jammu kashmir - The Sakala

ଜମ୍ମୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଉପରେ ଗୁଳିମାଡ଼, ୨୦ ବର୍ଷ ଧରି ହତ୍ୟା ଷଡ଼ଯନ୍ତ୍ର ରଚୁଥିଲା ଆକ୍ରମଣକାରୀ
ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (ଏନସି) ଅଧ୍ୟକ୍ଷ ଡକ୍ଟର ଫାରୁକ ଅବଦୁଲ୍ଲାଙ୍କ ଉପରେ ବୁଧବାର ବିଳମ୍ବିତ ରାତିରେ ଏକ ପ୍ରାଣଘାତୀ ଆକ୍ରମଣ କରାଯାଇଛି। ତେବେ ସୁରକ୍ଷାକର୍ମୀଙ୍କ ତତ୍ପରତା କାରଣରୁ ସେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜମ୍ମୁର ଏକ ବିବାହ ଉତ୍ସବରେ ସେ ଯୋଗ ଦେଇ ଫେରୁଥିବା ସମୟରେ ଏହି ଗୁଳିକାଣ୍ଡ ଘଟିଛି।

ଆକ୍ରମଣର ସମ୍ପୂର୍ଣ୍ଣ ଘଟଣାକ୍ରମ

ଜମ୍ମୁର ଗ୍ରେଟର କୈଳାଶ ସ୍ଥିତ ରୟାଲ ପାର୍କରେ ଆୟୋଜିତ ଏକ ବିବାହ ଉତ୍ସବରେ ଫାରୁକ ଅବଦୁଲ୍ଲା ଏବଂ ଉପ-ମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସାରି ସେମାନେ ଫେରୁଥିବା ବେଳେ ଜଣେ ଆତତାୟୀ ହଠାତ୍ ପଛପଟୁ ଆସି ତାଙ୍କ ଉପରକୁ ବନ୍ଧୁକ ତାଣି ଗୁଳି ଚଳାଇଥିଲା। ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆକ୍ରମଣକାରୀକୁ କାବୁ କରିନେଇଥିଲେ, ଫଳରେ ଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଥିଲା। ଏହି ଘଟଣାରେ ଅବଦୁଲ୍ଲା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀଙ୍କୁ ସାମାନ୍ୟ ଆଘାତ ଲାଗିଥିବା ସୂଚନା ମିଳିଛି।

ଆକ୍ରମଣକାରୀର ବଡ଼ ଖୁଲାସା

ପୋଲିସ ଦ୍ୱାରା ଗିରଫ ହୋଇଥିବା ଆକ୍ରମଣକାରୀର ନାମ କମଲ ସିଂହ ଜାମୱାଲ (୬୩) ଏବଂ ସେ ଜମ୍ମୁର ପୁରୁଣା ମଣ୍ଡି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ପୋଲିସ ପଚରାଉଚରା ବେଳେ ସେ ଏକ ଚାଞ୍ଚଲ୍ୟକର ବୟାନ ଦେଇ କହିଛି ଯେ, ଗତ ୨୦ ବର୍ଷ ଧରି ସେ ଫାରୁକ ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ସୁଯୋଗ ଖୋଜୁଥିଲା। ଖନନ (ମାଇନିଂ) ଶିଳ୍ପ ସହ ଜଡିତ ଥିବା ଏହି ଅଭିଯୁକ୍ତର ଜମ୍ମୁରେ ନିଜସ୍ୱ ଦୋକାନ ମଧ୍ୟ ରହିଛି। ସେ ବ୍ୟବହାର କରିଥିବା ବନ୍ଧୁକଟି ତାଙ୍କର ନିଜସ୍ୱ ଲାଇସେନ୍ସପ୍ରାପ୍ତ ଅସ୍ତ୍ର ବୋଲି ପୋଲିସ ସ୍ପଷ୍ଟ କରିଛି। ଆକ୍ରମଣ ପଛରେ କୌଣସି ଆତଙ୍କବାଦୀ ଲିଙ୍କ ନାହିଁ ଏବଂ ଏହା ତାଙ୍କର ଏକ ବ୍ୟକ୍ତିଗତ ଏଜେଣ୍ଡା ଥିଲା ବୋଲି ଅଭିଯୁକ୍ତ ସ୍ୱୀକାର କରିଛି।

ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଏବଂ ସୁରକ୍ଷା ଉପରେ ପ୍ରଶ୍ନ

ଏହି ଘଟଣାକୁ ନେଇ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଉଦବେଗ ପ୍ରକାଶ କରିବା ସହ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ସୁରକ୍ଷାକର୍ମୀଙ୍କ ତତ୍ପରତା ଯୋଗୁଁ ତାଙ୍କ ପିତା ଆଜି ଏକ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି। ଜଣେ ବନ୍ଧୁକଧାରୀ କିପରି ଏତେ କଡ଼ା ସୁରକ୍ଷା ବଳୟ ଭିତରେ ଜଣେ ଭିଭିଆଇପିଙ୍କ (VVIP) ଏତେ ପାଖକୁ ଆସି ଗୁଳି ଚଳାଇବାରେ ସକ୍ଷମ ହେଲା, ତାହା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ସେ ଦର୍ଶାଇଛନ୍ତି। ବର୍ତ୍ତମାନ ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି।

NIA ର ବଡ଼ ଖୁଲାସା: ଆତଙ୍କୀ ବ୍ୟବହାର କରିଛନ୍ତି ଚୀନ୍ ମେସେଜିଂ ଆପ୍ ଓ ସାଟେଲାଇଟ ଫୋନ୍ !
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ତଦନ୍ତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଆକ୍ରମଣରେ ସାମିଲଥିବା ଆତଙ୍କୀମାନେ ଯୋଗାଯୋଗ  ଓ କଥାବର୍ତ୍ତା ପାଇଁ ଚୀନ୍ ମେସେଜିଂ ଆପ୍ ବ୍ୟବହାର କରିଥିଲେ। ଏହି ଆପ୍ ଏନକ୍ରିପ୍ଟେଡ୍ । ଏଥିରେ କଥା ହୋଇଥିବା ବାର୍ତ୍ତା ଜାଣିବା କଷ୍ଟକର। ଏହି ଆପକୁ ୨୦୨୦ ମସିହାରୁ ଭାରତରେ ବ୍ୟାନ କରାଯାଇଛି। ଆହୁରି ମଧ୍ଯ ଜଣା ପଡ଼ିଛି ଯେ, ଆକ୍ରମଣ ଘଟିଥିବା ସ୍ଥଳରେ ଚାଇନିଜ ସାଟେଲାଇଟ ଫୋନ ବ୍ୟବହାର କରାଯାଇଛି। ବର୍ତ୍ତମାନ ଏହି ଆଧାରରେ ପହଲଗାମରେ ହୋଇଥିବା ବର୍ବର କାଣ୍ଡର ଷଡ଼ଯନ୍ତ୍ରକୁ ଧରିବା ପାଇଁ ତଦନ୍ତକାରୀ ସଂସ୍ଥା ତନାଘନା ଆରମ୍ଭ କରିଦେଇଛି।

ଏହି ଡିଭାଇସ କିପରି କାମ କରିଥାଏ-

ବର୍ତ୍ତମାନ ଏହି ଡିଭାଇସ  ଆତଙ୍କବାଦୀ ଗୋଷ୍ଠୀମାନେ ମଧ୍ଯ ବ୍ୟବହାର କରୁଛନ୍ତି। ଯୋଗାଯୋଗ ଉପକରଣଗୁଡ଼ିକ ଏନକ୍ରିପ୍ଟେଡ୍। ଅର୍ଥାତ ଆପଣଙ୍କର ସମସ୍ତ ଡାଟାକୁ ରିକୋଭରି କରିବାକୁ ଚାହଁଲେ ତାହା କ୍ଷଣିକ ମଧ୍ଯରେ ନଷ୍ଟ ହୋଇଯିବ। ଏହା ଫଳରେ ବିଭିନ୍ନ ଛାନଭିନରୁ କିଛି ସୁରାକ ମିଲି ନ ଥାଏ।

ଏହି ଡିଭାଇସ ବ୍ୟବହାର କରାଯାଉଥିବା ଟେକ୍ନୋଲୋଜି

-ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ (E2EE): ମେସେଜଗୁଡ଼ିକୁ ଏପରି କରାଯାଇଥାଏ ଯେ କେବଳ ପ୍ରେରକ ଏବଂ ଗ୍ରହଣକାରୀ ସେଗୁଡ଼ିକୁ ଡିକୋଡ୍ କରିପାରିବେ।

-କ୍ୱାଣ୍ଟମ୍-ପ୍ରତିରୋଧୀ ଆଲଗୋରିଦମ୍: ଉନ୍ନତ ଏନକ୍ରିପ୍ସନ୍ ଯାହାକୁ କ୍ୱାଣ୍ଟମ୍ କମ୍ପ୍ୟୁଟର୍ ମଧ୍ୟ କ୍ରାକ୍ କରିପାରିବ ନାହିଁ।

-ଷ୍ଟେଗାନୋଗ୍ରାଫି: ଚିତ୍ର , ଭିଡିଓ ଭଳି ନିର୍ଦ୍ଦିଷ୍ଟ ଫାଇଲର ବାର୍ତ୍ତା ଗୁଡ଼ିକ ମଧ୍ୟ ଲୁଚାଇବାରେ ସାହାଯ୍ୟ କରିଥାଏ…

-ଏହି ଟେକ୍ନୋଲୋଜିରେ ବର୍ଷ୍ଟ ଟ୍ରାନ୍ସମିଟର ମାଧ୍ୟମରେ କାମ କରେ। ବର୍ଷ୍ଟ ଟ୍ରାନ୍ସମିଟର କାମ ହେଉଛି  ମିଲି ସେକେଣ୍ଡରେ ଡାଟା ପଠାଇବା ଓ ନଷ୍ଟ କରିବା। ଏଥିରେ ଫ୍ରିକ୍ୱେନ୍ସି ହପିଂ ମଧ୍ୟ ଅନ୍ତର୍ଭୁକ୍ତ। ଯେଉଁଥିରେ ଜାମ୍ କିମ୍ବା ଗୁପ୍ତଚରକୁ ଏଡାଇବା ପାଇଁ ରେଡିଓ ଫ୍ରିକ୍ୱେନ୍ସିକୁ ଦ୍ରୁତ ଗତିରେ ପରିବର୍ତ୍ତନ କରିବାରେ ସାହାଯ୍ୟ କରେ।

ଖବର ଅନୁଯାୟୀ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାକିସ୍ତାନ ନିରପକ୍ଷେ ତଦନ୍ତରେ ସହଯୋଗ କରିବ ବୋଲି କହୁଛି ତ ଆଉ କେତେବେଳେ ମଧ୍ୟସ୍ଥତା ପାଇଁ ବିଦେଶର ଶରଣ ପଶୁଛି। ପହଲଗାମ ଆକ୍ରମଣ ଘଟଣାର ତଦନ୍ତ କରିବା ପାଇଁ ଋଷ ଓ ଚୀନ ସାମିଲ ହୁଅନ୍ତୁ ବୋଲି ପାକିସ୍ତାନ ଚାହୁଁଥିବା ଜାତୀୟ ଗଣମାଧ୍ୟମର ଖବର ପ୍ରକାଶ ପାଇଥିଲା।

ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଗୁଳିମାଡ଼ ଘଟଣା: ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା
ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଅଖନୁର ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଗୁଳିମାଡ଼ ଘଟଣା। ସେନା ପକ୍ଷରୁ ଏନକାଉଣ୍ଟର ହୋଇଥିବାବେଳେ ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଖବର ଅନୁଯାୟୀ, ଆଜି ସକାଳେ ଜାମ୍ମୁ କାଶ୍ମୀରର ଅଖନୁରରେ ଆତଙ୍କବାଦୀମାନେ ଏଲଓସି ନିକଟ ଭଟ୍ଟଲ ଅଞ୍ଚଳରେ ଏକ ସେନା ଆମ୍ବୁଲାନ୍ସ ଉପରେ ଗୁଳି ଚଳାଇ ଜଙ୍ଗଲ ଆଡକୁ ପଳାଇଥିଲେ। ସେନା ଏହି ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ କରିଥିଲା । ପ୍ରାୟ ୫ ଘଣ୍ଟାର ସଙ୍ଘର୍ଷ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏହାପୂର୍ବରୁ ଅକ୍ଟୋବର ୨୪ରେ ଆତଙ୍କବାଦୀମାନେ ବାରାମୁଲ୍ଲାରେ ଏକ ସେନା ଗାଡି ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ତିନି ଜଣ ସୈନିକ ଏବଂ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିଲେ।

ଜମ୍ମୁ ଓ କଶ୍ମୀରର ବାରାମୂଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ
ଜମ୍ମୁ ଓ କଶ୍ମୀର: ଜମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ଆଜି ସକାଳେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏ ନେଇ ସେନା ଏବଂ ପୋଲିସ କର୍ମଚାରୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଉରି ଅଞ୍ଚଳର ହାତଲଙ୍ଗାରେ ଏନକାଉଣ୍ଟର ଜାରି ରହିଛି । କଶ୍ମୀର ପୁଲିସ ଜୋନ୍ ଏକ ସୋଶାଲ ମିଡିଆ ପୋଷ୍ଟରେ ଏନେଇ ସୂଚନା ଦେଇଛି। ପୁଲିସ ସୂଚନା ଅନୁସାରେ, ବାରମୁଲ୍ଲା ଜିଲ୍ଲାର ହାଥଲଙ୍ଗା ଉରି ଅଞ୍ଚଳରେ ଆତଙ୍କବାଦୀ ହମଲା କରିଥିଲା। ସେନା ଓ ପୁଲିସ ମିଳିତ ଭାବେ ପାଲଟା ଜବାବ ଦେଇଥିଲେ।

ଅନ୍ୟପକ୍ଷରେ ଅନନ୍ତନାଗ ଜିଲ୍ଲାର କୋକରନାଗ ଜଙ୍ଗଲରେ ସୁରକ୍ଷା ବାହିନୀର ଆତଙ୍କବାଦ ନିରୋଧୀ ଅପରେସନ ଲଗାତାର ଚତୁର୍ଥ ଦିନ ପାଇଁ ଜାରି ରହିଛି। ଜଙ୍ଗଲରେ ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବାବେଳେ ଡ୍ରୋନ୍ ଦ୍ବାରା ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଆତଙ୍କବାଦୀମାନେ ଲୁଚିଥିବା ସନ୍ଦେହପୂର୍ଣ୍ଣ ଅଞ୍ଚଳରେ ଡ୍ରୋନ ଓ କ୍ବାଡକପ୍ ଟର ଦ୍ବାରା ବୋମା ନିକ୍ଷେପ କରାଯାଉଛି। ଆଇଇଡି ବ୍ଲାଷ୍ଟ କରି ଆତଙ୍କବାଦୀଙ୍କୁ ନିପାତ କରିବାକୁ ଉଦ୍ୟମ ଜାରି ରହିଛି। ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ସେନାର ଜଣେ କର୍ଣ୍ଣେଲ ଓ ମେଜରଙ୍କ ସହ ଜଣେ ସୈନିକ ସହିଦ୍ ହୋଇଥିଲେ । ଏହି ଅପରେସନ ବେଳେ ଜମ୍ମୁ କାଶ୍ମୀର ପୋଲିସର ଜଣେ ଡିଏସପି ମଧ୍ୟ ପ୍ରାଣବଳି ଦେଇଥିଲେ ।

କୁଲଗାମରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଯବାନ ସହିଦ
ଜମ୍ମୁ କଶ୍ମୀର: ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି।

ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, କୁଲଗାମ ଜିଲ୍ଲାର ହଲାଣ ଜଙ୍ଗଲରେ ଥିବା ପର୍ବତ ଶିଖରେ କିଛି ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଭାରତୀୟ ସେନା ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ, ସେଠାରେ ଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇବାରୁ ନିରାପତ୍ତା ବଳ ପାଲଟା ଗୁଳି ଚାଳନା କଲା। ଫଳରେ ଏନକାଉଣ୍ଟର୍‌ର ଜୋରଦାର ହେଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଗୁଳି ବିନିମୟ ସମୟରେ ସେନାର ୩ଜଣ ଯବାନ ଆହତ ହୋଇଥିଲେ। କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ନିଧନ ହୋଇଛି ।

ଜାମ୍ମୁ-କାଶ୍ମୀରର ପୁଞ୍ଚରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିପାତ
ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରେ ସେନାକୁ ବଡ ସଫଳତା । ଜାମ୍ମୁ-କାଶ୍ମୀରର ପୁଞ୍ଚରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ। ପୁଞ୍ଚ ଜିଲ୍ଲା‌ର ସିନ୍ଧରା ଅଞ୍ଚଳରେ ୪ ଜଣ ଆତଙ୍କବାଦୀକୁ ନିହତ କରିଛି ଭାରତୀୟ ସେନା । ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ସୋମବାର ରାତି ୧୧.୩୦ରୁ ଗୁଳି ବିନିମୟ ଜାରି ରହିଥିଲା । ଅପରେସନରେ ଡ୍ରୋନ୍ ଏବଂ ନାଇଟ୍ ସର୍ଭିଲାନ୍ସର ମଧ୍ୟ ସହାୟତା ନିଆଯାଇଥିଲା।

ଆଜି ସକାଳେ ପୁଣି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିୟମ‌ୟରେ ୪ ଆତଙ୍କବାଦୀଙ୍କ ଜୀବନ ଯାଇଛି। ଏ ନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି କି ଘଟଣାସ୍ଥଳରୁ ଚାରିଟି ଏକେ-୪୭ ରାଇଫଲ୍‌, ଦୁଇଟି ପିସ୍ତଲ୍‌ ଜବତ ହୋଇଛି। ସେନା ସହିତ ଭାରତୀୟ ସେନା ସ୍ପେଶାଲ୍ ଫୋର୍ସ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜାମ୍ମୁ କାଶ୍ମୀର ପୋଲିସ୍ ମଧ୍ୟ ଏହି ଅପରେସନରେ ସାମିଲ ହୋଇଥିଲେ । ଭାରତୀୟ ସେନାର ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଅପରେସନରେ ନିହତ ଚାରି ଜଣ ହେଉଛନ୍ତି ବିଦେଶୀ ଆତଙ୍କବାଦୀ ଏବଂ ସେମାନଙ୍କ ପରିଚୟ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି ।

ପିଏମଓ ଅଧିକାରୀ କହି ଜେଡ୍‌ ସୁରକ୍ଷାରେ ବୁଲୁଥିଲେ କାଶ୍ମୀର, ନକଲି ଅଧିକାରୀ ବୋଲି ଜଣାପଡିବା ପରେ ହେଲେ ଗିରଫ
ନୂଆଦିଲ୍ଲୀ: ବିଭିନ୍ନ ସମୟରେ ନକଲି ଅଧିକାରୀମାନଙ୍କ କଳା କାରନାମା ସମସ୍ତଙ୍କ ପାଇଁ ରୋଚକ ହୋଇ ଆସିଛି। କେହି କେତେବେଳେ ନିଜକୁ ଆଇପିଏସ୍‌ କିମ୍ବା ଆଇଏଏସ୍‌ ଅଧିକାରୀ କହି ଲୋକଙ୍କୁ ଭୂଆଁ ବୁଲାଇଥିଲା ବେଳେ ଅନ୍ୟ କେହି ନିଜକୁ ସିବିଆଇ ଅଧିକାରୀ କହି ଲୋକଙ୍କୁ ଲୁଟିବା ପରେ ଧରାପଡ଼ି ଜେଲ ଯାଇଛନ୍ତି। କିନ୍ତୁ ନକଲି ଅଧିକାରୀ ହେବା କ୍ଷେତ୍ରରେ ଏବେ ଯେଉଁ ବ୍ୟକ୍ତି ଜଣଙ୍କ ସାମ୍ନାକୁ ଆସିଛନ୍ତି ତାହା ପୂର୍ବର ସବୁ ରେକର୍ଡକୁ ଅତିକ୍ରମ କରିବା ସହିତ ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କେବଳ ଚର୍ଚ୍ଚାର ବିଷୟ ନୁହେଁ, ବରଂ ସଂପୃକ୍ତ ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ନେଇ ଦେଶର ସୁରକ୍ଷା ବ୍ୟବସ୍ଥା ମଧ୍ୟ ପ୍ରଶ୍ନ ଉଠିଛି।

ଗୁଜରାଟର ଜଣେ ବ୍ୟକ୍ତି ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ କହି କାଶ୍ମୀର ବୁଲିଛନ୍ତି। ସେ ନିଜର ଏଭଳି ପରିଚୟ ଦେଇ କାଶ୍ମୀରରେ ପହଞ୍ଚିଥିଲା ବେଳେ ସେଠାରେ ନକଲି ଚିଠି ଏବଂ ଭିଜିଟିଂ କାର୍ଡ ଦେଇ ସେଠାକାର ପୁଲିସ ପ୍ରଶାସନକୁ ମଧ୍ୟ ପ୍ରଭାବିତ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ଗସ୍ତ କାଳରେ କାଶ୍ମୀରରେ ତାଙ୍କୁ ପଞ୍ଚତାରକା ହୋଟେଲ ସୁବିଧା ଦିଆଯିବା ସହିତ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏପରିକି ସେ କାଶ୍ମୀର ଉପତ୍ୟକାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ଗସ୍ତରେ ଯାଇଥିଲା ବେଳେ ତାଙ୍କୁ କାଶ୍ମୀର ପୁଲିସ ପକ୍ଷରୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ବୁଲେଟ୍‌ ପ୍ରୁଫ୍‌ କାର୍‌ରେ ସେ କାଶ୍ମୀରର ବରଫ ଉଦ୍ୟାନ ସହିତ ଅନ୍ୟାନ୍ୟ ରମଣୀୟ ସ୍ଥାନ ବୁଲି ପ୍ରକୃତିର ମଜା ନେଉଥିଲାବେଳେ ତାଙ୍କୁ ଚାରିପଟେ ସୁରକ୍ଷା କର୍ମୀମାନେ ଘେରି ରହିଥିବାର ଭିଡିଓ ମଧ୍ୟ ଦେଖାଯାଇଛି।

ତେବେ ଏହି ନକଲି ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ପୁଲିସକୁ ପରବର୍ତ୍ତୀ ସମୟରେ ସନ୍ଦେହ ସୃଷ୍ଟି ହେବା ପରେ ତାଙ୍କୁ ଜେରା କରାଯିବା ସହିତ ଗିରଫ କରାଯାଇଛି। ଜମ୍ମୁ କାଶ୍ମୀର ପୁଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ଏହାପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ବ୍ୟକ୍ତି ଜଣକ ନକଲି ଅଧିକାରୀ ସାଜି ଜମ୍ମୁ କାଶ୍ମୀର ଭଳି ଏକ ସର୍ବାଧିକ ସ୍ପର୍ଶକାତର ଅଞ୍ଚଳର ପୁଲିସ ପ୍ରଶାସନକୁ କିଭଳି ପ୍ରଭାବିତ କରିପାରିଲେ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଲସ୍କର ଆତଙ୍କବାଦୀ ନିହତ
ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ସକାଳୁ ୩ ଲସ୍କର-ଏ-ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ଭୋର ସମୟରେ ଜମ୍ମୁ-କଶ୍ମୀରର ସୋପିଆନ୍‌ ଜିଲ୍ଲାର ମଞ୍ଝ ମାର୍ଗ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି। ତେବେ ନିହତ ଆତଙ୍କବାଦୀମାନଙ୍କର ପରିଚୟ ଜଣାପଡିନାହିଁ।

ଜମ୍ମୁ-କଶ୍ମୀର ପୁଲିସର ସୂଚନା ଅନୁଯାୟୀ, କେତେକ ଆତଙ୍କବାଦୀ ମଞ୍ଝ ମାର୍ଗ ଅଞ୍ଚଳରେ ପ୍ରବେଶ କରିଥିବା ସୂଚନା ଆଗରୁ ମିଳିଥିଲା। ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ଏହି ଗୁଳି ବିନିମୟରେ ୩ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

କାଶ୍ମୀରରେ ସାଧାରଣ ଲୋକଙ୍କ ହତ୍ୟା ଘଟଣାର ତଦନ୍ତ କରିବ ଏନଆଇଏ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯାଞ୍ଚ୍ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) କରିବ । ଲାଲ ବଜାରରେ ଔଷଧ ଦୋକାନୀ ମଖନ ଲାଲ ବିନ୍ଦ୍ରୁ ଏବଂ ଭେଲପୁରୀ ବିକାଳୀ ବିରେନ୍ଦ୍ର ପାସୱାନଙ୍କ ହତ୍ୟା ଘଟଣାର ଏନଆଇଏ ଅନୁସନ୍ଧାନ କରିବ, ବିନ୍ଦ୍ରୁ ଜଣେ କାଶ୍ମୀର ପଣ୍ଡିତ ହୋଇଥିବାବେଳେ ପାସୱାନ ବିହାରର ଜଣେ ଶ୍ରମିକ ଥିଲେ। ପରେ ବିହାରର ଆଉ ଦୁଇ ଶ୍ରମିକଙ୍କୁ ଘରେ ପଶି ଗୁଳି କରି ହତ୍ୟା କରାଯାଇଥିଲା ।

ଅନ୍ୟପକ୍ଷେ ଜାମ୍ମୁ କାଶ୍ମୀରରେ ଅଣମୁସଲିମ୍ ଓ ପ୍ରବାସୀ ଶ୍ରମିକଙ୍କ ଉପରେ ବୃଦ୍ଧି ପାଉଥିବା ଆତଙ୍କବାଦୀ ଘଟଣାକୁ ନେଇ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିବା ଖବର ରହିଛି। ଜମ୍ମୁ-କଶ୍ମୀର ପୁଲିସର ଡିଜି ଏବଂ ଏନଆଇଏର ଡିଜିଙ୍କ ମଧ୍ୟରେ ଶ୍ରୀନଗରରେ ବହୁଥର ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ କିଛି ଦିନ ଧରି ଏନଆଇଏ ଡିଜି କୁଲଦୀପ ସିଂ କାଶ୍ମୀରରେ ଡେରା ପକାଇଛନ୍ତି। ଡିଜି ଜାମ୍ମୁ କାଶ୍ମୀର ପୁଲିସ ରାଜ୍ୟ ସରକାରଙ୍କ ମାଧ୍ୟମରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ଏହି ମାମଲାରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ତଦନ୍ତ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ ଚଳିତ ମାସରେ ୧୧ ଜଣ ଯବାନ ଓ ବହୁ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ସେପଟେ ପୁଞ୍ଚ୍‌ ହମଲାରେ ୯ ଜଣ ଯବାନଙ୍କୁ ହତ୍ୟା ଘଟଣା ପାଇଁ ନିଜକୁ ଦାୟୀ କରିଛି ନୂଆ ଆତଙ୍କୀ ସଂଗଠନ । ସେପଟେ ପୁଞ୍ଚ୍‌ ଓ ରଜୌରୀରେ କିଛିଦିନ ହେଲା ଲାଗି ରହିଥିବା ସ୍ଥିତିର ସମୀକ୍ଷା ପାଇଁ ଆଜି ଜାଶ୍ମୀର ଗସ୍ତ କରିଛନ୍ତି ସେନା ମୁଖ୍ୟ ଏମ ଏମ ନରଓ୍ୱାଣେ । LOC  ଅଞ୍ଚଳକୁ ଯାଇ ସ୍ଥିତି ପରଖିବା ସହ ଆତଙ୍କୀ ପ୍ରସଙ୍ଗକୁ ନେଇ ଆଜି ବହୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆର୍ମି ମୁଖ୍ୟ ନରଓ୍ୱାଣେ ସାମିଲ ହୋଇଛନ୍ତି । ଆତଙ୍କୀଙ୍କୁ କଡ଼ା ଜବାବ ଦେବା ସହ ଆତଙ୍କୀ ସଂଗଠନକୁ ନିପାତ କରିବା ପାଇଁ ସେନାକୁ ପ୍ରସ୍ତୁତ କରାଯାଉଛି । ଅନ୍ୟପଟେ କାଶ୍ମୀର ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।