ICC Mens T20 World Cup - The Sakala
ଇଂଲଣ୍ଡକୁ ହରାଇ T-20 ବିଶ୍ବକପ ଫାଇନାଲରେ ଟିମ୍ ଇଣ୍ଡିଆ: ଟ୍ରଫି ପାଇଁ ଦକ୍ଷିଣ ଆଫ୍ରିକା ସହ ଭାରତର ହେବ ମହା ମୁକାବିଲା
ଗାଏନା: T-20 ବିଶ୍ବକପ ଫାଇନାଲରେ ଭାରତ । ଦ୍ଵିତୀୟ ସେମି ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ଅକ୍ଷର ଓ କୁଲଦୀପଙ୍କ ଯାଦୁକରୀ ସ୍ପିନରେ ଧୂଳି ଚାଟିଲା ଇଂଲଣ୍ଡ । ୧୭୨ ରନର ବିଜୟ ଲକ୍ଷ୍ଯକୁ ପିଛା କରି ୧୦୩ ରନରେ ଅଲଆଉଟ୍ ହୋଇଗଲା ଇଂଲଣ୍ଡ । ଫଳରେ ୬୮ ରନର ବିରାଟ ବ୍ଯବଧାନରେ ଇଂଲଣ୍ଡକୁ ହରାଇ ଫାଇନାଲ ଟିକେଟ ହାସଲ କରିଛି ରୋହିତ ବାହିନୀ । ଟ୍ରଫି ପାଇଁ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ହେବ ଫାଇନାଲ୍ ଟକ୍କର।
ଗାଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତିଥିଲା ଓ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିି ନେଇଥିଲା । ପ୍ରଥମେ ବ୍ଯାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୭୧ ରନ କରିଥିଲା । କ୍ଯାପଟେନ ରୋହିତ ଶର୍ମା ୩୯ ବଲରେ ୫୭ ରନ୍ କରିଥିବାବେଳେ ଏବଂ ସୂର୍ଯ୍ୟକୁମାର ୟାଦବ ୩୬ ବଲରେ ୪୭, ରନ ହାସଲ କରିଥିଲେ ।
ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲରେ ୨୩, ରବୀନ୍ଦ୍ର ଜାଡେଜା ୯ ବଲରେ ୧୭ ଓ ଅକ୍ଷର ପଟେଲ ୬ ବଲରେ ୧୦ ରନ କରି ଦଳୀୟ ସ୍କୋରକୁ ୧୭୧ରେ ପହଞ୍ଚାଇଥିଲେ । ୧୭୨ ରନର ବିଜୟ ଲକ୍ଷ୍ଯକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ନିୟମିତ ଭାବେ ୱିକେଟ ହରାଇଥିଲା । ଭାରତୀୟ ସ୍ପିନର ଓ ଫିଲଡରଙ୍କ ରଣନୀତି ଆଗରେ ଇଂଲଣ୍ଡ ଦଳ ଫେଲ୍ ହୋଇଥିଲା । ହ୍ଯାରୀ ବୃକ୍ ସର୍ବାଧିକ ୨୫ ରନ କରିଥିବାବେଳେ ଅଧିନାୟକ ବଟଲର ୨୩ ରନ କରିବାକୁ ସକ୍ଷମ ହୋଇଥିଲେ ।
ଭାରତର ମୁକାବିଲା କରିନପାରି ଶେଷରେ ୧୬ ଓଭର ୪ଟି ବଲରେ ଇଂଲଣ୍ଡ ୧୦୩ ରନ କରି ଅଲଆଉଟ ହୋଇଯାଇଥିଲା । ଅକ୍ଷର ପଟେଲ ଓ କୁଲଦୀପ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ବୁମରା ୨ଟି ୱିକେଟ ନେଇଥିଲେ ।
ଟି-୨୦ ବିଶ୍ୱକପ୍‌: ଆଜି ମୁହାଁମୁହିଁ ହେବେ ଭାରତ-କାନାଡା
ଲାଉଡରହିଲ୍‌: ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ଶନିବାର ତା’ର ଚତୁର୍ଥ ତଥା ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ କାନାଡାକୁ ଭେଟିବ। ଗ୍ରପ୍‌ ଏ’ରେ ପ୍ରଥମ ୩ଟି ମ୍ୟାଚ୍‌ ଜିତି ଭାରତ ସୁପର-୮ ପର୍ଯ୍ୟାୟରେ ପହଞ୍ଚି ସାରିଛି। ତେଣୁ ଏହି ମ୍ୟାଚ୍‌ର ଗୁରୁତ୍ୱ କମିଯାଇଛି। ତେବେ ଭାରତ ସବୁ ୪ଟି ମ୍ୟାଚ୍‌ ଜିତି ଅପରାଜେୟ ରହି ପରବର୍ତ୍ତୀ ପର୍ଯ୍ୟାୟକୁ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି। ଅଭ୍ୟାସ ମ୍ୟାଚ୍‌ରେ ବାଂଲାଦେଶକୁ ୬୦ ରନରେ ପରାସ୍ତ କରିବା ପରେ ଭାରତ ତା’ର ପ୍ରଥମ ମୁକାବିଲାରେ ଆୟର୍ଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିଥିଲା। ଏହାପରେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ରନରେ ଓ ତୃତୀୟ ମ୍ୟାଚ୍‌ରେ ଆମେରିକାକୁ ୭ ୱିକେଟରେ ପରାସ୍ତ କରିଥିଲା। ଅନ୍ୟପଟେ କାନାଡା ଏହି ମ୍ୟାଚ୍‌ ଜିତି ସୁପର-୮ରେ ପ୍ରବେଶ କରିବାକୁ ଅନ୍ୟ ମ୍ୟାଚ୍‌ଗୁଡିକର ଫଳାଫଳ ଉପରେ ନିର୍ଭର କରିବ। ତେଣୁ କାନାଡ଼ା ପାଇଁ କର ବା ସ୍ଥିତି ସୃଷ୍ଟି ହୋଇଛି।
ବର୍ଷା ଆଶଙ୍କା: ପ୍ରଥମଥର ପାଇଁ ମୁହାଁମୁହିଁ ହେବେ
ଫ୍ଲୋରିଡାର ଲାଉଡରହିଲ୍‌ର ସେଣ୍ଟ୍ରାଲ ବ୍ରୋୱାର୍ଡ ରିଜିଓନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ଦୁଇ ଦଳ ପ୍ରଥମଥର ପାଇଁ ଟି-୨୦ ଫର୍ମାଟ୍‌ରେ ପରସ୍ପରକୁ ଭେଟିବେ। ଫ୍ଲୋରିଡାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପୁଣି ବର୍ଷା ମଧ୍ୟ ଲାଗି ରହିଛି। ମ୍ୟାଚ୍‌ ଅବସରରେ ଆକାଶ ମେଘୁଆ ରହିବ ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।
ଲାଉଡରହିଲ୍‌ର ଏହି ପିଚ୍‌ ବ୍ୟାଟରଙ୍କ ସ୍ୱର୍ଗ ବୋଲି ଜଣାଶୁଣା। ତେବେ ବର୍ଷା କାରଣରୁ ପିଚ୍‌ର ଧର୍ମରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ମ୍ୟାଚ୍‌ ହାଇସ୍କୋରିଂ ହେବା ସହ ଛକା ଓ ଚୌକାର ବର୍ଷା ଦେଖିବାକୁ ମିଳିବ। ଭାରତ ଅପେକ୍ଷାକୃତ ଶକ୍ତିଶାଳୀ ଦଳ ହୋଇଥିବାରୁ ଏହି ମ୍ୟାଚ୍‌ରେ ବିଜୟୀ ହେବାର ସମ୍ଭାବନା ଶତପ୍ରତିଶତ ରହିଛି। ଆରମ୍ଭରୁ ବ୍ୟାଟରମାନେ ସୁବିଧାଜନକ ସ୍ଥିତିରୁ ଫାଇଦା ଉଠାଇବେ। ତେବେ ମ୍ୟାଚ୍‌ ଆଗକୁ ବଢିଲେ ବୋଲରମାନେ ପ୍ରଭାବୀ ସାବ୍ୟସ୍ତ ହେବେ। ମ୍ୟାଚ୍‌ ଶେଷ ଆଡକୁ ବଲ୍‌ ଟର୍ଣ୍ଣ ମଧ୍ୟ ହେବାର ସମ୍ଭାବନା ରହିଛି। ଏଠାରେ ବର୍ଷା ଚାଲିଥିବାରୁ ଭରାତୀୟ ଦଳର ଅଭ୍ୟାସକୁ ବାତିଲ କରାଯାଇଛି। ଅନ୍ତିମ ଏକାଦଶରେ ସାମାନ୍ୟ ପରିବର୍ତ୍ତନ କରାଯିବ ବୋଲି ଆଶା କରାଯାଉଛି। ଟସ୍‌ ପଡିବା ପରେ ଅନ୍ତିମ ଏକାଦଶ ସଂକ୍ରାନ୍ତରେ ସବୁକିଛି ସ୍ପଷ୍ଟ ହେବ। ଟସ୍‌ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବ। ବିଜୟୀ ହେଲେ ଭାରତ ଗ୍ରୁପ୍‌ ଏ’ର ଶୀର୍ଷ ସ୍ଥାନରେ ରହି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିବ।
ଭାରତ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜ।
କାନାଡା: ସାଦ ବିନ ଜାଫର (ଅଧିନାୟକ), ଆରୋନ ଜନସନ, ଡିଲନ ହେଲିଗର, ଦିଲପ୍ରୀତ ବାଜୱା, ରିଷିଭ ଜୋଶୀ, ଜେରେମି ଗୋର୍ଡୋନ, ଜୁନେଦ ସିଦ୍ଦିକି, କଲିମ ସାନା, କନୱରପାଲ ତଥଗୁର, ନବନୀତ ଧଲିୱାଲ, ନିକୋଲାସ କିର୍ଟୋନ, ପରଗତ ସିଂ, ରବୀନ୍ଦରପାଲ ସିଂ, ରେୟାନଖାନ ପଠାନ ଓ ଶ୍ରେୟାସ ମୋଭା।
ରେକର୍ଡ କିଙ୍ଗ କୋହଲି : ବିଶ୍ବର ପ୍ରଥମ ବ୍ୟାଟର ଭାବେ ଟି-୨୦ରେ କଲେ ଏହି ରେକର୍ଡ
ଆଡିଲେଡ୍‌ : ଅଷ୍ଟ୍ରେଲିଆର ଆଡିଲେଡ୍‌ ଗ୍ରାଉଣ୍ଡରେ ଆଜି ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯାଉଛି ।ଭାରତ-ଇଂଲଣ୍ଡ ମଧ୍ୟରେ ହେଉଥିବା ଏହି ମ୍ୟାଚରେ ଭାରତ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୩ ଏବଂ ବରାଟ କୋହଲିଙ୍କ ୫୦ ରନ୍‌ ବଳରେ ୨୦ ଓଭର ଖେଳି ୬ ୱିକେଟ ହରାଇ ୧୬୮ ରନ କରିଛି। ଯାହା ଫଳରେ ଇଂଲଣ୍ଡକୁ ଏହି ମ୍ୟାଚରେ ବଜିୟୀ ହେବାକୁ ୧୬୯ରନ୍‌ର ଟାର୍ଗେଟ ରହିଛି।
ଅନ୍ୟପଟେ ଏହି ମ୍ୟାଚରେ ଅର୍ଦ୍ଧଶତକୀୟ ଇନିଂସ ସହ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଟି-୨୦ କ୍ରିକେଟ୍‌ରେ ଆଉ ଏକ ବିରାଟ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜି ଚଳିତ ବିଶ୍ୱକପରେ ୪ର୍ଥ ଅର୍ଦ୍ଧଶତକ ହାସଲ କରିଥିବା ଟିମ ଇଣ୍ଡିଆର ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ବ୍ୟାଟର ଭାବେ ୪ ହଜାର ରନ ପୂରଣ କରିଛନ୍ତି। ବିରାଟ ମୋଟ ୧୧୫ ଟି ଟି-୨୦ ମ୍ୟାଚ୍‌ ଖେଳି ୪୦୦୦ ରନ୍‌ ପୂରଣ କରିଛନ୍ତି।
🚨 Milestone Unlocked 🔓
4⃣0⃣0⃣0⃣ T20I runs & going strong 💪 💪
Well done, @imVkohli! 👏 👏
Follow the match ▶️ https://t.co/5t1NQ2iUeJ #TeamIndia | #T20WorldCup | #INDvENG pic.twitter.com/JbEXzq24jW
— BCCI (@BCCI) November 10, 2022
ଏହାପୂର୍ବରୁ ବିରାଟ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନିଥିଲେ। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ସେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଦ୍ଧନଙ୍କ ୧୦୧୬ ରନକୁ ଅତିକ୍ରମ କରିଥିଲେ। ଏବେ ବିରାଟ ଟି-୨୦ ବିଶ୍ୱକପରେ ୧୧ଶହରୁ ଅଧିକ ରନ କରି ସାରିଲେଣି। ଆଜି ମ୍ୟାଚ୍ ଆରମ୍ଭରୁ ବିରାଟ ୪ ହଜାର ରନ ମାଇଲ ଖୁଣ୍ଟ ଠାରୁ ୪୨ ରନ ପଛରେ ଥିଲେ। ଆଜି ସେ ଭାରତୀୟ ଇନିଂସର ୧୫ତମ ଓଭରରେ ଲିଆମ ଲିଭଙ୍ଗଷ୍ଟୋନଙ୍କୁ ଚୌକା ମାରି ୪ ହଜାର କ୍ଲବରେ ପ୍ରଥମ ବ୍ୟାଟର ଭାବେ ପ୍ରବେଶ କରିଛନ୍ତି।
ସେହିପରି ବିରାଟ କୋହଲିଙ୍କ ପଛକୁ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ରହିଛନ୍ତି । ସେ ୧୪୭ଟି ମ୍ୟାଚ୍‌ ଖେଳି ୩୮୨୬ ରନ୍‌ କରିଛନ୍ତି । ତାପରେ ମାର୍ଟିନ ଗୁପ୍‌ଟିଲ୍‌ ୧୨୨ଟି ମ୍ୟାଚ୍‌ ଖେଳି ୩୫୩୧ ରନ୍‌, ପଲ୍‌ ଷ୍ଟ୍ରିଲିଂ ୧୨୧ ମ୍ୟାଚ୍‌ ଖେଳି ୩୧୮୧ ରନ୍‌, ବାବର ଆଜମ ୯୮ଟି ମ୍ୟାଚ୍‌ ଖେଳି ୩୩୨୩ ରନ୍‌, ଆରୋନ୍‌ ଫିଞ୍ଚି ୧୦୩ଟି ମ୍ୟାଚ୍‌ ଖେଳି ୩୧୨୦, ଡେଭିଡ୍‌ ଓ୍ୱାର୍ଣ୍ଣର ୯୯ ଟି ମ୍ୟାଚ୍‌ ଖେଳି ୨୮୯୪ ରନ୍‌, ମହମ୍ମଦ ହାଫିଜ୍‌ ୧୧୯ ଟି ମ୍ୟାଚ୍‌ ଖେଳି ୨୫୧୪ରନ୍‌, ମହମ୍ମଦ ରିଜ୍‌ଓ୍ୱାନ୍‌ ୭୯ଟି ମ୍ୟାଚ୍‌ ଖେଳି ୨୬୨୦ ରନ୍‌ କରିଛନ୍ତି ।
A Special TON! 👏 👏@imVkohli has now hit 1⃣0⃣0⃣ Fours in the #T20WorldCup! 🙌 🙌
Follow the match ▶️ https://t.co/5t1NQ2iUeJ #TeamIndia | #INDvENG pic.twitter.com/yuVockhlI7
— BCCI (@BCCI) November 10, 2022
ଅନ୍ୟପଟେ ଆଜିର ମ୍ୟାଚରେ ବିରାଟ ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି। ବିରାଟ କୋହଲି ଆଜିର ମ୍ୟାଚରେ ଟି-୨୦ ଅନ୍ତର୍ଜାତୀୟରେ ୧୦୦ ଚୌକା ମାରିବାର ରେକର୍ଡ ମଧ୍ୟ କରିଛନ୍ତି।  ଚଳିତ ବର୍ଷ ଏସିଆ କପ୍‌ରେ ଫର୍ମକୁ ଫେରିବା ପରେ ଧମାଲ କରିଚାଲିଛନ୍ତି ବିରାଟ। ଏସିଆ କପ୍‌ରେ ଭଲ ପଦର୍ଶନ କରିଥିବା ବେଳେ ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଦମଦାର ପଦର୍ଶନ ଜାରି ରଖିଛନ୍ତି। ଏଥି ପାଇଁ ମଧ୍ୟ ବିରାଟଙ୍କୁ ମିଳିଛି ‘ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ’ ପୁରସ୍କାର। ଅକ୍ଟୋବର ମାସ ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ଅକ୍ଟୋବରରେ କୋହଲି ମୋଟ ୨୦୫ ରନ୍ କରିଥିଲେ। ଏଥିପାଇଁ ତାଙ୍କୁ ଏହି ବିଶେଷ ସମ୍ମାନ ମିଳିଛି।
ଟି-୨୦ ବିଶ୍ବକପ୍‌ : ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ, ବିଶ୍ବକପ୍‌କୁ ନେଇ ଚିନ୍ତାରେ ପାକିସ୍ତାନ
ପର୍ଥ:  ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପର ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ୱିକେଟରେ ପରାସ୍ତ କରିଛି। ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିର କରିବାର ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍‌ଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୧୩୩ ରନ୍‌ କରିବାରେ ସଫଳ ହୋଇଥିଲା। ଯାହା ଫଳରେ ଆଜିର ମ୍ୟାଚ ଜିତିବାକୁ ଦକ୍ଷିଣ ଆଫ୍ରିକା ଆଗରେ ୧୩୪ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା। ଯାହାକୁ ଦକ୍ଷିଣ ଆଫ୍ରିକା ୧୯ ଓଭର ୪ଟି ବଲ୍‌ରେ ୧୩୭ ରନ୍‌ କରି ବିଜୟ ହାସଲ କରିଛି।
ଆଜିର ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦମଦାର ଫର୍ମରେ ଥିବା ଟିମ୍‌ ଇଣ୍ଡିଆ ବ୍ୟାଟର ଦକ୍ଷିଣ ଆଫ୍ରିକା ଦ୍ରୁତବୋଲରଙ୍କ ଆଗରେ ହାର ମାନିବା ସହ ୫୦ ରନ୍‌ ମଧ୍ୟରେ ଅଧା ଭାରତୀୟ ବ୍ୟାଟର ପ୍ୟାଭିଲିୟନକୁ ଫେରିଥିଲେ। ରୋହିତ ଶର୍ମା(୧୫), ଲୋକେଶ ରାହୁଲ(୯) ରନ୍‌ରେ ଆଉଟ ହେବା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଚମତ୍କାର ଫର୍ମରେ ଥିବା ବିରାଟ କୋହଲି ୧୨ ରନ କରି ଆଉଟ ହେବା ପରେ ଭାରତକୁ ସବୁଠୁ ବଡ଼ ଝଟକା ଲାଗିଥିଲା। ଏହାପରେ ଦୀପକ ହୁଡ୍ଡା ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୨)ରେ ଲୁଙ୍ଗି ନିଙ୍ଗିଡିଙ୍କ ଆଉ ଏକ ଶିକାର ହୋଇଥିଲେ।
#TeamIndia fought hard but it was South Africa who won the match.
We will look to bounce back in our next game of the #T20WorldCup . 👍 👍
Scorecard ▶️ https://t.co/KBtNIk6J16 #INDvSA pic.twitter.com/Q6NGoZokuE
— BCCI (@BCCI) October 30, 2022
ଏହାପରେ ଦମଦାର ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଦଳ ପାଇଁ ସଙ୍କଟମୋଚକ ସାଜି ଭାରତୀୟ ଦଳକୁ ଏକ ମଜଭୁତ ସ୍ଥିତିକୁ ନେଇଥିଲେ। ସେ ୬୮ ରନ୍(୪୦ ବଲ୍, ୬ ଚୌକା, ୩ ଛକା) କରିଥିଲେ। ସୂର୍ଯ୍ୟକୁମାର ଦିନେଶ କାର୍ତ୍ତିକଙ୍କ ସହ କ୍ରିଜରେ ଜମି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ବି ସୂର୍ଯ୍ୟକୁମାର ନିଜର ଚିରାଚରିତ ଶୈଳୀରେ ଦ୍ରୁତ ବ୍ୟାଟିଂ କରି ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟ ଏବଂ କାର୍ତ୍ତିକ ଷଷ୍ଠ ଓ୍ଵିକେଟ୍‌ରେ ୫୨ ରନ ଯୋଡି ଦଳର ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ତେବେ ଦିନେଶ କାର୍ତ୍ତିକ(୬) ଆଉଟ୍ ହେବା ଭାରତକୁ ବଡ ଝଟକା ଦେଇଥିଲା। ଅନ୍ୟପଟେ ସୂର୍ଯ୍ୟକୁମାର ଚଳିତ ବିଶ୍ଵ କପ୍‌ରେ ଲଗାତାର ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଶେଷ ଆଡକୁ ଭାରତ ପୁଣି ଥରେ ଶୀଘ୍ର ଓ୍ଵିକେଟ୍ ହରାଇଥିଲା। ଅଶ୍ଵିନ ୭ ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଆଉଟ୍ ହେବା ଫଳରେ ଭାରତର ସ୍କୋର ୧୪୦ ରନ ଛୁଇଁ ପାରିନଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରିଛି। ସୂର୍ଯ୍ୟକୁମାର ୪୦ ବଲ୍‌ରୁ ୬ ଚୌକା ଏବଂ ୩ ଛକା ବଳରେ ୬୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ୱେନ ପାର୍ଣ୍ଣେଲ୍‌ ୩ଟି ଓ ଏନ୍‌ରିଚ୍ ନରତେଜ୍ ଗୋଟିଏ ୱିକେଟ ନେଇଥିଲେ।
ଏହାପରେ ୧୩୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖିନ ହେବା ସତ୍ତ୍ବେ ମାକର୍ମ ଓ ଡେଭିଡ୍‌ ମିଲରଙ୍କ ଦମଦାର ଇନିଂସ ବଳରେ ୧୯ ଓଭର ୪ଟି ବଲ୍‌ରେ ଜିତି ନେଇଛି। ଦକ୍ଷିଣ ଆଫ୍ରିକା ପାଇଁ ଡେଭିଡ୍‌ ମିଲର ସର୍ବାଧିକ ୫୯ ରନ୍‌ କରିଛନ୍ତି। ସେ ୪୬ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୫୯ ରନ୍‌ ସଂଗ୍ରହ କରି ନଟ୍‌ଆଉଟ ରହିଛନ୍ତି। ଏହା ସହ  ଐଦେନ ମାରକମ୍‌ ଦଳ ପାଇଁ ୪୧ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୫୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଭାରତ ଆରମ୍ଭରୁ ଭଲ ବୋଲିଂ କରିଥିଲା। ଦକ୍ଷିଣ ଆଫ୍ରିକା ୨୪ ରନ୍‌ ସଂଗ୍ରହ କରିଥିଲା ବେଳେ କ୍ବିଣ୍ଟନ୍‌ ଡି’ କକ୍‌ (୧), ରିଲି ରୋସୋୟୁ (ଶୂନ୍ୟ) ଓ ଅଧିନାୟକ ତେମ୍ବା ବାଭୁମା ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ଚତୁର୍ଥ ୱିକେଟ୍‌ରେ ମାରକମ୍‌ ଓ ମିଲରଙ୍କ ଯୋଡ଼ି ୭୬ ରନ୍‌ ସଂଗ୍ରହ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଅନ୍ୟପଟରେ ଭାରତୀୟ ଖେଳାଳିମାନେ ଖରାପ ଫିଲ୍ଡି କରିଥିଲେ।
ଭାରତ ହାରିବା ପରେ କ’ଣ ପାଇଁ ଚିନ୍ତାରେ ପାକିସ୍ତାନ
ଜିମ୍ବାୱେ ପାଖରୁ ହାରିବା ପରେ ଏବେ ପାକିସ୍ତାନର ସେମିଫାଇନାଲ ରାସ୍ତା କଠିନ ହୋଇଯାଇଛି । ତେଣୁ ଆଜି ଭାରତ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହେବା ପରେ ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବା କଷ୍ଟକର ହୋଇଯାଇଛି। ତେଣୁ ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରୁ ବୋଲି ପାକିସ୍ତାନୀ କ୍ରିକେଟ୍ ପ୍ରେମୀ ଆଶା ରଖିଥିଲେ।
ଟି-୨୦ ବିଶ୍ୱକପ : ଆଜି ଭାରତ-ପାକିସ୍ତାନ ହାଇଭୋଲ୍ଟେଜ ଲଢେଇ, ଅପରାହ୍ନ ୧.୩୦ରେ ଆରମ୍ଭ ହେବ ମ୍ୟାଚ୍‌
ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣରେ ଭାରତ ରବିବାର ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ସୁପର-୧୨ ପର୍ଯ୍ୟାୟର ଏହି ହାଇଭୋଲଟେଜ ମ୍ୟାଚ୍‌‌ ଉପରେ ସାରା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି। ଆତ୍ମବିଶ୍ୱାସରେ ଭରପୂର ଭାରତ ଗତ ବିଶ୍ୱକପ୍‌‌ ପରାଜୟର ପ୍ରତିଶୋଧ ନେବା ସହ ଖାତା ଖୋଲିବା ଲକ୍ଷ୍ୟରେ ରହିଛି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗତ ସଂସ୍କରଣରେ ପାକିସ୍ତାନଠାରୁ ୧୦ ୱିକେଟ୍‌‌ରେ ଭାରତ ହାରିଥିଲା। ବିଶ୍ୱକପ୍‌‌ ଇତିହାସରେ ପାକିସ୍ତାନଠାରୁ ଏହା ଥିଲା ଭାରତର ପ୍ରଥମ ପରାଜୟ। କିନ୍ତୁ ଇତିମଧ୍ୟରେ ଗୋଟିଏ ବର୍ଷ ବିତି ଯାଇଛି। ଭାରତର ଏହି ପରାଜୟରେ ପାକିସ୍ତାନ ତାରକା ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦ (୩/୩୧) ହିରୋ ଥିଲେ। ଦୁବାଇରେ ଅନୁଷ୍ଠିତ ଏହି ମ୍ୟାଚ୍‌‌ରେ ଆଫ୍ରିଦି ଟପ୍‌‌ ଅର୍ଡର ୩ ୱିକେଟ ନେଇ ଭାରତର ବ୍ୟାଟିଂ ବିପର୍ଯ୍ୟାୟ ଘଟାଇଥିଲେ। ଭାରତ ଏଥର ନୂଆ ରୂପରେ ମ୍ୟାଚ୍‌‌ରେ ଅବତୀର୍ଣ୍ଣ ହେବ।
ଟୁର୍ଣ୍ଣାମେଣ୍ଟରେ ଭାରତ ଅବଶ୍ୟ ଫେଭରାଇଟ୍‌‌ ବିବେଚିତ ହେଉନାହିଁ। ଭାରତୀୟ ଦଳରେ କେତୋଟି ସମସ୍ୟା ଏବେବି ରହିଛି। ଭାରତୀୟ ଦଳର କମ୍ବିନେଶନ ଏପର୍ଯ୍ୟନ୍ତ ସ୍ଥାୟୀ ରୂପ ନେଇପାରିନାହିଁ। ୨୦୧୯ରେ ଭାରତ ୪ ନମ୍ବର ବ୍ୟାଟର ନେଇ ଚିନ୍ତିତ ଥିଲା। ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଭାରତ ଏହି ସମସ୍ୟା ଦୂର ହୋଇପାରିନାହିଁ। ଏବେ ୱିକେଟକିପର ବ୍ୟାଟର ରିଷଭ ପନ୍ତଙ୍କୁ ଟପ୍‌‌-୫ରୁ ବାଦ ନେଇ ଭାରତ ଜଣେ ଅତିରିକ୍ତ ବୋଲରଙ୍କୁ ଦଳରେ ସାମିଲ କରିପାରେ। ଭାରତୀୟ ବ୍ୟାଟରମାନେ ପାକିସ୍ତାନ ଦ୍ରୁତ ବୋଲର ଶାହିନ, ନସିମ ଶାହା ଓ ହାରିସ ରୌଫଙ୍କ ବିପକ୍ଷରେ ପରୀକ୍ଷାର ସମ୍ମୁଖୀନ ହେବେ। ପାୱାର ପ୍ଲେ’ରେ ଶାହିନଙ୍କୁ ଭାରତୀୟ ବ୍ୟାଟରମାନେ କିଭଳି ଖେଳୁଛନ୍ତି ତାହା ଉପରେ ମ୍ୟାଚ୍‌‌ର ଭାଗ୍ୟ ନିର୍ଦ୍ଧାରିତ ହେବ। ଭାରତ ନଂ-୧ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଶାହିନଙ୍କୁ ସେ ସଫଳତାର ସହ ମୁକାବିଲା କରିବେ ବୋଲି ଆଶା କରାଯାଉଛି।
ସ୍ଥିତି ଓ ପରିବେଶ ଯାହା ହେଉନା କାହିଁକି ସେ ତାଙ୍କର ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ କରି ନଥାନ୍ତି। କିନ୍ତୁ ମେଘୁଆ ଓ ଆଦ୍ର ପରିବେଶରେ ଅଧିନାୟକ ରୋହିତ ଟସ୍‌‌ ଜିତିଲେ ଚେଜ୍‌‌ କରିବାକୁ ଅଧିକ ପସନ୍ଦ କରିବେ। ତେବେ ଏଥିପାଇଁ ଭାଗ୍ୟଦେବୀଙ୍କ ସହାୟତା ଜରୁରୀ। କେତେଜଣ ତାରକା ବୋଲରଙ୍କ ଅନୁପସ୍ଥିତିରେ ଭାରତର ବୋଲିଂ ବିଭାଗ ସାମାନ୍ୟ ପ୍ରଭାବିତ ହେବା ଭଳି ମନେ ହେଉଛି। ବର୍ଷା କାରଣରୁ ପିଚ୍‌‌ ଦ୍ରୁତ ବୋଲରଙ୍କୁ ସୁହାଇଲେ ଭାରତ ଜଣେ ସ୍ପିନରଙ୍କୁ ଖେଳାଇବ। ଦଳରେ କିନ୍ତୁ ୩ ଜଣ କ୍ୱାଲିଟି ସ୍ପିନର ରହିଛନ୍ତି। ବ୍ୟାଟିଂ କରିବାକୁ ସମର୍ଥ ଥିବାରୁ ଏଭଳି ସ୍ଥିତିରେ ଫର୍ମରେ ନଥିବା ହର୍ଶଲ ପଟେଲ ଅନ୍ତିମ ଏକାଦଶରେ ସ୍ଥାନ ପାଇପାରନ୍ତି।
ପାକିସ୍ତାନ ଦଳରେ ୩ଜଣ ବାମହାତୀ ବ୍ୟାଟର ଶାନ ମାସୁଦ/ଫକର ଜମାନ, ମହମ୍ମଦ ନୱାଜ ଓ ଖୁସ୍‌‌ଦିଲ ଶାହା ଅଛନ୍ତି। ତେଣୁ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୁଯୋଗ ମିଳିପାରେ। ଶାହିନ ଫିଟ୍‌‌ ହେବାପରେ ପାକିସ୍ତାନର ଆତ୍ମବିଶ୍ୱାସ ଦ୍ୱିଗୁଣିତ ହୋଇଛି। ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜୱାନଙ୍କୁ ନେଇ ଗଠିତ ପାକ୍‌‌ ଓପନିଂ ଯୋଡି ଜବରଦସ୍ତ ଫର୍ମରେ ରହିଛି। ଦଳରେ କେତେଜଣ ଅଲରାଉଣ୍ଡର ତଥା ମ୍ୟାଚ ୱିନର ରହିଛନ୍ତି। ବୋଲିଂରେ ପାକିସ୍ତାନ ମଧ୍ୟ ବେଶ୍‌‌ ଶକ୍ତିଶାଳୀ ମନେ ହେଉଛି।
୩୭ ବର୍ଷ ପରେ ମେଲବୋର୍ଣ୍ଣରେ ଭାରତ-ପାକ ମୁକାବିଲା
ଦୀର୍ଘ ୩୭ ବର୍ଷ ପରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଏମ୍‌‌ସିଜି)ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଏହାପୂର୍ବରୁ ୧୯୮୫ରେ ବେନସନ ଆଣ୍ଡ ହେଜେସ୍‌‌ ବିଶ୍ୱ ଚାମ୍ପିଅନସିପ୍‌‌ରେ ଦୁଇ ଦଳ ଫାଇନାଲରେ ପରସ୍ପରକୁ ଭେଟିଥିଲେ। ଏଥିରେ ଭାରତ ୧୭ଟି ବଲ ବାକି ରଖି ୮ ୱିକେଟରେ ଅତି ସହଜରେ ବିଜୟୀ ହୋଇ ଟାଇଟଲ ହାସଲ କରିଥିଲା। ରବି ଶାସ୍ତ୍ରୀ ପ୍ଲେୟର ଅଫ୍‌‌ ଦି ଟୁର୍ଣ୍ଣାମେଣ୍ଟ ଓ କ୍ରିସ୍‌‌ ଶ୍ରୀକାନ୍ତ ପ୍ଲେୟର ଅଫ୍‌‌ ଦି ମ୍ୟାଚ୍‌‌ ବିବେଚିତ ହୋଇଥିଲେ।
ଭାରତ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ (ୱିକେଟକିପର), ଋଷଭ ପନ୍ତ (ୱିକେଟକିପର), ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ହର୍ଶଲ ପଟେଲ ଓ ଦୀପକ ହୁଦା।
ପାକିସ୍ତାନ: ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟକିପର), ଫଖର ଜମାନ, ଶାନ ମାସୁଦ, ମହମ୍ମଦ ନୱାଜ, ଖୁଶଦିଲ ଶାହା, ଆସିଫ ଅଲି, ହାଇଦର ଅଲି, ଇଫ୍‌‌ତିକାର ଅହମ୍ମଦ, ହାରିସ ରୌଫ୍‌‌, ନସିମ ଶାହା, ଶାହିନ ଶାହା ଆଫ୍ରିଦି, ମହମ୍ମଦ ୱାସିମ, ସଦାବ ଖାନ ଓ ମହମ୍ମଦ ହାସନେନ।
ଟି-୨୦ ବିଶ୍ବକପ୍‌: ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମ୍ଯାଚ୍ ଉପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ନଜର
ଆବୁଧାବି: ଚଳିତ ଟି-୨୦ ବିଶ୍ବକପ୍‌ରୁ ଭାରତର ବିଦାୟ ଏକପ୍ରକାର ନିଶ୍ଚିତ ହୋଇସାରିଛି। ଏବେ କେବଳ ଅନ୍ୟ ଦଳର ପରାଜୟ ଉପରେ ଭାରତ ସେମିଫାଇନାଲରେ ଖେଳିବାର ସମ୍ଭାବନା ରହିଛି। ରବିବାର ଭାରତ ସ୍ଥାନ ପାଇଥିବା ଗ୍ରୁପ୍-ବି’ରେ ଦୁଇଟି ଲିଗ୍ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚଟି ପାକିସ୍ତାନ ବନାମ ସ୍କଟଲାଣ୍ଡ ମଧ୍ୟରେ ଓ ଦ୍ୱିତୀୟ ମ୍ୟାଚ୍ ନ୍ୟୁଜିଲାଣ୍ଡ ବନାମ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ।
ପ୍ରଥମ ୪ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇ ପାକିସ୍ତାନ ଉପରେ ଭାରତ ସେମିଫାଇନାଲ ଖେଳିବ କି ନ ଖେଳିବ ତାହା ଏକପ୍ରକାର ଚୂଡାନ୍ତ ହେବ। ଏହି ମ୍ୟାଚ୍‌ଟି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଏବେ ଗ୍ରୁପ୍‌ରେ ନ୍ୟୁଜିଲାଣ୍ଡ ୪ଟିରୁ ୩ଟି ବିଜୟ ହାସଲ କରି ପଏଣ୍ଟ ଟେବଲର ଦ୍ବିତୀୟ ସ୍ଥାନରେ ରହିଛି। ଭାରତ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ତୃତୀୟ ସ୍ଥାନରେ ଅଛି । ରବିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ରେ ଯଦି ଆଫଗାନିସ୍ତାନ କୌଣସି ପ୍ରକାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିପାରେ ତେବେ ଭାରତର ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ ରହିବ।
ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ହାରିଲେ ଏହାର ପଏଣ୍ଟ ସଂଖ୍ୟା ୬ରେ ସୀମିତ ରହିବ ଓ ନେଟ୍ ରନ୍‌ରେଟ୍‌ରେ ବୃଦ୍ଧି ହେବ ନାହିଁ। ଏଣୁ ସୋମବାର ଖେଳାଯିବାକୁ ଥିବା ଶେଷ ଲିଗ୍ ମ୍ୟାଚ୍‌ରେ ଭାରତ ନାମିବ୍ୟାକୁ ହରାଇପାରିଲେ ଉଭୟ ଦଳର ସମାନ ପଏଣ୍ଟ ହେବ। କିନ୍ତୁ ଭାରତର ନେଟ୍ ରନ୍ ରେଟ୍ ଅଧିକ ରହିବ।
ଟୁର୍ଣ୍ଣାମେଣ୍ଟ ନିୟମ ଅନୁଯାୟୀ, ଯେଉଁ ଦୁଇ ଦଳର ପଏଣ୍ଟ ସଂଖ୍ୟା ଓ ବିଜୟ ସଂଖ୍ୟା ସମାନ ରହିବ, ସେ କ୍ଷେତ୍ରରେ ଯେଉଁ ଦଳର ନେଟ୍ ରନ୍ ରେଟ୍ ଅଧିକ ରହିବ ସେହି ଦଳକୁ ଉଚ୍ଚମାନ୍ୟତା ମିଳିବ। ଏମିତି ହେଲେ ପାକିସ୍ତାନ ପଛକୁ ଦ୍ୱିତୀୟ ଦଳ ଭାବେ ଭାରତ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାକୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ | ଶେଷରେ ଗୋଟିଏ ବାକ୍ୟରେ କହିବାକୁ ଗଲେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଆଫଗାନିସ୍ତାନଠାରୁ ନ୍ୟୁଜିଲାଣ୍ଡ ପରାଜିତ ହେଲେ ଭାରତ ଟି-୨୦ ବିଶ୍ଵକପ୍ ସେମିଫାଇନାଲ ଖେଳିବା ଆଶା ରହିବ।
ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ରବିବାର ସୁପର୍‌-୧୨ ପର୍ଯ୍ୟାୟ ଗ୍ରୁପ୍‌-୨’ର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଏହି ଗ୍ରୁପ୍‌ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ସେମାନଙ୍କ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛନ୍ତି। ତେଣୁ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ହେଲେ ଏହି ମ୍ୟାଚ୍ ଉଭୟ ଦଳ ଲାଗି କ୍ୱାର୍ଟର ଫାଇନାଲ ସଦୃଶ ହୋଇଛି। ଅର୍ଥାତ୍ ଯେଉଁଦଳ ଆଜି (ରବିବାର) ମ୍ୟାଚରେ ବିଜୟୀ ହେବ ସେହି ଦଳ ସେମିଫାଇନାଲ ଖେଳିବାର ସୁଯୋଗ ଅଧିକ ସୃଷ୍ଟି କରିବ। ଦୁବାଇରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବାକୁ ଥିବା ସୁପର୍‌-୧୨ ପର୍ଯ୍ୟାୟର ଏହି ମ୍ୟାଚ୍ ଏକପ୍ରକାର ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।
ନ୍ୟୁଜିଲାଣ୍ଡ ଭଳି ଏକ ଦକ୍ଷ ଦଳ ବିପକ୍ଷରେ ବିଜୟ ହାସଲ କରିବା ଭାରତ ପାଇଁ ସେତେଟା ସହଜ ହେବ ନାହିଁ । ବିଶେଷ କରି କିୱି ଦଳର ଦୁଇ ଦ୍ରୁତ ବୋଲର୍ ଟ୍ରେଣ୍ଟ ବୋଲ୍ଟ ଓ ଟିମ୍ ସୌଦୀ ଭାରତର ଆଗଧାଡ଼ିର ବ୍ୟାଟର୍‌ଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବେ | ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ଶାହୀନ୍ ଆଫ୍ରିଦୀ ଯେଉଁଭଳି ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ କରିଥିଲେ ବୋଲ୍ଟ ମଧ୍ୟ ସେହି ଭୂମିକା ତୁଲାଇବା ଲକ୍ଷ୍ୟରେ ରହିଛନ୍ତି। ପାକିସ୍ତାନ ବିପକ୍ଷରେ ଅଧିନାୟକ କୋହଲିଙ୍କୁ
ଛାଡ଼ିଦେଲେ ଅନ୍ୟକେହି ଆଖୁଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ତେଣୁ ଭାରତୀୟ ବ୍ୟାଟର୍‌ଙ୍କ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ଵ ରଖୁଛି। ତେବେ ଭାରତୀୟ ମ୍ୟାନେଜମେଣ୍ଟ ପାଇଁ ସବୁଠୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ଅଧା ଫିଟ୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ଫର୍ମରେ ନ ଥିବା ଭୁବନେଶ୍ଵର କୁମାର। ପିଠିଜନିତ ଯନ୍ତ୍ରଣା ପରଠାରୁ ପାଣ୍ଡ୍ୟା ଆଉ ବୋଲିଂ ଟ୍ରାକ୍‌କୁ ଫେରିନାହାନ୍ତି। ବିଗତ ୨ଦିନ ହେବ ହାର୍ଦ୍ଦିକ ନେଟରେ ବୋଲିଂ ଅଭ୍ୟାସ କରୁଥିଲେ ମଧ୍ୟ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନେଇ ସ୍ପଷ୍ଟ ରିପୋର୍ଟ ମିଳିନାହିଁ। ପାଣ୍ଡ୍ୟାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରିବାକୁ କ୍ରିକେଟ୍‌ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବୋଲିଂ ବିଭାଗ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା। କୌଣସି ଭାରତୀୟ ବୋଲର ପାକ୍ ଦଳର ଗୋଟିଏ ହେଲେ ୱିକେଟ୍‌ ଅକ୍ତିଆର କରିବାରେ ବିଫଳ ହୋଇଥିଲେ।
ଅପରପକ୍ଷରେ କୋହଲିଙ୍କ ପାଇଁ ମଧ୍ୟ ଚଳିତ ଟି ୨୦ ବିଶ୍ବକପ୍ ଏହି ଫର୍ମାଟ୍‌ରେ ଶେଷ ନେତୃତ୍ବ। ଏହାପରେ ସେ ଟି-୨୦ ଅଧିନାୟକ ପଦ ଛାଡ଼ିବେ ବୋଲି ଘୋଷଣା କରିସାରିଛନ୍ତି। ତେଣୁ ସେ ତାଙ୍କ ଟି-୨୦ ନେତୃତ୍ବକୁ ସ୍ମରଣୀୟ ଭାବେ ଶେଷ କରିବାକୁ ଲକ୍ଷ୍ୟ ରଖୁଛନ୍ତି। ଇତିହାସ ଉପରେ ନଜର ପକାଇଲେ ଭାରତ ଶେଷଥର ଲାଗି ଆଇସିସି ଇଭେଣ୍ଟ (ଟି-୨୦, ଏକଦିବସୀୟ ଓ ଟେଷ୍ଟ ଚାମ୍ପିଅନ୍‌ସିପ୍)ରେ ୨୦୦୩ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ସେହିଭଳି ଟି-୨୦ ବିଶ୍ବକପ୍‌ରେ ଉଭୟ ଦଳ ୨ଥର ଭେଟାଭେଟି ହୋଇଛନ୍ତି। ଯେଉଁଥିରେ ଉଭୟ ମ୍ୟାଚରେ ଭାରତକୁ ନିରାଶ ହେବାକୁ ପଡ଼ିଛି।
ସମ୍ଭାବ୍ୟ ଏକାଦଶ
ଭାରତୀୟ ଦଳ: ବିରାଟ କୋହଲି (ଅଧୁନାୟକ), ରୋହିତ୍ ଶର୍ମା, ଲୋକେଶ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ବରୁଣ ଚକ୍ରବର୍ତ୍ତୀ, ଶାର୍ଦ୍ଦୁଳ ଠାକୁର, ରବିଚନ୍ଦ୍ରନ ଅଶ୍ବିନ, ଇଶାନ କିସାନ ଓ ରାହୁଲ ଚହର |
ନ୍ୟୁଜିଲାଣ୍ଡ ଦଳ: କେନ୍‌ ୱିଲିୟମସନ୍ (ଅଧିନାୟକ), ମାର୍ଟିନ ଗୁପ୍‌ଟିଲ, ଡାର୍ଲି ମିଚଲେ, ଡେଭନ୍‌ କନ୍‌ୱେ, ଟିମ୍ ସିଫର୍ଟ (ୱିକେଟ୍‌କିପର), ଜେମ୍ସ ନିଶାମ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର, ଇଶ୍‌ ସୋଧି, ଟ୍ରେଣ୍ଟ ବୋଲ୍ଟ, ଟିମ୍ ସୌଦୀ, ମାର୍କ ଚାମ୍ପମାନ, ଆଦାମ୍ ମିଲନେ, କାଏଲ ଜେମିସନ ଓ ଟଡ୍ ଅଷ୍ଟଲ।