JHARPADA JAIL - The Sakala
ପାରୋଲରେ ଯାଇ ଆଉ ଜେଲକୁ ଫେରୁନାହାନ୍ତି କଏଦୀ, ଥାନାର ଦ୍ୱାରସ୍ଥ ହେଲେ ଜେଲ ଅଧିକ୍ଷକ
ଭୁବନେଶ୍ୱର: ଭୁଶୁଡି ପଡ଼ିଲାଣି ଜେଲ ବ୍ୟବସ୍ଥା । କେଉଁଠାରେ କଏଦୀ ଚମ୍ପଟ ମାରିଲେଣି ତ ଆଉ କେଉଁଠାରେ ପାରୋଲରେ ଯାଇ ଫେରୁନାହାନ୍ତି କଏଦୀ । ଏଭଳି ଏକ ସଙ୍ଗିନ ଘଟଣା ସାମ୍ନାକୁ ଆସିଛି ଝାରପଡା ଜେଲରୁ । ପାରୋଲରେ ଯାଇ ଦେଢ଼ ବର୍ଷ ହେଲା ଫେରାର ହୋଇଯାଇଛନ୍ତି ଦୁଇ କଏଦୀ । ଜଣେ ଦୁଷ୍କର୍ମ ଅଭିଯୁକ୍ତ, ଆଉ ଜଣେ ହତ୍ୟା ଅଭିଯୁକ୍ତ । ଜଣଙ୍କ ନାଁ ଶୁଶୀଲ ଦିଗଲ ଓ ଅନ୍ୟ ଜଣଙ୍କ ନାଁ ରଞ୍ଜିତ ନାୟକ । ଏଭଳି ଘଟଣାକୁ ନେଇ ଗତକାଲି ଲକ୍ଷ୍ମୀସାଗର ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି ଝାରପଡା ଜେଲ ଅଧିକ୍ଷକ ସର୍ବେଶ୍ୱର ସାହୁ । ତେବେ ବଡ଼ କଥା ହେଉଛି ଦୁଇ ଜଣ କଏଦୀ ଏତେ ଦିନ ଧରି ବାହାରେ ରହିଲେ । କେହି କେମିତି ତାଙ୍କୁ ଖୋଜିଲେନି ? ନା ବିଭାଗୀୟ ଉଦାସୀନତା ପଦାରେ ପଡିବା ଭୟରେ ଏସବୁକୁ ଲୁଚାଇ ରଖିଲେ ? ସେହିପରି ଗତ ଅକ୍ଟୋବର ୩ ତାରିଖରୁ ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା ଦୁଇ ବିହାରୀ କଏଦୀଙ୍କ ମଧ୍ୟ ପତ୍ତା ଏଯାବତ ପାଉନି ପୋଲିସ । ବାରମ୍ବାର ଏଭଳି ଘଟଣା ଘଟିବା ପରେ ଜେଲ ବିଭାଗର ଅପାରଗତା ପଦାରେ ପଡିଛି ।
ସୂଚନା ଅନୁସାରେ, ଝାରପଡ଼ା ଜେଲରେ ସଜ୍ଜା କାଟୁଥିବା ସୁଶୀଲ ଦିଗଲ ପୂର୍ବରୁ ବହୁ ବାର ଛୁଟିରେ ଯାଇ ଜେଲକୁ ଫେରିଥିଲା । କିନ୍ତୁ ୨୦୨୪ ମସିହାରେ ଫଲୋ ଛୁଟିରେ ଘରକୁ ଯାଇ ଆଉ ଫେରି ନଥିଲା । ଘଟଣାକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ଯାଏ ଜେଲକୁ ଫେରି ନାହିଁ କିମ୍ବା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ କିଛି ଖୋଜ ଖବର ନାହିଁ । କେବଳ ସେ ନୁହନ୍ତି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା କାଟୁଥିବା ରଞ୍ଜିତ ନାୟକ ଗତ ଅକ୍ଟୋବର ୧ ତାରିଖରେ ଫଲୋ ଛୁଟିରେ ଯାଇଥିଲା । ସେ ଅକ୍ଟୋବର ମାସ ଶେଷ ସୁଦ୍ଧା ଫେରିବା କଥା । କିନ୍ତୁ ଦୁଇ ମାସ ହେବ ସେ ଆଉ ଜେଲକୁ ଫେରିନାହାନ୍ତି । ଏହାକୁ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି ଝାରପଡା ଜେଲ ଅଧିକ୍ଷକ ।
ଝାରପଡ଼ା ଜେଲ୍‌ ଭିତରେ ଜେଲ୍‌ରଙ୍କୁ ବ୍ଲେଡ୍‌ରେ ଆକ୍ରମଣ ଅଭିଯୋଗ
ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଭୁବନେଶ୍ବର ଝାରପଡ଼ା ଜେଲ୍। ଜେଲ୍‌ ଭିତରେ ଜେଲ୍‌ରଙ୍କୁ ୩ କଏଦୀ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ୩ ଆହତ ହୋଇଛନ୍ତି। ବ୍ଲେଡ୍‌ରେ ଜେଲରଙ୍କ ହାତ କଏଦୀ କାଟିଦେଇଥିବା ସୂଚନା। ଏ ନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। କାହିଁକି ଜେଲରଙ୍କୁ ଆକ୍ରମଣ କଲେ ସେ ନେଇ କାରଣ ଅସ୍ପଷ୍ଟ ରହିଥିବାବେଳେ ତନାଘନା ଜାରି ରହିଛି।
ଝାରପଡା ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଭୁବନେଶ୍ୱର: ଝାରପଡା ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସନ୍ଦେହ । ଜେଲରେ ତାଙ୍କୁ ମାରି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ବିଚାରଧୀନ କଏଦି ଜଣକ ହେଉଛନ୍ତି ବିଦ୍ୟାଧର ଗୁରୁ, ତାଙ୍କ ଘର ଦଶପଲାରେ । ସେ ଜଣେ ଅଟୋ ଚାଳକ । ଗଞ୍ଜେଇ ବିକ୍ରି ଅଭିଯୋଗରେ ସେ ଝାରପଡ଼ା ଜେଲ ଯାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣାରେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସପିଟାଲ ନେଇଥିଲେ । ହସ୍ପିଟାଲରେ ତାଙ୍କ ପତ୍ନୀଙ୍କ ଠାରୁ ପୂର୍ବରୁ ଦସ୍ତଖତ କରିନେଇଥିଲେ ପୋଲିସ୍ ବୋଲି ଅଭିଯୋଗ କରିଛନ୍ତି। ଏନେଇ ଘର୍ ପରିବାର ଲୋକେ ଖବର ପାଇବା ପରେ ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି ।
୧୨ ଦିନ ଧରି ଜେଲରେ ରହିଥିଲେ ବିଦ୍ୟାଧର। ବିଚାରାଧୀନ କାଏଦୀ ଭାବେ ସେ ଜେଲରେ ଥିଲେ । ଏହି ଘଟଣାରେ ତାଙ୍କର କିଭଳି ମୃତ୍ୟୁ ହେଲା ସେନେଇ ଅସ୍ପଷ୍ଟ ରହିଛି। ତାଙ୍କୁ ହତ୍ୟା ହୋଇଥିବା ନେଇ ପତ୍ନୀ ଅଭିଯୋଗ ଆଣିଛନ୍ତି । ସେ ସୁସ୍ଥ ଥିବାବେଳେ କିଭଳି ତାଙ୍କର ମୃତ୍ୟୁ ହେଲା ସେନେଇ ପ୍ରଶ୍ନ କରିଛନ୍ତି ପରିବାର ଲୋକେ । ପରିବାର ପକ୍ଷରୁ ବିଦ୍ୟାଧରଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ହେବା ସହ ନ୍ୟାୟ ଦାବୀ କରାଯାଇଛି ।
ଜେଲ୍‌ ସଂସ୍କାର: ଜେଲ୍‌‌ରୁ ବାହାରିବା ପରେ ଅନ୍ତେବାସୀମାନେ କିଭଳି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ଦିଆଯାଉଛି ବିଭିନ୍ନ ପ୍ରଶିକ୍ଷଣ
ଭୁବନେଶ୍ୱର(ତ୍ରିନାଥ ମହାନ୍ତି): କେହି ଜନ୍ମରୁ ଅପରାଧୀ ହୋଇ ନ ଥା’ନ୍ତି। ଅଧିକାଂଶ କ୍ଷେତ୍ରରେ ପାରିପାଶ୍ୱିକ ପରିସ୍ଥିତି ମଣିଷକୁ ଅପରାଧୀ ସଜେଇ ଦିଏ। ଏହିକ୍ରମରେ କାରାଗାର ବ୍ୟବସ୍ଥା ଆରମ୍ଭ ହେବା ଦିନରୁ ଜେଲ୍‌‌ ଜୀବନକୁ ଏକ ଦଣ୍ଡ ଭାବେ ବିବେଚନା କରାଯାଉଛି। ଫଳରେ ଜେଲ୍‌‌ରେ ରହୁଥିବା ଅନ୍ତେବାସୀ ଅଧିକର ଅଧିକ ଉଗ୍ର ହୋଇଉଠେ ଏବଂ ବାହାରିବା ପରେ ରୋଜଗାରର କୌଣସି ପନ୍ଥା ନ ପାଇଁ ପୁରୁଣା ଅସାମାଜିକ କାର୍ଯ୍ୟକୁ ଆପଣାଇଥାନ୍ତି। ଏପରିସ୍ଥଳେ ଜେଲ୍‌‌ ଅନ୍ତେବାସୀଙ୍କୁ ନିଯୁକ୍ତି ଓ ଅର୍ଥ ରୋଜଗାର ଦିଗରେ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘୫-ଟି’ ଉପକ୍ରମରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପମାନେ ଗ୍ରହଣ କରାଯାଇଛି। ଯାହାଦ୍ୱାରା ଜଣେ କଏଦୀ ଜେଲ୍‌‌ରୁ ଫେରି ଆତ୍ମନିର୍ଭରଶୀଳ ହେବା ସହ ସମାଜରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ମଧ୍ୟ ପାଲଟିଯାଉଛି। ଏ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।
ଜେଲ୍‌‌ରୁ ବାହାରିବା ପରେ ଅନ୍ତେବାସୀମାନେ କିଭଳି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ଭୁବନେଶ୍ୱର ଝାରପଡ଼ା ଜେଲ୍‌‌ରେ ଅନ୍ତେବାସୀଙ୍କୁ ତାଲିମ ଦିଆଯାଉଛି। କାରଗାର ପରିସରରେ ମାଛ ଚାଷ ଠାରୁ ଆରମ୍ଭ କରି ହସ୍ତଶିଳ୍ପ କାରିଗରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି। ଏବେ ଜେଲ୍‌‌ରେ ନୂତନ କରି ରଙ୍ଗିନ୍‌‌ ମାଛ ଚାଷ ଏବଂ ଅନ୍ୟାନ୍ୟ ପନିପରିବା ଚାଷ କରାଯାଉଛି।
କଏଦୀରୁ ମେଡିକାଲ୍‌‌ ଆଟେଣ୍ଡାଣ୍ଟ
ରାଜ୍ୟରେ ଥିବା ଅନେକ ମେଡିକାଲ୍‌‌ରେ ଆଟେଣ୍ଡାଣ୍ଟ ଅଭାବ ରହିଛି। ଜେଲ୍‌‌ରେ ଥିବା ହସ୍ପିଟାଲରେ ମଧ୍ୟ ଆଟେଣ୍ଡାଣ୍ଟର ଅଭାବ ଦେଖିବାକୁ ମିଳୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଝାରପଡ଼ା ଏବଂ ଅନ୍ୟ ଜେଲ୍‌‌ରେ ମେଡିକାଲ୍‌‌ ଆଟେଣ୍ଡାଣ୍ଟ ଟ୍ରେନିଂ ଦିଆଯାଇଛି। ପ୍ରଥମଥର କରି ୩୫ ଜଣ କଏଦୀ ମେଡିକାଲ୍‌‌ ଆଟେଣ୍ଡାଣ୍ଟ ଟ୍ରେନିଂ ନେଉଛନ୍ତି।
ବାୟଫ୍ଲୋକ୍‌‌ ଦେଉଛି ରୋଜଗାର
ଝାରପଡ଼ା ଏବଂ ଅନ୍ୟ ୫ଟି ଜେଲ୍‌‌ରେ ଆରମ୍ଭ ହୋଇଛି ବାୟଫ୍ଲୋକ୍‌। ଝାରପଡ଼ାରେ ପ୍ରଥମ ପର୍ଯ୍ୟାୟରେ ୭ ହଜାର ୫ ଶହ ଜଳଙ୍ଗ ମାଛ ଏବଂ ୧୩ ଶହ ତିଲାପିଆ ମାଛ ଯାଆଁଳ ଛଡ଼ାଯାଇଛି ଓ ସେଗୁଡ଼ିକ ବଡ଼ ହେବା ପରେ ଏହାକୁ ବିକ୍ରି କରାଯାଇ ଅନ୍ତେବାସୀଙ୍କୁ ରୋଜଗାରକ୍ଷମ କରାଯିବାର ଲକ୍ଷ୍ୟ ରଖାଯାଇଛି।
