Income Tax Department - The Sakala

ମଦ ବ୍ୟବସାୟୀଙ୍କ ପାଖରୁ ଜବତ ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ, ଆଜି ପୁଣି ଆରମ୍ଭ ହେଲା ନୋଟ ଗଣତି ପ୍ରକ୍ରିୟା
ବଲାଙ୍ଗୀର: ବଲାଙ୍ଗୀରର ମଦ ବ୍ୟବସାୟୀ ଓ ମ୍ୟାନେଜରଙ୍କ ଘରୁ ଶହଶହ କୋଟି ଜବତ ଘଟଣା । ଚତୁର୍ଥ ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ । ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀଙ୍କ ଘରେ ଚାଲିଛି ଖୋଡତାଳ । ୧୪ ଜଣିଆ ଆୟକର ଟିମ୍ ଚଳାଇଛି ଖୋଡତାଳ । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି ।

ଗତକାଲି ଶୁଦ୍ଧା ୬୦ଲକ୍ଷ ଟଙ୍କାର ଗଣତି ଶେଷ ହୋଇଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଏତେ ପରିମାଣର ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଛି ।

ପୂର୍ବରୁ ୧୫୬ ବସ୍ତା ଟଙ୍କା ଵଲାଙ୍ଗିର ସୁଦପଡା ମଦଭାଟିରୁ ଜବତ କରାଇଥିଲା । ସେହି ଟଙ୍କା ବସ୍ତାକୁ ଏକ ଟ୍ରକରେ SBIକୁ ଅଣାଯାଇଥିଲା । ଗତକାଲି ଅବକାରୀ ଅଫିସରେ ଆୟକର ବିଭାଗର ପହଞ୍ଚି ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲା । କେତେ ରାଜସ୍ୱ ଦେଉଥିଲେ ମଦ ବ୍ୟବସାୟୀ ? କିପରି ଆୟକର ଟିକସ ଫାଙ୍କୁଥିଲେ ? ଏନେଇ ତଦନ୍ତ କରିବା ସହିତ ଵଲାଙ୍ଗିର SBIରେ ଆୟକର ବିଭାଗ ଟଙ୍କା ଗଣତି ଜାରି ରଖିଛି ।

ସୂଚନାଯୋଗ୍ୟ, ଓଡ଼ିଶା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର ବିଭିନ୍ନ ସ୍ଥାନରୁ ଆୟକର ବିଭାଗ ଗତ ୩ ଦିନ ମଧ୍ୟରେ ଜବତ କରିଛି ୨୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା। ୧୫୭ଟି ବ୍ୟାଗରେ ଜବତ ଟଙ୍କାକୁ ଭର୍ତ୍ତି କରି ବ୍ୟାଙ୍କକୁ ଅଣାଯାଇଛି। ଆବଶ୍ୟକ ବ୍ୟାଗ ଅଭାବରୁ କେତେକ ସ୍ଥାନରେ ଟଙ୍କାକୁ ଅଖାରେ ଭର୍ତ୍ତି କରି ଟ୍ରକ ଯୋଗେ ବ୍ୟାଙ୍କରେ ପହଞ୍ଚାଯାଇଛି। ଜବତ ଅର୍ଥ ଗଣତି କାର୍ଯ୍ୟରେ ଲାଗିଥିବା ଟଙ୍କା ଗଣା ମେସିନ ଗରମ ହୋଇ ଅଚଳ ହୋଇ ଯାଇଥିବା କୁହାଯାଉଛି।

ଦୈନିକ ଭାସ୍କର ଅଫିସରେ ଆୟକର ବିଭାଗ ପକ୍ଷରୁ ରେଡ୍
ନୂଆଦିଲ୍ଲୀ: ଦୈନିକ ଭାସ୍କର ଅଫିସରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ଟ୍ୟାକ୍ସ ଚୋରି ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଥିବା ଜଣାପଡ଼ିଛି । ଦୈନିକ ଭାସ୍କରର ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଓ ମହାରାଷ୍ଟ୍ର ଅଫିସରେ ଆୟକର ବିଭାଗ ଅଧିକାରୀ ଚଢ଼ାଉ କରିଥିବା ସୂଚନା ମିଳିଛି । ଏହାସହ ଗ୍ରୁପ ପ୍ରମୋଟର୍ସ ଓ ଅଫିସରେ ବି ଚଢ଼ାଉ କରାଯାଇଛି । ଜୟପୁର, ଅହମ୍ମଦାବାଦ, ଭୋପାଲ ଓ ଇନ୍ଦୋର ସ୍ଥିତ ଦୈନିକ ଭାସ୍କର ଅଫିସରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।  ବୁଧବାର ରାତି ସାଢ଼େ ୨ଟାରୁ ଦୈନିକ ଭାସ୍କର ଗ୍ରୁପର ବିଭିନ୍ନ ଅଫିସରେ ଚଢ଼ାଉ ଆରମ୍ଭ ହୋଇଥିଲା । କମ୍ପାନୀର ସମସ୍ତ କର୍ମଚାରୀଙ୍କ ମୋବାଇଲ ଜବତ କରାଯାଇଛି । ଇଡି, ଇନକମ୍ ଟ୍ୟାକ୍ସ ଟିମ୍ ସହ ଲୋକାଲ ପୋଲିସ ମଧ୍ୟ ଚଢ଼ାଉରେ ସାମିଲ ଅଛି । ଚଢ଼ାଉରେ ଶହେରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି ।

ବିଜେଡିକୁ ଆୟକର ନୋଟିସ ପ୍ରସଂଗରେ ଆୟକର ବିଭାଗକୁ ଜବାବ ମାଗିଲେ ହାଇକୋର୍ଟ
କଟକ : ବିଜୁ ଜନତା ଦଳକୁ ଆୟକର ବିଭାଗର ନୋଟିସକୁ ଚ୍ୟାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ଆୟକର ବିଭାଗକୁ ଜବାବ ତଲବ କରିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରୀ କରିଛନ୍ତି। ସେହିପରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶଯେ ବିଜୁଜନତା ଦଳକୁ ମୁମ୍ବାଇର ଏକ ସଂସ୍ଥା ଡୋନେସନ ଆକାରରେ ପ୍ରାୟ ୮କୋଟି ଟଙ୍କା ଦେଇଥିଲା। ତେବେ ଏହି ବାବଦରେ ଆୟକର ପଇଠ ପାଇଁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ଜାରୀ କରାଯାଇଥିଲା।

ଧାର୍ଯ୍ୟ ସମୟସୀମା ପରେ ଏହି ନୋଟିସ ଜାରୀ କରାଯାଇଥିଲା। ଆୟକର ଆଇନ ୧୯୬୧ ଧାରା ୧୪୮ ଅନୁସାରେ ଏହି ନୋଟିସ ଜାରୀ କରାଯାଇଥିଲା। ତେବେ ୨୦୨୧ର ଏହି ସଂଶୋଧିତ ଆଇନର ଧାରା ୧୪୮(ଏ) ଅନୁସାରେ ଉପରୋକ୍ତ ନୋଟିସ ଜାରୀ ପୂର୍ବରୁ ଏକ ତଦନ୍ତ କରାଯିବା ବାଧ୍ୟତାମୂଳକ। ହେଲେ ଏହାକୁ ଆୟକର ବିଭାଗ କାର୍ଯ୍ୟକାରୀ ନକରି ଗତ ମେ ୬ ଓ ୨୦ତାରିଖରେ କରିଥିବା ନୋଟିସ ଆଇନ ସମ୍ମତ ନୁହେଁ ଦର୍ଶାଇ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ବିଜୁଜନତା ଦଳ। ତେବେ ଏହି ମାମଲାରେ ଆସନ୍ତା ୨ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି। ବିଜୁଜନତାଦଳ ପକ୍ଷରୁ ଏହି ମାମଲାରେ ଆୟକର ଆୟୁକ୍ତ ଓଡ଼ିଶା ,ସହକାରୀ ଆୟୁକ୍ତ ଆଦିଙ୍କୁ ପକ୍ଷଭୂକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା ମାମଲା ପରିଚାଳନା କରୁଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୨୩ ତାରିଖକୁ ଧାର୍ଯ୍ୟ କରାଯାଇଛି।