California - The Sakala

ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ: ମୃତ୍ୟୁ ପୂର୍ବରୁ କହିଥିଲେ ‘ମୋତେ କିଛି ଫରକ ପଡ଼େନି’, ରୁମ୍‌ମେଟ୍‌ଙ୍କ ବଡ଼ ଖୁଲାସା
ଆମେରିକାର କାଲିଫର୍ଣ୍ଣିଆରେ ୨୨ ବର୍ଷୀୟ ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟାଙ୍କ ମୃତ୍ୟୁ ଘଟଣା ଏବେ ସମସ୍ତଙ୍କୁ ମର୍ମାହତ କରିଛି। ତେବେ ତାଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ତାଙ୍କ ମାନସିକ ସ୍ଥିତି ଓ ବ୍ୟବହାରରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ତାଙ୍କ ରୁମ୍‌ମେଟ୍ ବନୀତ ସିଂହ ଅନେକ ଚଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ନିଖୋଜ ହେବାର ପ୍ରାୟ ୬ ଦିନ ପରେ ଲେକ୍ ଆଞ୍ଜା ନିକଟରୁ ସାକେତଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ବନୀତଙ୍କ କହିବା ଅନୁଯାୟୀ, ସାକେତ ଗତ କିଛି ଦିନ ହେବ ବହୁତ କମ୍ କଥାବାର୍ତ୍ତା କରୁଥିଲେ ଏବଂ ଖାଦ୍ୟ ମଧ୍ୟ ଠିକ୍‌ରେ ଖାଉ ନଥିଲେ। ସେ କେବଳ ଚିପ୍ସ ଓ କୁକିଜ୍ ଖାଇ ବଞ୍ଚିଥିଲେ। ଦିନେ ସେ ଏକ ବାଥ୍‌ରୋବ୍ ପିନ୍ଧି କ୍ଲାସ୍‌ରୁ ଫେରିଥିଲେ ଏବଂ ବନୀତଙ୍କୁ କହିଥିଲେ ଯେ ସେ ଆଉ କାହାରି କଥା ଚିନ୍ତା କରୁନାହାନ୍ତି। "ମୁଁ ଚିନ୍ତା କରିବା ଛାଡ଼ିଦେଇଛି, କିଏ କ’ଣ ଭାବୁଛି ସେଥିରେ ମୋର କିଛି ଯାଏ ଆସେ ନାହିଁ," ବୋଲି ସାକେତ କହିଥିବା ବନୀତ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ବନୀତ ଆହୁରି ମଧ୍ୟ କହିଛନ୍ତି ଯେ, ସେହି ସମୟରେ ସେ ଏହାକୁ ଥଟ୍ଟା ଭାବି ହସି ଦେଇଥିଲେ, କିନ୍ତୁ ବର୍ତ୍ତମାନ ସେ ଅନୁଭବ କରୁଛନ୍ତି ଯେ ସାକେତ ମାନସିକ ସ୍ତରରେ ଗଭୀର ଯନ୍ତ୍ରଣାରେ ଥିଲେ।

ନିଖୋଜ ଓ ମୃତଦେହ ଉଦ୍ଧାର

କର୍ଣ୍ଣାଟକର ମୂଳ ନିବାସୀ ସାକେତ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ, ବର୍କଲିରେ କେମିକାଲ୍ ଆଣ୍ଡ ବାୟୋମଲିକ୍ୟୁଲାର୍ ଇଞ୍ଜିନିୟରିଂ ପଢୁଥିଲେ। ଫେବୃଆରୀ ୯ ତାରିଖରୁ ସେ ନିଖୋଜ ଥିଲେ, ଯାହା ପରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଥିଲା। ତାଙ୍କ ବ୍ୟାକପ୍ୟାକ୍, ଯେଉଁଥିରେ ପାସପୋର୍ଟ ଓ ଲାପଟପ୍ ଥିଲା, ତାହା ଟିଲଡେନ ଆଞ୍ଚଳିକ ପାର୍କ ନିକଟରୁ ମିଳିଥିଲା। ପରେ ଫେବୃଆରୀ ୧୪ରେ ଲେକ୍ ଆଞ୍ଜା ନିକଟରୁ ତାଙ୍କର ମୃତଦେହ ମିଳିଥିଲା।

ମେଧାବୀ ଛାତ୍ର ଥିଲେ ସାକେତ

ସାକେତ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ। ସେ ଆଇଆଇଟି ମାଦ୍ରାସର ପୂର୍ବତନ ଛାତ୍ର ହେବା ସହ 'ହାଇପରଲୁପ୍ ମାଇକ୍ରୋଚ୍ୟାନେଲ କୁଲିଂ ସିଷ୍ଟମ' ପାଇଁ ପେଟେଣ୍ଟ ମଧ୍ୟ ହାସଲ କରିଥିଲେ। ତାଙ୍କର ଏଭଳି ଅକାଳ ବିୟୋଗ ପରିବାର ଓ ବନ୍ଧୁମାନଙ୍କୁ ଗଭୀର ଶୋକରେ ପକାଇଛି। ସାନଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସାକେତଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। କର୍ଣ୍ଣାଟକ ସରକାର ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

ଲସ୍‌ ଏଞ୍ଜେଲସ୍‌ ନିଆଁ ଅଣାୟତ୍ତ: ଜଳିଗଲାଣି ୧୩ ହଜାର କୋଠା, ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି
ଲସ୍‌ ଏଞ୍ଜେଲସ୍‌: ପ୍ରାୟ ୭ ଦିନ ତଳେ କାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ବି ଅଣାୟତ୍ତ ରହିଛି। ବିଗତ ଏକ ସପ୍ତାହ ମଧ୍ୟରେ ଜଙ୍ଗଲ ନିଆଁକୁ ନେଇ କାଲିଫର୍ଣ୍ଣିଆ ପ୍ରଦେଶର ପ୍ରମୁଖ ସହର ଲସ୍‌ ଏଞ୍ଜେଲସ୍‌ ସମେତ ଅନ୍ୟ କେତେକ ସହରରେ ବିପର୍ଯ୍ୟୟ ସ୍ଥିତି ସୃଷ୍ଟି ହୋଇଛି। ଅଗ୍ନିକାଣ୍ଡ ଯୋଗୁ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା ବେଳେ ପ୍ରାୟ ୧୩ ହଜାର କୋଠା ଜଳିପୋଡି ପାଉଁଶ ହୋଇଯାଇଛି। ସବୁ ଉଦ୍ୟମ ସତ୍ତ୍ବେ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇପାରି ନାହିଁ। ଏହି ସ୍ଥିତିରୁ ଲୋକେ ମୁକୁଳି ପାରି ନଥିଲା ବେଳେ ଏବେ ପାଣିପାଗ ବିଭାଗ ପକ୍ଷରୁ ଯେଉଁ ସୂଚନା ଜାରି କରାଯାଇଛି ତାହା ପୁଣି ଭୟ ବଢାଇଛି। ଗତ ମଙ୍ଗଳବାର ଠାରୁ ସାନ୍ତା ଆନା ପଟରୁ ବୋହୁଥିବା ପବନ ଯୋଗୁଁ ନିଆଁ ବିଭିନ୍ନ ଅଞ୍ଚଳକୁ ବ୍ୟାପୁଥିବା ବେଳେ ଆଗକୁ ଏହି ପବନର ବେଗ ଆହୁରି ଅଧିକ ହେବ ବୋଲି ନ୍ୟାସନାଲ ୱେଦର ସର୍ଭିସ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ ଘଣ୍ଟା ପ୍ରତି ପ୍ରାୟ ୭୦ ମାଇଲ ବେଗରେ ପବନ ବୋହିପାରେ ବୋଲି ସତର୍କ କରାଇ ଦିଆଯାଇଛି। ଏଭଳି ସୂଚନାକୁ ନେଇ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଛାନିଆ ପଶିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଲକ୍ଷ ୫୩ ହଜାର ପରିବାରକୁ ଘର ଛାଡିବାକୁ କୁହାଯାଇଥÒଲା ବେଳେ ଆଗାମୀ ଆଶଙ୍କିତ ସ୍ଥିତିକୁ ଦୃଷ୍ଟିରେ ରଖି ଆଉ ଏକ ଲକ୍ଷ ୬୬ ହଜାର ପରିବାରକୁ ଘର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଇତିମଧ୍ୟରେ ନିଆଁକୁ ଆୟତ୍ତ କରିବାକୁ ବିଭିନ୍ନ ଦେଶର ଟିମ୍‌ କାଲିଫର୍ଣ୍ଣିଆରେ ପହଞ୍ଚିଛନ୍ତି। ଏହାବ୍ୟତୀତ କାନାଡାର ସୁପର ସ୍କୁପର ନିଆଁ ଲିଭା ବିମାନକୁ ମଧ୍ୟ ମୁତୟନ କରାଯାଇଛି। କିନ୍ତୁ ଏଭଳି ସ୍ଥିତିକୁ ନେଇ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଲିଫର୍ଣ୍ଣିଆ ସରକାରଙ୍କ ଉପରେ ଦୋଷ ଲଦିବା ସହିତ ଅପାରଗ ବୋଲି ଦର୍ଶାଇଛନ୍ତି। ଯେଉଁ ସରକାର ନିଆଁ ଆୟତ୍ତ କରିବାକୁ ସକ୍ଷମ ନୁହନ୍ତି ଆଉ କ’ଣ କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଲସ୍‌ ଏଞ୍ଜେଲସ୍‌ ସହରର ପୁର୍ନଗଠନ ପାଇଁ କାଲିଫର୍ଣ୍ଣିଆ ଗଭର୍ନର ଗାଭିନ ନିଉସମ୍‌ ଘୋଷଣା କରିଛନ୍ତି। ଖୁବଶୀଘ୍ର ଏକ ମାର୍ମାଲ ପ୍ଲାନ କାର୍ଯ୍ୟକାରୀ କରାଯାଇ ଏଲଏ ୨.୦ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