୪ ବର୍ଷରେ ୧୩,୪୨୩ କଏଦୀ ଶିକ୍ଷିତ
ଜେଲ୍‌‌ ବିଭାଗରେ ‘୫-ଟି’ ଲାଗୁ ପରେ ଜେଲ୍‌‌ ବ୍ୟବସ୍ଥାରେ ଆସିଛି ସଂସ୍କାର। କଏଦୀ ନିଜର ଭବିଷ୍ୟତ ଗଢ଼ିବାର ସୁଯୋଗ ପାଉଛନ୍ତି। ଜେଲ୍‌‌ ଅନ୍ତେବାସୀ ପାଠପଢ଼ି ଶିକ୍ଷିତ ହେଉଛନ୍ତି। ଯେଉଁଥିପାଇଁ ପ୍ରତିବର୍ଷ ଜେଲ୍‌‌ରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକି ଏନ୍‌‌ସିଆର୍‌‌ବି (ଜାତୀୟ ଅପରାଧ ବ୍ୟୁରୋ ରେକର୍ଡ)ରୁ ସ୍ପଷ୍ଟ ହୋଇଛି। ଗତ ୪ ବର୍ଷରେ ଜେଲ୍‌‌ରେ ୧୩,୪୨୩ କଏଦୀ ପାଠପଢ଼ି ଶିକ୍ଷିତ ହୋଇଥିବା ଜଣାପଡ଼ିଛି। ୨୦୧୮ରେ ୩,୮୩୩ ଜଣ ଓ ୨୦୧୯ରେ ୩,୭୨୫ ଜଣ କଏଦୀ ଶିକ୍ଷିତ ହୋଇଛନ୍ତି। ସେହିପରି ୨୦୨୦ରେ ୩,୨୪୫ କଏଦୀ ଶିକ୍ଷିତ ହୋଇଥିବା ବେଳେ ୨୦୨୧ରେ ୨,୬୨୦ କଏଦୀ ଥିଲେ।
୨୦୨୧ରେ ରାଜ୍ୟରେ ଥିବା ୮୮ଟି ଜେଲ୍‌‌ରେ ୯୨୭ଜଣ ଅଶିକ୍ଷିତ କଏଦୀ ଥିବା ବେଳେ ଦଶମ ଶ୍ରେଣୀ ତଳକୁ ୧,୨୭୧ ଜଣ କଏଦୀ ଅଛନ୍ତି। ସେହିପରି ଦଶମ ଶ୍ରେଣୀରୁ ସ୍ନାତକ ପାଠ ପଢ଼ିଥିବା ୩୩୧ଜଣ କଏଦୀ ଅଛନ୍ତି। ସେହିଭଳି ଗ୍ରାଜୁଏସନ୍‌‌ ପଢ଼଼ିଥିବା ୭୧ ଜଣ କଏଦୀ ଥିବାବେଳେ ଡିଗ୍ରୀ(ଡିପ୍ଲୋମା) ପାଠ ପଢ଼଼ିଥିବା ୧୩ଜଣ କଏଦୀ ଅଛନ୍ତି। ସେହିପରି ପିଜି ସାରିଥିବା କଏଦୀଙ୍କ ସଂଖ୍ୟା ୭ ରହିଥିବା ରିପୋର୍ଟରୁ ଜଣାପଡ଼ିଛି।
୨୦୧୮ରେ ରାଜ୍ୟରେ ୮୮ଜେଲ୍‌‌ରେ ୧୦୫୫ ଅଶିକ୍ଷିତ କଏଦୀ ଥିବାବେଳେ ଦଶମ ପଢ଼ିଥିବା ୧୯୮୨ କଏଦୀ ଅଛନ୍ତି। ଦଶମ ଶ୍ରେଣୀରୁ ଗ୍ରାଜୁଏସନ୍‌‌ ପାଠ ପଢ଼ିଥିବା ୬୨୩ କଏଦୀ ରହିଥିଲେ। ୧୩୯ କଏଦୀ ଗ୍ରାଜୁଏସନ୍‌‌ ପାଠ ପଢ଼ିଥିବା ବେଳେ ୨୧ ଡିଗ୍ରୀ ଏବଂ ୧୩ ଗ୍ରାଜୁଏସନ୍‌‌ ପଢ଼ିଛନ୍ତି। ୨୦୧୯ରେ ୧୦୩୮ ଅଶିକ୍ଷିତ କଏଦୀ ଥିବାବେଳେ ଦଶମ ଶ୍ରେଣୀ ତଳକୁ ୧,୮୬୮ କଏଦୀ ଅଛନ୍ତି। ୧୩୬ ଜଣ ଗ୍ରାଜୁଏସନ୍‌‌, ୧୩ ଜଣ ଡିଗ୍ରୀ ଏବଂ ୧୩ ଜଣ ପିଜି ପାଠ୍ୟକ୍ରମ ଶେଷ କରିଛନ୍ତି। ୨୦୨୦ରେ ବିଭିନ୍ନ ଜେଲ୍‌‌ରେ ୧୦୦୭ ଅଶିକ୍ଷିତ କଏଦୀ ରହୁଛନ୍ତି। ୧୬୯୭ଜଣ କଏଦୀ ଦଶମ ଶ୍ରେଣୀ ତଳକୁ ପାଠ ପଢ଼଼ିଥିବା ବେଳେ ଦଶମରୁ ଗ୍ରାଜୁଏସନ୍‌‌ ପର୍ଯ୍ୟନ୍ତ ୩୬୦ କଏଦୀ ରହୁଥିଲେ। ଗ୍ରାଜୁଏସନ୍‌‌ ପାଠ ପଢ଼ିଥିବା ୧୪୮, ଡିଗ୍ରୀ ପାଠ ପଢ଼ିଥିବା ୧୯ଜଣ ଏବଂ ୧୪ଜଣ କଏଦୀ ପିଜି ପଢ଼ିଛନ୍ତି।
ଜେଲ୍‌‌ ଭିତରେ ଅଙ୍ଗନବାଡ଼ି
