odishanew - The Sakala

ଜମିଜମା ସମସ୍ୟାର ସମାଧାନ ପାଇଁ ଫିଟିଲା ରାସ୍ତା, ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍‌, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଥିଲା । ଆଜି ସିକିମ ରୟତ ମାନଙ୍କ ଜମି ସମସ୍ୟା ଓ ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତ ମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ  ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା, ରୟତ ସମସ୍ୟା – ଏହିପରି ଅନେକ ସମସ୍ୟା ସଂପର୍କରେ ଲୋକମାନେ ୫-ଟି ସଚିବଙ୍କୁ ଜଣାଇଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଲୋକଙ୍କ ବହୁ ବର୍ଷର ଜମି ସମସ୍ୟାର ସମାଧାନ ପାଇଁ ବାଟ ଫିଟିଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏ ସଂପର୍କରେ ସେପ୍ଟେମ୍ବର ମାସର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ତିନି ଥର ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ଅଗ୍ରଗତି ସଂପର୍କରେ ଆଜି ଆଉ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ବହୁ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ବୈଠକରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଆଇନ ସଚିବ ଶ୍ରୀ ମାନସ ରଂଜନ ବାରିକ, ଗଞ୍ଜାମ, ସମ୍ବଲପୁର, ପୁରୀ, ଖୋର୍ଦ୍ଧା ଓ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଲୋକଙ୍କୁ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି କରାଯାଇଛି ।

ହୀରାକୁଦ ପ୍ରକଳ୍ପ ଯୋଗୁ ବାସଚ୍ୟୁତ ହୋଇଥିବା ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲ ଅନ୍ତର୍ଗତ କୁର୍ଲା, ଥୁଣ୍ଟିକତରବଗା, ଯୋଗୀପାଲ୍ଲୀ, ସପନେ ଗ୍ରାମରେ ହାଇଟେକ୍‌ ସର୍ଭେ ମାଧ୍ୟମରେ ପୁରୁଣା ଜମିଜମା ସମସ୍ୟାର ସମାଧାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ସର୍ଭେ କାର୍ଯ୍ୟକୁ ଯେତେଶୀଘ୍ର ସମ୍ଭବ ସଂପୂର୍ଣ୍ଣ କରି ଜମି ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ସିକିମ ରୟତ ମାନଙ୍କର ଜମି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଏହାଦ୍ବାରା କଟକ, ପୁରୀ ଓ ବାଲେଶ୍ବର ଜିଲ୍ଲାର ପ୍ରାୟ ୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ।

ସୂଚନାଯୋଗ୍ୟ ଯେ ପୂର୍ବରୁ ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍‌, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଥିଲା ।

ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ସମସ୍ୟା ୫୦ ବର୍ଷରୁ ଅଧିକ ସମୟର। ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ, ଏହିପରି ୧୯ଟି ଗାଁର ଜମି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା । ପ୍ରଥମ ପର୍ଯ୍ୟାୟ ପଟ୍ଟା ଲିମେଇତିକ୍ରା ଗ୍ରାମରୁ ବଣ୍ଟନ କରାଯିବ। ଗଞ୍ଜାମ ଜିଲ୍ଲା ସୋରଡାର ୨୨ଟି ଗାଁରେ ବହୁ ପୁରାତନ ଜମି ସମସ୍ୟାର ସମାଧାନ କରାଯାଇ ଉଭୟ ଘରବାଡି ଓ ଚାଷଜମି ପଟ୍ଟା ବଣ୍ଟନ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ସେହିପରି ଜଟଣୀ ଖାସମାହାଲ ଜମି ସମସ୍ୟାର ସମାଧାନ କରାଯାଇ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନ କରାଯିବ।

ସେହିପରି ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ଲୋକମାନଙ୍କୁ ଲିଜ ସୂତ୍ରରେ ପ୍ରାୟ ୫୦୪ ଏକର ଜମି ଦେଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ଆବଣ୍ଟିତ ଲିଜ୍ ନିୟମିତ କରିବା ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କ ଉପରେ ଉପଯୁକ୍ତ ଦେୟ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା । ଲିଜ୍‌କୁ ନିୟମିତ କରିବାପାଇଁ ନିୟମାବଳୀ ଅନୁମୋଦନ ପରେ OGLS ନିୟମରେ ଆବଶ୍ୟକ ପରିବର୍ତ୍ତନ ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୬୮ କରୋନା ପଜିଟିଭ୍
ଭୁବନେଶ୍ବର: ପୁଣି ଡରାଇବା ଆରମ୍ଭ କଲାଣି କରୋନା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ହେବ ଉପର ତଳ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ସକ୍ରିୟ ମାମଲା ୧୬୭୦କୁ ବୃଦ୍ଧି ପାଇଛି।

ସେହିପରି ଦେଶରେ ଆଜି ୯ ହଜାର ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦଶରେ ମୋଟ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦, ୩୧୩ କୁ ବୃଦ୍ଧି ହୋଇଛି।

କାର-ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ
ମାଲକାନଗିରି: କାଲିମେଳା ମାଲକାନଗିରି ଜାତୀୟ ରାଜପଥର ପୋତାଖାଲ କଲୋନୀ ନିକଟରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ବାଇକ ଚାଳକଙ୍କ ମୃତ୍ଯୁ ଘଟିଛି। ଦୁଇଜଣ ବାଇକ ଚାଳକ ହେଲେ ଗମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇରାଗଣ୍ଡା ଗ୍ରାମର ଗଙ୍ଗା କବାସୀ ଓ ଲଚ୍ଛା ମାଢି ବୋଲି ଜଣାପଡ଼ିଛି।

ଆୟକର ଫାଙ୍କିବା ଅଭିଯୋଗରେ ଖଣି ବ୍ୟବସାୟୀ ଶ୍ରୀବତ୍ସ ଜେନାଙ୍କ ଘରେ ଚଢାଉ
ଭୁବନେଶ୍ବର: ଖଣି ବ୍ୟବସାୟୀ ଶ୍ରୀବତ୍ସ ଜେନାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ହେଉଥିବା ଜଣାପଡ଼ିଛି। ଶ୍ରୀବତ୍ସ ଜେନାଙ୍କ ଭୁବନେଶ୍ବର ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ ସି/୧୭ ଘରେ ଚଢାଉ ଜାରି ରହିଛି । ଚଢାଉରେ ସ୍ଥାନୀୟ ତହସିଲଦାରଙ୍କ ସହ ଅନେକ ସରକାରୀ କର୍ମଚାରୀ ସାମିଲ ଅଛନ୍ତି। ତେବେ ଯାଜପୁର ଡଙ୍କାରି ପାହାଡ଼ରୁ ପଥର ଖୋଳା ମାମଲା ଚଢାଉ କରାଯାଇଥିବା ସୂଚନା ମିଳୁଛି । ବିନା ନିଲାମରେ ଡଙ୍କାରି ପାହାଡ଼ରୁ ଖୋଳା ଚାଲିଥିଲା । ୫୯ କୋଟି ଟଙ୍କାର ଅଧିକ ପଥର ଖୋଳି ଚାଲାଣ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଆୟକର ବିଭାଗର ନଜରରେ ଥିଲେ ଶ୍ରୀବତ୍ସ। ତେବେ ଆଜି ତାଙ୍କ ଘରେ ଆୟକର ବିଭାଗ ଟିମ୍ ପକ୍ଷରୁ ଚଢାଉ କରାଯାଇଛି।

ସାବିତ୍ରୀ ପାଇଁ ବଜାରରେ ଅସମ୍ଭାଳ ଭିଡ: ଲୁଗା ଦୋକାନ ଆଗରେ ତାଲା, ପଛରେ ମେଲା
ବାଲେଶ୍ଵର:  ଆସନ୍ତା ଗୁରୁବାର ସାବିତ୍ରୀ ବ୍ରତ। ଏଥିପାଇଁ ବାଲେଶ୍ଵର ସହର ସମେତ ଜିଲ୍ଲାର ଅନ୍ୟ ସବୁ ହାଟ ବଜାର ମାନଙ୍କରେ ଅସମ୍ଭାଳ ଭିଡ ଗତ ଦୁଇଦିନ ହେଲା ଦେଖିବାକୁ ମିଳୁଛି। ଜିଲ୍ଲାରେ ନିୟମିତ ଭାବେ କରୋନା ସଙ୍କମିତଙ୍କ ସଙ୍ଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକେ ବଜାରକୁ ଆସି ବେଫିକର ଭାବେ ଭିଡ଼ କରିବା ବୁଦ୍ଧିଜୀବୀଙ୍କ ମହଲରେ ବିସ୍ମୟ ସୃଷ୍ଟି କରିଛି। ସାବିତ୍ରୀ ପାଇଁ ବାଲେଶ୍ଵର ସହର ତଥା ଜିଲ୍ଲାର ଅନ୍ୟ ସହରାଞ୍ଚଳ କୁହା ଯାଉଥିବା ଜଳେଶ୍ଵର, ସୋର, ନୀଳଗିରି ସମେତ ଅନ୍ୟ ସବୁ ସ୍ଥାନରେ ଛତୁ ଫୁଟିବା ଭଳି ଫଳ ଦୋକାନ ଖୋଲାଯାଇଛି। ଏସବୁ ଫଳ ଦୋକାନ ସମ୍ମୁଖରେ ଲୋକ ପ୍ରବଳ ଗହଳି କରୁଥିବା ଦେଖା ଯାଉଛି। ଏପରିକି ଦୋକାନୀଙ୍କ ଠାରୁ ଗ୍ରାହକ ଯାଏ ସଭିଙ୍କ ମୁହଁ ରେ ଭାସ୍କର ଥିଲେ ମଧ୍ୟ ତାହା ମୁହଁ ତଳକୁ ଥିବାର ଦେଖାଯାଉଛି। କେବଳ ଫଳ ଦୋକାନ ନୁହେଁ ଲୁଗା ଦୋକାନ ଗୁଡିକ ମଧ୍ୟ ଖୋଲାଯାଇ ଲୁଚାଛପାରେ ବେପାର ଚାଲିଛି। ଲୁଗା ଦୋକାନ ଗୁଡିକ ଆଗରେ ତାଲା ପଡ଼ିଥିବା ବେଳେ ପଛପଟେ ବେପାର ହେଉଛି। ଏଠାରେ ମଧ୍ୟ ଶାରୀରିକ ଦୁରତ୍ଵ ରହୁ ନ ଥିବା ବେଳେ ପୁରୁଷ ମହିଳା ମାନେ ରୁଣ୍ଡ ହୋଇ ଲୁଗା କିଣୁଥିବାରୁ ସରକାରଙ୍କ କଟକଣାକୁ ଲୋକେ ଫୁ କରି ଦେଇଥିବା ମନେ ହେଉଛି। ସବୁଠାରୁ ଆଶ୍ଚର୍ଯ୍ଯର କଥା ଜିଲ୍ଲା ପ୍ରଶାସନ ଓ ପୁଲିସ ଏହା ଉପରେ ଆଖି ବୁଜି ଦେଇଛନ୍ତି। ପୁଲିସ ହେଲମେଟ ପିନ୍ଧିନଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରୁଥିବା ବେଳେ କରୋନା କଟକଣା ନିୟମ ପାଳନ କଥାକୁ କିପରି ଅକ୍ଷରେ ଅକ୍ଷରେ ପାଳନ ହେବ ତାହା ସତେ ଯେମିତି ଭୁଲି ଯାଇଛି।

ପୁଣି ଜଣେ ଯବାନଙ୍କୁ ଅପହରଣ କଲେ ମାଓବାଦୀ
ବିଜାପୁର: ଥମୁନି ମାଓବାଦୀଙ୍କ ବର୍ବର କାଣ୍ଡ। ପୁଣି ଛତିଶଗଡ ବିଜାପୁରରୁ ଜଣେ ଯବାନଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଜଣାପଡ଼ିଛି। ଗଙ୍ଗାଲୁରୁ ଥାନା ଅନ୍ତର୍ଗତ ପାଲନାର ଗାଁରୁ ଛୁଟିରେ ଗାଁକୁ ଫେରିଥିଲେ ଏସଆଇ ମୁରଲୀ ତାତିଙ୍କୁ ଉଠାଇ ନେଇଛନ୍ତି ମାଓବଦୀ । ସେ ବସ୍ତର ଜବଲପୁରଠାରେ କାର୍ଯ୍ଯରତ। ଏସଆଇଙ୍କୁ ଅପହରଣ ନେଇ ବିଜାପୁର ଏସପି ସୂଚନା ଦେଇଛନ୍ତି।

କିଛିଦିନ ତଳେ ବିଜାପୁର ଜୋନାଗଡ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ । ଆଉ ଜଣେ ଯବାନଙ୍କୁ ଅପହରଣ କନେଇଥିଲେ ମାଓବାଦୀ। ହେଲେ ପରେ ଯବାନ ରାକେଶ୍ୱର ସିଂଙ୍କୁ ଛାଡି ଦେଇଥିଲେ ମାଓବାଦୀ ।

ଆଜି ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ, ଏଥର ଗମ୍ଭୀରା ଭିତରକୁ ଯିବା ମନା
ପୁରୀ: ମଙ୍ଗଳବାର ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଏ ବର୍ଷ କୋଭିଡ଼ କଟକଣା ମଧ୍ୟରେ ଏହା ଅନୁଷ୍ଠିତ ହେବ। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ଏଥର ଏକାଧିକ କଟକଣା ଲଗାଇଛି। ବର୍ଷକରେ ଏହି ଗୋଟିଏ ଦିନ ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରିବାର ସୁଯୋଗ ମିଳୁଥିବାରୁ ପଙ୍କୋଦ୍ଧାର ଏକାଦଶୀଙ୍କୁ ଭକ୍ତ ଅପେକ୍ଷା କରିଥାନ୍ତି। ହେଲେ ଏ ବର୍ଷ କାହାକୁ ଗମ୍ଭୀରା ଭିତରକୁ ଛଡାଯିବ ନାହିଁ। ସମସ୍ତେ ବାହାରୁ ଦର୍ଶନ କରିବେ ବୋଲି ନିଷ୍ପତ୍ତି ହୋଇଛି। ତଥାପି ଭକ୍ତଙ୍କ ସମାଗମକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି। କୋଭିଡ଼ ଗାଇଡ଼ଲାଇନ ମାନି ଭକ୍ତମାନେ କିପରି ଶୃଙ୍ଖଳାର ସହ ଦର୍ଶନ କରିପାରିବେ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପଙ୍କୋଦ୍ଧାର ଏକାଦଶୀ ପାଇଁ ମଙ୍ଗଳବାର ସକାଳ ୬ଟା ମଧ୍ୟରେ ସକାଳ ଧୂପ ଏବଂ ସକାଳ ୮ଟା ମଧ୍ୟରେ ମଧ୍ୟାହ୍ନ ଧୂପ ସାରିବାକୁ ସ୍ଥିର କରାଯାଇଛି। ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପଙ୍କୋଦ୍ଧାର ଓ ମହାସ୍ନାନ ନୀତି ଅନୁଷ୍ଠିତ ହେବ। ପ୍ରାୟ ପ୍ରତିବର୍ଷ ପଙ୍କୋଦ୍ଧାର ପାଇଁ ୩ ଘଣ୍ଟା ସମୟ ରହିଥାଏ। କିନ୍ତୁ ଏଥର କୋଭିଡ଼ କଟକଣା ପାଇଁ ପଙ୍କୋଦ୍ଧାର କାର୍ଯ୍ୟକ୍ରମରେ କମ୍‍ ସଂଖ୍ୟକ ସେବାୟତ ନିୟୋଜିତ ହେବେ। ତେଣୁ ଏବର୍ଷ ଅଧିକ ୩ ଘଣ୍ଟା ଅର୍ଥାତ୍‍ ୬ ଘଣ୍ଟା ସମୟ ରଖାଯାଇଛି। ଅପରାହ୍ନ ୨ଟାରୁ ପଙ୍କୋଦ୍ଧାର ଏକାଦଶୀ ଦର୍ଶନ ଆରମ୍ଭ ହୋଇ ରାତ୍ର ୧୦ଟା ପର୍ଯ୍ୟନ୍ତ ଚାଲିବ। ରାତ୍ର ୧୦ଟାରୁ ୧ଟା ମଧ୍ୟରେ ଠାକୁରଙ୍କ ସନ୍ଧ୍ୟା ଧୂପ ଓ ଅନ୍ୟାନ୍ୟ ନୀତି ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। ପଙ୍କୋଦ୍ଧାର ଏକାଦଶୀରେ ୨,୦୦୦ ସ୍ୱତନ୍ତ୍ର ଦର୍ଶନ ଟିକେଟ କରାଯାଇଛି। ପ୍ରତ୍ୟେକ ଟିକେଟର ଦାମ୍‍ ୧୦୦ ଟଙ୍କା ରହିଛି। ଦର୍ଶନ ଟିକେଧାରୀ, ଭିଆଇପି ଏବଂ ସେବାୟତ ବୃଷଭ ଦ୍ୱାର ଦେଇ ଠାକୁରଙ୍କୁ ଦର୍ଶନ କରିବେ। ଅନ୍ୟମାନେ ଲକ୍ଷ୍ମୀଦ୍ୱାର ଦେଇ ଠାକୁରଙ୍କୁ ଦର୍ଶନ କରିବେ। କିନ୍ତୁ କେହି ଗମ୍ଭୀରା ଭିତରକୁ ଯିବେ ନାହିଁ। ସମସ୍ତେ ବାହାରୁ ଦର୍ଶନ କରିବେ। ଦର୍ଶନ ସାରି ସମସ୍ତେ ବଉଳ ଗଛ ଦ୍ୱାର ଦେଇ ପ୍ରସ୍ତାନ କରିବେ ବୋଲି ବ୍ୟବସ୍ଥା ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଶ୍ରୀଲୋକନାଥ ମନ୍ଦିର ଭିତରେ ଓ ବାହାରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ମନ୍ଦିରଠାରୁ ୨୦୦ ମିଟର ଅଞ୍ଚଳକୁ ନୋ ଏଣ୍ଟ୍ରି ଜୋନ କରାଯାଇଛି। ଏହାମଧ୍ୟକୁ ଗାଡ଼ି ପ୍ରବେଶ କରିବ ନାହିଁ।

ଖ୍ରୀଷ୍ଟିୟାନ ମହିଳାଙ୍କ ଶବ ସତ୍କାର କଲେ ମୁସଲିମ୍‌ ଯୁବକ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲା କୋଭିଡ ହସ୍ପିଟାଲରେ ଜଣେ ଖ୍ରୀଷ୍ଟିୟାନ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ତେବେ ଏହି ମହିଳାଙ୍କ ଶବ ସତ୍କାର ଜଣେ ମୁସଲିମ ଯୁବକ କରିଥିବା ଜଣାପଡ଼ିଛି। ମିଳିଥିବା

ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲା ନୂଆପଡା ଗ୍ରାମର ଉସାନ ଡୁଙ୍ଗଡୁଙ୍ଗ କରୋନା ସଂକ୍ରମିତ ହେବା ପରେ ବୁର୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ଜଣା ପଡ଼ିବା ପରେ ତାଙ୍କ ଝିଅ ସୁନିତା ଡୁଙ୍ଗଡୁଙ୍ଗ ହସ୍ପିଟାଲକୁ ଆସିଥିଲେ। କରୋନାରେ ମୃତ୍ୟୁ ହୋଇଥିବାରୁ ସରକାରଙ୍କ ନିୟମ ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ପୋଡି ଦେବାର ବ୍ୟବସ୍ଥା ରହିଛି। ତେବେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ହୋଇଥିବାରୁ ସଂସ୍କାର ନେଇ ସମସ୍ୟା ଉପୁଜିଥିଲା। କୌଣସି ମତେ ଖବର ପାଇ ବୁର୍ଲା ବିଷ୍ଣୁ ମନ୍ଦିର ପଡାର ମହମ୍ମଦ ସୋହେବ (୨୭) ନିଜସ୍ୱ ଖର୍ଚ୍ଚରୁ ଏକ ଜେସିବି ବ୍ୟବସ୍ଥା କରିଥିଲେ। ଏପରିକି ପାଷ୍ଟରଙ୍କୁ ଡାକି ଯଥା ରୀତିନିତି ଅନୁସାରେ ସଂସ୍କାର କାମ କରିଥିଲେ। ଏହାପରେ ମହତାବ ନଗର କବରସ୍ଥାନରେ ଗାତ ଖୋଳି ତାଙ୍କୁ ସଂସ୍କାର କରାଯାଇଥିଲା। ୨ଟି ଭିନ୍ନଭିନ୍ନ ସମ୍ପ୍ରଦାୟ ହୋଇଥିଲେ ସୁଦ୍ଧା ମହମ୍ମଦଙ୍କ ପାଖରେ ମାନବିକତା ଥିବାରୁ ସେ ଏଭଳି ମହତ କାର୍ଯ୍ୟ କରି ବେଶ ପ୍ରସଂଶିତ ହେଉଛନ୍ତି।

ବୀରମହାରାଜପୁର ସୁବଳୟାରେ ଭିଜିଲାନ୍ସ ଚଢାଉ; ତହସିଲ ସୁପରଭାଇଜର ଓ ଅବସରପ୍ରାପ୍ତ ଆରଆଇ ଗିରଫ
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟାରେ ଭିଜିଲାନ୍ସ ଚଢାଉରେ ବୀରମହାରାଜପୁର ତହସିଲ ସୁପରଭାଇଜର ଓ ସୁବଳୟା ଅବସରପ୍ରାପ୍ତ ଆର.ଆଇ ଗିରଫ ହୋଇଛନ୍ତି । ବୀରମହାରାଜପୁର ତହସିଲ ରେଭିନ୍ୟୁ ସୁପରଭାଇଜର ନବେନ୍ଦ୍ର ମହାକୁର ସୋନପୁର ଭିଜିଲାନ୍ସ  ଦ୍ବାରା ଗିରଫ ହୋଇଛନ୍ତି। ହାଇଟେକ ସେଟଲମେଣ୍ଟରେ ମାଁ ନାଁରେ ଥିବା ଜମିକୁ ପୁଅ ଥବିର ମେହରେଙ୍କ ନାମରେ କରିବା ପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ ଓ ଏଥିରେ ଜଣେ ଅବସରପ୍ରାପ୍ତ ଆର ଆଇ ବାବାଜି ଚରଣ ସାହୁଙ୍କୁ ଟଙ୍କା ନେଣଦେଣରେ ମାଧ୍ୟମ କରିଥିଲେ। ଫଳରେ ସୁବର୍ଣ୍ଣପୁର ଭିଜିଲାନ୍ସର ଏକ ଦଳ ବାବାଜୀ ଚରଣ ସାହୁଙ୍କ ଠାରୁ ଦଶ ହଜାର ଟଙ୍କା ଜବତ କରି ପଚରା ଉଚୁରା କରିବା ପରେ ମୁଖ୍ୟ ଅଭିଯୁକ୍ତ ନବେନ୍ଦ୍ର ବୋଲି ଜାଣି ତାଙ୍କୁ ଗିରଫ କରିଛନ୍ତି ଓ ନବେନ୍ଦ୍ରଙ୍କୁ ଗିରଫ କରି ସୁବର୍ଣ୍ଣପୁରନଭିଜିଲାନ୍ସ କାର୍ଯ୍ଯାଳୟରେ ରଖି ଅଧିକ ପଚରା ଉଚୁରା ଜାରି ରଖିଛି ।