Pollution certificate - The Sakala
PUCCକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ: ଲୋକଙ୍କ ହଇରାଣ ଓ ହରକତକୁ ଦେଖି ଚିନ୍ତା ପ୍ରକଟ କଲେ
ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ର (PUCC)କୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପ୍ରଦୂଷଣ ସାର୍ଟିଫିକେଟ୍‌ (ପିୟୁସିସି) କାର୍ଯ୍ୟକାରୀ କରିବାରେ ବିଜେପି ସରକାର ବିଫଳ। ଟ୍ଵିଟ୍ କରି ପରିବହନ ବିଭାଗର ଦୂରଦୃଷ୍ଟି ଅଭାବ ଓ ଅକ୍ଷମତା ନେଇ କଟୁ ସମାଲୋଚନା କରିବା ସହ ଲୋକଙ୍କ ହଇରାଣ ଓ ହରକତକୁ ଦେଖି ଚିନ୍ତା ପ୍ରକଟ କରିଛନ୍ତି ନବୀନ । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ବାରା ଚାଲିଥିବା PUCC ପ୍ରକ୍ରିୟାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି।
https://twitter.com/Naveen_Odisha/status/2009527482702270819
ନବୀନ ଲେଖିଛନ୍ତି ଯେ, ଓଡ଼ିଶାରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବିଜେପି ସରକାରଙ୍କ ପରିଚାଳନା ଅତ୍ୟନ୍ତ ଅବ୍ୟବସ୍ଥିତ ଏବଂ ବାରମ୍ବାର ନିୟମ ପରିବର୍ତ୍ତନ ଓଡ଼ିଶାର ସାଧାରଣ ଜନତାଙ୍କ ପାଇଁ ଅକଥନୀୟ କଷ୍ଟ ଓ ଅସୁବିଧା ସୃଷ୍ଟି କରିଛି। ଜାନୁଆରୀ ୧, ୨୦୨୬ ରୁ 'ନୋ ପିୟୁସି, ନୋ ଫ୍ୟୁଏଲ୍' ନିୟମର ହଠାତ୍ ଘୋଷଣା ପରେ ସାରା ରାଜ୍ୟରେ ଥିବା ଟେଷ୍ଟିଂ ସେଣ୍ଟରଗୁଡ଼ିକରେ ପ୍ରବଳ ଭିଡ଼ ଜମିବା ସହ ଲୋକମାନେ ହଇରାଣ ହେଉଥିବା ଦେଖାଦେଇଥିଲା। ବିଜେପି ସରକାର ପର୍ଯ୍ୟାପ୍ତ ପରୀକ୍ଷା କେନ୍ଦ୍ର ନ କରି, ପୂର୍ବ ପରିକଳ୍ପନା ଓ ପ୍ରଚାର-ପ୍ରସାରର ନ କରି ଏଭଳି ନିୟମ ଲାଗୁ କରିବା ଅଯୌକ୍ତିକ ।
ଜନସାଧାରଣଙ୍କ ଆକ୍ରୋଶର ସମ୍ମୁଖୀନ ହୋଇ ସରକାର ନିଜ ନିଷ୍ପତ୍ତିରୁ ବାରମ୍ବାର ‘U-ଟର୍ଣ୍ଣ ମାରିଛନ୍ତି । ପ୍ରଥମେ ଏହି ନିୟମକୁ ଫେବୃଆରୀ ୧ କହିଲେ, ତା’ପରେ ମାର୍ଚ୍ଚ ୩୧ ଏବଂ ଶେଷରେ ଏପ୍ରିଲ୍ ୧, ୨୦୨୬ ପର୍ଯ୍ୟନ୍ତ କୌଣସି ଜରିମାନା କରାଯିବ ନାହିଁ ବୋଲି ଘୋଷଣା କରାଯିବା ସହ ଟୋଲ୍ ଗେଟ୍‌ରେ ଇ-ଡିଟେକ୍ସନକୁ ମଧ୍ୟ ସ୍ଥଗିତ ରଖାଗଲା। ଏହି ବାରମ୍ବାର ପରିବର୍ତ୍ତନ ପରିବହନ ବିଭାଗର ସମ୍ପୂର୍ଣ୍ଣ ଅପାରଗତା ଏବଂ ଦୂରଦୃଷ୍ଟିର ଅଭାବକୁ ପଦାରେ ପକାଇଛି। ଯାନବାହନ ପ୍ରଦୂଷଣ ନିୟନ୍ତ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହା ନାଗରିକମାନଙ୍କୁ ହଇରାଣ କରିବା ମୂଲ୍ୟରେ ହେବା ଉଚିତ ନୁହେଁ।
