Govind Sahu - The Sakala

ମୁହଁ ଖୋଲିଲେ ମମିତାଙ୍କ ପରିବାର, ନିଜକୁ ଦଣ୍ଡଦେଇ ଗୋବିନ୍ଦ ନିଜ ଅପରାଧ ସ୍ୱୀକାର କରିଛି
ବଲାଙ୍ଗିର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତକାଲି ଜେଲରେ ଆତ୍ମହତ୍ୟା କରିଥିଲା। ମଙ୍ଗଳବାର ତାଙ୍କୁ କୋର୍ଟରେ ହାଜର ଲାଗି ନେବା ନିମନ୍ତେ ଜେଲ କର୍ମଚାରୀମାନେ ତାଙ୍କ କୋଠରୀରେ ପହଞ୍ଚିବା ବେଳେ ସେ ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିବା ଦେଖା ଯାଇଥିଲା। ଜେଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ କଣ୍ଟାବାଞ୍ଝି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ପୁଲିସ ଏହି ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଗୋବିନ୍ଦ ଆତ୍ମହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିମନ୍ତେ ପୁଲିସ ଡ଼ିଜି ସୁନୀଲ ବଂଶଲ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁର ରେଞ୍ଜ ଜେଲ ଆଇଜି କଣ୍ଟାବାଞ୍ଝି ଜେଲ ପରିଦର୍ଶନ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ସେହିପରି ଡ଼ିଜିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏକ ୧୦ ଜଣିଆ ଅଧିକାରୀ ଦଳ କଣ୍ଟାବାଞ୍ଝି ଜେଲରେ ପହଞ୍ଚିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ କଣ୍ଟାବାଞ୍ଝି ଉପ କାରାଗାର ୱାର୍ଡ଼ର ଅକ୍ଷୟ ମହାନ୍ତିଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ରିପୋର୍ଟ ମିଳିବା ପରେ ଅନ୍ୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ତେବେ ଗୋବିନ୍ଦର ଆତ୍ମହତ୍ୟା ପରେ ମମିତା ମେହେରଙ୍କ ପରିବାର ଲୋକ ମୁହଁ ଖୋଲିଛନ୍ତି। ମମିତାଙ୍କ ମାଆ ତୁଳସୀ ମେହେର କହିଛନ୍ତି ଯେ ଆମେ ଚାହୁଁଥିଲୁ ମମିତାର ଯେମିତି ଛଟପଟ ହୋଇ ଜୀବନ ଗଲା, ଗୋବିନ୍ଦର ମଧ୍ୟ ସେମିତି ଜୀବନ ଯାଉ। ଗୋବିନ୍ଦ ଆତ୍ମହତ୍ୟା କରିଛି। ଭଗବାନ ତାକୁ ଦଣ୍ଡ ଦେଇଛନ୍ତି।

ଅନ୍ୟପଟେ ମମିତାଙ୍କ ବଡ଼ବାପା କୌଶିକ ମେହର କହିଛନ୍ତି ଯେ ଆମ ଝିଅ ମମିତା ହତ୍ୟା ଘଟଣାରେ ଗୋବିନ୍ଦ ମୁଖ୍ୟ ନାୟକ। ଷଡ଼ଯନ୍ତ୍ର କରି ସେ ମମିତାକୁ ହତ୍ୟା କରିଥିଲା। ତାକୁ ଦଣ୍ଡ ଦେବା ପାଇଁ ଆମେ ପୁଲିସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲୁ, ସରକାରଙ୍କୁ ଅନୁରୋଧ କରିଥିଲୁ, ଭଗବାନଙ୍କୁ ପ୍ରାର୍ଥର୍ନା କରୁଥିଲୁ। ସେ ଦଣ୍ଡ ପାଇବା ଏକ ପ୍ରକାର ନିଶ୍ଚିତ ଥିଲା। ମାତ୍ର ଆଇନରେ ଦଣ୍ଡ ପାଇବା ପୂର୍ବରୁ ସେ ନିଜକୁ ନିଜେ ଦଣ୍ଡ ଦେଇ ନିଜର ଅପରାଧ ସ୍ୱୀକାର କରିଛି। ଏହି ମାମଲାରେ ଆଉ କିଛି ବ୍ୟକ୍ତି ମଧ୍ୟ ଅଭିଯୁକ୍ତ ଅଛନ୍ତି। ଆଇନ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବ ବୋଲି ଆମେ ଆଶାବାଦୀ ବୋଲି କହିଛନ୍ତି ମମିତାଙ୍କ ବଡ଼ବାପା କୌଶିକ ମେହର।

ସେ କହିଛନ୍ତି ଯେ ମମିତା ନିଖୋଜ ହେବା ଠାରୁ ଗୋବିନ୍ଦ ସାହୁ ଗିରଫ ହେବା ପର୍ଯ୍ୟନ୍ତ ପ୍ରଶାସନ, ପୁଲିସ, ଗଣମାଧ୍ୟମ, ସ୍ଥାନୀୟ ଲୋକଙ୍କ ଅନେକ ସହଯୋଗ ରହିଥିଲା। ଫଳରେ ଗୋବିନ୍ଦ ସାହୁ ଭଳି ଏକ ହତ୍ୟାକାରୀ ଶେଷରେ ଗିରଫ ହୋଇଥିଲା। ଗିରଫ ହେବା ପରେ ଅଦାଲତରେ ସାକ୍ଷ୍ୟ ଦେଇଥିବା ସମସ୍ତ ସାକ୍ଷୀ ଗୋବିନ୍ଦ ବିରୋଧରେ ଦେଇଥିଲେ। ଏପରିକି ତାଙ୍କ ଗାଁ ଲୋକ ମଧ୍ୟ ଗୋବିନ୍ଦ ବିରୋଧରେ ଯାଇଥିଲେ। ଗୋବିନ୍ଦର କିଛି ସମର୍ଥକ ସାକ୍ଷୀ ମାନଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ। ତଥାପି ଆଇନ ଉପରେ ଆମର ସମ୍ପୂର୍ଣ୍ଣ ଭରସା ରହିଥିଲା। କିନ୍ତୁ ଆଇନ ଫାଶୀଦଣ୍ଡ ଦେବା ପୂର୍ବରୁ ଭଗବାନ ନିଜେ ଆତ୍ମହତ୍ୟା ରୂପରେ ଦଣ୍ଡ ଦେଇଛନ୍ତି। ଆତ୍ମହତ୍ୟା କରି ଗୋବିନ୍ଦ ନିଜେ କରିଥିବା ଭୁଲକୁ ସ୍ୱୀକାର କରିଥିବା ତାହାର ଆତ୍ମହତ୍ୟା ଘଟଣାରୁ ସ୍ପଷ୍ଟ ହୋଇଛି। ନ୍ୟାୟ ବ୍ୟବସ୍ଥା ଉପରେ ଆମର ସମ୍ପୂର୍ଣ୍ଣ ଭରସା ରହିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ନିଶ୍ଚିତ ଦଣ୍ଡ ପାଇବେ ବୋଲି କୌଶିକ କହିଛନ୍ତି।

କାହିଁକି ଓ କେମିତି ମମିତାଙ୍କୁ ହତ୍ୟା କଲା ଗୋବିନ୍ଦ, ଅଭିଯୁକ୍ତକୁ କେମିତି ଧରିଲା ପୁଲିସ
ବଲାଙ୍ଗିର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମର୍ଡର ମିଷ୍ଟ୍ରିର ଖୁଲାସା କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ଗୋବିନ୍ଦ ସାହୁ ହିଁ ହତ୍ୟାକାରୀ । ଯୋଜନାବଦ୍ଧ ଭାବେ ଗୋବିନ୍ଦ ମମିତାଙ୍କୁ ହତ୍ୟା କରିଛି । ଏନେଇ ବଲାଙ୍ଗୀର ପ୍ରେସମିଟ୍ ଜରିଆରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର।

