potatoes - The Sakala

ସ୍ବାସ୍ଥ୍ୟପ୍ରଦ ଆଳୁରସ: ଦୂର ହୋଇଥାଏ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା
ଆଳୁରସରେ ଭିଟାମିନ୍‌ ‘ଏ’, ‘ବି’, ‘ସି’, ଫାଇବର୍‌, ଆଇରନ୍‌, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌, ଜିଙ୍କ୍‌ ଓ ଆଣ୍ଟିଅକ୍ସିଡାଣ୍ଟ୍‌ ଭଳି ଆହୁରି ଅନେକ ପୋଷକତତ୍ତ୍ବ ଅଛି। ୨-୩ଟି କଞ୍ଚା ଆଳୁକୁ ନେଇ ଛୋଟ ଛୋଟ ଖଣ୍ଡ କରି କାଟି ଗ୍ରାଇଣ୍ଡ୍‌ କରିଦିଅନ୍ତୁ। ଏହାକୁ ଗୋଟିଏ ସଫା କପଡ଼ାରେ ରଖି ଭଲ ଭାବେ ଚିପୁଡ଼ି ଦିଅନ୍ତୁ। ଦିନକୁ ଗୋଟିଏ କପ୍ ଆଳୁରସ ପିଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।

-ପାଚନ ସମ୍ପର୍କିତ ସମସ୍ୟା ଦୂର କରିବା କ୍ଷେତ୍ରରେ ଆଳୁରସ ବେଶ୍‌ ପ୍ରଭାବଶାଳୀ। ଏହା ପେଟର ଅଲ୍‌ସର୍‌ ଦୂର କରିବା ସହ ଏସିଡିଟି ଦୂର କରେ।

-ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

-ହୃଦ୍‌ରୋଗରୁ ସୁରକ୍ଷା ଦେବା ପାଇଁ ଆଳୁ ରସ ଲାଭଦାୟକ। ଏହା କୋଲେଷ୍ଟ୍ରଲ୍‌ ସ୍ତରକୁ ନିୟନ୍ତ୍ରଣରେ ରଖେ। ହାର୍ଟ ଆଟାକ୍‌ ଓ ଷ୍ଟ୍ରୋକ୍‌ ଆଶଙ୍କାକୁ ମଧ୍ୟ କମ୍‌ କରେ।

-ଆଳୁ ରସ ଦ୍ବାରା ବିଭିନ୍ନ ପ୍ରକାର ତ୍ବଚା ସମସ୍ୟା ସହ ଭିଟାମିନ୍‌ ଅଭାବ ଦୂର ହୁଏ।

-ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଆଳୁରସ ଦ୍ବାରା କ୍ୟାନସର୍‌ ଆଶଙ୍କାକୁ ମଧ୍ୟ ଅନେକ ପରିମାଣରେ ଏଡ଼ାଇ ହେବ।