ବିଜୁ ଜନତା ଦଳ ଦୃଢ଼ ଭାବରେ ଜନସାଧାରଣଙ୍କ ସହ ଠିଆ ହୋଇଛି ଏବଂ ଏହି ଅପରିଚାଳନା ବିରୁଦ୍ଧରେ ଆମେ ସ୍ୱର ଉତ୍ତୋଳନ କରିଆସୁଛୁ। PUC ସୁବିଧା ବୃଦ୍ଧି, ପ୍ରକ୍ରିୟା ସରଳୀ କରଣ ଓ ଅନ୍ୟାୟ ଜରିମାନା ବନ୍ଦ ଦାବି କରିବା ସହ ଓଡ଼ିଶାବାସୀଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ଦରକାର ବୋଲି ନବୀନ ପଟ୍ଟନାୟକ ସ୍ପଷ୍ଟ କରି ଶୁଣାଇଛନ୍ତି ।
ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ, ଜରିମାନା କମାଇବାକୁ ନେଇ ଚାଲିଛି ତର୍ଜମା
ଭୁବନେଶ୍ୱର: ପ୍ରଦୂଷଣ ସାର୍ଟିଫିକେଟ୍‌ (ପିୟୁସିସି) ଓ ଏହାକୁ ନେଇ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ପରିବହନ ବିଭାଗ କରିଥିବା ଫନ୍ଦି ଏବେ ସରକାରଙ୍କ ପାଇଁ ବୁମେରାଂ ହୋଇଛି। ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସରକାରଙ୍କୁ ଚାରି ଆଡ଼ୁ ସମାଲୋଚନା କରାଯାଉଛି। ଦିନକୁ ଦିନ ଏହି ପ୍ରସଙ୍ଗରେ ଜନ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ବିଜେଡି ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛି। ଜନ ଅସନ୍ତୋଷ ଭୟ ଏବେ ସରକାରଙ୍କୁ ଘାରିଛି ଓ ପ୍ରଦୂଷଣ ଜୋରିମାନା ସଂକ୍ରାନ୍ତରେ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ୧୦ ହଜାର ଟଙ୍କା ବଦଳରେ ୧ ହଜାର ଟଙ୍କା ଜୋରିମାନା ନିମନ୍ତେ ସରକାର ଯୋଜନା କରୁଛନ୍ତି। ଏହା ସହ ପ୍ରଦୂଷଣ ଜୋରିମାନା ହୋଇଥିବା ଦିନଠାରୁ ୭ ଦିନ ମଧ୍ୟରେ ଗାଡ଼ି ମାଲିକ ପ୍ରମାଣପତ୍ର ଦାଖ କଲେ ସମ୍ପୂର୍ଣ୍ଣ ଜୋରିମାନା ଛାଡ଼ ପାଇଁ ମଧ୍ୟ ସରକାର ଯୋଜନା କରିଛନ୍ତି । ବିଶେଷକରି ‘ପିୟୁସିସି ନ ଥିଲେ ତେଲ ମନା’ ନିର୍ଦ୍ଦେଶ ସରକାରଙ୍କୁ ଅଡ଼ୁଆରେ ପକାଇଛି। ଏପରିକି ଏହାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏହାପରେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପିୟୁସିସି ନାଁରେ ପରିବହନ ବିଭାଗ ବକେୟା ଚାଲାଣ ଆଦାୟ ପାଇଁ କରିଥିବା ଫନ୍ଦି ଏକପ୍ରକାର ଫସର ଫାଟିଛି। ଏହାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସାମାଜିକ ଗଣମାଧ୍ୟମରେ ରାଜ୍ୟବାସୀ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି । ରାଜ୍ୟରେ  ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଲୋକଙ୍କ ମନରେ ରହିଥିବା ରୋଷକୁ ପ୍ରଦୂଷଣ ପ୍ରମାଣପତ୍ର ଯନ୍ତ୍ରଣା ବହୁଗୁଣିତ କରିଛି । ଏହା ବଳବତ୍ତର ରହିଲେ ଶାସକ ଦଳ ଓ ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି ହେବା ଆଶଙ୍କା ରହିଥିବାରୁ ଜୋରିମାନା ହ୍ରାସ ଓ ନିୟମ କୋହଳ କରିବାକୁ ସରକାର ଆପାତତଃ ନିଷ୍ପତ୍ତି ନେଇଛନ୍ତି।  ଦିନେ ଦୁଇଦିନ ଭତରେ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇପାରେ ବୋଲି କୁହାଯାଉଛି। ଗାଡ଼ିଚାଳକଙ୍କ ପାଇଁ ରହିଥିବା ଜରିମାନା ରାଶିକୁ  ହ୍ରାସ କରି ଜନଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ସରକାର ଯୋଜନା କରିଛନ୍ତି। ଏବେ କୌଣସି ଗାଡ଼ି ଚାଳକ ପ୍ରଦୂଷଣ ସାର୍ଟିଫିକେଟ୍‌ ନ କରିଥିଲେ, ତାଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା କରିବାର ବ୍ୟବସ୍ଥା ରହିଛି। ମାତ୍ର ଏହି ରାଶିକୁ ୧୦୦୦ ଟଙ୍କାକୁ ଖସାଇ ଦେବା ପାଇଁ ଯୋଜନା କରାଯାଉଛି। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ ଗାଡ଼ିର ପିୟୁସିସି ନ ଥିଲେ ପ୍ରଥମେ ୧ ହଜାର ଓ ପରେ ୨ ହଜାର ଟଙ୍କା ଜରିମାନା କରାଯାଉଛି। ତେଣୁ ଓଡ଼ିଶାରେ ଏମ୍‌ଭି ଆକ୍ଟରେ ପରିବର୍ତ୍ତନ କରି ଜରିମାନା ରାଶିକୁ କମ୍‌ କରିବା ପାଇଁ ନିଷ୍ପତ୍ତି ହୋଇଛି। ସମାନ ଭାବେ ବ୍ୟବସ୍ଥା ଅନୁଯାୟୀ କୌଣସି ଗାଡ଼ି ଚାଳକ ପିୟୁସିସି କରି ନ ଥିଲେ ଗାଡ଼ି ଉପରେ ଜରିମାନା  ହେବାର ୭ ଦିନ ମଧ୍ୟରେ ଗାଡ଼ି ଚାଳକ ପିୟୁସିସି କରି ଅପ୍‌ଲୋର୍ଡ କଲେ ଏହାକୁ ଛାଡ଼ କରାଯିବାର ନିୟମ ରହିଛି। ତେବେ ଏମ୍‌ଭି ଆକ୍ଟରେ ଏ ସମ୍ପର୍କିତ ନିଷ୍ପତ୍ତି ନେବା ପାଇଁ ରାଜ୍ୟ ସରକାର ବିଚାର କରିପାରିବେ ବୋଲି ଦର୍ଶାଯାଇଛି। ପୂର୍ବରୁ ଓଡ଼ିଶାରେ ଏହି ବ୍ୟବସ୍ଥାରେ ଜରିମାନା ଛାଡ଼ କରାଯାଉ ନ ଥିବା ବେଳେ ଏବେ ରାଜ୍ୟ ସରକାର ଏହି ନିୟମକୁ କୋହଳ କରି ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତି ଆଣିବା ନେଇ ଯୋଜନା କରୁଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଜେନା ଆଜି ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ରକୁ ନେଇ ବଢ଼ୁଥିବା ଅସନ୍ତୋଷର ସମୀକ୍ଷା କରି ରାଜ୍ୟରେ ଏପ୍ରିଲ ୧ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣପତ୍ର କୋହଳ କରାଯାଇଥିବା ଘୋଷଣା କରିଛନ୍ତି । ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଜୋରିମାନର ତର୍ଜମା କରିବାକୁ ମଧ୍ୟ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ପ୍ରଦୂଷଣ ଯାଞ୍ଚ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ମୋଟର ଯାନ ଆଇନ ଅନୁଯାୟୀ ଏହା ବାଧ୍ୟତାମୂଳକ ।  ଓଡ଼ିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି । ତେବେ ଜନସାଧାରଣ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବାର ଦୃଷ୍ଟିକୁ ଆସିବାରୁ ଜନସାଧାରଣଙ୍କ ସୁବିଧା ପାଇଁ  କୋହଳ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସମୟ ଅବଧିରେ ପ୍ରଦୂଷଣ ପ୍ରମାଣପତ୍ର କରାଇନେବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଯାନବାହାନର ପଲ୍ୟୁସନ ସାର୍ଟିଫିକେଟ ପାଇଁ ରାଜ୍ୟ ସରକାରଙ୍କ ଅନ୍ଧ ନୀତି ଯୋଗୁଁ ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ସମଗ୍ର ରାଜ୍ୟବାସୀ ଦହଗଞ୍ଜର ଶିକାର ହେଉଛନ୍ତି । ଏହି ଅନ୍ଧ ନୀତିର ତୁରନ୍ତ ପ୍ରତ୍ୟାହାର ଦାବିରେ ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ଭୁବନେଶ୍ୱରର ଆରଟିଓ-୧ ଅଫିସ ସମ୍ମୁଖରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରିଛି । ରାଜ୍ୟ ସରକାରଙ୍କ ଏହି ବିବାଦୀୟ ନିଷ୍ପତ୍ତିକୁ ବିଶେଷକରି ପଲୁ୍ୟସନ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ ଓ ପୁରୁଣା ଫାଇନ ପୈଠ ନହେବା ପର୍ଯ୍ୟନ୍ତ ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁକୁ ତୁରନ୍ତ ପ୍ରତ୍ୟାହାର ନକଲେ, ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଘୋଷଣା କରିଛନ୍ତି ।
ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ରାଜ୍ୟ ବିଜେପି ସରକାରଙ୍କ ଏହି ଅନ୍ଧ ନୀତିର ତୀବ୍ର ସମାଲୋଚନା କରାଯିବା ସହିତ ରାଜ୍ୟ ସରକାରଙ୍କ ବିଫଳତାର ଲମ୍ୱା ତାଲିକା ପ୍ରଦାନ କରାଯାଇଥିଲା । ଯୁବ ସଭାପତି ଶ୍ରୀ ଚିନ୍ମୟ ସାହୁ କହିଥିଲେ, ରାଜ୍ୟ ବିଜେପି ସରକାର ଲୋକଙ୍କୁ ଧାଡିରେ ଛିଡା କରି ହନ୍ତସନ୍ତ କରିବାରେ ଆନନ୍ଦ ପାଉଛନ୍ତି । ସୁଭଦ୍ରା ଯୋଜନା ଦେବାବେଳେ ଏଥିରେ ସାମିଲ କରିବା ପାଇଁ ମହିଳା ମାନଙ୍କୁ ଧାଡିରେ ଛିଡା କଲେ । ଲୋକେ ରାସନ ପାଇବା ପାଇଁ ଲାଇନରେ ଛିଡା ହେଉଛନ୍ତି । ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ଆଜି ରାଜରାସ୍ତାରେ ଛିଡା ହୋଇଛନ୍ତି । ଏବେ ପଲୁ୍ୟସନ ସାର୍ଟିଫିକେଟ ପାଇଁ ରାଜରାସ୍ତାରେ ଛିଡା ହେବାକୁ ପଡୁଛି । ସରକାରଙ୍କ ତୋଗଲକି ନିଷ୍ପତ୍ତି ଯୋଗୁଁ ରାଜ୍ୟବାସୀ ଅତିଷ୍ଟ ହୋଇପଡିଲେଣି ।
ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ସୁଶାସନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ରାଜ୍ୟବାସୀଙ୍କୁ ଶୋଷଣ କରିବାରେ ଲାଗିଛି । ପଲୁ୍ୟସନ ସାର୍ଟିଫିକେଟ ନାମରେ ନୂଆ ଶୋଷଣ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପଲୁ୍ୟସନ ସାର୍ଟିଫିକେଟ ନଥିଲେ ତେଲ ମିଳିବ ନାହିଁ ବୋଲି ସରକାର ନେଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ । ଏହାଛଡା ଫାଇନ ପୈଠ ନହେଲେ ପଲୁ୍ୟସନ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁ ବୋଲି ସରକାର ନେଇଥିବା ନିଷ୍ପତ୍ତି ମଧ୍ୟ ଗ୍ରହଣୀୟ ନୁହେଁ । ୧୮ ମାସର ଶାସନରେ ବିଜେପି ସରକାର ରାଜ୍ୟର ଆର୍ଥିକ ସ୍ଥିତିକୁ ଦେବାଳିଆ ଆଡ଼କୁ ନେଇଥିବା ବେଳେ ବର୍ତ୍ତମାନ ଲୋକଙ୍କୁ ଶୋଷଣ କରିବାକୁ ବସିଛନ୍ତି । ରାଜ୍ୟ ସରକାର ତାଙ୍କ ଏହି ଅନ୍ଧ ନୀତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ, ନଚେତ ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନେ୍ଦାଳନକୁ ଅଧିକ ବ୍ୟାପକ କରିବ ।
ଗାଡି ଚାଳକଙ୍କ ପାଇଁ ବଡ ଖବର, ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍
ଭୁବନେଶ୍ୱର: ଗାଡି ଚାଳକଙ୍କ ପାଇଁ ବଡ ଖବର । ଆସନ୍ତା ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍ । RTO ମାନଙ୍କରେ ଗ୍ରୀନ୍ ଷ୍ଟିକର୍ ପ୍ରଦାନ କରାଯିବ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିବା ଗାଡି ଚାଳକମାନେ ଗାଡ଼ିରେ ଲଗାଇପାରିବେ ଗ୍ରୀନ୍ ଷ୍ଟିକର୍। ଏନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଯେଉଁ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ ରହିଥିବ ସେମାନେ ଆରଟିଓରୁ ଗ୍ରୀନ୍ ଷ୍ଟିକର୍ ନେଇପାରିବେ । ସବୁ RTOରେ ଏଥିପାଇଁ ସ୍ପେଶାଲ୍ କାଉଣ୍ଟର ଖୋଲିବ।
ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଯାନବାହାନ ମାଲିକମାନେ ଜାନୁଆରୀ ୧୦ ତାରିଖ ପୂର୍ବରୁ ବୈଧ PUCC ପ୍ରାପ୍ତ କରିସାରିଥିବେ, ସେମାନେ ନିଜ ନିକଟସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରୁ ଏହି ସବୁଜ ଷ୍ଟିକର୍‌ ପାଇପାରିବେ। ଷ୍ଟିକର୍‌ ଜାରି କରିବା ପୂର୍ବରୁ RTO ଅଧିକାରୀମାନେ ଯାନର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ VAHAN ଡାଟାବେସ୍‌ରେ ଥିବା ରେକର୍ଡକୁ ଯାଞ୍ଚ କରିବେ। ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସମସ୍ତ RTOରେ ବିଶେଷ କାଉଣ୍ଟର ଖୋଲାଯିବ। ୧୦ ତାରିଖ ପରେ ପଲ୍ୟୁସନ୍ ସାର୍ଟିଫିକେଟ କଲେ ସିଧାସଳଖ PUC ଟେଷ୍ଟିଂ ସେଣ୍ଟରରେ ଷ୍ଟିକର୍ ଉପଲବ୍ଧ ହେବ।
ଆସନ୍ତା ଫେବ୍ରୁଆରୀରୁ ପ୍ରଦୂଷଣ ପ୍ରମାଣପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର, ନଥିଲେ କାର୍ଯ୍ୟାନୁଷ୍ଠାନ: ପରିବହନ ମନ୍ତ୍ରୀ
ଭୁଵନେଶ୍ୱର: ଆସନ୍ତା ଫେବ୍ରୁଆରୀରୁ ପ୍ରଦୂଷଣ ପ୍ରମାଣପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର । ଗ୍ରୀନ୍ ଷ୍ଟିକର ପରିବହନ ବିଭାଗ ଯୋଗାଇ ଦେବ । ପ୍ରଦୂଷଣ ପ୍ରମାଣପତ୍ର ପାଇବା ପାଇଁ ଯାହା ଅସୁବିଧା ରହିଛି ତାହା ଉପରେ ସରକାର ବିଚାର କରୁଛନ୍ତି । ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ପ୍ରଦୂଷଣ ପ୍ରମାଣ ପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ହେବ। ସଡ଼କ ସୁରକ୍ଷା ମାସ ଆସୁଥିବାରୁ PUCC କୋହଳ କରାଯାଇଛି।
୨୦୧୯ରେ ଯେଉଁ ଫାଇନ୍ ବଢ଼ାଯାଇଛି କୋହଳ କରିବାକୁ ତର୍ଜମା କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଅନ୍ୟ ରାଜ୍ୟରେ ଫାଇନ୍ କମ୍ ରହିଛି, ପର୍ଯ୍ୟାଲୋଚନା ଚାଲିଛି । ନୂଆ ଓ ପୁରୁଣା ସବୁ ଗାଡିକୁ ପ୍ରମାଣ ମିଳୁଥିବାରୁ ତର୍ଜମା କରାଯାଉଛି । ଯେଉଁ ଗାଡିରୁ ଫାଇନ୍ ଆଦାୟ ସରିଛି, ତାହାର ମଧ୍ୟ ବିଚାର କରାଯାଉଛି ।
ପେଟ୍ରୋଲ ପମ୍ପରେ ଯାଞ୍ଚ ହେବ ପଲ୍ୟୁସନ ସାର୍ଟିଫିକେଟ, ନଥିଲେ ଗଣିବେ ଦଶ ହଜାର ଫାଇନ୍‌
ନୂଆଦିଲ୍ଲୀ : ଦେଶରେ ଲଗାତାର ବଢ଼ୁଥିବା ପ୍ରଦୂଷଣର ମାତ୍ରା କମ୍ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏପରି ସ୍ଥଳେ ଏବେ ଜାରି ହୋଇଥିବା ନୂଆ ନିଷ୍ପତ୍ତି ଅନୁସାରେ ଆପଣଙ୍କ ଗାଡିରେ ପଲ୍ୟୁସନ ସାର୍ଟିଫିକେଟ (PUCC) ରହିବା ଆବଶ୍ୟକ। କାରଣ ଏବେ ରାସ୍ତାରେ ନୁହେଁ ପେଟ୍ରୋଲ ପମ୍ପରେ ହେବ ପ୍ରଦୂଷଣ ପ୍ରମାଣପତ୍ରର ଯାଞ୍ଚ। ଯଦି ଯାଞ୍ଚ ସମୟରେ ଆପଣଙ୍କ ଗାଡିର ପଲ୍ୟୁସନ ସାର୍ଟିଫିକେଟ  ନଥାଏ ତେବେ ଆପଣଙ୍କ ମୋଟା ଅଙ୍କର ଫାଇନ୍‌ ଦେବାକୁ ପଡିବ।
ଦେଶରେ ରାଜଧାନୀ ଦିଲ୍ଲୀରେ ବଢିଚାଲିଥିବା ପ୍ରଦୂଷଣ ପାଇଁ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦିନକୁ ଦିନ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଦିଲ୍ଲୀ ସରକାର ବର୍ତ୍ତମାନ ପେଟ୍ରୋଲ ପମ୍ପରେ ଚେକ୍ ଟିମ୍ ମଧ୍ୟ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ସ୍ଥଳେ ଯଦି ପେଟ୍ରୋଲ ପମ୍ପକୁ ଗାଡିରେ ପେଟ୍ରୋଲ ପକାଇବାକୁ ଯିବା ସମୟରେ ଆପଣଙ୍କ ଗାଡିର ପ୍ରଦୂଷଣ ପ୍ରମାଣପତ୍ର ନଥାଏ ତେବେ ଆପଣଙ୍କୁ ୧୦ ହଜରେ ଟଙ୍କାର ଫାଇନ ଦେବାକୁ ପଡିବ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ପରିବହନ ବିଭାଗର ଡେପୁଟି କମିଶନର ଅନୁଜ ଭାରତୀ କହିଛନ୍ତି ଯେ ପିୟୁସି ସାର୍ଟିଫିକେଟ୍ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ବିଭାଗ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହା ଅଧୀନରେ ପେଟ୍ରୋଲ ପମ୍ପରେ ଦିଲ୍ଲୀ ପରିବହନ ବିଭାଗର ଟିମ୍ ନିୟୋଜିତ ହେବେ, ଯାହା ଇନ୍ଧନ ପାଇଁ ସେଠାକୁ ଆସୁଥିବା ଯାନଗୁଡିକର ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ କରିବ। ଯେଉଁମାନଙ୍କର ଏହି ସାର୍ଟିଫିକେଟ୍ ନାହିଁ, ସେମାନଙ୍କୁ ୧୦ ହଜାର  ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ।
ଡେପୁଟି କମିଶନର କହିଛନ୍ତି ଯେ ଅକ୍ଟୋବର ୧୪ ପର୍ଯ୍ୟନ୍ତ ୧୭ ଲକ୍ଷ ୭୧ ହଜାର ୩୮୦ ଗାଡି କୌଣସି ପ୍ରଦୂଷଣ ପ୍ରମାଣପତ୍ର ବିନା ଦିଲ୍ଲୀର ରାସ୍ତାରେ ଯାଉଛି। ଏଗୁଡିକୁ ଦୂର କରିବା ପାଇଁ ଦିଲ୍ଲୀର ପେଟ୍ରୋଲ ପମ୍ପ ଗୁଡିକରେ ପରିବହନ ପକ୍ଷରୁ ୫୦୦ ଟି ଟିମ୍ ନିୟୋଜିତ ହୋଇଛନ୍ତି। ସେ କହିଛନ୍ତି ଯେ ଯେଉଁ ଯାନଗୁଡିକର ପ୍ରଦୂଷଣ ପ୍ରମାଣପତ୍ର ଉପଲବ୍ଧ ନାହିଁ, ସେମାନଙ୍କୁ  ୨୪ ଘଣ୍ଟା ସମୟ ଦିଆଯିବ, ପଲ୍ୟୁସନ ସାର୍ଟିଫିକେଟ କରିବେ। ଏହା ପରେ, ସେହି ଯାନଗୁଡିକର ପଞ୍ଜୀକରଣ ନମ୍ବରର ଅନଲାଇନ୍ ଯାଞ୍ଚ କରାଯିବ। ଯେଉଁମାନଙ୍କର ପ୍ରଦୂଷଣ ପ୍ରମାଣପତ୍ର ପ୍ରସ୍ତୁତ କରିନଥିବେ ସେହି ଗାଡିଗୁଡିକର ଘରକୁ ଇ-ଚାଲାଣ ପଠାଯିବ।