ଅନେକ ମହିଳା ଗର୍ଭବତୀ ସମୟରେ କୌଣସି ଅପରାଧ ମାମଲାରେ ଜେଲ୍‌‌ଦଣ୍ଡ ଭୋଗୁଛନ୍ତି। ଜେଲ୍‌‌ରେ ଶିଶୁ ଜନ୍ମ ହେବା ପରେ ସେମାନଙ୍କ ଯତ୍ନ ନେବାର ବ୍ୟବସ୍ଥା କରାଯାଇଛି। ଅପରାଧ ନ କରି ଏହି କୋମଳ ଶିଶୁ ଜେଲ୍‌‌ ଭିତରେ ୬ ବର୍ଷ ପର୍ଯ୍ୟନ୍ତ ମା’ ସହ ସଜା କାଟୁଛନ୍ତି। ଜେଲ୍‌‌ରେ ଶିଶୁ ଜନ୍ମ ହେବା ପରେ ତା’ର ଯତ୍ନନେବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି। ସେ ପାଠ ପଢ଼ିବା ପାଇଁ ଅଙ୍ଗନବାଡ଼ି ବ୍ୟବସ୍ଥା, ସ୍ୱାସ୍ଥ୍ୟ ପାଇଁ ମେଡିକାଲ ବ୍ୟବସ୍ଥା କରିବାକୁ କୁହାଯାଇଛି।
ସପ୍ତାହକୁ ୨ ଦିନ ଆମିଷ
କଏଦୀଙ୍କ ପାଇଁ ଜେଲ୍‌‌ରେ ଆମିଷ ଭୋଜନ ଦିଆଯାଉଛି। ସେମାନଙ୍କ ଶରୀରର ସନ୍ତୁଳନ ଯେପରି ନବିଗିଡ଼ିବ ସେଥିଲାଗି ସୁଷମ ଖାଦ୍ୟର ବ୍ୟବସ୍ଥା କରାଯାଉଛି। ସପ୍ତାହକୁ ୨ ଦିନ ମାଛ, ଅଣ୍ଡା ଏବଂ ଚିକେନ୍‌‌ ଦିଆଯାଉଛି। ପୂର୍ବରୁ କଏଦୀଙ୍କ ମଟନ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ବନ୍ଦ କରି ଦିଆଯାଇଛି। ବୁଧବାର କଏଦୀଙ୍କୁ ଅଣ୍ଡା ଦିଆଯାଉଥିବା ବେଳେ ରବିବାର ମାଛ, କିମ୍ବା ଚିକେନ୍‌‌ କରାଯାଉଛି। ସାଧା ଖାଉଥିବା କଏଦୀଙ୍କୁ ଭାତ ଡାଲମା ଏବଂ ପନିର୍‌‌ ଖାଇବାକୁ ଦିଆଯାଉଛି। ସକାଳୁ କଏଦୀଙ୍କୁ ଚା’ ଦିଆଯାଉଥିବା ବେଳେ ୯ଟା ସମୟରେ ଟିଫିନ୍‌‌ ଦିଆଯାଉଛି। ଟିଫିନ୍‌‌ରେ ଇଡ୍‌‌ଲି, ଘୁଗୁନି ଦିଆଯାଉଛି। ନ ହେଲେ ଚୁଡ଼ା, କଦଳୀ ଏବଂ ଉପମା ଦିଆଯାଉଛି। ଦିନ ୧୨ଟାରେ ମିଲ୍‌‌ ଏବଂ ରାତିରେ ମିଲ୍‌‌ ଦିଆଯାଉଛି।
ବରଦାନ ସାଜିଛି ନ୍ୟାୟିକ ସେବା ପ୍ରାଧିକରଣ
ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ବିଭିନ୍ନ ଜେଲ୍‌‌ରେ ୭୦ ପ୍ରତିଶତ ବିଚାରାଧୀନ କଏଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଗରିବ ଶ୍ରେଣୀର ହୋଇଥିବାରୁ ଅଦାଲତରେ ଲଢ଼ିବା ପାଇଁ ସେମାନେ ଓକିଲ ଦେଇପାରୁ ନାହାନ୍ତି। ଫଳରେ ଜେଲ୍‌‌ ଭିତରେ ଦୀର୍ଘଦିନ ରହି ଯାଉଛନ୍ତି। ବିଶେଷ କରି ବିଭିନ୍ନ ଜେଲ୍‌‌ରେ ବିଚାରାଧୀନ କଏଦୀଙ୍କ ମଧ୍ୟରେ ଅଧିକାଂଶ ଅଶିକ୍ଷିତ ଥିବାରୁ ଏହି ସୁବିଧା ବିଷୟରେ ଜାଣି ପାରୁନାହାନ୍ତି। କିନ୍ତୁ ସେମାନେ ଯେପରି ମାଗଣା ଆଇନ ସୁବିଧା ପାଇଁ ସେଥିପାଇଁ ସରକାର ମାଗଣା ନ୍ୟାୟିକ ସେବା ପ୍ରାଧିକରଣ(ଲିଗାଲ ସର୍ଭିସ ଅଥରିଟି) ନାମରେ ୧୯୮୭ରେ ଏକ ଆକ୍ଟ କରିଛନ୍ତି। ସେକ୍ସନ୍‌‌ ୧୨ ଅନୁସାରେ ଏହି ସୁବିଧା କେବଳ ମହିଳା, ଅନୁସୂଚିତ ଜାତି ଏବଂ ଜନଜାତି ଏହି ସୁବିଧା ପାଇପାରିବେ। ଏଥିଲାଗି ପ୍ରତି ଜିଲ୍ଲା ଏବଂ କୋର୍ଟରେ ନ୍ୟାୟିକ ପ୍ରାଧିକରଣର ବ୍ୟବସ୍ଥା ରହିଛି। ଗରିବ ଶ୍ରେଣୀର ମହିଳାମାନେ ଏଠାରୁ ନ୍ୟାୟିକ ସୁବିଧା ପାଇପାରୁଛନ୍ତି। ସେମାନଙ୍କ ପାଇଁ ସେଠାରେ ଥିବା ଓକିଲ ମାମଲା ପରିଚାଳନା କରୁଛନ୍ତି।
