bjd - The Sakala

ଜୁଏଲଙ୍କ ମନ୍ତବ୍ୟ ବିଜେପିର ଗୋଷ୍ଟି କନ୍ଦଳ ଉଗ୍ର ରୁପକୁ ପ୍ରଦର୍ଷିତ କରୁଛି : ବିଜେଡି
ଭୁବନେଶ୍ବର: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଏକ ଭିଡିଓ ବାଇଟ ଆଜି ଭାଇରଲ ହେବା ପରେ ବିଜୁ ଜନତା ଦଳ ଏହା ଉପରେ ବିଜେପିର ଅନ୍ତ କନ୍ଦଳ ଉଗ୍ର ରୂପ ନେଲାଣି ବୋଲି କହିଛି। ବିଜୁ ଜନତା ଦଳ ତରଫରୁ ଜାରି କରା ଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଓରାମଙ୍କ ଭାଷାରୁ ସ୍ପଷ୍ଟ ହେଉଛି ଯେ ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ରଚା ଯାଇଛି, ଯାହାକୁ ନେଇ ସେ ବିବ୍ରତ ଅଛନ୍ତି। ଏହା ସ୍ପଷ୍ଟ କରୁଛି ଯେ, ବିଜେପିରେ ଅନ୍ତଃ କନ୍ଦଳ ଚରମ ସ୍ତରରେ ପହଁଚିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, ଜଣେ କେନ୍ଦ୍ର ମନ୍ତ୍ରୀ ଯଦି ବିବ୍ରତ ହୋଇ ପଡ଼ୁଛନ୍ତି ଓ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ତାହେଲେ ରାଜ୍ୟର ସାଧାରଣ ନାଗରିକ ନିଜକୁ ସୁରକ୍ଷିତ କିପରି ମଣିବେ? ମନ୍ତ୍ରୀଙ୍କ ମନ୍ତବ୍ୟ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶବାଚୀ ସୃଷ୍ଟି କରିଛି।

ଡ଼ ମହାନ୍ତି କହିଛନ୍ତି, ମନ୍ତ୍ରୀ ଓରାମ ତାଙ୍କ ବକ୍ତବ୍ୟରେ କହିଛନ୍ତି, ଯିଏ ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି, ସେ ତାଙ୍କ ହାତକୁ ଓପାଡି ଫୋଫାଡ଼ି ଦେବେ। ମନ୍ତ୍ରୀଙ୍କ ଭାଷାରୁ ତାଙ୍କର  କ୍ରୋଧ ସ୍ପଷ୍ଟ ବାରି ହେଉଛି। ମନ୍ତ୍ରୀ ନିଜେ ଆଇନକୁ ହାତକୁ ନେବେ ବୋଲି ସ୍ପଷ୍ଟ ଘୋଷଣା କରୁଛନ୍ତି, ତାହା କେତେଦୂର ଯୁକ୍ତି ଯୁକ୍ତ? ଡ଼ ମହାନ୍ତି ଆହୁରି କହିଛନ୍ତି, ରାଉରକେଲା ସର୍କିଟ ହାଉସରୁ ଅସ୍ତ୍ର ଶସ୍ତ୍ର ଜବତ ଘଟଣାରେ ମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେପି ଯୁବମୋର୍ଚାର ସମ୍ପାଦକ ପ୍ରକାଶ ପାଶ୍ୱାନଙ୍କ ସମ୍ପୃକ୍ତି ଅଭିଯୋଗ ଓ ପରେ ତାଙ୍କର ଗିରଫ, ବିଜେପିରେ ଥିବା ଅନ୍ତଃ କନ୍ଦଳକୁ ପଦାରେ ପକାଇଛି। ବିଜେପି ଯୁବ ନେତା ପାଶ୍ୱାନ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ଅଭିଯୋଗ ହେଉଛି। ଏହି ଘଟଣାରେ ମନ୍ତ୍ରୀ ଓରାମ ଯୁବ ନେତା ପାଶ୍ୱାନଙ୍କୁ ସୁରକ୍ଷା ଦେଉଥିଲେ ବୋଲି ବିଜେପିର ଗୋଟିଏ ଗୋଷ୍ଟି ଅଭିଯୋଗ କରି ଆସୁଥିଲେ। ତେବେ  ମନ୍ତ୍ରୀ ଓରାମଙ୍କ ଆଜିର ମନ୍ତବ୍ୟ ବିଜେପି ଦଳରେ ଗୋଷ୍ଟି କନ୍ଦଳର ଉଗ୍ର ରୁପକୁ ପ୍ରଦର୍ଶିତ କରୁଛି।

୫୮ ଦିନ ହେଲା ଧାରଣାରେ କିଲାସମା ମୌଜା ଅଧିବାସୀ: ବିଧାନସଭାରେ ବିଜେଡି ଉଠାଇବ ବିସ୍ଥାପନ ପ୍ରସଙ୍ଗ
ସମ୍ବଲପୁର: ହୀରାକୁଦ ନଦୀବନ୍ଧ ତିଆରି ସମୟରେ ବିସ୍ଥାପିତ ପୁନଃବିସ୍ଥାପନ ଆଶଙ୍କାରେ ଆଜିକୁ ୫୮ ଦିନ ହେଲା ଧାରଣାରେ ବସିଛନ୍ତି ସମ୍ୱଲପୁର ଜିଲ୍ଲା ସଦର ତହସିଲ କିଲାସମା ମୌଜା ଅଧିବାସୀ। ସେମାନଙ୍କ ଅଭିଯୋଗ ଅନୁସାରେ ଗତ ସାତଦଶନ୍ଧି ଧରି ସେମାନେ ଯେଉଁ ଜମିରେ ଚାଷ କରୁଥିଲେ, ସେହି ଜମିରେ ହୋଟେଲ ନିର୍ମାଣ ହେବ। ଶାଗମାଛ ଦରରେ ସେହି ଜମିକୁ ଇଡ୍‌କୋକୁ ବିକ୍ରି କରିଦିଆଯାଇଛି। ଏଣୁ ସରକାର ସେମାନଙ୍କୁ ଥଇଥାନ କରନ୍ତୁ ନଚେତ୍‌ ସେହି ଜମି ଫେରାଇ ଦିଅନ୍ତୁ ବୋଲି ଦାବିକରି ପଞ୍ଚାୟତବାସୀ ଧାରଣାରେ ବସିଛନ୍ତି। ବିଜୁ ଜନତା ଦଳ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ପେଶାଲ କମିଟି ଓ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଅନଶନସ୍ଥଳରେ ପହଞ୍ଚି ବିସ୍ଥାପିତଙ୍କ ସହ ଆଲୋଚନା କରିଛନ୍ତି। ଆଜି ବିଜେଡିର ଏକ ପ୍ରତିନିଧି ଦଳ ଗଣଧାରଣାରେ ସାମିଲ ହେବାସହ ବିସ୍ଥାପିତଙ୍କୁ ସମର୍ଥନ ଜଣାଇଛନ୍ତି। ବିଧାୟକ ନିରଞ୍ଜନ ପୂଜାରୀ ବିଜେଡି ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ବିଜେଡି ଏହି ବିସ୍ଥାପନ ପ୍ରସଙ୍ଗ ଉଠାଇବ ବୋଲି କହିଥିବାବେଳେ, ଏନେଇ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ଚିଠି ପଠାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କହିଛନ୍ତି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ। ବିଜେଡି ପ୍ରତିନିଧି ଦଳରେ ବିଧାୟକ ନିରଞ୍ଜନ ପୂଜାରୀ, ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ସାମିଲ ଥିବାବେଳେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଉପସ୍ଥିତ ରହିଥିଲେ।

ପୂର୍ବତନ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି, ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରେ ବହୁ ପରିବାର ବିସ୍ଥାପିତ ହୋଇ କିଲାସମା ଗ୍ରାମକୁ ଆସି ପିଢ଼ି ପରେ ପିଢ଼ି ରହିଆସିଛନ୍ତି। ଏମାନେ ୭୦ରୁ ୮୦ ବର୍ଷ ଚାଷବାସ କରିବାସହ ବିସ୍ଥାପିତଙ୍କ ଚତୁର୍ଥ ପିଢ଼ି ଅଟନ୍ତି। ଏବେ ସରକାର ପୁଣିଥରେ ତାଙ୍କୁ ବିସ୍ଥାପିତ କରିବାକୁ ଉଦ୍ୟମ କରୁଛନ୍ତି। ସେମାନେ ଗରିବ, ଖଟିଖିଆ ଲୋକ। ସେମାନଙ୍କୁ ଆଜିଯାଏ ଚାଷ ଜମିପଟ୍ଟା ଦିଆଯାଇ ନାହିଁ। ସେମାନେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ସବୁସ୍ତରରେ ଅନୁରୋଧ କଲେ ମଧ୍ୟ କେହି ଶୁଣୁନାହାନ୍ତି, ଏଣୁ ଆଗାମୀ ଅଧିବେଶନରେ ବିଜୁ ଜନତା ଦଳ ସେମାନଙ୍କ ସକାଶେ ବିଧାନସଭାରେ ପ୍ରଶ୍ନ ଉଠାଇବ ବୋଲି ସେ ସୂଚନା ଦେଇଛନ୍ତି। ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, କିଲାସମା ମୌଜାର ଦଳିତ ଆଦିବାସୀ ମାନଙ୍କୁ ବିସ୍ଥାପିତ କରିବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୧୯୫୬ ମସିହାରେ ହୀରାକୁଦ ବନ୍ଧ ପୂର୍ଣ୍ଣାଙ୍ଗ ହେବାସମୟରେ ସେମାନେ ବିସ୍ଥାପିତ ହୋଇଥିଲେ। ସେହିସମୟରୁ ସେମାନେ ଆସି କିଲାସମା ମୌଜାର ପଧାନପାଲିଠାରେ ବସତି ସ୍ଥାପନ କରି ରହିଥିଲେ। ଥରେ ବିସ୍ଥାପିତ ହୋଇ ପୁଣିଥରେ ବିସ୍ଥାପିତ କରୁଥିବାରୁ ଆମେ ଏହାକୁ ବିରୋଧ କରୁଛୁ। ଏଠାକାର ରାଜସ୍ୱ ମନ୍ତ୍ରୀ ଥାଇ ମଧ୍ୟ ଜମିପଟ୍ଟା ନଦେଇ ବାରମ୍ବାର ବିସ୍ଥାପିତ କରୁଛନ୍ତି। ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଧାନସଭାରେ ପ୍ରଶ୍ନ ଉତ୍ଥାପନ କରାଯିବ ବୋଲି ସେ କହିଛନ୍ତି। ସରକାର ପର୍ଯ୍ୟଟନ ଶିଳ୍ପ କରନ୍ତୁ ଆମେ ତାହାକୁ ବିରୋଧ କରୁନାହୁଁ, କିନ୍ତୁ ଖାଲି ପଡ଼ିଥିବା ଜାଗାରେ କରନ୍ତୁ, ବିସ୍ଥାପିତ ଲୋକ ବସତି ସ୍ଥାପନ କରିଥିବା ଜାଗାରେ ସେମାନଙ୍କୁ ପୁଣି ବିସ୍ଥାପିତ କରି କରାନଯାଉ ବୋଲି ଶ୍ରୀମତୀ ଛୁରିଆ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ବିଧାୟକ ସୁଦର୍ଶନ ହରିପାଲ କହିଛନ୍ତି, ସେମାନେ ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲାନାହିଁ। ରେଙ୍ଗାଲି ବିଧାୟକ ଭାବେ ମୁଁ ରାଷ୍ଟ୍ରପତିଙ୍କୁ ପତ୍ର ପଠାଇ ଦୃଷ୍ଟି ଆକର୍ଷଣ କରିଥିଲି, କିନ୍ତୁ କୌଣସି ଉତ୍ତର ଆସିଲା ନାହିଁ। ଏହାପରେ ଦଳର ସୁପ୍ରିମୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲି, ରେଙ୍ଗାଲି ନିର୍ବାଚନମଣ୍ଡଳୀର ବୁଡ଼ି ଅଞ୍ଚଳର ଲୋକେ ୫୦ ଦିନରୁ ଊର୍ଦ୍ଧ୍ବ ହେବ ଧାରଣାରେ ବସିଛନ୍ତି। ଏହାପରେ ତାଙ୍କ ନିର୍ଦ୍ଦେଶରେ ଏହି ଟିମ୍‌ ଆସିଛନ୍ତି, ସେମାନେ ତଥ୍ୟ ସଂଗ୍ରହ କରି ଦଳର ସୁପ୍ରିମୋଙ୍କୁ ଅବଗତ କରିବେ ବୋଲି ଶ୍ରୀ ହରିପାଲ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସମ୍ୱଲପୁର ସଦର ତହସିଲ ଅଧୀନ କିଲାସମା ମୌଜାର ୩୩ ଏକର ୫୫ ଡେସିମିଲରୁ ଅଧିକ ଜମି ଇଡ୍‌କୋ ନେଇଥିବାବେଳେ ଏଠାରେ ପର୍ଯ୍ୟଟନ ଶିଳ୍ପ ପାଇଁ ହୋଟେଲ ନିର୍ମାଣ ହେବ। ଗତବର୍ଷ ୨୦୨୫ ଜୁନ ମାସରେ ଏହି ଅନାବଦି ଜମିର କିସମ ପରିବର୍ତ୍ତନ ପାଇଁ ସଦର ତହସିଲରୁ ନୋଟିସ ହୋଇଥିଲା ଏବଂ ଶିଳ୍ପପତିଙ୍କୁ ଜମି ଦେବାକୁ ମାତ୍ର ଦୁଇମାସ ମଧ୍ୟରେ ଏହି ଜମିର କିସମ ପରିବର୍ତ୍ତନ ହୋଇଗଲା। ଗତ ୭ ଦଶନ୍ଧି ଧରି ଯେଉଁ ଜମିରେ ବିସ୍ଥାପିତମାନେ ଚାଷକରି ଦୁଇମୁଠା ଆୟ କରୁଥିଲେ, ସେହି ଜମିକୁ ଶାଗମାଛ ଦରରେ ଶିଳ୍ପପତିଙ୍କ ହାତକୁ ପ୍ରଶାସନ ଟେକି ଦେଇଛି। ହୀରାକୁଦରୁ ୧୯୫୬ ମସିହାରେ ବିସ୍ଥାପିତ ହୋଇ କିଲାସମା ମୌଜାର ବସବାସ କରୁଥିବା ଏବଂ ସମ୍ପୃକ୍ତ ଅଞ୍ଚଳରେ ଚାଷକରି ପରିବାର ପ୍ରତିପୋଷଣ କରୁଥିଲେ ପ୍ରାୟ ୬୫ଟି ପରିବାର। ଏହି ପରିବାର ଗୁଡ଼ିକୁ ବିକଳ୍ପ ବ୍ୟବସ୍ଥା ନକରି ଗତ ୭ ଦଶନ୍ଧି ଧରି ଚାଷବାସ କରୁଥିବା ଚାଷଜମି ଛାଡ଼ିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏହାକୁ ବିରୋଧ କରି ଗତ ଜୁଲାଇ ୧ ତାରିଖରୁ ୫୮ ଦିନ ଧରି କିଲାସମା ମୌଜାର ଅଧିବାସୀ ଅନଶନ ଧର୍ମଘଟ କରୁଛନ୍ତି। ତେବେ, ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ କେହି ସେମାନଙ୍କ ପାଖକୁ ଯାଇ ନଥିବା ଅଭିଯୋଗ ହୋଇଛି। ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ, ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିବା ୩୩.୫୫ ଏକର ଜମି ଇଡ୍‌କୋକୁ ଦିଆ ନଯାଇ ସେମାନଙ୍କୁ ଫେରାଇଦେବାସହ ସେମାନଙ୍କ ନାମରେ ଜମିପଟ୍ଟା କରାଯାଉ ବୋଲି ଅଞ୍ଚଳବାସୀ କହିଛନ୍ତି।

ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ରାଜ୍ୟ ସରକାରଙ୍କର ତୋଗଲକି ନୀତି ଦାୟୀ: ବିଜେଡି
ଭୁବନେଶ୍ୱର: ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ପରୀକ୍ଷାମୂଳକ ଭାବେ ଛାତ୍ରଛାତ୍ରୀ ମାନଙ୍କର ବାୟୋମେଟ୍ରିକ ଉପସ୍ଥାନ (ଜୈବିକ ପରିଚୟ ଆଧାରିତ ଉପସ୍ଥାନ) କରାଯିବ ବୋଲି ରାଜ୍ୟ ସରକାରଙ୍କ ଘୋଷଣାକୁ ତୀବ୍ର ସମାଲୋଚନା କରିଛି ବିଜୁ ଜନତା ଦଳ । ବିଜେପି ସରକାରଙ୍କ ଗତ ଦୁଇ ବର୍ଷର ଶାସନରେ ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି ଓ ଛାତ୍ରଛାତ୍ରୀ ମାନଙ୍କର ମୌଳିକ ଆବଶ୍ୟକତା ପୂରଣ ହୋଇପାରି ନଥିବା ବେଳେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଜେଡି ପ୍ରଶ୍ନ କରିଛି ।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ରାଜ୍ୟରେ ମହାବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି । ବିଜେପିର ନେତାମାନେ କଲେଜ ପରିଚାଳନାରେ ଅନାବଶ୍ୟକ ହସ୍ତକ୍ଷେପ କରୁଛନ୍ତି । ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ମୌଳିକ ଆବଶ୍ୟକତା ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଆବଶ୍ୟକ ସଂଖ୍ୟକ ଅଧ୍ୟାପକ, ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହୋଇପାରୁନାହିଁ ।

ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ପାଇଁ ଏପର୍ଯ୍ୟନ୍ତ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ ହୋଇନାହିଁ । ଏହି ପରିପ୍ରେକ୍ଷୀରେ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେବା ରାଜ୍ୟ ସରକାରଙ୍କର ତୋଗଲକି ନୀତିର ପରିଚୟ । ରାଜ୍ୟ ସରକାର ରାଜ୍ୟରେ କେଜିରୁ ପିଜି ମାଗଣା ଶିକ୍ଷା କଥା ଘୋଷଣା କଲେ । କିନ୍ତୁ, ଏନେଇ କୌଣସି ସ୍ପଷ୍ଟ ନିଦେ୍ର୍ଦଶ ଶିକ୍ଷାନୁଷ୍ଠାନ ଗୁଡିକୁ ଦିଆଯାଇନାହିଁ, ଯେଉଁ କାରଣରୁ ଅନେକ ଶିକ୍ଷା ଅନୁଷ୍ଠାନ ଗୁଡିକରେ  ଛାତ୍ରଛାତ୍ରୀ ମାନଙ୍କ ଠାରୁ ଫି ଆଦାୟ କରାଯାଉଛି । ଏହାଛଡା ଅନେକ ଶିକ୍ଷା ଅନୁଷ୍ଠାନରେ ସେଲ୍ଫ ଫାଇନାନ୍ସ (ନିଜସ୍ୱ ପାଣ୍ଠି) ବ୍ୟବସ୍ଥାରେ ଶିକ୍ଷା ପ୍ରଦାନ କରାଯାଉଛି । ଏହି ବ୍ୟବସ୍ଥାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯିବ କି ନାହିଁ, ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।

ରାଜ୍ୟ ସରକାର ନିଜର ଅପାରଗତା ଲୁଚାଇବାକୁ ଯାଇ ଛାତ୍ରଛାତ୍ରୀଙ୍କ ବାୟୋମେଟି୍ରକ ଉପସ୍ଥାନ କଥା କହୁଛନ୍ତି । ଶୃଙ୍ଖଳା ଆଳରେ ଛାତ୍ରଛାତ୍ରୀମାନଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ‘ଜେନ୍-ଜି’ଙ୍କ ପ୍ରତି ସରକାରଙ୍କ ଏହି ଆଭିମୁଖ୍ୟ ଯଥାର୍ଥ ନୁହଁ । ରାଜ୍ୟ ବିଜେପି ସରକାରଙ୍କର ତୋଗଲକି ନୀତି ସକାଶେ ଶିକ୍ଷା ବ୍ୟବସ୍ଥାର ଦ୍ରୁତ ଅବନତି ଘଟିଛି ବୋଲି ଡ. ମହାନ୍ତି ଅଭିଯୋଗ କରିଥିଲେ ।

ଏସ୍‌କେ ନିଜାମୁଦ୍ଦିନ ବିଜେଡି ସଂଖ୍ୟାଲଘୁ ସେଲ୍‌ ଅଧ୍ୟକ୍ଷ, ୩୦ ଜିଲ୍ଲାରେ ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତ
ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ସଂଖ୍ୟାଲଘୁ ସେଲର ପୁନର୍ଗଠନ କରିଛନ୍ତି। ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ଭାବେ ଏସକେ ନିଜାମୁଦ୍ଦିନଙ୍କୁ ନିଯୁକ୍ତି ମିଳିଛି। ସେଲରେ ମୋଟ ୧୪୪ ଜଣ ସଂଖ୍ୟାଲଘୁ ନେତାଙ୍କୁ ସ୍ଥାନ ମିଳିଛି। ଏନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଏହାସହ ୩୦ଟି ଜିଲ୍ଲାରେ ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ଏବଂ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି। ବିଜେଡି ସଂଖ୍ୟାଲଘୁ ସେଲରେ ୩ ଜଣ ବରିଷ୍ଠ ନେତାଙ୍କୁ ଉପଦେଷ୍ଟା ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି। ସେମାନେ ହେଲେ ଡ. ଦିଲ୍ଲୀପ ତିର୍କୀ, ମୁଜିବୁଲ୍ଲା ଖାନ୍‌ ଓ ଡ. ସସ୍ମିତ ପାତ୍ର। ସେହିପରି କାର୍ଯ୍ୟକାରୀ ସଭାପତି ଭାବରେ ରୋହିତ୍‌ ଯୋଶେଫ ତିର୍କୀ, ରିଜୱାନା ବେଗମ ଏବଂ ଡ. ଅମଜାଦ୍‌ ଖାନଙ୍କୁ ସ୍ଥାନ ମିଳିଛି। ଏହାବ୍ୟତୀତ ସେଲରେ ୨୮ ଜଣ ଉପସଭାପତି, ୩୧ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୩୨ ଜଣ ସାଧାରଣ ସମ୍ପାଦକ, ୨୫ ଜଣ ସମ୍ପାଦକ ଏବଂ ୨୧ ଜଣ ଯୁଗ୍ମ ସମ୍ପାଦକ ରହିଛନ୍ତି।

ଦୀର୍ଘ ୧୩ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ଥିବା ପ୍ରପୀଡ଼ିତଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚିବାରେ ବିଫଳ ହୋଇଛି: ବିଜେଡି
ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା, ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ୨ ଦିନିଆ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ ଶ୍ରୀ ଦାସବର୍ମା କହିଥିଲେ ଯେ, ବନ୍ୟା ପରିଚାଳନା ଏବଂ ଏହାର ପ୍ରାକ୍ ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଦୀର୍ଘ ୧୩ ଦିନ ଧରି ବାଲେଶ୍ୱର ଜିଲ୍ଲାର ୯ଟି ବ୍ଲକରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ଜିଲ୍ଲା ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚିବାରେ ବିଫଳ ହୋଇଛି । ଜିଲ୍ଲାର ସମସ୍ତ ବନ୍ୟା ପ୍ରପୀଡ଼ିତ ଅଞ୍ଚଳର ଚାଷୀମାନଙ୍କ ଉପର ଥିବା କୃଷିଋଣ ସରକାର ଛାଡ଼ କରନ୍ତୁ ।

ଶ୍ରୀ ଦାସବର୍ମା ସିମୁଳିଆ, ସୋର, ସଦର ଏବଂ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରି ବନ୍ୟା ପ୍ରପୀଡ଼ିତଙ୍କ ଦୁଃଖ, ଯନ୍ତ୍ରଣା ଦେଖି ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ । ସମ୍ପୃକ୍ତ ଅଞ୍ଚଳର ଲୋକମାନେ ଅଦ୍ୟାବଧି ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବାରୁ ଅନ୍ଧକାରରେ କାଳାତିପାତ କରୁଛନ୍ତି । ସେମାନଙ୍କ ନିକଟରେ ଜିଲ୍ଲା ପ୍ରଶାସନ ପହଞ୍ଚି ତୁରନ୍ତ ଚୁଡ଼ା, ଗୁଡ଼, ଶୁଖିଲା ଖାଦ୍ୟ ଏବଂ ରନ୍ଧାଖାଦ୍ୟ ପହଞ୍ଚାଇବା ପାଇଁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନଳକୂପ ଗୁଡ଼ିକୁ ତୁରନ୍ତ ବିଶୋଧନ କରିବା ସଙ୍ଗେ ସଙ୍ଗେ ବନ୍ୟା ପ୍ରପୀଡ଼ିତଙ୍କ ପାଖରେ ପାନୀୟ ଜଳ ପହଞ୍ଚାଇବାକୁ ସେ ସରକାରଙ୍କୁ ନିବେଦନ କରିଥିଲେ । ସମ୍ପୃକ୍ତ ଅଞ୍ଚଳରେ ୩ ଥର ବନ୍ୟା ଆସିବାରୁ ରୁଆ ହୋଇଥିବା ଧାନ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି  । ଚାଷୀ ମାନଙ୍କୁ ତୁରନ୍ତ ସରକାରୀ ସହାୟତା ଓ ତଳି ଯୋଗାଇ ଦେବାର ଆବଶ୍ୟକତା ରହିଛି । ଏହି ବନ୍ୟା ଯୋଗୁଁ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିବା ଯୋଗୁଁ ଏଲ୍ଆଇ ପଏଣ୍ଟ ଗୁଡ଼ିକ ଅଚଳ ହୋଇପଡ଼ିଛି, ସରକାର ତୁରନ୍ତ ଏଥିପ୍ରତି ଧ୍ୟାନ ଦିଅନ୍ତୁ । କାଂଶବାଂଶ, ପୀତାକାଳିଆ, ବୁଢ଼ାବଳଙ୍ଗ, ଜଳକା, ଡୁବୁଡୁବି, ସୂବର୍ଣ୍ଣରେଖା ନଦୀରେ ବାରମ୍ବାର ବନ୍ୟା ଆସିବା ଯୋଗୁଁ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ଅଦ୍ୟାବଧି ଜଳବନ୍ଦୀ ଅବସ୍ଥାରେ କାଳାତିପାତ କରୁଛନ୍ତି । ଅଙ୍ଗନବାାଡ଼ି କେନ୍ଦ୍ର ଗୁଡ଼ିକୁ ଖୋଲିବା ସହ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ତୁରନ୍ତ ଆରମ୍ଭ କରାଯାଉ । ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡ଼ିକରେ ରାଜସ୍ୱ କର୍ମଚାରୀ ତୁରନ୍ତ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତୁ ।