ବିଶ୍ବର ସବୁଠୁ ଉତ୍ତପ୍ତ ଅଞ୍ଚଳରେ ବନ୍ୟା
କାଲିଫର୍ଣ୍ଣିଆ : ଜଳବାୟୁ ପରିବର୍ତ୍ତନ ବିଶ୍ବ ସମାଜ ପାଇଁ  ବିଭିନ୍ନ ଦିଗରୁ ଘାତକ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନକୁ ନେଇ ଏବେ ସାରା ୟୁରୋପ ମହାଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା ବେଳେ ବିଭିନ୍ନ ସ୍ଥାନରେ ଉତ୍ତାପ ସବୁ ରେକର୍ଡ ଅତିକ୍ରମ କରିଛି। କେଉଁଠି ଜଙ୍ଗଲରେ ନିଆଁ ଲାଗି ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ତ’ ଅନ୍ୟ କେଉଁଠି ଅଚାନକ ବନ୍ୟା ଆସି ବିତ୍ପାତ ସୃଷ୍ଟି କରିଛି।  ତେବେ ଆମେରିକାର କାଲିଫର୍ଣ୍ଣିଆରେ ଯାହା ଘଟିଛି ତାହା ପରିବେଶବିତ୍‌ମାନଙ୍କୁ ଗଭୀର ଭାବେ ଚିନ୍ତିତ କରିଛି।

କାଲିଫର୍ଣ୍ଣିଆ ଉପତ୍ୟକା ବିଶ୍ବର ସବୁଠୁ ଉତ୍ତପ୍ତ  ଏବଂ ଆମେରିକାର ସବୁଠୁ ଶୁଷ୍କ ଅଞ୍ଚଳ ଭାବେ ପରିଚିତ। ସେଥିପାଇଁ ଏହାକୁ ମୃତ୍ୟୁର ଉପତ୍ୟକା ଆଖ୍ୟା ଦିଆଯାଇଛି। ହେଲେ ଜଳବାୟୁ ପରିବର୍ତ୍ତନକୁ ନେଇ ଏହି ଉତ୍ତପ୍ତ ଅଞ୍ଚଳ ଏବେ ବନ୍ୟା ପ୍ଲାବିତ ହେବା ଘଟଣା ବିଶ୍ବବାସୀଙ୍କୁ ବିସ୍ମିତ କରିଦେଇଛି। ‘୧-ଇନ୍‌-୧୦୦୦ ରେନ୍‌ ଇଭେଣ୍ଟ(ଅର୍ଥାତ  କୌଣସି ବର୍ଷରେ ୧୦୦୦ ବର୍ଷା ସମ୍ଭାବନା ମଧ୍ୟରୁ ଥରୁଟିଏ ବର୍ଷା ହେବା) ଅନୁସାରେ ଏବେ କାଲିଫର୍ଣ୍ଣିଆରେ ଚତୁର୍ଥ ଥର ପାଇଁ ବର୍ଷା ହୋଇଥିବା ବେଳେ ଏଠାକାର ଅଧିକାଂଶ ଅଞ୍ଚଳ ବନ୍ୟା ପ୍ଲାବିତ ହୋଇପଡ଼ିଛି। ସ୍ଥିତି ଏଭଳି ହୋଇଛି ଯେ, ଏଠାକାର ଡେଥ୍‌ ଭ୍ୟାଲି ନ୍ୟାସନାଲ ପାର୍କ  ବନ୍ୟା ଦ୍ବାରା ସମ୍ପୂର୍ଣ୍ଣ  ପ୍ରଭାବିତ ହୋଇଛି।

ଏଠାକୁ ବୁଲିବାକୁ ଆସିଥିବା ହଜାର ହଜାର ପରିଦର୍ଶକ ଏହା ମଧ୍ୟରେ ଫସି ରହିବା ସହ ପ୍ରାୟ ୧୦୦ରୁ ଅଧିକ କାର୍‌ ବନ୍ୟା ପାଣିରେ ବୁଡ଼ିଯାଇଛି। ଏହାବ୍ୟତୀତ ଏଠାକାର ବହୁ ହୋଟେଲ ଏବଂ ରିସର୍ଟ୍ଟ ମଧ୍ୟ ପାଣି ଘେରରେ ରହିଛି। ଫଳରେ ଏହି ଜାତୀୟ ଉଦ୍ୟାନକୁ ସାମୟିକ ବନ୍ଦ ରଖିବାକୁ ଏଠାକାର ପ୍ରଶାସନ ଘୋଷଣା କରିଛନ୍ତି। କେବଳ ଆମେରିକା ନୁହେଁ, ୟୁରୋପର ବିଭିନ୍ନ ଭାଗରେ ମଧ୍ୟ ଜଳବାୟୁ  ପରିବର୍ତ୍ତନର ଏଭଳି ନିର୍ମମ ପ୍ରଭାବ ଦେଖିବାକୁ ମିଳିଛି। ବ୍ରିଟେନରେ ଏବେ ଉତ୍ତାପ ସବୁ ପୁରୁଣା ରେକର୍ଡ ଅତିକ୍ରମ କରିଥିବା ବେଳେ ଫ୍ରାନ୍ସ, ଜର୍ମାନୀ ଏବଂ ସ୍ବିଜରଲ୍ୟାଣ୍ଡ ଆଦି ପ୍ରବଳ ଥଣ୍ଡା ଅନୁଭୂତ ଦେଶରେ ବରଫ ତରଳି ନାନା ସମସ୍ୟା ସୃଷ୍ଟି କରିଛି।