ଏନେଇ ଡିଆଜି କହିଛନ୍ତି ଯେ ଗୋବିନ୍ଦର ପରକୀୟା ସଂପର୍କ ନେଇ ମମିତା ଜାଣିଥିଲେ। ଏହାକୁ ପ୍ରଘଟ କରିବା ନେଇ ମମିତା ତାଙ୍କୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ମମିତାଙ୍କୁ ହତ୍ୟା କରିବ ବେଲି ଗୋବିନ୍ଦ ଯୋଜନା କରିଥିଲା।ମମିତାଙ୍କୁ ପୂର୍ବ ଯୋଜନା ମୁତାବକ ଭବାନୀପାଟଣା ଡାକିଥିଲେ ଗୋବିନ୍ଦ । ଆଉ ୮ ତାରିଖ ଦିନ ଭବାନୀପାଟଣାରୁ କେ ଗାଁକୁ ଫେରୁଥିବା ରାସ୍ତାରେ ମମିତାଙ୍କୁ ହତ୍ୟା କରାଯାଇଥିଲା । ତେବେ ତଣ୍ଟି ଚିପି ହତ୍ୟା କରାଯାଇଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଗୋବିନ୍ଦଙ୍କ କାରରେ କଟା ଦାଗ ଥିବାରୁ ମମିତାଙ୍କୁ ମାରିବା ପାଇଁ ଛୁରୀ ବ୍ୟବହାର ହୋଇଥିବା ପୁଲିସ ସନ୍ଦେହ କରୁଛି । ହତ୍ୟା କରିବା ପରେ ମମିତାଙ୍କ ମୃତଦେହକୁ କାର୍‌ରେ ସାଥୀରେ ନେଇଯାଇଥିଲା ଗୋବିନ୍ଦ । ହତ୍ୟା ପରେ ଅନ୍ଧାର ହେଲା ପରେ ମୃତଦେହକୁ ମହାଲିଙ୍ଗ ଷ୍ଟାଡିୟମକୁ ନେଇ କାର୍ଡ ବୋର୍ଡ ଓ ଟାୟାର ଜାଳି ପୋଡିଥିଲେ ଗୋବିନ୍ଦ । ପରଦିନ ସକାଳେ ଜେସିବି ମେସିନରେ ଉକ୍ତ ପୋଡା ମୃତଦେହକୁ ପୋତାଯାଇଥିଲା ।

ମମିତା ନିଖୋଜ ନେଇ ଅଭିଯୋଗ ମିଳିବା ପରେ ତଦନ୍ତ କରିଥିଲା ପୁଲିସ୍ । ମମିତା ନିଖୋଜ ମାମଲାର ଖୋଳତାଡ କରୁଥିଲା ପୋଲିସ୍ ଆଉ ଗୋବିନ୍ଦ ସାହୁଙ୍କୁ ହେପାଜତକୁ ନେଇଥିଲା ସେତେବେଳେ କୌଶଳ କରି ପୁଲିସ ହେପାଜତରୁ ଚମ୍ପଟ ମାରିଥିଲା । ପରେ ପୁଲିସ ଗୋବିନ୍ଦକୁ ଖୋଜିବା ପାଇଁ ଲାଗିପଡିଥିଲା । ଗୋବିନ୍ଦକୁ ଧରାଇ ଦେଲେ ୨୦ହଜାର ଟଙ୍କାର ପୁରସ୍କାର ରାଶୀ ପ୍ରଥମେ ଘୋଷଣା କରିଥିଲା ପୁଲିସ । ପରେ ଏହି ପୁରସ୍କାର ରାଶୀକୁ ବଢାଇ ୧ଲକ୍ଷ ଟଙ୍କା କରିଥିଲା ପୁଲିସ । ତଦନ୍ତ ବେଳେ ପାଖାପାଖି ୧୭ ଘଣ୍ଟାର ସିସିଟିଭି ଫୁଟେଜ ପୁଲିସ ସଂଗ୍ରହ କରିଥିଲା । ପୁଲିସ ପକ୍ଷରୁ ୯ଟି ଟିମ ଗଠନ କରାଯାଇ ବିଭିନ୍ନ ସାକ୍ଷୀମାନଙ୍କୁ ପଚରାଉଚୁରା କରାଯାଇଥିଲା।

ଭବାନୀପାଟଣା ସ୍ଥାନୀୟ ଅଞ୍ଚଳରେ ୪୫ରୁ ୬୦ କିମି ଯାଏ ସିସିଟିଭି ଯାଞ୍ଚ କରିଥଲା ପୁଲିସ । ସିସିଟିଭି ଫୁଟେଜ ଜରିଆରେ ଅନେକ ତଥ୍ୟ ହାସଲ ହୋଇଛି । ପୁଲିସ ହେପାଜତରୁ ଚମ୍ପଟ ମାରିବା ପରେ ଗୋବିନ୍ଦକୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଡାଉ କରାଯିବା ସହ ତାର ସମ୍ପର୍କୀୟଙ୍କ ଉପରେ ମଧ୍ୟ ନଜର ରଖାଯାଇଥିଲା। ଗୋବିନ୍ଦର ସାନ ଭଉଣୀ ଘର ଉପରେ ନଜର ରଖିଥିଲା ପୁଲିସ । ଗୋବିନ୍ଦ ସାନ ଭଉଣୀ ଘରକୁ ଲୁଚିବା ପାଇଁ ଯାଇଥିଲା ସେଠାରେ ସାନ ଭଉଣୀର ସାଶୁଘର ଲୋକେ ଗୋବିନ୍ଦକୁ ଘରେ ଆଶ୍ରୟ ଦେଇନଥିଲେ । ଘର ବାରି ପଛପଟେ ଥିବା ଏକ ଆଖୁ କିଆରିରେ ଲୁଚିବାକୁ କହିଥିଲେ । ଆଉ ଗୋବିନ୍ଦ ଆଖୁ କିଆରି ଭିତରେ ଲୁଚିଥିଲା । ସେଠାରେ ତା’ ପାଖରେ ଖାଇବା ପିଇବା ପହଞ୍ଚାଯାଉଥିଲା । ଯାହା ଉପରେ କିଛି ସ୍ଥାନୀୟ ଲୋକଙ୍କ ନଜର ରହିଥିଲା । ଆଉ ସ୍ଥାନୀୟ ଲୋକଙ୍କ ସହାୟତାରେ ହିଁ ଗୋବିନ୍ଦକୁ ଧରିବାରେ ସଫଳ ହୋଇଥିଲା ପୁଲିସ।

ଅନ୍ୟପଟେ ଗୋବିନ୍ଦଙ୍କ ସହ ସିନ୍ଧେକେଲା ଥାନାରେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ, କଲେଜର ରାତ୍ରି ଜଗୁଆଳି ଗୁପ୍ତେ ତାଣ୍ଡି ଓ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କୁ ମୁହାଁମୁହିଁ ଜେରା କରିଛି ବଲାଙ୍ଗୀର ପୁଲିସ । ଅନ୍ୟପଟେ ଘଟଣା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ମହାଲିଙ୍ଗ କଲେଜର କିଛି ଛାତ୍ରଛାତ୍ରୀ । କଲେଜରେ ଅସାମାଜିକ କାର୍ଯ୍ୟ ଚାଲିଥିଲା ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । କଲେଜରେ ବେଆଇନ କାର୍ଯ୍ୟ ଚାଲୁଥିବା ବେଳେ, ହଷ୍ଟେଲରେ ଛାତ୍ରମାନଙ୍କୁ ନିସ୍ତୁକ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି । ତେଣୁ ମହାଲିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ମମିତା ମେହେର ହତ୍ୟା ମାମଲା : ୫ ଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ
ବଲାଙ୍ଗୀର : ବହୁଚର୍ଚ୍ଚିତ ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ଆଜି ଗୋବିନ୍ଦ ସାହୁକୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଥିଲା ପୁଲିସ । କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ପୋଲିସକୁ ଅନୁମତି ଦେଇଛନ୍ତି । ତାକୁ ଏହି ମାମଲାରେ ଅଧିକ ଜେରା କରାଯିବ । ସନସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁର ପରକୀୟା ପ୍ରୀତି ଓ ଅନ୍ୟ କଳା କାରନାମା ସଂପର୍କରେ ମମିତା ଜାଣିଥିବାରୁ ତାଙ୍କୁ ସେ ହତ୍ୟା କରିଥିଲା ବୋଲି ଉତ୍ତରାଂଚଳ ଡିଆଇଡି ଦୀପକ କୁମାର ପ୍ରେସମିଟରେ ଖୁଲାସା କରିଥିଲେ ।

କାର ଭିତରେ ମମିତାଙ୍କୁ ହତ୍ୟା କରିଥିଲେ ଗୋବିନ୍ଦ । ଭବାନୀପାଟଣାରୁ ମାର୍କେଟିଂ ସାରି ମହାଲିଙ୍ଗ ସନସାଇନ ସ୍କୁଲକୁ ଯିବା ବାଟରେ କୁଦାସୀରା-ବୋଡ଼ା ରାସ୍ତାରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିଲେ । ହତ୍ୟା ପରେ ଗାତରେ ଶବକୁ ପୋଡ଼ା ଯିବା ପରେ ପୋତି ଦେଇଥିଲେ । ଏନେଇ ପୁଲିସ ଆଗରେ ଗୋବିନ୍ଦ ମାନିଥିବା ଜଣାପଡ଼ିଛି । ଗୋବିନ୍ଦଙ୍କ କାରରେ କଟା ଦାଗ ଥିବାରୁ ମମିତାଙ୍କୁ ମାରିବା ପାଇଁ ଛୁରୀ ବ୍ୟବହାର ହୋଇଥିବା ପୁଲିସ ସନ୍ଦେହ କରୁଛି । ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୁୁଲିସ

ମମିତା ମେହେର ନିଖୋଜ ମାମଲା : ଆଖୁ କିଆରିରେ ଲୁଚିଥିବା ବେଳେ ମୋଷ୍ଟ ୱାଣ୍ଟେଡ଼୍‌ ଗୋବିନ୍ଦ ସାହୁଙ୍କୁ ଗିରଫ କଲା ପୁଲିସ
ବଲାଙ୍ଗିର : କଳାହାଣ୍ଡି ସନସାଇନ ସ୍କୁଲ ଅଧ୍ୟାପିକା ମମିତା ମେହେର ନିଖୋଜ ମାମଲାରେ ଫେରାର ଥିବା ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ତଥା ମାଲିକ ଗୋବିନ୍ଦ ସାହୁକୁ ଗିରଫ କରିଛି ପୁଲିସ। ପୁଲିସ୍ ବାରାକରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ ସ୍କୁଲର ସଭାପତି ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ମୁଡ଼ିପଦରୁ ପୁଲିସ ଗିରଫ କରିଛି। ମୁଡ଼ିପଦରେ  ଥିବା ଭଉଣୀ ଘରେ ଲୁଚିଥିଲା ଗୋବିନ୍ଦ। ପୁଲିସ ତାକୁ ଖୋଜୁଥିବା ଜାଣି ଆଖୁ କିଆରିରେ ଲୁଚିଥିଲା ଗୋବିନ୍ଦ। ଆଖୁ କିଆରିରେ ଲୁଚିଥିବା ବେଳେ ଗୋବିନ୍ଦଙ୍କୁ ଧରିଛି ପୁଲିସ।