ugc - The Sakala
UGC ଇକ୍ୟୁଇଟି ରେଗୁଲେସନ ୨୦୨୬ ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ୱାରା ନିକଟରେ ଜାରି କରାଯାଇଥିବା 'ପ୍ରମୋସନ ଅଫ୍ ଇକ୍ୱିଟି ରେଗୁଲେସନ୍ସ-୨୦୨୬' ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ଏହି ନିୟମାବଳୀର କେତେକ ବ୍ୟବସ୍ଥାକୁ ପ୍ରାଥମିକ ଭାବେ 'ଅସ୍ପଷ୍ଟ' ଏବଂ 'ଅପବ୍ୟବହାର ଯୋଗ୍ୟ' ବୋଲି ଦର୍ଶାଇଛନ୍ତି। ସଂଶୋଧିତ ଢାଞ୍ଚା ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଏହି ନିୟମକୁ ସ୍ଥଗିତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। UGC ୨୦୧୨ ରେଗୁଲେସନ ବଳବତ୍ତର ରହିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ ।
ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କେନ୍ଦ୍ର ସରକାର ଏବଂ ୟୁଜିସିକୁ ନୋଟିସ୍ ଜାରି କରିଛନ୍ତି। ଆବେଦନକାରୀମାନେ ଦର୍ଶାଇଥିଲେ ଯେ, ଆୟୋଗ ଜାତି ଭିତ୍ତିକ ଭେଦଭାବର ଏକ ସଙ୍କୁଚିତ ସଂଜ୍ଞା ଗ୍ରହଣ କରିଛନ୍ତି, ଯାହା କେତେକ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ସାମ୍ବିଧାନିକ ସୁରକ୍ଷାରୁ ବଞ୍ଚିତ କରୁଛି। ନୂତନ ନିୟମ ଅନୁଯାୟୀ, ଜାତିଗତ ଭେଦଭାବ କେବଳ ଏସସି, ଏସଟି ଏବଂ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି କୁହାଯାଇଥିଲା। ଫଳରେ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ଯଦି ଜାତିଗତ କାରଣରୁ ହଇରାଣ ହୁଅନ୍ତି, ତେବେ ସେମାନଙ୍କ ପାଇଁ କୌଣସି ଆଇନଗତ ସୁରକ୍ଷା ବ୍ୟବସ୍ଥା ନଥିଲା।
ଗତ ଜାନୁଆରୀ ୧୩ ତାରିଖରେ ଏହି ନୂତନ ନିୟମାବଳୀ ବିଜ୍ଞପ୍ତି ଜରିଆରେ ପ୍ରକାଶ ପାଇଥିଲା। ଏଥିରେ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ ପାଇଁ "ଇକ୍ୱିଟି କମିଟି" ଗଠନ କରିବା ବାଧ୍ୟତାମୂଳକ କରାଯାଇଥିଲା। ଏହି କମିଟିଗୁଡ଼ିକରେ ଓବିସି, ଏସସି, ଏସଟି, ଭିନ୍ନକ୍ଷମ ଏବଂ ମହିଳା ସଦସ୍ୟ ରହିବା ଆବଶ୍ୟକ ବୋଲି ନିୟମ ରହିଥିଲା। ଏହି ନୂତନ ନିୟମାବଳୀ ୨୦୧୨ ମସିହାର ପୁରୁଣା ନିୟମାବଳୀକୁ ପ୍ରତିସ୍ଥାପିତ କରିଥିଲା।
ତେବେ କୋର୍ଟଙ୍କ ହସ୍ତକ୍ଷେପ ପରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ଏହି ନିୟମାବଳୀର ପୁନଃ ଚିଠା ପ୍ରସ୍ତୁତ କରିବାକୁ ପଡ଼ିବ। ସଂଶୋଧିତ ନିୟମାବଳୀ ଉପସ୍ଥାପନ ନହେବା ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରିତା ଉପରେ କଟକଣା ଜାରି ରହିବ।
ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୋମ୍ୟାଶ୍ରୀଙ୍କ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ ସରକାରଙ୍କୁ ଘେରୁଛନ୍ତି। ଘଟଣାକୁ ନେଇ UGC ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇଛି। ପ୍ରଫେସର ରାଜ ମିତ୍ତଲଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। କମିଟିରେ ସୁଷମା ଯାଦବ, ନୀର୍ଜା ଗୁପ୍ତା ଓ ଅସୀମା ମଙ୍ଗଳା ରହିଛନ୍ତି। ଏହି ଆତ୍ମାହୁତି ଘଟଣାରେ ତଦନ୍ତ କରିବ ୪ ଜଣିଆ କମିଟି। ସମସ୍ତ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବ କମିଟି। ୭ ଦିନ ଭିତରେ ୟୁଜିସି ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ୟୁଜିସି ନିୟମ ପରିବର୍ତ୍ତନ ପାଇଁ ଚିଠା ମାର୍ଗଦର୍ଶିକା ପ୍ରସ୍ତୁତ, କୁଳପତି ହୋଇପାରିବେ ଅଣଶିକ୍ଷାବିତ୍‌
ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତି ପାଇପାରିବେ ଅଣଶିକ୍ଷାବିତ୍‌। ଶିଳ୍ପ କ୍ଷେତ୍ରରୁ ପ୍ରତିନିଧିତ୍ୱ କରିଥିବା ବରିଷ୍ଠ ଅଧିକାରୀ, ସାଧାରଣ ପ୍ରଶାସନ ଓ ସରକାରୀ ଉଦ୍ୟୋଗ ପୃଷ୍ଠଭୂମି ଥିବା ଅଧିକରୀ ମଧ୍ୟ କୁଳପତି ହୋଇପାରିବେ। ସର୍ଚ୍ଚ କମିଟିର ଅଧ୍ୟକ୍ଷ ଭାବେ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ ବଦଳରେ ବିଶ୍ୱବିଦ୍ୟାଳୟ କୁଳାଧିପତି ବା ରାଜ୍ୟପାଳଙ୍କ ମନୋନୀତ ପ୍ରତିନିଧି ଅଧ୍ୟକ୍ଷ ରହିବେ। ସେମାନଙ୍କ କାର୍ଯ୍ୟକାଳ ୫ ବର୍ଷିଆ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପ୍ରସ୍ତାବିତ ଚିଠା ମାର୍ଗଦର୍ଶିକା(ଡ୍ରାଫ୍ଟ ଗାଇଡ୍‌ଲାଇନ୍‌)ରେ ଉଲ୍ଲେଖ କରାଯାଇଛି।
ଚିଠା ମାର୍ଗଦର୍ଶିକା ଅନୁଯାୟୀ, ଅନ୍ୟୁନ୍ୟ ୧୦ ବର୍ଷ ଅଭିଜ୍ଞତା ଥିବା ଉଚ୍ଚ ଶିକ୍ଷାନୁଷ୍ଠାନର ପ୍ରାଧ୍ୟାପକ, ପ୍ରତିଷ୍ଠିତ ଗବେଷଣା ବା ଶିକ୍ଷାନୁଷ୍ଠାନର ପ୍ରଶାସନିକ ବିଭାଗରେ କାର୍ଯ୍ୟରତ ବ୍ୟକ୍ତି କୁଳପତି ପାଇଁ ଯୋଗ୍ୟ ହେବେ। ଏହି ବ୍ୟବସ୍ଥା ପୂର୍ବରୁ ମଧ୍ୟ ଥିଲା। ପ୍ରଥମ ଥର ପାଇଁ ଅଣଶିକ୍ଷାବିତ୍‌ ବା ଶିଳ୍ପ କ୍ଷେତ୍ରର ବରିଷ୍ଠ ଅଧିକାରୀ, ସାଧାରଣ ପ୍ରଶାସନ ଓ ସରକାରୀ ଉଦ୍ୟୋଗ ପୃଷ୍ଠଭୂମି ଥିବା ଅଧିକରୀ ମଧ୍ୟ କୁଳପତି ହୋଇପାରିବେ ବୋଲି କୁହାଯାଇଛି। ତେବେ ଏହି ବର୍ଗର ବ୍ୟକ୍ତିବିଶେଷଙ୍କ ନିଯୁକ୍ତିକୁ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା କଥା ହେଲା, କୁଳପତିଙ୍କ ପ୍ରଶାସନିକ ଦକ୍ଷତା ସହ ଶିକ୍ଷା ଓ ଶୈକ୍ଷିକ ବାତାବରଣ ସମ୍ପର୍କରେ ଅଭିଜ୍ଞତା ଗୁରୁତ୍ୱପୂର୍ଣ୍ଣ। ଅଣଶିକ୍ଷାବିତ୍‌ଙ୍କୁ ନିଯୁକ୍ତି ଦିଆଗଲେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିପରି ନିଯୁକ୍ତି ପାଇଁ ଗଠିତ ସର୍ଚ୍ଚ କମିଟିରେ ପୂର୍ବପରି ୩ଜଣ ସଦସ୍ୟ ରହିବେ। ହେଲେ ତହିଁରେ ରାଜ୍ୟ ସରକାରଙ୍କ କୌଣସି ପ୍ରତିନିଧି ରହିବେ ନାହିଁ। ପୂର୍ବରୁ ମୁଖ୍ୟ ସଚିବ ପାହ୍ୟାର ଜଣେ ଅଧିକାରୀ କମିଟିର ଅଧ୍ୟକ୍ଷ ରହୁଥିଲେ। ଯାହାକୁ ପରିବର୍ତ୍ତନ କରି ବିଶ୍ୱବିଦ୍ୟାଳୟ କୁଳାଧିପତି ବା ରାଜ୍ୟପାଳଙ୍କ ମନୋନୀତ ପ୍ରତିନିଧି ଅଧ୍ୟକ୍ଷ ରହିବେ ବୋଲି କୁହାଯାଇଛି। ତାଙ୍କ ସହ ୟୁଜିସି ଅଧ୍ୟକ୍ଷଙ୍କ ଜଣେ ପ୍ରତିନିଧି ଓ ବିଶ୍ୱବିଦ୍ୟାଳୟ ଆପେକ୍ସ ବଡିର ଜଣେ ସଦସ୍ୟ ରହିବେ। କମିଟି ୩ରୁ ୫ ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ରାଜ୍ୟପାଳଙ୍କୁ ପ୍ରଦାନ କରିବ। ତନ୍ମଧ୍ୟରୁ ଜଣଙ୍କୁ ରାଜ୍ୟପାଳ କୁଳପତି ପାଇଁ ବାଛିବେ। ପରିବର୍ତ୍ତିତ ନିୟମ ଫଳରେ ରାଜ୍ୟପାଳଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ହୋଇପାରିବ ନାହିଁ ବୋଲି ଶିକ୍ଷାବିତ୍‌ମାନେ ମତବ୍ୟକ୍ତ କରିଛନ୍ତି। କୁଳପତି ନିଯୁକ୍ତିରେ ରାଜ୍ୟ ସରକାରଙ୍କ କ୍ଷମତା ସଂଙ୍କୁଚିତ ହେବାର ଆଶଙ୍କା ରହିଥିବା ଶିକ୍ଷାବିତ୍‌ ଡ. ମାନସ ବେହେରା ମତବ୍ୟକ୍ତ କରିଛନ୍ତି।
ଅପରପକ୍ଷେ ଥରେ କୁଳପତି ହୋଇସାରିବା ପରେ ମଧ୍ୟ ଆଉଥରେ କୁଳପତି ହୋଇପାରିବେ। ଏଥିପାଇଁ ସେମାନେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଚୟନ ହେବେ ବୋଲି ୟୁଜିସି ଡ୍ରାଫ୍ଟ ଗାଇଡଲାଇନ୍‌ ପ୍ରକାଶ କରିଛି।
ସିଟ୍‌ ଖାଲି ଥିଲେ ଅଲଗା ପରୀକ୍ଷା କରିପାରିବ ୟୁନିଭର୍ସିଟି: ୟୁଜିସି
ନୂଆଦିଲ୍ଲୀ: ସିୟୁଇଟି ପରୀକ୍ଷା ପରେ ସିଟ୍ ଖାଲି ରହିଲେ ୟୁନିଭର୍ସିଟି ଗୁଡିକ ଅଲଗା ଭାବେ ପରୀକ୍ଷା ଆୟୋଜନ କରିପାରିବେ। ଏହା ଦ୍ବାରା ଖାଲି ଆସନ ପୂରଣ କରିପାରିବେ ବୋଲି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ କୁହାଯାଇଛି। କୌଣସି ସିଟ୍ ଖାଲି ନ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ୟୁଜି ଏବଂ ପିଜିରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ଲାଗି କଲେଜ ନିୟମ କୋହଳ କରାଯାଇଛି ବୋଲି ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର କହିଛନ୍ତି।