ପ୍ରଥମ ବନ୍ୟାରେ ଜଳେଶ୍ୱର ବ୍ଲକର ନେତୁଆ ପଞ୍ଚାୟତର କପାସୁଧା ଗ୍ରାମରେ କାନ୍ଥ ପଡ଼ି ରାଧିକା ଜେନା ଏବଂ ତାଙ୍କର ନାତୀ ଜ୍ୟୋତିପ୍ରକାଶ ସ୍ୱାଇଁଙ୍କର ଅକାଳ ମୃତ୍ୟୁ ହୋଇଛି ଏବଂ ସ୍ମୃତି ସ୍ୱାଇଁ ଗୁରୁତର ଆହତ ହୋଇ ରେମୁଣା ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।  ଶ୍ରୀ ଦାସବର୍ମା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ମୃତକଙ୍କ ପରିବାରକୁ ସରକାର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ । ବନ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଏବଂ କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ଗୁଡ଼ିକର ତୁରନ୍ତ ଆକଳନ କରାଯାଇ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ଧୋଇଯାଇଥିବା ରାସ୍ତାଘାଟର ପୁନଃ ନିର୍ମାଣ କରିବାକୁ ସେ ସରକାରଙ୍କୁ ନିବେଦନ କରିଥିଲେ । ଆଜିର ଏହି ବନ୍ୟା ଅଞ୍ଚଳ ପରିଦର୍ଶନ ସମୟରେ ଶ୍ରୀ ଦାସବର୍ମାଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଗୌତମବୁଦ୍ଧ ଦାସ, ଦଳର ବରିଷ୍ଠ ନେତା, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ସୋର ବିଧାୟକ ମାଧବ ଧଡ଼ା, ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ସ୍ୱରୂପ ଦାସ, ବସ୍ତା ବ୍ଲକ ସଭାପତି ମହାଦେବ ଦାସ, ବରିଷ୍ଠ ନେତା ଗିରିଶ ଚନ୍ଦ୍ର ଦାଶ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ପ୍ରମୁଖ ଗସ୍ତ କରିଥିଲେ।

ବାଲେଶ୍ୱର ବନ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି
ବାଲେଶ୍ୱର: ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ପରିସ୍ଥିତିକୁ ଆକଳନ କରିବାରେ ଏବଂ ମୁକାବିଲା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ବନ୍ୟା ଆସିବାର ଦୁଇ ସପ୍ତାହ ପରେ ବି ଏଯାଏ ଜିଲ୍ଲାର ବହୁ ସ୍ଥାନରେ ବନ୍ୟା ବିପନ୍ନଙ୍କ ନିକଟରେ ରିଲିଫ୍‌ ସାମଗ୍ରୀ ମଧ୍ୟ ପହଞ୍ଚି ନାହିଁ। ବନ୍ୟା ପାଣି ପଶି ଘର ଭାଙ୍ଗିଥିବା ଲୋକଙ୍କୁ ପଲିଥିନଟିଏ ମଧ୍ୟ ମିଳିନାହିଁ। କିଛି କିଛି ସ୍ଥାନରେ ଲୋକଙ୍କୁ ଚୁଡ଼ା ଗଣ୍ଡାଏ ଦେଇ ପ୍ରଶାସନ ନିଜ ଦାୟିତ୍ୱ ସାରିଦେଇଛି। ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲାର ବନ୍ୟାଞ୍ଚଳ ଗସ୍ତରେ ଆସିଥିବା ରାଜ୍ୟ ବିଜେଡି ଉପସଭାପତି ସଂଜୟ ଦାସବର୍ମା ଏଭଳି ଅଭିଯୋଗ ଆଣିଛନ୍ତି ଏବଂ ଏହି ବିଫଳତା ପାଇଁ ସରକାରୀ ଉଦସୀନତା ଓ ପ୍ରଶାସନିକ ଅପାରଗତାକୁ ଦାୟୀ କରିଛନ୍ତି।

ଶ୍ରୀ ଦାସବର୍ମାଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ଭୋଗରାଇ ବ୍ଲକରୁ ବନ୍ୟାଞ୍ଚଳ ପରିଦର୍ଶନ ଆରମ୍ଭ କରିଥିଲେ। ଡଙ୍ଗାରେ ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଥିଲେ। ପରେ ବାଲିଆପାଳ ଓ ବସ୍ତା ବ୍ଲକ୍‌ ର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ବିପନ୍ନ ଲୋକଙ୍କ ଦୁର୍ଦ୍ଦଶା ଓ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ। ସନ୍ଧ୍ୟାରେ ବାଲେଶ୍ୱର ଷ୍ଟେସନ କ୍ଲବରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ଦାସବର୍ମା କହିଥିଲେ ଯେ ବାଲେଶ୍ୱରବାସୀଙ୍କ ପାଇଁ ବନ୍ୟା ନୂଆ ନୁହେଁ। କିନ୍ତୁ ଏ ସରକାର ପ୍ରବଳ ବର୍ଷା ଏବଂ ତଦଜନିତ ବନ୍ୟାକୁ ଠିକ୍‌ ଭାବେ ଆକଳନ କରିପାରିଲେ ନାହିଁ କି ବନ୍ୟାକୁ ପରିଚାଳନା କରିପାରିଲେ ନାହିଁ। ବର୍ଷା ପାଣିରେ ବାଲେଶ୍ୱର ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାବେଳେ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ପଦକ୍ଷେପ ମଧ୍ୟ ନେଇ ପାରିଲେ ନାହିଁ। ପରବର୍ତ୍ତୀ ସମୟରେ ବୁଢ଼ାବଳଙ୍ଗ, ସୋନ, ଗଙ୍ଗାହାର, କାଂଶବାଂଶ, ଜଳକା ଓ ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟାକୁ ମୁକାବିଲା କରିବାରେ ବିଫଳ ହେଲେ।

ଶ୍ରୀ ଦାସବର୍ମା ଆହୁରି କହିଲେ ଯେ ଚଳିତ ବର୍ଷାର ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଶହ ଶହ ଗାଁ ଏବେ ବି ପାଣି ଘେରରେ ଥିବା ବେଳେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁ ନାହିଁ। ଏଯାଏ ଲୋକଙ୍କୁ ଚାଉଳ ଗଣ୍ଡେ ଦିଆଯାଇନି। ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ରିଲିଫ ଓ ପଲିଥିନ ଆଦି ନ ପହଞ୍ଚିବା  ସରକାରଙ୍କ ଚରମ ବିଫଳତାକୁ ପଦାରେ ପକାଇ ଦେଇଛି। ତେଣୁ ସରକାର ତୁରନ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଶୁଖିଲା ଖାଦ୍ୟ, ଗୋଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଅନ୍ତୁ। ବନ୍ୟା ଯୋଗୁଁ ଦୁଇ ଦୁଇ ଥର ଚାଷ ସଂପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିବାରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ରିଲିଫ କୋର୍ଡ ଅନୁସାରେ କ୍ଷତିପୂରଣ ପ୍ରଦାନ ସହ କୃଷିଋଣ ଛାଡ଼ କରିବାକୁ ସେ ଦାବି କରିଥିଲେ। ଏହା ବ୍ୟତୀତ ବନ୍ୟା ଅଞ୍ଚଳରେ ବୁଡ଼ି ରହିଥିବା ଉଠାଜଳସେଚନ ପଏଣ୍ଟ, ବିଦ୍ୟୁତ ଭିତ୍ତିଭୂମିର ପୁନରୁଦ୍ଧାର କରିବା ସହ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟ, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ସେ ଦୃଢ ଦାବି କରିଥିଲେ। ଶେଷରେ ସେ ବାଲେଶ୍ୱର ଜିଲ୍ଲାରେ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ଆଲୋଚନା କରି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ।

ବନ୍ୟାଞ୍ଚଳ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ସୋର ବିଧାୟକ ମାଧବ ଧଡ଼ା, ବରିଷ୍ଠ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଭୋଗରାଇ ବିଜେଡି ସଭାପତି ଗଣପତି ଗିରି, ବସ୍ତା ବିଜେଡି ସଭାପତି ମହାଦେବ ଦାସ, ବାଲିଆପାଳ ବିଜେଡି ସଭାପତି ଭଗବାନ ଗିରି ପ୍ରମୁଖ ଉପସ୍ଥିତ ଥିବାବେଳେ ସାମ୍ୱାଦିକ ସମ୍ମିଳନୀରେ ବାଲେଶ୍ୱର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ସ୍ୱରୂପ ଦାସ, ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାଶ, ରାଜ୍ୟ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

ଏସଆଇଆର ଆପତ୍ତି ଅବଧି ବୃଦ୍ଧି ଲାଗି ବିଜେଡିର ଦାବି: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବିଜେଡି ପ୍ରତିନିଧି
ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ବନ୍ୟା, ଲଗାଣ ବର୍ଷା ପରିସ୍ଥିତି ଜାରି ରହିଛି। ଯାହାକୁ ନେଇ ଜନଜୀବନ ବ୍ୟାହତ ହୋଇଥିବା ବେଳେ ପରିସ୍ଥିତିକୁ ଧ୍ୟାନରେ ରଖି ବିଜେଡି  ଏସଆଇଆର-୨୦୨୬ ପ୍ରକ୍ରିୟା ଅବଧି ଅନ୍ୟୂନ ୩୦ ଦିନ ବୃଦ୍ଧି ପାଇଁ ଦାବି କରିଛି। ପ୍ରତ୍ୟେକ ଯୋଗ୍ୟ ମତଦାତା ଯେପରି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ନ୍ୟାୟସଙ୍ଗତ ସୁଯୋଗ ପାଇବେ ଏବଂ କୌଣସି ପ୍ରକୃତ ମତଦାତା ତାଙ୍କର ମତଦାନ ଅଧିକାରରୁ ବଞ୍ଚିତ ନ ହେବେ, ସେଥିପାଇଁ ଏହି ସମୟସୀମା ବୃଦ୍ଧି ଜରୁରୀ ବୋଲି ଦଳ ଅନୁରୋଧ କରିଛି।

ବିଜେଡି ପ୍ରଦାନ କରିଥିବା ସ୍ମାରକପତ୍ରରେ କୁହାଯାଇଛି ଯେ ଏସ୍‌ଆଇଆର-୨୦୨୬ର ପ୍ରକିୟା ଜାରି ରହିଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଯାଞ୍ଚ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ଏହି ପରିସ୍ଥିତିରେ ନିର୍ବାଚନ ଅଧିକାରୀ, ମତଦାତା ଓ ବୁଥ୍‌ ଲେଭେଲ୍‌ ଏଜେଣ୍ଟମାନଙ୍କ ପକ୍ଷରେ ବର୍ତ୍ତମାନର ସମୟସୀମା ମଧ୍ୟରେ ଯାଞ୍ଚ ସମ୍ପୂର୍ଣ୍ଣ କରି ଦାବି ଓ ଆପତ୍ତି ଦାଖଲ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । ବନ୍ୟା ସ୍ଥିତି ନେଇ ଅବଧି ବୃଦ୍ଧି ପାଇଁ ପୂର୍ବରୁ ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି ଉପସ୍ଥାପନ କରିଥିଲେ। ଯାହାକୁ ନେଇ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କିନ୍ତୁ ବର୍ତ୍ତମାନର ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତି ଯୋଗୁଁ ହଜାର ହଜାର ଭୋଟର, ବିଏଲଏ ଓ ନିର୍ବାଚନ ଅଧିକାରୀଙ୍କ ପାଇଁ ଆବଶ୍ୟକୀୟ ଯାଞ୍ଚ ଓ ଦାଖଲ କାର୍ଯ୍ୟ କରିବା ଅସମ୍ଭବ ହୋଇପଡ଼ିଛି।  ରାଜ୍ୟର ଅନେକ ଜିଲ୍ଲାରେ ନିରନ୍ତର ପ୍ରବଳ ବର୍ଷା, ବନ୍ୟା ଯୋଗୁଁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ଏଭଳି ଗମ୍ଭୀର ପରିସ୍ଥିତିରେ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି । ନିରପେକ୍ଷତା ଓ ନ୍ୟାୟସଙ୍ଗତାକୁ ଦୃଷ୍ଟିରେ ରଖି ଦାବି ଓ ଆପତ୍ତି ଦାଖଲ ସମୟସୀମାକୁ ଅତି କମରେ ୩୦ ଦିନ ବୃଦ୍ଧି କରାଯାଉ। ଯାହାଦ୍ୱାରା ବୁଥ୍‌ ଲେଭେଲ୍‌ ଏଜେଣ୍ଟ ମାନେ ପ୍ରତ୍ୟେକ ମାମଲାର ଯାଞ୍ଚ କରି ପ୍ରକୃତ ମତଦାତାଙ୍କ ଅଧିକାରର ସୁରକ୍ଷା କରିପାରିବେ ବୋଲି ଦଳ କହିଛି।

ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ପ୍ରତାପ ଜେନା, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ, ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ ଲେନିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ମିହିର ରାୟ, ନାରାୟଣ ଜେନା ଓ ନନ୍ଦଲାଲ ସିଂ ପ୍ରମୁଖ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

'ଏମ୍‌ଏମ୍‌ଡିଆର୍ ସଂଶୋଧନ ବିଲ୍' ଆମ ଖଣି ସମ୍ପଦ ଉପରେ ଥିବା ଆମ ଅଧିକାରକୁ ଛଡ଼ାଇ ନେଇଛି: ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଏ ମାଟି ଆମର, ଏ ଖଣି ସମ୍ପଦ ମଧ୍ୟ ଆମର। ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଚାଲିଥିବା ଭୟଙ୍କର ଷଡ଼ଯନ୍ତ୍ରକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ। ଓଡ଼ିଶାର ବିପୁଳ ଖଣିଜ ସମ୍ପଦ ଏବଂ ଆର୍ଥିକ ସ୍ୱାଧୀନତା ଉପରେ କେନ୍ଦ୍ର ସରକାରଙ୍କ ଏମ୍‌ଏମ୍‌ଡିଆର୍ ବିଲ୍ ର ପ୍ରଭାବକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରି ସେ ନିକଟରେ ପାରିତ ହୋଇଥିବା ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ୍) ସଂଶୋଧନ ଆଇନ ବା ଏମ୍‌ଏମ୍‌ଡିଆର୍ ବିଲ୍ ବିରୋଧରେ ଏକଜୁଟ୍ ହୋଇ ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି।

ଭିଡିଓ ବାର୍ତ୍ତାରେ ନବୀନ ପଟ୍ଟନାୟକ ନିଜର ୨୪ ବର୍ଷର ଶାସନ କାଳରେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ, ୨୦୦୦ ମସିହାରେ ଯେତେବେଳେ ଆମେ ଓଡ଼ିଶା ଶାସନର ଦାୟିତ୍ୱ ନେଲୁ, ସେତେବେଳେ ଓଡ଼ିଶାର ଅର୍ଥନୀତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିଲା। ଆମକୁ ଓଭରଡ୍ରାଫ୍ଟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ୨୦୨୪ରେ ଯେତେବେଳେ ସରକାର ପରିବର୍ତ୍ତନ ହେଲା, ସେତେବେଳେ ଆମେ ୫୦ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡ଼ି ଯାଇଥିଲୁ। ଦୃଢ଼ ଆର୍ଥିକ ପରିଚାଳନା ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଥିଲା। ରାଜ୍ୟକୁ ରାଜସ୍ୱ ବଳକା କରିବା ସହିତ ଦ୍ରୁତ ପ୍ରଗତି ଆସିପାରିଥିଲା । ଦାରିଦ୍ର୍ୟ ହ୍ରାସ ପାଇଥିଲା, ଭିତ୍ତିଭୂମିର ଉନ୍ନତି ହୋଇଥିଲା ଏବଂ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏହି ଦ୍ରୁତ ବିକାଶରେ ଖଣି ଟିକସ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ମାତ୍ର ବର୍ତ୍ତମାନ ଏହି ନୂଆ ଆଇନ ଯୋଗୁଁ ଓଡ଼ିଶାର ଅର୍ଥନୀତି ଘୋର ବିପଦରେ ପଡ଼ିଥିବା ସେ ସତର୍କ କରାଇ ଦେଇଛନ୍ତି।

ନବୀନ କହିଛନ୍ତି କି, ନିକଟରେ ସଂସଦରେ 'ଖଣି ଏବଂ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍‌' (MMDR Amendment Bill) ପାସ୍ ହୋଇଛି। ଏହା ଦ୍ୱାରା ଓଡ଼ିଶା ତଥା ଓଡ଼ିଶାବାସୀଙ୍କର ଅପୂରଣୀୟ କ୍ଷତି କରିବାକୁ ଯାଉଛି। ଏତେ ଗୁରୁତ୍ୱପୂର୍ଣ୍ଣ ଏକ ସଂଶୋଧନ ବିଲ୍‌କୁ କେନ୍ଦ୍ର ସରକାର ବିନା କୌଣସି ଆଲୋଚନାରେ ପାସ୍ କରିଦେଲେ। କେବଳ ବିଜେଡି ସାଂସଦମାନେ ହିଁ ରାଜ୍ୟସଭାରେ ଏହାକୁ ଦୃଢ଼ ବିରୋଧ କରିଥିଲେ।

ଏହି ବିଲ୍‌କୁ ବିରୋଧ କରି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏକ ସର୍ବଦଳୀୟ ବୈଠକ ଡାକିବାକୁ ଏବଂ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରିବାକୁ ଚିଠିରେ ଅନୁରୋଧ ମଧ୍ୟ କରିଛନ୍ତି ।

ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହନ୍ତି। ଦଳମତ ନିର୍ବିଶେଷରେ, ମାଟିର ସ୍ୱାର୍ଥ ପାଇଁ ଆଜି ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ଏହି ସଂଶୋଧିତ ବିଲ୍ ଆମ ଖଣି ସମ୍ପଦ ଉପରେ ଥିବା ଆମ ଅଧିକାରକୁ ଛଡ଼ାଇ ନେଇଛି। ଆପଣମାନେ ଜାଣନ୍ତି, ଓଡ଼ିଶାରେ କ୍ରୋମାଇଟ୍‌, ବକ୍ସାଇଟ୍‌, ଲୁହାପଥର, କୋଇଲା ଏବଂ ମାଙ୍ଗାନିଜ୍‌ର ସର୍ବାଧିକ ଭଣ୍ଡାର ରହିଛି। କିନ୍ତୁ ଏହି ନୂଆ ଆଇନ ଏ ସବୁ ଉପରୁ ଆମ ନିୟନ୍ତ୍ରଣ ହଟାଇ ଦେଇଛି। ଆମ ଲୋକଙ୍କ କଲ୍ୟାଣ ପାଇଁ ଆମେ ଆମ ଖଣିରୁ କାହିଁକି ଟିକସ ଆଦାୟ କରିପାରିବୁ ନାହିଁ? ଆମ ଲୋକ ଧୂଳି-ଧୂଆଁ ସହିବେ, ଅଥଚ ଦିଲ୍ଲୀ ଦରବାର ଆମ ସମ୍ପଦରେ ସମୃଦ୍ଧ ହେବ—ଏହାକୁ ଆମେ କେବେ ବି ସହ୍ୟ କରିବୁ ନାହିଁ।

ନବୀନ ଆହୁରି ମଧ୍ୟ କହିଛନ୍ତି କି, ସେ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ସ୍ୱାର୍ଥକୁ ଜଗି ରହିଥିଲେ । କେନ୍ଦ୍ରରେ ଯେକୌଣସି ଦଳର ସରକାର ଥିଲେ ମଧ୍ୟ ଓଡ଼ିଶାର ଅଧିକାର ଛଡ଼ାଇ ନେବାକୁ କେହି ସାହସ କରିପାରୁ ନ ଥିଲେ। ଆପଣମାନେ ୨୦୨୪ରେ ପରିବର୍ତ୍ତନ ଚାହିଁ ନୂଆ ବିଜେପି ସରକାର ଗଠନ କଲେ। କିନ୍ତୁ ମାତ୍ର ଦୁଇ ବର୍ଷ ଭିତରେ ସବୁକିଛି ବଦଳିଗଲା। ଓଡ଼ିଶାକୁ ଏବେ ପୁଣି କେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ପଡ଼ିବ। ଆପଣମାନେ ଓଡ଼ିଶାରୁ ଲୋକସଭାକୁ ୨୦ ଜଣ ବିଜେପି ସାଂସଦ ପଠାଇଲେ, କିନ୍ତୁ ଏ ମାଟିର ସ୍ୱାର୍ଥ ପାଇଁ ସେମାନଙ୍କ ମଧ୍ୟରୁ କେହି ହେଲେ ପାଟି ଖୋଲିଲେ ନାହିଁ। ରାଜ୍ୟ ତଥା ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବାରେ ସେମାନେ ସମ୍ପୂର୍ଣ୍ଣ ବିଫଳ ହେଲେ।

ବିଜୁ ବାବୁ ସବୁବେଳେ ରାଜ୍ୟର ବିକାଶ ପାଇଁ 'ଆର୍ଥିକ ସ୍ୱୟଂଶାସନ' ଉପରେ ଗୁରୁତ୍ୱ ଦେଉଥିଲେ। ଏହି ସଂଶୋଧିତ ଆଇନ ଦ୍ୱାରା ଓଡ଼ିଶାର ରାଜସ୍ୱ ଆୟ ବହୁତ କମିଯିବ। ପ୍ରତିବର୍ଷ ଆମକୁ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। ଏହି ଅର୍ଥରେ ଓଡ଼ିଶାରେ ଅନେକ ସ୍କୁଲ, କଲେଜ, ଡାକ୍ତରଖାନା ନିର୍ମାଣ ହୋଇପାରିଥାନ୍ତା; ରାସ୍ତାଘାଟ, ପୋଲ, ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ ହୋଇପାରିଥାନ୍ତା; ନୂଆ ନୂଆ ଜନହିତକର ଯୋଜନା ହୋଇ ଚାଷୀ ଓ ଗରିବ ଲୋକ ଉପକୃତ ହୋଇପାରିଥାନ୍ତେ।

କିନ୍ତୁ ଏବେ ଏତେ ବଡ଼ କ୍ଷତି ଓଡ଼ିଶା ସହିପାରିବ ତ? ଆମର ଆଗାମୀ ପିଢ଼ି ତଥା ଯୁବସମାଜକୁ ଆମେ କ’ଣ ଜବାବ ଦେବା? #GenZ ଙ୍କ ଭବିଷ୍ୟତ କ'ଣ ହେବ?

ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଚାଲିଥିବା ଏହି ଭୟଙ୍କର ଷଡ଼ଯନ୍ତ୍ରକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ। ଏ ମାଟି ଆମର, ଏ ଖଣି ସମ୍ପଦ ମଧ୍ୟ ଆମର। ଆମ ଅଧିକାରର ସୁରକ୍ଷା ପାଇଁ ମୁଁ ନିଶ୍ଚୟ ଲଢ଼ିବି। ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ହକ୍ ପାଇଁ ମୋର ସଂଗ୍ରାମ ଜାରି ରହିବ। ଏହି ଲଢ଼େଇରେ ଏକଜୁଟ ହୋଇ ସାମିଲ ହେବା ପାଇଁ ସମସ୍ତ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି ନବୀନ ।

ଯାଜପୁର ଓ ଭଦ୍ରକ ବନ୍ୟା ସ୍ଥିତି ସମୀକ୍ଷା କଲା ବିଜେଡି ଟିମ୍‌
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ନେତା, ପ୍ରାକ୍ତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ ସାହୁଙ୍କ ନେତୃତ୍ୱରେ ବିଜେଡି ଟିମ୍‌ ଧାମନଗର ବନ୍ୟାଞ୍ଚଳ ପରିଦର୍ଶନ କରି ଚଳିତ ବର୍ଷର ୪ର୍ଥ ବନ୍ୟାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ବୈତରଣୀ ଓ ଗେଙ୍ଗୁଟି ନଦୀବନ୍ଧରେ ବନ୍ୟାବିପନ୍ନଙ୍କ ସହ ସାକ୍ଷାତ୍‌ କରି ସେମାନଙ୍କ ଦୁଃଖ, ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ବିପଦ ସମୟରେ ଲୋକଙ୍କ ସହ ଠିଆ ହୋଇ ସେମାନଙ୍କ ସମସ୍ୟା ବୁଝିବା ଓ ସହଯୋଗର ହାତ ବଢ଼ାଇବା ହିଁ ଆମର ଦଳର ପ୍ରାଥମିକତା ବୋଲି ସେ କହିଛନ୍ତି। ସରକାର ବନ୍ୟା ଟ୍ୟୁରିଜିମ୍‌ ବନ୍ଦ କରି ବନ୍ୟାବିପନ୍ନ ଏବଂ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ କଥା ବୁଝନ୍ତୁ, ସେମାନଙ୍କୁ ପର୍ଯ୍ୟାପ୍ତ ସାହାଯ୍ୟ କରିବା ସହିତ ଚାଷର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ଋଣ ଛାଡ଼ କରନ୍ତୁ ବୋଲି ଗଣମାଧ୍ୟମ ଆଗରେ ଡ. ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟାରେ ଦାବି କରିଛନ୍ତି।

ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତବେଳେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ନିର୍ବାଚନମଣ୍ଡଳୀ ନେତା ଡ. ସଞ୍ଜୟ ଦାସ, ଧାମନଗର ବ୍ଲକ୍‌ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବ୍ଲକ୍‌ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ଭଦ୍ରକ ବ୍ଲକ୍‌ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ଏନ୍‌ଏସି ଅଧ୍ୟକ୍ଷା ନିବେଦିତା ଜେନା, ଉପାଧ୍ୟକ୍ଷ ଓସିମ୍‌ ଏଜଦାନି କାଦିରୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ଓ ସାରଦା ପ୍ରସନ୍ନ ସାହୁ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିଦ୍ୟୁତ୍‌ଲତା ନାୟକ, ସରପଞ୍ଚ ସୀତାକାନ୍ତ ମିଶ୍ର, ସମିତିସଭ୍ୟ ସୂର୍ଯ୍ୟକାନ୍ତ ନାୟକ, ଭାରତ ବିଜୟ ଦଳେଇ, ବହୁ କାଉନ୍‌ସିଲର, ବିଜେଡି ବ୍ଲକ୍‌ ଓ ନଗର ସଭାପତି ପ୍ରତାପ ସାମଲ, ବିଜୟକେତନ ସାହୁ, ବିଜେଡି ନେତା ସୁଶାନ୍ତ ରାଉତ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସେକ୍‌ ଜାଫର ଅଲ୍ଲୀ, ସେକ୍‌ ସୈଫୁଦ୍ଦିନ(ସୁନିଲ), ସେକ୍‌ ବାଟୋ, ଏମ୍‌ଡି ଫକିରୁଦ୍ଦିନ, ମୀର୍‌ ମୁରତୁଜା, ରମେଶ ଜେନା, ଗୌରାଙ୍ଗ ଜେନା, ସେକ୍‌ ଜୁଲୋ ଓ ଅନ୍ୟ ନେତୃମଣ୍ଡଳୀ ଧାମନଗର ବନ୍ୟାଞ୍ଚଳ ବୟାଙ୍ଗଡିହ, ଦୋବଲ, ରାଧାବଲ୍ଲଭପୁର, ନଦୀଗାଁ, ଧୂଷୁରୀ ଆଦି ପରିଦର୍ଶନ କରି ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଭେଟି ଆଲୋଚନା କରିବା ସହିତ ସ୍ଥାନୀୟ ଅଞ୍ଚଳର ନେତୃମଣ୍ଡଳୀମାନଙ୍କ ସହ ଆଲୋଚନା କରିଛନ୍ତି। ପରେ କ୍ଷୟକ୍ଷତି ଆକଳନ କରି ଏକ ରିପୋର୍ଟ ଜିଲ୍ଲା ସଭାପତିଙ୍କ ମାଧ୍ୟମରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି।

ଚଳିତ ବର୍ଷ ବନ୍ୟାରେ ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କିନ୍ତୁ ବନ୍ୟା ପୂର୍ବରୁ ବା ବନ୍ୟା ପରେ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଯେଉଁଭଳି ପଦକ୍ଷେପ ଗ୍ରହଣ କରାଯିବା କଥା ସେଭଳି କରାଯାଇନଥିବାରୁ ହଜାର ହଜାର ବିପନ୍ନ ଆଜି ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବନ୍ୟା ପରିଚାଳନାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧିମାନଙ୍କୁ ପ୍ରଶାସନ ସାଙ୍ଗରେ ନେଇ ବନ୍ୟା ପରିଚାଳନା କରାଗଲେ ଏହାର ଲାଭ ମିଳନ୍ତା ବୋଲି ବନ୍ୟା ପରିସ୍ଥିତିର ସମୀକ୍ଷା କରିବାକୁ ଆସିଥିବା ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ ମତବ୍ୟକ୍ତ କରିଛନ୍ତି।

ବିଞ୍ଝାରପୁର ନୂଆମାହାରାରେ ସୃଷ୍ଟି ହୋଇଥିବା ଘାଇ ଅଞ୍ଚଳକୁ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତଙ୍କ ନେତୃତ୍ୱରେ ଆସିଥିବା ଟିମ୍‌ ପରିଦର୍ଶନରେ ଆସି ଏଭଳି ସରକାରଙ୍କ ବିଫଳତା ସଂପର୍କରେ ଗଣମାଧ୍ୟମରେ ବର୍ଷିଥିଲେ। ଏହି ଘାଇ ଯୋଗୁଁ ୫ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଘାଇ ମରାମତିରେ ବିଳମ୍ୱ ଯୋଗୁଁ ଏହି ଅଞ୍ଚଳରେ ପୁଣି ବନ୍ୟା ପରିସ୍ଥିତି ଦେଖାଦେଇଛି ବୋଲି ମତ ଦେଇଥିଲେ। ପ୍ରତିନିଧି ଦଳରେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଓ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପ୍ରମୁଖ ସାମିଲ ହୋଇ ପ୍ରଶାସନ ଓ ସରକାରଙ୍କ ରିଲିଫ ଓ ଉଦ୍ଧାର କାର୍ଯ୍ୟପ୍ରକ୍ରିୟା ଉପରେ ପ୍ରଶ୍ନ କରିଥିଲେ। ଶ୍ରୀ ଅମାତ ବିଞ୍ଝାରପୁର ବିଡିଓଙ୍କ ସହ ଆଲୋଚନା କରିବା ପରେ   ନୂଆମାହାରା ଘାଇ ପରିଦର୍ଶନ କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଥିଲେ ଯେ, ସରକାରଙ୍କ ଅପାରଗତା ଯୋଗୁଁ ସାଧାରଣ ଲୋକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ସରକାର ଓ ପ୍ରଶାସନ ଉଭୟ ତତ୍ପର ହୋଇ ଲୋକଙ୍କ ନିକଟରେ ରିଲିଫ ଓ ଆବଶ୍ୟକ ସହାୟତା ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ। ସେହିପରି ପ୍ରମିଳା ମଲ୍ଲିକ ଅଭିଯୋଗ କରି କହିଥିଲେ ସରକାର କେବଳ ବଡ଼ ବଡ଼ ଦାବି କରୁଛନ୍ତି, କିନ୍ତୁ ବାସ୍ତବରେ ବନ୍ୟାପୀଡ଼ିତଙ୍କ ଦୁର୍ଦ୍ଦଶା ଦୂର ହେଉନାହିଁ। ।

ଏହି ପ୍ରତିନିଧି ମଣ୍ଡଳୀ ସହ ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଇଂ. ସୁଶାନ୍ତ କୁମାର ମିଶ୍ର, ବିଞ୍ଝାରପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ସାମଲ, ଜିଲ୍ଲା ପରିଷଦ ସଭ୍ୟା ନିନାରାଣୀ ସାମଲ, ମାମିନା ମଲ୍ଲିକ, କମାରଡ଼ିହି ପାକ୍ସ ସଭାପତି ଭାଗୀରଥି ସାହୁ, ଯୁବ ନେତା ବିରଜା ମଲ୍ଲିକ, ଟୁନା ବିଶ୍ୱାଳ ପ୍ରମୁଖ କୟାଁ, କମାରଡ଼ିହି, ଖାନନଗର, ଥାଲକୁଡ଼ି, ନିଜାମପୁର ଆଦି ପଞ୍ଚାୟତ ଗସ୍ତ କରି  ଗ୍ରାଉଣ୍ଡ ଜିରୋରେ କିପରି ବନ୍ୟା ବିପନ୍ନମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି  ତାହାର ସ୍ଥିତି ପରଖିଥିଲେ। ଏଥିସହ ବ୍ଲକର କୟାଁ, କମାରଡ଼ିହି, ଖାନନଗର, ନିଜାମପୁର, ଦତ୍ତପୁର ଆଦି ପଞ୍ଚାୟତରେ ଲୋକମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ  ଜିଲ୍ଲା ପ୍ରଶାସନ ପକ୍ଷରୁ ସେଭଳି କୌଣସି ସହାୟତା ଯୋଗେଇ ଦିଆଯାଇ ନଥିବାରୁ ବନ୍ୟା ବିପନ୍ନମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ମାନସଙ୍କ ଉଦ୍‌ବେଗ: ଏଗ୍ରିଷ୍ଟାକକୁ ନେଇ ଏପର୍ଯ୍ୟନ୍ତ ଆସିନାହିଁ ସ୍ପଷ୍ଟତା
ଭୁବନେଶ୍ୱର: ରାଜ୍ୟରେ ଖରିଫ୍‌ ଧାନ କ୍ରୟ ବ୍ୟବସ୍ଥାରେ ଦେଖାଦେଇଥିବା ବ୍ୟାପକ ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ। ସାମାଜିକ ଗଣମାଧ୍ୟମ ଏକ୍ସରେ ଏନେଇ ପୋଷ୍ଟ କରି ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ଧାନ କ୍ରୟ, ଚାଷୀ ପଞ୍ଜୀକରଣ, ଟୋକନ ବ୍ୟବସ୍ଥା ଏବଂ ଏଗ୍ରିଷ୍ଟାକକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ଆସିନାହିଁ। ଏଥିସହ ଧାନ କ୍ରୟ ପ୍ରକ୍ରିୟାକୁ ନେଇ ସଂପୃକ୍ତ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ସହଯୋଗର ଅଭାବ ଥିବା ମଧ୍ୟ ଦେଖାଯାଉଛି। ଏଭଳି ସ୍ଥିତିରେ ଚାଷୀଙ୍କ ଜୀବିକା ଓ କଲ୍ୟାଣକୁ ସିଧାସଳଖ ପ୍ରଭାବିତ କରୁଥିବା ନିଷ୍ପତ୍ତି ନେବା ସମୟରେ ସରକାର କେତେ ପ୍ରସ୍ତୁତ ଅଛନ୍ତି, ତାହା ନେଇ ଗୁରୁତର ପ୍ରଶ୍ନ ଉଠୁଛି। ଚାଷୀମାନେ ଅନାବଶ୍ୟକ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହା ସୁନିଶ୍ଚିତ କରିବା ପାଇଁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ପଛରେ ଉପଯୁକ୍ତ ଯୋଜନା, ସ୍ପଷ୍ଟତା ଓ ବିଭାଗୀୟ ସମନ୍ୱୟ ରହିବା ଆବଶ୍ୟକ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ଗର୍ଜିଲା ବିଜେଡି: ଛାତ୍ରଛାତ୍ରୀଙ୍କୁ ଅଣଦେଖା ସରକାରକୁ ଭାରି ପଡ଼ିବ
ବଲାଙ୍ଗିର: ସ୍କୁଲ ବହିରେ ରହିଥିବା ତ୍ରୁଟି ଓ ଏହାକୁ ନ ସୁଧାରି ଭୁଲ ବହି ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନକୁ ନେଇ ବିଜେଡି ରାଜ୍ୟରେ ପ୍ରତିବାଦର ସ୍ୱର ତୀବ୍ର କରିଛି। ସରକାରଙ୍କ ଅପାରଗତାକୁ ଜିଲ୍ଲାସ୍ତରରେ ପହଞ୍ଚାଇବା ସହ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ କରାଯାଉଛି। ଏହିକ୍ରମରେ ମଙ୍ଗଳବାର ବଲାଙ୍ଗିର ଜିଲ୍ଲା ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ କରାଯାଇଥିଲା। ଆନ୍ଦୋଳନରେ ରାଜ୍ୟ ଛାତ୍ର ବିଜେଡି ସଭାନେତ୍ରୀ ଇପ୍‌‌ସିତା ସାହୁ ଓ ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଯୋଗଦେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଶୀଘ୍ର ବରଖାସ୍ତ କରିବାକୁ ଦାବି କରିଥିଲେ। ସ୍ଥାନୀୟ ଗାନ୍ଧୀନଗରପଡ଼ାରୁ ଶହ ଶହ ଯୁବକ ଓ ଛାତ୍ର ଶୋଭାଯାତ୍ରା ଯାଇ ଜିଲ୍ଲାପାଳ ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସଦର ବିଜେଡି ବିଧାୟକ କଲିକେଶ ନାରାୟଣ ସିଂହଦେଓ ଯୋଗଦେଇ ସରକାରଙ୍କ ବିଫଳତା ବଖାଣିଥିଲେ।

ବଲାଙ୍ଗିର ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁମନ ନନ୍ଦ ଓ ଯୁବ ବିଜେଡି ସଭାପତି ଯତୀନ୍ଦ୍ର ପଟେଲଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଥିଲା। ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଯୋଗଦେଇ କହିଥିଲେ, ରାଜ୍ୟରେ ବିଜେପି ସରକାର ଆସିବା ପରେ ଶିକ୍ଷା ବ୍ୟବସ୍ଥାର ମୂଳଦୁଆକୁ ନଷ୍ଟ କରିଦେଇଛି। ଶେଷରେ ସରକାରଙ୍କ ଅପାରଗତା ପାଇଁ ଛାତ୍ରଛାତ୍ରୀଙ୍କୁ ଭୁଲ ବହି ପଢ଼଼ିବାକୁ ପଡୁଛି। ଯିଏ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଏମିତି କରୁଛି ତାକୁ ଆଗାମୀ ଦିନରେ ରାଜ୍ୟବାସୀ ଉଚିତ ଜବାବ ଦେବେ ଓ ଏଭଳି ଅକ୍ଷମଣୀୟ ଭୁଲ ପାଇଁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କହିଥିଲେ। ରାଜ୍ୟ ଛାତ୍ର ବିଜେଡି ସଭାନେତ୍ରୀ ଇପ୍‌‌ସିତା ସାହୁ ସିଧାସଳଖ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଟାର୍ଗେଟ କରିଥିଲେ। ମନ୍ତ୍ରୀଙ୍କ ପାଖରେ ନୈତିକତାର ଅଭାବ ରହିଛି ଏତେ ବଡ଼ ଭୁଲ ପରେ ବି ସେ ଗାଦି ମାଡ଼ି ବସିଥିବାବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ଶୀଘ୍ର ବରଖାସ୍ତ କରିବା କଥା ବୋଲି କହିଥିଲେ।

ଅନ୍ୟପକ୍ଷରେ ସଦର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓ ଏହି ଆନ୍ଦୋଳନରେ ଉପସ୍ଥିତ ରହି ୨ ବର୍ଷରେ ସରକାର କ’ଣ କରିଛି ଓ ଆଗକୁ କ’ଣ କରିପାରିବ ଦେଖାଇ ଦେଇଛି। କେବଳ ବହିରେ ତୃଟି ପ୍ରସଙ୍ଗ ନୁହଁ, ଚାଷ ଓ ଚାଷୀଙ୍କ ପ୍ରସଙ୍ଗ, ମହିଳା ସଶକ୍ତିକରଣ ଭଳି ଅନେକ ପ୍ରସଙ୍ଗରେ ସରକାରୀ ଦଳର ନେତାଙ୍କ ବଡ଼ ବଡ଼ କଥା ଭୁଲ ପ୍ରମାଣିତ ହୋଇଛି। ସବୁ ରାଜ୍ୟବାସୀ ଦେଖୁଛନ୍ତି ଯାହାର ପ୍ରତିଫଳନ ଆଗାମୀ ଦିନରେ ନିର୍ବାଚନରେ ଲୋକେ ଦେଖିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ସରୋଜ ମେହେର, ଲୋଇସିଂହା ବିଧାୟକ ପ୍ରାର୍ଥର୍ୀ ନିହାର ରଞ୍ଜନ ବେହେରା, କଣ୍ଟାବାଞ୍ଜି ଯୁବନେତା ଗିରିରାଜ ସିଂ ଭୋଇ, ଅଜିତ ଯୋଷୀ, ବରଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଭଟଲିର ଯୁବନେତା ସୁବ୍ରତ ସିଂ ସମେତ ବହୁ ଯୁବ ଓ ଛାତ୍ରନେତା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ତେବେ ତୁରନ୍ତ ଭୁଲ ପାଠ୍ୟପସ୍ତୁକକୁ ହଟାଇ ନୂତନ ପାଠ୍ୟ ପୁସ୍ତକ ପ୍ରଦାନ ସହ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା।

ବନ୍ୟାଞ୍ଚଳରେ ଶୁଖିଲା ଓ ରନ୍ଧା ଖାଦ୍ୟ ଦେବାରେ ସରକାର ବିଫଳ: ବିଜେଡି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବନ୍ୟାଞ୍ଚଳ ଗସ୍ତ ଲୋକଙ୍କ ସୁବିଧା ପାଇଁ କମ୍‌, ନିଜ ପ୍ରଚାର ପ୍ରସାର ପାଇଁ ବେଶୀ ଉଦ୍ଦିଷ୍ଟ। ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବାରେ ଓ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କ୍ଷେତ୍ରରେ ବିଫଳ ହେବା ପରେ କେବଳ ନିଜ ପ୍ରଚାର ଲକ୍ଷ୍ୟରେ ବନ୍ୟାଞ୍ଚଳକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ବନ୍ୟା ପ୍ରଭାବିତ ଲୋକଙ୍କ କଟା ଘାରେ ଚୂନ ସଦୃଶ୍ୟ ହୋଇଛି ବୋଲି ବିଜେଡି କହିଛି।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ  ଲେନିନ ମହାନ୍ତି କହିଥିଲେ ଯେ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନରେ ରାଜ୍ୟ ସରକାର ବିଫଳ ହୋଇଥିବା ବେଳେ, ରାଜନୀତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ  ଦୁର୍ଭାଗ୍ୟଜନକ। ଯେତେବେଳେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବନ୍ୟା ଜଳ ପଶିଯିବାରୁ ଲୋକେ ହନ୍ତସନ୍ତ ହେଉଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଭୋଜିଭାତରେ ମାତିଥଲେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ନିକଟରେ ଶୁଖିଲା ଖାଦ୍ୟ ବା ରନ୍ଧା ଖାଦ୍ୟ ପହଞ୍ଚିପାରି ନଥିଲା।  ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲୋକଙ୍କ ସୁବିଧା ପାଇଁ କମ୍‌ ନିଜ ରାଜନୀତି ପାଇଁ ଅଧିକ ଥିଲା ବୋଲି ସ୍ପଷ୍ଟ ହୋଇଛି । ଯାଜପୁର ଜିଲ୍ଲା ଗସ୍ତ ସମୟରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଓ ସୁଜାତା ସାହୁ ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷାରେ ଥିଲେ ସୁଦ୍ଧା ସେମାନଙ୍କୁ ଛାଡି ବିଜେପି ନେତାଙ୍କୁ ଧରି ସେହି ଅଞ୍ଚଳ ଗସ୍ତ କରିବା କେବଳ ରାଜନୀତି ଛଡା ଆଉ କିଛି ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତରେ ବନ୍ୟା ପ୍ରଭାବିତ ଲୋକଙ୍କ ସହିତ କମ୍‌ ସମୟ ଦେଇଥିବା ବେଳେ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ଅଧିକ ସମୟ ଯାଇଥିଲା ।  ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମୋଟରସାଇକେଲ ଚଳାଉଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ପଛରେ ବସି ବନ୍ୟାଞ୍ଚଳ ପରିଦର୍ଶନରେ ଯାଉଥିବା ଦୃଶ୍ୟ କେବଳ ସାମାଜିକ ଗଣମାଧ୍ୟମରେ ରିଲ ପାଇଁ ଉଦ୍ଦିଷ୍ଟ ଥିଲା । ବିନା ହେଲମେଟରେ ମୋଟରସାଇକେଲରେ ଯିବା ଟ୍ରାଫିକ ନିୟମକୁ ଉଲ୍ଲଙ୍ଘନ କରିଛି। ଖୋଲାଖୋଲି ହୋଇଥିବା ଏହି ନିୟମ ଉଲ୍ଲଙ୍ଘନ ପାଇଁ ରାଜ୍ୟର ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ଡ. ମହାନ୍ତି ପ୍ରଶ୍ନ କରିବା ସହ ଗତକାଲିର ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ଅନ୍ତସାର ଶୂନ୍ୟ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି।