Sandalwood - The Sakala

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଦକ୍ଷିଣ ଭାରତୀୟ ସିନେମାର ଜଣାଶୁଣା ଅଭିନେତ୍ରୀ ରୁକ୍ମିଣୀ ବସନ୍ତ ତାଙ୍କର ଏକ ନକଲି ଏଆଇ (AI) ନିର୍ମିତ ବିକିନି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିଛି ଦୁର୍ବୃତ୍ତ ତାଙ୍କର ମୁହଁକୁ ଏକ ଭିନ୍ନ ଫଟୋ ସହ ଯୋଡ଼ି ଇଣ୍ଟରନେଟରେ ଛାଡ଼ିଛନ୍ତି। ଏହି ଘଟଣାକୁ ଏକ ଗମ୍ଭୀର ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ ଦର୍ଶାଇ ଅଭିନେତ୍ରୀ ଦୋଷୀମାନଙ୍କ ବିରୋଧରେ ଆଇନଗତ ଏବଂ ସାଇବର୍ କ୍ରାଇମ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୋସିଆଲ୍ ମିଡିଆରେ ରୁକ୍ମିଣୀଙ୍କ ବୟାନ

ନିଜର ଇନଷ୍ଟାଗ୍ରାମ୍ ଏବଂ ଏକ୍ସ (X) ଆକାଉଣ୍ଟରେ ଏକ ସ୍ପଷ୍ଟୀକରଣ ଜାରି କରି ରୁକ୍ମିଣୀ ଲେଖିଛନ୍ତି ଯେ, "ମୁଁ ଏବଂ ମୋ ଟିମ୍‌ର ନଜରକୁ ଆସିଛି ଯେ, ମୋ ନାମରେ କିଛି ନକଲି ଏଆଇ (AI) ଫଟୋଗୁଡ଼ିକ ଇଣ୍ଟରନେଟରେ ଘୁରି ବୁଲୁଛି। ମୁଁ ସ୍ପଷ୍ଟ ଭାବରେ ଜଣାଇବାକୁ ଚାହେଁ ଯେ, ଏହି ଫଟୋଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ନକଲି ଏବଂ ମିଥ୍ୟା"। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ପରିବର୍ତ୍ତିତ କଣ୍ଟେଣ୍ଟ୍‌ ପ୍ରସ୍ତୁତ କରିବା ଏବଂ ସେୟାର କରିବା ଅତ୍ୟନ୍ତ ଦାୟିତ୍ୱହୀନତା ଏବଂ ଗୋପନୀୟତାର ଉଲ୍ଲଂଘନ। ତେଣୁ ଏହି ମାମଲାକୁ ଗୁରୁତର ସହ ନେଇ ସେ ସାଇବର୍ କ୍ରାଇମ୍ ପୋଲିସ୍ ନିକଟରେ ଅଭିଯୋଗ କରିବା ପାଇଁ ପଦକ୍ଷେପ ନେଉଛନ୍ତି।

ଫ୍ୟାନ୍‌ମାନଙ୍କୁ କଲେ ନିବେଦନ

ନିଜ ବିବୃତ୍ତିରେ ଅଭିନେତ୍ରୀ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଏଭଳି ନକଲି ଫଟୋ କିମ୍ବା ଭିଡିଓଗୁଡ଼ିକୁ ସେୟାର୍ କରିବା କିମ୍ବା ସେଥିରେ ଏନ୍‌ଗେଜ୍ ହେବାରୁ ଦୂରେଇ ରୁହନ୍ତୁ। ଗତ କିଛି ଦିନ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଏଭଳି ଡିପ୍‌ଫେକ୍ (Deepfake) ଟେକ୍ନୋଲୋଜିର ଶିକାର ହେଉଛନ୍ତି, ଯାହା ମଧ୍ୟରେ ରଶ୍ମିକା ମନ୍ଦାନା ଏବଂ ଆଲିଆ ଭଟ୍ଟ ମଧ୍ୟ ସାମିଲ୍ ଅଛନ୍ତି।

ରୁକ୍ମିଣୀ ବସନ୍ତଙ୍କ ଆଗାମୀ ପ୍ରୋଜେକ୍ଟ

କର୍ମକ୍ଷେତ୍ରରେ ଦେଖିବାକୁ ଗଲେ, ରୁକ୍ମିଣୀ ଗତ ବର୍ଷ ବ୍ଲକ୍‌ବଷ୍ଟର ଫିଲ୍ମ 'କାନ୍ତାରା: ଚାପ୍ଟର ୧' ରେ ନଜର ଆସିଥିଲେ ଯାହା ତାଙ୍କୁ ଲୋକପ୍ରିୟତା ଦେଇଥିଲା। ସେ ବର୍ତ୍ତମାନ ପାନ୍-ଇଣ୍ଡିଆ ଷ୍ଟାର୍ ଯଶ୍ଙ୍କ ସହ ଆଗାମୀ ଫିଲ୍ମ 'ଟକ୍ସିକ୍' (Toxic) ରେ ନଜର ଆସିବେ। ଏହା ବ୍ୟତୀତ ସେ ଜୁନିୟର୍ ଏନ୍‌ଟିଆର୍ଙ୍କ (Jr NTR) ଆଗାମୀ ଫିଲ୍ମ 'ଡ୍ରାଗନ୍' (Dragon) ରେ ମଧ୍ୟ ଏକ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି।

ରିଲିଜ ହେଲା ‘ରକିଂ ଷ୍ଟାର’ ୟଶଙ୍କ ଅପକମିଂ ଫିଲ୍ମ ‘ଟକ୍ସିକ’ର ଦମଦାର ଟିଜର
ମୁମ୍ବାଇ: କେଜିଏଫ୍ ପରେ ପୁଣି ଥରେ ବଡ଼ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ରକିଂ ଷ୍ଟାର ୟଶ। ଦୀର୍ଘ ଦିନର ଅପେକ୍ଷା ପରେ ତାଙ୍କର ଆଗାମୀ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର ‘ଟକ୍ସିକ୍: ଏ ଫେୟାରୀଟେଲ୍ ଫର୍ ଗ୍ରୋନ୍-ଅପ୍ସ’ର ଅଫିସିଆଲ୍ ଟିଜର ଆଜି ମୁକ୍ତିଲାଭ କରିଛି। ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ଏହି ଚଳଚ୍ଚିତ୍ରଟି ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବାକୁ ଥିବାବେଳେ, ଏହାର ଟିଜର ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢାଇ ଦେଇଛି।

୨ ମିନିଟର ଏହି ଟିଜରରେ ୟଶଙ୍କୁ ଏକ ଭୟଙ୍କର ଏବଂ ଷ୍ଟାଇଲିସ୍ ଅବତାରରେ ଦେଖିବାକୁ ମିଳିଛି। ଏକ ପାର୍ଟିର ଦୃଶ୍ୟରୁ ଆରମ୍ଭ ହୋଇଥିବା ଏହି ଟିଜରରେ ଭରପୂର ଆକ୍ସନ୍ ରହିଛି। ୟଶଙ୍କ ଚରିତ୍ର ‘ରାୟା’କୁ ବେଶ୍ ଶକ୍ତିଶାଳୀ ଭାବେ ଉପସ୍ଥାପନ କରାଯାଇଛି। ଟିଜରରେ ୟଶ କହୁଛନ୍ତି, “ଖେଳ ସେତେବେଳେ ସରିବ, ଯେତେବେଳେ ମୁଁ କହିବି... ସେପର୍ଯ୍ୟନ୍ତ କିଛି ସମ୍ମାନ ଶିଖ।” ଟିଜରର ଶେଷ ଭାଗରେ ୟଶ ହାତରେ ଏକ ଚେନ୍ କରତ (chainsaw) ଧରି ଶତ୍ରୁ ସଂହାର କରୁଥିବା ଦୃଶ୍ୟ ସମସ୍ତଙ୍କୁ ଚମକାଇ ଦେଇଛି। ନିର୍ମାତାମାନେ ଏହି ଟିଜରକୁ କନ୍ନଡ, ହିନ୍ଦୀ, ତେଲୁଗୁ, ତାମିଲ ଏବଂ ମାଲାୟାଲମ୍ ଭାଷାରେ ରିଲିଜ୍ କରିଛନ୍ତି।

ଏହି ଚଳଚ୍ଚିତ୍ରରେ କେବଳ ୟଶ ନୁହନ୍ତି, ବରଂ ଏକାଧିକ ବଡ଼ ତାରକାଙ୍କୁ ଦେଖିବାକୁ ମିଳିବ। ଫିଲ୍ମରେ ନୟନତାରା ‘ଗଙ୍ଗା’ ଭୂମିକାରେ, କିଆରା ଆଡଭାନୀ ‘ନାଦିଆ’ ଭୂମିକାରେ, ହୁମା କୁରେଶୀ ‘ଏଲିଜାବେଥ୍’ ଭାବରେ ଏବଂ ତାରା ସୁତାରିଆ ‘ରେବେକା’ ଭୂମିକାରେ ନଜର ଆସିବେ। ପ୍ରଖ୍ୟାତ ନିର୍ମାତା ଗୀତୁ ମୋହନଦାସ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ, ଏହା କନ୍ନଡ ଏବଂ ଇଂରାଜୀ ଭାଷାରେ ଏକକାଳୀନ ସୁଟିଂ କରାଯାଇଛି।

‘ଟକ୍ସିକ୍’ର କାହାଣୀ ୧୯୪୦ ରୁ ୧୯୭୦ ଦଶକ ମଧ୍ୟରେ ଗୋଆରେ ସେଟ୍ ହୋଇଥିବା କୁହାଯାଉଛି। ଏହା ଏକ ଗ୍ୟାଙ୍ଗଷ୍ଟର ଡ୍ରାମା, ଯେଉଁଥିରେ ଅପରାଧ ଜଗତର କଳା ସାମ୍ରାଜ୍ୟ, ଭୟ ଏବଂ ବିଶ୍ୱାସଘାତକତାର କାହାଣୀ ଦେଖିବାକୁ ମିଳିବ। ଆସନ୍ତା ବର୍ଷ ମାର୍ଚ୍ଚ ୧୯ରେ ଇଦ୍, ଉଗାଡି ଏବଂ ଗୁଡି ପାଡୱା ଅବସରରେ ଏହା ରିଲିଜ୍ ହେବ। ତେବେ ବକ୍ସ ଅଫିସରେ ଏହା ରଣବୀର ସିଂହଙ୍କ ଅଭିନୀତ ଚଳଚ୍ଚିତ୍ର ‘ଧୁରନ୍ଧର: ଦ ରିଭେଞ୍ଜ’ ସହ ମୁହାଁମୁହିଁ ହେବ ବୋଲି ଜଣାପଡିଛି।

ୟଶଙ୍କ ଫିଲ୍ମ 'ଟକ୍ସିକ୍' ପାଇଁ ବଢିଲା ଅଡୁଆ: ଟିଜରରେ ଥିବା ଦୃଶ୍ୟକୁ ବିରୋଧ କଲା ନ୍ୟାସନାଲ ଖ୍ରୀଷ୍ଟିୟାନ ଫେଡେରେସନ୍
କେଜିଏଫ୍ ଷ୍ଟାର୍ ୟଶଙ୍କ ଆଗାମୀ ଚଳଚ୍ଚିତ୍ର 'ଟକ୍ସିକ୍' (Toxic: A Fairy Tale for Grown-ups) ପୁଣି ଥରେ ବିବାଦ ଘେରକୁ ଆସିଛି। ଫିଲ୍ମର ଟିଜରରେ କିଛି ନିର୍ଦ୍ଦିଷ୍ଟ ଦୃଶ୍ୟକୁ ନେଇ ନ୍ୟାସନାଲ ଖ୍ରୀଷ୍ଟିୟାନ ଫେଡେରେସନ୍ (NCF) ତୀବ୍ର ଆପତ୍ତି ଉଠାଇଛି। ଏହି ଦୃଶ୍ୟଗୁଡ଼ିକ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରି ସଙ୍ଗଠନ ପକ୍ଷରୁ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରାଯାଇଛି।

କ’ଣ ରହିଛି ଅଭିଯୋଗ?

ନ୍ୟାସନାଲ ଖ୍ରୀଷ୍ଟିୟାନ ଫେଡେରେସନ୍ ଅଭିଯୋଗ କରିଛି ଯେ, ଫିଲ୍ମର ଟିଜରରେ ଖ୍ରୀଷ୍ଟିୟାନ ଧର୍ମର ପବିତ୍ର ପ୍ରତୀକ ଏବଂ ସେଣ୍ଟ ମାଇକେଲ (Saint Michael the Archangel) ଙ୍କ ଚିତ୍ରକୁ ଅପମାନଜନକ ଭାବରେ ଚିତ୍ରଣ କରାଯାଇଛି। ଅଭିଯୋଗ ଅନୁଯାୟୀ, ଟିଜରରେ ଦେଖାଯାଇଥିବା କିଛି ଅଶ୍ଳୀଳ ଏବଂ ଆପତ୍ତିଜନକ ଦୃଶ୍ୟ ପବିତ୍ର ଧାର୍ମିକ ଚିତ୍ର ସାମ୍ନାରେ ସୁଟିଂ କରାଯାଇଛି, ଯାହା ସମ୍ପ୍ରଦାୟ ପାଇଁ ଅତ୍ୟନ୍ତ ଅସହ୍ୟ। ଏହା ଧର୍ମ ପ୍ରତି ଘୋର ଅପମାନ ବୋଲି ସଙ୍ଗଠନ ଦାବି କରିଛି।

କ୍ଷମା ମାଗିବାକୁ ଦାବି

ଫେଡେରେସନ୍ ପକ୍ଷରୁ ଦାବି କରାଯାଇଛି ଯେ, ନିର୍ମାତାମାନେ ତୁରନ୍ତ ୟୁଟ୍ୟୁବ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରୁ ଏହି ବିବାଦୀୟ ଦୃଶ୍ୟ ହଟାନ୍ତୁ। ଏହା ସହିତ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବାରୁ ସେମାନେ ସର୍ବସାଧାରଣରେ କ୍ଷମା ମାଗିବାକୁ ମଧ୍ୟ କୁହାଯାଇଛି। ଯଦି ଏହି ଦାବି ପୂରଣ ନହୁଏ, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଙ୍ଗଠନ ଚେତାବନୀ ଦେଇଛି। ଏନେଇ ସେନ୍ସର ବୋର୍ଡ (CBFC), ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି।

ପୂର୍ବରୁ ମହିଳା ଆୟୋଗ କରିଥିଲେ ବିରୋଧ

ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ 'ଟକ୍ସିକ୍' ବିବାଦରେ ଫସିଛି। ଏହା ପୂର୍ବରୁ ଟିଜରରେ ଥିବା କିଛି ଦୃଶ୍ୟକୁ ନେଇ କର୍ଣ୍ଣାଟକ ରାଜ୍ୟ ମହିଳା ଆୟୋଗ ମଧ୍ୟ ଆପତ୍ତି ଉଠାଇଥିଲେ। ସେତେବେଳେ ଅଭିଯୋଗ ହୋଇଥିଲା ଯେ, ଟିଜରରେ ମହିଳାଙ୍କ ପ୍ରତି ଅସମ୍ମାନଜନକ ଏବଂ ହିଂସାତ୍ମକ ଦୃଶ୍ୟ ରହିଛି। ବର୍ତ୍ତମାନ ଧାର୍ମିକ ଭାବନାକୁ ନେଇ ଉଠିଥିବା ଏହି ନୂଆ ବିବାଦ ଫିଲ୍ମ ନିର୍ମାତାଙ୍କ ପାଇଁ ଅଡୁଆ ବଢାଇପାରେ।

Toxic Movie; ଜନ୍ମଦିନରେ ଧମାକା: ହାତରେ ମେସିନ୍ ଗନ୍ ଧରି ଫେରିଲେ ୟଶ୍, ରିଲିଜ୍ ହେଲା ‘ଟକ୍ସିକ୍’ର ଦମଦାର୍ ଟିଜର
କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ‘ରକିଂ ଷ୍ଟାର୍’ ଯଶ (Yash) ଙ୍କ ଫ୍ୟାନ୍ସମାନଙ୍କ ପାଇଁ ଆଜିର ଦିନଟି କୌଣସି ଉତ୍ସବଠାରୁ କମ୍ ନୁହେଁ। ଆଜି ଅଭିନେତାଙ୍କ ୪୦ତମ ଜନ୍ମଦିନ ଅବସରରେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ଟକ୍ସିକ୍' (Toxic: A Fairy Tale for Grown-ups) ର ଟିଜର ରିଲିଜ୍ କରାଯାଇଛି। 'କେଜିଏଫ୍ ୨' ପରେ ଦୀର୍ଘ ଦିନ ଧରି ଦର୍ଶକ ଯଶଙ୍କୁ ବଡ଼ ପରଦାରେ ଦେଖିବାକୁ ଅପେକ୍ଷା କରିଥିଲେ, ଆଉ ଆଜି ଏହି ଟିଜର ସେମାନଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଦେଇଛି।

