indian cricket - The Sakala
ସ୍ମୃତି ମନ୍ଧାନା ରଚିଲେ ଇତିହାସ, ଭାଙ୍ଗିଲେ ରୋହିତ ଶର୍ମାଙ୍କ ଟି-୨୦ ରେକର୍ଡ
ଭାରତୀୟ ମହିଳା କ୍ରିକେଟ୍ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ଇତିହାସ ରଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ସେ ପୂର୍ବତନ ପୁରୁଷ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗି ଭାରତ ପାଇଁ ଟି-୨୦ ଫର୍ମାଟ୍‌ରେ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳି ପାଲଟିଛନ୍ତି। ପୁରୁଷ ଏବଂ ମହିଳା ଉଭୟ ବିଭାଗକୁ ମିଶାଇ ସେ ଏବେ ଭାରତର ସର୍ବଶ୍ରେଷ୍ଠ ଟି-୨୦ ରନ୍ ସ୍କୋରର ହୋଇପାରିଛନ୍ତି।
ରେକର୍ଡ ବୁକ୍‌ରେ ସ୍ମୃତି ମନ୍ଧାନା
ଡର୍ବାନର କିଙ୍ଗସମିଡ୍ ଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମନ୍ଧାନା ମାତ୍ର ୧୩ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ ଏହା ତାଙ୍କ ପାଇଁ ଏକ ବଡ଼ ମାଇଲଖୁଣ୍ଟ ଥିଲା। ଏହି ମ୍ୟାଚ୍ ପୂର୍ବରୁ ସେ ରୋହିତ ଶର୍ମାଙ୍କ ସହ ସମାନ ୪୨୩୧ ରନ୍ରେ ଥିଲେ। ନିଜ ଇନିଂସର ଦ୍ୱିତୀୟ ବଲ୍‌ରେ ସିଙ୍ଗଲ୍ ନେଇ ସେ ରୋହିତଙ୍କୁ ପଛରେ ପକାଇଥିଲେ। ବର୍ତ୍ତମାନ ସୁଦ୍ଧା ୧୬୧ଟି ଟି-୨୦ ମ୍ୟାଚ୍ ଖେଳି ସେ ୪୨୪୪ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଏବଂ ୩୩ଟି ଅର୍ଦ୍ଧଶତକ ସାମିଲ ରହିଛି। ଅନ୍ୟପକ୍ଷରେ ରୋହିତ ଶର୍ମା ୧୫୯ଟି ମ୍ୟାଚ୍ ଖେଳି ୪୨୩୧ ରନ୍ ସହ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇଥିଲେ।
ବିଶ୍ୱସ୍ତରରେ ମନ୍ଧାନାଙ୍କ ସ୍ଥାନ
ଏହି ରେକର୍ଡ ସହ ବିଶ୍ୱ ମହିଳା କ୍ରିକେଟ୍‌ରେ ସର୍ବାଧିକ ଟି-୨୦ ରନ୍ ହାସଲ କରିବା ତାଲିକାରେ ସ୍ମୃତି ମନ୍ଧାନା ଏବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାର ଶୀର୍ଷରେ ନ୍ୟୁଜିଲାଣ୍ଡର ସୁଜି ବେଟ୍ସ (୪୭୧୭ ରନ୍) ରହିଛନ୍ତି। ସେହିପରି ପୁରୁଷ ଓ ମହିଳା କ୍ରିକେଟ୍‌କୁ ମିଶାଇ ବିଶ୍ୱର ସର୍ବାଧିକ ଟି-୨୦ ରନ୍ ସ୍କୋରର ତାଲିକାରେ ସ୍ମୃତି ଏବେ ସୁଜି ବେଟ୍ସ ଏବଂ ପାକିସ୍ତାନର ବାବର ଆଜମ (୪୫୯୬ ରନ୍)ଙ୍କ ପରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।
ମ୍ୟାଚ୍‌ର ସ୍ଥିତି ଓ ପରିଣାମ
ଏହି ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ବିନିମୟରେ ୧୫୭ ରନ୍ ସଂଗ୍ରହ କରିଥିଲା। ମନ୍ଧାନାଙ୍କୁ ଦକ୍ଷିଣ ଆଫ୍ରିକାର ବୋଲର ଅୟାବୋଙ୍ଗା ଖାକା ଆଉଟ୍ କରିଥିଲେ। ତେବେ ୧୫୮ ରନ୍‌ର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ସହଜରେ ହାସଲ କରିନେଇଥିଲା। ଅଧିନାୟିକା ଲୌରା ୱଲଭାର୍ଡ୍ଟଙ୍କ ଅପରାଜିତ ୫୧ ରନ୍ ବଳରେ ଘରୋଇ ଦଳ ବିଜୟୀ ହୋଇ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି。
"ମୋ ପାଖାପାଖି କୌଣସି ଭାରତୀୟ ବୋଲର ନାହାନ୍ତି": ଅଣଦେଖା ହେବା ନେଇ ମହମ୍ମଦ ଶାମିଙ୍କ ବଡ଼ ବୟାନ
ଭାରତୀୟ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ଶାମି ଦୀର୍ଘ ଦିନ ଧରି ଦଳରୁ ବାହାରେ ଅଛନ୍ତି। ନିକଟରେ ସେ ଭାରତୀୟ ଦଳରୁ ବାଦ୍ ପଡ଼ିବା ଏବଂ ନିଜ କ୍ରିକେଟ୍ କ୍ୟାରିୟରକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଶାମି ଶେଷ ଥର ପାଇଁ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ, ଯେଉଁଥିରେ ଭାରତ ବିଜୟୀ ହୋଇଥିଲା। କିନ୍ତୁ ଏହା ପରେ ସମ୍ପୂର୍ଣ୍ଣ ଫିଟ୍ ଥାଇ ମଧ୍ୟ ତାଙ୍କୁ ଦଳରେ ସୁଯୋଗ ମିଳୁନାହିଁ। ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ସମୟରେ ଟିମ୍ ଇଣ୍ଡିଆର ପ୍ରମୁଖ ବୋଲର ଥିବା ଶାମି ଏବେ ନିଜ ଭାଗ୍ୟକୁ ଆଦରି ନେଇଥିବା ଜଣାପଡିଛି।
ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ ସତ୍ତ୍ୱେ ଅଣଦେଖା
ଶାମିଙ୍କୁ ପ୍ରଥମେ ଟି-୨୦, ପରେ ଦିନିକିଆ ଏବଂ ଏବେ ଟେଷ୍ଟ ଦଳରୁ ମଧ୍ୟ ବାଦ୍ ଦିଆଯାଇଛି। ୨୦୨୫-୨୬ ଘରୋଇ ସିଜନରେ ୬୭ଟି ୱିକେଟ୍ ନେବା ସତ୍ତ୍ୱେ ବିସିସିଆଇ (BCCI) ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ତାଙ୍କୁ ଦଳ ପାଇଁ ଅଯୋଗ୍ୟ ବିବେଚନା କରିଛନ୍ତି। ୨୦୨୨ ଟି-୨୦ ବିଶ୍ୱକପ ପରେ ତାଙ୍କୁ ଟି-୨୦ ଦଳରୁ ବାଦ୍ ଦିଆଯାଇଥିଲା। ଏହା ପରେ ସେ ଆଇପିଏଲରେ 'ପର୍ପଲ କ୍ୟାପ୍' (Purple Cap) ଜିତିଥିଲେ ମଧ୍ୟ ତାଙ୍କୁ କେବେହେଲେ ସୁଯୋଗ ଦିଆଯାଇନଥିଲା। ଏହି ଘଟଣାକୁ ନେଇ ଶାମି ଏବେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
"ମୋ ପାଖାପାଖି କେହି ନାହାନ୍ତି"
ଶୁଭଙ୍କର ମିଶ୍ରଙ୍କ ପୋଡକାଷ୍ଟରେ ଆଲୋଚନା ବେଳେ ଶାମି କହିଛନ୍ତି ଯେ, 'ଆଇପିଏଲରେ ମୋର ରେକର୍ଡ ଦେଖନ୍ତୁ। କୌଣସି ଭାରତୀୟ ବୋଲର ମୋ ପାଖାପାଖି ମଧ୍ୟ ନାହାନ୍ତି। ତଥାପି ମୁଁ ଜଣେ ଟି-୨୦ ବୋଲର ନୁହେଁ ବୋଲି କୁହାଯାଉଛି। ଗତ ୫-୬ ବର୍ଷର ରେକର୍ଡ ଉପରେ ନଜର ପକାନ୍ତୁ, ମୁଁ ପାଖାପାଖି ୧୩୦ ୱିକେଟ୍ ନେଇସାରିଲିଣି। ଆପଣମାନେ ଆଉ କ'ଣ ଚାହୁଁଛନ୍ତି?' ବାରମ୍ବାର ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ସତ୍ତ୍ୱେ ଦଳରେ ସ୍ଥାନ ନମିଳିବା ତାଙ୍କୁ ବ୍ୟଥିତ କରିଛି।
ନିଜ କ୍ୟାରିୟରକୁ ନେଇ ସନ୍ତୁଷ୍ଟ ଶାମି
୩୫ ବର୍ଷୀୟ ଶାମି ଯଦି ଆଉ କେବେ ଭାରତ ପାଇଁ ନଖେଳନ୍ତି, ତଥାପି ସେ ନିଜ କ୍ୟାରିୟରକୁ ନେଇ ବେଶ୍ ସନ୍ତୁଷ୍ଟ ଅଛନ୍ତି। ସେ କହିଛନ୍ତି, 'ସତ କହିବାକୁ ଗଲେ ଏସବୁ ମୋ ପାଇଁ କୌଣସି ଫରକ ପକାଏ ନାହିଁ। ଯଦି ଆପଣ ମୋ ହାତକୁ ବଲ୍ ଦେବେ, ତେବେ ଯାଇ ମୁଁ କିଛି କରିପାରିବି। ନଚେତ୍ ମୁଁ କେବଳ ଜଣେ ୱାଟର ବୟ (Water Boy) ହୋଇ ରହିବି। ମୁଁ ଭାରତ ପାଇଁ ଯେତିକି ବି କ୍ରିକେଟ୍ ଖେଳିଛି, ସେଥିରୁ ମୋତେ ବହୁତ ନାମ, ଯଶ ଏବଂ ଅର୍ଥ ମିଳିଛି। ମୁଁ ଦେଶ ପାଇଁ ନିଜର ବହୁମୂଲ୍ୟ ସମୟ ଦେଇଛି ଏବଂ ଅନେକ ବିଶ୍ୱକପ୍ ଖେଳିଛି'। ୨୦୧୯ ଏବଂ ୨୦୨୩ ଦିନିକିଆ ବିଶ୍ୱକପରେ ସେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ଥିଲେ।
ICU ରେ ଭର୍ତ୍ତି ହେଲେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକ ଷ୍ଟାର ବ୍ୟାଟର ଶ୍ରେୟସ ଆୟର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଷ୍ଟ୍ରେଲିଆର ସିଡନୀ ସ୍ଥିତ ଏକ ହସ୍ପିଟାଲରେ ଶ୍ରେୟସଙ୍କୁ ICU ରେ ଭର୍ତ୍ତି କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ୩ୟ ମ୍ୟାଚ୍ ବେଳେ ଶ୍ରେୟସ ଆହତ ହୋଇଥିଲେ ।
ସୂଚନା ଅନୁଯାୟୀ, ଭାରତ-ଅଷ୍ଟ୍ରେଲିଆ ଭିତରେ ଚାଲିଥିବା ଦିନିକିଆ ସିରିଜର ୩ୟ ମ୍ୟାଚରେ ଶ୍ରେୟସ ଏକ କ୍ୟାଚ୍ ଧରୁଥିବା ବେଳେ ତଳେ କଚାଡି ହୋଇପଡିଥିଲେ। ଫଳରେ ସେ ଆହତ ହୋଇଥିଲେ । ଖେଳ ମଝିରୁ ମଇଦାନ ଛାଡି ଚାଲିଯାଇଥିଲେ । ଏବେ ସେ ଆହତ ସମସ୍ୟାକୁ ନେଇ ଆଇସିୟୁରେ ଭର୍ତ୍ତି କରାଯାଇଛି।
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
କୋଲକାତା:ଟିମ୍ ଇଣ୍ଡିଆର ଅଭିଜ୍ଞ ଖେଳାଳି ଚେତେଶ୍ୱର ପୂଜାରା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି। ସେ ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି।
ପୂଜାରା ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ୭ ଜୁନ୍ ୨୦୨୩ରେ ଖେଳିଥିଲେ। ପୂଜାରା ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ଚେତେଶ୍ୱର ପୂଜାରା ଟିମ୍ ଇଣ୍ଡିଆ ପାଇଁ ୧୦୩ ଟେଷ୍ଟ ଏବଂ ୫ଟି ଦିନିକିଆ ଖେଳିଛନ୍ତି। ସେ ୧୦୩ ଟେଷ୍ଟରେ ବ୍ୟାଟିଂ କରି ୭୧୯୫ ରନ ସଂଗ୍ରହ କରିଥିଲେ। ଏହି ସମୟରେ ତାଙ୍କର ସର୍ବୋତ୍ତମ ସ୍କୋର ୨୦୬ ରନ ଥିଲା। ପୂଜାରା ଟେଷ୍ଟରେ ୧୯ ଶତକ, ୩୫ ଅର୍ଦ୍ଧଶତକ ଏବଂ ୩ ଦ୍ୱିଶତକ କରିଥିଲେ।
ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସମ୍ମାନ ଜଣାଇଲା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏହି ଦୁଇ କିମ୍ବଦନ୍ତୀ ଭାରତୀୟ କ୍ରିକେଟର କିଛି ଦିନ ତଳେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଉଭୟଙ୍କ କ୍ରିକେଟ କ୍ୟାରିଅରର କୀର୍ତ୍ତିମାନକୁ ସମ୍ମାନ ଜଣାଇ ICC ନିଜ ଏକ୍ସ ଆକାଉଣ୍ଟର ୱାଲପେପର ପରିବର୍ତ୍ତନ କରିଛି। ସେମାନେ ଏକାଠି ଖେଳିଥିବା ମ୍ୟାଚର ଫଟୋକୁ ସ୍ଥାନ ଦେଇଛି ଆଇସିସିର ‘ଏକ୍ସ’ ଆକାଉଣ୍ଟ।
ସମ୍ମାନଜନକ ଲୌରିୟସ ପୁରସ୍କାର ଦୌଡ଼ରେ ଭାରତୀୟ ୱିକେଟ୍‌କିପର ଋଷଭ ପନ୍ତ
ଲଣ୍ଡନ : ଭାରତୀୟ କ୍ରିକେଟ୍‌ ଦଳର ଅଭିଜ୍ଞ ୱିକେଟ୍‌କିପର ଋଷଭ ପନ୍ତ ବିଶ୍ୱର ସବୁଠୁ ସମ୍ମାନଜନକ କ୍ରୀଡ଼ା ପୁରସ୍କାର ‘ଲୌରିୟସ ପୁରସ୍କାର’ ଦୌଡ଼ରେ ସାମିଲ ହୋଇଛନ୍ତି। ଲୌରିୟସ ବିଶ୍ୱ କ୍ରୀଡ଼ା ପୁରସ୍କାର ୨୦୨୫ ଲାଗି ପନ୍ତଙ୍କୁ ‘କମ୍‌ବ୍ୟାକ୍‌ ଅଫ୍‌ ଦି ଇୟର’ ବର୍ଗରେ ମନୋନୀତ କରାଯାଇଛି।
ଗତ ବର୍ଷ କ୍ରୀଡ଼ା ଜଗତକୁ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିବା କ୍ରୀଡ଼ାବିତ୍‌ଙ୍କୁ ଲୌରିୟସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଦୌଡ଼ରେ ରହିଥିବା ବିଶ୍ୱର ଅନ୍ୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ବ୍ରାଜିଲର ଜିମ୍ନାଷ୍ଟିକ୍‌ ଖେଳାଳି ରେବେକା ଆନ୍ଦ୍ରାଡି, ଆମେରିକା ସନ୍ତରଣକାରୀ କାଇଲେବ ଡ୍ରେସେଲ, ସୁଇଜରଲାଣ୍ଡର ସ୍କି ଖେଳାଳି ଲାରା ଗୁଟ୍‌, ସ୍ପେନର ମୋଟର ସାଇକ୍ଲିଷ୍ଟ ମାର୍କ ମାର୍କ୍ୟୁଏଜ ଓ ଅଷ୍ଟ୍ରେଲିଆର ସନ୍ତରଣକାରୀ ଆରିଆନେ ତିତମସ୍‌। ଚଳିତ ବର୍ଷ ଲୌରିୟସ କ୍ରୀଡ଼ା ପୁରସ୍କାର ୨୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏପ୍ରିଲ ୨୧ରେ ମାଦ୍ରିଦରେ ଏକ ସମାରୋହରେ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୨୨ ଡିସେମ୍ବର ୩୦ରେ ପନ୍ତ କାର୍‌ ଚଳାଇ ଦିଲ୍ଲୀରୁ ରୁର୍‌କୀସ୍ଥିତ ଘରକୁ ଯାଉଥିବାବେଳେ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିରେ ସେ ଡାହାଣ ଗୋଡ଼ରେ ଗୁରୁତର ଆଘାତ ପାଇଥିଲେ। ବିଭିନ୍ନ ପର୍ଯ୍ୟାୟରେ ଅସ୍ତ୍ରୋପଚାର ପରେ ସେ ୧୫ ମାସ ପରେ ସୁସ୍ଥ ହୋଇ ୨୦୨୪ରେ କ୍ରିକେଟ୍‌ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେହି ବର୍ଷ ଭାରତ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ ହୋଇଥିବାବେଳେ ପନ୍ତ ସଦସ୍ୟ ରହିଥିଲେ।