BSNL - The Sakala

ବିଏସଏନ୍‌ଏଲ୍‌-ଟାଟା ବୁଝାମଣା: ବଢ଼ାଇପାରେ ଜିଓ, ଏୟାରଟେଲ ଚିନ୍ତା
ନୂଆଦିଲ୍ଲୀ: ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ପେକ୍‌ଟ୍ରମ ନିଲାମ ଚାଲିଥିଲା ବେଳେ ସେପଟେ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କ ରିଚାର୍ଜ ପ୍ଲାନ ବୃଦ୍ଧି କରିଛନ୍ତି। ଯାହା ଉପଭୋକ୍ତା ମହଲରେ ଅସନ୍ତୋଷ ଆଣିବା ସହିତ ସେମାନଙ୍କୁ ଚିନ୍ତିତ ମଧ୍ୟ କରିଛି। ବିଶେଷକରି ଦେଶର ଦୁଇ ପ୍ରମୁଖ ଟେଲିକମ୍‌ ଅପରେଟର ଏୟାରଟେଲ ଏବଂ ଜିଓର ରିଚାର୍ଜ ପ୍ଲାନ ମୂଲ୍ୟ ବୃଦ୍ଧି ପରେ ଲୋକମାନେ ବିଏସଏନଏଲ ଆଡକୁ ମୁହାଁଇବା ଆରମ୍ଭ କରିଛନ୍ତି। ବିଗତ କିଛି ଦିନ ମଧ୍ୟରେ ଏୟାରଟେଲ ଏବଂ ରିଲାଏନ୍ସ ଜିଓ ବ୍ୟବହାରକାରୀମାନେ ସର୍ବାଧିକ ସଂଖ୍ୟାରେ ସେମାନଙ୍କ ସେମାନଙ୍କ ନମ୍ବର ବିଏସଏନଲକୁ ପୋର୍ଟ କରିଥିବା ଦେଖାଯାଇଛି। ପୂର୍ବରୁ ବିଏସଏନଏଲ ଏବଂ ଟିସିଏସ୍‌ ମଧ୍ୟରେ ହୋଇଥିବା ବୁଝାମଣା ଗ୍ରାହକମାନଙ୍କ ପାଇଁ ଉପଯୋଗୀ ହୋଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହେବା ପରେ ଟେଲି ଉପଭୋକ୍ତାମାନେ ବିଏସଏନଏଲ ସେବା ପ୍ରତି ଢଳୁଥିବା କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଟାଟା କନସଲଟାନ୍ସି ସର୍ଭିସ(ଟିସିଏସ୍‌) ଏବଂ ବିଏସଏନଏଲ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଟିସିଏସ୍‌ ଦେଶର ୪ ଭାଗରେ ବୃହତ ଡାଟା ସେଣ୍ଟର ପ୍ରତିଷ୍ଠା କରିବାକୁ ଯାଉଛି। ଏଥିପାଇଁ ୧୫ ହଜାର କୋଟି ଟଙ୍କା ବିନିଯୋଗ କରାଯିବା ସହିତ ଟିସିଏସ ଏବଂ ବିଏସଏନଏଲ ମିଳିତ ଭାବେ ଦେଶର ୧୦୦୦ ଗାଁରେ ୪ଜି ଇଣ୍ଟରନେଟ୍ ସେବା ଆରମ୍ଭ କରିବେ।ଏହାଦ୍ବାରା ଆଗାମୀ ଦିନରେ ଉପଭୋକ୍ତାମାନଙ୍କୁ ଅପେକ୍ଷାକୃତ ରିଆତି ମୂଲ୍ୟରେ ଦ୍ରୁତ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ ବୋଲି କୁହାଯାଉଛି। ସାଂପ୍ରତିକ ସ୍ଥିତିରେ ଇଣ୍ଟରନେଟ୍‌ର ଆବଶ୍ୟକତା ସବୁ କ୍ଷେତ୍ରରେ ବଢିବାରେ ଲାଗିଥିଲା ବେଳେ ଏଥିପାଇଁ ଡାଟା ଚାହିଦା ମଧ୍ୟ ଅନୁରୂପ ରହିଛଇ। ଯାହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଏବଂ ଏୟାରଟେଲ ୪ଜି ଇଣ୍ଟରନେଟ୍ ସେବା ଉପରେ ପ୍ରାଧାନ୍ୟ ବିସ୍ତାର କରି ମନମାନୀ କରିବା ଆରମ୍ଭ କରିଛନ୍ତି। କିନ୍ତୁ ବିଏସଏନଏଲ ପକ୍ଷରୁ ଟିସିଏସ୍‌ ସହାୟତାରେ ଯଦି ଉନ୍ନତ ଏବଂ ଦ୍ରୁତ ଇଣ୍ଟରନେଟ୍‌ ସେବା ଉପଲବ୍ଧ କରାଯାଏ ତେବେ ଏହା ଉଭୟ ଜିଓ ଏବଂ ଏୟାରଟେଲ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି କୁହାଯାଉଛି। ବର୍ତ୍ତମାନ ଟିସିଏସ୍‌ ପକ୍ଷରୁ ଦେଶର ୪ ଭାଗରେ ଚାରୋଟି ଡାଟା ସେଣ୍ଟର ନିର୍ମାଣ କରାଯାଉଛି। ଯାହାକି ୪ଜି ଭିତ୍ତିଭୂମିକୁ ଆହୁରି ସଶକ୍ତ କରିବ। ଏହାସହିତ ଡାଟା ବଜାରରେ ମଧ୍ୟ ତୀବ୍ର ବ୍ୟାବସାୟିକ ପ୍ରତିଦ୍ବନ୍ଦ୍ବିତା ଆଣିବାରେ ସହାୟକ ହେବ। ଯାହାର ସୁଫଳ ଉପଭୋକ୍ତା ମହଲରେ ପ୍ରତିଫଳିତ ହେବ। ସାରା ଦେଶର ଏକ ରାଷ୍ଟ୍ରାୟତ୍ତ ସଂସ୍ଥା ଭାବେ ବିଏସଏନଏଲର ୯୦୦୦ ରୁ ଅଧିକ ୪ଜି ନେଟୱାର୍କ ରହିଛି। ଏହାକୁ ଏକ ଲକ୍ଷ ସଂଖ୍ୟାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇ କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିଲା ବେଳେ ଆଗାମୀ ଦିନରେ ମୋବାଇଲ ଏବଂ ଇଣ୍ଟରନେଟ୍‌ ଗ୍ରାହକମାନଙ୍କ ପାଇଁ ଏହା ସହାୟକ ହେବ ବୋଲି କୁହାଯାଉଛି।

୧୫ ହଜାର ୫୦୦ ଫୁଟ ଉଚ୍ଚ ସିଆଚେନରେ ଭାରତ ନିର୍ମାଣ କଲା ପ୍ରଥମ ମୋବାଇଲ ଟାୱାର
ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟରରେ ଭାରତୀୟ ସେନା ପ୍ରଥମ ମୋବାଇଲ ଟାୱାର ଏବଂ ବେସ୍ ଟ୍ରାନ୍ସିଭର ଷ୍ଟେସନ (ବିଟିଏସ୍) ପ୍ରତିଷ୍ଠା କରିଛି। ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ) ସହାୟତାରେ ପ୍ରତିଷ୍ଠା ହୋଇଥିବା ଏହି ମୋବାଇଲ ଟାୱାରକୁ ଗତ ୬ ତାରିଖରେ ଉଦ୍ଘାଟନ କରାଯାଇଥିଲା। ଏହା ପୃଥିବୀର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର (ସମୁଦ୍ରପତ୍ତନଠାରୁ ୧୫,୫୦୦ ଫୁଟ) ସିଆଚେନରେ ମୁତୟନ ହୋଇଥିବା ଯବାନଙ୍କୁ ମୋବାଇଲ ସେବା ପ୍ରଦାନ କରିବ। ଭାରତୀୟ ସେନାର ଫାୟାର ଆଣ୍ଡ ଫ୍ୟୁରି କ୍ରପ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହି ଉପଲବ୍ଧିକୁ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ସହ ତୁଳନା କରିଛନ୍ତି। ସିଆଚେନ ଗ୍ଲାସିୟର ୭୫ କିମି ପର୍ଯ୍ୟନ୍ତ ଲମ୍ବିଛି। ୧୯୮୪ ଏପ୍ରିଲ ୧୩ରୁ ଏଠାରେ ସେନା ମୁତୟନ ରହିଛି।

ବିଏସଏନଏଲର ପୁନଃରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଦେଶର ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନି ବିଏସ୍ଏନ୍ଏଲ୍‌କୁ କେନ୍ଦ୍ର ସରକାରଙ୍କ ସଞ୍ଜିବନି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ର ପୁନଃରୁଦ୍ଧାର ପାଇଁ ୧ଲକ୍ଷ ୬୪ ହଜାର କୋଟି ଟଙ୍କାର ପ୍ୟାକେଜକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। କ୍ୟାବିନେଟ ବୈଠକ ପରେ ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବିଏସଏନଏଲ ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।

ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇ କହିଛନ୍ତି କି ୪ଜି ସେବା ବିସ୍ତାରରେ ସହାୟତା ପାଇଁ ବିଏସଏନଏଲକୁ ସ୍ପେକ୍ଟ୍ରମ ଆବଣ୍ଟିତ କରାଯିବ । ଏହାସହ ବିଏସଏନଲର ୩୩ ହଜାର କୋଟି ଟଙ୍କା ବୈଧାନିକ ବାକିକୁ ଇକ୍ୱିଟରେ ପରିବର୍ତ୍ତନ କରାଯିବ । ଏହାସହ କମ୍ପାନୀ ଉପରେ ବାକିଥିବା ୩୩ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ସୁଝିବା ପାଇଁ ବଣ୍ଡ ଜାରି କରାଯିବ । ଏହାସହ ସେ କହିଛନ୍ତି କି, ନେଟୱର୍କ ଅପଗ୍ରେଡେସନ ପାଇଁ ଆଜି ସାପେକ୍ସକୁ ମଞ୍ଜୁରୀ ଦିଆଯାଇଛି । ଏହାସହ ଅପଗ୍ରେଡେସନ ପାଇଁ ଭାରତୀୟ ଉପକରଣ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି । ସେପଟେ ବିଏସଏନଏଲ ଓ ଭାରତ ବ୍ରଡବ୍ୟାଣ୍ଡକୁ ମିଶାଇ ଗୋଟିଏ ନେଟୱର୍କ କରାଯିବ ବୋଲି ଆଇଟି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହି ଦୁଇଟି ରାଷ୍ଟ୍ରାୟତ କମ୍ପାନିକୁ ୨୦,୧୪୦ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ଏହି ସ୍ପେକ୍ଟ୍ରମ ମୂଲ୍ୟର ଜିଏସଟି ବାବଦ ଅର୍ଥ ୩,୬୭୪ କୋଟି ଟଙ୍କା ମଧ୍ୟ ସରକାର ବଜେଟରୁ ବ୍ୟୟ କରିବେ । ଏହି ସ୍ପେକ୍ଟ୍ରମ ଉପଯୋଗ କରି ବିଏସଏନଏଲ ଏବଂ ଏମଟିଏନଏଲ ୪-ଜି ସେବା ଯୋଗାଇ ଦେବାରେ ସଫଳ ହେବା ସହିତ ଅନ୍ୟ କମ୍ପାନୀମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ଏବଂ ଗ୍ରାମାଂଚଳରେ ସେମାନଙ୍କ ବିଶାଳ ନେଟୱର୍କ ମାଧ୍ୟମରେ ଦ୍ରୁତ ଡାଟା ସେବା ଯୋଗାଇ ଦେବେ ବୋଲି କେନ୍ଦ୍ର ସରକାର କହିଥିଲେ।

ଏହାବ୍ୟତୀତ ଏବେ ପର୍ଯ୍ୟନ୍ତ ବିଏସ୍ଏନ୍ଏଲ୍‌ ସୁବିଧା ପାଇବାରୁ ବଞ୍ଚିତ ରହିଥିବା ୨୫ ହଜାର ଗ୍ରାମରେ ମୋବାଇଲ କନେକ୍ଟଭିଟି ପାଇଁ କାର୍ଯ୍ୟ କରାଯିବ । ଏଥିପାଇଁ ମୋଟ ୨୬.୩୧୬ କୋଟି ଟଙ୍କାର ସାଚୁରେସନ ପ୍ୟାକେଜ ମଧ୍ୟ ଘୋଷଣା କରାଯାଇଛି । ଏବେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇ କହିଛନ୍ତି ବିଏସଏନଏଲ ଏବଂ ଭାରତ ବ୍ରଡବ୍ୟାଙ୍କ ନେଟୱାର୍କ ଲିମିଟେଡର ମିଶ୍ରଣକୁ କ୍ୟାବିନେଟ ଅନୁମୋଦନ କରିଛି । ଏହାଦ୍ୱାରା ଉଭୟ କମ୍ପାନୀର ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।

