multi-storey building for mla - The Sakala

ନୂଆ ରୂପ ପାଇବ ବିଧାୟକଙ୍କ କ୍ୱାର୍ଟର : ଅତ୍ୟାଧୁନିକ ଢାଞ୍ଚାରେ ହେବ ୧୦ମହଲା କୋଠା, ଖର୍ଚ୍ଚ ହେବ ୪ଶହ କୋଟି ଟଙ୍କା
ଭୁବନେଶ୍ବର : ସଂସଦ ଭବନ ଭଳି ଅତ୍ୟାଧୁନିକ ଢାଞ୍ଚାରେ ବିଧାୟକ ମାନଙ୍କ ପାଇଁ ପ୍ରସ୍ତୁତ ହେବ ବହୁ ତଳ ପ୍ରସାଦ । ଏଥିପାଇଁ ୩୦୦ ରୁ ୪୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ କରିବ । ଟେଣ୍ଡର ଡ଼କାଯାଇ ଭଲ ଓ ଅନୁଭବୀ କମ୍ପାନୀକୁ ଏହାର କାର୍ଯ୍ୟ ଦିଆଯିବ ।  ଦୁଇଟି ପର୍ଯ୍ୟାୟରେ ଓବିସିସି କୁ ଅଗ୍ରୀମ ପ୍ରାୟ ୧୫୦ କୋଟି ଟଙ୍କା ଦିଆଯାଇଛି । କୋଭିଡ, ଜବରଦଖଲକାରୀ ଓ ପୂର୍ବତନ ବିଧାୟକ କ୍ୱାଟର ଛାଡୁ ନଥିବାରୁ ଏହି କାର୍ଯ୍ୟ ବିଳମ୍ବ ହେଉଛି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

କିଛି ଦିନ ତଳେ ପୂର୍ତ ବିଭାଗର ଖର୍ଚ୍ଚ ଦାବିକୁ ସଂସଦୀୟ ବ୍ୟାପାର ବିଭାଗ ଫେରାଇ ଦେଇଥିବା ଜଣାପଡିଥିଲା । ଆଉ ବିଧାୟକଙ୍କ ନୂଆ କ୍ୱାର୍ଟର ପାଇଁ ଖର୍ଚ୍ଚ କିଏ କରିବ ତାକୁ ନେଇ ବିବାଦ ଦେଖାଦେଇଥିଲା । ଏହି ଘଟଣାରେ ଆଜି ସ୍ପଷ୍ଟୀକରଣ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି ଅତ୍ୟାଧୁନିକ ଢାଞ୍ଚାରେ ବିଧାୟକମାନଙ୍କ ପାଇଁ ୧୦ ମହଲା କ୍ୱାର୍ଟର ହେବ । ୧୦ମହଲା ବିଶିଷ୍ଟ ଏହି ନୂଆ କ୍ୱାର୍ଟର ପାଇଁ ଓଡ଼ିଶା ବ୍ରିଜ କନଷ୍ଟ୍ରକସନ କର୍ପୋରେସନ – ଓବିସିସିକୁ ଦାୟିତ୍ୱ ଦିଆଯାଇଛି । ୨ଟି ପର୍ଯ୍ୟାୟରେ ଦେଢ ଶହ କୋଟି ଟଙ୍କା ଦିଆଯାଇଛି। ୮ ଜଣ ପୂର୍ବତନ ବିଧାୟକ କ୍ୱାଟର ଛାଡୁନଥିବାରୁ କାମ ଆଗେଇ ପାରୁନାହିଁ। ସେମାନଙ୍କୁ ଖୁବଶୀଘ୍ର କ୍ୱାଟର ଛାଡିବାକୁ କୁହାଯାଇଛି । ସେମାନେ  କ୍ୱାଟର ଛାଡିବା ପରେ କାର୍ଯ୍ୟ ଆଗେଇବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।