Kalinga Stadium - The Sakala
ଦେଶର ଗର୍ବ 'କଳିଙ୍ଗ ଷ୍ଟାଡ଼ିଅମ': ପ୍ରଥମଥର ପାଇଁ ଭାରତ ୨୦୨୮ରେ ଆୟୋଜନ କରିବ ବିଶ୍ୱ ଆଥଲେଟିକ୍‌ ଚମ୍ପିଆନସିପ୍‌
ଭୁବନେଶ୍ୱର: ବିଶ୍ୱ ଆଥଲେଟିକ୍‌ ଚମ୍ପିଆନସିପ୍‌ର ୧୧୫ ବର୍ଷର ଇତିହାସରେ ପ୍ରଥମଥର ପାଇଁ ଭାରତ ୨୦୨୮ରେ ଏହାର ଆୟୋଜନ ପାଇଁ ସୁଯୋଗ ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଚମ୍ପିଆନସିପ୍‌ ୨୦୨୮ ମାର୍ଚ୍ଚ ୩ ତାରିଖରୁ କଳିଙ୍ଗ ଷ୍ଟାଡ଼ିଅମରେ ଅନୁଷ୍ଠିତ ହେବ। ‘କଳିଙ୍ଗ’ରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ୨୨ଟି ପ୍ରତିଯୋଗିତା ଆୟୋଜନ ପାଇଁ ଆନ୍ତର୍ଜାତୀୟ ଆଥଲେଟିକ୍‌ ସଙ୍ଗଠନ  ନିଷ୍ପତ୍ତି ନେଇଛି। ସାରା ଭାରତର ପ୍ରମୁଖ ସହରଗୁଡ଼ିକରେ ଅନେକ ଷ୍ଟାଡ଼ିଅମକୁ ବିଶ୍ୱ ଆଥଲେଟିକ୍‌ ସଂଗଠନ ଯାଞ୍ଚ ପରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିମନ୍ତେ ‘କଳିଙ୍ଗ’କୁ ଏହି ସମ୍ମାନଜନକ ପ୍ରତିଯୋଗିତା ନିମନ୍ତେ ମନୋନୀତ କରିଛି। ନବୀନ ସରକାରଙ୍କ ମହାତ୍ୱାକାଂକ୍ଷୀ ‘୫-ଟି’ ରୂପାନ୍ତରଣର ସର୍ବୋତ୍ତମ ସାକ୍ଷୀ ଓ ତତ୍‌କାଳୀନ  ‘୫-ଟି’ ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ସ୍ୱପ୍ନର ପ୍ରକଳ୍ପ କୁହାଯାଉଥିବା ‘କଳିଙ୍ଗ’ର ଏହ ମର୍ଯ୍ୟାଦା ଆନ୍ତର୍ଜାତୀୟସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିଛି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଖୁସି ବ୍ୟକ୍ତ ସହ ଓଡ଼ିଶାକୁ ଧନ୍ୟବାଦ ଜଣାଇଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା।
ଶ୍ରୀ ମହିନ୍ଦ୍ରା କହିଛନ୍ତି ଯେ ୨୦୨୮ ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିଅନସିପର ଆୟୋଜକ ଭାବରେ ମନୋନୀତ ହୋଇ ଆମକୁ ଗର୍ବିତ କରିଥିବାରୁ ଓଡ଼ିଶା ଏବଂ ଭୁବନେଶ୍ୱରକୁ ଧନ୍ୟବାଦ। ‘କଳିଙ୍ଗ’ର ଏହି ସଫଳତା ପୃଥକ୍‌ ନୁହେଁ; ମାତ୍ର ସମୟ ସହ କାର୍ଯ୍ୟକାରୀ ହୋଇଥିବା ରଣନୀତିର ଏହା ଏକ ବାସ୍ତବ ଉଦାହରଣ। ପ୍ରତିଯୋଗିତାମୂଳକ ରଣନୀତିର ଗୁରୁ କୁହାଯାଉଥିବା ମାଇକେଲ ପୋର୍ଟରଙ୍କ ଅନୁସାରେ ଭିତ୍ତିଭୂମି, ପ୍ରତିଭା, ପ୍ରତିଷ୍ଠାନ ଓ ଆବଶ୍ୟକତା ପରସ୍ପରକୁ ଶକ୍ତିଶାଳୀ କରିଥାଏ ଓ ଏକ ସଘନ ଇକୋ ସିଷ୍ଟମ ପ୍ରସ୍ତୁତ କରିଥାଏ। ଏହି ବ୍ୟବସ୍ଥା ଏକ ବିଶ୍ୱସନୀୟତା ସୃଷ୍ଟି କରେ, ଏହି ବିଶ୍ୱନୀୟତା କାର୍ଯ୍ୟାନ୍ୱୟନ ଦ୍ୱାରା ନିବେଶକୁ ଆକୃଷ୍ଟ କରିଥାଏ। ଓଡ଼ିଶା ଠିକ୍‌ ଏହା ହିଁ କରିବାରେ ସକ୍ଷମ ହୋଇଛି। କୌଣସି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ବା ଇଭେଣ୍ଟ ପାଇଁ ପ୍ରତିଯୋଗିତା କରିବା ଆବଶ୍ୟକ ନାହିଁ, ଏଥିପାଇଁ ଏକ ଇକୋ ସିଷ୍ଟମ ପ୍ରସ୍ତୁତ କରିପାରିଲେ, ବିଶ୍ୱ ଆପଣଙ୍କ ପାଖକୁ ଆସିବ ବୋଲି ଶ୍ରୀ ମହିନ୍ଦ୍ରା କହିଛନ୍ତି।
ବାସ୍ତବରେ  ଆନନ୍ଦ ମହିିନ୍ଦ୍ରାଙ୍କ କଥା ଅନେକ ଦୃଷ୍ଟିରୁ ସତ୍ୟ ସାବ୍ୟସ୍ତ ହୋଇଛି। ନବୀନ ପଟ୍ଟନାୟକ ସରକାର ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ କରିଥିବା ଯୋଜନାର ଅଂଶସ୍ୱରୂପ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡ଼ିଅମକୁ ନୂତନ ରୂପରେ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନେଇଥିଲେ। ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ତାଙ୍କର ବ୍ୟକ୍ତିଗତ ତଥା ‘୫-ଟି’ ସଚିବ ଭି.କେ. ପାଣ୍ଡିଆନ କଳିଙ୍ଗ ଷ୍ଟାଡ଼ିଅମକୁ ବିଶ୍ୱସ୍ତରୀୟ ବହୁମୁଖୀ କ୍ରୀଡ଼ା କଂପ୍ଲେକ୍ସରେ ରୂପାନ୍ତରଣ ପାଇଁ କରିଥିବା ପରିଶ୍ରମର ଫଳ ଆଜି ଓଡ଼ିଶାକୁ ସାରା ଦେଶ ଓ ବିଶ୍ୱରେ ଗର୍ବିତ କରିଛି। ସେତେବେଳେ ଯେଉଁମାନେ କଳିଙ୍ଗ ଷ୍ଟାଡ଼ିଅମର ବିକାଶ କରାଯିବା ସମୟରେ ଯେଉଁ ବିରୋଧୀ ତତ୍‌କାଳୀନ ସରକାରଙ୍କୁ ଆକ୍ଷେପ କରୁଥିଲେ; ସେହି ବିରୋଧୀ ଏବେ କଳିଙ୍ଗ ଷ୍ଟାଡ଼ିଅମର ରଙ୍ଗ ବଦଳାଇ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନର ବାହା ବା ନେବାକୁ ଉଦ୍ୟମ କରୁଛନ୍ତି।
ସମ୍ପ୍ରତି କଳିଙ୍ଗ ଷ୍ଟାଡ଼ିଅମରେ ପ୍ରଥମ ଜାତୀୟ ଇନ୍‌ଡେ଼ାର ଆଥଲେଟିକ୍‌ ଚମ୍ପିଆନସିପ୍‌ ଆୟୋଜନ କରାଯାଇଛି। ଏଥିରେ ୨୬ଟି ଟ୍ରାକ୍‌ ଓ ଫିଲ୍ଡ ଇଭେଣ୍ଟରେ ପାଖାପାଖି ୩୦୦ ଜାତୀୟ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଛନ୍ତି। କେବଳ ଟ୍ରାକ ଓ ଫିଲ୍ଡ ଇଭେଣ୍ଟ ନୁହେଁ; ଅନେକ ଦୃଷ୍ଟିରୁ କଳିଙ୍ଗ ସାରା ଦେଶର ଷ୍ଟାଡ଼ିଅମଗୁଡ଼ିକଠାରୁ ଯଥେଷ୍ଟ ଉନ୍ନତ।  କଳିଙ୍ଗର ହକି ଷ୍ଟାଡ଼ିଅମ ଅନେକ ବିଶ୍ୱସ୍ତରୀୟ ହକି ଲିଗ୍‌ ଆୟୋଜନ କରିଛି। ୧୫୦୦୦ ଆସନ ବିଶିଷ୍ଟ ଏହି ହକି ଷ୍ଟାଡ଼ିଅମରେ ବିଶ୍ୱକପ୍‌ ହକି ଓ ପ୍ରୋ-ଲିଗ୍‌ ଅନୁଷ୍ଠିତ ହୋଇଛି। ଦକ୍ଷିଣ ଏସିଆର ସର୍ବବୃହତ୍‌ ଇଣ୍ଡୋର ଆଥଲେଟିକ୍ସ ଷ୍ଟାଡ଼ିଅମ ଭାବରେ କଳିଙ୍ଗ ମାନ୍ୟତା ପାଇଛି। ୨୦୦ ମିଟର ଦୈର୍ଘ୍ୟର ୮ ଲେନ୍‌ ସିନ୍ଥେଟିକ୍‌ ଟ୍ରାକ୍‌ ସହ ୨ହଜାର ଦର୍ଶକଙ୍କ ବସିବା ବ୍ୟବସ୍ଥା କଳିଙ୍ଗ ଷ୍ଟାଡ଼ିଅମକୁ ଦେଶର ଅନ୍ୟ ଷ୍ଟାଡ଼ିଅମଠାରୁ ଯଥେଷ୍ଟ ଊର୍ଦ୍ଧ୍ବରେ ରଖିଛି।
ଏହାବ୍ୟତୀତ ବିଜୁ ପଟ୍ଟନାୟକ ସ୍ୱିମିଂ ପୁଲ, କ୍ରୀଡ଼ା ବିଜ୍ଞାନ କେନ୍ଦ୍ର, ଜିମ୍‌ନାଷ୍ଟିକ ଓ ବ୍ୟାଡ଼ମିଣ୍ଟନ ଉକ୍ରର୍ଷ କେନ୍ଦ୍ର ସାରା ବିଶ୍ୱରେ କଳିଙ୍ଗ ଷ୍ଟାଡ଼ିଅମ ପ୍ରତି ଆକର୍ଷଣ ଓଡ଼ିଶାକୁ ଗର୍ବିତ କରିଛି। ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟ୍‌ରେ ଯାହା ଉଲ୍ଲେଖ କରିଛନ୍ତି, ତାହା ଯଥାର୍ଥ ସାବ୍ୟସ୍ତ ହୋଇଛି। ଆପଣ ଭିତ୍ତିଭୂମି ପ୍ରସ୍ତୁତ କରନ୍ତୁ, ସାରା ବିଶ୍ୱ ଆପଣଙ୍କ ପାଖକୁ ଆସିବ। ତାହା କ୍ରୀଡ଼ା, ହେଉ ଅବା ନିବେଶ। ଆଜି ନବୀନ କ୍ଷମତାରେ ନାହାନ୍ତି, ମାତ୍ର  ‘କଳିଙ୍ଗ’ର ଭିତ୍ତିଭୂମି ବିକାଶ ପାଇଁ ତାଙ୍କର ଦୂରଦୃଷ୍ଟି ଏବେ ଓଡ଼ିଶାକୁ ସାରା ବିଶ୍ୱରେ ଗର୍ବିତ କରିଛି। ସାରା ଦେଶର ପ୍ରଥମ ଷ୍ଟାଡ଼ିଅମ ଭାବରେ ଭାରତରେ ପ୍ରଥମ ବିଶ୍ୱ ଆଥଲେଟିକ୍‌ ଚମ୍ପିଆନସିପ୍‌ ଆୟୋଜନର ସୁଯୋଗ ପାଇଛି।