ବିଏସ୍ଏନ୍ଏଲର ମେଗା ପ୍ଲାନ: ଅନ୍ଯ ଟେଲିକମ କମ୍ପାନୀଙ୍କ ପାଇଁ ସାଜିବ ମୁଣ୍ଡବିନ୍ଧାର କାରଣ
ନୂଆଦିଲ୍ଲୀ: ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଏହାର ଉପଭୋକ୍ତାମାନଙ୍କ ଲାଗି ଆଣିଛି ସବୁଠାରୁ ଆକର୍ଷଣୀୟ ମେଗା ପ୍ଲାନ୍। ଏଥିରେ ରହିଛି ସୁଲଭ ୩୦ ଦିନର ପ୍ରି ପେଡ୍ ଯୋଜନା ଯାହା ଏବେ ପ୍ରତିଦ୍ବନ୍ଦୀ ଟେଲିକମ୍ କମ୍ପାନୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ବିଏସ୍ଏନ୍ଏଲ୍ ପକ୍ଷରୁ ସମ୍ପ୍ରତି ଘୋଣୋ କରାଯାଇଥିବା ୧୬ ଏବଂ ୨୪୭ ଟଙ୍କିଆ ସହ ଅନ୍ୟାନ୍ୟ ମୂଲ୍ୟର ପ୍ଲାନ୍‌ଗୁଡିକ ଏବେ ଗ୍ରାହକଙ୍କୁ ଅଧିକ ଆକର୍ଷଣ କରିବ କି ସେ ନେଇ ଅନ୍ୟ ଟେଲିକମ୍‌ କମ୍ପାନୀ ଚିନ୍ତିତ ।

କିଛି ମାସ ହେବ ଟେଲିକମ୍ କମ୍ପାନୀଗୁଡିକ ଯେଉଁଭଳି ଭାବେ ଟାରିଫ୍ ମୂଲ୍ୟରେ ବୃଦ୍ଧି ଘଟାଇଛନ୍ତି ତାହା ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଭଳି ସମୟରେ ବିଏସ୍‌ଏନ୍‌ଏଲ୍‌ର ଆକର୍ଷଣୀୟ ମେଗା ପ୍ଲାନ୍ ଉପଭୋକ୍ତାଙ୍କୁ ଆଶ୍ବସ୍ତ କରିଛି। ଟାରିଫ୍ ମୂଲ୍ୟ ବୃଦ୍ଧି ହେତୁ ରିଲାଏନ୍ସ ଜିଓ ଭଳି କମ୍ପାନୀ ଏହାର ଗ୍ରାହକଙ୍କ ସଂଖ୍ୟାରେ ହ୍ରାସର ସମ୍ମୁଖୀନ ହୋଇଛି। ଉପଭୋକ୍ତାଙ୍କୁ ପୂର୍ବ ତୁଳନାରେ ଅଧିକ ଦେୟ ଦେବାକୁ ପଡୁଛି ଏଥିଲାଗି ସେମାନେ ଅସନ୍ତୋଷ ଜାହିର କରିଛନ୍ତି ।

ରିଲାଏନ୍ସ ଜିଓ ପ୍ରାରମ୍ଭରେ ଏହାର କିଛି ସେବା ଉପଭୋକ୍ତାଙ୍କୁ ବିନା ମୂଲ୍ୟରେ ପ୍ରଦାନ କରିଥିଲା। ପରବର୍ତ୍ତୀ ସମୟରେ ଟାରିଫ୍‌ରେ ବୃଦ୍ଧି ଗ୍ରାହକଙ୍କୁ ବେଶ ବାଧୁଛି । ବିନା ଶୁଳ୍କରେ କେତେକ ଟେଲିକମ୍ ସେବା ଦେଇ ରିଲାଏନ୍ସ ଜିଓ ଭାରତୀୟ ଟେଲିକମ୍  ଶିଳ୍ପକୁ ବଦଳାଇ ଦେଇଛି। ଯଦି କମ୍ପାନୀ ବିନା ମୂଲ୍ୟରେ ୪ଜି ସେବା ପ୍ରଦାନ କରି ନ ଥାନ୍ତା, ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ଟେଲିକମ୍ ସମ୍ବନ୍ଧୀୟ ସେବା ଭାରତରେ ଶସ୍ତା ହୋଇ ନ ଥାନ୍ତା । ଏହା ସତ୍ତ୍ବେ ଟାରିଫ୍ ପ୍ଲାନ୍ ସହ କେତେକ ସେବା ମୂଲ୍ୟରେ ହଠାତ୍ ବୃଦ୍ଧି କମ୍ପାନୀର ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଯାହାର ଫଳ ସ୍ବରୂପ ରିଲାଏନ୍ସ ଜିଓ ୩୦ ଦିନ ମଧ୍ୟରେ ପ୍ରାୟ ୧୨ କୋଟି ଉପଭୋକ୍ତା ହରାଇଛି। ଏହି ଗ୍ରାହକମାନେ ସେମାନଙ୍କର ଜିଓ ନମ୍ବରକୁ ଭିଆଇକୁ ପୋର୍ଟ କରିଛନ୍ତି କିମ୍ବା ନମ୍ବରଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।

ଏହାର ଅର୍ଥ ନୁହେଁ, ଅନ୍ୟ ଟେଲିକମ୍ କମ୍ପାନୀଗୁଡ଼ିକ ମଧ୍ୟ ସମାନ କ୍ଷତିର ସମ୍ମୁଖୀନ ହୋଇନାହାଁନ୍ତି, କିନ୍ତୁ ଜିଓ ତୁଳନାରେ ସେମାନେ ଏ ପର୍ଯ୍ୟନ୍ତ ଭଲ ସ୍ଥିତିରେ ଅଛନ୍ତି। କମ୍ ରିଚାର୍ଜ ମୂଲ୍ୟରେ ଅସୀମିତ ହାଇ ସ୍ପିଡ୍ ଡାଟା ଉପଭୋଗ କରିବା ସୁଯୋଗ ଦେଇଥିବା ଜିଓ ବର୍ତ୍ତମାନ ଏହାର ପ୍ରତିଦ୍ବନ୍ଦୀ କମ୍ପାନୀ ଅପେକ୍ଷା ଅଧିକ ଟାରିଫ୍ ଚାର୍ଜ କରୁଛି। ଜିଓ ଉପଭୋକ୍ତାମାନଙ୍କ ପାଇଁ ଏହା ନିଶ୍ଚିତ ଭାବରେ ସହଜ ନୁହେଁ, ଏବଂ ଜିଓ ଗ୍ରାହକମାନେ ନେଟୱର୍କ ଛାଡିବାର ଏହା ହେଉଛି ମୂଳ କାରଣ। ଏହାବ୍ୟତୀତ କ୍ରମାଗତ ହାଇ ସ୍ପିଡ୍ ଇଣ୍ଟରନେଟ୍ ଆବଶ୍ୟକ କରନ୍ତି, ଯାହା ଜିଓ ବର୍ତ୍ତମାନ ନିଶ୍ଚିତ କରିବାକୁ ଅସମର୍ଥ । ଏତେ ସଂଖ୍ୟାରେ ଗ୍ରାହକମାନେ ନେଟୱର୍କ ଛାଡିବା ପାଇଁ ମନ୍ଥର ଇଣ୍ଟରନେଟ୍ ସେବା ହେଉଛି ଦ୍ୱିତୀୟ କାରଣ । ମନ୍ଥର ଇଣ୍ଟରନେଟ୍ ସ୍ପିଡ୍ କ୍ଷେତ୍ରରେ ଜିଓ ମଧ୍ୟ ଏକ ଗୁଣାତ୍ମକ ନେଟୱାର୍କ ଯୋଗାଇବାରେ ଅସମର୍ଥ ତେଣୁ ଗ୍ରାହକ ଅନ୍ୟ ନେଟୱାର୍କକୁ ସ୍ଥାନାନ୍ତର କରିବାର ଏହା ହେଉଛି ଏକ ପ୍ରମୁଖ କାରଣ।

ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ର ବିକ୍ରି ହେବ ୯୭୦ କୋଟି ଟଙ୍କାର ସମ୍ପତ୍ତି
ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ(ବିଏସଏନଏଲ୍‌) ଏବଂ ମହାନଗର ଟେଲିକମ ନିଗମ ଲିଃ(ଏମଟିଏନଏଲ୍‌) ଭଳି ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀର ଅଚଳ ସମ୍ପତ୍ତି ବିକ୍ରି କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଶେଷ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ଦୁଇ କମ୍ପାନୀର ୬ଟି ଅଚଳ ସମ୍ପତ୍ତି ବିକ୍ରି କରିବାକୁ ନିଲାମ ଆରମ୍ଭ ହୋଇଥିବା ନିବେଶ ଓ ସାର୍ବଜନିକ ସମ୍ପତ୍ତି ପ୍ରବନ୍ଧନ ବିଭାଗ (ଦୀପମ୍‌) ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମ୍ପତ୍ତି ମୂଲ୍ୟ ପ୍ରାୟ ୯୭୦ କୋଟି ଟଙ୍କା ହେବ ବୋଲି ବିଭାଗୀୟ ସଚିବ ତୁହିନକାନ୍ତ ପାଣ୍ଡେ ଟ୍ବିଟ କରି କହିଛନ୍ତି। ଏଥିରେ ବିଏସଏନଏଲର ୬୬୦ କୋଟି ଟଙ୍କାର ସମ୍ପତ୍ତି ରହିଥିବା ବେଳେ ଏମଟିଏନଏଲର ୩୨୦ କୋଟି ଟଙ୍କାର ସମ୍ପତ୍ତି ରହିଛି।

ଆରମ୍ଭ ହେଲା ବିଏସଏନଏଲ୍ ୪ଜି ସେବା, ଟ୍ବିଟ କରି ସୂଚନା ଦେଲେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ:ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ବିଏସଏନଏଲ୍ ତା’ର ୪ଜି ନେଟୱର୍କର ପରୀକ୍ଷଣ କରିଛି। ଏହି ଅବସରରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଏସଏନଏଲର ୪ଏ ନେଟୱର୍କରେ ପ୍ରଥମ କଲ୍ କରିଛନ୍ତି।  ସେ ଏ ନେଇ ଟ୍ୱିଟ୍ କରି  ସୂଚନା ଦେଇଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି ଯେ, ବିଏସଏନଏଲର ଭାରତୀୟ ୪ଜି ନେଟୱର୍କରେ ପ୍ରଥମ ଫୋନ୍ କଲ କରିଛି। ଏହି ପରୀକ୍ଷଣ ଚଣ୍ଡିଗଡ଼ରେ ହୋଇଛି।

Made first call over Indian 4G network of BSNL (Designed and Made in India).
PM @narendramodi Ji’s vision of Aatmanirbhar Bharat taking shape.

— Ashwini Vaishnaw (@AshwiniVaishnaw) October 10, 2021

ବିଏସଏନଏଲ୍ ସହ ମିଶି ଟିସିଏସ୍ ସ୍ୱଦେଶୀ ଭାବେ ବିକଶିତ ହୋଇଥିବା ଇନଫ୍ରା ଓ ରେଡିଓ ଉପକରଣ ସହ ୪ଜି ନେଟୱର୍କର ପରୀକ୍ଷଣ କରିଛି। ଏହି ୪ଜି ଉପକରଣକୁ ଟିସିଏସ୍ ଓ C-Dot ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଏହି ପରୀକ୍ଷଣ ପାଇଁ ଟିସିଏସ୍ ଚଣ୍ଡିଗଡ଼ର ୫ଟି ଅଞ୍ଚଳରେ ୪ଜି ରେଡିଓ ଉପକରଣ ଲଗାଇଛି। ତେବେ ଏହି ୪ଜି ସେବା ସାରା ଦେଶରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ଯକ୍ଷମ ହୋଇପାରିନି। ବିଏସଏନଲ ୪ଜିର ପ୍ରଚାର ପ୍ରସାର ଲାଗି ଆସନ୍ତା ଡିସେମ୍ବର ୩୧ ପର୍ଯ୍ଯନ୍ତ ୪ଜି ସିମ୍ ମାଗଣାରେ ଯୋଗାଇଦେବାକୁ ଘୋଷଣା କରିଛି ବିଏସଏନଏଲ୍।