ଏହାବ୍ୟତୀତ ଜଳବାୟୁ ପରିବର୍ତ୍ତନକୁ ନେଇ ନିକଟରେ ବିଜ୍ଞାନୀମାନେ ଦେଇଥିବା ମତାମତ ଆହୁରି ଆଶଙ୍କା ସୃଷ୍ଟି କରିଛି। ବର୍ତ୍ତମାନ ବହୁ ସଂକ୍ରାମକ ରୋଗ ସାରା ବିଶ୍ବକୁ କବଳିତ କରିବା ସହିତ ମାନବସମାଜ ପାଇଁ ବିପଦ ସୃଷ୍ଟି କରିବାରେ ଲାଗିଛି। କୋଭିଡ ମହାମାରୀକୁ ନେଇ ଦୀର୍ଘ ଦୁଇ ବର୍ଷ ହେଲା ସାରା ବିଶ୍ବ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲା ବେଳେ ଏବେ ମଧ୍ୟ ଏଥିରୁ ନିସ୍ତାର ମିଳିପାରି ନାହିଁ। ଏହା ପରେ ପରେ ମଙ୍କିପକ୍ସ ଭଳି ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକିଛି। ବିଜ୍ଞାନୀମାନେ ଦେଇଥିବା ନୂଆ ତଥ୍ୟରେ ଜଳବାୟୁ ପରିବର୍ତ୍ତନ ବିଭିନ୍ନ ଧରଣର ସଂକ୍ରାମକ ରୋଗକୁ ପ୍ରାୟ ୬୦ ପ୍ରତିଶତ ହାରରେ ତୀବ୍ର କରାଇଥାଏ ବୋଲି କହିଛନ୍ତି।

କାର୍ଲିଫର୍ଣ୍ଣିଆରେ ବିମାନ ଦୁର୍ଘଟଣା; ଘର ଉପରେ କ୍ରାସ୍ କଲା ବିମାନ, ଦୁଇ ମୃତ
କାର୍ଲିଫର୍ଣ୍ଣିଆ: ଆମେରିକାର କାର୍ଲିଫର୍ଣ୍ଣିଆରେ ସୋମବାର ଦିନ ଏକ କ୍ଷୁଦ୍ର ବିମାନ ଜନବସତି ଅଂଚଳରେ ଥିବା ଘର ଉପରେ କ୍ରାସ୍ କରିଛି । ଘର ଉପରେ ପଡିବା ପରେ ବିମାନରେ ବିସ୍ଫୋରଣ ହୋଇଥିଲା । ଏକ ଡେଲିଭରି ଭ୍ୟାନ୍ ସମେତ ଅନେକ ଗାଡି ବିମାନ ତଳେ ଫସିଥିଲେ । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଡେଲିଭରି ଭ୍ୟାନ୍ ରେ ଥିବା ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିନା ସୂଚନା ମିଳିଛି । ଅନ୍ୟପକ୍ଷରେ ୩ରୁ ୪ ଜଣ ଆହତ ହୋଇଛନ୍ତି । ୧୦ ଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିମାନଟି ସୋମବାର ପାଖାପାଖି ଦି’ପହର ବେଳେ କାର୍ଲିଫୋର୍ଣ୍ଣିଆର ସେଣ୍ଟି ସହରରେ କ୍ରାସ୍ କରିଥିଲା । ଏହା ଦୁଇ ଇଂଜିନ ବିଶିଷ୍ଟ ୬ ସିଟର ବିମାନ ଥିଲା । ଏରିଜୋନାରୁ ଉଡ଼ାଣ ଭରିଥିବା ବିମାନ ବୈଷୟିକ ତୃଟି କାରଣରୁ କ୍ରାସ କରିଥିଲା ବୋଲି କୁହାଯାଉଛି ।