କଳିଙ୍ଗରେ ଷ୍ଟାଡିୟମ୍‌ରେ କ୍ରୀଡ଼ାବିତଙ୍କୁ ନିର୍ଯାତନା, ଅଭ୍ୟାସ ବନ୍ଦ କଲେ ସନ୍ତରଣକାରୀ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଶିକ୍ଷଣ ନେଇ ଓଡ଼ିଶାର ସନ୍ତରଣକାରୀମାନେ ଗତ କିଛି ବର୍ଷ ହେବ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଏକାଧିକ ପଦକ ଜିତି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। କିନ୍ତୁ ଏହି ଗୌରବମୟ ‘କଳିଙ୍ଗ’ରେ ଲାଗିଛି କଳଙ୍କ ଛିଟା। ସନ୍ତରଣ ପ୍ରଶିକ୍ଷାର୍ଥୀଙ୍କୁ ନିର୍ଯାତନା ଦିଆଯାଉଥିବା ଭଳି ସାଂଘାତିକ ଅଭିଯୋଗ କ୍ରୀଡ଼ାବିତ ଓ କ୍ରୀଡ଼ାପ୍ରେମୀଙ୍କୁ ହତଚକିତ କରିଛି। କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ କ୍ରୀଡ଼ା ଛାତ୍ରାବାସରେ ଥିବା ସନ୍ତରଣ ପ୍ରଶିକ୍ଷାର୍ଥୀମାନେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। କଳିଙ୍ଗ ଷ୍ଟାଡିୟମସ୍ଥିତ ସନ୍ତରଣ ହାଇପରଫର୍‌ମାନ୍ସ ସେଣ୍ଟର୍‌ରେ ସେମାନଙ୍କୁ ନିର୍ଯାତନା ଦିଆଯିବା ସହ କିଛି ପ୍ରଶିକ୍ଷକ ମାଡ଼ ମାରୁଥିବା ନେଇ ୫୦ରୁ ଊର୍ଦ୍ଧ୍ବ ପ୍ରଶିକ୍ଷାର୍ଥୀ ମିଳିତ ଭାବେ ଅଭିଯୋଗ ଆଣିଛନ୍ତି। ଯେଉଁଥିପାଇଁ ସେମାନେ ମଧ୍ୟ ସନ୍ତରଣ କେନ୍ଦ୍ରକୁ ଯାଇ ପ୍ରଶିକ୍ଷଣ ନେବା ବନ୍ଦ କରିଦେଇଥିବା ନେଇ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଶନିବାର କ୍ରୀଡ଼ା ନିର୍ଦ୍ଦେଶକଙ୍କୁ ପ୍ରଶିକ୍ଷାର୍ଥୀମାନେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ‘ସୁଇମିଂ ପୁଲ୍‌ରେ ପ୍ରଶିକ୍ଷକମାନେ ଆମକୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ନିକଟରେ ଜଣେ ସାର୍‌ (ରାଜୁ ସାର୍‌) ବାହାରିବା ପରଠାରୁ ସୁମିତ୍‌ ସାର୍‌ ଆମକୁ ବାଡ଼େଇବା ଆରମ୍ଭ କରିଦେଇଛନ୍ତି। ସନ୍ଦୀପ (ସେଜୱାଲ)ସାର୍‌ ମଧ୍ୟ ବାଡଉଛନ୍ତି। ଯେଉଁଥିପାଇଁ ଡରରେ ଆମେ ଶନିବାର ଅଭ୍ୟାସ କରିବାକୁ ଯାଇନାହୁଁ। ସୁମିତ୍‌ ସାର୍‌ ଆହୁରି ମଧ୍ୟ ଧମକ ଦେଇ କହୁଛନ୍ତି, ତୁମେମାନେ ମୋ ନାମରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଯାହା ବି ଅଭିଯୋଗ କଲେ କେହି ମୋର କିଛି କରିପାରିବେ ନାହିଁ।
ଓଲଟି ତୁମର କ୍ୟାରିୟର ମୁଁ ବରବାଦ୍‌ କରିଦେବି। ଆମ୍ଭର ନିଜ କୋଚ୍‌ ଯଦି ଏଭଳି ବ୍ୟବହାର କରୁଛନ୍ତି, ତାହାଲେ ଆମେ କାହା ଆଶା ଭରସାରେ ଅଭ୍ୟାସ କରିବାକୁ ଆଉ ଯିବୁ। ସେହି ଡରରେ ଆମେ ଆଜି ଆଉ ଅଭ୍ୟାସ କରିବାକୁ ପୁଲ୍‌କୁ ଗଲୁ ନାହିଁ।’
ଏହାବାଦ୍‌ ଏହି କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଛି। ସେଥିଲାଗି କିଛି ଛାତ୍ର ମଧ୍ୟ ଖାଇବାକୁ ଯାଉନଥିବା ଏହି ଅଭିଯୋଗରେ ଲିଖିତ ଭାବେ ଦର୍ଶାଇଛନ୍ତି। ଏହି ସମସ୍ୟାର ସମାଧାନ କରିବାକୁ ସେମାନେ କ୍ରୀଡ଼ା ଛାତ୍ରାବାସର ମୁଖ୍ୟଙ୍କ ନିକଟରେ ଦାବି କରିଛନ୍ତି।
ଏନେଇ କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର କହିଛନ୍ତି, ‘ଲିଖିତ ଭାବେ ଆମେ ପିଲାମାନଙ୍କ ଅଭିଯୋଗ ପାଇଛୁ। ଖୁବ୍‌ଶୀଘ୍ର ଆମେ ଏକ ଆନୁଷ୍ଠାନିକ ତଦନ୍ତ କରିବୁ। ଯଦି କେହି ବି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ ବୋଲି କ୍ରୀଡ଼ା ନିର୍ଦ୍ଦେଶକ କହିଛନ୍ତି। ଏହା ମଧ୍ୟରେ କୋଚ୍‌ ସନ୍ଦୀପ ସେଜ୍‌ୱାଲଙ୍କୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଦାୟିତ୍ୱରୁ ସେବାନିବୃତ୍ତ କରାଯାଇଛି। ଦୁଇ ପ୍ରଶିକ୍ଷକଙ୍କ ବ୍ୟବହାର ସହ ନିମ୍ନମାନର ଖାଦ୍ୟ ଦେବା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ମଧ୍ୟ ଶ୍ରୀ ମହାପାତ୍ର କହିଛନ୍ତି।
ଅପରପକ୍ଷରେ କ୍ରୀଡ଼ା ବିଭାଗର ଓଏସ୍‌ଡି ସ୍ୱରୂପାନନ୍ଦ ସାହୁ ହଷ୍ଟେଲକୁ ଯାଇ ଅଭିଯୋଗ କରିଥିବା ଛାତ୍ରମାନଙ୍କୁ ବୁଝାଇ ରାତିରେ ଖାଇବାକୁ ମନାଇଥିବା ଜଣାପଡ଼ିଛି। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତ୍‌ ଦେଇ ସେ କହିଛନ୍ତି, ମୋତେ ପିଲାଙ୍କୁ ବୁଝାଇ ରାତିରେ ଖାଇବାକୁ ରାଜି କରାଇବାକୁ ପଠାଯାଇଥିଲା। ମୁଁ ପିଲାଙ୍କ ନିକଟରୁ ସମସ୍ତ ଅଭିଯୋଗ ଶୁଣିଲି। ବିଭାଗୀୟ ନିର୍ଦ୍ଦେଶକ ଓ ଶାସନ ସଚିବଙ୍କୁ ଏନେଇ ଜଣାଇବି’ ବୋଲି ସେ କହିଛନ୍ତି। କ୍ରୀଡ଼ା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଜେଏସ୍‌ଡବ୍ଲ୍ୟୁ ସ୍ପୋର୍ଟ୍ସ ଷ୍ଟାଡିୟମ୍‌ରେ ଥିବା ସନ୍ତରଣ ହାଇପରଫର୍ମାନ୍ସ ସେଣ୍ଟରର ପରିଚାଳନା, ପ୍ରଶିକ୍ଷଣ ଦେବା ସହ ପ୍ରଶିକ୍ଷାର୍ଥୀଙ୍କୁ ଖାଦ୍ୟ ଯୋଗାଉଛି। ଏ ସମ୍ପର୍କରେ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ ନିକଟରେ କଳିଙ୍ଗ ଷ୍ଟାଡିୟମ୍‌ରେ ଥିବା ଜିମ୍ନାଷ୍ଟିକ୍‌ ହାଇ ପରଫର୍ମାନ୍ସ ସେଣ୍ଟରରେ ପ୍ରଶିକ୍ଷାର୍ଥୀଙ୍କୁ ନିର୍ଯାତନ ଦେବାର ଅଭିଯୋଗ ହୋଇଥିଲା। ଏବେ ସନ୍ତରଣକାରୀମାନେ ଏହାର ପର୍ଦ୍ଦାଫାସ କରିଛନ୍ତି।
ଆଜିଠୁ ଓଡ଼ିଶାରେ ଜାତୀୟ ଆକ୍ବାଟିକ ଚାମ୍ପିଅନସିପ୍, ୨୫ଟି ରାଜ୍ୟରୁ ଆସିଛନ୍ତି ୯୦୦ ଜଣ ସନ୍ତରଣକାରୀ
ଭୁବନେଶ୍ୱର: ଭୁବନେଶ୍ୱରରେ ୩୯ ତମ ସବ ଜୁନିୟର ଏବଂ ୪୯ ତମ ଜୁନିଅର ନେସନାଲ ଆକ୍ୱାଟିକ ପ୍ରତିଯୋଗିତା ଆରମ୍ଭ ହୋଇଛି।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସରରେ ନବନିର୍ମିତ ଆକ୍ୱାଟିକ ସେଣ୍ଟରରେ ଏହି ପ୍ରତିଯୋଗିତା ଆରମ୍ଭ ହୋିଛି।  ତେବେ ଆଜି ଜାତୀୟ ଆକ୍ୱାଟିକ ପ୍ରତିଯୋଗିତା ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ଯାଏଁ ଚାଲିବ। ସାରା ଦେଶରୁ ୨୫ ଟି ରାଜ୍ୟରୁ ୯୦୦ ଜଣ ବଛା ବଛା ସନ୍ତରଣକାରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀ ଫିଲିଫାଇନ୍ସରେ ହେବାକୁ ଥିବା ଏସିଆନ ଏଜ ଗ୍ରୁପ ପ୍ରତିଯୋଗିତା ଓ ଅଲିମ୍ପିକ କ୍ୟାଲିଫାଇଙ୍ଗ ମିଟ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିବେ।
ତେବେ ଓଡିଶା କ୍ରୀଡ଼ା ଭିତିଭୂମିକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସୁଇମିଙ୍ଗ ଫେଡ଼ରେସନ ଅଫ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ମୋନାଲ ଚୋସକି। କଳିଙ୍ଗ ଷ୍ଟାଡିଅମ ପରିସରରେ ନବ ନିର୍ମିତ ଆକ୍ଵାଟିକ ସେଣ୍ଟର ଏକ ସାନ୍ଦାର ଷ୍ଟାଡିୟମ। ଏଭଳି ଆକ୍ଵାଟିକ ସେଣ୍ଟର ସାରା ଭାରତରେ ଅନ୍ୟ କୌଣସି ସ୍ଥାନରେ ନାହିଁ । କଳିଙ୍ଗ ଷ୍ଟାଡିଅମରେ ନିର୍ମିତ ଏହା ଭାରତର ପ୍ରଥମ ଆକ୍ଵାଟିକ ସେଣ୍ଟର ଯେଉଁଠି ଶୀତତାପ ନିୟନ୍ତ୍ରଣ ଇଣ୍ଡୋର ଆକ୍ଵାଟିକ ସେଣ୍ଟରରେ ସ୍ବିମରମାନେ ପ୍ରଦର୍ଶନ କରୁଛନ୍ତି। ଏଠି ଦର୍ଶକମାନଙ୍କ ପାଇଁ ଏସିରେ ବସି ଖେଳ ଦେଖିବାର ସୁବିଧା ମଧ୍ୟ ରହିଛି।
ଅନ୍ତର୍ଜାତୀୟ ଲେବୁଲରେ ଏହି ଆକ୍ଵାଟିକ ସେଣ୍ଟର ନିର୍ମାଣ ହୋଇଛି। କଳିଙ୍ଗ ଷ୍ଟାଡିଅମରେ କେବଳ ସ୍ୱଇମିଙ୍ଗ ନୁହେଁ ସବୁ ଇଭେଣ୍ଟ ପାଇଁ ଅନ୍ତର୍ଜାତୀୟ ଭିତିଭୂମି ରହିଛି। ଅନ୍ୟ ରାଜ୍ୟ ରେ ମଧ୍ୟ ଓଡିଶା ଭଳି ଭିତିଭୂମି ହେବା ଆବଶ୍ୟକ। ସମସ୍ତ ପ୍ରକାର ଅନ୍ତର୍ଜାତୀୟ ତଥା ବଡ଼ ବଡ଼ ଇଭେଣ୍ଟ ଏଠାରେ ଖେଳାଯାଇ ପାରିବ ବୋଲି ସୁଇମିଙ୍ଗ ଫେଡ଼ରେସନ ଅଫ ଇଣ୍ଡିଆ ସେକ୍ରେଟାରୀ ଜେନେରାଲ ମୋନାଲ ଚୋସକି କହିଛନ୍ତି।
ଆଜିଠାରୁ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌‌ , ସନ୍ଧ୍ୟାରେ ମୁହାଁମୁହିଁ ହେବେ ଭାରତ ଓ ମଙ୍ଗୋଲିଆ
ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍‌‌ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଭାରତ ସମେତ ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଏଥିରେ ଅଂଶଗ୍ରହଣ କରିବେ। ଫିଫା ମାନ୍ୟତାରେ ଭାରତ ୧୦୧ତମ ସ୍ଥାନରେ ରହିଥିବା ବେଳେ ଲେବାନନ ୯୯ତମ ସ୍ଥାନରେ ରହିଛି। ଭାନୁଆଟୁ ୧୬୪ ଓ ମଙ୍ଗୋଲିଆ ୧୮୩ତମ ସ୍ଥାନରେ ରହିଛି। ମାନ୍ୟତା ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ଲେବାନନ୍‌‌ ଭାରତଠାରୁ ଦୁଇଟି ସ୍ଥାନ ଉପରେ ରହିଛି। ତେଣୁ ଲେବାନନ୍‌‌ ଭାରତର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି ଭାବେ ଉଭା ହୋଇଛି। ଶୁକ୍ରବାର ଭାରତ ତା’ର ପ୍ରଥମ ମୁକାବିଲାରେ ମଙ୍ଗୋଲିଆକୁ ଭେଟିବ। ସେହିପରି ଏହି ଦିନ ଲେବାନନ ଓ ଭାନୁଆଟୁ ମଧ୍ୟ ମୁହାଁମୁହିଁ ହେବେ।
ଭାରତୀୟ କୋଚ୍‌‌ ଆଇଗର ଷ୍ଟିମାକ ଦଳର ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଅଛନ୍ତି। ଚାମ୍ପିଅନ ହେବାକୁ ଆମେ ପଡ଼ିଆକୁ ଓହ୍ଲାଇବୁ ବୋଲି ସେ କହିଛନ୍ତି। ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ସମ୍ମାଦିକ ସମ୍ମଳନୀରେ ସେ ଏହି କଥା କହିଛନ୍ତି। ଦୀର୍ଘ ୩ ସପ୍ତାହର କଠିନ ପରିଶ୍ରମ ଓ ଅଭ୍ୟାସ ପରେ ଆମେ ପ୍ରଥମଥର ପାଇଁ ମ୍ୟାଚ୍‌‌ ଖେଳିବାକୁ ଯାଉଛୁ। ଏହି ଟୁର୍ଣ୍ଣାମେଣ୍ଟ ନେଇ ଆମେ ବେଶ ଉତ୍ସାହିତ ଅଛି। ବିଜୟରୁ ଅଭିଯାନ ଆରମ୍ଭ କରିବା ସହ କ୍ୱାଲିଟି ଖେଳ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛୁ। ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହେବାକୁ ଆଶା କରୁଛୁ। ଏଥିପାଇଁ ଆମେ ଏଠାରେ ପହଞ୍ଚିଛୁ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ଅଛୁ। ଆମ ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟ ଖେଳି ଅନ୍ତର୍ଜାତୀୟସ୍ତରରେ ନିଜର ବହୁମୂଲ୍ୟ ଅଭିଜ୍ଞତା ହାସଲ କରିବା ସହ ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ପାଇବେ।
ମଙ୍ଗୋଲିଆକୁ ହାଲ୍‌‌କା ଭାବେ ନେବୁନାହଁ: ଷ୍ଟିମାକ
ଫିଫା ମାନ୍ୟତାରେ ବହୁ ତଳେ ଥିଲେ ମଧ୍ୟ ମଙ୍ଗୋଲିଆକୁ ଆଦୌ ହାଲକା ଭାବେ ନେବୁନାହିଁ। ମଙ୍ଗୋଲିଆ ପ୍ରତିଯୋଗିତାମୂଳକ ଓ ଆକମ୍ରଣାତ୍କ ଖେଳ ପ୍ରଦର୍ଶନ କରିଥାଏ। ଚାପରେ ମଙ୍ଗୋଲିଆ କାଉଣ୍ଟର ଆଟାକ କରିବାର ସିଦ୍ଧହସ୍ତ। ଖେଳାଳିମାନେ ଜାତୀୟ ଦଳରେ ସ୍ଥାନ ପାଇଥିବାର ଯଥାର୍ଥତା ପ୍ରତିପାଦନ କରିବେ ଓ ଏଥିରେ ସଫଳ ହେବେ। ଶାରିରୀକ ଓ ମାନସିକସ୍ତରରେ ଆମ ଖେଳାଳିମାନେ ଫିଟ୍‌‌ ରହିଛନ୍ତି। ତେବେ ଆମ ଖେଳାଳିମାନେ ଗତ କିଛିମାସ ହେବ ପ୍ରତିଯୋଗିତାମୂଳକ ଫୁଟବଲ ମ୍ୟାଚ୍‌‌ ଖେଳି ନାହାନ୍ତି। ଅନ୍ୟପଟେ ମଙ୍ଗୋଲିଆର ଜଣେ ଖେଳାଳି ବିଦେଶୀ କ୍ଲବ ପାଇଁ ଫୁଟବଲ ଖେଳିଛନ୍ତି। ବାକି ଖେଳାଳି ମଙ୍ଗୋଲିଆ ପ୍ରମିୟର ଲିଗ୍‌‌ (ଏମ୍‌‌ପିଏଲ୍‌‌) ପାଇଁ ଖେଳୁଛନ୍ତି ଓ ଏହି ଲିଗ୍‌‌ ଏବେ ମଧ୍ୟ ଚାଲୁଛି। ତେଣୁ ମଙ୍ଗୋଲିଆ ପାଇଁ ଏହା ସୁବିଧାଜନକ ସ୍ଥିତି ସୃଷ୍ଟି କରିଛି। ସ୍ପିଡ୍‌‌, ଟେକ୍‌‌ନିକ୍‌‌, ସକାରାତ୍ମକ ଖେଳ ଦ୍ୱାରା ଆମେ ମଙ୍ଗୋଲିଆକୁ ହରାଇବାକୁ ପ୍ରୟାସ କରିବୁ। ଘରୋଇ ପରିବେଶ ମଧ୍ୟ ଆମ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିବ। ଏହାପୂର୍ବରୁ ମଣିପୁରରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଆମେ ପ୍ରଥମଥର ପାଇଁ ଘରୋଇ ପରିବେଶରେ ଖେଳିଥିଲୁ। ବହୁ ସଂଖ୍ୟାରେ ଘରୋଇ ଦର୍ଶକ ଆମ ଚିୟର କରିଥିଲେ। ଏହା ଆମ ପାଇଁ ଲଭାଦାୟକ ସାବ୍ୟସ୍ତ ହୋଇଥିଲା। କଳିଙ୍ଗରେ ମଧ୍ୟ ଆମେ ଏଥିରୁ ଫାଇଦା ଉଠାଇବୁ।
କଳିଙ୍ଗରେ ପ୍ରଥମ ମ୍ୟାଚ୍‌‌ ଖେଳିବାକୁ ଉତ୍ସାହିତ ଅଛୁ: ଛେତ୍ରୀ
ଭାରତୀୟ ସିନିଅର ପୁରୁଷ ଫୁଟବଲ ଦଳ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳିବାକୁ ଯାଉଥିବାରୁ ଅଧିନାୟକ ସୁନୀଲ ଛେତ୍ରୀ ବେଶ୍‌‌ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି। ଏଠାରେ ଭାରତ ପୂର୍ବରୁ ମ୍ୟାଚ୍‌‌ ଖେଳି ନଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏଠାକାର ଆତିଥେୟ ନେଇ ସେ ସନ୍ତୋଷ ପ୍ରକଟ କରିଛନ୍ତି। ଟ୍ରେନିଂ ପିଚ୍‌‌ ସହିତ ମୁଖ୍ୟ ଷ୍ଟାଡିୟମ ଓ ଏଠାରେ ଉପଲବ୍ଧ ସବୁ ଭିତ୍ତିଭୂମି ନିଃସନ୍ଦେହରେ ବିଶ୍ୱସ୍ତରୀୟ। ଗତ ୩ ସପ୍ତାହ ଧରି ଆମେ ଏଠାରେ କଠିନ ପରିଶ୍ରମ କରିଛୁ। ତେଣୁ ମେଙ୍ଗୋଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌‌ ଖେଳିବାକୁ ଆମେ ବେଶ ଉତ୍ସାହିତ ରହିଛୁ। ଫାଇନାଲ ସହିତ ଆମେ ମୋଟ୍‌‌ ଉପରେ ଏଠାରେ ୪ଟି ମ୍ୟାଚ୍‌‌ ଖେଳି ଚାମ୍ପିଅନ ହେବା ଲକ୍ଷ୍ୟରେ ରହିଛୁ। ଯୁବ ଖେଳାଳିମାନଙ୍କୁ ସବୁବେଳେ ସାହାଯ୍ୟ ଓ ଉତ୍ସାହିତ କରିବାକୁ ପ୍ରସ୍ତୁତ ଅଛି। ଭାରତୀୟ ଦଳ ପାଇଁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ। ତେଣୁ ଯେଉଁ ନୂଆ ଖେଳାଳି ଭାରତୀୟ ଦଳରେ ଯୋଗ ଦେବେ ତାଙ୍କୁ ଆମେ ଦାୟିତ୍ୱବୋଧତାର ଶିକ୍ଷା ଦେଇଥାଉ। ଜାତୀୟ କ୍ୟାମ୍ପରେ ସବୁ ଖେଳାଳି ମୌଳିକ ଆବଶ୍ୟକତା ନେଇ ଅବଗତ ରହିବା ଉଚିତ। ଭାରତରେ ଫୁଟବଲକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି ଓ ଏହା ଶୁଭଙ୍କର। ଏସିଆକପ୍‌‌ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତିରେ ସହାୟ ହେବ ବୋଲି କହିବା ଏବେ ଠିକ୍‌‌ ହେବ ନାହିଁ। ଏବେ ଆମେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌‌ ଓ ମଙ୍ଗୋଲିଆ ବିପକ୍ଷ ମ୍ୟାଚ୍‌‌ ବିଷୟରେ ଚିନ୍ତା କରୁଛୁ। ଏଠାକାର ଉଷ୍ଣ ଓ ଆଦ୍ର ପରିବେଶ ଭାରତ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିବନାହିଁ। କିନ୍ତୁ ୩ ସପ୍ତାହ ହେବ ଆମେ ଏଠାରେ ପହଞ୍ଚିଥିବାରୁ ଫାଇଦାରେ ରହିବୁ। ମଙ୍ଗୋଲିଆ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥାଏ। ତେଣୁ ଫିଫା ମାନ୍ୟତାରେ ଯଥେଷ୍ଟ ତଳେ ଥିଲେ ମଧ୍ୟ ଆମେ ଏହି ମ୍ୟାଚ୍‌‌କୁ ଯଥେଷ୍ଟ ଗୁରୁତ୍ୱ ଦେଉଛୁ। ବିଜୟରୁ ଅଭିଯାନ ଆରମ୍ଭ କରିବୁ ଓ ଶେଷରେ ଚାମ୍ପିଅନ ହେବାକୁ ପ୍ରୟାସ କରିବୁ ବୋଲି ଛେତ୍ରୀ କହିଛନ୍ତି।
ଭୁବନେଶ୍ୱର (ପ୍ରସନ୍ନଜିତ ମହାଳିକ): ଅତୀତର କଳିଙ୍ଗ ଯେପରି ତା’ର କଳାସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ଐତିହ୍ୟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ଥିଲା, ଆଜି ସେହି ଗରିମାକୁ ଆଗକୁ ବଢ଼଼ାଇଛି ଐତିହ୍ୟ ନଗରୀ ଭୁବନେଶ୍ୱରରେ ଦଣ୍ଡାୟମାନ କଳିଙ୍ଗ ଷ୍ଟାଡିୟମ୍‌‌। ୧୯୭୮ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଐତିହାସିକ କଳିଙ୍ଗ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଯାହା ଆଜି ଲକ୍ଷଲକ୍ଷ କ୍ରୀଡ଼ାବିତ୍‌‌ଙ୍କ ପାଇଁ ଅସମ୍ଭବ ସମ୍ଭାବନା ସୃଷ୍ଟି କରିବା ସହିତ ସେମାନଙ୍କ ସ୍ୱପ୍ନକୁ ବାସ୍ତବତାର ରୂପ ଦେଇଛି। କେବଳ ଯେ, ଓଡ଼ିଶାର ହଜାର କ୍ରୀଡ଼ାବିତ୍‌‌ଙ୍କ ସ୍ୱପ୍ନକୁ ଏହା ସାକାର କରିଛି ତାହା ନୁହେଁ; ବିଦେଶୀ ଖେଳାଳିଙ୍କ ମଧ୍ୟରେ ଏହା ଭାରତର ଏକ ଆଗଧାଡ଼ିର ଷ୍ଟାଡିୟମ୍‌‌ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛି। ଦୁଇ ଦୁଇଥର ପୁରୁଷ ହକି ବିଶ୍ୱକପ୍‌‌ ଆୟୋଜନ ହେଉ ଅଥବା ଜାତୀୟ କିମ୍ବା ଅନ୍ତର୍ଜାତୀୟ ଆଥଲେଟିକ୍‌‌ ମିଟ୍‌‌; ‘କଳିଙ୍ଗ’ର ସୁବିଧା ଏବଂ ଆତିଥ୍ୟେୟତାରେ ଦେଶ ବିଦେଶର ଖେଳାଳିଙ୍କ ଦ୍ୱାରା ବେଶ୍‌‌ ଉଚ୍ଚ ପ୍ରଶଂସିତ ହୋଇଛି। ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ ପାଇଁ କଳିଙ୍ଗ ଏବେ ଦେଶର ଏକ ପ୍ରମୁଖ ଠିକଣା ପାଲଟିଛି। କଳିଙ୍ଗ ଷ୍ଟାଡିୟମ୍‌‌ର ସୌନ୍ଦର୍ଯ୍ୟକରଣରେ ମନ୍ତ୍ରମୁଗ୍ଧ ହୋଇଛନ୍ତି ବିଦେଶୀ କ୍ରୀଡ଼ାବିତ୍‌‌ ଓ ଗଣମାଧ୍ୟମ। ବିଶେଷକରି ହକି ପାଇଁ ଆମ ରାଜ୍ୟ ଓଡ଼ିଶା ଓ କଳିଙ୍ଗ ଷ୍ଟାଡିୟମ୍‌‌ ସାରାବିଶ୍ୱରେ ଯେପରି ପରିଚିତି ହାସଲ କରିଛି ଏହା ବାସ୍ତବରେ ଅଦ୍ଭୁତପୂର୍ବ। କଳିଙ୍ଗ ଷ୍ଟାଡିୟମ୍‌‌ର ଏହି ନବକଳେବରକୁ ନେଇ ଆମର ଏଇ ସ୍ୱତନ୍ତ୍ର ଉପସ୍ଥାପନା…
ହକି ଲାଗି ବିଶ୍ୱରେ ପରିଚିତ
କଳିଙ୍ଗ ଷ୍ଟାଡିୟମ ହେଉଛି ଭାରତ ଓ ବିଶ୍ୱର ପ୍ରଥମ ଷ୍ଟାଡିୟମ, ଯେଉଁଠି ଲଗାତର ଦୁଇଥର ପୁରୁଷ ହକି ବିଶ୍ୱକପ୍‌‌ ଆୟୋଜନ କରାଯାଇପାରିଛି। ୨୦୧୮ରେ ପ୍ରଥମଥର ଲାଗି ଏବଂ ଏହାର ଠିକ୍‌‌ ୫ ବର୍ଷ ପରେ ଅର୍ଥାତ୍‌‌ ୨୦୨୩ରେ ଦ୍ୱିତୀୟଥର ଲାଗି ପୁରୁଷ ହକି ବିଶ୍ୱକପ୍‌‌ ସଫଳତାର ସହ ସମାପନ କରି ବିଶ୍ୱ କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛି କଳିଙ୍ଗ। ହକି ଲାଗି ବିଶ୍ୱରେ କଳିଙ୍ଗ ପରିଚିତ ହେବା ସହ ଓଡ଼ିଶାର ଗରିମା ମଧ୍ୟ ବଢ଼଼ାଇଛି। ପାଞ୍ଚ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଓ ଆଧୁନିକ ଟର୍ଫ ପିଚ୍‌‌କୁ ନେଇ ପ୍ରଥମେ ୨୦୧୦ରେ କଳିଙ୍ଗ ହକି ଷ୍ଟାଡିୟମ ନିର୍ମାଣ ଆରମ୍ଭ କରାଯାଇଥିଲା। ଯାହା ପରବର୍ତ୍ତୀ ସମୟରେ ୧୫ହଜାର ଦର୍ଶକ ବସିବା ଭଳି କ୍ଷମତା ଧାରଣ କରିଛି। ୨୦୧୪ରେ ହକି ଚାମ୍ପିଅନ୍ସ ଟ୍ରଫି ଆୟୋଜନ ସହ କଳିଙ୍ଗରେ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ପାଦ ଥାପିଥିଲା। ଏଠାରେ ଥିବା ଆଧୁନିକ ଆଷ୍ଟ୍ରୋ ଟର୍ଫ ରାଜ୍ୟର ଉଦୀୟମାନ ଯୁବ ହକି ଖେଳାଳିଙ୍କୁ ପ୍ରଥମଥର ଲାଗି ଏହି ପିଚ୍‌‌ରେ ଖେଳିବାର ସୁଯୋଗ ଦେଇଥିଲା। ଏହି ସୁଯୋଗ ହିଁ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରଦର୍ଶନରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାରେ ସହାୟତା ହୋଇଛି।
ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଗୌରବମୟ ଦଶନ୍ଧି
କଳିଙ୍ଗ ଷ୍ଟାଡିୟମରେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳତା ସହ ସମାପନ କରାଯାଇଛି। ଯେଉଁଥିପାଇଁ କ୍ରୀଡ଼ା କ୍ଷେତ୍ରରେ ଆସିଛି ବିରାଟ ପରିବର୍ତ୍ତନ। କ୍ରୀଡ଼ା ଭିତ୍ତିଭୂମିର ହୋଇଛି ରୂପାନ୍ତରଣ; କ୍ରୀଡାବିତ୍‌‌ ହୋଇଛନ୍ତି ସଶକ୍ତୀକରଣ। କ୍ରୀଡ଼ାବିତ୍‌‌ଙ୍କ ଭବିଷ୍ୟତ ଗଢ଼ିବା ସହ କ୍ରୀଡ଼ା କ୍ଷେତ୍ରରେ ଗୌରବମୟ ଦଶନ୍ଧି ସୃଷ୍ଟି ହୋଇଛି। ଦୁଇଥର ଲେଖାଏଁ ପୁରୁଷ ହକି ବିଶ୍ୱକପ୍‌‌ର ଆୟୋଜନରେ ଉଲ୍ଲେଖନୀୟ ସଫଳତା ପରେ ଓଡ଼ିଶା ହାତେଇଛି କ୍ରୀଡ଼ା ରାଜଧାନୀର ହବ୍‌‌। ଏପରିକି ‘୨୦୩୩ ଯାଏଁ ହକି ଇଣ୍ଡିଆ ପ୍ରାୟୋଜକ ରହିଛି ଓଡ଼ିଶା’। ହକି ୱାଲ୍ଡକପ୍‌‌ ସମୟରେ ଖେଳ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କ୍ରୀଡ଼ାବିତ୍‌‌ଙ୍କ ମନରେ ନୂତନ ଉନ୍ମାଦ ଭରିଥିଲା ଓଲି ଲ୍ୟାଣ୍ଡ୍‌‌। କ୍ରୀଡ଼ା ରାଜଧାନୀରେ ପରିଣତ କରିବା ସହ ଓଡ଼ିଶାର ପର୍ଯ୍ୟଟନକୁ ବିକାଶ କରିବା ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜନ କରିବାର କ୍ଷମତାର ଦୃଷ୍ଟିରେ ରଖି ବର୍ତ୍ତମାନ ନିବେଶକଙ୍କୁ ଆକୃଷ୍ଟ କରୁଥିବା ଭାରତର ଶ୍ରେଷ୍ଠ ୫ଟି ସହର ମଧ୍ୟରେ ଭୁବନେଶ୍ୱର ତୃତୀୟ ସ୍ଥାନରେ ରହିଛି।
ରୂପାନ୍ତରଣର ମୁଖ୍ୟ ରୂପକାର ‘ନବୀନ’
ବର୍ତ୍ତମାନର ଓଡ଼ିଶା ସରକାର ସର୍ବଦା କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ହିଁ ଓଡ଼ିଶା ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଓଡ଼ିଶାରେ ବର୍ତ୍ତମାନ ଉପଲବ୍ଧ କ୍ରୀଡ଼ା ଭିତ୍ତିଭୂମି ଦେଶର ଅନ୍ୟରାଜ୍ୟ ପାଇଁ ପ୍ରେରଣା ସୃଷ୍ଟିକରିଛି। ରାଜ୍ୟର କ୍ରୀଡ଼ା ବଜେଟ୍‌‌ ଅନ୍ୟ ବୃହତ୍‌‌ ରାଜ୍ୟ ତୁଳନାରେ ବହୁ ଅଧିକ। କ୍ରୀଡ଼ାର ବିକାଶ ଓ ଭିତ୍ତିଭୂମି ନିର୍ମାଣ ସହ ରାଜ୍ୟର କୋଣ ଅନୁକୋଣରୁ କ୍ରୀଡ଼ା ପ୍ରତିଭା ଚିହ୍ନଟ ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ବ୍ୟୟ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ଲକ୍ଷ୍ୟ ‘ୟୁଥ୍‌‌ ଆଣ୍ଡ ୟୁଥ୍‌‌ ଫର ଫ୍ୟୁଚର’ ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ଆଗକୁ ବଢ଼଼ିବାକୁ ବେଶ୍‌‌ ସହାୟକ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ହକିଠୁ ସନ୍ତରଣ; ଟେନିସ୍‌‌ଠୁ ବ୍ୟାଡ୍‌‌ମିଣ୍ଟନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ରୀଡ଼ା କ୍ଷେତ୍ରରେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରି ରାଜ୍ୟ ସରକାର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏହିକ୍ରମରେ ଆଥଲେଟିକ୍ସ କ୍ଷେତ୍ରରେ ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ିହେବାକୁ ଯାଉଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ‘ଦେଶର ପ୍ରଥମ ଇଣ୍ଡୋର ଆଥ୍‌‌ଲେଟିକ ଷ୍ଟାଡ଼ିୟମ’ ନିର୍ମାଣ କଳିଙ୍ଗ ପରିସରରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏଥସହ ‘ବ୍ୟାଡ୍‌‌ମିଣ୍ଟନ ଉତ୍କର୍ଷ କେନ୍ଦ୍ର, ସ୍ପୋର୍ଟସ୍‌‌ କ୍ଳାଇମ୍ବିଙ୍ଗ୍‌‌ ୱାଲ୍‌‌, ଅଭିନବ ବିନ୍ଦ୍ରା ଟାର୍ଗେଟ୍‌‌ ଓ ପରଫର୍‌‌ମାନ୍ସ କେନ୍ଦ୍ର, ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର ଓ ସନ୍ତରଣାଗାର’ ଆଦି କଳିଙ୍ଗ ଷ୍ଟାଡିୟମର ଶୋଭା ବଢ଼଼ାଉଛି।
‘ଫିଫା’ ମାନର ଫୁଟବଲ୍‌‌ ଷ୍ଟାଡିୟମ୍‌‌
କେବଳ ହକି ନୁହେଁ ଫୁଟ୍‌‌ବଲ ମ୍ୟାଚ୍‌‌ ଆୟୋଜନ କରି ଅନ୍ତର୍ଜାତୀୟ ସ୍ତରରେ ଚମକିଛି କଳିଙ୍ଗ ଷ୍ଟାଡିୟମ୍‌‌। ଗତବର୍ଷ ୧୭ ବର୍ଷରୁ କମ୍‌‌ ବାଳିକା ଫିଫା ବିଶ୍ୱକପ୍‌‌ ଆୟୋଜନ କରି ‘ଫିଫା’ ମାନର ଫୁଟବଲ୍‌‌ ଷ୍ଟାଡିୟମର ମାନ୍ୟତା ପାଇଛି କଳିଙ୍ଗ ଷ୍ଟାଡିୟମ। ଏହି ଫିଫା ବାଳିକ ବିଶ୍ୱକପ୍‌‌ ପୂର୍ବରୁ ନୂଆରୂପ ପାଇଥିଲା କଳିଙ୍ଗର ମୁଖ୍ୟ ଷ୍ଟାଡିୟମ। ଫୁଟ୍‌‌ବଲ ମ୍ୟାଚ୍‌‌ ଲାଗି ସାଧାରଣ ଘାସକୁ ଉଠାଇ ଏଠାରେ ସ୍ୱତନ୍ତ୍ର ଘାସ ଗାଲିଚାର ଚାଦର ବିଛାଯାଇଥିଲା। ଏପରିକି ବର୍ଷା ହେଲେ ପଡ଼ିଆରୁ ପାଣି ନିଷ୍କାସନର ସ୍ୱତନ୍ତ୍ର ବ୍ୟବସ୍ଥା ଓ ନୂଆ ରୂପରେ ସୁସଜ୍ଜିତ ଗ୍ୟାଲେରି ଗଢ଼ାଯାଇଥିଲା। ଆଉ ୧୨ ହଜାର ଦର୍ଶକ ଗ୍ୟାଲେରିରେ ବସି ଖେଳ ଦେଖିବାର ବ୍ୟବସ୍ଥା କରାଯାଇଥିଲା। ସେହିଭଳି ‘ଫିଫା’ ମାନର ଫୁଟବଲ୍‌‌ ଷ୍ଟାଡିୟମ ହେବାପରେ କଳିଙ୍ଗରେ ୩ରୁ ୪ଟି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇସାରିଛି।
‘ମାଟି ଟ୍ରାକ୍‌‌ରୁ ସିନ୍ଥେଟିକ୍‌ ଟ୍ରାକ୍‌‌’
କଳିଙ୍ଗର ମୁଖ୍ୟ ଷ୍ଟାଡିୟମରେ ପୂର୍ବରୁ ଥିବା ମାଟି ଟ୍ରାକ୍‌‌ ନବକଳେବର ହୋଇ ନୂତନ ୮ ଲେନ୍‌‌ ବିଶିଷ୍ଟ ସିନ୍ଥେଟିକ ଦୌଡ଼କୁଦ ଟ୍ରାକ୍‌‌ରେ ରୂପାନ୍ତରିତ ହୋଇସାରିଛି। ୨୦୧୭ରେ ଅନୁଷ୍ଠିତ ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗତିତା ପୂର୍ବରୁ ଏହି ଟ୍ରାକ୍‌‌କୁ ନବୀକରଣ କରାଯାଇଥିଲା। ପରେ ୪୧ଟି ଦେଶର ୫୬୦ କ୍ରୀଡ଼ାବିତ୍‌‌ଙ୍କୁ ନେଇ ଏସିଆର ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ କ୍ରୀଡ଼ାବିତ୍‌‌ଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଯାହା ଆମ ରାଜ୍ୟ ପାଇଁ ଆଉ ଏକ ଗୌରବର ବିଷୟ। ଦୌଡ଼କୁଦ ଇଭେଣ୍ଟରେ ଅଲିମ୍ପିକ୍‌‌ସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା ମଧ୍ୟ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏଠାରେ କିଛିଦିନ ଅଭ୍ୟାସ କରିଛନ୍ତି। ଯାହା ବାସ୍ତବରେ ରାଜ୍ୟ କ୍ରୀଡ଼ାଜଗତ ପାଇଁ ଗୌରବର ବିଷୟ। ସେଭଳି ଷ୍ଟାଡିୟମ ଭିତରେ ଲମ୍ବା ଏବଂ ଉଚ୍ଚଡିଆଁ, ଜାଭେଲିନ୍‌‌, ସଟ୍‌‌ଫୁଟ୍‌‌ର ଭଳି ଖେଳର ବ୍ୟବସ୍ଥା ରହିଛି।
ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର ଓ ସନ୍ତରଣାଗାର
ଆଥ୍‌‌ଲେଟିକ୍ସ ଓ ହକି ପରେ କଳିଙ୍ଗ ଷ୍ଟାଡିୟମ୍‌‌ରେ କାର୍ଯ୍ୟକ୍ଷମ ହୋଇଛି ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର। ଏହି ଉଚ୍ଚକ୍ଷମତା ସମ୍ପନ୍ନ ପ୍ରଶିକ୍ଷଣ କେନ୍ଦ୍ର ଲାଗି ଓଡ଼ିଶା ସରକାର ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି। ଖ୍ୟାତନାମା କ୍ରିକେଟର୍‌‌ ଅନୀଲ କୁମ୍ବଲେଙ୍କ ‘ଟେନଭିକ୍‌‌ ସ୍ପୋର୍ଟ୍ସ’ ଏହି କେନ୍ଦ୍ରର ପରିଚାଳନା ଦାୟିତ୍ୱରେ ରହିଛି। ପ୍ରଶିକ୍ଷଣ, ଶିକ୍ଷା, ଜିମ୍‌‌, ଖାଦ୍ୟପେୟ ସହ ଆଉ ସବୁକିଛି ଟେନ୍‌‌ଭିକ୍‌‌ ସ୍ପୋର୍ଟସ ବୁଝୁଛି। ଏଠାରେ ୧୦ରୁ ୧୭ ବର୍ଷ ବୟସର ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ରହିଛି। ପ୍ରତିଯୋଗିତା ପାଇଁ ଗୋଟିଏ ଓ ପ୍ରଶିକ୍ଷଣ ଲାଗି ୧୨ଟି ପ୍ଲାଟଫର୍ମ ରହିଛି। ଅନ୍ୟପଟେ ସନ୍ତରଣରେ କ୍ୟାରିଅର ଗଢ଼ିବା ଲାଗି ଲକ୍ଷ୍ୟ ରଖିଥିବା ଯୁବ ପ୍ରତିଭାଙ୍କ ଲାଗି କଳିଙ୍ଗରେ ବିଜୁ ପଟ୍ଟନାୟକ ସନ୍ତରଣାଗାର ମଧ୍ୟ ରହିଛି। ଏଠାରେ ୨୫ ଓ ୫୦ମିଟର ବିଶିଷ୍ଟ ଅଲିମ୍ପିକ୍‌‌ ମାନର ସନ୍ତରଣାଗାର, ଉଭୟ ପୁରୁଷ ଓ ମହିଳାଙ୍କ ଲାଗି ଲକର୍‌‌ ରହିଛି। ସେହିଭଳି ଏଠାରେ ୩୦୦ ଦର୍ଶକଙ୍କ ଲାଗି ଗ୍ୟାଲେରି ସୁବିଧା ମଧ୍ୟ ଉପଲବ୍ଧ। ନିକଟରେ ୪୮ ତମ ଜାତୀୟ ସନ୍ତରଣ ପ୍ରତିଯୋଗିତା ଏଠାରେ ଅନୁଷ୍ଠିତ ହୋଇଯାଇଛି। ସେହିଭଳି ଗ୍ରୀଷ୍ମକାଳୀନ ସନ୍ତରଣ ପ୍ରଶିକ୍ଷଣ ଆୟୋଜନ କରି ଏହି କ୍ରୀଡ଼ାରେ କ୍ୟାରିଅର ଗଢ଼ିବା ଲାଗି ମଧ୍ୟ ସୁଯୋଗ ଦିଆଯାଉଛି।
ଅଭିନବ ବିନ୍ଦ୍ରା ଟାର୍ଗେଟ୍‌‌ ଓ ପରଫର୍‌‌ମାନ୍ସ କେନ୍ଦ୍ର
ବନ୍ଧୁକଚାଳନା କ୍ଷେତ୍ରରେ ଦକ୍ଷତା ଦେଖାଇ ପ୍ରତିଭାବାନ ହେବେ ଖେଳାଳି। କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଅଭିନବ ବିନ୍ଦ୍ରା ଟାର୍ଗେଟ୍‌‌ ଓ ପରଫର୍‌‌ମାନ୍ସ କେନ୍ଦ୍ର ରାଜ୍ୟର କ୍ରୀଡ଼ାବିତ୍‌‌ଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବାରେ ବେଶ୍‌‌ ସହାୟକ ହେଉଛି। ଏଠାରେ ୧୦ ମିଟର ସୁଟିଂ ରେଞ୍ଜ ରହିଛି। ଏଥିରେ ମୋଟ ୨୦ଟି ଟାର୍ଗେଟ୍‌‌ ରହିଛି। ଯେଉଁଥିରେ ୧୦ଟି ଇଲେକ୍ଟ୍ରୋନିକ ଟାର୍ଗେଟ୍‌‌ ଓ ୧୦ଟି ଇଲେକ୍ଟ୍ରିକାଲ ଟାର୍ଗେଟ୍‌‌ ରହିଛି। ସେହିପରି ଦୁଇଟି ଆନ୍ତର୍ଜାତିକ ମାନର କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଆଧୁନିକ ଚିକିତ୍ସା ଓ ଉପକରଣ ଆଦିର ବ୍ୟବସ୍ଥା ରହିଛି। ଯାହା ଆଘାତପ୍ରାପ୍ତ କ୍ରୀଡ଼ାବିତ୍‌‌ଙ୍କ ଚିକିତ୍ସା ଓ ପୁନର୍ବାସ କ୍ଷେତ୍ରେର ବେଶ୍‌‌ ସହାୟକ ହୋଇଛି। ଏହାକୁ ବିଶେଷଜ୍ଞମାନେ ପରିଚାଳନା କରୁଛନ୍ତି।
ହକି ଉତ୍କର୍ଷ କେନ୍ଦ୍ର
କଳିଙ୍ଗ ଷ୍ଟାଡିୟମ୍‌‌ରେ ଓଡ଼ିଶା ସରକାର ଓ ଟାଟା ଷ୍ଟିଲ ଆଣ୍ଡ୍‌‌ ଟାଟା ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରତିଷ୍ଠା କରାଯାଇଛି ଅତ୍ୟାଧୁନିକ ଓଡ଼ିଶା ଟାଟା ନାଭାଲ ହକି ହାଇପର୍‌‌ଫର୍ମାନ୍ସ ସେଣ୍ଟର। ଉଦୀୟମାନ ଖେଳାଳିଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ କରାଯାଇ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତ କରିବା ଲକ୍ଷ୍ୟ ରଖାଯାଇଛି। ଏହାକୁ ପେସାଦାର ଫିଲ୍ଡ ହକି ପ୍ରଶିକ୍ଷଣ କେନ୍ଦ୍ର ଭାବେ ମଧ୍ୟ ବିବେଚନା କରାଯାଇଥାଏ। ୨୦୧୯ ଅଗଷ୍ଟ ୧୩ ତାରିଖରୁ କାର୍ଯ୍ୟକ୍ଷମ ହୋଇଥିବା ଏହି ଅତ୍ୟାଧୁନିକ ସେଣ୍ଟରଟି ସମସ୍ତ ପ୍ରକାର ହକି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ତାହାର ଉପସ୍ଥିତି ଜାହିର କରିସାରିଛି। ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳାଳି ତଥା ଟାଟା ଇଣ୍ଡିଆରେ କାମ କରୁଥିବା ରାଜୀବ ସେଠଙ୍କୁ ପ୍ରୋଜେକ୍ଟ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି। ଖେଳାଳି ରହିବା ଲାଗି ୨ଜଣ ଲେଖାଏଁ ରହିବା ଲାଗି ୪୮ଟି ପ୍ରକୋଷ୍ଠ, ସୁସ୍ଥତା କେନ୍ଦ୍ରର ବ୍ୟବସ୍ଥା ରହିଛି।
ଯୋଡ଼ିହୋଇଛି ୫ ମେଗା ପ୍ରକଳ୍ପ
କଳିଙ୍ଗ ଷ୍ଟାଡିୟମ୍‌‌କୁ ଭାରତର ଏକ ନମ୍ୱର ଷ୍ଟାଡିୟମରେ ପରିଣତ କରିବାକୁ ରାଜ୍ୟ ସରକାର ବିଭିନ୍ନ ଘରୋଇ ଉଦ୍ୟୋଗୀଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ନିର୍ମାଣ ପାଇଁ ୫ଟି ମେଗା ପ୍ରକଳ୍ପ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ହକି ଓ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ର(ଏଚ୍‌‌ପିସି), ଦୌଡ଼କୁଦ ଲାଗି ଇଣ୍ଡୋର ଷ୍ଟାଡିୟମ, ସ୍ପୋର୍ଟ୍ସ ସାଇନ୍ସ, ଆକ୍ୱାଟିକ ସେଣ୍ଟର (ଜଳକ୍ରୀଡ଼ା) ନିର୍ମାଣ ଚାଲିଛି। ରାଜ୍ୟର କ୍ରୀଡ଼ାପ୍ରତିଭାଙ୍କୁ ଅତ୍ୟାଧୁନିକ ସୁବିଧାସୁଯୋଗ ଦେବା ସହିତ ଅଲିମ୍ପିକ ପାଇଁ ପ୍ରସ୍ତୁତି କରିବା ଏହାର ମୂଳ ଉଦ୍ଦେଶ୍ୟ।
ଦେଶର ପ୍ରଥମ ଇନ୍‌‌ଡୋର୍‌‌ ଷ୍ଟାଡ଼ିୟମ୍ ରାଜ୍ୟ ପାଇଁ ସୁନାମ: ଭିନିଲ କ୍ରୀଷ୍ଣା
