urban shelter BALESORE - The Sakala

କାମରେ ଆସୁନି ସହରାଞ୍ଚଳ ଆଶ୍ରୟସ୍ଥଳୀ, ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି ବହୁ ନିରାଶ୍ରୟ
ବାଲେଶ୍ଵର : ସରକାରଙ୍କ ପକ୍ଷରୁ ଅନେକ ଜନହିତକର ଯୋଜନା କାର୍ଯ୍ୟକାରୀ କରାଯାଉଛି। ହେଲେ ସଚେତନତା ଅଭାବରୁ କେତକ ଯୋଜନାର ଫାଇଦା ନିରାଶ୍ରୟ ଲୋକଙ୍କୁ ମିଳିପାରୁ ନଥିବା ଦେଖିବାକୁ ମିଳିଛି। ବାଲେଶ୍ଵର ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଜୀବିକା ନିର୍ବାହ ଯୋଜନା ଅନ୍ତର୍ଭୁକ୍ତ ଅର୍ବାନ ସେଲ୍ଟାରହୋମ କ୍ଷେତ୍ରରେ ଏହିଭଳି ଦେଖିବାକୁ ମିଳିଛି। ବାଲେଶ୍ଵର ପୌରାଞ୍ଚଳ ଅନ୍ତର୍ଗତ ବାଗବୃନ୍ଦାବନ ମୌଜା ୧୬ ନଂ ୱାର୍ଡର ଫକୀର ମୋହନ କଲେଜ ନର୍ଥ ହଷ୍ଟେଲ ସମ୍ମୁଖ ରାସ୍ତା ପାର୍ଶ୍ଵରେ ଜୀବିକା ନିର୍ବାହ ଯୋଜନାରେ ଏକ ଅର୍ବାନ ସେଲ୍ଟାରହୋମ ରହିଛି। ଏହି ସରକାରୀ ମାଗଣା ଆଶ୍ରୟ ସ୍ଥଳକୁ ଆଶ୍ରୟ ନେବାପାଇଁ ବାସହୀନ ଲୋକ ମାନେ ଆସୁନଥିବା ଅଭିଯୋଗ ହେଉଛି।

ତେବେ ସହରରେ ଘୁରିବୁଲୁ ଥିବା ନିରାଶ୍ରୟ ଭିକ୍ଷୁକ ଏବଂ ଗ୍ରାମାଞ୍ଚଳରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସୁଥିବା ଗରିବ ରୋଗୀର ଅଭିଭାବକ ମାନଙ୍କୁ ମାଗଣାରେ ରାତ୍ରୀଯାପନ ପାଇଁ ଆଶ୍ରୟ ଦେବା ଉଦ୍ୟେଶ ନେଇ ଏହି ସେଲ୍ଟାରହୋମ ୨୦୧୮ ମସିହାରେ ନିର୍ମାଣ ହୋଇଥିଲା। ଏହାକୁ ନିର୍ମାଣ କରିବାରେ ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କା ସରକାରଙ୍କ ରାଜକୋଷରୁ ଖର୍ଚ୍ଚ ହୋଇଛି। ୫୦ ଜଣ ନିରାଶ୍ରୟ ବ୍ୟକ୍ତି ଏଠାରେ ରାତ୍ରୀଯାପନ କରିବାର ବ୍ୟବସ୍ଥା ରହିଛି। ପୌରପାଳିକା ପକ୍ଷରୁ ୨୦୧୯ ରେ ଏହାକୁ କାର୍ଯ୍ୟକାରୀ କରାଯାଇ ଥିବାବେଳେ ପୌରସଂସ୍ଥା ତରଫରୁ ମା ଦୁର୍ଗା ସ୍ଵୟଂ ସହାୟିକା ଗୋଷ୍ଠୀ ମହାସଂଘର କର୍ମକର୍ତ୍ତାମାନେ ସଂପୃକ୍ତ ଆଶ୍ରୟ ସ୍ଥଳକୁ ପରିଚାଳନା କରୁଛନ୍ତି ।

