Qualifier 2 - The Sakala

ଆଇପିଏଲ୍‌ କ୍ୱାଲିଫାୟର-୨ ମୁକାବିଲା: ଫାଇନାଲ ଲକ୍ଷ୍ୟରେ ହାଇଦ୍ରାବାଦ, ରାଜସ୍ଥାନ
ଚେନ୍ନଇ:  ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ୧୭ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଦୁଇଟି ମ୍ୟାଚ୍‌ ପରେ କେଉଁ ଦଳ ଚାମ୍ପିଅନ ହେବ ତାହା ସ୍ପଷ୍ଟ ହେବ। କ୍ୱାଲିଫାୟର ୧ରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ (କେକେଆର) ୮ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌)କୁ ପରାସ୍ତ କରି ସିଧାସଳଖ ଫାଇନାଲକୁ ଉଠିଥିଲା। ଶୁକ୍ରବାର କ୍ୱାଲିଫାୟର ୨ରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ଓ ପ୍ୟାଟ କମିନ୍ସଙ୍କ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ର ବିଜୟୀ ଦଳ ଟାଇଟଲ ପାଇଁ ରବିବାର ଫାଇନାଲ ମୁକାବିଲାରେ କୋଲକାତାକୁ ଭେଟିବ। ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ପରାସ୍ତ କରି କ୍ୱାଲିଫାୟର ୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ବିଜୟୀ ହୋଇ ହାଇଦ୍ରାବାଦ ଓ ରାଜସ୍ଥାନ ଫାଇନାଲ ଟିକଟ ହାସଲ ଲକ୍ଷ୍ୟରେ ରହିଛନ୍ତି। ପୂର୍ବରୁ ଦୁଇ ଦଳ ପରସ୍ପରକୁ ୧୯ଥର ଭେଟିଥିବା ବେଳେ ହାଇଦ୍ରାବାଦ ୧୦ ଓ ରାଜସ୍ଥାନ ୯ଟି ମ୍ୟାଚ୍‌ରେ ବିଜୟୀ ହୋଇଛି।

ଟ୍ରାଭିଷେକଙ୍କ ଉପରେ ନଜର

ଏହି ମ୍ୟାଚରେ ହାଇଦ୍ରାବାଦର ପାୱାର ହିଟିଂ ଯୋଡି ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ଏବଂ ରାଜସ୍ଥାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଟ୍ରାଭିସ୍‌ ଓ ଅଭିଷେକଙ୍କୁ ପ୍ରଶଂସକମାନେ ମିଳିତ ଭାବେ ‘ଟ୍ରାଭିଷେକ’ ବୋଲି ସମ୍ବୋଧନ କରୁଛନ୍ତି। ହେଡ୍‌ ଏପର୍ଯ୍ୟନ୍ତ ୧୯୯.୬୨ ଷ୍ଟ୍ରାଇକ୍‌ରେଟ୍‌ରେ ୫୩୩ ଓ ଅଭିଷେକ ୨୦୭.୦୪ ଷ୍ଟ୍ରାଇକ୍‌ରେଟ୍‌ରେ ୪୭୦ ରନ ସଂଗ୍ରହ କରି ଜବରଦସ୍ତ ଫର୍ମରେ ରହିଛନ୍ତି। ଏହି ଦୁଇ ବ୍ୟାଟର ମିଳିତ ଭାବେ ୭୨ଟି ଛକା ଓ ୯୬ଟି ଚୌକା ମାରି ଦଳ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିଆସିଛନ୍ତି।

ହାଇଦ୍ରାବାଦ ଲାଗି ଚହଲ- ଅଶ୍ୱିନ ଚ୍ୟାଲେଞ୍ଜ୍‌

ଚେନ୍ନାଇ ଏହି ଗ୍ରାଉଣ୍ଡ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଆଚରଣ ପ୍ରଦର୍ଶନ କରିବ। ଉପ୍ପଲ, କୋଟଲା କିମ୍ବା ୱାଙ୍ଖଡେ ତୁଳନାରେ ଚେପ୍ପକରେ ମ୍ୟାଚ୍‌ ସେତେଟା ହାଇ ସ୍କୋରିଂ ହେବ ନାହିଁ। ତେଣୁ ଏଠାରେ ବଡ୍‌ ସଟ୍‌ ଖେଳିବା ସହ ବ୍ୟାଟିଂ କରିବା ଟିକିଏ ଚ୍ୟାଲେଞ୍ଜିଂ ହେବ। ଅଶ୍ୱିନଙ୍କର ଏହା ଘରୋଇ ଗ୍ରାଉଣ୍ଡ ହୋଇଥିବାରୁ ସେ ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି କୁହାଯାଇପାରେ। ସେହିପରି ଚହଲଙ୍କ ଚତୁର ଲେଗ୍‌ ସ୍ପିନ୍‌ ହାଇଦ୍ରାବାଦ ବ୍ୟାଟର ତଥା ପାୱାର ହିଟରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଚେନ୍ନାଇରେ ଶୁକ୍ରବାର ବର୍ଷା ହେବାର ସମ୍ଭାବନା ନାହିଁ।

