Singhu Border - The Sakala

ସିଙ୍ଗୁ ସୀମାରେ ଯୁବକଙ୍କୁ ନିର୍ମମ ହତ୍ୟା, ହାତ ଓ ଗୋଡ଼ କାଟି ମୃତଦେହକୁ ବ୍ୟାରିକେଡ୍ ରେ ଟାଙ୍ଗିଦେଲେ ଦୃର୍ବୁତ୍ତ
ନୂଆଦିଲ୍ଲୀ: ସିଙ୍ଗୁ ସୀମାର କୃଷକଙ୍କ ମଞ୍ଚ ନିକଟର ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ସୂଚନାନୁସାରେ, ତାଙ୍କର ଗୋଟିଏ ହାତ ଓ ଗୋଡ଼ କାଟି ଦିଆଯାଇଛି ଏବଂ ମୃତଦେହକୁ ବ୍ୟାରିକେଡରେ ଟଙ୍ଗାଇ ଦିଆଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇ କୁଣ୍ଡଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ସୀଙ୍ଗୁ ସୀମାରେ ଉତ୍ତେଜନା ପ୍ରକାଶ ପାଇଛି ‌‌ ।

ସୂଚନାନୁସାରେ, ସିଙ୍ଗୁ ସୀମାରେ ଥିବା କୁଣ୍ଡଳି ଅଞ୍ଚଳରେ ନିହଙ୍ଗମାନେ (ଶିଖ୍ ସମ୍ପ୍ରଦାୟର ସଶସ୍ତ୍ର ଧାର୍ମିକ ସିପାହୀ) ଉକ୍ତ ଯୁବକଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ମୃତକଙ୍କ ଗୋଟିଏ ହାତ ମଧ୍ୟ କାଟି ଦିଆଯାଇଥିଲା। ଗୁରୁ ଗ୍ରନ୍ଥ ସାହିବଙ୍କ ପ୍ରତି ଅସମ୍ମାନ ଅଭିଯୋଗରେ ନିହଙ୍ଗମାନେ ଯୁବକଙ୍କୁ ହତ୍ୟା କରିଥିବା କୁହାଯାଉଛି। ତେବେ ଯୁବକଙ୍କୁ ଏପରି ନିର୍ମମ ହତ୍ୟା ଯୋଗୁଁ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ଯୁବକଙ୍କ ମୃତଦେହ ମିଳିବା ପରେ ସିଙ୍ଗୁ ସୀମାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ବୟସ ପ୍ରାୟ ୩୫ ବର୍ଷ ବୋଲି କୁହାଯାଉଛି। ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ଥିବା କୁହାଯାଇଛି । ପ୍ରବଳ ଉତ୍ତେଜନା ମଧ୍ୟରେ ପୋଲିସ ଶବକୁ ବ୍ୟାରିକେଡରୁ ଓହ୍ଲାଇ ସିଭିଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ନେଇଥିଲା।

ସୋନିପତ୍ ପୋଲିସର ମୁଖପାତ୍ର କହିଛନ୍ତି ଯେ ସିଙ୍ଗୁ-କୁଣ୍ଡଳି ସୀମାରେ କୃଷକଙ୍କ ବିକ୍ଷୋଭ ସ୍ଥଳର ମୁଖ୍ୟ ପର୍ଯ୍ୟାୟରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ହାତ କଟା ହୋଇ ତାଙ୍କ ମୃତଦେହ ବ୍ୟାରିକେଡରେ ଟାଙ୍ଗି ଦିଆଯାଇଥିଲା । ଶିଖ୍ ମାନଙ୍କ ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହିବଙ୍କୁ ଅପମାନିତ କରିଥିବା ଅଭିଯୋଗରେ ନିହଙ୍ଗମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ଏହି ପୁରା ଘଟଣାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ବରିଷ୍ଠ ଅଧିକାରୀମାନେ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି ।