highcourt - The Sakala

ପୀତବାସ ପଣ୍ଡା ହତ୍ୟା ମାମଲା; ବ୍ରହ୍ମପୁର ଏସ୍‌ପିଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା...
କଟକ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ନିର୍ବାଚନୀ ମକଦ୍ଦମା ସମ୍ପର୍କିତ ତଥ୍ୟକୁ ସାର୍ବଜନୀନ କରିବା ବ୍ରହ୍ମପୁର ଏସପିଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ଏହି ଘଟଣାକୁ ହାଇକୋର୍ଟ ଗୁରୁତ୍ୱର ସହ ଗ୍ରହଣ କରି ବ୍ରହ୍ମପୁର ଏସପିଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ମନୋଜ କୁମାର ପଣ୍ଡାଙ୍କ ପକ୍ଷରୁ ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାର ଶୁଣାଣି କରି ଜଷ୍ଟିସ ଶଶିକାନ୍ତ ମିଶ୍ର ଏପରି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପୀତବାସ ପଣ୍ଡା ହତ୍ୟା ଘଟଣା ସହ ଏହି ନିର୍ବାଚନୀ ମକଦ୍ଦମାକୁ ଲିଙ୍କ୍‌ କରି ବ୍ରହ୍ମପୁର ଏସ୍‌ପି ସାର୍ବଜନୀନ ମନ୍ତବ୍ୟ ଦେବା ଘଟଣାକୁ ନେଇ ଅଦାଲତ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏସ୍‌ପିଙ୍କ ଭଳି ଜଣେ ବରିଷ୍ଠ ପୁଲିସ ଅଧିକାରୀ କିଭଳି ଓ କେଉଁ କାରଣ ପାଇଁ ଅଦାଲତରେ ବିଚାରାଧୀନ ଥିବା ମକଦ୍ଦମା ଫଳାଫଳ ସମ୍ପର୍କରେ ଏଭଳି ମନ୍ତବ୍ୟକୁ ସାର୍ବଜନୀନ କଲେ, ସେ ସମ୍ପର୍କରେ ଏସପି ସ୍ପଷ୍ଟୀକରଣ ରଖିବେ। ଏଥିସହ ଏହାକୁ କାହିଁକି ଅଦାଲତ ଅବମାନନା ବୋଲି ବିବେଚନା କରା ନଯିବ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ଆସନ୍ତା ନଭେମ୍ବର ୭ ତାରିଖ ସୁଦ୍ଧା ଏହି ସ୍ପଷ୍ଟୀକରଣ ଅଦାଲତରେ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଉକ୍ତ ହତ୍ୟାକାଣ୍ଡ ସମ୍ପର୍କିତ ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀର ଭିଡିଓ ଆବେଦନକାରୀଙ୍କ ଆଇନଜୀବୀଙ୍କ ପାଖରେ ଉପଲବ୍ଧ ରହିଛି। ସେଥିରେ ଏସ୍‌ପି ଏହି ନିର୍ବାଚନୀ ମକଦ୍ଦମା ଫଳାଫଳ ସମ୍ପର୍କରେ ମନ୍ତବ୍ୟ ଦେଉଥିବା ଦେଖାଯାଇଛି। ସେହିଭଳି ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉକ୍ତ ହତ୍ୟା ଘଟଣାର ତଦନ୍ତ ସମୟରେ ହତ୍ୟା ଅଭିଯୁକ୍ତ ବିକ୍ରମ ପଣ୍ଡା ଓ ଶିବଶଙ୍କର ଦାସଙ୍କ ମଧ୍ୟରେ ସାଧାରଣ ସଂଯୋଗ ଭାବେ ଏହି ନିର୍ବାଚନୀ ମକଦ୍ଦମା ଉଭା ହୋଇଥିଲା ବୋଲି ଏସପି କହିଥିଲେ। ବ୍ରହ୍ମପୁର ବିଧାୟକଙ୍କ ବିରୋଧରେ ଦାୟର୍‌ ଏହି ନିର୍ବାଚନୀ ମକଦ୍ଦମା ଶିବଶଙ୍କର ଦାସଙ୍କ ବାସଭବନରେ କାମ କରୁଥିବା ଜଣେ ସହାୟକଙ୍କ ନାମରେ ଦାଖଲ କରାଯାଇଥିଲା। ବାସ୍ତବରେ ଏହାକୁ ଶିବଶଙ୍କର ଦାସ ନିଜେ ଦାଖଲ କରିଥିଲେ। ନିର୍ବାଚନ ମକଦ୍ଦମା ପାଇଁ ଆଇନଗତ ଖର୍ଚ୍ଚ ଓ ଓକିଲାତି ଫି’କୁ ବିକ୍ରମ ପଣ୍ଡା ଭରଣା କରୁଥିଲେ ବୋଲି ଏସ୍‌ପି କହିଥିବା ଗଣମଧ୍ୟମରେ ପ୍ରକାଶ ପାଇଥିଲା। ଯାହାକୁ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଅନ୍ୟପଟରେ ନିର୍ବାଚନୀ ମକଦ୍ଦମାର ଆବେଦନକାରୀ ଏକ ସତ୍ୟପାଠ ଦାଖଲ କରିଥିଲେ। ଏଥିରେ ଦର୍ଶାଇଥିଲେ ଯେ ଗତ ୨୦୨୫ ଅକ୍ଟୋବର ୨୨ରେ ଘରକୁ ଫେରୁଥିବା ବେଳେ କିଛି ପୁଲିସ କର୍ମଚାରୀ ସାଦା ପୋଷାକରେ ରହି ତାଙ୍କୁ ବ୍ରହ୍ମପୁର ପୁଲିସ ବାରାକ୍‌କୁ ଉଠାଇ ନେଇଥିଲେ। ଏପରିକି, ସେଠାରେ ୨୪ ତାରିଖ ପର୍ଯ୍ୟନ୍ତ ଅଟକ ରଖି ବିଧାୟକ କେ.ଅନୀଲ କୁମାରଙ୍କ ନାମରେ କାହିଁକି ନିର୍ବାଚନୀ ମକଦ୍ଦମା ଦାୟର କରିଛ ବୋଲି ପଚରାଉଚରା କରିଥିଲେ।

