laxmi puja bbsr - The Sakala

ଲକ୍ଷ୍ମୀପୂଜା, କାଳୀପୂଜା ଓ କାର୍ତ୍ତିକ ବ୍ରତ ପାଇଁ ବିଏମ୍‌ସି ଜାରି କଲା ନୂଆ ଗାଇଡ୍‌ଲାଇନ
ଭୁବନେଶ୍ବର : ପାର୍ବଣ ଋତୁ ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡ଼ଲାଇନ। ସମ୍ପ୍ରତି ଭୁବନେଶ୍ୱରର ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି  ଭୁବନେଶ୍ୱର ମହାନଗର ନିଗମ ତରଫରୁ ଲକ୍ଷ୍ମୀ ପୂଜା, କାଳୀ ପୂଜା,କାର୍ତ୍ତିକ ବ୍ରତ ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜାରି ହୋଇଛି ଗାଇଡ଼ଲାଇନ। ସେପ୍ଟେମ୍ବର ମାସରେ ଜାରି ହୋଇଥିବା ଗାଇଡ଼ଲାଇନ ଅନୁପାଳନ ସହ କାର୍ତ୍ତିକ ମାସ ପାଇଁ ରହିଛି ସ୍ୱତନ୍ତ୍ର ଆଡ଼ଭାଇଜରି। କୋଭିଡ -୧୯ କଟକଣା ମଧ୍ୟରେ ମଣ୍ଡପରେ ପୂଜାର୍ଚ୍ଚନା ହେବ । ବିଏମ୍‌ସି ଅଧିନରେ ପୂଜା ପାଇଁ କମିସନରେଟ ପୁଲିସର ଅନୁମତି ଜରୁରୀ। ପୂଜା ସମୟରେ ମଣ୍ଡପରେ ଏକ ସମୟରେ ସର୍ବାଧିକ ୭ ଜଣଙ୍କୁ ଅନୁମତି ମିଳିବ। ପୁଣି ମଣ୍ଡପରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଓ ସାନିଟାଇଜ କରାଯିବା ବାଧ୍ୟତାମୂଳକ।

ଘରେ ଯେମିତି ପୂଜା କରାଯାଇଥାଏ, ସେହିପରି ଭାବରେ ମଣ୍ଡପରେ ମଧ୍ୟ ପୂଚାର୍ଚ୍ଚନା ହେବ। କେବଳ ରୀତିନୀତିକୁ ଗୁରୁତ୍ୱ ଦିଆଯିବ। ପୂଜାରେ ଜନସାଧାରଣଙ୍କୁ ସାମିଲ କରାଯାଇପାରିବ ନାହିଁ। ପୂଜା ମଣ୍ଡପକୁ ୩ ପାର୍ଶ୍ୱରୁ ବନ୍ଦ କରାଯିବ। ସମ୍ମୁଖ ପାର୍ଶ୍ୱରେ ଏକ ପରଦା ରହିବ। ପୂଜା ମଣ୍ଡପକୁ ଭକ୍ତମାନେ ଯାଇପାରିବେ ନାହିଁ। ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ସର୍ବାଧିକ ୪ ଫୁଟ ରହିବ। ପୂଜା ସମୟରେ ସାଧାରଣ ସମାରୋହକୁ ଅନୁମତି ନାହିଁ। ମୂର୍ତ୍ତି ବିସର୍ଜନ ବେଳେ ସର୍ବାଧିକ ୧୦ ଜଣ ସାମିଲ ହୋଇପାରିବେ। ପୂଜା କମିଟି ସୁନିଶ୍ଚିତ କରିବେ ଯେ, ଯେଉଁମାନେ ମୂର୍ତ୍ତି ବସର୍ଜନ କାର୍ୟ୍ୟକ୍ରମରେ ଯୋଗଦେବେ ସମସ୍ତେ କୋଭିଡ-୧୯ର ଉଭୟ ଡୋଜ୍‌ ନେଇଥିବା ଆବଶ୍ୟକ। ପୂଜା ସମୟରେ କୌଣସି ପ୍ରକାରର ଧାର୍ମିକ ଶୋଭାଯାତ୍ରାର ଆୟୋଜନ ହୋଇପାରିବ ନାହିଁ। ସେହିପରି ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅଥବା ମନୋରାଂଜନ କାର୍ଯ୍ୟକ୍ରମର ଆୟୋଜନକୁ ଅନୁମତି ମିଳିବ ନାହିଁ।

ପବିତ୍ର କାର୍ତ୍ତିକ ମାସରେ ହବିଶିଆଳିଙ୍କ ପାଇଁ ଜାରି ହୋଇଛି କଟକଣା। ମାସ ତମାମ ମନ୍ଦିରରେ ଗହଳି କରିବାକୁ ମନା।କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗର, ନଦୀ ଘାଟ ଏପରିକି କୌଣସି ଜଳାଶୟରେ ଗହଳି ନକରିବାକୁ ରହିଛି ନିର୍ଦେଶ।ବିଏମସି କମିଶନର ସଞ୍ଜୟ କୁମାର ସିଂଙ୍କ ଦ୍ୱାରା ଗାଇଡ଼ଲାଇନ ଜାରି ହୋଇଛି। ଏଥିରେ ଖିଲାପ ହେଲେ ସମ୍ପୃକ୍ତ ବ୍ୟକ୍ତି ତଥା ସଂଗଠନ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।