ଏହି ଆଶ୍ରୟ ସ୍ଥଳରେ ନିରାଶ୍ରୟମାନେ ରାତିରେ ରହୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିଲେ । ପରେ ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଆଶ୍ରୟସ୍ଥଳର ମ୍ୟାନେଜର ନିକୁଞ୍ଜ ବାସିନୀ ନାୟକ ଓ କେୟାର ଟେକର ମମତା ମୁଖିଙ୍କ କହିବା ଅନୁସାରେ ଗତ ସୋମବାର ରାତିରେ ୩୪ଜଣ ବ୍ୟକ୍ତି ରାତ୍ରି ଯାପନ ପାଇଁ ଆଶ୍ରୟ ନେଇଥିଲେ । କିନ୍ତୁ ଆଜି ସକାଳେ ଆଶ୍ରୟ ସ୍ଥଳ ଛାଡ଼ି ଯାଇଛନ୍ତି ବୋଲି କହିଥିଲେ । ସନ୍ଧ୍ୟାରେ ପୁଣି ଆଶ୍ରୟ ସ୍ଥଳକୁ ଫେରି ଆସିବେ ବୋଲି ମ୍ୟାନେଜର ନାୟକ କହିଛନ୍ତି। ତେବେ ସୋମବାର ରାତିରେ ୩୪ ଜଣ ଆଶ୍ରୟ ସ୍ଥଳରେ ଥିଲାବେଳେ ମଙ୍ଗଳବାର ସକାଳ ୯ଟାରେ କେହି ଜଣେ ହେଲେ ନରହିବା ସନ୍ଦେହକୁ ଘନୀଭୂତ କରିଛି । ଜନସାଧାରଣଙ୍କ ଅଭିଯୋଗ ବାବଦରେ ମହାସଂଘ ସଭାପତି ସଂଧ୍ୟା ମହାରଣାଙ୍କୁ ପଚାରିବାରୁ ନିରାଶ୍ରୟ ଭିକ୍ଷୁକ ମାନେ ଆଶ୍ରମରେ ଆଶ୍ରୟ ନେବାକୁ ଚାହୁଁ ନାହାନ୍ତି । ପ୍ରତିଦିନ ରେଲୱେ ପ୍ଲାଟଫର୍ମକୁ ଯାଇ ନିରାଶ୍ରୟ ଭିକ୍ଷୁକ ମାନଙ୍କୁ ରାତିରେ ଆଶ୍ରମରେ ରହିବା ପାଇଁ କୁହା ଯାଉଥିଲେ ବି ସେମାନେ ଆଶ୍ରମରେ ରହିବାକୁ ଚାହୁଁ ନଥିବା ସଭାପତି ଶ୍ରୀମତୀ ମହାରଣା କହିଛନ୍ତି।

ଅପରପକ୍ଷରେ ବାଲେଶ୍ଵର ରେଲୱେ ପ୍ଲାଟଫର୍ମ ଓ ଷ୍ଟେସନ ରାସ୍ତା ମଝିରେ ଥିବା ଡିଭାଇଡର ଉପରେ ଦୈନିକ ୪୦ରୁ ଉର୍ଦ୍ଧ ଭିକ୍ଷୁକ ରାତିରେ ଆଶ୍ରୟ ନେଉଥିବାର ଦେଖାଯାଉଛି। ଏହି ଭିକ୍ଷୁକ ମାନଙ୍କ ମଧ୍ୟରୁ ସାରଗାଁ ଅଞ୍ଚଳର ଶୁକୁରା ସିଂ (୪୦)କୁହନ୍ତି ଏହି ଆଶ୍ରୟସ୍ଥଳ କେଉଁଠି ଆମ୍ଭେମାନେ ଜାଣିନାହୁଁ । ରାତିରେ ଶୋଇବା ପାଇଁ ଭଲ ଜାଗା ମିଳିଲେ ଆମ୍ଭେମାନେ କାହିଁକି ସେଠାକୁ ଯିବୁନାହିଁ ବୋଲି ଶୁକୁରା ଓଲଟି ପ୍ରଶ୍ନ କରିଥିଲା। ସେହିଭଳି ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗ୍ରାମର ନରେନ୍ଦ୍ର ମହାନ୍ତି (୮୦) ବାଲେଶ୍ଵର ଷ୍ଟେସନରେ ଭିକ୍ଷାବୃତି କରନ୍ତି। ଏହି ବୃଦ୍ଧ ଭିକ୍ଷୁକ ପୂର୍ବରୁ ଥରେ ଏହି ଆଶ୍ରୟ ସ୍ଥଳରେ ରାତ୍ରି ଯାପନ କରିଥିଲେ ବୋଲି କହିଥିଲେ। କିନ୍ତୁ ଆଶ୍ରୟ ସ୍ଥଳ ଗୃହରେ ଥିବା ପାଇଖାନାକୁ ପାଣି ନଆସିବାରୁ ସେ ବଡ଼ ହଇରାଣ ହୋଇ ସେଠାରୁ ଆସିଥିଲେ। ସେହିଦିନ ଠାରୁ ସେ ଆଉ କେବେ ବି ଆଶ୍ରୟ ସ୍ଥଳକୁ ଯାଇ ନାହାନ୍ତି ବୋଲି ଭିକ୍ଷୁକ ବୃଦ୍ଧ ନରେନ୍ଦ୍ର କହିଛନ୍ତି।

ତେବେ ସ୍ଥାନୀୟ ୧୬ନଂ ୱାର୍ଡର ପ୍ରାକ୍ତନ ୱାର୍ଡ କାଉନସିଲର ସତ୍ୟଶିବ ଦାସ ଏହି ସେଲ୍ଟର ହୋମ ବାବଦରେ କୁହନ୍ତି ସରକାରଙ୍କର ଏହା ହେଉଛି ଏକ ଜନକଲ୍ୟାଣ ଯୋଜନା। ରାତିରେ ରାସ୍ତା କଡ଼ରେ ଓ ରେଲୱେ ପ୍ଲାଟଫର୍ମରେ ଖରା ବର୍ଷା ଓ ଶୀତ କାକରରେ ଆଶ୍ରୟ ନେଉଥିବା ଭିକ୍ଷୁକ ମାନଙ୍କ ପାଇଁ ଏହି ଆଶ୍ରୟ ସ୍ଥଳ ନିରାପଦ ଓ ସୁରକ୍ଷିତ ଅଟେ।ମାତ୍ର ଏହି ଆଶ୍ରୟ ସ୍ଥଳ ବାବଦରେ ନିରାଶ୍ରୟ ମାନେ ବିଶେଷ ଜାଣି ନଥିବାରୁ ଖାଲି ପଡୁଛି। ପରିଚାଳନା ଦାୟିତ୍ୱରେ ଥିବା ଏସଏଚଜି ସଦସ୍ୟା ମାନେ ଏହି ଆଶ୍ରୟ ସ୍ଥଳର ମୂଳଲକ୍ଷ୍ୟ ପୂରଣ ଦିଗରେ ଯତ୍ନବାନ ହେଉ ନଥିବା କାରଣରୁ ଏଠାରେ ନିରାଶ୍ରୟ ମାନେ ରାତିରେ ରହୁ ନାହାନ୍ତି ବୋଲି ଶ୍ରୀ ଦାସ କହିଛନ୍ତି। ଏଭଳି ସରକାରୀ ବ୍ୟବସ୍ଥା ଥାଇ ନିରାଶ୍ରୟଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ସ୍ଥଳ ନମିଳିବା ମାନବାଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏନେଇ ଅଧିକ ସଚେତନତା ଓ ପରିଚାଳନାଗତ ତ୍ରୁଟିକୁ ତୁରନ୍ତ ଦୂର କରି ସହରାଞ୍ଚଳ ଆଶ୍ରୟସ୍ଥଳୀକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି ।