pipili news - The Sakala

ରାତି ପାହିଲେ ପିପିଲି ଭୋଟ୍‌ : ପ୍ରସ୍ତୁତ ଇଭିଏମ୍ ଓ ଭଭିପାଟ୍, ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପିଲିଲି ଭୋଟର
ଭୁବନେଶ୍ବର : କାଲି ବିଧାୟକ ବାଛିବେ ପିପିଲିବାସୀ। ରାତି ପାହିଲେ ପିପିଲି ଉପନିର୍ବାଚନ ପାଇଁ ହେବ ମତଗ୍ରହଣ । ଭୋଟ୍ ଗ୍ରହଣ ପାଇଁ ରାଜ୍ୟର ଏହି ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧିକାଂଶ ବୁଥରୁ ୱେବକାଷ୍ଟିଂ ହେଉଥିବାରୁ ମତଦାନ ମୁକ୍ତ ଓ ନିରପେକ୍ଷ ହେବ । ୨୩ଟି ବୁଥରେ ମାଇକ୍ରୋ ଅବଜରଭର ରହିଥିବା ବେଳେ ୧୨ଟି ବୁଥରେ ଭିଡିଓଗ୍ରାଫି କରାଯିବ । ଭୋର ୫ଟା ୩୦ରେ ସମସ୍ତ ରାଜନୈତିକ ଦଳର ଏଜେଣ୍ଟଙ୍କ ଆଗରେ ଇଭିଏମ୍‌, ଭିଭିପାଟ୍‌ ଖୋଲାଯାଇ ପ୍ରଥମେ ମକ୍‌ ଭୋଟିଂ ହେବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ମତଦାନ।

କୋରୋନା ମହାମାରୀ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଗାଇଡଲାଇନ ଅନୁସାରେ ଭୋଟ୍ ଗ୍ରହଣ ହେବ। ମତଦାନ କେନ୍ଦ୍ରରେ ଗ୍ଲୋବସ, ମାସ୍କ ଦିଆଯିବ। ତେବେ କୋଭିଡ୍ ଲକ୍ଷଣ ଥିବା ଭୋଟରଙ୍କୁ ଶେଷ ଏକ ଘଣ୍ଟାରେ ମତଦାନର ସୁଯୋଗ ମିଳିବ। ସେ ସମୟରେ ଭୋଟିଂ ଅଧିକାରୀ ପିପିଇ କିଟ୍‌ ପିନ୍ଧିବେ । ସୁରକ୍ଷା, ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ପିପିଲିରେ ମୋଟ ୨୫ ପ୍ଲାଟୁନ୍ ଫୋର୍ସ ସହ ୩ କମ୍ପାନୀ ସିଏପିଏଫ୍ ମୁତୟନ ହୋଇଛନ୍ତି । ଏସପି, ଅତିରିକ୍ତ ଏସପି, ଡିଏସପି ଓ ଇନ୍ସପେକ୍ଟର ରାଙ୍କର ୩୫ ଅଧିକାରୀ ତଦାରଖ କରିବେ । ୩୪୮ଟି ବୁଥକୁ ୪ଟି ଜୋନରେ ବିଭକ୍ତ କରାଯାଇଛି । ୪ ଜଣ ଡେପୁଟି ଏସପିଙ୍କ ସହାୟତାରେ ୩ ଜଣ ଅତିରିକ୍ତ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି ।

ସମସ୍ତ ମତଦାନ କେନ୍ଦ୍ରରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସମଗ୍ର ନିର୍ବାଚନମଣ୍ଡଳୀର ୧୦ଟି ପ୍ରବେଶ ପଥରେ ପୁଲିସ ପକ୍ଷରୁ କଡା ଯାଞ୍ଚର ବ୍ୟବସ୍ଥା କରାଯାଇଛି। ବିନା କାରଣରେ ବାହାର ଅଞ୍ଚଳ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ନିର୍ବାଚନମଣ୍ଡଳୀ ମଧ୍ୟରେ ଭୋଟରଙ୍କ ବ୍ୟତୀତ କୌଣସି ବାହାର ଅଞ୍ଚଳ ଲୋକଙ୍କ ରହିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାଇ ଏହି ନିର୍ବାଚନ ପାଇଁ ୨୮ ତାରିଖ ସଂନ୍ଧ୍ୟା ୬ଟାରୁ ଜିଲାର ସମସ୍ତ ମଦଦୋକନକୁ ବନ୍ଦ ରଖାଯାଇଛି। ଉପର୍ନିବାଚନ ପାଇଁ ମୋଟ ୩୪୮ଟି ବୁଥରେ ମତଦାନ ହେବ। ସେଥିରୁ ୧୭୫ଟି ସମ୍ବେଦନଶୀଳ ତାଲିକାରେ ରହିଛ। ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ତାଲିକାରେ ରହିଛି। ୧୭୫ ବୁଥରୁ ମତଦାନର ସିଧାପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ସେହିପରି ପୋଲିଂ ବୁଥ୍‌ ଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଛି। ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ୧୯୮୩ ସୁରକ୍ଷାକର୍ମୀ ଓ ୩୨ ମୋବାଇଲ୍‌ ଟିମ ନିୟୋଜିତ ହୋଇଛନ୍ତି। ସମ୍ବେଦନଶୀଳ କେନ୍ଦ୍ର ଓ ଅତିସମ୍ବେଦନଶୀଳ କେନ୍ଦ୍ର ଗୁଡିକରେ ଅର୍ଦ୍ଧସାମରିକ ବାହିନୀ ଓ ସଶସ୍ତ୍ର ପୋଲିସ ମୂତୟନ କରାଯାଇଛି।

୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର। ଉପନିର୍ବାଚନରେ ମୋଟ୍‍ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରୀତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ସିପିଆଇ(ଏମ୍‍ଏଲ୍‍)ରୁ ଅଶୋକ କୁମାର ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ, କଳିଙ୍ଗ ସେନାରୁ ପିଙ୍କଲିନ୍‍ ମହାନ୍ତି, ରିପବ୍ଲିକାନ ପାର୍ଟି ଅଫ୍‍ ଇଣ୍ଡିଆରୁ ମହମ୍ମଦ ଇମ୍ମାମ୍‍ଉଦ୍ଦିନ ଓ ସ୍ୱାଧିନ ପ୍ରାର୍ଥୀଭାବେ ନଗେନ୍ଦ୍ର ନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ୱପ୍ନେଶ୍ୱର ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି।

ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ
ଭୁବନେଶ୍ବର : ପିପିଲି  ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଛି । କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।  ଗତ ୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାରକୁ ବାହାରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ କୋଭିଡ୍ ପଜିଟିଭ୍ ହୋଇଥିବା ଜଣାପଡିଥିଲା ।

ପିପିଲି ନିକଟବର୍ତ୍ତୀ ନିଜ ଗାଁ ମୋଟରୀ ଆଙ୍କୋଇରୁ ପ୍ରଚାର ପାଇଁ ବାହାରୁଥିବା ବେଳେ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ ଅଜିତ ମଙ୍ଗରାଜ । ତୁରନ୍ତ ତାଙ୍କ ସମର୍ଥକମାନେ ଚିକିତ୍ସା ପାଇଁ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରବଳ ଗରମ ଯୋଗୁ ପ୍ରଚାର ବେଳେ ହଠାତ୍‌ ଅଜିତ ଅସୁସ୍ଥ ହୋଇ ପଡ଼ିଥିଲେ। ମୁଣ୍ଡ ବୁଲାଇବା ସହ ଘଟଣା ସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଉପସ୍ଥିତ କର୍ମୀମାନେ ତାଙ୍କୁ ତୁରନ୍ତ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ପ୍ରାୟ ୮ ଘଣ୍ଟାର ଚିକିତ୍ସା ପରେ ଅଜିତ ଘରକୁ ଫେରିଥିଲେ। ଗତ ୧୦ ତାରିଖରେ ସେ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଥିଲା ।

ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ପିପିଲିରୁ ଚୋରି, ନେପାଳରେ ବିକ୍ରି
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି କରି ରାଜ୍ୟ ବାହାରେ ତଥା ବିଦେଶରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିବା ଏକ ର଼୍ୟାକେଟ୍‌ ର ସଦସ୍ୟ ବାପୁନି ପାଢ଼ୀଙ୍କୁ ଗିରଫ କରିଛି ଏସ୍‍ଟିଏଫ। ବାପୁନିର ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଏସ୍‍ଟିଏଫ ତାଙ୍କଠାରୁ ୫ଟି ମୂଲ୍ୟବାନ ମୂର୍ତ୍ତି ଜବତ କରିଛି। ଯାହାର ସମୁଦାୟ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅପରପକ୍ଷେ ଜବତ ମୂର୍ତ୍ତି ଚୋରି ର଼୍ୟାକେଟ୍‌ ର ମାଷ୍ଟରମାଇଣ୍ଡ ଚନ୍ଦକାର ସେକ୍‍ ରାଜାକୁ ଧରିବା ପାଇଁ ଏସ୍‍ଟିଏଫ ବିଭିନ୍ନ ସ୍ଥାନରେ ଚଢ଼ଉ ଜୋରଦାର କରୁଛି।

ମିଳିଥିବା ତଥ୍ୟ ଅନୁସାରେ, ଚନ୍ଦକାର ସେକ୍‍ ରାଜା ଏକ ର଼୍ୟାକେଟ୍‌ ‌ ମାଧ୍ୟମରେ ବିଭିନ୍ନ ପୁରାତନ ମନ୍ଦିରରୁ ଠାକୁରଙ୍କ ଧାତବ ମୂର୍ତ୍ତି ଚୋରି କରି ସେଗୁଡ଼ିକୁ ବିଦେଶ ଚାଲାଣ କରୁଥିଲା। ସେକ୍‍ ରାଜା ଓ ତାର ଅନ୍ୟତମ ସହଯୋଗୀ ବାପୁନି ରାଜଧାନୀର ଜଣେ ବ୍ୟକ୍ତିଙ୍କୁ ମୂର୍ତ୍ତି ବିକ୍ରି କରିବା ପାଇଁ ଡିଲ୍‍ କରୁଥିବା ଖବର ପାଇ ଏସ୍‍ଟିଏଫ୍‍ ଚଢ଼ଉ କରିଥିଲା ଓ ବାପୁନିକୁ ଗିରଫ କରିଥିଲା। ଅପରପକ୍ଷେ ରାଜା ଚତୁରତାର ସହ ଏସ୍‍ଟିଏଫ୍‍ କବଳରୁ ଖସି ଯାଇଥିଲା।

ଲକ୍ଷ୍ମୀ ନୃସିଂହ ମନ୍ଦିରରୁ ଚୋରି

ଏସ୍‍ଟିଏଫ୍‍ ମୂର୍ତ୍ତି ଜବତ କରିବା ପରେ ସେମାନଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ଏହି ମୂର୍ତ୍ତିକୁ ସେମାନେ ପିପିଲି ଥାନା ଅଞ୍ଚଳରୁ ଚୋରି କରିଥିବା ଜଣାପଡ଼ିଥିଲା। ସେକ୍‍ ରାଜା ଏବଂ ତାର ସହଯୋଗୀ ପିପିଲି ଥାନା ଅଞ୍ଚଳରେ ଥିବା ଲକ୍ଷ୍ମୀ ନୃସିଂହ ମନ୍ଦିରର କବାଟ ଭାଙ୍ଗି ଜାନୁଆରୀ ୩୧ତାରିଖ ରାତିରେ ଲକ୍ଷ୍ମୀ ନୃସିଂହ ନାଥଙ୍କ ମୂର୍ତ୍ତି ଚୋରି କରି ନେଇଥିଲେ। ଏନେଇ ପିପିଲି ଥାନାରେ ଗତ ୩୧ତାରିଖରେ ଏକ ମାମଲା ହୋଇଥିଲା।

ଭିକାରୀ ବେଶରେ ବସୁଥିଲେ

ସେକ୍‍ ରାଜା ଏବଂ ତାର ସହଯୋଗୀମାନେ ମନ୍ଦିରରୁ ମୂର୍ତ୍ତି ଚୋରି କରିବା ପାଇଁ ଭିକାରୀ ବେଶରେ ବସୁଥିଲେ। ସେମାନେ ଲୋକଙ୍କ ଠାରୁ ପୁରାତନ ମନ୍ଦିର ବିଷୟରେ ତଥ୍ୟ ନେଉଥିଲେ। ଏପରିକି କେଉଁ ଧାତୁରେ ମୂର୍ତ୍ତି ନିର୍ମିତ ହୋଇଛି ଜାଣିବା ପାଇଁ ସେମାନେ ମନ୍ଦିରକୁ ଭକ୍ତ ବେଶରେ ଦର୍ଶନ କରିବାକୁ ଯାଉଥିଲେ। ପରେ କିଭଳି ଚୋରି କରିବେ ସେନେଇ ମନ୍ଦିର ଆଗରେ ଭିକାରୀ ବେଶରେ ବସି ସୁରକ୍ଷା ଏବଂ ମନ୍ଦିର ପୂଜକଙ୍କ ବିଷୟରେ ତଥ୍ୟ ନେଇଥାନ୍ତି। ପରେ ରାତିରେ ଯାଇ ଚୋରି କରନ୍ତି।

୨୦୧୯ରେ ଚନ୍ଦକା ଥାନା ଅଞ୍ଚଳରୁ ସୟଦ ଝିଲୁକୁ ଗିରଫ କରିବା ସହ ୪ଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରାଯାଇଥିଲା। ପୂର୍ବରୁ ମଧ୍ୟ ଖଣ୍ଡଗିରି ଅଞ୍ଚଳରୁ ମଧ୍ୟ ଅନ୍ୟ ଜଣଙ୍କୁ ଗିରଫ କରାଯାଇଥିଲା। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମୁମ୍ବାଇରେ ଲିଙ୍କ୍‍ ଥିବା ଜଣାପଡ଼ିଥିଲା। ସେ ଅନ୍ୟ ବାହାର ଦଲାଲଙ୍କ ସହ ହ୍ୱାଟ୍ସଆପ୍‍ରେ ଫଟୋ ପଠାଇ ଦରଦାମ ଡିଲ୍‍ କରୁଥିଲେ।