Flight Crash - The Sakala

ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା: ଲ୍ୟାଣ୍ଡିଂ ବେଳେ ରନଓ୍ବେରେ କ୍ରାଶ୍, ୮୦ରୁ ଊର୍ଦ୍ଧ୍ବ ମୃତ
ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା। ଲ୍ୟାଣ୍ଡି ବେଳେ କ୍ରାସ ହେଲା ବିମାନ, ଚାଲିଗଲା ୮୦ରୁ ଊର୍ଦ୍ଧ୍ବ ଜୀବନ। ୧୭୫ଜଣ ଯାତ୍ରୀଙ୍କ ସମେତ ୬କ୍ରିୟ୍ୟୁ ମେମ୍ବରଙ୍କୁ ନେଇ ବ୍ୟାଙ୍ଗକ୍‌ ଉଡ଼ାଣ ଭରିଥିଲା ଫ୍ଲାଇଟ୍‌ ୭ଉ୨୨୧୬ । ଦକ୍ଷିଣ କୋରିଆର ମୁଆନ ବିମାନବନ୍ଦରରେ ବିମାନଟି ଲ୍ୟାଣ୍ଡିଂ କରୁଥିବାବେଳେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି । ସ୍ଥାନୀୟ ସମୟ ୯ଟା ୭ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଥିଲା ବିମାନ। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୮୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବା ନେଇ ଆଶଙ୍କା ରହିଛି।

ସୂଚନା ମୁତାବକ ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ବେଳେ ରନୱେରୁ ଖସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ରନୱେରୁ ଖସି ଯିବା ପରେ ବିମାନଟି ନିକଟରେ ଥିବା କାନ୍ଥ ସହ ପିଟି ହୋଇଥିଲା। ଏହାପରେ ଘଟଣାସ୍ଥଳରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ସଙ୍ଗେ ସଙ୍ଗେ ବିମାନଟି ଜଳିଗଲା। ଫଳରେ ଘଟଣାସ୍ଥଳରେ ୮୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

ଜାତୀୟ ଅଗ୍ନିଶମ ଏଜେନ୍ସିର ସୂଚନା ଅନୁସାରେ, ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ ଆପ୍ରାଣ ଉଦ୍ୟମ କରୁଛନ୍ତି । କିନ୍ତୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି। ଯାତ୍ରୀମାନଙ୍କୁ ବିମାନର ଭଗ୍ନାବଶେଷରୁ ବାହାରକୁ ଅଣାଯାଉଛି। ସାଉଥ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସୁଙ୍ଗ-ମୋକ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କାନାଡାର ବ୍ରିଟିଶ କଲମ୍ବିଆରେ ବିମାନ ଦୁର୍ଘଟଣା; ୨ ଭାରତୀୟ ଟ୍ରେନି ପାଇଲଟଙ୍କ ସମେତ ୩ ମୃତ
ଅଟୱା: କାନାଡାର ବ୍ରିଟିଶ କଲମ୍ବିଆରେ ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣ ମୃତ୍ୟୁବରଣ କରିଥିବାବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଭାରତୀୟ ଟ୍ରେନି ପାଇଲଟ ଥିବା ଜଣାପଡିଛି । ଦୁଇ ଟ୍ରେନି ପାଇଲଟ ମୁମ୍ବାଇର ଅଭୟ ଗଡରୁ ଏବଂ ୟଶ ବିଜୟ ରାମୁଗଡେ ବୋଲି ସୂଚନା ମିଳିଛି । କାନାଡା ପୋଲିସ ଅଧିକାରୀ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ।

ବନ୍ଦର ନିକଟରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ଗାଇଛି । ଭାଙ୍କୋଭରଠାରୁ ୧୦୦ କିଲୋମିଟର ଦୂର ଚିଲିଓ୍ବାକରେ ଏହି ଦୁର୍ଘଟଣା ଘଟିଥିଲା । ସୂଚନା ଅନୁସାରେ, ଦୁଇଟି ଇଂଜିନି ଥିବା ହାଲୁକା ବିମାନ ପାଇପର ପିଏ-୩୪ ସେନେକା ଚିଲିବ୍ୟାକ୍‌ ସହର ନିକଟରେ ଉଡୁଥିବାବେଳେ ଏକ ଗଛ ସହିତ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ତଳେ ଜନବସତି ଅଞ୍ଚଳରେ ପଡ଼ିଥିଲା । ଭାରତୀୟ ପାଇଲଟ୍‌ଙ୍କ ସହିତ ଆଉ ଜଣେ ପାଇଲଟ୍‌ ବି ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । କାନାଡା ଅଧିକାରୀ ଏହାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ଏୟାର ସୋ’ ବେଳେ ମଝି ଆକାଶରେ ଧକ୍କା ହେଲା ୨ ସାମରିକ ବିମାନ, ୬ ମୃତ
ୱାଶିଂଟନ: ଏୟାର ସୋ’ ଚାଲିଥିବାବେଳେ ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ। ଆମେରିକା ଟେକ୍ସାସର ଡାଲାସ୍‌ ଏକଜିକ୍ୟୁଟିଭ୍‌ ଏୟାରପୋର୍ଟରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ବୋଇଂ B-17 ଏୟାରକ୍ରାଫ୍ଟ ସହ ଛୋଟ ବିମାନର ମୁହାଁମୁହିଁ ଧକ୍କା ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏହି ଦୁଇ ସାମରିକ ବିମାନ ମଧ୍ୟରେ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇ ବିମାନ ପରସ୍ପର ସହିତ ଧକ୍କା ଖାଇ ଖଣ୍ଡବିଖଣ୍ଡ ହୋଇ ତଳକୁ ଖସି ପୋଡ଼ିଯାଇଥିବା କଥା ଫେଡେରାଲ୍‌ ଅଧିକାରୀମାନେ କହିଛନ୍ତି।

ସୂଚନା ଅନୁସାରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସ୍ମରଣରେ ଟେକ୍ସାସର ଡାଲ୍ଲାସରେ ଶନିବାର ଏକ ଏୟାର ଶୋର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଁ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା ଦେଇଥିଲେ। ମଝି ଆକାଶରେ ବିମାନ କ୍ରାସ ପରେ ତଳେ ପଡି ହୁତୁହୁତୁ ହୋଇ ଜଳିଯାଇଥିଲା । ପରେ ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଡେଲାସ ଏକ୍‌ଜିକ୍ୟୁଟିଭ ଏୟାରପୋର୍ଟରେ ଏୟାର ଶୋ’ ଚାଲିଥିବା ବେଳେ ଦିନ ୧.୨୦ ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଫେଡେରାଲ ଏଭିଏଶନ ଆଡିମିନିଷ୍ଟ୍ରେସନ(FAA) ସୂଚନା ଦେଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜର୍ମାନୀ ବିପକ୍ଷରେ B-17 ବିମାନ ବଡ଼ ଭୂମିକା ନିଭାଇଥିଲା ।

ଚୀନ୍‌ରେ ଯାତ୍ରୀବାହୀ ବିମାନ ବୋଇଙ୍ଗ ୭୩୭ ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିଲେ ୧୩୩ ଯାତ୍ରୀ
ବେଜିଂ: ଚୀନରେ ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି । ବୋଇଙ୍ଗ ୭୩୭ ଇଷ୍ଟର୍ଣ୍ଣ ବୋଇଙ୍ଗ ଏୟାରକ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ପାହାଡ ଉପରେ ଖସିପଡିଛି । ଏଥିରେ ୧୩୩ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାର କାରଣ ଏବଂ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ଜଣା ପଡିନାହିଁ।

ସୂଚନା ଅନୁସାରେ, ଏହି ବୋଇଙ୍ଗ ୭୩୭ ବିମାନଟି ଆଜି ଜୁନମିଙ୍ଗରୁ ଗୁଆଙ୍ଗଝୋକୁ ଉଡାଣ ଭରିଥିଲା । ହେଲେ ଯିବା ବାଟରେ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖଯିବା କାରଣରୁ ବିିମାନଟି ନିୟନ୍ତ୍ରଣ ହରାଇ ଏକ ସୁଉଚ୍ଚ ପାହାଡରେ ପିଟି ହୋଇଯାଇଥିଲା । ଚାହୁଁ ଚାହୁଁ ବିମାନରେ ନିଆଁ ଲାଗିଯାଇଥିଲା । ସେଠାରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ଏଯାଏଁ ମୃତକଙ୍କ ନେଇ କୌଣସି ସୂଚନା ମିଳିପାରିନାହିଁ ।

ଚାଇନାର ସରକାରୀ ଟିଭି ଚ୍ୟାନେଲ ସିସିଟିଭି ରିପୋର୍ଟ ଅନୁଯାୟୀ, ଗୁଆଙ୍ଗସି ଅଞ୍ଚଳର ୱୁଜୋ ସହର ନିକଟ ଗ୍ରାମାଞ୍ଚଳରେ ଫ୍ଲାଇଟ୍ ଏମୟୁ୫୭୩୫ ବୋଇଙ୍ଗ ୭୩୭ ବିମାନ ପାହାଡ଼ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ବିମାନରେ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି।

କାର୍ଲିଫର୍ଣ୍ଣିଆରେ ବିମାନ ଦୁର୍ଘଟଣା; ଘର ଉପରେ କ୍ରାସ୍ କଲା ବିମାନ, ଦୁଇ ମୃତ
କାର୍ଲିଫର୍ଣ୍ଣିଆ: ଆମେରିକାର କାର୍ଲିଫର୍ଣ୍ଣିଆରେ ସୋମବାର ଦିନ ଏକ କ୍ଷୁଦ୍ର ବିମାନ ଜନବସତି ଅଂଚଳରେ ଥିବା ଘର ଉପରେ କ୍ରାସ୍ କରିଛି । ଘର ଉପରେ ପଡିବା ପରେ ବିମାନରେ ବିସ୍ଫୋରଣ ହୋଇଥିଲା । ଏକ ଡେଲିଭରି ଭ୍ୟାନ୍ ସମେତ ଅନେକ ଗାଡି ବିମାନ ତଳେ ଫସିଥିଲେ । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଡେଲିଭରି ଭ୍ୟାନ୍ ରେ ଥିବା ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିନା ସୂଚନା ମିଳିଛି । ଅନ୍ୟପକ୍ଷରେ ୩ରୁ ୪ ଜଣ ଆହତ ହୋଇଛନ୍ତି । ୧୦ ଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିମାନଟି ସୋମବାର ପାଖାପାଖି ଦି’ପହର ବେଳେ କାର୍ଲିଫୋର୍ଣ୍ଣିଆର ସେଣ୍ଟି ସହରରେ କ୍ରାସ୍ କରିଥିଲା । ଏହା ଦୁଇ ଇଂଜିନ ବିଶିଷ୍ଟ ୬ ସିଟର ବିମାନ ଥିଲା । ଏରିଜୋନାରୁ ଉଡ଼ାଣ ଭରିଥିବା ବିମାନ ବୈଷୟିକ ତୃଟି କାରଣରୁ କ୍ରାସ କରିଥିଲା ବୋଲି କୁହାଯାଉଛି ।