହୋଇନାହିଁ। ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ, ଜିଲ୍ଲା ବନ୍ଦ ଡ଼ାକରା ସହ ବିଭିନ୍ନ ଥାନା ମଧ୍ୟରେ ଧସେଇ ପଶି ବିଶୃଙ୍ଖଳା ସୃଷ୍ଟି କରିବାରେ ଦଳୀୟ ନେତାମାନେ ଲାଗି ପଡ଼ିଛନ୍ତି। ଏହା ପଛରେ ଏକମାତ୍ର ଉଦ୍ଦେଶ୍ୟ ହେଉଛି ନିଜର ସ୍ଥିତି ରକ୍ଷା । ୨୦୧୯ ସାଧାରଣ ନିର୍ବାଚନରେ ଦେଶବ୍ୟାପୀ ଦଳର ହାୱା ସତ୍ତ୍ଵେ ଓଡ଼ିଶାରେ ବିଜୁ ଜନତା ଦଳ ପୁନର୍ବାର ଲୋକଙ୍କର ଆସ୍ଥା ଭାଜନ ହୋଇଛି। ତିନି ଚତୁର୍ଥାଂଶ ଆସନରେ ବିଜେଡି ବିଜୟୀ ହୋଇ ନବୀନଙ୍କ ନେତୃତ୍ବରେ ୫ମ ଥର ନିମନ୍ତେ କ୍ଷମତାସୀନ ହୋଇଛି। ପରବର୍ତ୍ତୀ ସମୟରେ ଅନୁଷ୍ଠିତ ସବୁ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଯେଉଁ କିଛି ସ୍ଥାନରେ ଦଳ ଦୁର୍ବଳ ପ୍ରଦର୍ଶନ କରିଥିଲା ସେଠାରେ ଦଳ ନିଜର କ୍ଷତି ଓ କ୍ଷତ ଭରଣା କରିବାରେ ସକ୍ଷମ ହୋଇ ସାରିଛି। କେବଳ ଆଗୁଆ ପ୍ରସ୍ତୁତି ନୁହେଁ; ପଞ୍ଚାୟତ ନିର୍ବାଚନ ନିମନ୍ତେ ସମସ୍ତ ପ୍ରକ୍ରିୟା ଦଳ ଶେଷ କରି ସାରିଛି। ସାଧାରଣତଃ ବିଧାନସଭା ନିର୍ବାଚନ ପୂର୍ବରୁ ଦଳବଦଳ ଦେଖାଯାଉଥିବାବେଳେ ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସର ବହୁ ନେତା ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ଫଳରେ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ଏକତରଫା ବିଜୟୀ ହେବାର ସମ୍ଭାବନା ଦେଖା ଦେଇଛି । ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ ଆଦି ନିର୍ବାଚନରେ ପ୍ରଚଣ୍ଡ ପରାଜୟ ଜାତୀୟସ୍ତରରେ ଦଳକୁ ଅଡ଼ୁଆରେ ପକାଇଛି । ଟିକା, କୋଭିଡ୍ ପରିଚାଳନା, ଚୀନର ସୀମା ଅତିକ୍ରମଣ ଆଦି ଜାତୀୟ ପ୍ରସଙ୍ଗ ମଧ୍ୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି। ଯାହାର ପରୋକ୍ଷ ପ୍ରଭାବ ସଙ୍ଗଠନ ଉପରେ ପଡ଼ିଛି। ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲା ପରିଷଦ ଏକପ୍ରକାର ହାତରୁ ଖସିଛି, ଅନ୍ୟ ଜିଲ୍ଲାଗୁଡ଼ିରେ ଅନୁରୂପ ସ୍ଥିତି । ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଜର ସ୍ଥିତି ରକ୍ଷା କରିବା ଦଳ ପାଇଁ ବଡ଼ ଆହ୍ବାନ ହୋଇଛି । ଏହା ହିଁ ବିଜେପି ପାଇଁ ଶିରପୀଡ଼ା ପାଲଟିଛି । ତେଣୁ କ୍ଷମତା ଦଖଲ ଲାଗି ‘ମମିତା’ ପ୍ରସଙ୍ଗକୁ ଜିଆଇ ରଖୁ ଏକ ସମ୍ବେଦନଶୀଳ ଘଟଣାରୁ ରାଜନୈତିକ ଫାଇଦା ଉଠାଇବାକୁ ବିଜେପି ଲାଗିପଡ଼ିଛି ।
ମମିତା ହତ୍ୟାକାଣ୍ଡ ମାମଲା: ଆଜି ମମିତା ମେହେରଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ମହାଲିଙ୍ଗ ଷ୍ଟାଡିୟମ ଗସ୍ତ କରିବେ ମହିଳା କମିଶନ ଅଧ୍ୟକ୍ଷା
ବଲାଙ୍ଗିର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ଛାନଭିନ ପାଇଁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମୀନତି ବେହେରାଙ୍କ ନେତୃତ୍ବରେ ଏକ ୪ଜଣିଆ ଟିମ ବଲାଙ୍ଗିରରେ ପହଞ୍ଚିଛନ୍ତି। ଶୁକ୍ରବାର ଅଧ୍ୟକ୍ଷା ଶ୍ରୀମତୀ ବେହେରା ଏସପି ନୀତିନ କୁଶଲକରଙ୍କୁ ଭେଟି ମାମଲାର ତଦନ୍ତ ବିଷୟରେ ଆଲୋଚନା କରିଥିଲେ। ସୂଚନା ଅନୁସାରେ ବଲାଙ୍ଗିର ଝରଣୀ ଗାଁର ମମିତା ମେହେରଙ୍କ ହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ପରିବାର ଲୋକଙ୍କ ନ୍ୟାୟ ପ୍ରଦାନ ଦାବିରେ ଆନ୍ଦୋଳନ, ପ୍ରତିବାଦ କରାଯାଉଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ଏହି ଘଟଣାରେ କିଛି ବଡବଡିଆ ନେତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଏହି ଘଟଣାର ତଦନ୍ତ ସହିତ ଅସଲ ସତ୍ୟ ଛାନଭିନ କରିବା ପାଇଁ ବଲାଙ୍ଗିରରେ ଶୁକ୍ରବାର ରାଜ୍ୟ ମହିଳା କମିଶନ ଡ. ମିନତି ବେହେରାଙ୍କ ନେତୃତ୍ବରେ ଏକ ଚାରି ଜଣିଆ ଟିମ ପହଞ୍ଚିଥିଲେ ।
ପ୍ରଥମେ ଏହି ଟିମ ବଲାଙ୍ଗିର ଏସପିଙ୍କ କାର୍ଯ୍ୟାଳକୁ ଯାଇ ସେଠାରେ ଘଟଣା ଓ ତଦନ୍ତ ବିଷୟରେ ଆଲୋଚନା କରିଥିଲେ । ଆଜି ଏହି ଟିମ ତୁରେକେଲା ବ୍ଲକ ଝରଣୀ ଗାଁକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ମହାଲିଙ୍ଗ କଲେଜ ଯିବେ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ମାମଲାରେ ଜାତୀୟ ମହିଳା କମିଶନ ରିପୋର୍ଟ ତଲବ କରିସାରିଛନ୍ତି। ତେବେ ରାଜ୍ୟ ମହିଳା କମିଶନ ନିଜ ରିପୋର୍ଟରେ କଣ ଦର୍ଶାଇବେ ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।
ଅନ୍ୟପକ୍ଷରେ ଉକ୍ତ କଲେଜରେ ଛାତ୍ରୀମାନଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିବା ନେଇ ଯେଉଁ ଅଭିଯୋଗ ଆସିଛି ସେ ଉପରେ ମଧ୍ୟ ଉକ୍ତ ଟିମ ଛାନଭିନ କରିବ ବୋଲି ଅଧ୍ୟକ୍ଷା ସୂଚନା ଦେଇଛନ୍ତି। ଏହା ସହିତ ପୀଡିତା ପରିବାରଙ୍କୁ ଶୀଘ୍ର ଯେପରି ନ୍ୟାୟ ମିଳିବ ସେଥିପ୍ରତି କମିଶନ ଦୃଷ୍ଟିଦେବ ବୋଲି କମିଶନ ଅଧ୍ୟକ୍ଷା ଡ. ମୀନତି ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଚାରିଜଣିଆ ଟିମରେ ଅଧ୍ୟକ୍ଷାଙ୍କ ସହିତ ଅତିରିକ୍ତ ଏସପି ବିଜୟା ବରୁଆ, ଇନ୍ସପେକ୍ଟର ସସ୍ମିତା ଦାଶ ଓ ଆଇନ ଅଧିକାରୀ ଅରବିନ୍ଦ ପଟ୍ଟନାୟକ ରହିଛନ୍ତି।