ପ୍ରାୟ ୩ ମିନିଟର ଏହି ଟିଜରଟି ଏକ କବରସ୍ଥାନର ଦୃଶ୍ୟରୁ ଆରମ୍ଭ ହୁଏ, ଯେଉଁଠାରେ ଜଣେ ବ୍ୟକ୍ତିର ଅନ୍ତିମ ସଂସ୍କାର ଚାଲିଥାଏ। ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି କହୁଛନ୍ତି ଯେ, କେହି ବି ଏତେ ପାଗଳ ନୁହଁନ୍ତି ଯେ ଏଠାକୁ ଆସିବେ। ଠିକ୍ ସେହି ସମୟରେ ଏକ ଜବରଦସ୍ତ ବିସ୍ଫୋରଣ ଘଟେ ଏବଂ ଏଣ୍ଟ୍ରି ହୁଏ 'ରାୟା' (Raya) ରୂପୀ ଯଶଙ୍କର। ହାତରେ ମେସିନ୍ ଗନ୍ ଏବଂ ପାଟିରେ ସିଗାର୍ ଧରି ଯଶ ଶତ୍ରୁମାନଙ୍କ ଉପରେ ଗୁଳି ବର୍ଷା କରୁଥିବା ଦେଖିବାକୁ ମିଳିଛି। ଟିଜର ଶେଷରେ ଯଶଙ୍କ ମୁହଁରୁ ଶୁଣିବାକୁ ମିଳେ ଏକ ଦମଦାର୍ ଡାଇଲଗ୍- "ଡାଡିସ୍ ହୋମ୍" (Daddy's Home)।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶିକା ଗୀତୁ ମୋହନଦାସ। କେବଳ ଯଶ ନୁହଁନ୍ତି, ଫିଲ୍ମରେ ଏକ ବଡ଼ ତାରକା ସମାହାର ଦେଖିବାକୁ ମିଳିବ। ଏଥିରେ କିଆରା ଆଡଭାନୀ, ନୟନତାରା, ହୁମା କୁରେଶୀ, ତାରା ସୁତାରିଆ ଏବଂ ରୁକ୍ମିଣୀ ବସନ୍ତଙ୍କ ଭଳି ଅଭିନେତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଟିଜରରେ ଦେଖାଯାଇଥିବା ଭିଜୁଆଲ୍ସ ଏବଂ ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ଦର୍ଶକଙ୍କୁ ହଲିଉଡ୍ ଫିଲ୍ମର ଅନୁଭବ ଦେଉଛି।

ଯଶଙ୍କ ଏହି ଆକ୍ସନ୍ ଥ୍ରୀଲର ଫିଲ୍ମଟି ଆସନ୍ତା ୧୯ ମାର୍ଚ୍ଚ ୨୦୨୬ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଟିଜର ରିଲିଜ୍ ହେବାର କିଛି ସମୟ ମଧ୍ୟରେ ହିଁ ସୋସିଆଲ ମିଡିଆରେ ଏହା ଟ୍ରେଣ୍ଡ କରିବା ଆରମ୍ଭ କରିଦେଇଛି। ଫ୍ୟାନ୍ସମାନେ ଯଶଙ୍କ ନୂଆ ଲୁକ୍ ଏବଂ ଆକ୍ସନ୍ ଅବତାରକୁ ବେଶ୍ ପସନ୍ଦ କରିଛନ୍ତି।

ବାତ୍ୟାରେ ଉପୁଡ଼ିଥିବା ଚନ୍ଦନ ଗଛକୁ ବିକିବେ ସରକାର , ମିଳିବ ୧ ହଜାର କୋଟି ଟଙ୍କା
ଭୁବନେଶ୍ୱର : ରାଜ୍ୟରେ ଦୀର୍ଘଦିନ ହେଲା ଗଚ୍ଛିତ ପ୍ରାୟ ୮୧୦ ମେଟ୍ରିକ୍‍ ଟନ୍‍ ଲାଲ୍‍ ଚନ୍ଦନ କାଠକୁ ବିକ୍ରି ପାଇଁ ବାଟ ଫିଟିଛି। ଏହି କାଠ ବିକ୍ରି ହେଲେ ରାଜ୍ୟ ରାଜକୋଷକୁ ପ୍ରାୟ ୧ ହଜାର କୋଟି ଟଙ୍କା ରାଜସ୍ୱ ମିଳିବା ସମ୍ଭାବନା ରହିଛି। ପୂର୍ବରୁ ଏପରି ମୂଲ୍ୟବାନ କାଠ ରପ୍ତାନୀ କିମ୍ବା ବିକ୍ରି କ୍ଷେତ୍ରରେ କଠୋର ନିୟମ ରହିଥିବା ବେଳେ ବିଶେଷ ପରିସ୍ଥିତିରେ ରପ୍ତାନୀ ନିୟମକୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କୋହଳ କରାଯାଇଛି। ୨୦୧୮ ମସିହାରେ ତିତ୍‍ଲି ବାତ୍ୟା ସମୟରେ ପାରଳାଖେମୁଣ୍ଡି ବନାଞ୍ଚଳରେ ବହୁ ରକ୍ତଚନ୍ଦନ ଗଛ ଉପୁଡ଼ି ପଡ଼ିଥିଲା। ବନ ବିଭାଗ ପକ୍ଷରୁ ଏହାର କାଠଗୁଡ଼ିକୁ ସୁରକ୍ଷିତ ଭାବରେ ସଂଗ୍ରହ କରାଯାଇଥିଲା।

ଗଚ୍ଛିତ ରକ୍ତଚନ୍ଦନ କାଠକୁ ବିକ୍ରି ନିମନ୍ତେ ରାଜ୍ୟ ସରକାର କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ମନ୍ତ୍ରାଳୟକୁ ଅନୁମତି ମାଗିଥିଲେ। ଏହାପରେ କେନ୍ଦ୍ର ସରକାର ଆଇଟିସି (ଏଚଏସ) ରପ୍ତାନୀ ନିୟମ ୨୦୧୮ରେ କୋହଳ କରିବା ସହ କାଠଗୁଡ଼ିକୁ ବିକ୍ରି ଅନୁମତି ପ୍ରଦାନ କରିଛନ୍ତି। ଏହି ଲାଲ୍‍ ଚନ୍ଦନ ଗଛ ପ୍ରସାଧନ ସାମଗ୍ରୀ ଭାବେ ବହୁଳ ବ୍ୟବହାର ହେଉଥିବା ବେଳେ ବିଭିନ୍ନ ପୂଜାକାର୍ଯ୍ୟ ଏବଂ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ବ୍ୟାପକ ଭାବେ ବ୍ୟବହାର ହୋଇଥାଏ। ଏପରିକି ଚନ୍ଦନ କାଠକୁ ମଧ୍ୟ ବାଦ୍ୟଯନ୍ତ୍ରରେ ବ୍ୟବହାର କରାଯାଇଥାଏ। ଚାଇନା, ଜାପାନ, ସିଙ୍ଗାପୁର ପରି ଏସୀୟ ଦେଶମାନଙ୍କରେ ଏହି କାଠର ବହୁଳ ଚାହିଦା ରହିଛି। ସରକାରୀ ଭାବେ ଚନ୍ଦନ କାଠ କିଲୋଗ୍ରାମ ପ୍ରତି ୧୨ ହଜାରରୁ ୧୬ ହଜାର ଟଙ୍କା ବିକ୍ରି ହୋଇଥାଏ।

ତେଣୁ ଉପରୋକ୍ତ ଚନ୍ଦନକାଠ ଅର୍ଥାତ୍‍ ୮୧୦ ମେଟ୍ରିକ୍‍ ଟନ୍‍କୁ ଯଦି ସରକାରୀ ମୂଲ୍ୟରେ ରାଜ୍ୟ ସରକାର ରପ୍ତାନୀ କରିବାରେ ସକ୍ଷମ ହୁଅନ୍ତି ତାହେଲେ ରାଜକୋଷକୁ ୯୦୦ରୁ ୧୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମିଳିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଖୁବ୍‍ ଶୀଘ୍ର ରାଜ୍ୟ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏହା ଉପରେ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଏହି ଲାଲ୍‍ ଚନ୍ଦନ ପ୍ରଜାତିର ଗଛ ଦକ୍ଷିଣ ଭାରତର କିଛି ରାଜ୍ୟ ସହ ଦକ୍ଷିଣ ଓଡ଼ିଶାରେ ବହୁଳ ଭାବେ ଦେଖାଯାଇଥାଏ। ୨୦୧୭ ମସିହାରେ ଏହାର ରପ୍ତାନୀ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଥିଲେ। ଏହି ରକ୍ତ ଚନ୍ଦନ ଗଛକୁ ବିଲୁପ୍ତପ୍ରାୟ ଶ୍ରେଣୀରେ ରଖାଯାଇଥିବା ବେଳେ ଏହାର ବିକ୍ରି କରିବା ବେଆଇନ ଏବଂ ଏହା ପାଇଁ ଦଣ୍ଡବିଧାନ ମଧ୍ୟ ରହିଛି।