assitant-professor - The Sakala

ବିନା ଲିଖିତ ପରୀକ୍ଷାରେ ଚୟନ: ନିଯୁକ୍ତ ହେବେ ୬୦୬ ଆସିଷ୍ଟାଣ୍ଟ ପ୍ରଫେସର
ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ରାଜ୍ୟର ବିଭିନ୍ନ ସରକାରୀ ଡିଗ୍ରୀ କଲେଜ ଗୁଡିକରେ ଓଇଏସ୍ ବର୍ଗର ୬୦୬ ଆସିଷ୍ଟାଣ୍ଟ ପ୍ରଫେସର(ଗ୍ରୁପ୍-ଏ) ପଦ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ବିନା ଲିଖିତ ପରୀକ୍ଷାରେ ଚୟନ କରାଯିବ। କେବଳ କ୍ୟାରିୟର ମାର୍କିଂ ଓ ସାକ୍ଷାତକାର ମାର୍କିଂ ଅଧାରରେ ଚୟନ କରାଯିବ। ଆବେଦନ ପ୍ରକ୍ରିୟା ଆସନ୍ତା ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହେବ। ଆଶାୟୀ ପ୍ରାର୍ଥୀ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଓ ପରୀକ୍ଷା ଫି ଦାଖଲ କରିପାରିବେ। ଏହି ପଦ ପାଇଁ ଆଶାୟୀ ପ୍ରାର୍ଥୀ ପିଜି(ସ୍ନାତକୋତ୍ତର) ସହିତ ନେଟ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ପିଏଚ୍‌ଡି ହାସଲ କରିଥିବା ଛାତ୍ରଛାତ୍ରୀ ମଧ୍ୟ ଉପରୋକ୍ତ ପଦ ପାଇଁ ଆବେଦନ କରି ପାରିବେ ବୋଲି ଓପିଏସସି ପକ୍ଷରୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ତେବେ ଏହି ପଦ ପାଇଁ ଛାତ୍ରାଛାତ୍ରୀଙ୍କୁ  ଲିଖତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ ।

ଏଭଳି ନିଯୁକ୍ତି ବିଜ୍ଞପ୍ତିକୁ ନେଇ ଆଶାୟୀ ହତାଶ ହୋଇ ପଡ଼ିଛନ୍ତି। ବର୍ତ୍ତମାନ  ସ୍ଥିତିରେ ପ୍ରାୟତଃ ସମସ୍ତ ନିଯୁକ୍ତି ପରୀକ୍ଷାରେ ପ୍ରଥମେ ଲିଖିତ ପରୀକ୍ଷା କରାଯାଉଥିବା ବେଳେ ଓଇଏସ୍ ବର୍ଗର କି ଆସିଷ୍ଟାଣ୍ଟ ପ୍ରଫେସର (ଗ୍ରୁପ୍-ଏ) ଭଳି ଗୁରୁତ୍ବପୂର୍ଣ୍ଣ ପାଇଁ ଲିଖିତ ପରୀକ୍ଷାକୁ ବାଦ୍ ଦିଆଯିବା ଛାତ୍ରଛାତ୍ରୀଙ୍କୁ ଚକିତ କରିଛି। କେବଳ ସାକ୍ଷାତକାରକୁ ଭିତ୍ତିକରି ଏହି ନିଯୁକ୍ତି ହେବାକୁ ଥିବାବେଳେ ସମ୍ପୃକ୍ତ ପରୀକ୍ଷା ପରିଚାଳନାର ସ୍ଵଚ୍ଛତା ନେଇ ଆଶାୟୀ ପ୍ରାର୍ଥୀମାନେ ପ୍ରଶ୍ନ ଉଠାଇଛନ୍ତି। ତେଣୁ ଉଭୟ ଲିଖିତ ଓ ସାକ୍ଷାତକାର ଭିତ୍ତିରେ ପଦ ପାଇଁ ପ୍ରାର୍ଥୀ କରାଯିବା ନେଇ ଆଶାୟୀ ପ୍ରାର୍ଥୀମାନେ ଦାବି କରିଛନ୍ତି।

ସୂଚନାଯୋଗ୍ୟ ସମ୍ପୃକ୍ତ ନିଯୁକ୍ତିର ମୂଲ୍ୟାୟନ ଶହେ ମାର୍କକୁ ନେଇ ହେବାକୁ ଥିବାବେଳେ କ୍ୟାରିୟର ମାର୍କ ପାଇଁ ୮୪ ନମ୍ବର, ଗବେଷଣା ଓ ପ୍ରକାଶନ ପାଇଁ ୬ ଓ ଶିକ୍ଷାଦାନ ଅଭିଜ୍ଞତା ପାଇଁ ୧୦ ମାର୍କ ରହିଛି। ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ।