Income Tax raid - The Sakala

କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ
ଭୁବନେଶ୍ୱର: ଆୟକର ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ । ପ୍ରାଥମିକ ଭାବେ ପାଖପାଖି ୫୦ କୋଟି ଟଙ୍କାର ଟିକସ ଫାଙ୍କିବା ନେଇ ପ୍ରମାଣ ପାଇଲା ଆୟକର ବିଭାଗ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଏମ୍ବାସି ବାର ଏବଂ ସ୍କାଏ ଲାଉଞ୍ଜ ବାର୍ଷିକ ୨୫ କୋଟି କାରବାର କରୁଥିବା ବେଳେ ୮୦ ପ୍ରତିଶତ ଟିକସ ଫାଙ୍କିବା ନେଇ ତଥ୍ୟ ପ୍ରମାଣପାଇଛି ଆୟକର ବିଭାଗ । ସେହିଭଳି ମହୀଶୂର ଏକ୍ସପ୍ରେସ ଓ ତନ୍ଦୁରୱାଲା ମଧ୍ୟ ବିପୁଳ ପରିମାଣର ଟିକସ ଠକେଇ କରିଥିବା ଆୟକର ବିଭାଗ ପ୍ରମାଣ ପାଇଛି । ପେଟପୂଜା ଆପ୍ ଜରିଆରେ ଏହି ରେଷ୍ଟୁରାଣ୍ଟ ଗୁଡିକ ଠକେଇ କରିବା ନେଇ ପ୍ରାଥମିକ ପ୍ରମାଣ ସହ ଆୟକର ବିଭାଗର ୧୫ଟି ଟିମ୍ କଟକ,  ଭୁବନେଶ୍ୱର, ପୁରୀର ୬ଟି ସ୍ଥାନରେ ଚଢାଉ କରିଥିଲା  । ୨୪ ଘଣ୍ଟା ଧରି ଖୋଳତାଡ଼ କରିବା ପରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କ୍ୟାସ ବୁକ୍, ବ୍ୟାଙ୍କ ସମ୍ବନ୍ଧିତ କାଗଜପତ୍ର ଆଦି ଜବତ କରିଛି ଚଢାଉକାରୀ ଦଳ । ମହୀଶୂର ଏକ୍ସପ୍ରେସ ମାଲିକ ଅଭୟ କୁମାର ନାୟକ ଓ  ଏମ୍ବାସି ବାର ଏବଂ ରେଣ୍ଟୁରାଣ୍ଟ , ସ୍କାଏ ଲାଉଞ୍ଜ ମାଲିକଙ୍କୁ ଜେରା ପରେ ଆୟକର ବିଭାଗ ଅଫିସରେ ହଜାର ପାଇଁ ନୋଟିସ କରାଯାଇଛି ।

୪ ରାଜ୍ୟରେ ଆୟକର ଚଢ଼ଉ; ନଗଦ ୯୪ କୋଟି ସହ ୮ କୋଟି ଟଙ୍କାର ଅଳଙ୍କାର ଜବତ
ନୂଆଦିଲ୍ଲୀ: ଆୟକର ବିଭାଗ (ଆଇଟି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୪ ରାଜ୍ୟ କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଦିଲ୍ଲୀର ସରକାରୀ ଠିକାଦାର, ରିୟଲ ଇଷ୍ଟେଟ ଡେଭଲପର୍ସଙ୍କ ପ୍ରାୟ ୫୫ଟି ଠିକଣାରେ ଚଢ଼ଉ କରାଯାଇଛି। ଏହି ଚଢ଼ଉରୁ ୯୪ କୋଟି ଟଙ୍କା, ୮ କୋଟି ଟଙ୍କାର ସୁନା ଏବଂ ହୀରା ଅଳଙ୍କାର ଏବଂ ୩୦ଟି ଦାମୀ ଘଣ୍ଟା ଜବତ କରାଯାଇଛି। ସବୁ ମିଶାଇ ମୋଟ ୧୦୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। ବେଙ୍ଗାଲୁରୁ କାର୍ଯ୍ୟାଳୟ ସହିତ ବିଭିନ୍ନ ରାଜ୍ୟର ଟିମ୍‌ ଗତ ୧୨ ତାରିଖରେ ଏହି ଚଢ଼ଉ ଆରମ୍ଭ କରିଥିଲା। ସିବିଡିଟି ପକ୍ଷରୁ କୁହାଯାଇଛି ଯେ ଜଣେ ଘରୋଇ କର୍ମଚାରୀଙ୍କ ଠିକଣାରୁ ୩୦ଟି ବିଳାସପୂର୍ଣ୍ଣ ଘଣ୍ଟା ଜବତ କରାଯାଇଥିଲା। ସେ କୌଣସି ଘଣ୍ଟା ବ୍ୟବସାୟରେ ମଧ୍ୟ ସମ୍ପୃକ୍ତ ନ ଥିଲେ। ବିଭିନ୍ନ ସଂସ୍ଥା ଏବଂ ସହଯୋଗୀମାନଙ୍କର ଠିକଣାରେ ହୋଇଥିବା ଏହି ଚଢ଼ଉରୁ ଅନେକ ଆପତ୍ତିଜନକ ସାମଗ୍ରୀ ମିଳିଛି। ଜାଲିଆତିର ସମ୍ପୃକ୍ତି ପ୍ରମାଣପତ୍ରର ହାର୍ଡ କପି ଏବଂ ଡିଜିଟାଲ ଡାଟା ମଧ୍ୟ ଜବତ କରାଯାଇଛି।

ସିବିଡିଟିର ସୂଚନା ଅନୁଯାୟୀ ଟିକସ ଠକେଇ ପାଇଁ ଏମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିଲେ। ଠିକାଦାରମାନେ ଜାଲ୍‌ ସାମଗ୍ରୀ କ୍ରୟ କରି ନିଜ ଆୟ ହ୍ରାସ୍‌ କରି ଦେଖାଉ ଥିଲେ। ସହ-ଠିକାଦାରଙ୍କ ସହ ମିଶି ଅନାବଶ୍ୟକ ସାମଗ୍ରୀ କ୍ରୟ କରି ଅଧିକ ଖର୍ଚ୍ଚ ଦେଖାଉ ଥିଲେ। ଠିକାଦାରଙ୍କ ରସିଦରୁ ଏହି ଅନିୟମିତତା ଧରା ପଡ଼ିଥିଲା। ଏହା ମାଧ୍ୟମରେ ଆୟ ବର୍ହିଭୂତ ଟଙ୍କା ଏବଂ ସମ୍ପତ୍ତି ଠୁଳ କରାଯାଉଥିଲା। ଏ ସମ୍ପର୍କିତ କାଗଜ ପତ୍ର ଆଇଟି ଅଧିକାରୀଙ୍କ ହାତରେ ଲାଗିଛି। ଗୁଡ୍ସ ରିସିପ୍ଟ ନୋଟ (ଜିଆରଏନ)ରୁ ଜଣାପଡ଼ିଛି ଯେ ଯେତିକି ସାମଗ୍ରୀ ମଗା ଯାଉଥିଲା ଏବଂ ଯେତିକି ସାମଗ୍ରୀ ଆସୁଥିଲା ସେଥିରେ ଫରକ ରହୁଥିଲା। ଏହି ଠିକାଦାରମାନେ ଅଣ-ବ୍ୟବସାୟିକ କ୍ରୟରେ ମଧ୍ୟ ସାମିଲ ଥିଲେ। ଯୋଗାଯୋଗ ଖର୍ଚ୍ଚ ସମ୍ବନ୍ଧିତ ପ୍ରମାଣପତ୍ର ମଧ୍ୟ ମିଳିଛି। ବିପୁଳ ପରିମାଣର ଟଙ୍କା କାରବାର ମଧ୍ୟ ହୋଇଛି। ଏହାର କୌଣସି ତଥ୍ୟ ରେକର୍ଡ ବୁକ୍‌ରେ ନାହିଁ। ସହ-ଠିକାଦାର ଏବଂ ସହଯୋଗୀଙ୍କ ଠିକଣାରୁ ମଧ୍ୟ ଏପରି ପ୍ରମାଣ ମିଳିଛି। ଏହି ଚଢ଼ଉକୁ ନେଇ କର୍ଣ୍ଣାଟକ ବିଜେପି ମୁଖ୍ୟ ନଳୀନ କୁମାର କତିଲ କଂଗ୍ରେସକୁ ନିଶାଣ କରିଛନ୍ତି। ଏହି ଟଙ୍କା କଂଗ୍ରେସର ବୋଲି କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅଭିଯୋଗକୁ ଆଧାରହୀନ କହି ଖାରଜ କରିଦେଇଛନ୍ତି।