ପ୍ରକାଶଥାଉକି, ଏହି ପ୍ରସଙ୍ଗରେ ଗତ ଶୁଣାଣି ବେଳେ ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ହାଇକୋର୍ଟ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ରହିଛି। ଏପରିକି, ନିକଟରେ କିଛି ବ୍ୟକ୍ତି ତାଙ୍କୁ ଉଠାଇନେଇ ଅଟକ ରଖିବା ସହ ନିର୍ଯାତନା ଦେଇଥିବା ନେଇ ଆବେଦନକାରୀ ଅଭିଯୋଗ କରିଥିଲେ। ଆବେଦନକାରୀଙ୍କ ଓକିଲ ଗୋପାଳ ଅଗ୍ରୱାଲ ଓ ଏସ.ଶ୍ରୀବାସ୍ତବ ହାଇକୋର୍ଟଙ୍କୁ ସମଗ୍ର ଘଟଣାବଳୀ ସମ୍ପର୍କରେ ଅବଗତ କରିବା ସହ ସୁରକ୍ଷା ଓ ଏସପିଙ୍କୁ ସ୍ପଷ୍ଟୀକରଣ ପାଇଁ ଅନ୍ତରୀଣ ଆବେଦନ ଦାୟର କରିଥିଲେ। ଏହି ଅନ୍ତରୀଣ ଆବେଦନର ଶୁଣାଣି ଆସନ୍ତା ୭ ତାରିଖରେ ହେବ ବୋଲି ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି। ଗତ ୨୦୨୪ ବିଧାନସଭା ନିର୍ବାଚନ ନାମାଙ୍କନ ସମୟରେ ବିଧାୟକ ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ ତଥା ଏଥିରେ ମିଥ୍ୟା ତଥ୍ୟ ଦିଆଯାଇଥିବା ନେଇ ଆବେଦନକାରୀ ଦର୍ଶାଇଛନ୍ତି।

୧୮ବର୍ଷ କାର୍ଯ୍ୟ କରିବା ପରେ ଅଧ୍ୟାପକଙ୍କୁ କାର୍ଯ୍ୟରୁ ଅନ୍ତର ନିର୍ଦ୍ଦେଶକୁ ଚାଲେଞ୍ଜ, ହାଇକୋର୍ଟଙ୍କ ଜବାବ ତଲବ
କଟକ: ଦୀର୍ଘ ୧୮ ବର୍ଷ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରିବା ପରେ ଜନୈକ ଅଧ୍ୟାପକଙ୍କୁ କାର୍ଯ୍ୟରୁ ଅନ୍ତର ନିର୍ଦ୍ଦେଶକୁ ଚାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଗଣିଆସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜିଉ ଉଚ୍ଚ ମାଧ୍ୟମିକ ସ୍କୁଲର ପରିଚାଳନା ପରିଷଦ ସଭାପତି ତଥା ନୟାଗଡ଼ ଉପ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଏଥିସହ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ମାମଲାରୁ ପ୍ରକାଶ ଯେ ୨୦୦୭, ମାର୍ଚ୍ଚ ୨୦ର ବିଜ୍ଞପ୍ତି ଅଧାରରେ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାରେ ଚୟନ ପରେ ୨୦୦୭ଏପ୍ରିଲ ୩୦ରେ ଆବେଦନକାରୀ ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ଅନୁଷ୍ଠାନର ପରିଚାଳନା ପରିଷଦ ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲା। ପରବର୍ତ୍ତୀ ସମୟରେ ଓଡ଼ିଆ ଅଧ୍ୟାପକ ଭାବେ ଆବେଦନକାରୀଙ୍କୁ ବ୍ଲକ ଗ୍ରାଣ୍ଟ ପ୍ରଦାନ ପାଇଁ ଅଧ୍ୟକ୍ଷଙ୍କ ତରଫରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ବ୍ଲକ ଗ୍ରାଣ୍ଟ ପ୍ରଦାନ ପ୍ରସଂଗ ସରକାରଙ୍କ ନିକଟରେ ବିଚାରାଧୀନ ଥିବା ବେଳେ ଆବେଦନକାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ୨୦୨୫, ମାର୍ଚ୍ଚ ୩୧ ତାଙ୍କ ଶେଷ କାର୍ଯ୍ୟଦିବସ ବୋଲି ୨୦୨୪, ମାର୍ଚ୍ଚ ୧୮ରେ ଅଧ୍ୟକ୍ଷ ଜାରି କରିଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା। ବିନା କାରଣରେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ଦର୍ଶାଇ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଡକ୍ଟର ପୁରୁଷୋତ୍ତମ ଚୁଳି ମାମଲା ପରିଚାଳନା କରୁଛନ୍ତି ।

ପଦ୍ମଶ୍ରୀ ପୁରସ୍କାର ବିବାଦ: ମାମଲା ଖାରଜ କଲେ ହାଇକୋର୍ଟ, ୧୦ହଜାର ଟଙ୍କା ତଣ୍ଡ ଗଣିବେ ଆବେଦନକାରୀ
କଟକ: ସମାନ ନାଁ ଥିବାରୁ ପଦ୍ମଶ୍ରୀ ପୁରସ୍କାର ଜଣଙ୍କ ବଦଳରେ ଅନ୍ୟ ଜଣଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗରେ ରୁଜୁ ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି ହାଇକୋର୍ଟ । ଆବଶ୍ୟକ ତଥ୍ୟ ଉପସ୍ଥାପନ କରିପାରିନଥିବାରୁ ଭୁବନେଶ୍ୱର ବାସିନ୍ଦା ଡା.ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ପକ୍ଷରୁ ଦାୟର ଆବେଦନକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି । ଡ.ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ନିର୍ଦ୍ଦେଶ ପ୍ରଦାନ କରିବା ସହ ଅଦାଲତଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କୁ ୧୦ହଜାର ଟଙ୍କା ତଣ୍ଡ ହାଇକୋର୍ଟ ବାର କଲ୍ୟାଣ ପାଣ୍ଠିରେ ପଇଠ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ପ୍ରଦାନ କରାଯାଇଥିବା ମନୋନୟନ ପତ୍ରକୁ ଅଦାଲତରେ ପୁରସ୍କାରର ଦାବିଦାର ବୋଲି କହୁଥିବା ଆବେଦନକାରୀ ଉପସ୍ଥାପନ କରିପାରିନଥିଲେ । ଅଦାଲତଙ୍କ ସମୟକୁ ଅଯଥାରେ ନଷ୍ଟ କରିଥିବା ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଆବେଦନକାରୀଙ୍କୁ ଉପରୋକ୍ତ ଜରିମାନା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାରୁ ପ୍ରକାଶ ଯେ, ଭୁବନେଶ୍ୱରରେ ଅବସ୍ଥାନ କରୁଥିବା ଆବେଦନକାରୀ ପେସାରେ ଜଣେ ପଶୁ ଚିକିତ୍ସକ ଓ ଲେଖକ। ସେ ୨୯ଟି ପୁସ୍ତକ ରଚନା କରିଥିବା ବେଳେ ଢେଙ୍କାନାଳର ଆଉ ଜଣେ ଲେଖକ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୩ର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ ଏହି ପୁରସ୍କାର ପାଇଁ ଫୋନ କଲ ଆସିବା ସହ ଶୁଭେଚ୍ଛା ଜଣାଯାଇଥିଲା ବୋଲି ଆବେଦନରେ ଦର୍ଶାଇଥିଲେ। ହାଇକୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରି ଆବେଦନକାରୀ ଡା. ମିଶ୍ରଙ୍କୁ ସ୍ୱରଚିତ କୃତୀ ସହ ଅଦାଲତରେ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଆବେଦନକାରୀ ହାଜର ହୋଇଥିଲେ ସୁଦ୍ଧା ଆବଶ୍ୟକ ଦସ୍ତାବିଜ ଉପସ୍ଥାପନ କରିପାରିନଥିଲେ।

ହାଇକୋର୍ଟରେ ବଢୁଛି ମାମଲା ବୋଝ, ଏବେ ବି ଦେଢ଼ ଲକ୍ଷ ମାମଲା ବିଚାରାଧୀନ
କଟକ: ଓଡ଼ିଶା ହାଇକୋର୍ଟରେ ମାମଲା ବୋଝ ବୃଦ୍ଧି ପାଉଥିବା ବେଳେ ମାମଲା ଫଏସଲା ହାର ମଧ୍ୟ ବିଗତ ଦୁଇବର୍ଷ ତୁଳନାରେ ହ୍ରାସ ପାଇଛି। ୨୦୨୩ ଓ ୨୦୨୪ର ପ୍ରଥମ ତିନି ମାସ ତୁଳନାରେ ଚଳିତ ୨୦୨୫ର ପ୍ରଥମ ତିନି ମାସ ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚ ଶେଷ ସୁଦ୍ଧା ମାମଲା ଫଏସଲା ହାର ଅହେତୁକ ହ୍ରାସ ପାଇଛି। ବିଶେଷକରି ବିଗତ ଦୁଇବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ ତିନି ମାସରେ କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ମଧ୍ୟ କମିଥିବା ଜଣାପଡ଼ିଛି। ଏହା ଅନେକାଂଶରେ ଫଏସଲା ହାର ହ୍ରାସର କାରଣ ବୋଲି କୁହାଯାଉଛି।

ବର୍ତ୍ତମାନ ହାଇକୋର୍ଟରେ ମୋଟ ୩୩ଟି ମଞ୍ଜୁରିପ୍ରାପ୍ତ ବିଚାରପତି ପଦ ଥିବା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ମୋଟ ୧୯ଜଣ ବିଚାରପତି ରହିଛନ୍ତି। ଏହା ବିଗତ ତିନି ବର୍ଷ ମଧ୍ୟରେ ସର୍ବନିମ୍ନ। ୨୦୨୩ ଜାନୁଆରିରେ ୨୨ଜଣ, ଫେବୃଆରୀ ଓ ମାର୍ଚ୍ଚରେ ୨୧ଜଣ ବିଚାରପତି କାର୍ଯ୍ୟରତ ଥିଲେ। ଯେଉଁଠି ୨୦୨୪ ଜାନୁଆରିରେ ୨୦ଜଣ, ଫେବୃଆରୀ ଓ ମାର୍ଚ୍ଚରେ ୨୧ଜଣ ଥିଲେ। ତେବେ ୨୦୨୫ ଜାନୁଆରୀରୁ ଅଦ୍ୟାବଧି ୧୯ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି। ଏବେ ବି ୧୪ଟି ବିଚାରପତି ପଦ ଖାଲି ପଡ଼ିଛି। ଓଡ଼ିଶା ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ପଦର ୪୨ପ୍ରତିଶତ ପଦ ଖାଲି ପଡ଼ିଛି।

ହାଇକୋର୍ଟର ତଥ୍ୟ ଅନୁସାରେ, ୨୦୨୩ ଜାନୁଆରୀ ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ମାମଲା ଫଏସଲା ହାର ଥିଲା ୧୪୬.୭୧ ପ୍ରତିଶତ। ୨୦୨୩ର ପ୍ରଥମ ତିନି ମାସରେ ମୋଟ ୨୪୫୨୭ଟି ମାମଲା ରୁଜୁ ସ୍ଥଳେ ୩୫୮୩୪ଟି ଫଏସଲା ହୋଇଥିଲା। ସେହିଭଳି ୨୦୨୪ର ପ୍ରଥମ ତିନି ମାସରେ ୧୯୮୩୭ଟି ମାମଲା ରୁଜୁ ହୋଇଥିବା ବେଳେ ଫଏସଲା ହୋଇଥିଲା ୨୫୭୮୪ଟି। ଏହି ତିନି ମାସରେ ଫଏସଲା ହାର ରହିଥିଲା ୧୩୩.୨୬ପ୍ରତିଶତ। ହେଲେ ଚଳିତ ୨୦୨୫ ଜାନୁଆରୀ ପହିଲାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରଥମ ତିନି ମାସ ଅବଧି ମଧ୍ୟରେ ଫଏସଲା ହାର ହ୍ରାସ ପାଇ ୮୪.୯୨ ପ୍ରତିଶତ ରହିଛି। ଏହି ୩ ମାସର ଅବଧି ମଧ୍ୟରେ ମୋଟ ୨୩୧୦୭ଟି ମାମଲା ରୁଜୁ ହୋଇଥିଲା ବେଳେ ୧୯୬୨୩ଟି ମାମଲା ଫଏସଲା ହୋଇପାରିଥିଲା। ଅନ୍ୟପଟରେ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ବିଚାରାଧୀନ ମାମଲା ସଂଖ୍ୟା ୧ଲକ୍ଷ ୪୭ହଜାର ରହିଥିଲା ବେଳେ ବର୍ତ୍ତମାନ ସୁଦ୍ଧା ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧ଲକ୍ଷ ୫୦ହଜାରରୁ ଅଧିକ ହୋଇଛି।

ହାଇକୋର୍ଟରେ କନଷ୍ଟେବଳ ନିଯୁକ୍ତି ମାମଲା, ପ୍ରତିପକ୍ଷଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ
କଟକ:ବିଭିନ୍ନ ବଟାଲିୟନରେ ସିପାହି ଓ କନଷ୍ଟେବଳ ପଦ ପୂରଣ ପାଇଁ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ ସର୍ବୋଚ୍ଚ ବୟସ ସୀମା ୬ବର୍ଷ କୋହଳ ପାଇଁ ଜଣିକିଆ ବିଚାରପତି ପ୍ରଦାନ କରିଥିବା ୨୦୨୪, ଡିସେମ୍ବର ୫ର ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ରିଟ୍‌ ଅପିଲର ଆଜି ଶୁଣାଣି କରିଛନ୍ତି ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ। ଏହି ମାମଲାରେ ପ୍ରତିପକ୍ଷ ପ୍ରାର୍ଥୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଆଇନଜୀବୀ ରାଜୀବ ରଥ ଓ ବିପ୍ଳବ ବାହାଲି ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରିଥିଲେ। ଯେହେତୁ ଗତ ୨୦୨୮ରୁ ଉପରୋକ୍ତ ପଦ ପାଇଁ କୌଣସି ନିଯୁକ୍ତି ପରୀକ୍ଷା କରାଯାଇନଥିଲା । ତେବେ ସେହି ସମୟରେ ନିଯୁକ୍ତି ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ଯୋଗ୍ୟ ପ୍ରାର୍ଥୀ ୨୦୨୨ର ନିଯୁକ୍ତି ବିଜ୍ଞପ୍ତି ଆଧାରରେ ସର୍ବୋଚ୍ଚ ବୟସସୀମା ଅତିକ୍ରାନ୍ତ ପାଇଁ ଆବେଦନରୁ ବଞ୍ଚିତ ହୋଇଥିଲେ। ଏଥିପାଇଁ ଜଣିକିଆ ବିଚାରପତି ସର୍ବୋଚ୍ଚ ବୟସ ସୀମାକୁ କୋହଳ କରିଥିବା ନେଇ ଯୁକ୍ତି ଦର୍ଶାଯାଇଥିଲା । ଏହା ଉପରେ ଏହି ମାମଲାର ଆବେଦନକାରୀ ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ପରବର୍ତ୍ତୀ ଶୁଣାଣି ସମୟରେ ଜବାବ ରଖିବେ ବୋଲି ହାଇକୋର୍ଟ କହିଛନ୍ତି। ଜଣିକିଆ ବିଚାରପତି ପ୍ରଦାନ କରିଥିବା ୨୦୨୪, ଡିସେମ୍ବର ୫ର ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ରିଟ୍‌ ଅପିଲର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ରାଜ୍ୟର ବିଭିନ୍ନ ବାଟାଲିୟନରେ ୩୬୦ଟି ସିପାହି/କନଷ୍ଟେବଳ ପଦ ପୂରଣ ପାଇଁ ୨୦୨୪, ସେପ୍ଟେମ୍ବର ୨୨ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସସୀମା ୬ ବର୍ଷ କୋହଳ କରାଯିବ ବୋଲି ହାଇକୋର୍ଟ ରାୟ ଦେଇଥିଲେ ।

କମ୍ପାନୀଙ୍କୁ ପକ୍ଷଭୁକ୍ତ ନକରି ଅଧିକାରୀଙ୍କ ବିରୋଧରେ ଚେକ ବାଉନ୍ସ ମାମଲା ଗ୍ରହଣୀୟ ନୁହେଁ: ହାଇକୋର୍ଟ
କଟକ: ଯଦି ଏକ କମ୍ପାନୀକୁ ପକ୍ଷଭୁକ୍ତ କରାଯାଇନଥିବ ଓ କମ୍ପାନୀ ତରଫରୁ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଦ୍ୱାରା ଜାରି ଚେକ ବାଉନ୍ସ ହୋଇଥିବ ତାହେଲେ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ବିରୋଧରେ ଏନଆଇ ଆକ୍ଟରେ ମାମଲା ଚାଲିପାରିବ ନାହିଁ । ଏକ ଚେକ ବାଉନ୍ସ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଗୌରବ କୁମାର ହୋତାଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଡ.ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଏହି ମାମଲାରେ ଚେକରେ ସ୍ୱାକ୍ଷର କରିଥିବା ଅଭିଯୁକ୍ତ ଜଣକ ଏକ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଟନ୍ତି । ଅଭିଯୁକ୍ତ ଜଣକ ବ୍ୟକ୍ତିଗତ ଭାବେ ଚେକ ଜାରି କରି ନ ଥିଲେ ବରଂ କମ୍ପାନୀର ଏଜେଣ୍ଟ ଭାବେ ଏହା କରିଥିଲେ। ସେହିଭଳି ଏନଆଇ ଆକ୍ଟର ଧାରା ୧୪୧ଅନୁସାରେ ସମ୍ପୃକ୍ତ ଅଧିକାରୀଙ୍କୁ ଉତ୍ତରଦାୟୀ କରିବା ପୂର୍ବରୁ କମ୍ପାନୀଙ୍କୁ ପକ୍ଷଭୁକ୍ତ କରାଯିବା ଉଚିତ ବୋଲି ହାଇକୋର୍ଟ କହିବା ସହ ଆବେଦନକାରୀଙ୍କ ବିରୋଧରେ ବାଲେଶ୍ୱର ଜେଏମଏଫସି ଅଦାଲତରେ ଚାଲିଥିବା ମାମଲାକୁ ରଦ୍ଦ କରିଦେଇଛନ୍ତି।

ଆବେଦନକାରୀ ହରିୟାଣାର ଏକ କମ୍ପାନୀର କାର୍ଯ୍ୟନିର୍ବହୀ ନିର୍ଦ୍ଦେଶକ ଅଟନ୍ତି । କମ୍ପାନୀ ତରଫରୁ ବକେୟା ବାବଦରେ ସେ ଜନୈକ ପ୍ରତିପକ୍ଷଙ୍କୁ ଦେଇଥିବା ୪ଲକ୍ଷଟଙ୍କାର ଚେକ ଦୁଇ ଥର ବାଉନ୍ସ ହୋଇଥିଲା। ଏପରିକି ଖାତାଧାରୀ ଉକ୍ତ କମ୍ପାନୀ ପକ୍ଷରୁ ଦେୟ ବନ୍ଦ କରାଯାଇଥିଲା। ତେବେ ପ୍ରତିପକ୍ଷଙ୍କ ପକ୍ଷରୁ କମ୍ପାନୀକୁ ଅଭିଯୁକ୍ତ ଭାବେ ପକ୍ଷଭୁକ୍ତ କରାନଯାଇ ଆବେଦନକାରୀଙ୍କ ବିରୋଧରେ ଏନଆଇ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ଯାହାକୁ ବାଲେଶ୍ୱର ଜେଏମଏଫସି ଗତ ୨୦୧୪ରେ ଗ୍ରହଣ କରିଥିଲେ। ଏହା ବିରୋଧରେ ଆବେଦନକାରୀ ଶ୍ରୀ ହୋତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଦଶନ୍ଧି ଧରି ଘୃଣାପୂର୍ଣ୍ଣ ଆରୋପ ପ୍ରତ୍ୟାରୋପ ବିବାହ ବନ୍ଧନ ଭାଙ୍ଗିବାର ପ୍ରତିଫଳନ: ହାଇକୋର୍ଟ
କଟକ: ଦୀର୍ଘ ଏକ ଦଶନ୍ଧି ଧରି ଉଭୟ ସ୍ୱାମୀ ଓ ସ୍ତ୍ରୀ ଘୃଣାପୂର୍ଣ୍ଣ ଆରୋପ ପ୍ରତ୍ୟାରୋପରେ ଲିପ୍ତ ରହିବା ସମ୍ପୂର୍ଣ୍ଣ ରୂପରେ ବିବାହ ବନ୍ଧନ ଭାଙ୍ଗିଯିବାର ପ୍ରତିଫଳନ ବୋଲି ହାଇକୋର୍ଟ କହିଛନ୍ତି। ଦୀର୍ଘ ୧୨ବର୍ଷ ଧରି କୌଣସି ପକ୍ଷ ଦାମ୍ପତ୍ୟ ଅଧିକାର ଅକ୍ଷୁଣ୍ଣ ରଖିବା ଦିଗରେ ପ୍ରୟାସ କରିନାହାନ୍ତି ବରଂ ଉଭୟ ପରସ୍ପର ବିରୋଧରେ କଟୁ ତଥା ଘୃଣାଭାବ ପ୍ରଦର୍ଶନ କରିଆସିଛନ୍ତି। ଏଭଳି ସ୍ଥଳେ ଦଶନ୍ଧି ଧରି ସେମାନଙ୍କ ବିବାହ ବନ୍ଧନ ସମ୍ପୂର୍ଣ୍ଣ ଭାଙ୍ଗିସାରିଛି। ଏଣୁ ହିନ୍ଦୁ ବିବାହ ଆଇନର ଧାରା ୧୩(୧)ଅନୁସାରେ ହାଇକୋର୍ଟ ଏକ ଦାମ୍ପତ୍ୟ କଳହ ବିବାଦର ଶୁଣାଣି କରି ବିବାହ ବିଛେଦକୁ ମଞ୍ଜୁର କରିବା ସହ ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଜଷ୍ଟିସ ବିଭୁପ୍ରସାଦ ରାଉତରାୟ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ୱାମୀଙ୍କ ପକ୍ଷରୁ ପରିବାର ଅଦାଲତଙ୍କ ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି । ଅନ୍ୟପଟରେ ପ୍ରତିପକ୍ଷ ପତ୍ନୀଙ୍କୁ ସ୍ଥାୟୀ ତଥା ଏକକାଳୀନ ଭରଣପୋଷଣ ବାବଦରେ ୧୮ଲକ୍ଷ ଟଙ୍କା ପଇଠ କରିବାକୁ ଆବେଦନକାରୀ ସ୍ୱାମୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ପ୍ରକାଶଥାଉ କି, ଉଭୟଙ୍କ ମଧ୍ୟରେ ଗତ ୨୦୧୩ ମାର୍ଚ୍ଚ୩ରୁ ବିବାହ ହୋଇଥିଲେ ହେଁ ପରବର୍ତ୍ତୀ କିଛି ମାସ ମଧ୍ୟରେ ଦାମ୍ପତ୍ୟ କଳହ ଚରମ ସୀମାରେ ପହଞ୍ଚିଥିଲା। ଏପରିକି ପତ୍ନୀ ୨୦୧୩ ଡିସେମ୍ବର ୨୧ରୁ ଅଲଗା ରହିଆସୁଥିବା ବେଳେ ସ୍ୱାମୀଙ୍କ ବିରୋଧରେ ଏକ ଫୈାଜଦାରୀ ମାମଲା ମଧ୍ୟ ରୁଜୁ କରିଥିଲେ। ତେବେ ବିବାହ ବିଛେଦ ପାଇଁ ସ୍ୱାମୀଙ୍କ ପକ୍ଷରୁ ଢେଙ୍କାନାଳ ପରିବାର ଅଦାଲତରେ ମାମଲା ଦାୟର କରାଯାଇଥିଲା। ହେଲେ ୨୦୧୭ରେ ପରିବାର ଅଦାଲତ କିନ୍ତୁ ବିବାହ ବିଛେଦକୁ ଅନୁମତି ନଦେଇ ମାମଲାକୁ ଖାରଜ କରିଦେଇଥିଲେ। ଏହା ବିରୋଧରେ ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରିବାର ଅଦାଲତଙ୍କ ରାୟକୁ ଖାରଜ କରିବା ସହ ଉଭୟଙ୍କ ମଧ୍ୟରେ ବିବାହ ବିଛେଦକୁ ମଞ୍ଜୁର କରିବ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି।

ଗର୍ଭପାତ ପ୍ରସଂଗରେ ସ୍ୱତନ୍ତ୍ର ଏସଓପି ପ୍ରଣୟନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଦୁଷ୍କର୍ମ ପୀଡ଼ିତା ଜନୈକା ୧୩ବର୍ଷୀୟା ନାବାଳିକାର ଗର୍ଭପାତ ପାଇଁ ଅନୁମତି ଲୋଡି ତାର ପିତାଙ୍କ ପକ୍ଷରୁ ଦାୟର ମାମଲାରେ ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏହି ସମ୍ବେଦନଶୀଳ ମାମଲାରେ ଉଭୟ ଗର୍ଭପାତ ଓ ଗର୍ଭଧାରଣ କରି ସନ୍ତାନ ଜନ୍ମ ଦେବା ଉଭୟ କ୍ଷେତ୍ରରେ ବିପଦ ଆଶଙ୍କା ରହିଛି। ଆଇନ ସମ୍ମୁଖରେ ଦୁଇଟି କଠିନ ବିକଳ୍ପ ରହିଥିଲେ ସୁଦ୍ଧା କମ କ୍ଷତି ହେଉଥିବା ବିକଳ୍ପକୁ ଗ୍ରହଣ କରାଯିବା ଉଚିତ। ୧୩ବର୍ଷୀୟା ନାବାଳିକାକୁ ସନ୍ତାନ ଜନ୍ମ ପର୍ଯ୍ୟନ୍ତ ଗର୍ଭଧାରଣ କରିବା ପାଇଁ ବାଧ୍ୟ କରିବା ତାର ଶରୀର ଓ ମନ ପ୍ରତି ଏକ ଅସହନୀୟ ବୋଝ ହେବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଉପରୋକ୍ତ ଆବେଦନକୁ ଅନୁମତି ଦେବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ଏଥିପାଇଁ ଆବଶ୍ୟକ ପ୍ରକ୍ରିୟା ବିଳମ୍ବ ନକରି ସମାପନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟରେ ଗର୍ଭପାତ ପ୍ରସଂଗରେ ଏସଓପି( ମାନକ ସଂଚାଳନ ପ୍ରକ୍ରିୟା) ପ୍ରଣୟନ ସହ ଏହାକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସ୍ତ୍ରୀ ଓ ପ୍ରସୂତି ରୋଗ ,ପ୍ରଜନନ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞଙ୍କ ସମେତ ଚିକିତ୍ସା ବିଜ୍ଞାନ ସହିତ ଜଡିତ ଆଇନ ବିଶାରଦଙ୍କ ପରାମର୍ଶରେ ଏହି ଏସଓପି ପ୍ରସ୍ତୁତ କରାଯିବ । ଏସଓପି ପ୍ରସ୍ତୁତ ହେବା ପରେ ଏହାକୁ ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା ପ୍ରତିଷ୍ଠାନ ଉଦ୍ଦେଶ୍ୟରେ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯିବ। ସେହିଭଳି ଅନାବଶ୍ୟକ ବିଳମ୍ବ ଓ ପୀଡିତା ସମ୍ମୁଖୀନ ହେଉଥିବା ଆଇନଗତ ସମସ୍ୟାକୁ ଏଡାଇବା ପାଇଁ ଏଥିରେ ଧ୍ୟାନ ଦିଆଯିବ। ନାବାଳିକାଙ୍କ କ୍ଷେତ୍ରରେ ଦକ୍ଷ ମନୋବିଜ୍ଞାନୀଙ୍କୁ ନିୟୋଜିତ କରାଯାଇ କାଉନସେଲିଂ କରାଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ଏସଓପି କାର୍ଯ୍ୟକାରୀ ହେଉଛି କି ନାହିଁ ତାହାର ନିୟମିତ ସମୀକ୍ଷା କରିବ। ଅନ୍ୟପଟରେ ଏଭଳି ସମ୍ବେଦନଶୀଳ ପ୍ରସଂଗରେ ପୁଲିସ ଥାନା ଗୁଡିକୁ ସଚେତନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯିବ । ବିଶେଷକରି ବେଆଇନ ଗର୍ଭଧାରଣ ପ୍ରସଂଗରେ ପୁଲିସ ଥାନା ଗୁଡିକ ନିକଟସ୍ଥ ଆଇନ ସେବା ପ୍ରାଧିକରଣ ଓ ପାରାଲିଗାଲ ସ୍ୱେଚ୍ଛାସେବୀଙ୍କ ଠାରୁ ଆଇନଗତ ପରାମର୍ଶ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପ୍ରକାଶଥାଉକି ସିକିଲସେଲ ଆନେମିଆ ସହିତ ଅପସ୍ମାରରେ ଆକ୍ରାନ୍ତ ୧୩ ବର୍ଷିୟା ଅନୁସୂଚୀତ ଜନଜାତି ନାବାଳିକା ଜଣକ ତାଙ୍କ ସହିତ ହୋଇଥିବା ଦୁଷ୍କର୍ମ ପାଇଁ ଗର୍ଭବତୀ ହୋଇଥିଲେ। ଗର୍ଭଧାରଣ ୨୬ ସପ୍ତାହ ଅତିକ୍ରାନ୍ତ କରି ସାରିଥିବାରୁ ନାବାଳିକାଙ୍କ ସ୍ଥିତିର ଆକଳନ ସହିତ ଗର୍ଭପାତ ପାଇଁ ବ୍ୟବସ୍ଥା କରିବାକୁ ମେଡିକାଲ ବୋର୍ଡ ଗଠନ ଲାଗି ଏମକେସିଜି ମେଡିକାଲର ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ନାବାଳିକାଙ୍କ ପିତା ହାଇକୋର୍ଟରେ ମାମଲା ଦାୟର କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଡିକାଲ ବୋର୍ଡ ଗଠନ କରାଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ରିପୋର୍ଟ ଦିଆଯାଇଥିଲା। ଉଭୟ ଗର୍ଭଧାରଣ ଓ ଗର୍ଭପାତ ଜଟୀଳ ଥିବା ଦର୍ଶାଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ଦାଖଲ ତଥ୍ୟ ଓ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ ଯାହା ଆଜି ପ୍ରକାଶ ପାଇଛି।

ପ୍ରେମ ବିଫଳ ହେବା ଏକ ଅପରାଧ ନୁହେଁ, ପ୍ରେମିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଖାରଜ କଲେ ହାଇକୋର୍ଟ
କଟକ: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ସ୍ଥାପନ କରିବାକୁ ଅପରାଧ ବିବେଚନା କରାଯିବା ପଛରେ ରହିଥିବା ଧାରଣା ଉପରେ ହାଇକୋର୍ଟ ଆପତ୍ତି ଉଠାଇଛନ୍ତି। ଜଣେ ମହିଳା କେବଳ ପୁରୁଷ ସହ ଯୌନ ସମ୍ପର୍କ ବିବାହ ପ୍ରତିଶ୍ରୁତି ଆଧାରରେ ସ୍ଥାପନ କରିଥାଏ ବୋଲି ଧାରଣା ନ୍ୟାୟିକ ସିଦ୍ଧାନ୍ତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଣୁ ବିବାହ ପ୍ରତିଶ୍ରୁତି ଆଳରେ ଅସଫଳ ସମ୍ପର୍କର ସ୍ୱୟଂକ୍ରିୟ ଅପରାଧିକରଣର ଯାଞ୍ଚ କରାଯିବା ଉଚିତ। ପ୍ରେମ ବିଫଳ ହେବା ଅପରାଧ ନୁହେଁ ବରଂ ଅସଫଳ ସମ୍ପର୍କ ବିବାହରେ ପରିଣତ ନହେବା ଏକ ବ୍ୟକ୍ତିଗତ ଅଭିଯୋଗ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଡ.ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ରାୟ ପ୍ରଦାନ କରିବା ସହ ଆବେଦନକାରୀଙ୍କ ବିରୋଧରେ ବଲାଙ୍ଗୀର ଟାଉନ ଥାନା ଓ ଏସଡିଜେଏମଙ୍କ ଅଦାଲତରେ ରୁଜୁ ମାମଲାକୁ ଖାରଜ କରିଦେଇଛନ୍ତି।

ମାମଲାରୁ ପ୍ରକାଶ ଯେ,ଆବେଦନକାରୀ ଓ ଅଭିଯୋଗକାରୀ ମହିଳାଙ୍କ ମଧ୍ୟରେ ୨୦୧୨ରୁ ୯ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ଆବେଦନକାରୀ ବିବାହର ପ୍ରତିଶ୍ରୁତି ଦେଇ ଆସୁଥିଲେ। ଉଭୟଙ୍କ ମଧ୍ୟରେ ଯୌନସମ୍ପର୍କ ମଧ୍ୟ ସ୍ଥାପନ ହୋଇଥିଲା। ତେବେ କୌଣସି କାରଣରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ସମ୍ପର୍କ ଭାଙ୍ଗିଯାଇଥିଲା । ବିବାହ ପାଇଁ ଆବେଦନକାରୀ ରାଜି ନହେବାରୁ ମହିଳା ଜଣକ ୨୦୨୧ରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦେଇଥିଲେ। ତାଙ୍କ ସମ୍ମତି ବିନା ଆବେଦନକାରୀ ଯୌନ ସମ୍ପର୍କ ସ୍ଥାପନ କରି ଗର୍ଭବତୀ କରିଥିଲେ। ପରେ ତାଙ୍କର ଗର୍ଭପାତ କରାଇଥିଲେ ବୋଲି ଏତଲାରେ ଦର୍ଶାଇବା ସହ ପ୍ରେମିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଅଭିଯୋଗକାରୀ ପ୍ରେମିକା।

୨୦୨୩ରେ ପୁଣି ଏସଡିଜେଏମଙ୍କ ଅଦାଲତରେ ଅଭିଯୋଗକାରୀ ମହିଳା ଜଣକ ଆଉ ଏକ ମାମଲା ଆବେଦନକାରୀଙ୍କ ନାମରେ ଦାୟର କରିଥିଲେ। ଯେଉଁଥିରେ ସେ ଓ ଆବେଦନକାରୀ ବିବାହ କରିଥିବା ଦର୍ଶାଇ ପତ୍ନୀ ମାନ୍ୟତା ଦାବି କରିଥିଲେ। ଦୁଇ ଅଭିଯୋଗର ଅସଂଗତି ଓ ପାରିପାରର୍ଶ୍ବିକ ପୃଷ୍ଠଭୂମିକୁ ତର୍ଜମା କରି ଆବେଦନକାରୀଙ୍କ ବିରୋଧରେ ରୁଜୁ ମାମଲାକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।

ବିବାହ ବିଚ୍ଛେଦ ପାଇଁ ଉଭୟଙ୍କ ସମ୍ମତି ଆବଶ୍ୟକ: ହାଇକୋର୍ଟ
କଟକ: ହିନ୍ଦୁ ବିବାହ ଆଇନରେ ଯଦି ଦମ୍ପତିଙ୍କ ମଧ୍ୟରେ କେହି ଜଣେ ବି ବିଚ୍ଛେଦ ପାଇଁ ସମ୍ମତି ପ୍ରତ୍ୟାହାର କରେ, ବିବାହ ବିଚ୍ଛେଦ ଆଦେଶ ପ୍ରଦାନ କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ବିଭିନ୍ନ ଦୃଷ୍ଟାନ୍ତମୂଳକ ରାୟରେ ମଧ୍ୟ ଏହା ସ୍ପଷ୍ଟ ହୋଇଛି ବୋଲି ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଆଜି ଏହି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଜଣେ ମହିଳାଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀ ଏପରି ରାୟ ଦେଇଛନ୍ତି। ଆବେଦନକାରୀ ବିବାହ ବିଚ୍ଛେଦ ପାଇଁ ସମ୍ମତି ପ୍ରତ୍ୟାହାର କରିବାର ୪ ଦିନ ପରେ ବାଲେଶ୍ୱର ପରିବାର ଅଦାଲତ ବିବାହ ବିଚ୍ଛେଦକୁ ଅନୁମତି ଦେଇ ଜାରି କରିଥିବା ଆଦେଶ ଆଇନ ଆଖିରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ହିନ୍ଦୁ ବିବାହ ଅଧିନିୟମ-୧୯୫୫ର ଧାରା ୧୩(ଖ)ରେ ପରସ୍ପର ସମ୍ମତିରେ ସ୍ୱାମୀ-ସ୍ତ୍ରୀ ବିବାହ ବିଚ୍ଛେଦ ଆବେଦନ କରିବାର ବ୍ୟବସ୍ଥା ରହିଛି। ତେବେ ମାମଲା ବିଚାରାଧୀନ ଥିବା ଓ ଯୁକ୍ତି ଉପସ୍ଥାପନ ଶେଷ ହୋଇଥିଲେ ମଧ୍ୟ ଦମ୍ପତିଙ୍କ ମଧ୍ୟରୁ ଜଣେ ସମ୍ମତି ପ୍ରତ୍ୟାହାର କରିପାରିବେ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଏଣୁ ବାଲେଶ୍ୱର ପରିବାର ଅଦାଲତଙ୍କ ଗତ ୨୦୨୧ ନଭେମ୍ବର୨୨ର ଆଦେଶକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଅନ୍ୟପଟରେ ଆସନ୍ତା ୬ ମାସ ମଧ୍ୟରେ ପରିବାର ଅଦାଲତ ଏହି ମାମଲାର ଫଇସଲା କରିବାକୁ ହାଇକୋର୍ଟ କହିଛନ୍ତି।

ପ୍ରକାଶଥାଉକି, ଉଭୟ ଆବେଦନକାରୀ ଓ ତାଙ୍କ ସ୍ୱାମୀ ଯୁଗ୍ମ ଭାବେ ବିବାହ ବିଚ୍ଛେଦ ପାଇଁ ସମ୍ମତିପୂର୍ବକ ପରିବାର ଅଦାଲତରେ ୨୦୨୦ରେ ଆବେଦନ କରିଥିଲେ। ତେବେ ୨୦୨୧ ନଭେମ୍ବର ୧୮ରେ ଆବେଦନକାରୀ ପତ୍ନୀ ସମ୍ମତି ପ୍ରତ୍ୟାହାର କରିନେଇଥିଲେ। ହେଲେ ଏହାର ୪ ଦିନ ପରେ ବିବାହ ବି‌ଚ୍ଛେଦକୁ ମଞ୍ଜୁର କରି ବାଲେଶ୍ୱର ପରିବାର ଅଦାଲତ ଆଦେଶନାମା ଜାରି କରିଥିଲେ। ଏହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ଦର୍ଶାଇ ଏହି ଆଦେଶ ବିରୋଧରେ ପତ୍ନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଜୁନିୟର ଟିଚର ନିଯୁକ୍ତି ମାମଲା: ଖାଲି ପଡିଥିବା ୬ ହଜାର ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ହାଇକୋର୍ଟରେ ଜୁନିୟର ଟିଚର ନିଯୁକ୍ତି ମାମଲା। ଖାଲି ପଡିଥିବା ୬ ହଜାର ଶିକ୍ଷକ ପଦବୀରେ ଖୁବଶୀଘ୍ର ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ମେରିଟ ଆଧାରରେ ତୁରନ୍ତ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶ । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର କରିଥିଲେ ବିଜ୍ଞପ୍ତି।ପରୀକ୍ଷା ପରେ ୧୬ ହଜାର ଚୂଡାନ୍ତ ତାଲିକା କରିଥିଲେ ସରକାର। ସେଥିମଧ୍ୟରୁ ପ୍ରାୟ ୨ ହଜାର ଶିକ୍ଷକ ଯୋଗ ଦେଇ ନ ଥିଲେ ।

ସେହି ବିଜ୍ଞପ୍ତି ଅନୁଯାୟୀ, ଖାଲି ଥିବା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ। ପରୀକ୍ଷା ଦେଇ ମେଧା ତାଲିକାରେ ଥିବା ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ନିର୍ଦ୍ଦେଶ। ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ।

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ପୋଷ୍ୟ ସନ୍ତାନକୁ ମିଳିବ ଅନୁକମ୍ପା ନିଯୁକ୍ତି
କଟକ: ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ପୋଷ୍ୟ ଭାବେ ଗ୍ରହଣ କରିଥିବା ପୁଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମୃତ ସରକାରୀ କର୍ମଚାରୀଙ୍କ ପତ୍ନୀ ପୋଷ୍ୟ ଭାବେ ଗ୍ରହଣ କରିଥିବା ପୁତ୍ରକୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ସପକ୍ଷରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍‌‌) ୨୦୧୫, ସେପ୍ଟେମ୍ବର ୨୯ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି। ଅନ୍ୟପଟରେ ସ୍ୟାଟ୍‌‌ ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଆସନ୍ତା ଚାରି ସପ୍ତାହ ଭିତରେ ସ୍ୟାଟ୍‌‌ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କହିଛନ୍ତି ଖଣ୍ଡପୀଠ। ଓସିଏସ୍‌‌ (ଆରଏ) ନିୟମାବଳୀ, ୧୯୯୦ ଅନୁସାରେ ପଞ୍ଜୀକୃତ ଦଲିଲ ମାଧ୍ୟମରେ ଆଇନ ଅନୁଯାୟୀ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ପୁଅ ଅନୁକମ୍ପାମୂଳକ ନିଯୁକ୍ତି ପାଇବେ। କର୍ମଚାରୀଙ୍କ ମୃତ୍ୟୁ ପରେ ପଞ୍ଜୀକୃତ କରାଯାଇଥିବା ପୋଷ୍ୟ ସନ୍ତାନ ଦଲିଲକୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ବେଳେ ବିଚାରକୁ ନିଆଯିବ ନାହିଁ ବୋଲି ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ୧୯୯୬, ଅକ୍ଟୋବର ୧୦ର ଆଦେଶପତ୍ର ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିବା ସହ ଏହାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୧୯୯୦ ନିୟମାବଳୀର ବିରୁଦ୍ଧାଚରଣ କରିବା ସହିତ ପକ୍ଷଙ୍କ ମୌଳିକ ଅଧିକାର ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟ ମତ ଦେବା ସହିତ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି।

ମାମଲାରୁ ପ୍ରକାଶ ଯେ, ବାଲିଗୁଡ଼ା ବ୍ଲକ ଶିକ୍ଷାଅଧିକାରୀ(ବିଇଓ)ଙ୍କ ଅଧୀନ କେଟିଙ୍ଗା ୟୁପି ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ୱଲିୟମ ସିଂଙ୍କ ୧୯୯୨, ଏପ୍ରିଲ ୯ରେ ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପତ୍ନୀ ନିରଞ୍ଜନା ସିଂ ଜଣଙ୍କୁ ପୋଷ୍ୟ ପୁଅ ଭାବେ ଗ୍ରହଣ ନେଇ ଦଲିଲ ପଞ୍ଜୀକରଣ କରାଇଥିଲେ। ଏହାପରେ ପୋଷ୍ୟ ପୁଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଦରଖାସ୍ତ କରିବାରୁ ତାଙ୍କୁ ମାସ୍କାପଙ୍ଗା ପ୍ରାଥମିକ ସ୍କୁଲରେ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ୧୯୯୩, ନଭେମ୍ବର ୨୦ରେ ତାଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ କାର୍ଯ୍ୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଏପରିକି ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ପୋଷ୍ୟପୁତ୍ର ପ୍ରମାଣ ସିଦ୍ଧ ପାଇଁ ସେ ବାଲିଗୁଡ଼ା ସିଭିଲ ଜଜ୍‌‌ (ଏସଡି) ଅଦାଲତରେ ମାମଲା ଦାୟର କରିଥିଲେ।