Aryan Khan - The Sakala
ଧମାଲ ମଚାଉଛି ଆର୍ୟନ୍ ଖାନଙ୍କ ଡେବ୍ୟୁ ସିରିଜ୍ ‘The Ba***ds of Bollywood’, IMDbରେ ହାସଲ କଲା ଶୀର୍ଷ ସ୍ଥାନ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନଙ୍କ ନିର୍ଦ୍ଦେଶିତ ପ୍ରଥମ ୱେବ୍ ସିରିଜ୍ ‘The Ba***ds of Bollywood’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। କେବଳ ସମାଲୋଚକଙ୍କ ପ୍ରଶଂସା ନୁହେଁ, ବରଂ ଏହି ସିରିଜ୍ ଦର୍ଶକଙ୍କ ହୃଦୟ ଜିତିବାରେ ମଧ୍ୟ ସଫଳ ହୋଇଛି। ଏପରିକି IMDb ପକ୍ଷରୁ ଜାରି କରାଯାଇଥିବା ୨୦୨୫ର ସବୁଠାରୁ ଲୋକପ୍ରିୟ ଭାରତୀୟ ଶୋ’ ତାଲିକାରେ ଏହା ଶୀର୍ଷ ସ୍ଥାନ ଅଧିକାର କରିଛି।
ଆର୍ୟନ୍ ଖାନଙ୍କ ପ୍ରତିକ୍ରିୟା
ଏହି ବିପୁଳ ସଫଳତା ନେଇ ଆର୍ୟନ୍ ଖାନ ନିଜର ଖୁସି ବ୍ୟକ୍ତ କରିଛନ୍ତି। ‘ଭେରାଇଟି’କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ଆମେ ଯାହା ଚାହୁଁଥିଲୁ, ତାହା ହୋଇଛି। ବଲିଉଡର ପାଗଳାମି, ଯାଦୁ ଏବଂ ଉଚ୍ଚାକାଂକ୍ଷାକୁ ଦର୍ଶାଇବା ଆମର ଲକ୍ଷ୍ୟ ଥିଲା।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଦର୍ଶକଙ୍କଠାରୁ ମିଳିଥିବା ଭଲପାଇବା, ମିମ୍ସ ଏବଂ ଫ୍ୟାନ୍ ଏଡିଟ୍ ପ୍ରମାଣ କରୁଛି ଯେ ଏହା କେବଳ ଏକ ସିରିଜ୍ ନୁହେଁ, ବରଂ ଏକ ପପ୍ କଲଚର୍ର ଅଂଶ ପାଲଟିଛି।
କାହାଣୀ ଏବଂ ଷ୍ଟାର୍ କାଷ୍ଟ୍
ସିରିଜର ମୁଖ୍ୟ ଭୂମିକାରେ ଲକ୍ଷ୍ୟ ଲାଲୱାନୀ (ଆସମାନ ସିଂ) ଅଭିନୟ କରିଛନ୍ତି, ଯିଏ ବଲିଉଡର ଚମକଦମକ ଏବଂ କ୍ଷମତା ଯୁଦ୍ଧ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏଥିରେ ଶାହରୁଖ ଖାନ, ସଲମାନ ଖାନ, ଅମୀର ଖାନ ଏବଂ କରଣ ଜୋହରଙ୍କ ଭଳି ଦିଗ୍ଗଜଙ୍କୁ ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ ମିଳିଛି। ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏବଂ ଗୌରୀ ଖାନଙ୍କ ପ୍ରଯୋଜିତ ଏହି ସିରିଜରେ ବବି ଦେଓଲ, ମୋନା ସିଂ, ରାଘବ ଜୁୟାଲ୍, ମନୋଜ ପାହୱା ଏବଂ ଗୌତମୀ କପୁରଙ୍କ ଭଳି କଳାକାର ରହିଛନ୍ତି। ଏହି ବହୁ ପ୍ରତୀକ୍ଷିତ ସିରିଜ୍ ସେପ୍ଟେମ୍ବର ୧୮, ୨୦୨୫ରେ Netflixରେ ମୁକ୍ତିଲାଭ କରିଛି।
ସୋସିଆଲ ମିଡିଆକୁ ଫେରିଲେ ଆର୍ୟନ୍‌
ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ପୁଅ ଆର୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲାରେ  ଛନ୍ଦି ହୋଇ ମୁକୁଳିବା ପରେ ଦୀର୍ଘଦିନର ଅନ୍ତରାଳ ପରେ ସୋସିଆଲ ମିଡିଆକୁ ଫେରିଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କୁ କ୍ଲିନ୍‌ଚିଟ୍ ମିଳିବା ପରେ ପ୍ରଥମ ଥର ଇନ୍‌ଷ୍ଟାଗ୍ରାମ୍‌ରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି। ନିକଟରେ ଆର୍ୟନ୍‌ ଇନ୍‌ଷ୍ଟାରେ ଦୁଇଟି ସୁନ୍ଦର ଫଟୋ ସେୟାର କରିଥିଲେ। ଏଥିରେ ସେ ତାଙ୍କ ଭଉଣୀ ସୁହାନା ଖାନ୍‌ ଓ ଭାଇ ଅବରାମ୍‌ଙ୍କ ସହ ଦେଖାଯାଇଛନ୍ତି। ଆର୍ୟନ୍‌ ଏକ ସବୁଜ ରଙ୍ଗର ଟି-ସାର୍ଟ ସହ ଜ୍ୟାକେଟ୍‌ ପିନ୍ଧିଥିବାର ଦେଖାଯାଇଛି।  ଅନ୍ୟପକ୍ଷରେ ସୁହାନା ଡେନିମ୍‌ର ଏକ ସ୍କର୍ଟ ଓ ଟପ୍‌ ପିନ୍ଧିଛନ୍ତି। ଏହି ଫଟୋ ସେୟାର୍‌ କରି ଆର୍ୟନ୍‌ ଲେଖିଛନ୍ତି-ହ୍ୟାଟ୍ରିକ୍‌।
ଅନ୍ୟ ଏକ ଫଟୋରେ ଆର୍ୟନ୍‌ ଓ ଅବରାମ୍‌ ନଜର ଆସିଛନ୍ତି। ଏହି ଫଟୋ ଦୁଇଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍‌ ହେବାରେ ଲାଗିଛି। ଅନେକ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି।  ଅନ୍ୟପକ୍ଷରେ ଶାହାରୁଖ୍‌ ଏହି ଫଟୋରେ ପ୍ରତିକ୍ରିୟା ଦେଇ କହିଛନ୍ତି- ଏ ଫଟୋ ମୋ’ ପାଖରେ କାହିଁକି ନାହିଁ! ଏହି ଫଟୋ ଏବେ ମୋତେ ପଠାଅ। ଏଠାରେ ପ୍ରକାଶ ଥାଉ କି, ୧୫ ଅଗଷ୍ଟ, ୨୦୨୧ରେ ଆର୍ୟନ୍‌ ସୋସିଆଲ ମିଡିଆରେ ଶେଷ ପୋଷ୍ଟ କରିଥିଲେ। ଡ୍ରଗସ୍‌- ଅନ୍-କ୍ରୁଜ୍‌ ମାମଲାରେ ସେ ଗିରଫ ହେବା ପରେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ଏହି ମାମଲାରେ ସେ ୨୧ଦିନ ଜେଲ୍‌ରେ ରହିଥିଲେ।
କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା: ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ଯ୍ଯନ ଖାନ୍‌ଙ୍କୁ କ୍ଲିନ୍‌ଚିଟ ଦେଲା ଏନସିବି
ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ଯ୍ଯନ ଖାନ୍‌ଙ୍କୁ କ୍ଲିନ୍‌ଚିଟ୍ ମିଳିଛି। ଏନସିବି  ଏହି କ୍ଲିନ୍‌ଚିଟ୍‌ ଦେଇଛି। ଏନ୍‌ସିବି ପକ୍ଷରୁ ଦାଖଲ ଚାର୍ଜସିଟ୍‌ରେ ଆର୍ଯ୍ଯଙ୍କୁ କ୍ଲିନ୍‌ଚିଟ୍ ମିଳିଛି। ଚାର୍ଜସିଟ୍‌ରେ ଆର୍ଯ୍ଯ ଖାନ୍‌ଙ୍କ ନାଁ ନଥିବା ନେଇ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗତ ବର୍ଷ ଅକ୍ଟୋବରରେ ଆର୍ଯ୍ଯ ଗିରଫ ହୋଇଥିଲେ। ପରେ ତାଙ୍କୁ ଜାମିନ ମିଳିଥିଲା। ୨୮ ଦିନ ଜେଲ୍‌ରେ ରହିବା ପରେ ମୁକୁଳି ଥିଲେ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ଯ୍ଯନ ଖାନ୍‌।
ଖବର ଅନୁଯାୟୀ, ମୁମ୍ବାଇରୁ ଗୋଆ ଯାତ୍ରା କରିବାକୁ ଥିବା କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସରେ ରେଭ୍ ପାର୍ଟି ଆୟୋଜନ ହୋଇଥିଲା। ପାର୍ଟିରେ ଡ୍ରଗ୍ସ ସେବନ କରାଯାଉଥିବା ନେଇ ସୂଚନା ମିଳିବା ପରେ ଏନ୍‌ସିବି ଚଢ଼ଉ କରିଥିଲା।
ଚଳିତବର୍ଷ ଗୁଗଲରେ ଅଧିକ ସର୍ଚ୍ଚ ହୋଇଛନ୍ତି ଆର୍ୟନ୍ ଖାନ୍ ଏବଂ ସେହନାଜ୍ ଗିଲ୍‌
୨୦୨୧ ବର୍ଷ ମେଲାଣି ନେବାକୁ ବସିଲାଣି । ଲୋକେ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହେଲେଣି । ନିକଟରେ ଗୁଗଲ୍ ପକ୍ଷରୁ ‘ଇୟର୍ ଇନ୍ ସର୍ଚ୍ଚ’ ତାଲିକା ଜାରି କରାଯାଇଛି । ଚଳିତବର୍ଷ ଭାରତୀୟମାନେ ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ୟନ୍ ଖାନ୍ ଓ ବିଗ୍‌ବସ୍‌-୧୩ର ଚର୍ଚ୍ଚିତ ପ୍ରତିଯୋଗୀ ଶେହନାଜ୍ ଗିଲ୍‌ଙ୍କୁ ଅଧିକ ସର୍ଚ୍ଚ କରିଥିବା ଗୁଗଲ୍ ପକ୍ଷରୁ ପ୍ରକାଶ ପାଇଛି ।
ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ବିଜିନେସ୍‌ମ୍ୟାନ୍ ସ୍ଵାମୀ ରାଜକୁନ୍ଦ୍ରାଙ୍କ ସହିତ ଅନ୍ୟ ସେଲିବ୍ରିଟିମାନଙ୍କୁ ମଧ୍ୟ ଅଧିକ ସର୍ଜ କରାଯାଇଛି। ଗୁଗଲ୍ ସର୍ଚ୍ଚର ପ୍ରଥମ ସ୍ଥାନରେ ନୀରଜ ଚୋପ୍ରା ରହିଛନ୍ତି । ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଶାହାରୁଖ୍ ଖାନ୍‌ଙ୍କ ପୁତ୍ର ଆର୍ୟନ୍ ଖାନ୍, ତୃତୀୟ ସ୍ଥାନରେ ଶେହନାଜ ଗିଲ୍, ଚତୁର୍ଥ ସ୍ଥାନରେ ରାଜ କୁନ୍ଦ୍ରା, ପଞ୍ଚମ ସ୍ଥାନରେ ଏଲନ୍ ମସ୍କ, ଷଷ୍ଠ ସ୍ଥାନରେ ଭିକି କୌଶଲ, ସପ୍ତମ ସ୍ଥାନରେ ପି.ଭି. ସିନ୍ଧୁ, ଅଷ୍ଟମ ସ୍ଥାନରେ ବଜରଙ୍ଗ ପୁନିଆ, ନବମ ସ୍ଥାନରେ ସୁଶୀଲ କୁମାର ଓ ଦଶମ ସ୍ଥାନରେ ନତାଶା ଦଲାଲଙ୍କ ନାମ ରହିଛି। ଗତ ଅକ୍ଟୋବର ମାସରେ ଏକ ଜାହାଜରେ ଚାଲିଥିବା ଡ୍ରଗ୍ମ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ଯନ୍ ଖାନ୍‌ଙ୍କୁ ଗିରଫ କରିଥିଲା। ୨୮ ଦିନ ଜେଲ୍‌ରେ ରହିବା ପରେ ଆର୍ଯନ୍ ଜାମିନ୍‌ରେ ମୁକୁଳିଥିଲେ। ଏହି ପୂରା ଘଟଣାରେ ଚର୍ଚ୍ଚିତ ଚେହେରା ପାଟି ଯାଇଥିଲେ ଅନ୍। ସେହିଭଳି ଗୁଗଲ୍‌ରେ ଅଧିକ ସଚ୍ଚ କରାଯାଇଥିଲା ବିଗ୍‌ବସ୍‌ ୧୩ ପ୍ରତିଯୋଗୀ ତଥା ପଞ୍ଜାବୀ ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ | ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଶେହନାଜଙ୍କ ବିଷୟରେ ଜାଣିବା ପାଇଁ ଲୋକେ ଅଧିକ ତାଙ୍କୁ ସର୍ଚ୍ଚ କରିଥିଲେ ।
ଆଜି ଦିନ ୧୨ଟା ରେ ଜେଲରୁ ବାହାରିବେ ଆର୍ୟନ ଖାନ
ମୁମ୍ବାଇ: ଆଜି ଦିନ ୧୨ଟା ରେ ଜେଲରୁ ବାହାରିବେ ଆର୍ୟନ ଖାନ । ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ଲାଗି ଆଜି ଖୁସିର ଦିନ । ଆଜି ଜେଲରୁ ବାହାରିବେ ଆର୍ୟନ ଖାନ । ଆର୍ୟନଙ୍କ ବେଲ୍ ଅର୍ଡର ମିଳିଥିବା ନେଇ ଆର୍ଥନ ରୋଡ୍ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟ କଏଦୀଙ୍କ ସହ ଏକ ସଙ୍ଗରେ ଆର୍ୟନଙ୍କୁ ଛଡ଼ାଯିବ ବୋଲି କହିଛନ୍ତି ଆର୍ଥର ରୋଡ୍ ଜେଲ୍ ଅଧୀକ୍ଷକ । ୧୦ରୁ ୧୨ଟା ମଧ୍ୟରେ ଜେଲରୁ ମୁକୁଳିବେ ଆର୍ୟନ । ଆର୍ୟନଙ୍କୁ ଆଣିବା ଲାଗି ‘ମନ୍ନତ’ରୁ ଶାହରୁଖ ଖାନ ଜେଲ୍ ଅଭିମୁଖେ ବାହାରି ଯାଇଛନ୍ତି । ଆର୍ୟନଙ୍କୁ ଛାଡ଼ିବା ଲାଗି ଜେଲରେ ପ୍ରକ୍ରିୟା ଜାରି ରହିଛି । ଆର୍ୟନଙ୍କୁ ଏନେଇ ଜେଲ୍ କର୍ତ୍ତୃପକ୍ଷ ଜଣାଇଛନ୍ତି ।
उसके साथ बाकी जितने कैदियों के बेल ऑर्डर आए हैं, उनके साथ उसे छोड़ा जाएगा। 10-12 बजे तक छूट जाएगा। रिहाई के आदेश मिल गए हैं, प्रकिया चल रही है: आर्यन खान की रिहाई पर नितिन वायचल, अधीक्षक, आर्थर रोड जेल pic.twitter.com/xQ5W9mGAQh
— ANI_HindiNews (@AHindinews) October 30, 2021
ଆର୍ୟନ ଜାମିନ୍ ପାଇ ଖୁସଥିବା ବେଳେ ଜେଲରେ ଅନ୍ୟ ଅନ୍ତେବାସୀଙ୍କ ସହ କଥା ହେଉଥିବା ଜେଲ୍ ପକ୍ଷରୁ କୁହାଯାଇଛି । ସକାଳ ୫ଟା ୩୦ରେ ଆର୍ଥର ରୋଡର ବେଲ୍ ବକ୍ସ ଖୋଲା ଯାଇଥିଲା । ଶୁକ୍ରବାର ଶାହରୁଖଙ୍କ ବାନ୍ଧବୀ ଜୁହି ଚାୱଲା ଆର୍ୟନଙ୍କ ଜାମିନ୍ ପ୍ରକ୍ରିୟା ପୂରା କରିଥିଲେ । ଆର୍ୟନଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ଆର୍ୟନଙ୍କ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟ ଗୁରୁବାର ଜାମିନ୍ ପ୍ରଦାନ କରିଥିଲେ । ଶୁକ୍ରବାର କୋର୍ଟ ବେଲ୍ ଅର୍ଡର ଜାରି କରିଥିଲେ । ଏହା ପରେ ବି ଜେଲରୁ ବାହାରି ପାରି ନଥିଲେ ଆର୍ୟନ । ଆର୍ଥର ରୋଡ୍ ଜେଲରେ ଅପରାହ୍ଣ ୫ଟା ସୁଦ୍ଧା ବେଲ୍ ଅର୍ଡର ପହଞ୍ଚି ନପାରିବାରୁ ଆର୍ୟନ ଜେଲରେ ରହିଥିଲେ ।
ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳିଲା ଜାମିନ୍‌
ମୁମ୍ବଇ :  ବଲିଉଡର ବାଦଶାହା ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କୁ ମିଳିଛି ଜାମିନ୍‌। ମୁମ୍ବାଇ ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଆର୍ଯ୍ୟନକୁ ଜାମିନ ପ୍ରଦାନ କରିଛନ୍ତି । ମୁମ୍ବାଇ ହାଇକୋର୍ଟ ଏହି ମାମଲାରେ  ଲଗାତର ତିନିଦିନ ଧରି ଶୁଣାଣି କରିବା ପରେ ହାଇକୋର୍ଟ ଆଜି ଅପରାହ୍ଣରେ ଆର୍ଯ୍ୟନ୍‌ଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆରୟନଙ୍କ ସମେତ ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ମଧ୍ୟ ଜାମିନ ମିଳିଛି । କୋର୍ଟ ଆସନ୍ତା କାଲି ନିଜର ସବିଶେଷ ଅର୍ଡର ପ୍ରକାଶ କରିବେ । ଜେଲ କର୍ତ୍ତୃପକ୍ଷଙ୍କୁ କୋର୍ଟଙ୍କ ଅର୍ଡର ମିଳିବା ପରେ ଏହି ତିନିଜଣ ଆସନ୍ତା କାଲି ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି।
ଗତ ଦୁଇ ଦିନ ଧରି ଏହି ମାମଲାର ଶୁଣାଣି କରୁଥିବା ମୁମ୍ବାଇ ହାଇକୋର୍ଟ ଆଜି ୨.୩୦ ମିନିଟରେ ପୁଣି ଶୁଣାଣି ଆରମ୍ଭ କରିଥିଲେ। ଆଜି କୋର୍ଟରେ ଶୁଣାଣି ବେଳେ ଏଏସଜି ଅନିଲ ସିଂଙ୍କ ଦଲିଲ ଉପରେ ଜବାବ ଦେଇ ଆର୍ଯ୍ୟନ୍‌ଙ୍କ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ ଉକ୍ତ ଜାହାଜରେ ଥିବା ଆର୍ଯ୍ୟନ୍‌ ଓ ଅରବାଜ ଏକାସାଥିରେ ଥିଲେ କିନ୍ତ ଆର୍ଯ୍ୟନ୍‌ଙ୍କୁ ଜଣାନଥିଲା କି ଅରବାଜଙ୍କ ପାଖରେ ଡ୍ରଗ୍ସ ରହିଛି । ଆର୍ଯ୍ୟନ୍‌ ଖାନ କୌଣସି ଷଡଯନ୍ତ୍ରରେ ସାମିଲ ନଥିବା କଥା ତାଙ୍କ ଓକିଲ କୋର୍ଟରେ ସୁଆଲ ରଖିଥିଲେ । ଏହା ପୂର୍ବରୁ ଏହି ମାମଲାରେ ମୁମ୍ବାଇ ଏନଡିପିଏସ କୋର୍ଟ ୨ ଜଣଙ୍କୁ ଜାମିନ ଦେଇଥିବାରୁ ସେହି ଆଧାରରେ ଆର୍ଯ୍ୟନ୍‌ଙ୍କୁ ଜାମିନ ମିଳୁ ବୋଲି ମକୁଲ କୋର୍ଟଙ୍କ ନିକଟରେ ଦାବି କରିଥିଲେ ।
ଆର୍ଯ୍ୟନ୍‌ଙ୍କ ଗିରଫଦାରିର ୪ ଦିନ ପରେ ଅଚିତଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଡ୍ରଗ୍ ଡିଲର ବୋଲି ଏନସିବି କହୁଥିବାବେଳେ ତାଙ୍କ ନିକଟରୁ ମାତ୍ର ୨.୪ ଗ୍ରାମ ଡ୍ରଗ୍ସ ମିଳିଥିଲା । କିନ୍ତୁ ଜଣେ ସଂଦିଗ୍ଧ ଡ୍ରଗ ଡିଲର ପାଖରେ ଅତିକ୍ରମରେ ୨୦୦ ଗ୍ରାମ ଡ୍ରଗ୍ସ ମିଳିବା ଆବଶ୍ୟକ ବୋଲି ଆର୍ଯ୍ୟନ୍‌ଙ୍କ ଓକିଲ ମୁକୁଲ ରୋହତଗୀ କୋର୍ଟକୁ କହିଥିଲେ।
ସୂଚନାଯୋଗ୍ୟ ଡ୍ରଗ୍ସ କ୍ରୁଜ ପାର୍ଟିରୁ ଆର୍ଯ୍ୟାନ ଖାନଙ୍କୁ ଗତ ୩ ତାରିଖରୁ ଗିରଫ କରିଥିଲା ଏନସିବି। କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବାବେଳେ ତାଙ୍କୁ ଧରିଥିଲା ଏନସିବି। ଆର୍ଯ୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟଙ୍କ ନିକଟରୁ ୬ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଦର୍ଶାଇଥିଲା ଏନସିବି। ଆର୍ଯ୍ୟନ, ଅରବାଜଙ୍କ ସହ ଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଆର୍ଯ୍ୟନଙ୍କ ମୋବାଇଲ ଫୋନକୁ ସିଜ୍ କରିଥିଲା ଏନସିବି। ଏବଂ ଆର୍ଯ୍ୟନଙ୍କ ହ୍ୱାଟ୍ସଆପ୍ ଚାଟକୁ ଆଧାର କରି ତାଙ୍କ ବିରୋଧରେ ଆହୁରି ଦଫା ଲଗାଇଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ।
ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାର ରୋଚକ ମୋଡ଼ : ଲାଞ୍ଚ ଅଭିଯୋଗରେ ସମୀର ଓ୍ଵାଙ୍ଖେଡ଼େଙ୍କ ବିରୋଧରେ ହେବ ଭିଜିଲାନ୍ସ ତଦନ୍ତ
ମୁମ୍ବଇ : ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ବିରୋଧରେ ଚାଲିଥିବା ଡ୍ରଗ୍ସ ମାମଲା ରବିବାର ଏକ ନୂଆ ମୋଡ଼ ନେଇଛି। ଏହି ମାମଲାରେ ସାକ୍ଷୀ ରହିଥÒବା ପ୍ରଭାକର ସେଲ୍‌ ସମସ୍ତଙ୍କୁ ଚକିତ କଲା ଭଲି ଖୁଲାସା କରିଛନ୍ତି। ପ୍ରଭାକର ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ଏବଂ ଅନ୍ୟ ସାକ୍ଷୀ କେ.ପି ଗୋସାୱିଙ୍କ ବିରୋଧରେ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ଆଣିଛନ୍ତି। ଆର୍ଯ୍ୟନଙ୍କୁ ଛାଡିବା ପାଇଁ କେପି ଗୋସାୱି, ସାମୀର ଓ ଶ୍ୟାମ୍‌ଙ୍କ ମଧ୍ୟରେ ପ୍ରାୟ ୨୫ କୋଟି ଟଙ୍କାର ଡିଲ ହୋଇଥÒଲା। ହେଲେ ପରବର୍ତ୍ତୀ ସମୟରେ ଏହା ୧୮ କୋଟି ଟଙ୍କାରେ ଫାଇନାଲ ହୋଇଥିବା କଥା ପ୍ରଭାକର ଶୁଣିଥିବା କହିଛନ୍ତି। ହେଲେ ଏବେ ଗୋସାୱି ଏବଂ ଶ୍ୟାମ୍‌ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ୧୮ କୋଟିରୁ ୮ କୋଟି ଟଙ୍କା ଦେବାକୁ କହିଥିଲେ ବୋଲି ପ୍ରଭାକର ଦାବି କରିଛନ୍ତି। ଏପରି ଅଭିଯୋଗ ଆସିବା ପରେ ମହାରାଷ୍ଟ୍ର ରାଜନୀତିରେ ଝଡ ସୃଷ୍ଟି ହେବା ସହ ସମୀର ଓ୍ଵାଙ୍ଖେଡ଼େଙ୍କ ବିରୋଧରେ ବହୁ ନେତା ବାହାରିଛନ୍ତି।
ଏପରି ଅଭିଯୋଗ ଆସିବା ‘ଏନ୍‌ବିସି’ ସୀମରଙ୍କ ବିପକ୍ଷରେ ଭିଜିଲାନ୍ସ ତଦନ୍ତ କରିବାକୁ ଆଦେଶ ଦେଇଛି। ୱାଙ୍ଖଡେଙ୍କ ବିରୋଧରେ ତଦନ୍ତ କରିବେ ଚିଫ ଭିଜିଲାନ୍ସ ଅଫିସର । ଏହା ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏନସିବି ଉପମହାନିର୍ଦ୍ଦେଶକ ତଥା ଚିଫ ଭିଜିଲାନ୍ସ ଅଫିସର ଜ୍ଞାନେଶ୍ୱର ସିଂହ କହିଛନ୍ତି ୱାଙ୍ଖଡେଙ୍କ ବିରୋଧର ହେବାକୁ ଥିବା ତଦନ୍ତର ନେତୃତ୍ୱ ସେ ନେବେ। ତେବେ ଜୋନାଲ ନିର୍ଦ୍ଦେଶକ ପଦରେ ୱାୃଙ୍ଖଡେ ରହିବେ କି ନାହିଁ ସେନେଇ କିଛି ପ୍ରତିକ୍ରିୟା ରଖି ନାହାନ୍ତି ଜ୍ଞାନେଶ୍ୱର । ଏହାସହ ଲାଞ୍ଚ କାରବାର ନେଇ ସମସ୍ତ ତଥ୍ୟ ମଧ୍ୟ ଉପମହାନିର୍ଦ୍ଦେଶକଙ୍କ ନିକଟରେ ଦାଖଲ ହୋଇଛି ।
ସେପଟେ ଏସବୁ ଅଭିଯୋଗକୁ ନାର୍କୋଟିକ୍ସ କଣ୍ଟ୍ରୋଲ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଖଣ୍ଡନ କରିଛନ୍ତି। ମାମଲାରେ କୌଣସି ବି ହେରଫେର ହୋଇନଥିବା ସେ କହିଛନ୍ତି। ସମୟ ଆସିଲେ ସେ ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି କହିଛନ୍ତି । ଏହି ଦାବିକୁ ଭିତ୍ତିହୀନ ବୋଲି ଏଜେନ୍ସି କହିଛି। ଏନ୍‌ସିବିର ଛବି ଖରାପ କରିବାକୁ ଏଭଳି ମିଥ୍ୟା ଦାବି କରାଯାଉଛି। ସମୀର ୱାଙ୍ଖଡେ ତାଙ୍କୁ ମିଥ୍ୟା ମାମଲାରେ ଓ ପ୍ରତିଶୋଧ ପାଇଁ ଗିରଫ କରାଯାଇ ପାରେ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କୁ କିଛି ବିଶିଷ୍ଟ ବ୍ୟକ୍ତି ଜେଲ ଓ ଚାକିରିରୁ ବରଖାସ୍ତ କରିବାକୁ ଧମକ ମଧ୍ୟ ଦେଇଥିବା ସମୀର କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେ ମୁମ୍ବାଇ ପୁଲିସ୍‌ ଠାରୁ ଆଇନଗତ ସୁରକ୍ଷା ଲୋଡ଼ିଛନ୍ତି। ଏନେଇ ସେ ମୁମ୍ବାଇ ପୁଲିସ୍‌ ମୁଖ୍ୟଙ୍କୁ ଗୋଟିଏ ଚିଠି ମଧ୍ୟ ଲେଖିଛନ୍ତି। ଏଥିରେ ସେ “ମୋତେ ଗିରଫ କରନି’ ବୋଲି ଉଲ୍ଲେଖ କରିଛନ୍ତି।
ପୁଣି ଖାରଜ ହେଲା ବେଲ୍‌, ଆର୍ଥର ରୋଡ ଜେଲ୍‌ ଗଲେ ଆର୍ଯ୍ୟନ୍‌ ଖାନ୍‌
ମୁମ୍ବଇ : ଆଜି ପୁଣି ଥରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଆର୍ଯ୍ୟନ୍‌ଙ୍କୁ ମିଳିଲାନି ଜାମିନ। ଆଜି ବି ଏନଡିପିଏସ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିନାହାଁନ୍ତି। ଯାହାଫଳରେ  ଦିୱାଲି ପୂର୍ବରୁ ମନ୍ନତ ଫେରିବାକୁ ଯେଉଁ ଆଶା ରଖିଥିଲେ ଆର୍ଯ୍ୟନ ତାହା ମଉଳି ଯାଇଛି।  ରିପୋର୍ଟ ଅନୁଯାୟୀ, ଆଜି ଏନସିବି ଶୁଣାଣି ପୂର୍ବରୁ ଆର୍ଯ୍ୟନ୍‌ଙ୍କ ସହ ଅଭିନେତ୍ରୀଙ୍କ ଡ୍ରଗ୍ସ ବିଷୟରେ ଏକ ଚାଟ୍ କୋର୍ଟରେ ଦାଖଲ କରିଥିଲା।ଆର୍ଯ୍ୟନ୍‌ଙ୍କ ସମେତ ଆଉ ଦୁଇଜଣଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଛି । ସେମାନେ ହେଲେ ସହ ଅଭିଯୁକ୍ତ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ।
ଆର୍ଯ୍ୟନ୍‌ଙ୍କୁ ଜାମିନ ଦେବାକୁ ଓକିଲ ସତୀଶ ମନସିନ୍ଧେ ଓ ଅମିତ ଦେଶାଇ କୋର୍ଟଙ୍କ ନିକଟରେ ଯୁକ୍ତି ରଖିଥିଲେ ବି କୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ । ଏନସିବି ପକ୍ଷରୁ ସ୍ବତନ୍ତ୍ର ସରକାର ଓକିଲ ଅଦ୍ବୈତ ସେଥାନା ଆରୟନ ଓ ଅନ୍ୟମାନଙ୍କ ଜାମିନକୁ ବିରୋଧ କରିଥିଲେ ।  ଗତ ଅକ୍ଟୋବର ୩ରେ ଆର୍ଯ୍ୟନ୍‌ ଖାନ୍‌, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ଗିରଫ ହୋଇଥିଲେ । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଜାହାଜ କୋର୍ଡେଲିଆରେ ଡ୍ରଗ୍ସ କାରବାର ଓ ସେବନ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା
ମୁମ୍ବାଇ:  କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ଯ୍ଯନ୍‌ ଖାନ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତାଙ୍କ ଜାମିନ ଆବେଦନ ଉପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଆର୍ଯ୍ୟନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ହେପାଜତରେ ଥିବାବେଳେ ସେ ଏନ୍‌ସିବିକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେ ଭଲ କାମ କରିବେ। ଦିନେ ଏମିତି କାମ କରିବି, ଯାହାକୁ ନେଇ ଆପଣ ମୋ ଉପରେ ଗର୍ବ କରିବେ ବୋଲି ସେ ଏନ୍‌ସିବି ଅଧିକାରୀଙ୍କୁ କହିଛନ୍ତି।
ରିପୋର୍ଟ ଅନୁଯାୟୀ, ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେ  ଆର୍ଯ୍ଯନ ଖାନଙ୍କ କାଉନସେଲିଂ କରିଥିଲେ। ଏହି ସମୟରେ ଆର୍ୟନ ତାଙ୍କୁ କହିଛନ୍ତି, ଜେଲ୍‌ରୁ ବାହାରିବା ପରେ ସେ ଭଲ ମଣିଷ ହେବେ। ଗରିବ ଏବଂ ଦୁର୍ବଳ ବର୍ଗଙ୍କ ସାହାଯ୍ୟ କରିବେ। ସେ କେବେ ଆଉ ଏମିତି କିଛି ଭୁଲ୍ କରିବେ ନାହିଁ। ଭୁଲ୍‌ରେ ମଧ୍ୟ ଆଉ ଡ୍ରଗ୍ସ ଛୁଇଁବିନି ବୋଲି ଆର୍ଯ୍ଯନ ଏନସିବି ଅଧିକାରୀଙ୍କୁ କହିଛନ୍ତି।
ଆର୍ୟନ ଖାନ ଏବେ ଆର୍ଥର ରୋଡ ଜେଲ୍‌ର  ଅଛନ୍ତି। ଅନ୍ୟପଟେ ଜେଲ୍‌ରେ ବାହାର ଖାଦ୍ୟକୁ ଅନୁମତି ନାହିଁ।
ପୁଅ ଆର୍ଯ୍ୟନ ପାଖକୁ ୪୫୦୦ ଟଙ୍କା ମନି ଅର୍ଡର କଲେ ଶାହାରୁଖ ଖାନ୍
ମୁମ୍ବାଇ: ଡ୍ରଗ୍ଧ ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ  ଶୁଣାଣି କରି ମୁମ୍ୱାଇ କୋର୍ଟ ରାୟ ସଂରକ୍ଷିତ ରଖିଛି ।  ଶାହରୁଖ ଖାନ ଆର୍ଥର ରୋଡ ଜେଲରେ ଥିବା ତାଙ୍କ ପୁଅ ଆର୍ଯ୍ଯନ୍‌ଙ୍କୁ ୪୫୦୦ ଟଙ୍କା ମନି ଅର୍ଡର ପଠାଇଛନ୍ତି। ଅକ୍ଟୋବର ୩ରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଉପକୂଳରେ କର୍ଡେଲିଆ କ୍ରୁଜରେ ଏକ ଡ୍ରଗ୍ ପାର୍ଟି ଉପରେ ଚଢଉ କରିବା ପରେ ଆର୍ୟନ୍‌ଙ୍କୁ ଅନ୍ୟ ୭ ଜଣଙ୍କ ସହ ଗିରଫ କରାଯାଇଥିଲା।
ଜେଲ ଅଧୀକ୍ଷକ କହିବା ଅନୁଯାୟୀ, ଆର୍ଯ୍ୟନ ଗ୍ରହଣ କରିଥିବା ମନି ଅର୍ଡର ଜେଲ କ୍ୟାଣ୍ଟିନରେ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ। ନିୟମ ଅନୁଯାୟୀ, ଜଣେ କଏଦୀ ଜେଲରେ ଥିବା ଖର୍ଚ୍ଚ ପାଇଁ ସର୍ବାଧିକ ୪,୫୦୦ ମନି ଅର୍ଡର ପାଇପାରିବେ।
କ୍ରୁଜ ଡ୍ରଗ୍ସ ମାମଲା: ରାୟ ସଂରକ୍ଷିତ ରଖିଲେ ମୁମ୍ୱାଇ କୋର୍ଟ, ଅକ୍ଟୋବର ୨୦ ଯାଏଁ ଜେଲରେ ରହିବେ ଶାହରୁଖଙ୍କ ପୁଅ ଆର୍ୟନ ଖାନ
ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କୁ ଆଜି ମଧ୍ୟ ଜାମିନ ମିଳିଲାନି । ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଜେଲରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ମୁମ୍ୱାଇ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଅକ୍ଟୋବର ୨୦ ତାରିଖରେ କୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇବେ । ତେଣୁ ଆର୍ୟନଙ୍କୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ।
ଗତକାଲି ଅଧାରୁ ସ୍ଥଗିତ ରହିଥିବା ଜାମିନ ଆବେଦନ ଶୁଣାଣି ଆଜି ପୁଣି ହୋଇଥିଲା । ଏନସିବି ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ କହିଥିଲେ ଯେ ପ୍ରାଥମିକ ଅନୁସନ୍ଧାନରେ ଅଭିଯୁକ୍ତଙ୍କ ଆନ୍ତର୍ଜାତୀୟ ଡ୍ରଗ୍ସ କାରବାର ଲିଙ୍କ୍ ସାମ୍ନାକୁ ଆସିଛି। ଏହି ମାମଲାରେ ସବୁ ଅଭିଯୁକ୍ତଙ୍କ ପରସ୍ପର ସହିତ ସମ୍ପର୍କ ଅଛି | ଅଦାଲତ ସେଗୁଡ଼ିକୁ ପୃଥକ ଭାବରେ ବିଚାର କରିପାରିବେ ନାହିଁ | ଆମ ପାଖରେ ହ୍ବାଟସଆପ୍ ଆପ୍ ଚାଟ୍ ଏବଂ ଅନ୍ୟାନ୍ୟ ପ୍ରମାଣ ଅଛି ବୋଲି ସଲିସିଟର ଜେନେରାଲ ଅନିଲ ସିଂ କହିଥିଲେ ।
ଅନ୍ୟପକ୍ଷରେ, ଆର୍ୟନ ଖାନଙ୍କ ପାଇଁ କେସ୍ ଲଢ଼ୁଥିବା ବରିଷ୍ଠ ଓକିଲ ଅମିତ ଦେଶାଇ ଏନସିବିର ଯୁକ୍ତିକୁ ଅବାନ୍ତର ବୋଲି ଅଭିହିତ କରିଥିଲେ ‌। ସେ ଯୁକ୍ତି କରିଥିଲେ ଯେ ଯେତେବେଳେ ଆର୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନାହିଁ, ତାଙ୍କୁ ଜାମିନ ସ୍ତରରେ ଦଣ୍ଡିତ କରିବା ଉଚିତ ନୁହେଁ। ଦେଶାଇ କୋର୍ଟଙ୍କୁ କହିଛନ୍ତି ଯେ ବର୍ତ୍ତମାନର ମାମଲାରେ ଅଭିଯୁକ୍ତମାନେ ଯୁବ ବୟସର ଏବଂ ସେମାନେ କୌଣସି ଡ୍ରଗ୍ସ ଡିଲର, ତସ୍କର କିମ୍ବା ଗ୍ୟାଙ୍ଗର ସଦସ୍ୟ ନୁହଁନ୍ତି। ସେମାନଙ୍କୁ ଜାମିନ ମଞ୍ଜୁର କରାଯିବା ଉଚିତ ।