Anjana Mishra - The Sakala

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବିବନକୁ ନେଇ ସିନ୍ ରିକ୍ରିଏସନ୍ କଲା ସିବିଆଇ
ଭୁବନେଶ୍ବର : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି ସିବିଆଇ ଟିମ୍ । ବାରଙ୍ଗ ଅଞ୍ଚଳର ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଛି । ୧୯୯୯ ମସିହାର ସେହି କାଳ ରାତିରେ କେମିତି ବିବନ କୁକର୍ମ କରିଥିଲା ତାର ଡେମୋ ଦେଖାଉଛି ।

ସିବିଆଇ ଗୁରୁବାର ଠାରୁ ବିବନ ବିଶ୍ୱାଳ ଓରଫ ଜଳନ୍ଧରକୁ ୨ ଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡର ଶେଷ ଦିନରେ ୨୨ ବର୍ଷ ତଳର କାଳ ରାତିର କଳଙ୍କିତ ଘଟଣା କିପରି ଘଟାଇଥିଲା ତାହା କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଛି। କେମିତି, କେଉଁ ରାସ୍ତା ଦେଇ ପୀଡିତାଙ୍କୁ ବିବନ ନେଇ ଯାଇଥିଲା, ତାହା ସିବିଆଇକୁ ଦେଖାଇଛି ନିଜେ ବିବନ । ଗତକାଲିଠୁ ସେ ସିବିଆଇର ରିମାଣ୍ଡରେ ଅଛି । ଝାରପଡା ଜେଲରେ ଟିଆଇ ପରେଡ ସରିବା ପରେ ତାକୁ ରିମାଣ୍ଡରେ ନେଇଛି ସିବିଆଇ ।

ଘଟଣା ପରେ ବିବନ କେମିତି ଖସି ପଳାଇଥିଲା । ନାଁ ପରିବର୍ତ୍ତନ ଓ ଫେରାର୍ ହେବାରେ ତାକୁ କିଏ ସହଯୋଗ କରିଥିଲା । ଜେରା ବେଳେ ଏମିତି ଅନେକ ପ୍ରଶ୍ନ ସିବିଆଇ ଗୁଡ଼େଇ ତୁଡ଼େଇ କରି ପଚାରିଛି । ବୁଧବାର ଝାରପଡ଼ା ଜେଲରେ ଟିଆଇ୍ ପରେଡରେ ଅଞ୍ଚନା ମିଶ୍ର ବିବନକୁ ଚିହ୍ନଟ କରିଥିଲେ । ଟିଆଇ ପରେଡରେ ଅଞ୍ଜନାଙ୍କ ଗାଡ଼ି ଚଳାଉଥିବା ଡ୍ରାଇଭର୍ ସାମିଲ୍ ଥିଲେ । ଘଟଣାର ୨୨ ବର୍ଷ ପରେ କମିଶନରେଟ୍ ପୋଲିସ ବିବନକୁ ମହାରାଷ୍ଟ୍ର ଅମ୍ବାଭ୍ୟାଲିରୁ ଅପରେସନ୍ ସାଇଲେଣ୍ଟ ଭାଇପର୍ ମାଧ୍ୟମରେ ଗିରଫ କରିଥିଲା ।

ବିବନ କହିବ ୨୨ ବର୍ଷ ତଳର ଅଞ୍ଜନା ମିଶ୍ର ଗଣଦୁର୍ଷ୍କମର କିଏ ଥିଲା ଷଡ଼ଯନ୍ତ୍ରକାରୀ
ଭୁବନେଶ୍ବର : ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ କିଏ ଥିଲା ମୁଖ୍ୟ ଷଡ଼ଯନ୍ତ୍ରକାରୀ, କଣ ଥିଲା ସେହି କାଳ ରାତିର କାହାଣୀ ତାହା ଜାଣିବା ପାଇଁ ମୁଖ୍ୟ ଅଭିଯୁକ୍ତ ବିବନୁ ଆଜିଠୁ ଦୁଇଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ଦୁଇ ଦିନିଆ ରିମାଣ୍ଡରେ ନେଇ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳଠୁ ସତ ଓଗାଳିବା ପାଇଁ ମାରାଥନ ଜେରା କରିବ ତଦନ୍ତକାରୀ ସଂସ୍ଥା ସିବିଆଇ।

୧୯୯୯ ମସିହାର ସେହି କାଳ ରାତିରୁ ବାରଙ୍ଗ ନରଣପୁର ଠାରୁ ମୁମ୍ବାଇର ଆମ୍ବିଭ୍ୟାଲି ପର୍ଯ୍ୟନ୍ତ ସମସ୍ତ ତଥ୍ୟ ହାସଲ ପାଇଁ ପ୍ରଚେଷ୍ଠା ଚଳାଇଛି ସିବିଆଇ। କୁତ୍ସିତ କାରନାମା କରିବା ପରେ କେମିତି ରାଜ୍ୟ ବାହାରକୁ ଚମ୍ପଟ ମାରିଥିଲା ? କାହା ପ୍ରରୋଚନାରେ ଜଘନ୍ୟକାଣ୍ଡ ଘଟାଇଥିଲା କି ? କେଉଁମାନେ ଫେରାର କରାଇବାରେ ସହଯୋଗ କରିଥିଲେ ? ରାଜ୍ୟ ବାହାରେ କିଏ ସହଯୋଗ କରିଥିଲେ କି ? ପରିବାର ଲୋକଙ୍କ ସହ ସମ୍ପର୍କରେ ଥିଲା କି ନାହିଁ ? କେମିତି ନାଁ ବଦଳାଇ ଲୁଚିଥିଲା ଓ କେଉଁ ସ୍ଥାନରେ ରହିଥିଲା ? ଏଭଳି ଅନେକ ତଥ୍ୟ ହାସଲ କରିବାକୁ ସିବିଆଇ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି।

ରିମାଣ୍ଡ ବେଳେ ବିବନକୁ ବାରଙ୍ଗ ରାସ୍ତାରେ ଯେଉଁ ସ୍ଥାନରେ ଘଟଣା ଘଟିଥିଲା ସେଠାକୁ ନେଇ ସିବିଆଇ କ୍ରାଇମ ସିନ୍ ରିକ୍ରିଏସନ୍ କରିପାରେ । ଏଥି ସହିତ  କମିଶନରେଟ୍ ପୋଲିସ ଠାରୁ ମିଳିଥିବା ନକଲି ପରିଚୟପତ୍ରକୁ ନେଇ ମଧ୍ୟ ଖୋଳତାଡ଼ କରିବ ସିବିଆଇ।  ଆବଶ୍ୟକ ହେଲେ ବିବନକୁ ଦ୍ୱିତୀୟ ପର୍ୟ୍ୟାୟ ରିମାଣ୍ଡରେ ଆଣିବା ପାଇଁ ସିବିଆଇ କୋର୍ଟରେ ଆବେଦନ କରିପାରେ ।

ଗତକାଲି ଭୁବନେଶ୍ୱର ଝାରପଡ଼ା ଜେଲରେ ବିବନର ଟିଆଇ ପରେଡ ହୋଇଥିଲା । ୧୦ଜଣଙ୍କୁ ଛିଡ଼ା କରାଯାଇ ତାଙ୍କ ଭିତରୁ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଚିହ୍ନିବାକୁ କୁହାଯାଇଥିଲା। ହେଲେ ଅଞ୍ଜନା କିନ୍ତୁ ବ୍ୟସ୍ତବିବ୍ରତ ନହୋଇ ଆଙ୍ଗୁଠି ଉଠାଇ ଚିହ୍ନିଥିଲେ କଳା ରାତିର ସେହି ରାକ୍ଷାସ ବିବନଙ୍କୁ। ତାସହ ଘଟଣାଦିନ ଅଞ୍ଜନାଙ୍କ କାର୍ ଡ୍ରାଇଭର ଥିବା ନୀଳକଣ୍ଠ ରାଉତ ବି ବିବନକୁ ଟିଆଇ ପରେଡରେ ଚିହ୍ନଟ କରିଥିଲେ। ।

ଟିଆଇ ପରେଡ୍‌ରେ ଅଭିଯୁକ୍ତ ବିବନ ବିଶ୍ଵାଳକୁ ଚିହ୍ନଟ କଲେ ଅଞ୍ଜନା ମିଶ୍ର
ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁର୍ଷ୍କମ ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳର ଟିଆଇ ପରେଡ ଶେଷ ହୋଇଛି। ଝାରପଡ଼ା ଜେଲ ପରିସରରେ ଟିଆଇ ପରେଡ ବା ଅଭିଯୁକ୍ତ ଚିହ୍ନଟ ପରେଡ଼ରେ ଅଭିଯୁକ୍ତ ବିବିନକୁ ଟିହ୍ନଟ କରିଛନ୍ତି ଅଞ୍ଜନା ମିଶ୍ର । ୨୨ ବର୍ଷ ପରେ ଅଭିଯୁକ୍ତକୁ ପୀଡିତା ଅଞ୍ଜନା ମିଶ୍ର ଚିହ୍ନଟ କରିଛନ୍ତି। ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଟିଆଇ ପରେଡ୍ ଶେଷ ହୋଇଛି। ଅଭିଯୁକ୍ତ ବିବନ ବିଶ୍ଵାଳକୁ ଚିହ୍ନିବା ପାଇଁ ଏହି ଟିଆଇ ପରେଡ୍ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ବିବନ ସମେତ ୧୦ ଜଣ କଏଦୀଙ୍କୁ ଏକାଠି ଗୋଟିଏ ଧାଡ଼ିରେ ଛିଡ଼ା କରାଯାଇଥିଲା । ସେହି ୧୦ ଜଣଙ୍କ ଉଚ୍ଚତା ଓ ଶରୀରର ଗଠନ ପାଖାପାଖି ସମାନ ରହିଥିଲା। ତେବେ ଅଞ୍ଜନା ମିଶ୍ର ଜଣଙ୍କୁ ଚିହ୍ନଟ କରିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ମାତ୍ର ଟିଆଇ ପରେଡ୍ ପରେ ଜେଲ୍ ବାହାରକୁ ଆସି ସେ ଏ ବାବତରେ କିଛି କହି ନ ଥିଲେ। ଟିଆଇ ପରେଡ୍ ସମୟରେ ୧୦ ଜଣ ଅପରାଧୀ ଥିଲେ ଓ ଏହାର ଫଳାଫଳ କୋର୍ଟରୁ ଜଣାପଡ଼ିବ, ମୁଁ କେମିତି କହିବି ବୋଲି ମତ ରଖିଥିଲେ ଅଞ୍ଜନା।

ଟିଆଇ ପରେଡ୍ ସମୟରେ ମାଜିଷ୍ଟ୍ରେଟ ଓ ଜେଲ୍‌ର ଅଧିକାରୀ ଉପସ୍ଥିତ ଥିଲେ । ବ୍ୟବସ୍ଥା ଅନୁସାରେ, ପୀଡ଼ିତା ଧାଡ଼ିରେ ଛିଡ଼ା ହୋଇଥିବା କଏଦୀଙ୍କ ଭିତରୁ ଜଣଙ୍କୁ ଚିହ୍ନଟ କରିବେ। ଏହାର କାଗଜପତ୍ର ମଧ୍ୟ ରହିବ। ଯେଉଁ ଜେଲ ଅଧିକାରୀ ଉପସ୍ଥିତ ଥିବେ ସେ ଏଥିରେ ଦସ୍ତଖତ କରିବେ। କୋର୍ଟରେ ଯେତେବେଳେ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହେବ; ଜେଲ ଅଧିକାରୀ ସେହି ସମୟରେ ଉପସ୍ଥିତ ରହି ସାକ୍ଷ୍ୟ ପ୍ରଦାନ କରିବେ।

ଅନ୍ୟପଟେ ବିବନକୁ ୫ ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର ସ୍ବତନ୍ତ୍ର ସିଜେଏମଙ୍କ ନିକଟରେ ଆବେଦନ କରିଥିଲା ସିବିଆଇ ଟିମ୍ । ହେଲେ ୨ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ସ୍ପେଶାଲ ସିଜେଏମ ସିବିଆଇ କୋର୍ଟ । ଦୁଇ ଦିନିଆ ରିମାଣ୍ଡ ସମୟରେ ବାରଙ୍ଗର ସେହି ଘଟଣାସ୍ଥଳକୁ ବିବନକୁ ନେଇପାରେ ସିବିଆଇ ।