Highest T20I Wicket Taker - The Sakala

ବିଶ୍ବକପ୍ ଆରମ୍ଭରୁ ସାକିବଙ୍କ ବିଶ୍ବରେକର୍ଡ
ମସ୍କଟ: କ୍ରିକେଟ୍‌ର ସବୁଠାରୁ ଛୋଟିଆ ଫର୍ମାଟ୍ ଟି-୨୦ର ୭ମ ବିଶ୍ଵକପ୍ ରବିବାରଠାରୁ ଆରମ୍ଭ ହୋଇଛି । ବିଶ୍ଵକପ୍ ଆରମ୍ଭରୁ ବାଂଲାଦେଶ ଷ୍ଟାର୍ ଲ୍‌ରାଉଣ୍ଡର ସାକିବ ଅଲ୍  ହାସାନ ବିଶ୍ଵରେକର୍ଡ ସ୍ଥାପନ କରିଛନ୍ତି। ଏହି ବାମହାତୀ ସ୍ପିନର ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହେବାର ସୌଭାଗ୍ୟ ଲାଭ କରିଛନ୍ତି।

ଯୋଗ୍ୟତା ପର୍ଯ୍ୟାୟରେ ସ୍କଟ୍‌ଲାଣ୍ଡ ବିପକ୍ଷ ମ୍ୟାଚରେ ଶାକିବ୍ ଏହି ରେକର୍ଡ କରିଛନ୍ତି। ମ୍ୟାଚରେ ଶାକିବ ସ୍କଟ୍‌ଲାଣ୍ଡର ରିଚି ବେରିଙ୍ଗଟନ୍‌ ଓ ମାଇକେଲ୍‌ ଲିସ୍କଙ୍କ ୱିକେଟ୍ ଅକ୍ତିଆର କରିବା ସହ ଶ୍ରୀଲଙ୍କାର ଲସିଥ୍ ମାଲିଙ୍ଗାଙ୍କୁ ପଛରେ ପକାଇ ଦେଇଥିଲେ। ଶାକିବ୍ ୮୯ ମ୍ୟାଚରୁ ୧୦୮ ଟି-୨୦ ୱିକେଟ୍‌ ନେଇ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି।

ପୂର୍ବରୁ ଏହି ରେକର୍ଡର ଅଧିକାରୀ ରହିଥିବା ମାଲିଙ୍ଗା ୮୪ ଟି-୨୦ ମ୍ୟାଚରୁ ୧୦୭ ୱିକେଟ୍‌ ନେଇଥିଲେ। ନ୍ୟୁଜିଲାଣ୍ଡର ଟିମ୍ ସୌଦୀ (୯୯ ୱିକେଟ୍), ପାକିସ୍ତାନର ଶାହିଦ ଆଫ୍ରିଦୀ (୯୮) ଓ ଆଫଗାନିସ୍ତାନର ରଶିଦ୍ ଖାନ୍ (୯୫) ଏହି ତାଲିକାରେ କ୍ରମାନ୍ଵୟରେ ୩ୟରୁ ୫ମ ସ୍ଥାନ ମଧ୍ୟରେ ରହିଛନ୍ତି।