କାରାଗାରରେ ପାଠାଗାର
କଏଦୀଙ୍କ ପାଇଁ କାରଗାରରେ ପାଠାଗାରର ସୁବିଧା ରହିଛି। ସେଠାରେ ଖବରକାଗଜ, ବିଭିନ୍ନ ପୁସ୍ତକ ଆଦି ପଢ଼଼ିବାର ସୁଯୋଗ ମିଳୁଛି। ସେଠାକୁ ଯାଇ କଏଦୀ ପାଠ ପଢ଼଼ିପାରୁଛନ୍ତି। ସେମାନଙ୍କ ପାଇଁ ଫିଲ୍ମ ଦେଖିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏକ ରୁମ୍‌‌ ଭିତରେ ବଡ଼ ଏଲଇଡି ବ୍ୟବସ୍ଥା କରାଯାଇଛି। ସେଠାରେ କେବଳ ଦେଶାତ୍ମବୋଧ ଫିଲ୍ମ ଏବଂ ମହାପୁରୁଷଙ୍କ ଜୀବନୀ ସଂକ୍ରାନ୍ତ ମୁଭି ଲାଗୁଛି। ଆହୁରି ମଧ୍ୟ କଏଦୀଙ୍କ ପାଇଁ ମ୍ୟୁଜିକ୍‌‌ ବ୍ୟବସ୍ଥା କରାଯାଇଛି। ସକାଳ ଏବଂ ସନ୍ଧ୍ୟାରେ ସେଠାରେ ଭଜନ ପରିବେଷଣ କରାଯାଉଛି।
ଜେଲ୍‌‌ ପ୍ରସ୍ତୁତ ସାମଗ୍ରୀର ଚାହିଦା
ଜେଲ୍‌‌ ଭିତରେ କଏଦୀମାନଙ୍କ ଦ୍ୱାରା ଅଟା, ମଇଦା, ସୋରିଷ ଏବଂ ବେକେରୀ ଆଦି ପ୍ରସ୍ତୁତ କରାଯାଉଛି। ଏପରିକି କଏଦୀମାନେ ମାଛ ଚାଷ, ଓ ପନିପରିବା ଚାଷ କରୁଛନ୍ତି। ବଡ଼ କଥା ହେଲା କଏଦୀମାନେ ବିଭିନ୍ନ ପ୍ରକାର କୁଟୀର ଶିଳ୍ପ ଏବଂ ହସ୍ତତନ୍ତ୍ର ଆଦି ପ୍ରସ୍ତୁତ କରୁଛନ୍ତି। କଏଦୀମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ସାମଗ୍ରୀ ଜେଲ୍‌‌ ଆଗରେ ଏକ ଷ୍ଟଲ କରାଯାଇ ବିକ୍ରି କରାଯାଉଛି। ଏହି ଷ୍ଟଲ୍‌‌ ଖୋଲା ହେବାର କିଛି ସମୟ ପରେ ତାହା ବିକ୍ରି ହୋଇଯାଉଛି।
ଜେଲରେ ଗାଙ୍ଗୱାର ପରେ ଆକ୍ସନ ମୁଡ୍‌ରେ କମିସନରେଟ ପୋଲିସ, ଝାରପଡ଼ା ଜେଲର ପ୍ରତ୍ୟେକ ସେଲରେ ସ୍ପେଶାଲ ଟିମର ଛାନଭିନ୍
ଭୁବନେଶ୍ୱର: ଜେଲରେ ଗାଙ୍ଗୱାର ପରେ ଆକ୍ସନ ମୁଡ୍‌ରେ କମିସନରେଟ ପୋଲିସ । ଝାରପଡା ଜେଲରେ କମିସନରେଟ ପୋଲିସର ଅଚାନକ ଚଢ଼ାଉ । କମିସନରେଟ ପୋଲିସର ଏକ ସ୍ଵତନ୍ତ୍ର ଟିମ ଜେଲର ପ୍ରତ୍ୟେକ ସେଲରେ କରୁଛି ଛାନଭିନ୍। ଏହି ଚଢ଼ାଉରେ ଡିସିପିଙ୍କ ନେତୃତ୍ୱରେ ୬ ଜଣ ଏସିପି, ୫ ଜଣ ଆଇଆଇସି ସହିତ ଏକ ପ୍ଲାଟୁନ ଫୋର୍ସ ସାମିଲ ହୋଇଛନ୍ତି। ପ୍ରତ୍ୟେକ ୱାର୍ଡରେ ଯାଞ୍ଚ କରାଯାଇଛି। ଜେଲ ଭିତରେ ଗ୍ୟଙ୍ଗୱାର ପରେ କମିସନରେଟ ପୋଲିସ ପକ୍ଷରୁ ଏହି ରେଡ । ନିଶା ଓ ମୋବାଇଲ ଭିତରକୁ ପ୍ରବେଶ ନେଇ ଥିଲା ସୂଚନା । ଚଢାଉ ବେଳେ ଝାରପଡା ଜେଲରୁ ଗଞ୍ଜେଇ, ଅଫିମ ଓ ଖଇନି ମିଳିଛି। ଏତେ ଧରପଗଡ଼ ସତ୍ତ୍ୱେ ମଧ୍ୟ ନିଶା ଦ୍ରବ୍ୟ କିଭଳି ଭିତରକୁ ପଶିଲା ସେ ନେଇ ଖୋଳତାଡ଼ ଚାଲିଛି। ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।
ଗତକାଲି ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ହୋଇଥିବା ସୂଚନା ମିଳିଥିଲା। ଚକରା ଓ ଶମ୍ଭୁ ଗ୍ୟାଙ୍ଗ ମଧ୍ୟରେ ତୀବ୍ର ଗଣ୍ଡଗୋଳରୁ ରକ୍ତପାତ ହୋଇଥିଲା। ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଏତଲା ପରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଜେଲ ବିଭାଗ।
ଭୁବନେଶ୍ବର : ଜେଲ ବିଭାଗ ୫ ଟି’ ଅଧୀନକୁ ଆସିବା ପରେ ଅତ୍ୟାଧୁନିକ ଜ୍ଞାନକୌଶଳକୁ  ଉପରେ ଗୁରୁତ୍ବ ଦେଉଛନ୍ତି ଜେଲ ଡିଜି । ତେଣୁ ତିହାର ଜେଲରେ ଥିବା ଅନ୍ୟାଧୁନିକ ଜ୍ଞାନକୌଶଳକୁ ଝାରପଡ଼ା ଓ ଚୌଦ୍ବାର ଜେଲରେ ଲଗାଇବା ପାଇଁ ପ୍ରାଥମିକସ୍ତରରେ ଯୋଜନା କରିଛନ୍ତି। ନିକଟରେ ଦିଲ୍ଲୀରେ ହେଉଥିବା ସମସ୍ତ ରାଜ୍ୟର ଜେଲ୍‌ ଡିଜିଙ୍କ ବୈଠଳରେ ଓଡ଼ିଶାର ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ଯୋଗ ଦେଇଥିଲେ। ଜେଲରେ ବିଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି କଏଦୀଙ୍କ ଗତିବିଧ ଉପରେ ନଜର ରଖାଯିବ ସେନେଇ ଏହିବୈଠକରେ ଆଲୋଚନା ହୋଇଥିଲା। ଏପରିକି ଅନ୍ୟ ରାଜ୍ୟର ଜେଲରେ କିଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି ତାହାର ଉପଲବ୍ଧି ବିଷୟରେ ଜାଣିବା ପରେ ଜେଲ୍‌ ଡିଜି ସନ୍ତୋଷ ଉପାଧ୍ୟାୟ ଓଡ଼ିଶାରେ ଏହାକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହା ଫଳରେ ଏଣିକି ଡ୍ରୋନ କ୍ୟାମେରା ନିଜରରେ ରହିବ ପୂରା ଜେଲ୍‌ ପରିସର । କଏଦୀମାନେ କ’ଣ କରୁଛନ୍ତି ଓ କଏଦୀଙ୍କୁ ଦେଖା କରିବା ପାଇଁ କିଏ କିଏ ଆସୁଛନ୍ତି ସେ ସମ୍ପର୍କରେ ଡ୍ରୋନ୍‌ କ୍ୟାମେରାରେ ଫଟୋ ଉଠିବ ।
ଅନେକ ସମୟରେ ଝାରପଡା ଜେଲ୍‌ ଭିତରେ ଅପରାଧୀମାନେ ଖଟି କରୁଛନ୍ତି। ଜେଲ୍‌ ଭିତରେ ଗୋଷ୍ଠୀ କରି ଅପରାଧ ପାଇଁ ଯୋଜନା କରୁଛନ୍ତି। ଏହାସହ ଜେଲ୍‌ର କାନ୍ଥ ଡିଆଁଇ ଫୋନ୍, ନିଶାଦ୍ରବ୍ୟ ଜେଲ ଭିତରକୁ ଆସୁଛି। ଅନେକ ସମୟରେ ମଧ୍ୟ ଜେଲ କାନ୍ଥ ଡେଇଁ କଏଦୀ ଫେରାର ହୋଇଯାଉଛନ୍ତି | ତେଣୁ ଏସବୁ ଉପରେ ନଜର ରଖିବା ପାଇଁ ଜେଲ୍ ଉପରେ ଡ୍ରୋନ୍ ଉଡ଼ିବ । ପ୍ରଥମ କରି ଝାରପଡ଼ା ଜେଲ୍ ଏବଂ ଚୌଦ୍ବାର ଜେଲରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ପ୍ରୋଜେକ୍ଟ ୨୦୨୨- ୨୩ରେ କରାଯିବାକୁ ଯୋଜନା ରଖାଯାଇଥିବା ବିଭାଗୀୟ ଡିକି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ଏହି ବ୍ୟବସ୍ଥା ହେବା ଦ୍ବାରା କଏଦୀଙ୍କ ଉପରେ ନଜର ରଖାଯିବ । କାରଣ ଗତ କିଛିମାସ ହେବ ଝାରପଡ଼ା ଜେଲରେ ଟିଟୋ ଏକ ପିଣ୍ଡି ଉପରେ ବସି ଅନ୍ୟ କଏଦୀଙ୍କ ସହ କଥା ହୋଉଥିଲେ। ନିକଟରେ ମଧ୍ୟ ଝାରପଡ଼ା ଜେଲ୍ ପରିସରରୁ ଗଞ୍ଜେଇ ଜବତ ହୋଇଥିଲା। ତେଣୁ ଡ୍ରୋନ୍ ଉଡ଼ିବା ଦ୍ବାରା ଏସବୁ ଉପରେ ରୋକ ଲାଗିବ ବୋଲି ଜେଲ ବିଭାଗ ଆଶା ରଖୁଛି ।
ଲାଗିବ ଭିଡିଓ ୱାଲ୍‌ ସିଷ୍ଟମ
ଏଥି ସହିତ ଦିଲ୍ଲୀ ଉତ୍ତରପ୍ରଦେଶରେ ଭଳି ଜେଲ୍‌ରେ  ଭିଡିଓ ୱାଲ୍ ସିଷ୍ଟମ ଲାଗୁ ହେବ । ଏହି ବ୍ୟବସ୍ଥାରେ ଜେଲ ଭିତରେ ଥିବା ସସସ୍ତ କ୍ୟାମେରାର କଣ୍ଟ୍ରୋଲ ରୁମ୍‌ ଗୋଟିଏ ସ୍ଥାନରେ ରହିବ। ଯାହା ଫଳରେ ପ୍ରତି ୱାଡ୍‌ରେ ଥିବା  କଏଦୀ ଏବଂ ଜେଲ କର୍ମଚାରୀଙ୍କ ଉପରେ ନଜର ରଖାଯାଇପାରିବ। ଏହି କଣ୍ଟ୍ରୋଲ ରୁମ୍‌ରେ ଜଣେ  ଅଧିକାରୀ ବସି ସମସ୍ତ କ୍ୟାମେରାକୁ ନଜର ରଖିବେ। ପ୍ରଥମେ ଝାରପଡ଼ା ଓ ଚୌଦ୍ବାର ଜେଲ୍‌ରେ ଏହା ଲଗାଯିବ ପରେ ରାଜ୍ୟର ଅନ୍ୟ ଜେଲ୍‌ରେ ଲାଗିବ।
ଦୁଇ ଜେଲ୍‌ରେ ହେବ ୮ ଫୋନ୍‌ ବୁଥ୍
କଏଦୀମାନେ ଜେଲ୍ ଭିତରେ ଲୁଚାଛପାରେ ଫୋନ୍ ବ୍ୟବହାର କରୁଛନ୍ତି। ତେଣୁ ଏହାକୁ ଏଡ଼ାଇବା ପାଇଁ ଜେଲ୍‌ ବିଭାଗ ଏକ ମାସ ଭିତରେ ଝାରପଡ଼ା ଏବଂ ଚୌଦ୍ବାର ଜେଲରେ ୮ଟି ଟେଲି ଫୋନ୍ ବୁଥ୍ ବ୍ୟବସ୍ଥା ଲାଗୁ କରିବା ଯୋଜନା ହୋଇଛି । ଝାରପଡ଼ାରେ ୪ଟି ବୁଥ୍ ରହିବା ସହ ଚୌହାର ଜେଲରେ ୪ଟି ରହିବ । ଏହାସହ ଦୁଇଟି ଜେଲ୍‌ରେ ମହିଳା ୱାର୍ଡରେ ଦୁଇଟି ଲେଖାଏ ଟେଲି ଫୋନ୍ ବୁଥ୍ ଲଗାଯିବ। ଯେଉଁ ୱାର୍ଡରେ ଏହି ମେସିନ ଲାଗିଥିବ ସେଥ୍‌ରେ କଏଦୀଙ୍କ ଟିପଚିହ୍ନ ରଖାଯିବ। କଏଦୀମାନେ କଥା ହେବା ପାଇଁ ଘରର ୨ଟି ଫୋନ୍ ନମ୍ବର ଦେବେ । ଜଣେ କଏଦୀ ଏହି ଦୁଇଟି ଫୋନ୍ ନମ୍ବର ଛଡ଼ା ଅନ୍ୟ ଫୋନ୍ ନମ୍ବରକୁ କଲ୍ କଲେ ଫୋନ୍ ଯିବନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଏଦୀମାନେ କେବଳ ୫ ମିନିଟ ଯାଏ କଥା ହୋଇପାରିବେ । କଏଦୀମାନେ ୫ ମିନିଟରୁ ଅଧିକ ସମୟ କଥା ହୋଇପାରିବେ ନାହିଁ । ଆଉ ୫ ମିନିଟ ପରେ କଥା ହେଲେ ଅଟୋମେଟିକ ଫୋନ କଟିଯିବ । ଏନେଇ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।