ୟର୍କର ସ୍ପେଶାଲିଷ୍ଟ ଟି ନଟରାଜନ ହାଇଦ୍ରାବାଦ ଅତ୍ୟଧିକ ଭାବେ ନିର୍ଭରଶୀଳ ହୋଇପଡିଛି। ଘରୋଇ ଗ୍ରାଉଣ୍ଡରେ ଦଳର ସର୍ବାଧିକ ୱିକେଟ ହାସଲ କରିଥିବା ନଟରାଜନ କିଛି ଚମତ୍କାର କରିଦେଖାଇବେ ବୋଲି ଆଶା କରାଯାଉଛି। ଦୁଇ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ପ୍ୟାଟ କୁମିନ୍ସ କିନ୍ତୁ ପ୍ରତିପକ୍ଷ ବ୍ୟାଟରଙ୍କ ସମସ୍ୟାରେ ପକାଇବେ। କିନ୍ତୁ ହାଇଦ୍ରାବାଦ ଦଳରେ କ୍ୱାଲିଟି ସ୍ପିନରଙ୍କର ଅଭାବ ରହିଛି। ଆଭରେଜ ସ୍ପିନର ମୟଙ୍କ ମାର୍କଣ୍ଡେ ଓ ବ୍ୟାଟିଂ ଉପରେ ଅଧିକ ନିର୍ଭର କରୁଥିବା ଶାହାବାଜ ଅହମ୍ମଦ ହାଇଦ୍ରାବାଦର ସ୍ପିନ୍‌ ବିଭାଗକୁ ସମ୍ଭାଳିବେ।

ବେଙ୍ଗାଲୁରୁର ବିଜୟଧାରା (କ୍ରମାଗତ ୫ ବିଜୟ)କୁ ରୋକିଥିବା ରାଜସ୍ଥାନ ଦଳରେ ଯଶସ୍ୱୀ ଜୟସ୍ୱାଲଙ୍କ ଭଳି ଦମ୍‌ଦାର ତଥା ବିସ୍ଫୋରକ ଓପନର ରହିଛନ୍ତି। କିନ୍ତୁ ଅଧିନାୟକ ସଞ୍ଜୁ ସାମସନଙ୍କୁ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଏକ ଦମ୍‌ଦାର ପାଳି ଖେଳିବାକୁ ହେବ। ରାଜସ୍ଥାନ ମଧ୍ୟକ୍ରମରେ ଧ୍ରୁବ ଜୁରେଲ ପ୍ରଭାବୀ ପ୍ରଦର୍ଶନ କରିବେ। ସେହିପରି ୱେଷ୍ଟଇଣ୍ଡିଜ ବିସ୍ଫୋରକ ବ୍ୟାଟର ସିମରନ ହେଟମାୟର ଓ ରୋଭମାନ ପାୱେଲ ପୁଣିଥରେ ଧୂଆଁଧାର ପାଳି ଖେଳିବେ ବୋଲି ଆଶା କରାଯାଉଛି। ଇନ୍‌ଫର୍ମ ଆସାମ ଯୁବ ବ୍ୟାଟର ରିୟାନ ପରାଗଙ୍କୁ ନିଜ ପ୍ରତିଭା ଓ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବାକୁ ପଡିବ। ମୋଟମୋଟି ଉପରେ ଏହି ମ୍ୟାଚ୍‌ ଜବରଦସ୍ତ ରୋମାଞ୍ଚ ଓ ସଂଘର୍ଷ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ସମ୍ଭାବ୍ୟ ଦଳ

ହାଇଦ୍ରାବାଦ: ଟ୍ରାଭିସ ହେଡ, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ନୀତୀଶ ରେଡ୍ଡୀ, ହେନରିଚ କ୍ଲାସେନ (ୱିକେଟକିପର), ଅବଦୁଲ ସମାଦ, ଶାହାବାଜ ଅହମ୍ମଦ, ପ୍ୟାଟ କମିନ୍ସ (ଅଧିନାୟକ), ଭୁବନେଶ୍ୱର କୁମାର, ବିଜୟକାନ୍ତ ଭିୟାସକାନ୍ତ ଓ ଟି ନଟରାଜନ।

ରାଜସ୍ଥାନ: ଯଶସ୍ୱୀ ଜୟସ୍ୱାଲ, ଟମ୍‌ କୋହେଲର- କାଡମୋର, ସଞ୍ଜୁ ସାମସନ (ଅଧିନାୟକ/ୱିକେଟରକ୍ଷକ), ରିୟାନ ପରାଗ, ଧ୍ରୁବ ଜୁରେଲ, ରୋଭମାନ ପାୱେଲ, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଆଭେଷ ଖାନ, ସନ୍ଦୀପ ଶର୍ମା ଓ ୟୁଜବେନ୍ଦ୍ର ଚହଲ।

ଆଇପିଏଲ ୨୦୨୩ ଦ୍ବିତୀୟ କ୍ବାଲିଫାୟର: ଗିଲଙ୍କ ଦମଦାର ବ୍ୟାଟିଂ, ମୁମ୍ବାଇକୁ ୨୩୪ ରନର ଟାର୍ଗେଟ ଦେଲା ଗୁଜରାଟ
ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜି ଆଇପିଏଲ୍ ୨୦୨୩ର ଦ୍ଵିତୀୟ କ୍ଵାଲିଫାୟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମୁକାବିଲା ଜିତି ଫାଇନାଲ୍‌ରେ ପ୍ରବେଶ କରିବା ଲକ୍ଷ୍ୟରେ ଦୁଇ ଦଳ ରହିଛନ୍ତି। ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ ହରାଇ ୨୩୩ ରନ କରିଛି। ଏହି ମ୍ୟଚକୁ ଜିତି ଫାଇନାଲକୁ ପ୍ରେବଶ କରିବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୪୪ ରନର ଆବଶ୍ୟକତା ରହିଛି।

ଗୁଜରାଟ ଟାଇଟନ୍ସ ପକ୍ଷରୁ ଋଦ୍ଧିମାନ ଶାହା ୧୬ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶୁଭମନ ଗିଲ୍ ଓ ସାଇ ସୁଦର୍ଶନ ସମ୍ଭାଳିଥିଲେ। ଶୁଭମନ ଗିଲ୍ ଏକ ଦମଦାର ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍ ୬୦ ବଲରେ ୧୨୯ ରନ କରି ଆଉଟ ହୋଇଥିଲେ। ଗିଲଙ୍କ ଏହି ଶତକୀୟ ଇଂନିସରେ ୧୦ଟି ଛକା ଓ ୭ଟି ଚୌକା ସାମିଲ ରହିଛି। ପରେ ସାଇ ସୁଦର୍ଶନଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ଆସି ମ୍ୟାଚକୁ ସମ୍ଭାଳିଥିଲେ। ସାଇ ସୁଦର୍ଶନ ୩୧ ବଲରେ ୪୩ ରନ କରି ରାଟର୍ଡ ଆଉଟ ହୋଇଥିଲେ। ପରେ ରଶିଦ ଖାନ ପାରିକୁ ସମ୍ଭାଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲରେ ୨୮ ରନ କରି ଅପରାଜିତ ରହିଥିବା ବେଳେ ରଶିଦ ୨ ଖାନ ବଲରେ ୫ ରନ କରି ଅପରାଜିତ ରହିଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପୀୟୂଷ ଚାଓ୍ଵଲା ଓ ଆକାଶ ମଧବାଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆଇପିଏଲ୍‍ କ୍ୱାଲିଫାୟର-୨: ଆଜି ରାଜସ୍ଥାନ-ବାଙ୍ଗାଲୋର ଲଢ଼େଇ
ଅହମ୍ମଦାବାଦ୍‍:  ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ଶୁକ୍ରବାର ଖେଳାଯିବ। ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ଯେଉଁ ଦଳ ଏହି ମ୍ୟାଚରେ ବିଜୟୀ ହାସଲ କରିବ ରବିବାର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ତେଣୁ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ରାଜସ୍ଥାନ ଓ ବାଙ୍ଗାଲୋର ପାଇଁ ସେମିଫାଇନାଲ ସଦୃଶ ହୋଇଛି।

ବାଙ୍ଗାଲୋର ବିଜୟରେ ରଜତ ଷ୍ଟାର୍‍

ବୁଧବାର ଖେଳାଯାଇଥିବା ଏଲିମିନେଟର୍‍ ମ୍ୟାଚରେ ଫାଫ୍‍ ଡୁ ପ୍ଲେସିସ୍‍ଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ୧୪ ରନରେ ଲକ୍ଷ୍ନୌ ସୁପର୍‍ ଜ୍ୟାଣ୍ଟସ୍‍କୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ରଜତ ପଟିଦାରଙ୍କ ଅପରାଜିତ ୧୧୨ ରନ ବଳରେ ୪ ୱିକେଟ୍‍ ହରାଇ ୨୦୭ ରନ କରିଥିଲା। ଜବାବରେ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ୬ ୱିକେଟ୍‍ରେ ୧୯୩ ରନ କରିବାକୁ ସମର୍ଥ ହୋଇଥିଲା। ରାହୁଲ ୭୯ ରନର ଅଧିନାୟକତ୍ୱ ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ। ୧୪ ରନରେ ବିଜୟ ସହ ବାଙ୍ଗାଲୋର କ୍ୱାଲିଫାୟର-୨କୁ ପ୍ରବେଶ କରିଛି। ଫଳରେ ସେମିଫାଇନାଲ ସଦୃଶ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‍ ପୂର୍ବରୁ ବାଙ୍ଗାଲୋରର ମନୋବଳ ଦୃଢ଼ ରହିଛି। ବିଶେଷ କରି ଯୁବ ବ୍ୟାଟର୍‍ ରଜତ ପଟିଦାରଙ୍କ ଶତକ ବାଙ୍ଗାଲୋର ଟିମ୍‍ ମ୍ୟାନେଜମେଣ୍ଟ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଲିଗ୍‍ ପର୍ଯ୍ୟାୟରେ ବାଙ୍ଗାଲୋର ୧୪ ମ୍ୟାଚ୍‍ ଖେଳି ୮ ବିଜୟ ଓ ୬ ପରାଜୟ ସହ ୧୬ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିବା ସହ ପ୍ଲେ-ଅଫ୍‍’ରେ ପ୍ରବେଶ କରିଥିଲା।

ଡୁ ପ୍ଲେସିସ ସର୍ବାଧିକ ସ୍କୋରର

ବାଙ୍ଗାଲୋର ପାଇଁ ଅଧିନାୟକ ଫାଫ୍‍ ଡୁ ପ୍ଲେସିସ୍‍ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର୍‍ ରହିଛନ୍ତି। ଏହି ଦକ୍ଷିଣ ଆଫ୍ରିକୀୟ ଭେଟେରାନ ବ୍ୟାଟର୍‍ ୧୫ ମ୍ୟାଚ୍‍ ଖେଳି ୪୪୩ ରନ୍‍ ସଂଗ୍ରହ କରିଛନ୍ତି। ତାଲିକାରେ କୋହଲି ୨ୟ ସ୍ଥାନରେ ରହିଛନ୍ତି। ୧୫ ମ୍ୟାଚ ଖେଳିଥିବା କୋହଲିଙ୍କ ନାମରେ ୩୩୪ ରନ ଲିପିବଦ୍ଧ ରହିଛି। ସେହିଭଳି ସ୍ପିନର ୱାନିନ୍ଦୁ ହାସରଙ୍ଗା ବାଙ୍ଗାଲୋରର ସବୁଠାରୁ ସଫଳ ବୋଲର ରହିଛନ୍ତି। ସେ ୨୫ ୱିକେଟ୍‍ ଅକ୍ତିଆର କରିଛନ୍ତି। ଦୁଇ ଦ୍ରୁତ ବୋଲର ହର୍ଶଲ ପଟେଲ ଓ ଜୋଶ୍‍ ହାଜେଲଉଡ୍‍ଙ୍କ ନାମରେ ଯଥାକ୍ରମେ ୧୯ ଓ ୧୮ ୱିକେଟ୍‍ ଲିପିବଦ୍ଧ ରହିଛି। ତେଣୁ ଏହି ୩ ବୋଲର ରାଜସ୍ଥାନ ବ୍ୟାଟର୍‍ଙ୍କୁ ଅଡ଼ୁଆରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି।

ରାଜସ୍ଥାନ ପାଇଁ ଆଉ ଏକ ସୁଯୋଗ

ଚଳିତ ଆଇପିଏଲ୍‍ରେ ସଞ୍ଜୁ ସାମସନ୍‍ଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସକୁ ଅନ୍ୟତମ ସନ୍ତୁଳିତ ଦଳ ଭାବେ ବିବେଚିତ କରାଯାଉଛି। ଲିଗ୍‍ ପର୍ଯ୍ୟାୟରେ ରାଜସ୍ଥାନ ୧୪ ମ୍ୟାଚରୁ ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଟେବଲ୍‍ର ଦ୍ୱିତୀୟ ସ୍ଥାନରେ ରହିଥିଲା। ପ୍ରଥମ କ୍ୱାଲିଫାୟର ମ୍ୟାଚରେ ରାଜସ୍ଥାନ ୭ ୱିକେଟ୍‍ରେ ଗୁଜରାଟ ନିକଟରୁ ହାରି ସିଧାସଳଖ ଫାଇନାଲରେ ପ୍ରବେଶ କରିବାରୁ ବଞ୍ଚିତ ରହିଥିଲା। ଏହି ମ୍ୟାଚରେ ଜୋଶ୍‍ ବଟ୍‍ଲର (୮୯ ରନ) ଓ ସାମସନ୍‍ (୪୭)ଙ୍କ ଉଲ୍ଲେଖନୀୟ ବ୍ୟାଟିଂ ବଳରେ ୬ ୱିକେଟ୍‍ରେ ୧୮୮ ରନ କରିଥିଲା। କିନ୍ତୁ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୪୦ ଓ ଡେଭିଡ୍‍ ମିଲର୍‍ଙ୍କ ୬୮ ରନର ଅପରାଜିତ ଇନିଂସ ବଳରେ ୩ ୱିକେଟ୍‍ ହରାଇ ସହଜ ବିଜୟ ଲାଭ କରିଥିଲା।

ବଟ୍‍ଲର୍‍ଙ୍କ ଉପରେ ଭରସା

ଚଳିତ ସିଜନରେ ଜୋଶ୍‍ ବଟଲର୍‍ ଚମତ୍କାର ଫର୍ମରେ ରହିଛନ୍ତି। ବଟଲର୍‍ ୧୫ ମ୍ୟାଚ୍‍ ଖେଳି ୫୧.୨୮ ଆଭରେଜରେ ୭୧୮ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୩ ଶତକ ଓ ୪ ଅର୍ଦ୍ଧଶତକ ସାମିଲ ରହିଛି। ରାଜସ୍ଥାନକୁ ପ୍ଲେ-ଅଫ୍‍ରେ ପ୍ରବେଶ କରାଇବାରେ ବଟଲର୍‍ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବଟଲର୍‍ଙ୍କ ପଛକୁ ସଞ୍ଜୁ ସାମସନ (୪୨୧ ରନ) ରାଜସ୍ଥାନ ପାଇଁ ଦ୍ୱିତୀୟ ସର୍ବାଧିକ ରନ୍‍ ସଂଗ୍ରହକାରୀ ଖେଳାଳି ରହିଛନ୍ତି। ସେହିଭଳି ବୋଲିଂରେ ୟୁଜବେନ୍ଦ୍ର ଚହଲ ରାଜସ୍ଥାନ ପାଇଁ ସବୁଠାରୁ ସଫଳ ବୋଲର ରହିଛନ୍ତି। ସେ ୨୬ ୱିକେଟ୍‍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣଙ୍କ ନାମରେ ୧୫ ୱିକେଟ୍‍ ରହିଛି।

ଆଇପିଏଲ ୨୦୨୨ : ଏଲିମିନେଟର ହାରି ଲକ୍ଷ୍ନୌର ବିଦାୟ, ଦ୍ବିତୀୟ କ୍ବାଲିଫାୟରରେ ରାଜସ୍ଥାନକୁ ଭେଟିବ ଆର୍‌ସିବି
କୋଲକାତା : ଚଳିତ ଆଇପିଏଲ୍‍-୧୫’ରେ ବୁଧବାର ଲକ୍ଷ୍ନୌ ସୁପର୍‍ ଜ୍ୟାଣ୍ଟସ୍‍ ଓ ରୟାଲ୍‍ ଚ୍ୟାଲେଞ୍ଜର ବାଙ୍ଗାଲୋର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର୍‍ ମ୍ୟାଚ୍‍ ଅନୁଷ୍ଠିତ ହୋଇଯାଇଛି। ଏଲିମିନେଟରର ରୋମାଞ୍ଚକର ମୁକାବିଲାରେ ବାଜି ମାରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ବୃଥା ହେଲା ଅଧିନାୟକ କେଏଲ ରାହୁଲଙ୍କ ଅଧିନାୟକତ୍ଵ ଇନିଂସ। ରଜତ ପାଟିଦାରଙ୍କ ଅପରାଜିତ ଶତକ ବଳରେ ବାଙ୍ଗାଲୋର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଲକ୍ଷ୍ନୌକୁ ୧୪ ରନରେ ପରାସ୍ତ କରିଛି। ଏହି ବିଜୟ ସହ ବାଙ୍ଗାଲୋର କ୍ଵାଲିଫାୟର-୨କୁ ଉନ୍ନିତ ହୋଇଛି। ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଏବେ କ୍ଵାଲିଫାୟର-୨ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ରଜତ ପାଟିଦାରଙ୍କ ଅପରାଜିତ ୧୧୨ ରନ ବଳରେ ୪ ଓ୍ଵିକେଟ୍ ହରାଇ ୨୦୭ ରନ କରିଥିଲା। ଜବାବରେ ଲକ୍ଷ୍ନୌ ୬ ଓ୍ଵିକେଟ୍ ହରାଇ ୧୯୩ ରନରେ ସୀମିତ ରହିଛି। ଲୋକେଶ ରାହୁଲ ୭୯ ରନ କରିଥିବା ବେଳେ ଦୀପକ ହୁଡ୍ଡା ୪୫ ରନ କରିଛନ୍ତି। ଜୋସ୍ ହେଜେଲଉଡ ୩ ଓ୍ଵିକେଟ୍ ନେଇଛନ୍ତି।

୨୦୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ୮ ରନ ସ୍କୋରରେ ଡିକକଙ୍କ(୬)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ମନନ ଭୋରା ୧୯ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ କେଏଲ ରାହୁଲ ଏବଂ ଦୀପକ ହୁଡ୍ଡା ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଉଭୟ ଦୃତୀୟ ଓ୍ଵିକେଟ୍‌ରେ ୯୬ ରନ ଯୋଡି ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଦଳୀୟ ସ୍କୋର ୧୩୭ ରନରେ ଦୀପକ ହୁଡ୍ଡା ୨୬ ବଲରୁ ୧ ଚୌକା ଏବଂ ୪ ଛକା ସହାୟତାରେ ୪୫ ରନ କରି ପାଭିଲିୟନ ଥିଲେ। ଷ୍ଟୋଇନିସ୍ ୯ ରନ କରିଥିଲେ।

ଅନ୍ୟପଟେ ଲୋକେଶ ରାହୁଲ ଗୋଟିଏ ପଟେ ଇନିଂସ ସମ୍ଭାଳିଥିଲେ। ହେଲେ ଶେଷ ଆଡକୁ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ଲକ୍ଷ୍ନୌ ବିଜୟ ଲକ୍ଷ୍ୟଠୁ ଦୂରେଇ ଯାଇଥିଲା। ଲୋକେଶ ରାହୁଲ ୫୮ ବଲରୁ ୩ ଚୌକା ଏବଂ ୫ ଛକା ସହ ୭୯ ରନ କରି ଆଉଟ୍ ହୋଇଥିଲେ। ରାହୁଲଙ୍କ ବିଦାୟ ପରେ ଲକ୍ଷ୍ନୌ ବିଜୟରୁ ଦୂରେଇ ଯାଇଥିଲା। ଶେଷରେ ଦଳ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରି ପାରିଛି। ବେଙ୍ଗାଲୁରୁ ତରଫରୁ ଜୋସ୍ ହେଜେଲଉଡ ୪୩ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୪ ରନ ସ୍କୋରରେ ଅଧିନାୟକ ଡୁ ପ୍ଲେସିସ(୦)ଙ୍କ ଓ୍ଵିକେଟ୍ ହରାଇଥିଲା। ବିରାଟ କୋହଲି ଏବଂ ରଜତ ପାଟିଦାର ଆକ୍ରମଣାତ୍ମକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୭୦ ରନ ଯୋଡିଥିଲେ। କୋହଲି ୨୫ ରନ କରି ଆଉଟ୍ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ(୯) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ମହିପାଲ ଲୋମରୋର ୧୪ ରନ କରି ଆଉଟ୍ ହୋଇଥିଲେ। ୧୧୫ ରନରେ ୪ ଓ୍ଵିକେଟ୍ ହରାଇବା ପରେ କ୍ରିଜରେ ଜମି ରହିଥିବା ରତଜ ପାଟିଦାର ଏବଂ ଦିନେଶ କାର୍ତ୍ତିକ ଦଳର ଇନିଂସକୁ ଆଗକୁ ବଢାଇଥିଲେ।

ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଦଳର ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଏହି କ୍ରମରେ ପାଟିଦାର ଆଇପିଏଲରେ ନିଜର ପ୍ରଥମ ଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ପଞ୍ଚମ ଓ୍ଵିକେଟରେ ୯୨ ରନ ଯୋଡି ଦଳର ସ୍କୋରକୁ ୪ ଓ୍ଵିକେଟରେ ୨୦୭ରେ ପହଞ୍ଚାଇଛନ୍ତି। ପାଟିଦାର ୫୪ ବଲରୁ ୧୨ ଚୌକା ଏବଂ ୭ ଛକା ସହ ୧୧୨ ଏବଂ କାର୍ତ୍ତିକ ୨୩ ବଲରୁ ୫ ଚୌକା ଏବଂ ୧ ଛକା ସହୟତାରେ ୩୭ ରନ କରି ଅପରାଜିତ ଥିଲେ।

ବର୍ଷାଯୋଗୁ ବିଳମ୍ବ

କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‍ ବର୍ଷା ଯୋଗୁ ୪୦ ମିନିଟ୍‍ ବିଳମ୍ବରେ ଆରମ୍ଭ ହୋଇଥିଲା। ଲକ୍ଷ୍ନୌ ଅଧିନାୟକ ରାହୁଲ ଟସ୍‍ ଜିତି ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଜବାବରେ ବାଙ୍ଗାଲୋର ଇନିଂସର ପ୍ରଥମ ଓଭରରେ ଅଧିନାୟକ ଫାଫ୍‍ ଡୁ ପ୍ଲେସିସଙ୍କ ୱିକେଟ୍‍ ହରାଇଥିଲା। ଖାତା ଖୋଲିବା ପୂର୍ବରୁ ଡୁ ପ୍ଲେସିସ୍‍ଙ୍କୁ ଆଉଟ୍‍ କରି ବାମହାତୀ ଦ୍ରୁତ ବୋଲର୍‍ ମୋହସିନ ଖାନ୍‍ ଲକ୍ଷ୍ନୌକୁ ବଡ଼ ବ୍ରେକ୍‍ ଥ୍ରୁ ଦେଇଥିଲେ। ତେବେ ୩ୟ ସ୍ଥାନରେ ଆସିଥିବା ଡାହାଣହାତୀ ବ୍ୟାଟର୍‍ ରଜତ ପଟିଦାର ଅନ୍ୟତମ ଓପନର ବିରାଟ କୋହଲିଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଗୋଟିଏ ପାର୍ଶ୍ବରୁ ରଜତ ଦ୍ରୁତ ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟପାର୍ଶ୍ବରେ କୋହଲି ସତର୍କତାର ସହ ଖେଳୁଥିଲେ। ତେବେ ୨୪ ବଲରୁ ୨୫ ରନ କରିଥିବାବେଳେ କୋହଲିଙ୍କୁ ଅଭେସ ଖାନ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଆଉଟ୍‍ ହେବାପୂର୍ବରୁ ୨ୟ ୱିକେଟରେ କୋହଲି ଓ ରଜତ ୬୬ ରନର ଭାଗୀଦାରି କରିଥିଲେ। ଏହାପରେ ମଧ୍ୟକ୍ରମରେ ବିସ୍ଫୋରକ ଗ୍ଲେନ ମ୍ୟାକ୍ସୱେଲ (୯ ରନ) ଓ ମହିପାଲ ଲୋମରର୍‍ (୧୪ ରନ) ମଧ୍ୟ ସଅଳ ପ୍ୟାଭିଲିୟନ ଫେରିଯାଇଥିଲେ। ମ୍ୟାକ୍ସୱେଲଙ୍କୁ କ୍ରୁନାଲ ପାଣ୍ଡ୍ୟା ଏବଂ ମହିପାଲଙ୍କୁ ରବି ବିଷ୍ଣୋଇ ଆଉଟ୍‍ କରିଥିଲେ। ଫଳରେ ବାଙ୍ଗାଲୋର ୧୩ ଓଭରରେ ୧୧୫ ରନ କରି ୪ ୱିକେଟ୍‍ ହରାଇ ସାରିଥିଲା। ଏହି ସମୟରେ ରଜତଙ୍କ ଦଳ ଇନ୍‍ଫର୍ମ ଦୀନେଶ କାର୍ତ୍ତିକ ଯୋଗଦେଇଥିଲେ। ଉଭୟ ଶେଷ ୭ ଓଭରରେ ୯୨ ରନ ସଂଗ୍ରହ କରିବାରୁ ବାଙ୍ଗାଲୋର ୪ ୱିକେଟ୍‍ରେ ୨୦୭ ରନର ବିଶାଳ ସ୍କୋର କରିପାରିଥିଲା। ୪୯ ବଲରୁ ଶତକ ହାସଲ କରିଥିବା ରଜତ ୧୧୨ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ୫୪ ବଲର ଏହି ଇନିଂସରେ ସେ୧୨ ଚୌକା ଓ ୭ ଛକା ମାରିଥିଲେ। ମଧ୍ୟପ୍ରଦେଶର ରଜତଙ୍କ ଏହା ପ୍ରଥମ ଆଇପିଏଲ୍‍ ଶତକ ରହିଥିଲା। ସେହିଭଳି କାର୍ତ୍ତିକ ୨୩ ବଲରୁ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୩୭ ରନ କରିଥିଲେ। ବୋଲିଂରେ କ୍ରୁନାଲ, ବିଷ୍ଣୋଇ, ମୋହସିନ ଓ ଅଭେସ ଖାନଙ୍କୁ ଗୋଟିଏ ଲେଖାଏ ୱିକେଟ୍‍ ମିଳିଥିଲା। ଚତୁର୍ଥ ଅନକ୍ୟାପ୍‌ ଖେଳାଳିଭାବେ ରଜତ ଆଇପିଏଲରେ ଶତକ ହାସଲ କରିଛନ୍ତି।

ଆଇପିଏଲ ୨୦୨୧: ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍, ମୁହାଁମୁହିଁ ହେବେ ଦିଲ୍ଲୀ ଓ କୋଲକାତା
ଶାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଦ୍ୱିତୀୟ କ୍ବାଲିଫାୟର ବା ସାଧାରଣରେ କହିବାକୁ ଗଲେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ୍ ଯେଉଁ ଦଳ ଜିତିବ, ସେହି ଦଳ ଅକ୍ଟୋବର ୧୫ରେ ଚେନ୍ନାଇ ସୁପର କିଙ୍ଗ୍ସ ସହ ଫାଇନାଲ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ଦଳ ସର୍ବାଧିକ ପଏଣ୍ଟ ପାଇ ପ୍ରଥମ କ୍ବାଲିଫାୟର ଖେଳିଥିଲା। ଏହି ମୁକାବିଲାରେ ପରାଜିତ ହେବା ଫଳରେ ଦଳ ଫାଇନାଲକୁ ଯିବା ଲାଗି ଦ୍ଵିତୀୟ କ୍ବାଲିଫାୟର ଖେଳିବ। ଅନ୍ୟପକ୍ଷରେ ଏକ ରୋମାଞ୍ଚକ  ଲୋ ସ୍କୋରିଂ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି କୋଲକାତା ମଧ୍ୟ ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଆଇପିଏଲ୍‌ରେ ମୁକାବିଲା ପ୍ରତିଦ୍ବନ୍ଦିତାମୂଳକ ହେଉଥିଲାବେଳେ ପ୍ଲେ ଅଫ୍‌ରେ ଅଧିକ ରୋମାଞ୍ଚ ରହିଥାଏ। ଏଣୁ ବୁଧବାର ସମର୍ଥକଙ୍କୁ ଆଉ ଏକ ପ୍ରତିଦ୍ବନ୍ଦିତାମୂଳକ ଓ ରୋମାଞ୍ଚଭରା ମୁକାବିଲା ଯେ ଦେଖିବାକୁ ମିଳିବ ବୋଲି ନିଃସନ୍ଦେହରେ କୁହାଯାଇପାରେ।

କୋଲକାତା ମଧ୍ୟ ଆଜିର ମ୍ୟାଚ୍ ଜିତି ଟ୍ରଫି ହାତେଇବା ଦିଗରେ ଅଗ୍ରସର ହେବାକୁ ଚେଷ୍ଟା କରିବ । ତେବେ ଫଳାଫଳ ଅପେକ୍ଷାରେ ରହିଛନ୍ତି କ୍ରିକେଟ ପ୍ରେମୀ ।