ବର୍ଷା ହେଉ କି ଖରା; ସବୁ ଋତୁରେ ଖେଳାଳି ଅଭ୍ୟାସ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ଆଥଲେଟିକ୍ସ ପ୍ରତିଯୋଗିତା ବିନା ବାଧାରେ ଖେଳାଯାଇପାରିବ। କଳିଙ୍ଗ ଷ୍ଟାଡିୟମ ପରିସରରେ ଦେଶର ପ୍ରଥମ ଇଣ୍ଡୋର୍‌‌ ଆଥଲେଟିକ୍ସ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୧୨୦ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ଇନ୍‌‌ଡୋର ଆଥଲେଟିକ ଷ୍ଟାଡିୟମ ନିର୍ମିତ ହୋଇଛି। ଏହାସହ ପୂର୍ଣ୍ଣ ସମୟ କୋଚିଂ ପାଇଁ ୧୦୦ରୁ ଅଧିକ ଅନ୍ତର୍ଜାତୀୟ ଆଥଲେଟ୍ସ ଏଠାରେ ରହି କୋଚିଂ ନେବାର ସୁବିଧା ରହିଛି। ସେହିପରି ଇନ୍‌‌ଡୋର୍‌‌ ଆଥଲେଟିକ୍ସ ଷ୍ଟାଡ଼ିୟମ ଖେଳାଳିଙ୍କ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ସାଧାରଣତଃ ବର୍ଷା ଋତୁରେ କ୍ରୀଡ଼ା ଆୟୋଜନ କରିବା ଓ ଖେଳାଳିମାନେ ଅଭ୍ୟାସ କରିବାରେ ସମସ୍ୟା ଦେଖାଯାଇଥାଏ। ଏହି ଇନ୍‌‌ଡୋର ଆଥଲେଟିକ୍ସ ଷ୍ଟାଡ଼ିୟମ ନିର୍ମାଣ ହେବା ପରେ ଏହି ସମସ୍ୟାରୁ ମୁକ୍ତି ମିଳିବ। ଖେଳାଳିଙ୍କ ବିକାଶ ଓ ଆଗାମୀ ଦିନରେ ଅଧିକରୁ ଅଧିକ ଚାମ୍ପିଅନ୍‌‌ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଇନ୍‌‌ଡୋର୍‌‌ ଆଥଲେଟିକ୍ସ ଷ୍ଟାଡିୟମ ଆରମ୍ଭ ହେବା ପରେ ଆଥଲେଟିକ୍ସ କ୍ଷେତ୍ରରେ ଓଡ଼ିଶା ସୁନାମ ଅର୍ଜନ କରିବ ବୋଲି କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ସୂଚନା ଦେଇଛନ୍ତି।
‘ବ୍ୟାଡ୍‌‌ମିଣ୍ଟନ୍‌‌ ଉତ୍କର୍ଷ କେନ୍ଦ୍ର’
ବ୍ୟାଡମିଣ୍ଟନ ହାଇପରଫର୍‌‌ମାନ୍ସ ସେଣ୍ଟର ପାଇଁ କଳିଙ୍ଗ ଷ୍ଟାଡିୟମରେ ‘ସଟଲ କକ୍‌‌’ ଆକୃତିର ଏକ ବିଲ୍ଡିଂ ନିର୍ମାଣ କରାଯାଉଛି। ସ୍ୱତନ୍ତ୍ର ପ୍ରଣାଳୀରେ ନିର୍ମିତ ଏହି ‘ସଟଲ୍‌‌କକ୍‌‌’ ଲାଇଟ୍‌‌ ସମଗ୍ର ଅଞ୍ଚଳକୁ ଆଲୋକିତ କରିବ। ଡାଲମିଆ ଗ୍ରୁପ ଏବଂ ପୁଲେଲା ଗୋପିଚାନ୍ଦ ବ୍ୟାଡ୍‌‌ମିଣ୍ଟନ ଫାଉଣ୍ଡେସନର ମିଳିତ ପ୍ରୟାସରେ ଏହି ସ୍ୱତନ୍ତ୍ର ଡିଜାଇନର ବ୍ୟାଡ୍‌‌ମିଣ୍ଟନ ଏକାଡେମୀର ନିର୍ମାଣାଧୀନ ରହିଛି। ଏହାକୁ ଦେଶର ଅନ୍ୟତମ ଶ୍ରେଷ୍ଠ ବ୍ୟାଡ୍‌‌ମିଣ୍ଟନ ଏକାଡେମୀ ଭାବେ ପ୍ରସ୍ତୁତ କରାଯାଉଛି। ବ୍ୟାଡ୍‌‌ମିଣ୍ଟନ ଉତ୍କର୍ଷ କେନ୍ଦ୍ର ପରିସରରେ ଏକକାଳୀନ ୮ଟି ବ୍ୟାଡ୍‌‌ମିଣ୍ଟନ କୋଟ ରହିବ। ଗ୍ୟାଲେରିରେ ୫୦୦ ଦର୍ଶକ ଖେଳ ଦେଖିବାର ବ୍ୟବସ୍ଥା ରହିଛି। ଏଠାକୁ ଖ୍ୟାତନାମା ଖେଳାଳି ଓ ପ୍ରଶିକ୍ଷକମାନେ ଆସିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳ ଅନୁଷ୍ଠିତ ହେବ।
ଅଲିମ୍ପିକ୍‌ ମାନର ଜଳକ୍ରୀଡ଼ା ବା ଆକ୍ୱାଟିକ୍‌‌ କମ୍ପ୍ଳେକ୍ସ
କ୍ରୀଡ଼ା କ୍ଷେତ୍ରରେ ବିଶ୍ୱ ଦରବାରରେ ଆହୁରି ପରିଚିତ ହେବ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ। ହକି ଓ ଫୁଟବଲ୍‌‌ ଓ ଅନ୍ୟ ଦୌଡ଼କୁଦ ଖେଳ ପରେ ଜଳକ୍ରୀଡ଼ାସ୍ଥଳ ହେବାକୁ ଯାଉଛି କଳିଙ୍ଗ ଷ୍ଟାଡିୟମ। ଏଠାରେ ଅଲିମ୍ପିକମାନର ଜଳକ୍ରୀଡ଼ା ବା ଆକ୍ୱାଟିକ୍‌‌ କମ୍ପେ୍ଲକ୍ସ ନିର୍ମାଣ ଚାଲୁଛି। ୭୫ ମିଟର ବିଶିଷ୍ଟ ଅଲିମ୍ପିକମାନର ସନ୍ତରଣାଗାର ସହ ଏକ ହଜାର ଦର୍ଶକଙ୍କ ଲାଗି ଗ୍ୟାଲେରି ନିର୍ମାଣ କାର୍ଯ୍ୟ ପ୍ରସ୍ତୁତ ଚାଲିଛି। ଏଥିରେ ଜଳକ୍ରୀଡ଼ାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତା ଆୟୋଜନ ହେବାର ସୁବିଧା ରହିବ। ରାଜ୍ୟ ଯୁବ ସନ୍ତରଣକାରୀଙ୍କୁ ଆଗକୁ ବଢ଼଼ିବା କ୍ଷେତ୍ରରେ ଏହା ନିଶ୍ଚିତ ରୂପେ ସହାୟକ ହେବ। ଉକ୍ତ କେନ୍ଦ୍ରରେ ୨ଜଣ ଲେଖାଏଁ ରହିବା ୨୬ଟି ଆବାସସ୍ଥଳ, ଜିମ୍ନାସିୟମ, କ୍ରୀଡ଼ା ପୁନର୍ବାସ, ସୁସ୍ଥତା କେନ୍ଦ୍ର ଆଦି ରହିଛି।
‘ଅତ୍ୟାଧୁନିକ ଜିମ୍ନାଷ୍ଟିକ୍‌ ହଲ୍‌‌’
ଇଣ୍ଡୋର ଜିମ୍ନାଷ୍ଟିକ ସେଣ୍ଟରକୁ ଅତ୍ୟାଧୁନିକ ଭାବରେ ନିର୍ମାଣ କରାଯାଇଛି। ଜିମ୍ନାଷ୍ଟିକ ହଲ୍‌‌ରେ ବିଦେଶୀ ସରଞ୍ଜାମ ଲଗାଯାଇଛି। ୪୦୦ ଦର୍ଶକ ବସିବା ଭଳି କ୍ଷମତା ବିଶିଷ୍ଟ ସେଣ୍ଟରରେ ସେଣ୍ଟ୍ରାଲ ଏସି ସୁବିଧା ରହିଛି। ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ସେହିପରି କଳିଙ୍ଗ ଷ୍ଟାଡିଅମରେ ଜିମ୍ନାଷ୍ଟିକ ଏଚ୍‌‌ପିସି ପାଇଁ ୫ ଜଣ କୋଚ୍‌‌ ରହିଛନ୍ତି। ଏଚ୍‌‌ପିସି ପ୍ରୋଗ୍ରାମ ନିର୍ଦ୍ଦେଶକ ଭାବେ ବିଶ୍ୱବିଖ୍ୟାତ ଷ୍ଟିଭ ବୁଚେରଙ୍କୁ ନିଯୁକ୍ତି ମିଳିଛି। ଖୁବଶୀଘ୍ର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଦେଶର ସର୍ବଶ୍ରେଷ୍ଠ ତଥା ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟର ଉଦ୍‌‌ଘାଟିତ ହେବ।
‘ସ୍ପୋର୍ଟସ୍‌‌ କ୍ଲାଇମ୍ବିଂ ୱାଲ୍‌‌’
ପାହାଡ, ପର୍ବତ ଭଳି ଉଚ୍ଚସ୍ଥାନକୁ ଚଢ଼ିବା ଲାଗି ଅତ୍ୟାଧୁନିକ ‘ସ୍ପୋର୍ଟ୍ସ କ୍ଲାଇମ୍ବିଂ ୱାଲ୍‌‌’ର ସୁବିଧା ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଉପଲବ୍ଧ ରହିଛି। ଯେଉଁଠାରେ ରାଜ୍ୟର ଯୁବ ପ୍ରତିଭା ପ୍ରଶିକ୍ଷଣ ନେଉଛନ୍ତି। ଅଗ୍ରଣୀ, କ୍ଷୀପ୍ରତା ଓ ବୋଲଡରିଂ ପ୍ରାଚୀରରେ ଚଢ଼ିବା ଲାଗି ଦଉଡ଼ି ସହ ସୁରକ୍ଷା କବଚର ସୁବିଧା ଏଠାରେ ରହିଛି। ଏଠାରୁ ପ୍ରଶିକ୍ଷଣ ନେଇ ଅନେକ କ୍ରୀଡ଼ାବିତ୍‌‌ ଦେଶ ଓ ବିଦେଶରେ ପର୍ବତର ଶୃଙ୍ଗକୁ ଚଢ଼ି ସୁନାମ ଅର୍ଜନ କରୁଛନ୍ତି। ସେଠାରେ ନିୟୋଜିତ ଥିବା ପ୍ରଶିକ୍ଷକ ଏବେ ୧୦୦ରୁ ଊର୍ଦ୍ଧ୍ବ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏଥିସହ ମହିଳା ଓ ପୁରୁଷଙ୍କ ଲାଗି ପୋଷାକ ପରିବର୍ତ୍ତନ କକ୍ଷ ଓ କାର୍ଯ୍ୟାଳୟ ଆଦି ରହିଛି।
୬୫ କୋଟିରେ ଟେନିସ୍‌‌ ସେଣ୍ଟର
ଟେନିସ୍‌‌ କିମ୍ବଦନ୍ତୀ ରାଫେଲ ନାଡାଲ, ରୋଜର ଫେଡରରଙ୍କ ଭଳି ଖେଳାଳି ହେବାକୁ ଲକ୍ଷ୍ୟ ରଖିଥିବା ଯୁବ ଓଡ଼ିଆ କ୍ରୀଡ଼ାବିତ୍‌‌ଙ୍କ ଲାଗି ସୁଯୋଗ ଆଣିଦେଇଛି କଳିଙ୍ଗରେ ନବନିର୍ମିତ ଅନ୍ତର୍ଜାତୀୟ ଟେନିସ୍‌‌ ସେଣ୍ଟର। ହକି ଓ ଫୁଟ୍‌‌ବଲ ଭଳି ଅନ୍ତର୍ଜାତୀୟସ୍ତରର ଭିତ୍ତିଭୂମି ଏହି ଟେନିସ ସେଣ୍ଟରରେ ରହିଛି। ୬୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଟେନିସ ସେଣ୍ଟରକୁ ମାର୍ଚ୍ଚ ଶେଷ ଭାଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌‌ଘାଟନ କରିଥିଲେ। ଏଥିରେ ଫ୍ଲଡ୍‌‌ଲାଇଟ୍‌‌, ଅତ୍ୟାଧୁନିକ ଜଳ ନିଷ୍କାସନ ବ୍ୟବସ୍ଥା ସହ ସେଣ୍ଟର କୋଟରେ ୧୫୦୦ ଦର୍ଶକ ବସି ଖେଳ ଦେଖିବାର ବ୍ୟବସ୍ଥା ରହିଛି। ଏହି ଟେନିସ ସେଣ୍ଟରରେ ମୁଖ୍ୟ କୋଟକୁ ମିଶାଇ ୮ଟି ସିନ୍ଥେଟିକ୍‌‌ ଓ ୩ଟି କ୍ଲେ କୋଟ ରହିଛି। ନିକଟରେ ଏଠାରେ ୧୨ ଦେଶକୁ ନେଇ ଆଇଟିଏଫ୍‌‌ ଏସିଆ ୧୪ ବର୍ଷରୁ କମ୍‌‌ ଡେଭେଲପ୍‌‌ମେଣ୍ଟ ଚାମ୍ପିଅନ୍‌‌ସିପ୍‌‌ ଅନୁଷ୍ଠିତ ହୋଇଥିଲା।
ଖୁବ ଶୀଘ୍ର କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ ହେବ ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟର
ଭୁବନେଶ୍ବର: ଖୁବ ଶୀଘ୍ର ଦେଶର ସର୍ବଶ୍ରେଷ୍ଠ ତଥା ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଉଦଘାଟିତ ହେବାକୁ ଯାଉଛି। ଏହି ଇଣ୍ଡୋର ଜିମ୍ନାଷ୍ଟିକ ସେଣ୍ଟରଟି ଅତ୍ୟାଧୁନିକରୂପରେ ନିର୍ମାଣ ହୋଇଥିବା ବେଳେ ଏଥିରେ ବିଦେଶୀ ସରଞ୍ଜାମ ସବୁ ଲାଗିଛି। ଯେଉଁଥିରେ ୪୦୦ ଦର୍ଶକ କ୍ଷମତା ବିଶିଷ୍ଟ ରହିଛି।  ଜିମ୍ନାଷ୍ଟିକ ସେଣ୍ଟର କାର୍ଯ୍ୟ ସମ୍ପୂର୍ଣ ଶେଷ ହୋଇଥିବା ବେଳେ ଆସନ୍ତା ମେ’ ମାସ ୫ ଓ ୬ ତାରିଖରେ ଏଠାରେ ଏସିଆନ ଜୁନିଅର ଓ ଏସିଆନ ସିନିଅର ଚାମ୍ପିୟନସିପ ପାଇଁ ଟ୍ରାଏଲ ହେବ। ଯେଉଁଥିରେ ଦେଶର ବଛାବଛା ଜିମ୍ନାଷ୍ଟିକ ଖେଳାଳି ଅଂଶଗ୍ରହଣ କରିବେ। କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ Hpc ନିର୍ମାଣ ହୋଇଥିବାବେଳେ ମେ’ ୭ ଓ ୮ ତାରିଖରେ ଜିମ୍ନାଷ୍ଟିକ Hpc ପାଇଁ ମଧ୍ୟ ଟ୍ରାଏଲ ହେବ। ଏହି ଟ୍ରାଏଲରେ ୧୫୦ ରୂ ଅଧିକ ଜିମ୍ନାଷ୍ଟିକ ଖେଳାଳି ଯୋଗ ଦେବେ। ତେବେ ଏହି ଜିମ୍ନାଷ୍ଟିକ ସେଣ୍ଟର ଓ Hpc ପାଇଁ ୫ ଜଣ କୋଚଙ୍କୁ ନିଯୁକ୍ତି କରାଯାଇଛି। ଯେଉଁମାନଙ୍କ ମଧ୍ୟରେ ଜାପାନର ଜଣେ ଜଣାଶୁଣା ଜିମ୍ନାଷ୍ଟିକ କୋଚ ସାମିଲ ଅଛନ୍ତି। ସେହିପରି Hpc ପ୍ରୋଗ୍ରାମ ଡିରେକଟର ଭାବେ ବିଶ୍ୱବିଖ୍ୟାତ ଷ୍ଟିଭ ବୁଚେରଙ୍କୁ ନିଯୁକ୍ତି ମିଳିଛି। ଏ ନେେଇ ଜିମ୍ନାଷ୍ଟିକ ସେଣ୍ଟର କୋଚ ପ୍ରଦୀପ ସାହୁ କହିଛନ୍ତି।
ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଦକ୍ଷତା ପ୍ରଦର୍ଶନର ମହାକୁମ୍ଭ ‘ଓଡ଼ିଶା ଦକ୍ଷତା କନକ୍ଲେଭ୍‌‌-୨୦୨୩’ । ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆୟୋଜିତ ସଭାରେ ଓଡ଼ିଆ ପିଲାଙ୍କ ସହ ସମ୍ବଲପୁର ଇଟିଜର ଛାତ୍ରୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏହାପରେ ସିଙ୍ଗାପୁରର ଆନ୍ଥେମ୍ ପରିବେଷଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କନକ୍ଲେଭରେ ଯୋଗଦେବା ସହ ଅଭିଭାଷଣ ରଖିଥିଲେ । ୧ ଲକ୍ଷ ଯୁବପିଢ଼ିଙ୍କୁ ଟ୍ରେନିଂ ପାଇଁ ବଜେଟରେ ୧୦୦ କୋଟିର ବ୍ୟବସ୍ଥା ହୋଇଛି । ସ୍କିଲ୍ ଇନ୍ ଓଡ଼ିଶା ଏବେ ବିଶ୍ୱରେ ଝଟକିବାକୁ ଯାଉଛି ବୋଲି ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଭିଭାଷଣ ପରେ ଏଗଜିବିସନ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ।
କନକ୍ଲେଭରେ ପଲିଟେକ୍ନିକ୍, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜର ପ୍ରାୟ ୩ ହଜାର ଶିକ୍ଷାର୍ଥୀ ଓ ଶିଳ୍ପପତି ଯୋଗ ଦେଇଛନ୍ତି । ମେକ୍ ଇନ୍ ଓଡ଼ିଶାର ପାର୍ଟ ୨ ହେଉଛି ଏହି ବିଶ୍ବସ୍ତରୀୟ ଦକ୍ଷତା ଉତ୍ସବ । ବିଶ୍ବସ୍ତରରେ ରେକର୍ଡ କରିଥିବା ଓଡ଼ିଆ ପିଲାଙ୍କ ସାମର୍ଥ୍ୟର ସୋ-କେସିଂ ପାଇଁ ଏଭଳି ସ୍କିଲ୍ କନକ୍ଲେଭର ଆୟୋଜନ କରାଯାଉଛି । ଆଜି ଉଦଘାଟନୀ ଦିବସରେ ଖଣି ଅଞ୍ଚଳରେ ଆର୍ଥ ମୁଭର୍ସ୍ ଚଳାଉଥିବା ୮ରୁ ୧୦ ଜଣ ମହିଳା ଡ୍ରାଇଭରଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଏହି କନକ୍ଲେଭ୍‌‌ ଆୟୋଜନ କରୁଛି। ଯାହାକି ଆସନ୍ତା ୨୦ରୁ ୨୨ ତାରିଖ ଯାଏଁ ଅନୁଷ୍ଠିତ ହେବ। ବିଶ୍ୱ ବଜାରରେ ‘ସ୍କିଲ୍‌‌-ଇନ୍‌‌-ଓଡ଼ିଶା’ର ବ୍ରାଣ୍ଡ୍‌‌କୁ ପ୍ରୋତ୍ସାହିତ କରିବା ଦକ୍ଷ ମାନବ ସମ୍ବଳ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି କନ୍‌‌କ୍ଲେଭର ପ୍ରମୁଖ ଉଦ୍ଦେଶ୍ୟ ରହିଛି।
ଆଜିଠୁ ‘କଳିଙ୍ଗ’ରେ ଓଡ଼ିଶା ସ୍କିଲ୍‌‌ କନକ୍ଲେଭ୍‌‌, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଦକ୍ଷତା ପ୍ରଦର୍ଶନର ମହାକୁମ୍ଭ ‘ଓଡ଼ିଶା ଦକ୍ଷତା କନକ୍ଲେଭ୍‌‌-୨୦୨୩’। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଏହି କନକ୍ଲେଭ୍‌‌ ଆୟୋଜନ କରୁଛି। ଯାହାକି ଆସନ୍ତା ୨୦ରୁ ୨୨ ତାରିଖ ଯାଏଁ ଅନୁଷ୍ଠିତ ହେବ। ବିଶ୍ୱ ବଜାରରେ ‘ସ୍କିଲ୍‌‌-ଇନ୍‌‌-ଓଡ଼ିଶା’ର ବ୍ରାଣ୍ଡ୍‌‌କୁ ପ୍ରୋତ୍ସାହିତ କରିବା ଦକ୍ଷ ମାନବ ସମ୍ବଳ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି କନ୍‌‌କ୍ଲେଭର ପ୍ରମୁଖ ଉଦ୍ଦେଶ୍ୟ ରହିଛି। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ବିଭିନ୍ନ ପର୍ଯ୍ୟାୟର ଆଲୋଚନା ଓ ପ୍ରଦର୍ଶନୀରେ ଓଡ଼ିଶାର ଉତ୍କର୍ଷ ଦକ୍ଷତା ସମ୍ପର୍କରେ ସମୀକ୍ଷା କରାଯିବ।
ପଲିଟେକ୍‌‌ନିକ୍‌‌ ଓ ବୈଷଯିକ ଶିକ୍ଷାପ୍ରାପ୍ତ ଶିକ୍ଷାର୍ଥୀ, ଶିଳ୍ପପତି, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ସହ ସିଙ୍ଗାପୁର ‘ଆଇଟିଇଇଏସ’ର ଯୁବ ଟାଲେଣ୍ଟ୍‌‌ଙ୍କ ସହ ଜ୍ଞାନକୌଶଳର ଆଦାନପ୍ରଦାନ ହେବା ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପଲିଟେକ୍‌‌ନିକ୍‌‌, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜ୍‌‌ର ପ୍ରାୟ ୨ହଜାର ଛାତ୍ରଛାତ୍ରୀ ଓ ବିଭିନ୍ନ ଷ୍ଟାର୍ଟଅପ୍‌‌ ମଧ୍ୟ ଭାଗ ନେବ। ସେହିପରି ଏହି ଉତ୍ସବରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ର ମହିଳାମାନେ ମଧ୍ୟ ଅଂଶ ଗ୍ରହଣ କରିବେ। ଏଥିପାଇଁ କଳିଙ୍ଗ ଷ୍ଟାଡିୟମ୍‌‌ରେ ସମସ୍ତ ପ୍ରକାରର ବନ୍ଦୋବସ୍ତ ହୋଇଛି। ସ୍କିଲ୍‌‌ କନ୍‌‌କ୍ଲେଭରେ ସିଙ୍ଗାପୁରରୁ ୨୫ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକ ମଧ୍ୟ ଯୋଗ ଦେବେ। ସ୍କିଲ୍ଡ-ଇନ୍‌‌-ଓଡ଼ିଶାର ବାସ୍ତବ ରୂପକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଏହାର ଉଦ୍ଦେଶ୍ୟ।
ଦ୍ୱିତୀୟ ଦିନରେ ଭୁବନେଶ୍ୱର ମଧୁସୂଦନ ମାର୍ଗରେ ସକାଳ ୬ଟାରୁ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଦକ୍ଷତା ବିକାଶ ଉପରେ ପଥପ୍ରାନ୍ତ ଉତ୍ସବ ଆୟୋଜନ କରାଯିବ । ଏହା ସହିତ କଳିଙ୍ଗ ଷ୍ଟାଡିୟମରେ ଷ୍ଟାର୍ଟଅପ୍ ଓ ବିଭିନ୍ନ ଦକ୍ଷତା ବିକାଶ ଉପରେ ପ୍ରଦର୍ଶନୀ ଷ୍ଟଲ୍ ଏବଂ ଓଡ଼ିଆ ପିଲାଙ୍କ ନୂଆ ଉଦ୍ଭାବନ ନେଇ ପ୍ରଦର୍ଶନୀ କରାଯିବ ।
କଳିଙ୍ଗ ଷ୍ଟାଡିୟମରେ ଅତ୍ୟାଧୁନିକ ଟେନିସ ସେଣ୍ଟରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏକାଠି ବସି ଦେଖିପାରିବେ ୧୫୦୦ ଦର୍ଶକ
ଭୁବନେଶ୍ବର: ଆଜି ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡି ହୋଇଛି ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଦେଶର ପ୍ରମୁଖ କ୍ରୀଡା କେନ୍ଦ୍ର ଭାବେ ମୁଣ୍ଡ ଟେକିଥିବା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏବେ ଏକ ଆନ୍ତର୍ଜାତିକ ସ୍ତରର ଟେନିସ ସେଣ୍ଟର ଯୋଡି ହୋଇଛି। ଆଇଟିଏଫ ସ୍ୱୀକୃତି ପ୍ରାପ୍ତ କୋର୍ଟ ଥିବା ବିଶ୍ୱସ୍ତରୀୟ ଟେନିସ ସେଣ୍ଟରକୁ ଆଜି କଳିଙ୍ଗ ଷ୍ଟାଡିୟମ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।
ଏହି ଟେନିସ ସେଣ୍ଟରରେ ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସବୁ ରହିଛି। ଟେନିସ ସେଣ୍ଟରରେ ଫ୍ଲଡ୍ ଲାଇଟ୍ ସହ ସିନ୍ଥେଟିକ କୋର୍ଟ ବିଛାଯାଇଛି । ସେଣ୍ଟର କୋର୍ଟ ପାଇଁ ୧୫୦୦ ଦର୍ଶକ କ୍ଷମତା ସହିତ ଏହା ପରିସରରେ ୧୬୦ ଆସନ ବିଶିଷ୍ଟ ଅଡିଟୋରିୟମ୍‌, ମେଡିକାଲ୍ ଓ ଫିଜିଓଥେରାପି ରୁମ୍‌, ପ୍ଲେୟାର୍‌ ଚେଞ୍ଜିଂ ରୁମ୍‌, ମେଡିଆ ସେଣ୍ଟର, ଅମ୍ପାୟାର୍‌, ପ୍ରଶିକ୍ଷକଙ୍କ ପାଇଁ ମଧ୍ୟ ବିଶ୍ବସ୍ତରୀୟ ବ୍ୟବସ୍ଥା ରହିଛି।
ଏଥି ସହିତ ଏପ୍ରିଲ୍‌ ୪ ତାରିଖରୁ ସେଣ୍ଟର୍ କୋର୍ଟରେ ମଧ୍ୟ ଆଇଟିଏଫ୍‌ ଏସୀୟ ଜୁନିୟର୍‌ ଟେନିସ୍ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଜୁନିୟର ସ୍ତରରେ ହେଉଥିବା ପ୍ରତିଯୋଗିତାରେ ଏସିଆର ୧୫ଟି ଦେଶ ଅଶଂଗ୍ରହଣ କରିବେ । ଆସନ୍ତା ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଡେଭିସ କପ ଆୟୋଜନ ପାଇଁ ଓଡ଼ିଶା ବିଡ଼ିଂରେ ଭାଗନେବ ସୂଚନା ମିଳିଛି । ନୂଆ ଷ୍ଟାଡିୟମ ସହ ଅନ୍ୟ ୧୦ଟି ଟେନିସ କୋର୍ଟ ମଧ୍ୟ କଳିଙ୍ଗ ଷ୍ଟାଡିୟମ ପରିସରରେ ପୂର୍ବରୁ ରହିଛି । ଯେଉଁଠି ୬ଟି ସିନ୍ଥେଟିକ କୋର୍ଟ ଓ ୪ଟି କ୍ଲେ କୋର୍ଟ ମଧ୍ୟ ରହିଛି।
ବାଜିଲା ବିଗୁଲ: କଳିଙ୍ଗ ଷ୍ଟାଡିୟମ୍‌‌ରେ ଆରମ୍ଭ ହେଲା ୨୦୨୩ ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚ୍
ଭୁବନେଶ୍ୱର: ବାଜିଲା ବିଗୁଲ। ଓଡ଼ିଶାରେ ଆଜି ଠାରୁ ଆରମ୍ଭ ହେଲା ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ।  କଳିଙ୍ଗ ଷ୍ଟାଡିୟମ୍‌‌ରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍‌‌ ଦିନ ୧ଟାରେ ଆରମ୍ଭ ହୋଇଛି। ଏହା ପରେ ଅଷ୍ଟ୍ରେଲିଆ- ଫ୍ରାନ୍ସ  ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌‌ ଅପରାହ୍ଣ ୩ଟାରେ ଖେଳାଯିବ। କଳିଙ୍ଗ ଷ୍ଟାଡିୟମରେ ମ୍ଯାଚ ଦେଖିବାକୁ ଦର୍ଶକଭଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଟିକେଟ ଦେଖାଇ ଜଣକ ପରେ ଜଣେ ଦର୍ଶକ ଷ୍ଟାଡିଅମ ଭିତରକୁ ପ୍ରବେଶ କରୁଛନ୍ତି। ଫାଟକ ପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଷ୍ଟାଡିୟମ ଭିତରକୁ ପ୍ରବେଶ ବେଳେ କାଏନ, ପାଣି ବୋଟଲ, ପାୱାର ବ୍ୟାଙ୍କ, କ୍ୟାମେରା, ହେଲମେଣ୍ଟ ନେବାକୁ ବାରଣ କରାଯାଇଛି।
ପରେ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ଅପରାହ୍ଣ ୫ଟାରେ ପ୍ରଥମ ମ୍ୟାଚ୍‌‌ ଖେଳିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ଭାରତ ଓ ସ୍ପେନ୍‌‌ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବେ। ମ୍ୟାଚ୍‌‌ ପରେ ସେ ଖେଳାଳିଙ୍କ ଲାଗି ନିର୍ମାଣ କରାଯାଇଥିବା କ୍ରୀଡ଼ାଗ୍ରାମ୍‌‌ (ଗେମ୍ସ ଭିଲେଜ) ରେ ମୁଖ୍ୟମନ୍ତ୍ରୀ ରାତ୍ରିଯାପନ କରିବେ।
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌‌ ଓ ରାଉରକେଲାର ନବନିର୍ମିତ ତଥା ଅତ୍ୟାଧୁନିକ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌‌ରେ ଏକସଙ୍ଗେ ଖେଳ ଅନୁଷ୍ଠିତ ହେବ। ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଜାନୁଆରୀ ୧୩ରୁ ୨୯ ତାରିଖ ଯାଏ ହେବାକୁ ଥିବା ଏହି ହକି ମହାସମରରେ ସେମାନଙ୍କ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବେ। ଏଥିରେ ମୋଟ ୪୪ଟି ମ୍ୟାଚ୍‌‌ ଖେଳାଯିବାକୁ ଥିଲାବେଳେ କଳିଙ୍ଗରେ ୨୪ଟି ଓ ରାଉରକେଲାରେ ୨୦ଟି ମ୍ୟାଚ୍‌‌ ଅନୁଷ୍ଠିତ ହେବ।
ଆଜିଠାରୁ ପୁରୁଷ ହକି ମହାକୁମ୍ଭ: ରାଉରକେଲାରେ ଆଜି ମ୍ୟାଚ୍‌ ଦେଖିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ଆଜି ଠାରୁ ଆରମ୍ଭ ହେବ ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ। କଟକର ବାରବାଟୀ ଷ୍ଟାଡିୟମ୍‌‌ରେ ବୁଧବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ମେଗା ଟୁର୍ଣ୍ଣାମେଣ୍ଟର ଉଦ୍‌‌ଘାଟନ ପରେ ଏବେ ହକି ଷ୍ଟାଡିୟମ୍‌‌କୁ ଫେରିଛି ସମସ୍ତଙ୍କ ନଜର। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ୍‌‌ରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍‌‌ ଦିନ ୧ଟାରେ ଓ ଅଷ୍ଟ୍ରେଲିଆ ଫ୍ରାନ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌‌ ଅପରାହ୍ଣ ୩ଟାରେ ଖେଳାଯିବ। ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ଅପରାହ୍ଣ ୫ଟାରେ ପ୍ରଥମ ମ୍ୟାଚ୍‌‌ ଖେଳିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ଭାରତ ଓ ସ୍ପେନ୍‌‌ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବେ। ମ୍ୟାଚ୍‌‌ ପରେ ସେ ଖେଳାଳିଙ୍କ ଲାଗି ନିର୍ମାଣ କରାଯାଇଥିବା କ୍ରୀଡ଼ାଗ୍ରାମ୍‌‌ (ଗେମ୍ସ ଭିଲେଜ) ରେ ମୁଖ୍ୟମନ୍ତ୍ରୀ ରାତ୍ରିଯାପନ କରିବେ।
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌‌ ଓ ରାଉରକେଲାର ନବନିର୍ମିତ ତଥା ଅତ୍ୟାଧୁନିକ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌‌ରେ ଏକସଙ୍ଗେ ଖେଳ ଅନୁଷ୍ଠିତ ହେବ। ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଜାନୁଆରୀ ୧୩ରୁ ୨୯ ତାରିଖ ଯାଏ ହେବାକୁ ଥିବା ଏହି ହକି ମହାସମରରେ ସେମାନଙ୍କ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବେ। ଏଥିରେ ମୋଟ ୪୪ଟି ମ୍ୟାଚ୍‌‌ ଖେଳାଯିବାକୁ ଥିଲାବେଳେ କଳିଙ୍ଗରେ ୨୪ଟି ଓ ରାଉରକେଲାରେ ୨୦ଟି ମ୍ୟାଚ୍‌‌ ଅନୁଷ୍ଠିତ ହେବ।
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌‌ରେ ଅତ୍ୟନ୍ତ ସଫଳତାର ସହ ୨୦୧୮ରେ ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ୍‌‌ ଆୟୋଜିତ ହେବା ପରେ ଦ୍ୱିତୀୟ ଥର ଏହାକୁ ଆୟୋଜନ କରିବାର ଅଧିକାର ହାସଲ କରିଛି। ଏଥିଲାଗି ଭୁବନେଶ୍ୱର ବ୍ୟତୀତ ରାଉରକେଲାରେ ଆଉ ଏକ ଅତ୍ୟାଧୁନିକ ତଥା ଏଫ୍‌‌ଆଇଏଚ୍‌‌ ଲେଭଲ-୧ ମାନ୍ୟତାପ୍ରାପ୍ତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌‌ ନିର୍ମାଣ କରାଯାଇଛି। ହକି ଖେଳକୁ ଏବଂ ଚଳିତ ବିଶ୍ୱକପ୍‌‌କୁ ଲୋକପ୍ରିୟ କରାଇବାକୁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ବିଶ୍ୱକପ୍‌‌ ଟ୍ରଫି ଭ୍ରମଣ, ବିଶ୍ୱ ତଥା ଭାରତୀୟ କିମ୍ବଦନ୍ତୀ ଖେଳାଳିଙ୍କୁ ବିଶ୍ୱକପ୍‌‌ ଦେଖିବା ଲାଗି ଆମନ୍ତ୍ରଣ, ବିଭିନ୍ନ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ (ଡଟ୍‌‌ଫେଷ୍ଟ ଆଦି) ଆୟୋଜନ କରାଯାଇ ଏହି ଟୁର୍ଣ୍ଣାମେଣ୍ଟକୁ ଏକ ମହୋତ୍ସବରେ ପରିଣତ କରିଛନ୍ତି। ଏହା ଫଳରେ ଓଡ଼ିଶା ବିଶ୍ୱରେ ଅନ୍ୟ ଦେଶମାନଙ୍କ ଲାଗି ଏକ ଉଦାହରଣ ସୃଷ୍ଟି କରିବାରେ ସମର୍ଥ ହୋଇଛି।
ହକି ବିଶ୍ବକପ ଆୟୋଜନର ସଫଳତା ପାଇଁ ଗଠନ ହେଲା ୯ଟି ସ୍ବତନ୍ତ୍ର ଟିମ୍
ଭୁବନେଶ୍ବର: ହକି ବିଶ୍ବକପକୁ ରହିଲା ଆଉ ଏକ ମାସରୁ କମ୍‌ ସମୟ । ବିଶ୍ବକପକୁ କିଭଳି ସୁରୁଖୁରୁରେ ସମ୍ପାଦନ କରାଯିବ ସେ ନେଇ ସମସ୍ତ ସ୍ତରରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଛି। ବିଶ୍ୱକପ ହକି ଆୟୋଜନର ସଫଳତା ପାଇଁ ୯ଟି ସ୍ୱତନ୍ତ୍ର ଟିମ ଗଠିତ କରାଯାଇଛି। ବିଭିନ୍ନ କାର୍ଯ୍ଯର ନିୟମିତ ତଦାରଖ କରିବ ଏହି ଟିମ। ତଦରାଖ ପରେ ସାପ୍ତାହିକ ରିପୋର୍ଟ ବିଡିଏ ଉପାଧ୍ୟକ୍ଷଙ୍କୁ ପ୍ରଦାନ କରିବ ଉକ୍ତ ଟିମ୍। ରାସ୍ତାଘାଟ, ଅଲୋକୀକରଣ, ପରିମଳ, ସ୍ଵଛତା, ସୌନ୍ଦର୍ଯ୍ଯକରଣ ଓ ଲୋକଙ୍କ ସୁରକ୍ଷାକୁ ନେଇ ହେବ ନିୟମିତ ସମୀକ୍ଷା କରାଯିବ। ଟ୍ରାଫିକ ସମସ୍ୟା, ଜବର ଦଖଲ ଓ ପର୍ଯ୍ଯଟକଙ୍କ ସୁରକ୍ଷା ପ୍ରତି ଦିଆଯାଇଛି ପ୍ରାଥମିକତା ବୋଲି ବିଡିଏ ଉପାଧ୍ୟକ୍ଷ ବଲୱାନ୍ତ ସିଂହଙ୍କ ନିର୍ଦେଶନାମା ଜାରି କରିଛନ୍ତି।