ଟମାଟୋ ୮୦, ଆଳୁ ୨୦
ଭୁବନେଶ୍ୱର: ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ବଜାର ଦର। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ପରେ ପିଆଜ ଦର ଆକାଶଛୁଆଁ ହେଲା । ଏବେ ପାଳି ଟମାଟୋ ଆଉ ଆଳୁର। ମାତ୍ର ମାସଟା ଭିତରେ ପିଆଜ ଦର ଯେଉଁଭଳି ଭାବେ କିଲୋ ପିଛା ୨୦ ଟଙ୍କାରୁ ୫୦ ଟଙ୍କା ହେଲା ସେହିଭଳି ଏବେ ଟମାଟୋ ଦର ବଢ଼ିବାରେ ଲାଗିଛି । ଏଥିରୁ ବାଦ୍ ପଡ଼ିନି ଆଳୁ ଦର। ମାତ୍ର ସପ୍ତାହକ ମଧ୍ୟରେ ଆଳୁ କିଲୋ ୫ ଟଙ୍କା ବଢ଼ିଲାଣି । ସେହିଭଳି ମାତ୍ର ଦୁଇ ଦିନରେ ଖୁଚୁରା ବଜାରରେ ଟମାଟୋ କିଲୋ ୨୦ ଟଙ୍କା ବୃଦ୍ଧି ଘଟିଛି। ମାସକ ତଳେ କିଲୋ ଚାରି ଟଙ୍କା ଯୋଗୁ ନାସିକ୍ ଏବଂ ଔରଙ୍ଗାବାଦରେ ଚାଷୀମାନେ ରାସ୍ତାରେ ଟମାଟୋ ଫିଙ୍ଗି ଦେଇଥିଲେ। ଏବେ ମାସେ ପରେ ପରିସ୍ଥିତି ସମ୍ପୂର୍ଣ ଭାବେ ପଲଟିଯାଇଛି। କିଲେ ଟମାଟୋ ପାଇଁ ଖାଉଟି ଗଣୁଛନ୍ତି ୮୦ ଟଙ୍କା। ଏହିଭଳି ବଜର ଦରରୁ ଯାହା ଲାଗୁଛି ସତେ ଯେମିତି ପାର୍ବଣ ଆସିଲେ ପ୍ରତିବର୍ଷ ଆଳୁ, ପିଆଜଠାରୁ ଟମାଟୋ ଦର ବଢ଼ିବା ଏକ ଧାରାରେ ପରିଣତ ହୋଇଯାଇଛି।

ଅଗଷ୍ଟ ମାସର ଶେଷ ସପ୍ତାହରେ ଦେଶରେ ଟମାଟୋର ଅଭାବି ବିକ୍ରି ଦେଖାଯାଇଥିଲା। ସେତେବେଳେ ନାସିକ୍ ଏବଂ ଔରଙ୍ଗାବାଦର କୃଷକମାନେ କିଲୋ ପିଛା ୪ ଟଙ୍କାରେ ପହଞ୍ଚିବା ପରେ କ୍ଵିଣ୍ଟାଲ କ୍ବିଣ୍ଟାଲ ପରିମାଣର ଟମାଟୋ ରାସ୍ତାରେ ଫିଙ୍ଗିଦେଇଥିଲେ। ଏବେ ଆଉ ସେହି ସମୟ ନାହିଁ । ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଭଳି ଉତ୍ପାଦନକାରୀ ରାଜ୍ୟରେ ଟମାଟୋ ଫସଲ ଅତ୍ୟଧିକ ବର୍ଷା ଯୋଗୁ ନଷ୍ଟ ହୋଇଯାଇଛି । ଏମିତିକି ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ରର ନାସିକ୍‌ରୁ ଟମାଟୋ ଯୋଗାଣ ପ୍ରଭାବିତ ହୋଇଛି, ଯାହା ବଜାରରେ ଦର ଢ଼େର ଉଚ୍ଚା କରିଛି। ଅପରପକ୍ଷେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ଉତ୍ପାଦନକାରୀ ରାଜ୍ୟରୁ ଟମାଟୋ ସରିଯାଉଥିବା ଯୋଗୁ ବଜାରରେ ଏକ ଅପ୍ରିତିକର ପରିସ୍ଥିତି ଦେଖାଦେଇଛି। ରାଜଧାନୀ ଭୁବନେଶ୍ବରର ହାଟ ଏବଂ ବଜାର ଗୁଡିକରେ ଇତିମଧ୍ୟରେ ଟମାଟୋ କିଲୋ ପିଛା ୭୦-୮୦ ଟଙ୍କାରେ ବିକ୍ରି ହେଉଛି। ଦୁଇ ଦିନର ବ୍ୟବଧାନରେ ହଠାତ୍ ଟମାଟୋ କିଲୋ ପିଛା ୨୦ ଟଙ୍କାରୁଅଧିକ ବୃଦ୍ଧି ଖାଉଟିଙ୍କ ହତାଶ କରିଛି ।

ଏ ସମ୍ପର୍କରେ କଟକ ଛତ୍ରବଜାର ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ ପୁରୁଣା ଫସଲ ଶେଷ ହୋଇଯାଇଛି । ଏବେ ଛତିଶଗଡ ରାୟପୁରରୁ ଆସିବାକୁ ଥିବା ନୂଆ ଫସଲକୁ ଅପେକ୍ଷା । ସେଠାରୁ ନୂଆ ଟମାଟୋ ବଜାରକୁ ଆସିବାକୁ ଆଉ ୧୫ ଦିନ ଲାଗିବ । ଆହୁରିମଧ ପ୍ରବଳ ବର୍ଷା ଯୋଗୁ ନାସିକ୍‌ରେ ଟମାଟୋ ନଷ୍ଟ ହେବା ଏବଂ ପରିବହନ ଜନିତ ସମସ୍ୟା ଓଡ଼ିଶାରେ ଟମାଟୋ ଦର ମହଙ୍ଗା କରିଛି । ପ୍ରସଙ୍ଗ ଉପରେ ମତ ରଖି ଖାଉଟି ଚନ୍ଦ୍ରଶେଖରପୁର ଅଞ୍ଚଳର ଲକ୍ଷ୍ମୀପ୍ରିୟା ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ ବଜାରରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ସହ ଆଳୁ, ପିଆଜ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଯେଉଁ ଭଳି ବୃଦ୍ଧି ଘଟୁଛି ତାହ ଆମ ଭଳି ଗ୍ରାହକଙ୍କୁ ବେଶ ବାଧୁଛି। ଏହା ସାଙ୍ଗକୁ ଟମାଟୋ ଦର ଏବେ ଉଚ୍ଚା ହେବା ନିନ୍ଦନୀୟ ବିଷୟ। ବ୍ୟବସାୟୀମାନେ ପ୍ରତି ବର୍ଷ ଦଶହରା ସମୟରେ ଯୋଗାଣ ଅଭାବ ନାମରେ ଏହି ଭଳି ଦର ବୃଦ୍ଧି କରୁଛନ୍ତି। ଏହା ଉପରେ ପ୍ରଶାସନର ଲଗାମ୍ ଲାଗିବା ଦରକାର ବୋଲି ସେ କହିଛନ୍ତି।

ଅପରପକ୍ଷେ ରସୁଲଗଡ଼ର ଖୁଚୁରା ବ୍ଯବସାୟୀ ନାରାୟଣ ସାହୁ କହିଛନ୍ତି ଯେ, ଦୁଇ ଦିନ ହେବ ଆମକୁ ଟମାଟୋ ଏବଂ ଆଳୁ କିଣା ଅଧିକ ପଡୁଛି । ତେଣୁ ଆମେ ତାହାକୁ ଅଧିକ ଦରରେ ବିକ୍ରି କରୁଛୁ। ମଣ୍ଡିରେ ନାସିକ୍‌ରୁ ଯୋଗାଣ କମୁଥିବା କୁହାଯାଉଛି, ତେଣୁ ଦର ଅଧିକ ପଡ଼ୁଥିବା ସେ କହିଛନ୍ତି। ଅପରପକ୍ଷେ ଏସବୁ ସହ ଏବେ ତାଳ ଦେଇ ଖାଉଟି ବଜାରରେ ଆଳୁ ଦର ବଢ଼ିବାରେ ଲାଗିଛି। ସପ୍ତାହକ ମଧ୍ୟରେ ଆଳୁ କିଲୋ ପିଛା ୧୫ରୁ ୨୦ ଟଙ୍କାରେ ପହଞ୍ଚିଲାଣି। ଯଦିବା ପଶ୍ଚିମବଙ୍ଗରୁ ଯୋଗଣ ଠିକ୍‌ଠାକ୍ ରହିଛି ତଥାପି ଦର ବଢ଼ିବାରେ ଲାଗିଛି। ଏବେଠାରୁ ନିୟନ୍ତ୍ରଣ ନ ଲାଗିଲେ ଆଗକୁ ପରିସ୍ଥିତି ଭୟାଭୟ ହେବା ଆଶଙ୍କା କରାଯାଉଛି।