ନାମଲେଖା ଫି’ ଫେରସ୍ତ ନେଇ ସ୍ୱତନ୍ତ୍ର ନୀତି ଆଣିଲା ୟୁଜିସି, ସେପ୍ଟେମ୍ବର ଶେଷ ସୁଦ୍ଧା ସିଟ୍‌ ଛାଡ଼ିଲେ ଶତ ପ୍ରତିଶତ ଫି’ ଫେରସ୍ତ
ଭୁବନେଶ୍ୱର: ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ ନାମଲେଖାଇ ପରେ ଅନ୍ୟତ୍ର ସ୍ଥାନାନ୍ତର ବା ରଦ୍ଧ କଲେ ତୁରନ୍ତ ଫେରସ୍ତ ହେବ ନାମଲେଖା ଫି’। ସିଟ୍‌ ଛାଡ଼ିଲେ ମଧ୍ୟ ନାମଲେଖା ଫି’ ଫେରସ୍ତ କରିବାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମାତ୍ରାଧିକ ବିଳମ୍ବ କରୁଥିବା ନେଇ ବହୁ ଅଭିଯୋଗ ହେଉଥିଲା। ଏଣୁ ଏଥିପାଇଁ ସ୍ୱତନ୍ତ୍ର ନୀତି ଆଣିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି। ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଅନ୍ୟତ୍ର ସ୍ଥାନାନ୍ତର ବା ନାମଲେଖା ରଦ୍ଧ ପାଇଁ ଆବେଦନ କଲେ ସେମାନଙ୍କୁ ଶତ ପ୍ରତିଶତ ଫି ଫେରସ୍ତ କରାଯିବ। ସେହିପରି ଅକ୍ଟୋବର ଶେଷ ସୁଦ୍ଧା ଆବେଦନ କଲେ ପ୍ରୋସେସିଙ୍ଗ୍‌ ଫି ବାବଦକୁ ସର୍ବାଧିକ ହଜାରେ ଟଙ୍କା କାଟି ଫେରସ୍ତ କରାଯିବ। ଏହାଠାରୁ ଅଧିକ କାଟି ପାରିବେନି ବୋଲି ୟୁଜିସି ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି।
ସେହିପରି ଅକ୍ଟୋବର ପରେ ନାମଲେଖା ସୂଚୀ ଥିଲେ ତଦନୁଯାୟୀ ଫି’ ଫେରସ୍ତ କରାଯିବ। ବିଜ୍ଞପ୍ତିରେ ଦର୍ଶାଯାଇଥିବା ନାମଲେଖା ଶେଷ ତାରିଖର ୧୫ ଦିନ ବା ତା ପୂର୍ବରୁ ସିଟ୍‌ ଛାଡ଼ିଲେ ସମ୍ପୁର୍ଣ୍ଣ ଫି’ ଫେରସ୍ତ କରାଯିବ। ନାମଲେଖା ଅବଧି ସରିବାର ୧୫ ଦିନ ପୂର୍ବରୁ ଆବେଦନ କଲେ ୯୦ ପ୍ରତିଶତ ଫି ଫେରସ୍ତ କରାଯିବ। ସେହିପରି ନାମଲେଖା ଅବଧି ସରିବାର ୧୫ ଦିନ ମଧ୍ୟରେ ଆବେଦନ କଲେ ୮୦ ପ୍ରତିଶତ ଏବଂ ଅବଧି ସରିବାର ୧୫ ରୁ ୩୦ ଦିନ ମଧ୍ୟରେ ଆବେଦନ କଲେ ୫୦ ପ୍ରତିଶତ ଫ’ ଫେରସ୍ତ ହେବ। ନାମଲେଖା ଅବଧି ସରିବାର ମାସେ ବା ୩୦ଦିନ ପରେ ଅନ୍ୟତ୍ର ସ୍ଥାନାନ୍ତର ବା ନାମଲେଖା ରଦ୍ଧ କରିବା ପାଇଁ ଆବେଦନ କଲେ କୌଣସି ଫି’ ଫେରସ୍ତ ହେବ ନାହିଁ ବୋଲି ୟୁଜିସି ସ୍ପଷ୍ଟ କରିଛି। ଫି’ ଫେରସ୍ତ କରିବା ସଂକ୍ରାନ୍ତରେ ଗତ ମେ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ୟୁଜିସିର ୫୮୦ତମ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୟୁଜିସି ଅଧିନରେ ଥିବା କେନ୍ଦ୍ରୀୟ ବା ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଏହାକୁ ପାଳନ କରିବେ। ନିୟମର ଖିଲାପ କଲେ ମାନ୍ୟତା ରଦ୍ଧ କରିବା ପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ୟୁଜିସି ଚେତାବନୀ ଦେଇଛି।
ୟୁଜିସି ବନ୍ଦ କଲା ଏମ୍.ଫିଲ୍ ଡିଗ୍ରୀ: ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମରେ ଆଡମିସନ ନ ନେବାକୁ କଲା ଅନୁରୋଧ
ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ବଡ଼ ନିଷ୍ପତ୍ତି ନେଇଛି । ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍.ଫିଲ୍ ନାମଲେଖା ହେବ ନାହିଁ। ଏମ୍.ଫିଲ୍ ଡିଗ୍ରୀକୁ ବନ୍ଦ କରିଦେଇଛି ୟୁଜିସି। ଏ ସମ୍ୱନ୍ଧରେ ୟୁଜିସି କଲେଜଗୁଡ଼ିକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛି।
ୟୁଜିସି ସେକ୍ରେଟାରୀ ମନୀଷ ଯୋଶୀ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଏହି ପାଠ୍ୟକ୍ରମରେ ଆଡମିସନ ନ ନେବାକୁ ଅନୁରୋଧ କରିଛନ୍ତି। ଅର୍ଥାତ ବର୍ତ୍ତମାନଠାରୁ ଏମ୍.ଫିଲ୍ ପାଠ୍ୟକ୍ରମର ମାନ୍ୟତାକୁ ସମାପ୍ତ କରି ଦିଆଯାଇଛି ମାଷ୍ଟର ଅଫ୍ ଫିଲୋସଫିର ଡିଗ୍ରୀ ବନ୍ଦ କରିବା ନେଇ ୟୁଜିସି ଆଜି ହିଁ ନିର୍ଦ୍ଦେଶ ଜାରି କରିଛି।
ଏ ସମ୍ପର୍କରେ ଜାରି ବିଜ୍ଞପ୍ତିରେ ୟୁଜିସି କହିଛି ଯେ, ଏମ୍.ଫିଲ୍ ଏକ ସ୍ବୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ । ଏମ୍.ଫିଲ୍ ଅର୍ଥାତ୍ ମାଷ୍ଟର ଅଫ୍ ଫିଲୋସଫି ଦୁଇ ବର୍ଷର ଏକ ପୋଷ୍ଟଗ୍ରାଜୁଏଟ ଏକାଡେମିକ ରିସର୍ଚ୍ଚ ପ୍ରୋଗ୍ରାମ, ଯାହା PhD ପାଇଁ ପ୍ରୋଭିଜନାଲ୍ ଏନ୍‌ରୋଲମେଣ୍ଟ ଭାବରେ କାର୍ଯ୍ୟ କରିଥାଏ। ଏବେ ୟୁଜିସି କ‌ହିଛି ଯେ ଏହି ଡିଗ୍ରୀ ସ୍ୱୀକୃତିପ୍ରାପ୍ତ ନୁହେଁ ତେଣୁ କୌଣସି ବି କଲେଜ ଏହି ଡିଗ୍ରୀ ପାଇଁ ଆଡମିଶନ ଆମନ୍ତ୍ରଣ କରନ୍ତୁ ନାହିଁ କିମ୍ବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପାଠ୍ୟକ୍ରମରେ ନାମ ଲେଖାନ୍ତୁ ନାହିଁ।
ଶିକ୍ଷାନୁଷ୍ଠାନଗୁଡ଼ିକୁ ୟୁଜିସିର ପରାମର୍ଶ: ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ସମସ୍ୟା ହେବନି ସିଏଲ୍‌‌ସି
ଭୁବନେଶ୍ୱର: ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ନାମଲେଖା ନେଇ ୟୁଜିସି (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ପୁନଶ୍ଚ ମାର୍ଗଦର୍ଶିକା ଜାରି କରିଛି। ନାମଲେଖା ସମୟରେ ପିଲାମାନେ ବିଭିନ୍ନ ସମସ୍ୟାକୁ ସାମ୍ନା କରୁଥିବା ୟୁଜିସି ଦର୍ଶାଇ ଏହି ମାର୍ଗଦର୍ଶିକା ଜାରି କରିଛି।
ୟୁଜିସି ଦର୍ଶାଇଛି ଯେ, ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ଛାତ୍ରଛାତ୍ରୀ ନାମଲେଖାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷତଃ କଲେଜ ଲିଭିଂ ସାର୍ଟିଫିକେଟ୍‌‌ (ସିଏଲ୍‌‌ସି) ଓ ଚରିତ୍ର ପ୍ରମାଣପତ୍ର ଆଦି ପାଇଁ ପିଲାମାନେ ନାମଲେଖାରୁ ବଞ୍ଚିତ ହେଉଛନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକ ଏକକାଳୀନ ଦ୍ୱୈତ ଡିଗ୍ରି ପାଇଁ ପିଲାଙ୍କଠାରୁ ନାନା ଡକ୍ୟୁମେଣ୍ଟ ଆଦାୟ କରୁଥିବାବେଳେ ପିଲାଙ୍କୁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ୟୁଜିସି ଆହୁରି ମଧ୍ୟ ଦର୍ଶାଇଛି ଯେ, ଦ୍ୱୈତ ଡିଗ୍ରି ଅଧ୍ୟୟନ ବ୍ୟବସ୍ଥା ପାଇଁ ୟୁଜିସି ପକ୍ଷରୁ ବିଗତ ବର୍ଷ ଏପ୍ରିଲ୍‌‌ ୧୩ ତାରିଖରେ ଏକ ମାର୍ଗଦର୍ଶିକା ଜାରି ହୋଇଛି। ଉକ୍ତ ମାର୍ଗଦର୍ଶିକାକୁ ଅନୁକରଣ କରିବା ତଥା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦ୍ୱୈତ ଡିଗ୍ରି ବ୍ୟବସ୍ଥା ତ୍ୱରିତ ଆରମ୍ଭ କରିବା ଦିଗରେ ପଦକ୍ଷେପ ପାଇଁ ପରାମର୍ଶ ଦେଇଛି। ଏନେଇ ୟୁଜିସି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛି।
ନୂଆ ଶିକ୍ଷାନୀତି ଅନୁଯାୟୀ ଛାତ୍ରଛାତ୍ରୀ ଏକକାଳୀନ ଦୁଇଟି ଡିଗ୍ରି ହାସଲ କରି ପାରିବେ। ଡିପ୍ଲୋମା, ୟୁଜି ଓ ପିଜି ଆଦି ଡିଗ୍ରି ଏକ ସମୟରେ ଅଧ୍ୟୟନ କରିପାରିବେ। ତେବେ ଦୁଇଟି ରେଗୁଲାର୍‌‌ ପାଠ୍ୟକ୍ରମ ପାଇଁ ଅଲଗା ଅଲଗା କ୍ଲାସ ସମୟ ରହିବା ଆବଶ୍ୟକ। ଅର୍ଥାତ ଗୋଟିଏ କୋର୍ସ ପାଇଁ ସକାଳ ସମୟରେ କ୍ଲାସ ହେଉଥିଲେ ଅନ୍ୟଟି ସଂଧ୍ୟା ସମୟରେ ହେବା ଜରୁରୀ। ଅନ୍‌‌ଲାଇନ୍‌‌ ଓ ଦୂର ନିରନ୍ତର ପାଇଁ ସମୟର ପ୍ରତିବନ୍ଧକ ରହିବ ନାହିଁ। ଡିପ୍ଲୋମା, ୟୁଜି ଓ ପିଜି ଆଦି ଡିଗ୍ରି ସ୍ତରରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଥିବାବେଳେ ଏମଫିଲ୍‌‌ ଓ ପିଏଚ୍‌‌ଡିରେ ଦ୍ୱୈତ ଡିଗ୍ରି ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ୟୁଜିସି କହିଛି।
ଅନ୍‌‌ଲାଇନ୍‌‌ରେ ପିଏଚ୍‌‌ଡି ଓ ଏମ୍‌‌ଫିଲ୍‌‌ କରୁଥିଲେ ସାବଧାନ ! ବୈଧ ଭାବେ ଗ୍ରହଣ କରୁନି ୟୁଜିସି
ଭୁବନେଶ୍ୱର: ବିଭିନ୍ନ ଏଡୁଟେକ୍‌‌ କମ୍ପାନୀ ଅଧୀନରେ ଛାତ୍ରଛାତ୍ରୀ ପିଏଚ୍‌‌ଡି ଅଧ୍ୟୟନ କରୁଥିବା ବେଳେ ସମ୍ପୃକ୍ତ ଡିଗ୍ରୀଗୁଡ଼ିକ ୟୁଜିସି ଦ୍ୱାରା ମାନ୍ୟତାପ୍ରାପ୍ତ ନୁହେଁ। ତେଣୁ କୌଣସି ଶିକ୍ଷାନୁଷ୍ଠାନରେ ନାମଲେଖା ପୂର୍ବରୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସମ୍ପର୍କରେ ସବିଶେଷ ତଥ୍ୟ ଯାଞ୍ଚ ପାଇଁ ୟୁଜିସି ପରାମର୍ଶ ଦେଇଛି। ଅନ୍‌‌ଲାଇନ୍‌‌ ଏମ୍‌‌ଫିଲ୍‌‌ ଓପିଏଚ୍‌‌ଡିକୁ ୟୁଜିସି ଏବଂ ଏଆଇସିଟିଇ ଗ୍ରହଣ କରୁ ନ ଥିବାବେଳେ ଏହି ପାଠ୍ୟକ୍ରମରେ ନାମ ନ ଲେଖାଇବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି। ୟୁଜିସି ଦର୍ଶାଇଛି ଅନ୍‌‌ଲାଇନରୁ ଛାତ୍ରଛାତ୍ରୀ ଏମଫିଲ୍‌‌ ଓ ପିଏଚ୍‌‌ଡି ଭଳି ଡିଗ୍ରୀ ହାସଲ କରୁଛନ୍ତି। ବିଭିନ୍ନ ସମୟରେ ଅନ୍‌‌ଲାଇନ ଏବଂ ଦୂରନିରନ୍ତର ଶିକ୍ଷା ମାଧ୍ୟମରେ ଏମ୍‌‌ଫିଲ/ପିଏଚ୍‌‌ଡି ଆଦି ଅଧ୍ୟୟନ ଲାଗି ପିଲାମାନେ ପଞ୍ଜୀକରଣ ମଧ୍ୟ କରୁଛନ୍ତି। ହେଲେ ବିଶ୍ୱବିଦ୍ୟାଳୟଗୁଡ଼ିକ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକାକୁ ଆଦୌ ପାଳନ କରୁନାହାନ୍ତି। ଫଳରେ ପିଏଚ୍‌‌ଡି ତଥା ଏମ୍‌‌ଫିଲ୍‌‌ ଆଦି ଡିଗ୍ରୀର ଗୁଣାତ୍ମକ ମାନ ରହୁନାହିଁ। ତେଣୁ ପିଏଚ୍‌‌ଡି ନାମଲେଖା ପୂର୍ବରୁ ୟୁଜିସିର ମାର୍ଗଦର୍ଶିକାକୁ ଭଲ ଭାବେ ଅନୁସରଣ କରିବାକୁ ଆୟୋଗ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି। ବିଶେଷତଃ ବିଭିନ୍ନ ଏଡୁଟେକ୍‌‌ କମ୍ପାନୀ ବିଦେଶର ପ୍ରତିଷ୍ଠାନ ସହ ଅନୁବନ୍ଧିତ ଥିବା ଦର୍ଶାଇ ପିଏଚ୍‌‌ଡି ଡିଗ୍ରୀ ପ୍ରଦାନ କରୁଛନ୍ତି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ତଥା ଅନ୍‌‌ଲାଇନ୍‌‌ ପିଏଚ୍‌‌ଡି ଡିଗ୍ରୀକୁ ୟୁଜିସି ‘ପିଏଚ୍‌‌ଡି ଅଧିନିୟମ ୨୦୧୬’ ଅନୁଯାୟୀ ଗ୍ରହଣ କରୁ ନ ଥିବା ମଧ୍ୟ ଦର୍ଶାଇଛି। ତେଣୁ ଅନଲାଇନ୍‌‌ କିମ୍ବା ଏଡୁଟେକ୍‌‌ ଭଳି ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପୂର୍ବରୁ ୟୁଜିସି ମାର୍ଗଦର୍ଶିକାକୁ ଅନୁପାଳନ କରିବାକୁ ୟୁଜିସି ପରାମର୍ଶ ଦେଇଛି।
ୟୁଜିସିର ପ୍ରସ୍ତାବ: ସ୍ନାତକରେ ଅନର୍ସ ଡିଗ୍ରି ପାଇଁ ପଢିବାକୁ ପଡିବ ୪ବର୍ଷ
ନୂଆଦିଲ୍ଲୀ: ନୂଆ ନିୟମ ଅନୁସାରେ ଯେକୌଣସି ବିଷୟରେ ଅନର୍ସ ରଖି ସ୍ନାତକ ହାସଲ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ‘ଫୋର୍‌-ଇୟର୍‌ ଅଣ୍ଡର୍‌ଗ୍ରାଜୁଏଟ୍‌ ପ୍ରୋଗ୍ରାମସ୍‌’ (ଏଫ୍‌ୱାଇୟୁପି) କରିବାକୁ ପଡ଼ିବ । ଏ ନେଇ  ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ସ୍‌ କମିସନ୍‌’ ପକ୍ଷରୁ ସୋମବାର ଆନୁଷ୍ଠାନିକ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ୪ ବର୍ଷର ସ୍ନାତକ ପାଇଁ ସମସ୍ତ ନିୟମ ଏବଂ ନିର୍ଦ୍ଦେଶାବଳୀ ଦିଆଯିବ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଉଛି ।
ଏହି ନୂଆ ନିୟମର ‘ଡ୍ରାଫ୍ଟ୍‌’ ‘ଜାତୀୟ ଶିକ୍ଷାନୀତି’ ଉପରେ ପର୍ଯ୍ଯବେଶିତ। ଏଥିରେ ଉଲ୍ଲେଖ ଅଛି, ୧୨୦ କ୍ରେଡିଟ୍‌ ସମ୍ପୂର୍ଣ୍ଣ କରିଥିବା ଛାତ୍ରଛାତ୍ରୀମାନେ ୩ ବର୍ଷରେ ‘ୟୁଜି ସ୍ନାତକ ଡିଗ୍ରି’ ପାଇବାକୁ ସମର୍ଥ ହେବେ। ସେହିପରି, ୧୬୦ କ୍ରେଡିଟ୍‌ ସମ୍ପୂର୍ଣ୍ଣ କରି ୪ ବର୍ଷରେ ସେମାନେ ‘ୟୁଜି ଅନର୍ସ ଡିଗ୍ରି’ ପାଇ ପାରିବେ।  ଯଦି ଛାତ୍ରଛାତ୍ରୀମାନେ ରିସର୍ଚ ସ୍ପେସାଲାଇଜେସନ୍‌ କରିବାକୁ ଆଗ୍ରହ ପ୍ରକାଶ କରନ୍ତି, ସେମାନେ ଏହି ୪ ବର୍ଷିଆ ପାଠ୍ୟକ୍ରମରେ ରିସର୍ଚ ପ୍ରୋଜେକ୍ଟ୍‌ ନେଇ ପାରିବେ। ଏହାଦ୍ବାରା ସେମାନେ ‘ରିସର୍ଚ ସ୍ପେସାଲାଇଜେସନ୍‌’ ସହିତ ‘ଅନର୍ସ ଡିଗ୍ରି’ ପାଇବେ ବୋଲି ଉକ୍ତ ଡ୍ରାଫ୍ଟ୍‌ରେ ଉଲ୍ଲେଖ ଅଛି।
ଚାରିବର୍ଷ ପଢିବା ପରେ ସ୍ନାତକରେ ଅନର୍ସ ଡିଗ୍ରୀ ପାଇବେ। ସ୍ନାତକ ଡିଗ୍ରି ସାର୍ଟିଫିକେଟ ପାଇବା ପାଇଁ ପୂର୍ବ ପରି ତିନିବର୍ଷ ପଢିବାକୁ ପଡିବ । ସେପଟେ ସ୍ନାତକ ଅନର୍ସ ଡିଗ୍ରି ପାଇଁ ୪ବର୍ଷ ପଢିବାକୁ ପଡିବ ବୋଲି ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି । ତେବେ ଯେଉଁ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ୬ଟି ସେମିଷ୍ଟରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଏବଂ ଗ୍ରାଜୁଏସନ ସ୍ତରରେ ରିସର୍ଚ୍ଚ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଚତୁର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ । ଆଉ ଏହା ପରେ ତାଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରି ଦିଆଯିବ । ସ୍ନାତକରେ ଏକ ବର୍ଷ ସମ୍ପୂର୍ଣ୍ଣ ହେବାପରେ ବର୍ଷିକିଆ ସାର୍ଟିଫିକେଟ ମିଳିବ । ଦୁଇ ବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ ଦିଆଯିବ । ତିନି ବର୍ଷିଆ ସ୍ନାତକ ଡିଗ୍ରି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ବର୍ଷିଆ ପିଜି ପାଠ୍ୟକ୍ରମ ରହିବ । ଅନ୍ୟପକ୍ଷରେ ୪ବର୍ଷରେ ଅନର୍ସ ଡିଗ୍ରି ସାରିଥିବା ଛାତ୍ରଛାତ୍ରୀମାନ ପାଇଁ ପିଜି ପାଠ୍ୟକ୍ରମ ଏକ ବର୍ଷ ରହିବ ବୋଲି ପ୍ରସ୍ତାବ ରହିଛି ।
ଦେଶର ବିଭିନ୍ନ ରାଜ୍ଯରୁ ଠାବ ହେଲା ୨୧ଟି ନକଲି ବିଶ୍ବବିଦ୍ୟାଳୟ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ଯରୁ ଠାବ ହେଲା ନକଲି ବିଶ୍ବ ବିଦ୍ୟାଳୟ । ମୋଟ ୨୧ଟି ନକନି ବିଶ୍ବ ବିଦ୍ୟାଳୟ ଠାବ ହୋଇଛି। ଯାହାର ତାଲିକା ୟୁଜିସି ଇଣ୍ଡିଆ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।। ଏହି ବିଶ୍ବ ବିଦ୍ୟାଳୟ ଗୁଡିକରେ ନାମ ଲେଖାଇଲେ ତାହକୁ ବୈଦ୍ଧ ବୋଲି ବିବେଚନା କରାଯିବ ନାହିଁ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି।  ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, ୧୯୫୬ ଧାରା ୨୨ ଅନୁଯାୟୀ ଧାର୍ଯ୍ୟ କରାଯାଇଛି ।  ଡିଗ୍ରୀ ପ୍ରଦାନ କିମ୍ବା ପ୍ରଦାନ କରିବାର ଅଧିକାର କେବଳ ଏକ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରତିଷ୍ଠିତ କିମ୍ବା ଅନ୍ତର୍ଭୁକ୍ତ ହୋଇଥିବା ବିଶ୍ୱବିଦ୍ୟାଳୟ ଦ୍ୱାରା କାର୍ଯ୍ୟକାରୀ ହେବ।
@ugc_india’s Public Notice regarding Fake Universities .
For more details, follow the link :https://t.co/6DZHenskT9.@PMOIndia @EduMinOfIndia @PIB_India @PTI_News @ani_digital pic.twitter.com/PKzG0pjQ3v
— UGC INDIA (@ugc_india) August 26, 2022
ଏହି ଫେକ ବିଶ୍ବବିଦ୍ୟାଳୟ ତାଲିକାରେ ଦିଲ୍ଲୀର ୮ଟି ବିଶ୍ବବିଦ୍ୟାଳୟ ରହିଛି। ଉତ୍ତର ପ୍ରଦେଶର ୪ଟି ବିଶ୍ବବିଦ୍ୟାଳୟ ରହିଛି। ପଶ୍ଚମବଙ୍ଗ ଓ ଓଡ଼ିଶାର ୨ଟି ବିଶ୍ବବିଦ୍ୟାଳୟ ରହିଛି। ସେହିପରି କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶର ଗୋଟିଏ ଲେଖାଏଁ ନକଲି ବିଶ୍ବବିଦ୍ୟାଳୟ ଠାବ କରାଯାଇଛି।
ୟୁଜିସିର ବଡ଼ ଚେତାବନୀ ପାକିସ୍ତାନରେ ପଢ଼ିଲେ ଭାରତରେ ମିଳିବନି ଚାକିରି
ଛାତ୍ରଛାତ୍ରୀଙ୍କୁ ଏକ ବଡ଼ ଚେତାବନୀ ଦେଲା ୟୁଜିସି ।  ୟୁଜିସି ବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏବଂ ଏଆଇସିଟିଇ  ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି । ଭାରତୀୟ ଛାତ୍ରଛାତ୍ରୀମାନେ ପାକିସ୍ତାନର କୌଣସି କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ଆଡମିଶନ କରନ୍ତୁ ନାହିଁ। ଏହା କଲେ ସେମାନେ ଭାରତରେ ଚାକିରି ସହ ଦେଶରେ ଉଚ୍ଚଶିକ୍ଷା କରିବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ।
ୟୁଜିସି ଏବଂ ଏଆଇସିଟିଇ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦେଇଛନ୍ତି । ଭାରତର ଯେ କୌଣସି ନାଗରିକ ଏବଂ ବିଦେଶୀ ନାଗରିକ ଯିଏ ପାକିସ୍ତାନର ଯେ କୌଣସି ଡିଗ୍ରୀ କଲେଜ ଏବଂ ଶିକ୍ଷାନୁଷ୍ଠାନରେ ଆଡମିଶନ କରିବାକୁ ଇଚ୍ଛା କରନ୍ତି, ପାକିସ୍ତାନରେ ପ୍ରାପ୍ତ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଭାରତର ଚାକିରୀ କିମ୍ବା ଉଚ୍ଚଶିକ୍ଷା ପାଇବାକୁ ସେମାନେ ଯୋଗ୍ୟ ବିବେଚିତ ହେବେ ନାହିଁ।
ପାକିସ୍ତାନରେ ଉଚ୍ଚଶିକ୍ଷା ହାସଲ କରିଥିବା ତଥା ଭାରତ ଦ୍ୱାରା ନାଗରିକତ୍ୱ ପ୍ରାପ୍ତ ପ୍ରବାସୀ ତଥା ସେମାନଙ୍କ ପିଲାମାନେ ଗୃହ ମନ୍ତ୍ରୀଳୟରୁ ସୁରକ୍ଷା କ୍ଲିୟରାନ୍ସ ପାଇବା ପରେ ଭାରତରେ ଚାକିରୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏନେଇ ୟୁଜିସି ପକ୍ଷରୁ ଏକ ବିଂଜ୍ଞପ୍ତି ପ୍ରକାଶ ପାଇଛି।
ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, କିଛି ଦିନ ତଳେ ଉଭୟ ୟୁଜିସି ଓ ଏଆଇସିଟିଇ ମିଳିତ ଭାବେ ଆଡ଼ଭାଇଜାରୀ ଜାରି କରି କହିଥିଲେ ଯେ, ଭାରତୀୟ ଛାତ୍ରଛାତ୍ରୀମାନେ ଚୀନର ବିଶ୍ୱବିଦ୍ୟାଳୟମାନଙ୍କରେ ଆଡମିଶନ ନିଅନ୍ତୁ ନାହିଁ। କୋଭିଡ -୧୯ ମହାମାରୀ ପରେ ଚୀନ୍ ସରକାରଙ୍କ ଦ୍ୱାରା ଯାତ୍ରା ପ୍ରତିବନ୍ଧକ ଲାଗୁ ହେବା ପରେ ଏହି ଆଡ଼ଭାଇଜାରୀ ଆସିଥିଲା।
ଆସିଷ୍ଟାଣ୍ଟ ପ୍ରଫେସର ଚୟନରେ ୟୁଜିସି ନିୟମ ମାନୁନି ଓପିଏସ୍‍ସି!, ଆଶାୟୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଥିବାବେଳେ ଓପିଏସ୍‍ସି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ମାର୍ଗଦର୍ଶିକା ପାଳନ କରୁ ନ ଥିବା ଅଭିଯୋଗ ହେଉଛି। ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ୨୦୦୯ ମସିହା ପୂର୍ବର ପିଏଚଡି ସହିତ ‘ନେଟ୍‍, ସେଟ୍‍ ଏବଂ ସ୍ଲେଟ୍‍’ ଆଦିରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ୟୁଜିସି ନିୟମ ଅନୁଯାୟୀ ଅଣ୍ଡର୍‍ଟେକିଂ(ସ୍ୱୀକାରୋକ୍ତି) ଆବଶ୍ୟକ ନ ଥିବାବେଳେ ଓପିଏସସି ଅଣ୍ଡରଟେକିଂକୁ ବାଧ୍ୟତାମୂଳକ କରିଛି। ଫଳରେ ଆସିଷ୍ଟାଣ୍ଟ ପ୍ରଫେସର ଆଶାୟୀ ପ୍ରାର୍ଥୀ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଅନେକ ମେଧାବୀ ଯାଞ୍ଚ ପ୍ରକ୍ରିୟାରେ ବାଦ୍‌ ପଡ଼ିବା ସହ ସାକ୍ଷାତକାରରୁ ବଞ୍ଚିତ ହେବା ନେଇ ଆଶଙ୍କା ଦେଖା ଦେଇଛି। ଓପିଏସ୍‌ସି ତରଫରୁ ୨୦୨୧ ଫେବୃଆରୀ ୮ରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିଲା।
ପ୍ରକାଶିତ ବିଜ୍ଞପିତରେ ଶିକ୍ଷାଗତ ଯୋଗ୍ୟତା କ୍ଷେତ୍ରରେ ନେଟ୍‌, ସେଟ୍‌ ଓ ସ୍ଲେଟ୍‌କୁ ପ୍ରାଥମିକତା ଦିଆଯାଇଥିଲା। ଅନ୍ୟପକ୍ଷରେ ଯେଉଁ ପରୀକ୍ଷାର୍ଥୀମାନେ ଉପରୋକ୍ତ ଯୋଗ୍ୟତା ନ ଥାଇ ୨୦୦୯ ଜୁଲାଇ ୧୧ ପୂର୍ବରୁ ପିଏଚ୍‌ଡି ହାସଲ କରିଥିବେ ବା ପିଏଚ୍‌ଡି ପାଇଁ ପଞ୍ଜିକୃତ ହୋଇଥିବେ ସେମାନେ ମଧ୍ୟ ଉକ୍ତ ପରୀକ୍ଷା ଦେଇପାରିବେ। ହେଲେ ଏ ସଂପର୍କରେ ସେମାନେ ପିଏଚ୍‌ଡି ସଂପର୍କରେ ଓପିଏସ୍‌ସି ଆବଶ୍ୟକ କରୁଥିବା ବିବରଣୀ ଅଣ୍ଡରଟେକିଂ ମାଧ୍ୟମରେ ଦାଖଲ କରିବେ ବୋଲି କୁହାଯାଇଛି। କିନ୍ତୁ ନେଟ୍‌, ସେଟ୍‌, ସ୍ଲେଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କ କ୍ଷେତ୍ରରେ ପିଏଚ୍‌ଡି ସଂପର୍କିତ ବିବରଣୀ ଦାଖଲ ବାଧ୍ୟତାମୂଳକ କରାଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ୟୁଜିସିର ନିୟମ ଅନୁଯାୟୀ, ବିଶ୍ୱବିଦ୍ୟାଳୟ ଓ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ସ୍ନାତକୋତ୍ତର ସହିତ ନେଟ୍‍, ସ୍ଲେଟ୍‍ ତଥା ସେଟ୍‍ ସର୍ବନିମ୍ନ ଆବଶ୍ୟକତା ଅଟେ। ନେଟ୍‍, ସ୍ଲେଟ୍‍ କିମ୍ବା ସେଟ୍‍ ନ ଥାଇ ପିଏଚଡି କରିଥିବା ଛାତ୍ରଛାତ୍ରୀ ମଧ୍ୟ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଯୋଗ୍ୟ ହୋଇ ପାରିବେ। ତେବେ ୨୦୧୬ ମସିହା ମେ ୪ ତାରିଖରେ ଭାରତୀୟ ରାଜପତ୍ରରେ ୟୁଜିସି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରାଯାଇଥିଲା। ପରିବର୍ତ୍ତିତ ନିୟମରେ ୨୦୦୯ ମସିହା ଜୁଲାଇ ମାସ ପୂର୍ବରୁ ପିଏଚଡି ସମ୍ପୂର୍ଣ୍ଣ କରିଥିବା କିମ୍ବା ପିଏଚଡି ପାଇଁ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ବେଳେ ‘ଅଣ୍ଡରଟେକିଂ’ ଦାଖଲ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା। ସମ୍ପୃକ୍ତ ଛାତ୍ରଛାତ୍ରୀ ପିଏଚଡି କରିଥିବା ବିଶ୍ୱବିଦ୍ୟାଳୟର କୁଳପତି, ଉପ କୁଳପତି କିମ୍ବା ଡିନ୍‍ଙ୍କ ଠାରୁ ଅଣ୍ଡରଟେକିଂ ଆଣି ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ସେହି ସମୟସୀମା ମଧ୍ୟରେ ପିଏଚଡି କରିବା ସହିତ ନେଟ୍‍, ସ୍ଲେଟ୍‍ କିମ୍ବା ସେଟ୍‍ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଅଣ୍ଡରଟେକିଂ ଆବଶ୍ୟକ ନୁହଁ ବୋଲି ମଧ୍ୟ ୟୁଜିସି ଦର୍ଶାଇଥିଲା। ହେଲେ ବର୍ତ୍ତମାନ ସ୍ଥିତିରେ ଓପିଏସସି ପକ୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର ଚୟନ ପ୍ରକ୍ରିୟା ଚାଲିଥିବାବେଳେ କର୍ତ୍ତୃପକ୍ଷ ୟୁଜିସିର ଉପରୋକ୍ତ ନିୟମକୁ ଉପେକ୍ଷା କରୁଛନ୍ତି। ଆଶାୟୀ ପ୍ରାର୍ଥୀଙ୍କ ନିକଟରେ ୨୦୦୯ ମସିହା ଜୁଲାଇ ପୂର୍ବର ପିଏଚଡି ଏବଂ ନେଟ୍‍, ସ୍ଲେଟ୍‍ ଆଦିର ପ୍ରମାଣପତ୍ର ଥାଇ ମଧ୍ୟ ସେମାନଙ୍କୁ ‘ଅଣ୍ଡରଟେକିଂ’ ଦାଖଲ ପାଇଁ ବାଧ୍ୟତାମୂଳକ କରାଯାଉଛି।
ୟୁଜିସିର ନିୟମକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ‘ଅଣ୍ଡରଟେକିଂ’ ପ୍ରାତି ଧ୍ୟାନ ଦେଇ ନ ଥିବାବେଳେ କାଗଜପତ୍ର ଯାଞ୍ଚର ସ୍ୱଳ୍ପ ସମୟ ମଧ୍ୟରେ ସେମାନେ ଅଣ୍ଡରଟେକିଂ କିପରି ଦାଖଲ କରିବେ ସେନେଇ ସମସ୍ୟା ଉପୁଜିଛି। ଅଧିକାଂଶ ଆଶାୟୀ ମୁଖ୍ୟତଃ ଜେଏନୟୁ, ଦିଲ୍ଲୀ, ପଣ୍ଡିଚେରୀ, ହାଇଦ୍ରାବାଦ୍‍, ରାଜସ୍ଥାନ ଭଳି ଦୂରଦୂରାନ୍ତ ବିଶ୍ୱବିଦ୍ୟାଳୟରୁ ପିଏଚ୍‍ଡି ହାସଲ କରିଥିବାବେଳେ ହଠାତ୍‍ ସେମାନେ ବିଶ୍ୱବିଦ୍ୟାଳୟର ଅଣ୍ଡରଟେକିଂ କିପରି ଆଣିବେ ସେ ନେଇ ସମସ୍ୟା ଉପୁଜିଛି। ଏଥି ସହିତ ୟୁଜିସିର ନିର୍ଦ୍ଦେଶନାମାକୁ ଉପେକ୍ଷା କରୁଥିବା ଓପିଏସ୍‍ସିର ଏତାଦୃଶ କାର୍ଯ୍ୟପନ୍ଥାକୁ ନେଇ ମଧ୍ୟ ଆଶାୟୀ ଦୃଢ଼ ନାପସନ୍ଦ କରିଛନ୍ତି। ସମ୍ପୃକ୍ତ ପ୍ରାର୍ଥୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ୟୁଜିସିର ନିୟମ ଅନୁଯାୟୀ ଓପିଏସ୍‍ସି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଆଶାୟୀ ପ୍ରର୍ଥୀମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ୟୁଜିସି ନିୟମର ଉଲ୍ଲଂଘନ କରାଯାଇ ମେଧାବୀଙ୍କୁ ସେମାନଙ୍କ ହକ୍‌ରୁ ବଞ୍ଚିତ କରାଯାଉଥିବା ନେଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ନିକଟରେ ମଧ୍ୟ ଓପିଏସ୍‍ସି ଆସୋସିଏଟ୍‍ ପ୍ରଫେସର ନିଯୁକ୍ତି ପାଇଁ ୟୁଜିସି ନିୟମର ଉଲ୍ଲଂଘନ କରୁଥିଲା। ନିଯୁକ୍ତି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସହିତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସ୍ନାତକୋତ୍ତର ସ୍ତରରେ ପାଇଥିବା ମାର୍କରେ ୫ ପ୍ରତିଶତ କୋହଳ ନିୟମକୁ ଲାଗୁ କରି ନ ଥିଲା। ଆବେଦନକାରୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ଓପିଏସସି ପୁନଃ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଥିଲା। ତେବେ ଓପିଏସସିର ଏପରି ମନମୁଖÒ ପଦକ୍ଷେପକୁ ନେଇ ସାଧାରଣରେ ତୀବ୍ର ଆସନ୍ତୋଷ ତେଜିବାରେ ଲାଗିଛି।