tomato - The Sakala

ପୁଣି ବଢ଼ିଲା ଟମାଟୋ ଦର, କିଲୋ ଛୁଇଁଲା ୬୦ ଟଙ୍କା
ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ  ବଜାରରେ ମହଙ୍ଗା ହୋଇଛି ଟମାଟୋ। ବଢ଼ିବାରେ ଲାଗିଛି ବଜାର ଦର। ଗୋଟିଏ ପଟେ ତେଜରାତି ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ଦର ସବୁ ଆକାଶଛୁଆଁ। ପିଆଜ ପରେ ଏବେ ବଜାରରେ ଟମାଟୋ ଦର ବଢ଼ିଛି। ଦୀପାବଳି ପୂର୍ବରୁ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ମୂଲ୍ୟ ଏବେ ୬୦ ଟଙ୍କା ଛୁଇଁଛି।  ମାତ୍ର ତିନି ଦିନ ମଧ୍ୟରେ ଟମାଟୋ କିଲୋ ପିଛା ଦର ୨୦ ଟଙ୍କା ବଢ଼ିବା ଖାଉଟିଙ୍କୁ ବେଶ ବାଧୁଛି। ଅପରପକ୍ଷେ ଟମାଟୋ ଉତ୍ପାଦନର  ପେଣ୍ଠସ୍ଥଳରୁ ଆମଦାନୀ କମିବା ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଉଛି। ଇତିି ମଧ୍ୟରେ ବଜାରରେ ୧୫ ଦିନ ହେବ ପିଆଜ କିଲୋ ୬୦ ଟଙ୍କାରେ ବିକ୍ରି ହେଉଛି। ଖାଉଟିଙ୍କ ମନରୁ ପିଆଜ ଦର ବୃଦ୍ଧି ଚିନ୍ତା ନ ଯାଉଣୁ ଟମାଟୋ ମୂଲ୍ୟ ବୃଦ୍ଧି ଏବେ କନ୍ଦାଇବା ଆରମ୍ଭ କଲାଣି।

ଜୁନ୍‌ ଏବଂ ଜୁଲାଇ ମାସଠାରୁ ବଜାରରେ ଟମାଟୋ ଦର କିଲୋ ପିଛା  ୨୫୦ ଟଙ୍କା ଟପି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଥିଲା। ମାତ୍ର ଏକ ମାସ ହେବ ଦର କମିବା ପରେ ଏବେ ହଠାତ୍‌ ପୁଣି ବଢ଼ିଛି। ଆଉ ମାସକ ପରେ ଓଡ଼ିଶାରେ ଟମାଟୋ ଉତ୍ପାଦନ ଆରମ୍ଭ ହୋଇଯିବ।ବର୍ତ୍ତମାନ କେବଳ ବେଙ୍ଗାଲୁରୁ ଏବଂ ମହାରାଷ୍ଟ୍ରରୁ ଟମାଟୋ ଉତ୍ପାଦନ ଆରମ୍ଭ ହେଉଛି। ଘରୋଇ ବଜାରରେ ଷ୍ଟକ୍‌ ଶେଷ ହୋଇଯାଇଥିବାରୁ ଏଠାରେ ଟମାଟୋ ଦର ଉଚ୍ଚା ହେବାରେ ଲାଗିଛି। କଟକ ଏବଂ ଭୁବନେଶ୍ବରର ହାଟ ଏବଂ ବଜାରରେ ଟମାଟୋ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି।

ଭୁବନେଶ୍ବରସ୍ଥିତ ଏକ ନମ୍ବର ଏବଂ ଆଇଗିଣିଆ ଭଳି ପାଇକାରୀ ବଜାରରେ ଖୁଚୁରା ବ୍ୟବସାୟୀଙ୍କୁ ଗୋଟିଏ କ୍ୟାରେଟ୍ (୨୫ କେଜି) ଟମାଟୋ ମୂଲ୍ୟ ୧୨୦୦ ଟଙ୍କା ପଡ଼ୁଛି। ଅପରପକ୍ଷେ ଖୁଚୁରା ବଜାରରେ ଟମାଟୋ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି। ତେବେ ମାତ୍ର ଦୁଇ ତିନି ଦିନ ତଳେ ଖୁଚୁରା ବଜାରରେ ଟମାଟୋ କିଲୋ ପିଛା ୩୦ ଟଙ୍କା ରହିଥିଲା।  ଏବେ ଉତ୍ପାଦନ ଜନିତ ସମସ୍ୟା ଯୋଗୁ ଯୋଗାଣ କମ୍‌ ହେଉଛି। ଫଳରେ ବଜାରରେ ଦର ବୃଦ୍ଧି ଘଟୁଛି। ଏ ସମ୍ପର୍କରେ କୁବେରପୁରୀ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ବେଙ୍ଗାଲୁରୁ ଏବଂ ମହାରାଷ୍ଟ୍ର ଭଳି ବାହାର ରାଜ୍ୟରୁ ରାଜ୍ୟକୁ ଟମାଟୋ ଯୋଗାଣ କମ୍ ରହିଛି। ଦୀପାବଳି ପାଇଁ ସେଠାରେ ମଣ୍ଡି ବନ୍ଦ ରହିଥିବାଯୋଗୁ ଯୋଗାଣ ବନ୍ଦ ରହିଥିଲା। ଯାହାର ପ୍ରଭାବ ଘରୋଇ ବଜାରରେ ଦେଖ୍ଖବାକୁ ମିଳିଛି। ଏବେ ଧୀରେ ଧୀରେ ଯୋଗାଣ ବଢ଼ୁଛି। ଦୁଇ ତିନି ଦିନ ମଧ୍ୟରେ ଦର କମିଯିବ।  ଅପରପକ୍ଷେ କିଛି ଦିନ ହେବ ପିଆଜ କିଲୋ ପିଛା ୬୦ ଟଙ୍କାରେ ହିଁ ଅଟକି ରହିଛି। ବଜାରକୁ କର୍ଣ୍ଣୋଲ ଏବଂ ଗୁଡ୍ଡମ୍‌ର ନାଲି ପିଆଜ ଆସିଥିଲେ ସୁଦ୍ଧା ଏହାର ଦର କମିବାର ନାମ ଧରୁନାହିଁ।

ଆଜିଠାରୁ ଟମାଟୋ କିଲୋ ପିଛା ୫୦ ଟଙ୍କାରେ ବିକିବେ ସରକାର
ନୂଆଦିଲ୍ଲୀ: ସରକାର ଦେବେ ଶସ୍ତାରେ ଟମାଟୋ । ଅଗଷ୍ଟ ୧୫ ଠାରୁ ଟମାଟୋ କିଲୋ ପିଛା ୫୦ ଟଙ୍କାରେ ବିକିବେ ସରକାର । ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍)କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।

ଖୁଚୁରା ବଜାରରେ ଟମାଟୋ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ସିସିଏଫ୍‌ ଓ ଏନ୍‌ଏଫ୍‌ଇଡି ଦିଲ୍ଲୀ ଏନ୍‌ସିଆର୍‌, ଜୟପୁର ଓ ରାଜସ୍ଥାନର କୋଟାରେ ଟମାଟୋ ବିକ୍ରି କରିବ। ସେହିପରି ଉତ୍ତର ପ୍ରଦେଶର ଲକ୍ଷ୍ନୌ, କାନପୁର, ବାରଣସୀ ଓ ପ୍ରୟାଗରାଜ ସମେତ ବିହାରର ପାଟନା, ମୁଜାଫରପୁର, ଅର୍ରାହ ଓ ବକ୍ସରରେ ଟମାଟୋ ୫୦ ଟଙ୍କାରେ ବିକ୍ରି ହେବ।

ଖାଉଟି ବ୍ୟାପାର ବିଭାଗର ନିର୍ଦ୍ଦେଶ ପରେ ଏନସିସିଏଫ୍ ଓ ନାଫେଡ୍ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ବଜାରରୁ ଟମାଟୋ କିଣିବା ଆରମ୍ଭ କରିଥିଲେ। ଅଗଷ୍ଟ ୧୩ ସୁଦ୍ଧା ଏନସିସିଏଫ ଓ ନାଫେଡ୍ ମୋଟ ୧୫ ଲକ୍ଷ କେଜି ଟମାଟୋ କିଣିଛନ୍ତି। ଏହି ଟମାଟର ସେସବୁ ଅଞ୍ଚଳକୁ ପଠାଯିବ, ଯେଉଁଠି ଟମାଟର ଦାମ୍‌ ଅଧିକ ରହିଛି ।

ଟମାଟୋର ସୁରକ୍ଷା ପାଇଁ ନିଯୁକ୍ତ ହେଲେ ବାଉନ୍ସର, ଟମାଟୋ ଛୁଇଁବାକୁ ଗ୍ରାହକଙ୍କୁ ମନା
ପ୍ରୟାଗରାଜ: ଦେଶରେ ଟମାଟୋ ମୂଲ୍ୟ ବଢ଼ିବା ପରେ ଏବେ ଏହାର ଚୋରି ଘଟଣା ବଢ଼ିବାରେ ଲାଗିଛି। କେବେ ଦୋକାନରୁ ତ ଆଉ କେବେ କ୍ଷେତରୁ ଏହାକୁ ଚୋର ଲୁଟି ନେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ଟମାଟୋର ସୁରକ୍ଷା ପାଇଁ ବାଉନ୍ସର ନିଯୁକ୍ତି କରିବାକୁ ପଡିଛି। ବାରାଣସୀ ପରିବା ବଜାରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ପରିବା ବ୍ୟବସାୟୀ ନିଜ ଦୋକାନରେ ବାଉନ୍ସର ନିୟୋଜିତ କରିଛନ୍ତି। ଏମାନେ ଗ୍ରାହକଙ୍କୁ ଟମାଟୋ ଛୁଇଁବାକୁ ଦେଉନାହାନ୍ତି। ଟମାଟୋ ଏବଂ ଲଙ୍କା ଛୁଇଁଲେ ଘଉଡ଼ାଇ ଦେଉଛନ୍ତି। କିଣିବା ପୂର୍ବରୁ ପଇସା ଦେବାକୁ ଏବଂ ମୂଲଚାଲ ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେପି ଟମାଟୋକୁ ‘ଜେଡ୍+’ ସୁରକ୍ଷା ଦେଇଛି ବୋଲି ସେ କଟାକ୍ଷ କରିଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଏହାର ଯାଞ୍ଚ ପାଇଁ କମିଟି ଗଠନ କରିଛି।

ସୂଚନା ଅନୁଯାୟୀ ଏସ୍‌ପି କର୍ମୀ ଅଜୟ ଫୌଜୀ ନିଜ ପରିବା ଦୋକାନରେ ଏହି ବାଉନ୍ସର ମୁତୟନ କରିଛନ୍ତି। ସେ କହିଛନ୍ତି ଯେ ମୂଲ୍ୟ ବୃଦ୍ଧି ଯୋଗୁଁ ଟମାଟୋ ରାଗରେ ନାଲି ପଡ଼ିବାରେ ଲାଗିଛି। ଟମାଟୋ ଲୁଟେରା ସବୁଠି ସକ୍ରିୟ ହୋଇଯାଇଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ଟମାଟୋ ଲୁଟି ନେଇ ଯାଉଛନ୍ତି। ଆମ ପାଖରେ ବି ୨୦ କେଜି ଟମାଟୋ ରହିଛି। ତେଣୁ ଏହାର ସୁରକ୍ଷା ପାଇଁ ବାଉନ୍ସର ଆଣିଛି। ବଜାରରେ ଟମାଟୋ କେଜି ୧୬୦ ଟଙ୍କା ରହିଛି। ଲୋକେ ଏବେ ଗୋଟେ କିମ୍ବା ୨ଟା ଟମାଟୋ କିଣୁଛନ୍ତି। କେନ୍ଦ୍ର ସରକାର କ’ଣ ଚାହୁଁଛନ୍ତି ତାହା ଲୋକେ ବୁଝିପାରୁ ନାହାନ୍ତି। ଟମାଟୋ ଦୋକାନରେ ମଧ୍ୟ ଅନେକ ପୋଷ୍ଟର ଲାଗିଛି।

ସୁପର ଟମାଟୋ ବନାଇଲେ ବୈଜ୍ଞାନିକ; ଗୋଟିଏ ଟମାଟୋରେ ୨ଟି ଅଣ୍ଡାର ଶକ୍ତି
ନରୱିଚ୍‌: ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି। ଇଂଲଣ୍ଡର ଜନ୍‌ ଇନେସ ସେଣ୍ଟରର ବୈଜ୍ଞାନିକମାନେ ସୁପର ଟମାଟୋ ବନାଇଛନ୍ତି। ଜିନ୍‌ ଏଡିଟିଂ ଟେକ୍ନୋଲୋଜି ସାହାଯ୍ୟରେ ଏହି ଟମାଟୋ ପ୍ରସ୍ତୁତ କରାଯାଇଛି। ଗୋଟିଏ ଟମାଟୋରେ ୨ଟି ଅଣ୍ଡାର ଶକ୍ତି ରହିଛି। ସାଧାରଣତଃ ସୂର୍ଯ୍ୟକରିଣ ପରେ କ୍ଷୀର, ମାଛରୁ ସର୍ବାଧିକ ଭିଟାମିନ ଡି ମିଳିଥାଏ। ଏବେ ଏହା ଟମାଟୋରୁ ମିଳିବାକୁ ଯାଉଛି। ଶାକାହାରୀ ଲୋକଙ୍କ ପାଇଁ ଏହା ଲାଭକାରୀ ହେବ। ସୂଚନାଯୋଗ୍ୟ ଯେ ସାରା ବିଶ୍ବରେ ୧୦୦ କୋଟି ଲୋକଙ୍କଠାରେ ଭିଟାମିନ ଡିର ଅଭାବ ରହିଛି। ଏହାର ଅଭାବରେ ହୃଦୟ ରୋଗଠାରୁ ନେଇ କର୍କଟ ପର୍ଯ୍ୟନ୍ତ ଅନେକ ଗୁରୁତର ରୋଗ ହୋଇଥାଏ। ଏକ ଅଧ୍ୟୟନ ଅନୁଯାୟୀ ଭାରତର ପ୍ରାୟ ୭୬ ପ୍ରତିଶତ ଲୋକଙ୍କର ଭିଟାମିନ ଡି ଅଭାବ ରହିଛି।

ଟମାଟୋକୁ ଭିଟାମିନ ଡିର ଉତ୍ସ ବନାଇବା ପାଇଁ ବୈଜ୍ଞାନିକମାନେ ସିଆରଆଇଏସପିଆର ଜ୍ଞାନକୌଶଳ ବ୍ୟବହାର କରିଥିଲେ। ଏହାର ସାହାଯ୍ୟରେ ଯେକୌଣସି ଜିନିଷକୁ ଜେନେଟିକ କୋଡରେ ପରିବର୍ତ୍ତନ କରାଯାଇପାରିବ। ଏହା ସାହାଯ୍ୟରେ ବୈଜ୍ଞାନିକମାନେ ଟମାଟୋର ଜିନୋମ ଗଠନରେ ପରିବର୍ତ୍ତନ କରିଥିଲେ। ଏଥିଯୋଗୁଁ ଟମାଟୋ ଏବଂ ଏହାର ପତ୍ରରେ ୭-ଡିଏଚସି ଉପାଦାନ ରହିଥିଲା। ଏହି ଉପାଦାନ ପ୍ରାକୃତିକ ଭାବେ ଟମାଟୋ ପତ୍ରରେ ଥାଏ। ଏହା ଭିଟାମିନ ଡି୩ ବନାଇବାରେ ସାହାଯ୍ୟ କରିଥାଏ। ଭିଟାମିନ ଡି୩ ଭିଟାମିନ ଡିର ସ୍ତରକୁ ବୃଦ୍ଧି କରିଥାଏ। ବୈଜ୍ଞାନିକମାନେ ଟମାଟୋ ଏବଂ ଏହାର ପତ୍ରକୁ ଅଲଟ୍ରାଭାଓଲେଟ (ୟୁଭି) ଲାଇଟରେ ଏକ ଘଣ୍ଟା ପର୍ଯ୍ୟନ୍ତ ରଖିଥିଲେ। ଏଥିରୁ ଜଣାପଡିଥିଲା ଯେ ଗୋଟିଏ ଟମାଟୋରେ ୨ଟି ଅଣ୍ଡା କିମ୍ବା ୨୮ ଗ୍ରାମ ଟୁନା ମାଛରୁ ମିଳୁଥିବା ଭିଟାମିନ ଡି ରହିଛି। ନେଚର ପ୍ଲାଣ୍ଟସ୍‌ ଜର୍ଣ୍ଣାଲରେ ଏହି ଅଧ୍ୟୟନ ପ୍ରକାଶ ପାଇଛି। ଆଗାମୀ ଦିନରେ ସୂର୍ଯ୍ୟକିରଣରେ ଏହି ଟମାଟୋର ପ୍ରଭାବ ପରୀକ୍ଷଣ କରାଯିବ। ଖୋଲାସ୍ଥାନରେ ଏହି ଟମାଟୋ ଚାଷ କରାଯିବ। ଏହି ପରୀକ୍ଷଣରୁ ଏଥିରେ ଥିବା ୭-ଡିଏଚସି ଭିଟାମିନ ଡି୩ରେ ପରିବର୍ତ୍ତନ ହେଇଛି କି ନାହିଁ ତାହା ଜଣାପଡିବ।

ଟମାଟୋ ୮୦, ଆଳୁ ୨୦
ଭୁବନେଶ୍ୱର: ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ବଜାର ଦର। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ପରେ ପିଆଜ ଦର ଆକାଶଛୁଆଁ ହେଲା । ଏବେ ପାଳି ଟମାଟୋ ଆଉ ଆଳୁର। ମାତ୍ର ମାସଟା ଭିତରେ ପିଆଜ ଦର ଯେଉଁଭଳି ଭାବେ କିଲୋ ପିଛା ୨୦ ଟଙ୍କାରୁ ୫୦ ଟଙ୍କା ହେଲା ସେହିଭଳି ଏବେ ଟମାଟୋ ଦର ବଢ଼ିବାରେ ଲାଗିଛି । ଏଥିରୁ ବାଦ୍ ପଡ଼ିନି ଆଳୁ ଦର। ମାତ୍ର ସପ୍ତାହକ ମଧ୍ୟରେ ଆଳୁ କିଲୋ ୫ ଟଙ୍କା ବଢ଼ିଲାଣି । ସେହିଭଳି ମାତ୍ର ଦୁଇ ଦିନରେ ଖୁଚୁରା ବଜାରରେ ଟମାଟୋ କିଲୋ ୨୦ ଟଙ୍କା ବୃଦ୍ଧି ଘଟିଛି। ମାସକ ତଳେ କିଲୋ ଚାରି ଟଙ୍କା ଯୋଗୁ ନାସିକ୍ ଏବଂ ଔରଙ୍ଗାବାଦରେ ଚାଷୀମାନେ ରାସ୍ତାରେ ଟମାଟୋ ଫିଙ୍ଗି ଦେଇଥିଲେ। ଏବେ ମାସେ ପରେ ପରିସ୍ଥିତି ସମ୍ପୂର୍ଣ ଭାବେ ପଲଟିଯାଇଛି। କିଲେ ଟମାଟୋ ପାଇଁ ଖାଉଟି ଗଣୁଛନ୍ତି ୮୦ ଟଙ୍କା। ଏହିଭଳି ବଜର ଦରରୁ ଯାହା ଲାଗୁଛି ସତେ ଯେମିତି ପାର୍ବଣ ଆସିଲେ ପ୍ରତିବର୍ଷ ଆଳୁ, ପିଆଜଠାରୁ ଟମାଟୋ ଦର ବଢ଼ିବା ଏକ ଧାରାରେ ପରିଣତ ହୋଇଯାଇଛି।

ଅଗଷ୍ଟ ମାସର ଶେଷ ସପ୍ତାହରେ ଦେଶରେ ଟମାଟୋର ଅଭାବି ବିକ୍ରି ଦେଖାଯାଇଥିଲା। ସେତେବେଳେ ନାସିକ୍ ଏବଂ ଔରଙ୍ଗାବାଦର କୃଷକମାନେ କିଲୋ ପିଛା ୪ ଟଙ୍କାରେ ପହଞ୍ଚିବା ପରେ କ୍ଵିଣ୍ଟାଲ କ୍ବିଣ୍ଟାଲ ପରିମାଣର ଟମାଟୋ ରାସ୍ତାରେ ଫିଙ୍ଗିଦେଇଥିଲେ। ଏବେ ଆଉ ସେହି ସମୟ ନାହିଁ । ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଭଳି ଉତ୍ପାଦନକାରୀ ରାଜ୍ୟରେ ଟମାଟୋ ଫସଲ ଅତ୍ୟଧିକ ବର୍ଷା ଯୋଗୁ ନଷ୍ଟ ହୋଇଯାଇଛି । ଏମିତିକି ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ରର ନାସିକ୍‌ରୁ ଟମାଟୋ ଯୋଗାଣ ପ୍ରଭାବିତ ହୋଇଛି, ଯାହା ବଜାରରେ ଦର ଢ଼େର ଉଚ୍ଚା କରିଛି। ଅପରପକ୍ଷେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ଉତ୍ପାଦନକାରୀ ରାଜ୍ୟରୁ ଟମାଟୋ ସରିଯାଉଥିବା ଯୋଗୁ ବଜାରରେ ଏକ ଅପ୍ରିତିକର ପରିସ୍ଥିତି ଦେଖାଦେଇଛି। ରାଜଧାନୀ ଭୁବନେଶ୍ବରର ହାଟ ଏବଂ ବଜାର ଗୁଡିକରେ ଇତିମଧ୍ୟରେ ଟମାଟୋ କିଲୋ ପିଛା ୭୦-୮୦ ଟଙ୍କାରେ ବିକ୍ରି ହେଉଛି। ଦୁଇ ଦିନର ବ୍ୟବଧାନରେ ହଠାତ୍ ଟମାଟୋ କିଲୋ ପିଛା ୨୦ ଟଙ୍କାରୁଅଧିକ ବୃଦ୍ଧି ଖାଉଟିଙ୍କ ହତାଶ କରିଛି ।

ଏ ସମ୍ପର୍କରେ କଟକ ଛତ୍ରବଜାର ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ ପୁରୁଣା ଫସଲ ଶେଷ ହୋଇଯାଇଛି । ଏବେ ଛତିଶଗଡ ରାୟପୁରରୁ ଆସିବାକୁ ଥିବା ନୂଆ ଫସଲକୁ ଅପେକ୍ଷା । ସେଠାରୁ ନୂଆ ଟମାଟୋ ବଜାରକୁ ଆସିବାକୁ ଆଉ ୧୫ ଦିନ ଲାଗିବ । ଆହୁରିମଧ ପ୍ରବଳ ବର୍ଷା ଯୋଗୁ ନାସିକ୍‌ରେ ଟମାଟୋ ନଷ୍ଟ ହେବା ଏବଂ ପରିବହନ ଜନିତ ସମସ୍ୟା ଓଡ଼ିଶାରେ ଟମାଟୋ ଦର ମହଙ୍ଗା କରିଛି । ପ୍ରସଙ୍ଗ ଉପରେ ମତ ରଖି ଖାଉଟି ଚନ୍ଦ୍ରଶେଖରପୁର ଅଞ୍ଚଳର ଲକ୍ଷ୍ମୀପ୍ରିୟା ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ ବଜାରରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ସହ ଆଳୁ, ପିଆଜ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଯେଉଁ ଭଳି ବୃଦ୍ଧି ଘଟୁଛି ତାହ ଆମ ଭଳି ଗ୍ରାହକଙ୍କୁ ବେଶ ବାଧୁଛି। ଏହା ସାଙ୍ଗକୁ ଟମାଟୋ ଦର ଏବେ ଉଚ୍ଚା ହେବା ନିନ୍ଦନୀୟ ବିଷୟ। ବ୍ୟବସାୟୀମାନେ ପ୍ରତି ବର୍ଷ ଦଶହରା ସମୟରେ ଯୋଗାଣ ଅଭାବ ନାମରେ ଏହି ଭଳି ଦର ବୃଦ୍ଧି କରୁଛନ୍ତି। ଏହା ଉପରେ ପ୍ରଶାସନର ଲଗାମ୍ ଲାଗିବା ଦରକାର ବୋଲି ସେ କହିଛନ୍ତି।

ଅପରପକ୍ଷେ ରସୁଲଗଡ଼ର ଖୁଚୁରା ବ୍ଯବସାୟୀ ନାରାୟଣ ସାହୁ କହିଛନ୍ତି ଯେ, ଦୁଇ ଦିନ ହେବ ଆମକୁ ଟମାଟୋ ଏବଂ ଆଳୁ କିଣା ଅଧିକ ପଡୁଛି । ତେଣୁ ଆମେ ତାହାକୁ ଅଧିକ ଦରରେ ବିକ୍ରି କରୁଛୁ। ମଣ୍ଡିରେ ନାସିକ୍‌ରୁ ଯୋଗାଣ କମୁଥିବା କୁହାଯାଉଛି, ତେଣୁ ଦର ଅଧିକ ପଡ଼ୁଥିବା ସେ କହିଛନ୍ତି। ଅପରପକ୍ଷେ ଏସବୁ ସହ ଏବେ ତାଳ ଦେଇ ଖାଉଟି ବଜାରରେ ଆଳୁ ଦର ବଢ଼ିବାରେ ଲାଗିଛି। ସପ୍ତାହକ ମଧ୍ୟରେ ଆଳୁ କିଲୋ ପିଛା ୧୫ରୁ ୨୦ ଟଙ୍କାରେ ପହଞ୍ଚିଲାଣି। ଯଦିବା ପଶ୍ଚିମବଙ୍ଗରୁ ଯୋଗଣ ଠିକ୍‌ଠାକ୍ ରହିଛି ତଥାପି ଦର ବଢ଼ିବାରେ ଲାଗିଛି। ଏବେଠାରୁ ନିୟନ୍ତ୍ରଣ ନ ଲାଗିଲେ ଆଗକୁ ପରିସ୍ଥିତି ଭୟାଭୟ ହେବା ଆଶଙ୍କା କରାଯାଉଛି।