Thiruvarappu - The Sakala

ରହସ୍ୟମୟ ମନ୍ଦିର; ଭୋଗ ନ ଲାଗିଲେ ଶୁଖିଯାଆନ୍ତି ଠାକୁର !
ଆମ ଦେଶରେ ଏପରି କିଛି ରହସ୍ୟମୟ ମନ୍ଦିର ଅଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ସମାଧାନ କରିପାରିନାହାଁନ୍ତି । ଏଭଳି ଏକ ରହସ୍ୟମୟ କୃଷ୍ଣ ମନ୍ଦିର କେରଳର ଥିରୁଭରପ୍ପୁଠାରେ ଅବସ୍ଥିତ। ଏହି ପ୍ରସିଦ୍ଧ ମନ୍ଦିର ପ୍ରାୟ ୧୫୦୦ ବର୍ଷ ତଳର ବୋଲି ବିଶ୍ଵାସ କରାଯାଏ। ଅନେକ କିମ୍ବଦନ୍ତୀ ଏହି ମନ୍ଦିର ସହ ଜଡ଼ିତ। କୁହାଯାଏ ଯେ, ବନବାସ ସମୟରେ, ପାଣ୍ଡବମାନେ ଏଠାରେ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ପୂଜା କରି ତାଙ୍କୁ ଭୋଗ ଅର୍ପଣ କରୁଥିଲେ । ବନବାସ ଶେଷ ହେବା ପରେ ପାଣ୍ଡବମାନେ ମତ୍ସଜୀବୀଙ୍କ ଅନୁରୋଧକୁ ରକ୍ଷା କରି ଥିଥିରୁଭରପ୍ପୁରେ ଭଗବାନ କୃଷ୍ଣଙ୍କର ଏହି ପ୍ରତିମୂର୍ତ୍ତିଟିକୁ ଛାଡି ଚାଲି ଆସିଥିଲେ। ମତ୍ସ୍ୟଜୀବୀମାନେ ଭଗବାନ କୃଷ୍ଣଙ୍କୁ ଗ୍ରାମ ଦେବତା ଭାବେ ପୂଜା କଲେ। ଏକଦା ମତ୍ସ୍ୟଜୀବୀଙ୍କ ଉପରେ ଘୋର ବିପଦ ମାଡ଼ି ଆସିଲା, ତେଣୁ ସେମାନେ ଜଣେ ଜ୍ୟୋତିଷଙ୍କ ପରାମର୍ଶ ଲୋଡ଼ିଲେ। ଜ୍ୟୋତିଷଜଣଙ୍କ କହିଥିଲେ ଯେ, ତୁମେ ଭଗବାନ କୃଷ୍ଣଙ୍କ ପୂଜା ଠିକ୍ ଭାବେ କରୁନାହଁ, ତେଣୁ ଏ ବିପଦ ମାଡ଼ି ଆସିଛି । ଏହି କାରଣରୁ ମତ୍ସ୍ୟଜୀବୀ ମାନେ ହ୍ରଦରେ ମୂର୍ତ୍ତିଟିକୁ ବିସର୍ଜନ କରିଦେଲେ।

ଏକଦା କେରଳର ଜଣେ ଋଷି ବିଲ୍ଵମଙ୍ଗଲମ୍ ନୌକାରେ ଯାତ୍ରା କରୁଥିବା ସମୟରେ ଏହି ମୂର୍ତ୍ତିକୁ ପାଇଲେ। ସେ ଏକ ଗଛ ମୂଳରେ ମୂର୍ତ୍ତି ରଖି ବିଶ୍ରାମ ନେଲେ। ଯେବେ ସେଠାରୁ ସେ ପ୍ରସ୍ଥାନ ଉଦ୍ଦେଶ୍ୟରେ ବାହାରିଲେ ମୂର୍ତ୍ତିକୁ ଆଉ ଉଠାଇ ପାରିଲେ ନାହିଁ । ଏହାପରଠାରୁ ସେହିଠାରେ ମୂର୍ତ୍ତି ସ୍ଥାପନ ହୋଇଗଲା। ବିଶ୍ବାସ ଅଛି ଯେ, ଏଠାରେ ସ୍ଥାପିତ ହୋଇଥିବା ବିଗ୍ରହ ଆଦୌ ଭୋକ ସମ୍ଭାଳି ପାରନ୍ତି ନାହିଁ। ଏହି କାରଣରୁ ଏଠାରେ ବିଶେଷ ବ୍ୟବସ୍ଥା କରାଯାଉଛି। ଭଗବାନଙ୍କୁ ଦିନକୁ ୧୦ଥର ଭୋଗ ଲଗାଯାଏ। ଯଦି କୌଣସି କାରଣରୁ ଭୋଗ ଲଗା ନଯାଏ, ତେବେ ଭଗବାନଙ୍କ ଶରୀର ଶୁଖିଯାଏ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ବାସ ରହିଛି। ଏହି ମନ୍ଦିର ଗ୍ରହଣ କାଳରେ ମଧ୍ୟ ବନ୍ଦ ହୁଏନାହିଁ। ପୂର୍ବରୁ ଏହି ମନ୍ଦିର ଗ୍ରହଣ କାଳରେ ଅନ୍ୟ ମନ୍ଦିର ପରି ବନ୍ଦ ରହୁଥିଲା, କିନ୍ତୁ ଥରେ ଏପରି ଦୃଶ୍ୟ ଦେଖିବାକୁ ମିଳିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଗ୍ରହଣ ପରେ ଯେତେବେଳେ ମନ୍ଦିର ଖୋଲାଗଲା ଦେଖାଗଲା ଯେ, ମୂର୍ତ୍ତିଟି ଶୁଖୁଯିବା ସହ ଅଣ୍ଟା ପଟ୍ଟି ମଧ୍ଯ ତଳକୁ ଖସିଯାଇଛି। ଯେତେବେଳେ ଆଦିଶଙ୍କରାଚାର୍ଯ୍ୟ ଏହା ଜାଣିବାକୁ ପାଇଲେ, ସେ ଚନ୍ଦ୍ରଗ୍ରହଣ ସମୟରେ ମନ୍ଦିର ଖୋଲା ରଖାଯିବା ସହ ଭୋଗ ଲଗାଇବାକୁ କହିଥିଲେ।

ଆଦିଶଙ୍କରାଚାର୍ଯ୍ୟଙ୍କ ଆଦେଶ ଅନୁଯାୟୀ, ଏହି ମନ୍ଦିର ୨୪ ଘଣ୍ଟାରେ ମାତ୍ର ୨ ମିନିଟ୍ ବନ୍ଦ ହୋଇଥାଏ। ୧୧.୫୮ ସମୟରେ ବନ୍ଦ କରାଯାଇ ଠିକ୍ ୧୨ଟାରେ ମନ୍ଦିର ଖୋଲାଯାଏ। ମନ୍ଦିରର ପୁରୋହିତଙ୍କୁ ତାଲା ଚାବି ସହିତ କୁରାଢ଼ି ମଧ୍ୟ ଦିଆଯାଇଛି। ପୁରୋହିତଙ୍କୁ କୁହାଯାଇଛି ଯେ, ଯଦି ତାଲା ଖୋଲିବାକୁ ସମୟ ଲାଗେ, ତେବେ ସେ କୁରାଢ଼ିରେ ତାଲା ଭାଙ୍ଗିଦେବେ, କିନ୍ତୁ ପ୍ରଭୁଙ୍କୁ ଭୋଗ ଅର୍ପଣ କରିବାରେ ବିଳମ୍ବ କରିବେ ନାହିଁ । ଏହା ବ୍ୟତୀତ, ଯେତେବେଳେ ପ୍ରଭୁଙ୍କ ଅଭିଷେକ କରାଯାଏ ସେତେବେଳେ, ପ୍ରଥମେ ବିଗ୍ରହର ମୁହଁଭାଗ ଏବଂ ପରେ ସମଗ୍ର ଶରୀର ଶୁଖାଯାଏ । କାରଣ, ଅଭିଷେକ କରିବାକୁ ସମୟ ଲାଗିଥାଏ ଏବଂ ଭୋଗ ଠିକ୍ ସମୟରେ ଦିଆଯାଇପାରେ ନାହିଁ। ଏହି ଘଟଣା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଆନ୍ତି।