vegetables - The Sakala
ଆଳୁ ସମସ୍ୟା ନେଇ ଏବେ ଆମ ରାଜ୍ୟବାସୀ ବେଶ ଚିନ୍ତାରେ, କାରଣ ଦିନକୁ ଦିନ ଆଳୁର ରେଟ୍‌ ବଢିବାରେ ଲାଗିଛି। ଦିନେ ୨୦ ଟଙ୍କାରୁ କମ୍‌ ଦାମରେ ମିଳୁଥିବା କେଜିଏ ଆଳୁ ଏବେ ୭୦ ଛୁଇଁଛି। ତେବେ ବଜାରରେ ଆଳୁର ସଙ୍କଟ ଆଗକୁ ଖାଉଟିଙ୍କୁ ବଡ଼ ଅସୁବିଧାରେ ପକାଇବ ବୋଲି ମଧ୍ୟ କୁହାଯାଉଛି। କାରଣ ଆଳୁ ହେଉଛି ସେହି ଜିନିଷ ଯେଉଁଥିରୁ କେବଳ ଗୋଟିଏ ନୁହେଁ ହଜାର ହଜାର ଖାଦ୍ୟ ସାମଗ୍ରୀ ତିଆରି କରାଯାଇପାରିବ । ଡାଲମା ହେଉ କି ସନ୍ତୁଳା, କି ଚିକେନ ହେଉକି ମଟନ ଅବା ସିଙ୍ଗଡା କି ଚପ୍‌ ସବୁ ଥିରେ ଆଳୁ ଲୋଡା। ଯଦି ଆଳୁ ନାହିଁ, ତ ସିଏ ତିଅଣରେ ମଜା ବି ନାହିଁ । ପ୍ରତ୍ୟେକ ପନିପରିବା ସହିତ ଏହାର ବ୍ୟବହାର ହେତୁ ଏହାକୁ ପନିପରିବାର ରାଜା କୁହାଯାଏ। ଘରେ କିଛି ପରିବା ଥାଉ କି ନଥାଉ ଆଳୁ ଥିଲେ ଗୋଟିଏ ପରିବାର ବଞ୍ଚିଯାଇପାରିବ।
ତେବେ ଆପଣ ଜାଣନ୍ତି ସବୁ ଭାରତୀୟଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ଖାଦ୍ୟ ପାଲଟିଥିବା ଆଳୁ ଭାରତରେ ଜନ୍ମ ହୋଇନଥିଲା। ଅର୍ଥାତ ଆଳୁ ଆମର ଦେଶୀ ପରିବା ନୁହେଁ, ଏହା ଏକ ବିଦେଶୀ ପରିବା। କିନ୍ତୁ ଆମ ଭାରତୀୟଙ୍କର ଏହା ପ୍ରିୟ ଖାଦ୍ୟ। ଆଳୁକୁ ବିଦେଶୀ ପରିବା ଜାଣିବା ପରେ ଆପଣ ଭାବୁଥିବେ ନାଁ ମ ଏହା କେମିିତି? କାରଣ ଆଳୁ ଆମ ଭାରତୀୟଙ୍କର ପ୍ରିୟ, ଆଳୁ ବିନା ଆମ ତିଅଣ ଅଧା। ହେଲେ ଏହା ସତ ଯେ ଆଳୁ ଏକ ବିଦେଶୀ ପରିବା, ଯାହା ଆମ ଦେଶର ଲୋକଙ୍କ ମନ ଜିଣି ନେଇ ରାଜ୍‌ କରୁଛି।
ଅର୍ନ୍ତଜାତୀୟ ଗଣମାଧ୍ୟମ ସଂସ୍ଥା ‘ବିବିସି’ର ଏକ ରିପୋର୍ଟ ଅନୁଯାୟୀ, ୧୬ଶ ଶତାବ୍ଦୀ ପର୍ଯ୍ୟନ୍ତ ଆଳୁ କଣ ଏହା କେବଳ ସାଉଥ ଆମେରିକାର ‘ପେରୁ’ର ଲୋକଙ୍କୁ ଜଣା ଥିଲା। କାରିବିଆନ୍ ଦ୍ୱୀପପୁଞ୍ଜରେ ଆଳୁ ଚାଷ ଆରମ୍ଭ ହୋଇଥିଲା। କେବଳ ଏତିକି ନୁହେଁ, ସେହି ସମୟ ମଧ୍ୟରେ ଆଳୁକୁ ‘କମାଟା ଓ ବଟାଟା’ ନାଁରେ ଚିହ୍ନା ଯାଉଥିଲା।  ଏହି ୧୬ଶ ଶତାବ୍ଦୀ ପରେ ସ୍ପେନରେ ପହଞ୍ଚିଥିଲା ​। ଏହା ସ୍ପେନ ଦେଇ ୟୁରୋପରେ ପ୍ରବେଶ କଲା। ଯେତେବେଳେ କଲମ୍ବସ୍ ସମଗ୍ର ବିଶ୍ୱରେ ଯାତ୍ରା ଆରମ୍ଭ କଲେ, ସେତେବେଳେ ସେ ସମୁଦ୍ର ମାଧ୍ୟମରେ ଆଳୁକୁ ପୃଥିବୀର ବିଭିନ୍ନ ମହାଦେଶକୁ ପରିବହନ କରିଥିଲେ। ୟୁରୋପରେ ପହଞ୍ଚିବା ପରେ ବାଟାଟାଙ୍କ ନାମ ପଟାଟୋରେ ପରିବର୍ତ୍ତିତ ହେଲା।
ତେବେ ଏସବୁ ମଧ୍ୟରେ କିନ୍ତୁ ବିଶ୍ୱରେ ଆଳୁ ଚାଷର ପ୍ରାଥମିକ ପ୍ରମାଣ କାନାଡାରେ ମିଳିଥାଏ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏହା ୧୬୨୩ ରୁ ସେଠାରେ ଚାଷ କରାଯାଏ । ତା’ପରେ ବ୍ରିଟିଶ ଦ୍ୱୀପପୁଞ୍ଜରୁ ଆଳୁ ପୂର୍ବ ଦିଗକୁ ଗଲା ଏବଂ ଉତ୍ତର ୟୁରୋପରେ ବ୍ୟାପିଗଲା । ୧୬୫୦ ସୁଦ୍ଧା ଆଳୁ ବେଲଜିୟମ, ନେଦରଲ୍ୟାଣ୍ଡ ଏବଂ ଲକ୍ସେମବର୍ଗରେ ପହଞ୍ଚିଥିଲା ​​। ୧୭୪୦ ସୁଦ୍ଧା ଜର୍ମାନୀ, ପ୍ରୁସିଆ ଏବଂ ପୋଲାଣ୍ଡରେ ପହଞ୍ଚିବା ପରେ ୧୮୪୦ ରୁଷରେ ପହଞ୍ଚିଥିଲା।
ଭାରତକୁ କେମିତି ଆସିଲା ଆଳୁ
କଲମ୍ବସ୍ ସମଗ୍ର ବିଶ୍ବରେ ଆଳୁକୁ ପରିଚିତ କରିଥିବା କୁହାଯାଉଥିଲେ ହେଁ ଭାରତକୁ ସେ ଆଳୁ ଆଣି ନଥିଲେ। ଭାରତକୁ ପର୍ତ୍ତୁଗାଲ ଓ ଡଚ୍‌ମାନେ ଆଳୁ ଆଣିଥିଲେ । ପ୍ରାୟ ଅଷ୍ଟାଦଶ ଶତାବ୍ଦୀରେ, ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ଆଳୁ ଚାଷ ଆରମ୍ଭ କରିବାର ନୀତି ଆପଣେଇଥିଲେ ବୋଲି ଜଣାପଡେ। ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଆଳୁ ବ୍ୟବସାୟ ଲାଭଜନକ ହେବା ଦେଖି ପ୍ରାୟ ୧୮୦୦ ମସିହା ବେଳକୁ ଭାରତରେ ଆଳୁ ଚାଷ ଆରମ୍ଭ ହୋଇଥିଲା । ଯାହା ଫଳରେ ଭାରତରେ ବହୁଳ ଭାବରେ ଆଳୁଚାଷ ଆରମ୍ଭ ହୋଇଯାଇଥିଲା । ଭାରତର ଜନତା ମାନେ ବି ଆଳୁକୁ ପସନ୍ଦ କରିବାକୁ ଲାଗିଲେ ।
ଅନ୍ୟପଟେ କୁହାଯାଏ କି ଇଷ୍ଟ ଇଣ୍ଡିଆ କମ୍ପାନୀର ଆଳୁ ନୀତି ଅନୁଯାୟୀ, ବହୁ ପରିମାଣରେ ଆଳୁ ଉଦ୍ଭିଦକୁ ଚାଷୀଙ୍କୁ ଶସ୍ତା ମୂଲ୍ୟରେ ବିକ୍ରି କରାଗଲା ଏବଂ ଧୀରେ ଧୀରେ ଆଳୁ ପ୍ରତ୍ୟେକ କ୍ଷେତ୍ରରେ ଚାଷ କରାଯାଉଥିବା ଫସଲରେ ପରିଣତ ହେଲା । ଭାରତରେ ଆଳୁକୁ ପ୍ରୋତ୍ସାହିତ କରିବାର ଶ୍ରେୟ ୱାରେନ୍ ହାଷ୍ଟିଙ୍ଗ୍ସ(Warren Hastings)ଙ୍କ  ନିକଟକୁ ଯାଇଥାଏ, ଯିଏ ୧୭୭୨ ରୁ ୧୭୮୫ ପର୍ଯ୍ୟନ୍ତ ଭାରତର ଗଭର୍ଣ୍ଣର ଜେନେରାଲ୍ ଥିଲେ। କାରଣ ତାଙ୍କ ସମୟରେ ଆଳୁ ଚାଷକୁ ପୋତ୍ସାହନ ମିଳିଥିଲା, ଯାହା ଫଳରେ ଭାରତରେ ଆଳୁ ଚାଷ ବଢିବାରେ ଲାଗିଲା। ଆଉ ଆଜି ଆଳୁ ହୋଇଯାଇଛି ପରିବା ମାନଙ୍କର ରାଜା।
ବଜାରରେ ମହଙ୍ଗା ମାଡ, ପରିବାରେ ହାତ ମାରିବାକୁ ଲାଗୁଛି ଡର
ଭୁବନେଶ୍ବର : ଆସନ୍ତା ୨୦ରେ କୁମାର ପୂର୍ଣ୍ଣିମା ପଡ଼ୁଥିବାବେଳେ ୨୧ ତାରିଖରୁ ଧର୍ମମାସ କାର୍ତ୍ତିକ ଆରମ୍ଭ ହେଉଛି । ତେବେ ଚଳିତ ବର୍ଷ କରୋନା ଜନିତ କଟକଣା କାରଣରୁ ହବିଷ୍ୟାଳିମାନେ ଚିନ୍ତାରେ ଅଛନ୍ତି । ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଧର୍ମମାସରେ ପୂଜାବ୍ରତ ଉପରେ ବିଶେଷ ପ୍ରଭାବ ପଡ଼ିବ ବୋଲି ଓଡ଼ିଶାବାସୀ ଆଶଙ୍କାରେ ରହିଛନ୍ତି । ଅନ୍ୟପଟେ କରୋନା କଟକଣାକୁ ଦୃଷ୍ଟିରେ ରଖି ଧର୍ମମାସ ପାଇଁ ଅନେକ ଆଗୁଆ ସଜବାଜ ଆରମ୍ଭ କରି ଦେଇଛନ୍ତି । ଧର୍ମମାସରେ ପରିବା ଚଢ଼ାଦର ଓ କରୋନା କଟକଣା ମଧ୍ୟରେ କିଣାବିକା ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି । ଧର୍ମମାସରେ ଅଧିକାଂଶ ଆମିଷ ତ୍ୟାଗ କରିଥା’ନ୍ତି । ତେବେ ପନିପରିବା ଦରକୁ ନେଇ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି । ଆଳୁ ଓ ଟମାଟୋ ଠାରୁ ଆରମ୍ଭ କରି ପ୍ରତ୍ୟେକ ପନିପରିବା ଚଢ଼ାଦରରେ ବିକ୍ରି ହେବା ଆରମ୍ଭ ହୋଇଗଲାଣି ।
ଅହେତୁକ ଦରଦାମ ବୃଦ୍ଧି କାରଣରୁ ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡ଼ିଛି । ବଜାରରେ ପରିବା ଦର ୫୦ ଟଙ୍କା ତଳକୁ ନାହିଁ। ପୋଟଳ କିଲୋ ପ୍ରତି ୬୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିବା ବେଳେ କଲରା ୭୦, ଖମ୍ବଆଳୁ ୬୦, ବାଇଗଣ ୪୦, ଟମାଟୋ ୫୦ ଟଙ୍କା ରହିଛି। ପିଆଜ କିଲୋ ପ୍ରତି ୫୦ ଟଙ୍କା, ଝୁଡ଼ଙ୍ଗ ୮୦ ଥିବାବେଳେ ବିନ୍ସ ଦର ୧୦୦ ଟଙ୍କାରେ ବିକ୍ରି ହେଉଛି। କଞ୍ଚାଲଙ୍କ କେଜି ପ୍ରତି ୧୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ସିମଳା ଲଙ୍କାର ଦାମ ମଧ୍ୟ ୧୪୦ରୁ ୧୫୦ ଟଙ୍କା ରହିଛି । ସେହିପରି ବିଟ୍ ଓ ଗାଜର ୪୦ରୁ ୫୦ ଟଙ୍କା ପ୍ରତି କେଜି ବିକ୍ରି ହେଉଛି । ଅନ୍ୟପଟେ ଲାଉ ୩୦ଟଙ୍କା ଓ ଭେଣ୍ଡି ୬୦ ଟଙ୍କାରେ ବିକ୍ରି ହେଉଛି । ଫୁଲ କୋବି ଗୋଟା ପ୍ରତି ୫୦ ଟଙ୍କା ଓ ବନ୍ଧାକୋବି କେଜି ପ୍ରତି ୫୦ ଟଙ୍କା ରହିଛି । ସେହିପରି ଝୁଡ଼ଙ୍ଗ ମଧ୍ୟ କେଜି ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି । ତେବେ କାର୍ତ୍ତିକରେ ଶାଗର ଚାହିଦା ଯଥେଷ୍ଟ ଅଧିକ ରହୁଥିବାବେଳେ ଏହା ବିଡ଼ା ପ୍ରତି ୧୦ ଟଙ୍କାରେ ବିକ୍ରି ହେଉଛି । ଏବେଠୁ ଦର ଏମିତି ରହିଥିବାବେଳେ ପୂରା ୩୦ ଦିନରେ ପରିବା ଖର୍ଚ୍ଚକୁ ନେଇ ଲୋକଙ୍କୁ ଚିନ୍ତା ଘାରିବାରେ ଲାଗିଛି ।
ପରିବା ଦର ବୃଦ୍ଧି କେବଳ ଖାଉଟିଙ୍କ ଉପରେ ପ୍ରଭାବ ପକାଇଛି, ତା ନୁହେଁ ବ୍ୟବସାୟୀଙ୍କ ଉପରେ ବି ପ୍ରଭାବ ପକାଇଛି । ଯେଉଁ ଗ୍ରାହକ କେଜିଏ, ଦୁଇ କେଜି ପରିବା ନେଉଥିଲେ ସେମାନେ ଅଢ଼େଇ ଶହ ନେଇ କାମ ଚଳାଉଛନ୍ତି । ଫଳରେ ବିକ୍ରି କମୁଛି । ଆଉ ବିକ୍ରି କମିବା ଯୋଗୁଁ ବ୍ୟବସାୟୀଙ୍କ ରୋଜଗାର ପ୍ରଭାବିତ ହୋଇଛି । ପରିବା ଦର ବଢ଼ୁଥିଲେ ବି କେବେ କମିବ କାହା ପାଖରେ ଉତ୍ତର ନାହିଁ । ଆଗକୁ କାର୍ତିକ ମାସ ଆସୁଥିବାରୁ ପରିବା ଦର ବୃଦ୍ଧିକୁ ନେଇ ଚିନ୍ତାରେ ସମସ୍ତେ ଅଛନ୍ତି।