ମମିତା ହତ୍ୟାକାଣ୍ଡ ମାମଲା: ମହାଲିଙ୍ଗ ଷ୍ଟାଡିୟମରେ ନିଜ ଅପରାଧର ଡେମୋ ଦେଖାଇଲା ଗୋବିନ୍ଦ ସାହୁ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗିରଫ ଗୋବିନ୍ଦ ସାହୁ ଆଜି ଡେମୋ ଦେଖାଇଛି । ଷ୍ଟାଡିୟମରେ ନିଜେ କିପରି ଅପରାଧ କରିଥଲା ତା’ର ଡେମୋ ଦେଖାଇଛି ଗୋବିନ୍ଦ ସାହୁ । ପୋଲିସ ରିମାଣ୍ଡରେ ଥିବା ଗୋବିନ୍ଦକୁ ଆଜି ଭୋର୍‌ରେ ମହାଲିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା, ଯେଉଁଠି ସେ ମମିତାଙ୍କୁ ପୋଡି ପୋତି ଦଇଥିଲା । ସେଠାରେ ଉତ୍ତରାଂଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସପି ନୀତୀନ କୁଶଲକରଙ୍କ ଉପସ୍ଥିତିରେ ଗୋବିନ୍ଦ ପ୍ରାୟ ୧୫ ମିନିଟ ଧରି ଡେମୋ ଦେଖାଇଥିଲା । ଗତକାଲି ମହାଲିଙ୍ଗ ଷ୍ଟାଡିୟମରେ ଦୀର୍ଘ ସମୟ ଧରି ଖାନତଲାସୀ କରାଯାଇଥିଲା । ମମିତାଙ୍କୁ ଯେଉଁଠି ପୋତି ଦିଆଯାଇଥିଲା, ସେହି ସ୍ଥାନକୁ ଖୋଳାଖୋଳି କରାଯାଇଥିଲା । ପରେ ପୋଲିସ ସନସାଇନ ସ୍କୁଲର ଗାର୍ଲସ ହଷ୍ଟେଲ ଯାଇ ଯାଂଚ୍ କରିଥିଲେ ।
ମମିତା ହତ୍ୟା ମାମଲା; ଅଯଥା ରାଜନୀତି କରନ୍ତୁ ନାହିଁ ବିରୋଧୀ, ଯିଏ ବି ସମ୍ପୃକ୍ତ ଦଣ୍ଡ ପାଇବ : ବିଜେଡି
ଭୁବନେଶ୍ବର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ  ସାମ୍ବାଦିକ ସମ୍ମିଳନୀ କରିଛି ବିଜେଡି । ଏହି ଘଟଣାରେ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ଓ ମମିତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି କହିଛନ୍ତି ବିଜେଡି ଉପ ସଭାନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ । ତାଙ୍କ କହିବା ମୁତାବକ, ଏହି ଘଟଣାରେ ଏବେ ଜଣେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ମଧ୍ୟ ଗିରଫ ହେବେ । ହେଲେ ବିରୋଧୀ ନେତାମାନେ ଅଯଥାରେ ରାଜନୀତି କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ ମମିତାଙ୍କ ମୃତ୍ୟୁ ସମାଜର ଓ ପରିବାରର କ୍ଷତି ହୋଇଛି, ଆମେ ସମାବେଦନା ଜଣାଉଛୁ।  ଏହି ମାମଲାର ତଦନ୍ତ ଦାୟିତ୍ବ ଏନ୍‌ଆଇଏ (NIA)ରେ କାମ କରିଥିବା ଜଣେ ଅଧିକାରୀଙ୍କୁ ଦିଆଯାଇଛି । ଅଭିଯୁକ୍ତ ନିଶ୍ଚୟ ଦଣ୍ଡ ପାଇବେ । ଅନ୍ୟ ଯେଉଁମାନେ ବି ସମ୍ପୁକ୍ତ ସେମାନେ ବି ଦଣ୍ଡ ପାଇବେ।  ଉକ୍ତ ଶିକ୍ଷାନୁଷ୍ଠାନରେ ବହୁ ଛାତ୍ରଛାତ୍ରୀ , ଶିକ୍ଷକ ମାନେ କାମ କରୁଛନ୍ତି । କିଛି ଜଣଙ୍କ ପାଇଁ ପୁରାଶିକ୍ଷାନୁଷ୍ଠାନକୁ ବଦନାମ କରା ନ ଯାଉ । ଅନ୍ୟମାନେ ବି ସେଠାରେ ଅଛନ୍ତି ।ଛାତ୍ରଛାତ୍ରୀ ଭଲ ପାଠ ପଢନ୍ତୁ । ଅନୁଷ୍ଠାନ ଅଛି ମାନେ ମନ୍ତ୍ରୀ, ନେତା ଯିବେ । କିଏ ଫଟ ଉଠେଇଲା, ସିଏ ଦୋଷୀ ହେବା ଠିକ ନୁହଁ । ମନ୍ତ୍ରୀ ଆର୍ଥିକ ଅନୁଦାନ ଦେଲେ ଦୋଷୀ ହେବେ ନାହିଁ । ମନ୍ତ୍ରୀ ସେଠାକୁ ଯାଉ ଥିଲେ କି ନାହିଁ , ତଦନ୍ତ ପରେ ଜଣା ପଡିବ।
ଅନ୍ୟପଟେ ନେତା, ମନ୍ତ୍ରୀମାନେ କୌଣସ ଅନୁଷ୍ଠାନକୁ ଯିବା ନୂଆ କଥା ନୁହେଁ । କୌଣସି ବେସରକାରୀ ଶିକ୍ଷାନୁଷ୍ଠାନ ସରକାରୀ ଅନୁଦାନ ପାଇବା ମଧ୍ୟ ନୂଆ କଥା ନୁହେଁ । ସେହିପରି ଅପରାଧୀଙ୍କ ସହିତ ବିଭିନ୍ନ ସମୟରେ ନେତା ମନ୍ତ୍ରୀଙ୍କ ଫଟୋ ରହିଥାଏ । ହେଲେ ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟିକା । ବିଜେପିର ବହୁ ନେତାଙ୍କ ଫଟୋ ଅପରାଧୀଙ୍କ ସହ ରହିଛି । । ଉତ୍ତର ପ୍ରଦେଶର ଖେରୀରେ ଯେଉଁ ଭଳି ଭାବେ କୃଷକଙ୍କୁ ଗାଡି ଚଢାଇ ହତ୍ୟା କରାଗଲା ସେଥିରେ କେନ୍ଦ୍ର ମନ୍ତ୍ରୀଙ୍କ ନାଁ ଚର୍ଚା ହେଲା ଏବଂ ମୁଖ୍ୟ ଅଭିଯୁକ୍ତ ତାଙ୍କ ପୁଅ ଗିରଫ ମଧ୍ୟ ହେଲା ସେଥିରେ ବଜେପି ନେତା କଣ ପାଇଁ ସିବିଆଇ ତଦନ୍ତ ପାଇଁ ଦାବି କଲେନି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା ମଲ୍ଲିକ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁଲିସ ସବୁବେଳେ ନିରପେକ୍ଷ ଭାବେ କାମ କରୁଛି । ରାଜ୍ୟରେ କୌଣସି ନାରୀ ନିର୍ଯ୍ୟାତନା ମାମଲା ଲୁଚାଇ ରଖା ଯାଉନାହିଁ । ନାରୀ ନିର୍ଯ୍ୟାତନା ଅଭିଯୋଗ ଆସିଲେ ମାମଲା ରୁଜୁ କରାଯାଉଛି । ଆମର ନ୍ୟାୟ ପାଳିକା, ପୁଲିସ ଉପରେ ଭରସା ଅଛି । ବିଜେପି ଶସ୍ତା ରାଜନୀତି କରୁଛି । ମମିତା ନ୍ୟାୟ ପାଇବା ଦରକାର । ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଛି, ଅନ୍ୟମାନେ ସମ୍ପୃକ୍ତ ଥିଲେ ଗିରଫ ହେବେ । ଯଦି ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବ ସେ ଗିରଫ ହେବେ, ଦଣ୍ଡ ପାଇବେ । ମନ୍ତ୍ରୀ ଇସ୍ତଫା ଦେଇ ଦେଲେ କଣ ନ୍ୟାୟ ମିଳି ଯିବ କି ? ତଦନ୍ତ ବନ୍ଦ ହେବ କି ?  ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା।