Twin City - The Sakala

ଆକାଶରୁ ବର୍ଷୁଛି ନିଆଁ, ଅସହ୍ୟ ତାତିରୁ ନିସ୍ତାର ନାହିଁ: ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ଆଜି ବି ଟ୍ଵିନସିଟିକୁ ରେଡ୍ ଆଲର୍ଟ
ଭୁବନେଶ୍ୱର: ଆକାଶରୁ ବର୍ଷୁଛି ନିଆଁ, ଅସହ୍ୟ ତାତିରୁ ନିସ୍ତାର ନାହିଁ । ମୁଣ୍ଡଫଟା ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ସମଗ୍ର ଓଡ଼ିଶା ଭୀଷଣ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଥିବା ବେଳେ ଏଭଳି ସ୍ଥିତି ଆହୁରି ୪-୫ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏ ନେଇ ଟୁଇନ ସିଟି ଭୁବନେଶ୍ୱର ଓ କଟକ ପାଇଁ ଆଜି ପୁଣି ରେଡ୍ ଆଲର୍ଟ ଜାରି କରାଯାଇଛି। ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଲଗାତର ଦ୍ୱିତୀୟ ଦିନ ଲାଗି ଦୁଇ ସହରକୁ ରେଡ୍ ଆଲର୍ଟ ଜାରି କରାଯାଇଛି।

ଆଜି ବି ରାଜଧାନୀ ଭୁବନେଶ୍ୱରରେ ଦିନ ୧୧ଟା ୩୦ ସୁଦ୍ଧା ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱର, ଚାନ୍ଦବାଲି ଓ କେନ୍ଦୁଝରରେ ୪୦ ଡିଗ୍ରୀ ତଥା ତା’ଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ଭୁବନେଶ୍ବରର ତାପମାତ୍ରା ୪୪ ଦଶମିକ ୬ ଡିଗ୍ରୀ ସେଲସିୟସ ଥିଲା । ଅନୁଗୁଳ ପରେ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର। କଟକରେ ଗତକାଲି ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରୀ ସେଲସିୟସ ଥିଲା ।

ପ୍ରବଳ ବର୍ଷା ପାଇଁ ଟ୍ୱିନ ସିଟିକୁ ସତର୍କତା ଜାରି, ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ
ଭୁବନେଶ୍ବର: ପ୍ରବଳ ବର୍ଷା ପାଇଁ ଟ୍ୱିନ ସିଟିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଘଡଘଡି ସହ ୨ ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା କରାଯାଇଛି। ବର୍ଷା ବେଳେ ଟ୍ରାଫିକ୍‌‌ ସମସ୍ୟା ଦେଖାଯିବା ନେଇ ମଧ୍ୟ ସମ୍ଭାବନା ରହିଛି। ଗାଡିମୋଟର ଧିରେ ଚଳାଚଳ କରିବାକୁ ପରମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ସମୟରେ ଘରୁ ନ ବାହାରିବାକୁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସେହପରି ଆସନ୍ତା ୨୪ଘଣ୍ଟା ପାଇଁ ୧୦ଟି ଜିଲ୍ଲାକୁ ଅରେଞ୍ଜ ଓ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ନୂଆପଡା, ବଲାଙ୍ଗୀର, ଖୋର୍ଦ୍ଧା, କଟକ, ଅନୁଗୁଳ, ଦେଙ୍କନାଳ, ଦେଓଗଡ, ନୟାଗଡ଼, ପୁରୀ ଏବଂ ଜଗତସିଂହପୁର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ଯାଜପୁର, ଭଦ୍ରକ, କୋରାପୁଟ,ମାଲକାନଗିରି, ଗଞ୍ଜାମ, କେନ୍ଦ୍ରାପଡ଼ା, କେନ୍ଦୁଝର ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଅନ୍ୟପକ୍ଷରେ, ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ ସମ୍ଭାବନା ରହିଛି। ଦୁଇ ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ ।  ଆସନ୍ତା ୧୨ ଘଣ୍ଟାରେ ଲଘୁଚାପର ରୂପନେବ ଘୁର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଜି ଆଉ କଲି ରାଜ୍ୟରେ ପ୍ରବଳ ବର୍ଷା ଦେଖିବାକୁ ମିଳିବ। କନ୍ଧମାଳ କଲାହାଣ୍ଡିରେ ପବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଲାଗୁଚପକୁ ନଜରରେ ରଖି ସମୁଦ୍ର ମଧ୍ୟକୁ ମାତ୍ସଜୀବିଙ୍କୁ ଯିବାକୁ ବାରଣ କରାଯାଇଛି। କୌଣସି ବନ୍ଦରକୁ ବିପଦ ସଂକେତ ଦିଆଯାଇନାହିଁ। ଶନିବାର ଠାରୁ ବର୍ଷା ପରିମାଣ କମିବା ସହ କିଛି ସ୍ଥାନରେ ବର୍ଷା ହେବ। ଲଘୁଚାପ ପ୍ରଭାବରେ ଆଜି ଆଉ ଆସନ୍ତା କାଲି ଭୁବନେଶ୍ୱରରେ ବର୍ଷା ହେବ।

ଟ୍ଵିନ୍ ସିଟିରେ ଗଡିବ ମେଟ୍ରୋ ଟ୍ରେନ୍, ପ୍ରକଳ୍ପକୁ ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ; ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମ ପାଇଁ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ଟ୍ଵିନ୍ ସିଟିରେ ଗଡିବ ମେଟ୍ରୋ ଟ୍ରେନ୍ । ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ରୌପ୍ୟନଗରୀ କଟକକୁ ଗଡ଼ିବ ମେଟ୍ରୋ ଟ୍ରେନ । ଆଜି ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ ମିଳିଥିବାବେଳେ ଭୁବନେଶ୍ବର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ । ଗମନାଗମନରେ ଭିଡ଼ କମାଇବା ପାଇଁ ମେଟ୍ରୋ ଚଳାଇବାକୁ ରାଜ୍ୟ ସରକାର ଏହି ବଡ ପଦକ୍ଷେପ ନେଇଛନ୍ତି।

ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପୂର୍ବରୁ ଆଜି ଭୋରରେ ପ୍ରାରମ୍ଭିକ ସମୀକ୍ଷା କରିଥିଲେ ସଚିବ ସ୍ତରୀୟ କମିଟି । ଦୈତନଗରୀ ଭୁବନେଶ୍ବର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ହେଲେ, କେଉଁଠି କି ପ୍ରକାର ସମସ୍ୟା ରହିବ, ତାହାର କିଭଳି ସ୍ଥାୟୀ ପ୍ରତିକାର କରାଯିବ, ସରକାରୀ ଜମି କେତେ ଅଛି, କେତେ ଜମି ଅଧିଗ୍ରହଣ କରିବାକୁ ହେବ, ଟ୍ରାଫିକ ସମସ୍ୟା କିଭଳି ଉପୁଜିବ ନାହିଁ, ସେଥିପାଇଁ କେଉଁ କେଉଁ ସ୍ଥାନରେ ଭୂତଳ ବା ଅଣ୍ଡର ଗ୍ରାଉଣ୍ଡ ବ୍ୟବସ୍ଥା କରିବାକୁ ହେବ। ସମ୍ପୂର୍ଣ୍ଣ ମେଟ୍ରୋ ବ୍ୟବସ୍ଥା କେତେ ଦୂରତା ବିଶିଷ୍ଟ ହେବ, ସେ ସମସ୍ତ ଦିଗକୁ ନେଇ ଗ୍ରାଉଣ୍ଡ ଜିରୋରେ ମ୍ୟାପ ସହ ଆଲୋଚନା କରିଛନ୍ତି 5T ସଚିବ ।

ଏହି ସମୀକ୍ଷାରେ ୫-ଟି ସଚିବ, ପରିବହନ ସଚିବ, ଆଇଟି ସଚିବ ପ୍ରମୁଖ ସାମିଲ ଥିଲେ। ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୂଳିଆ ରୁଟ୍‌ର ପ୍ରାରମ୍ଭିକ ସମୀକ୍ଷା ହୋଇଛି । ବିମାନ ବନ୍ଦର, ରେଳ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୂଳିଆ ଦେଇ ମେଟ୍ରୋ ଚଳାଇବାକୁ ଯୋଜନା ରହିଛି ।

ଟ୍ୱିନ୍ ସିଟିରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସମୀକ୍ଷା, ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଏବଂ 5T ସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ
ଭୁବନେଶ୍ୱର: ରାଜଧାନୀରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସମୀକ୍ଷା। ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଭୁବନେଶ୍ୱର ବିମାନ ବନ୍ଦର ଛକରୁ ଆରମ୍ଭ ହୋଇଛି ସଚିବ ସ୍ତରୀୟ କମିଟିର ଫିଲଡ୍ ଭିଜିଟ । 5T ସଚିବ ଭିକେ ପାଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମନୋଜ ମିଶ୍ର, ଉଷା ପାଢ଼ୀ, ଅନୁ ଗର୍ଗ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନାନ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ। ଭୋର ୪ଟା ୩୦ମିନିଟ ସମୟରେ ଭୁବନେଶ୍ୱର ବିମାନବନ୍ଦର ଛକରୁ ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଛକ, ଜୟଦେବବିହାର ଦେଇ କଳିଙ୍ଗ ହସ୍ପିଟାଲ ଛକ, ପଟିଆ, ନନ୍ଦନକାନନ ଛକ ଦେଇ ତ୍ରିଶୂଳିଆ ଛକରେ ପହଞ୍ଚିଥିଲେ ବରିଷ୍ଠ ଅଧିକାରୀମାନେ ।

ରାସ୍ତାରେ ବିଭିନ୍ନ ସ୍ଥାନରେ ସରଜମିନ ସ୍ଥିତି ଅନୁଧ୍ୟାନ କରିଥିଲେ ଟିମ୍ ସଦସ୍ୟ । ଦୈତ ନଗରୀ ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ହେଲେ କେଉଁଠି କି ପ୍ରକାର ସମସ୍ୟା ରହିବ ତାହାର କିଭଳି ସ୍ଥାୟୀ ପ୍ରତିକାର କରାଯିବ, ସରକାରୀ ଜମି କେତେ ଅଛି, କେତେ ଜମି ଅଧିଗ୍ରହଣ କରିବାକୁ ହେବ, ଟ୍ରାଫିକ ସମସ୍ୟା କିଭଳି ଉପୁଜିବ ନାହିଁ ସେଥିପାଇଁ କେଉଁ କେଉଁ ସ୍ଥାନରେ ଭୂତଳ ବା ଅଣ୍ଡର ଗ୍ରାଉଣ୍ଡ ବ୍ୟବସ୍ଥା କରିବାକୁ ହେବ। ସମ୍ପୂର୍ଣ୍ଣ ମେଟ୍ରୋ ବ୍ୟବସ୍ଥା କେତେ ଦୂରତା ବିଶିଷ୍ଟ ହେବ ସେ ସମସ୍ତ ଦିଗକୁ ନେଇ ଗ୍ରାଉଣ୍ଡ ଜିରୋରେ ମ୍ୟାପ୍ ସହ ଆଲୋଚନା କରାଯାଇଛି । ତ୍ରିଶୂଳିଆ ଛକରେ କଟକ ଜିଲ୍ଲାପାଳ ଓ ସିଏମସି କମିଶନର ସାମିଲ ହୋଇଥିଲେ। ପରେ ଟିମ୍ ମଧୁପୁର ଓ ସତ୍ୟଭାମାପୁର ଗସ୍ତ କରିଥିଲେ । ମଧୁସୂଦନ ଦାସଙ୍କ ଜନ୍ମପୀଠରେ ମାଲ୍ୟାର୍ପଣ କରିବା ସହ ପୀଠ ସମ୍ପର୍କରେ ବୁଝିଲେ । ସ୍ଥାନୀୟ ଅଧିକାରୀମାନେ ପୀଠର ନକ୍ସା ଦେଖାଇବା ସହ ସଚିବଙ୍କ ସହ ଆଲୋଚନା କରିଥିଲେ । କଟକ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

କାଳବୈଶାଖୀ ପ୍ରଭାବ: ତାତିରୁ ମିଳିଲା ଆଶ୍ବସ୍ତି, ଟ୍ବିନ୍ ସିଟି ସମେତ ବର୍ଷାରେ ଭିଜିଲା ରାଜ୍ଯର ବିଭିନ୍ନ ସ୍ଥାନ
ଭୁବନେଶ୍ବର: ଦିନରେ ଖରା, ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ବେଳେ ଦୀର୍ଘ ଦିନପରେ ଆଜି ତାତିରୁ ସାମାନ୍ଯ ତ୍ରାହି ମିଳିଛି। ରାଜ୍ଯର ବିଭିନ୍ନ ସ୍ଥାନରେ କାଳବୈଖାଶୀ ପ୍ରଭାବରେ ବର୍ଷା ହୋଇଛି। ତାତି କମିବା ସହ  ଶୀତଳ ପରିବେଶ ସୃଷ୍ଟି ହୋଇଛି।  ଅଦିନିଆ ବର୍ଷାରେ ଟ୍ବିନ ସିଟି ମଧ୍ଯ ଭିଜିଛି। ଭୁବନେଶ୍ବର ଓ କଟକରେ ବିଜୁଳି, ଘଡଘଡି ସହ ବର୍ଷା ହୋଇଛି। ଏଥି ସହିତ ଜୋର୍‌ରେ ପବନ ହୋଇଥିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ, ଆଜି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଛକରେ ବଜ୍ରାଘାତ ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପରିଚୟ ମିଳିପାରି ନଥିବା ବ୍ୟକ୍ତି ଜଣକ ବର୍ଷା ଛାଡ଼ିବା ପରେ ବଜାରରୁ ଘରକୁ ଫେରୁଥିବା ବାଟରେ ବଜ୍ରପାତର ଶିକାର ହୋଇଥିଲେ। ସେହିପରି ବଲାଙ୍ଗୀର ଜିଲ୍ଲା ଆଗଲପୁର ଅଞ୍ଚଳରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ହୋଇଛି। ମନୁପାଲି ଗାଁରେ ଝଡ଼ବର୍ଷା ଯୋଗୁଁ ବାହାଘର ପାଇଁ ବନ୍ଧା ହୋଇଥିବା ଟେଣ୍ଟ ଭୁଶୁଡ଼ି ପଡ଼ିଛି। ଟେଣ୍ଟର ଲୁହା ପାଇପ ତଳେ ଚାପି ହୋଇ ଜଣେ ୧୨ ବର୍ଷର ବାଳକ ଗୁରୁତର ହୋଇଥିବା ଜଣାଯାଇଛି।

ଆସନ୍ତା ୧୧ରୁ ଟ୍ୱିନସିଟିରେ କଡାକଡି ହେବ ନାଇଟ କର୍ଫ୍ୟୁ, ଅପରାଧୀଙ୍କ ଉପରେ ରହିବ କଡା ନଜର
ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ । ଟ୍ୱିନସିଟିରେ ଭିଡ ବଢିବାର ଯଥେଷ୍ଟ ସମ୍ଭାବନା ଅଛି । ଏହାସହିତ ବର୍ତ୍ତମାନ ସମୟରେ କଟକ -ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ପାର୍ବଣରେ ଭିଡ ହ୍ରାସ ପାଇଁ ଆସନ୍ତା ୧୧ ତାରିଖରୁ ଟ୍ୱିନସିଟିରେ ନାଇଟ୍ କର୍ଫ୍ୟୁ ଅବଧି ବୃଦ୍ଧି ହେବାକୁ ଯାଉଛି । ୨୦ ତାରିଖ ଯାଏଁ ନାଇଟ କର୍ଫ୍ୟୁ ରାତି ୮ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏଁ ରହିବ । ଏହି ସମୟ ମଧ୍ୟରେ ଅମାନିଆଙ୍କ ଉପରେ କଡା ନଜର ରଖାଯିବ । କଟକଣା ନମାନିଲେ କାର୍ଯ୍ୟନୁଷ୍ଠାନ, ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି ସିପି କହିଛନ୍ତି ।

ଅପରାଧୀମାନେ ପୋଲିସ ରାଡାରରେ ରହିବେ । ଟ୍ୱିନ୍ ସିଟିରେ ପେଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର ଚେତାବନୀ ଦେଇଛନ୍ତି। ରାତି ୮ଟା ପରେ କଟକ, ଭୁବନେଶ୍ୱରରେ କଟକଣାକୁ କଡାକଡି ଭାବେ ପାଳନ କରାଯିବା ସହ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ । ଦାଦାବଟି ଆଦାୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଦୁ୍‌ର୍ଗାପୂଜା ବେଳେ ସତର୍କ ରହିବା ସହ କୋଭିଡ ନିୟମ ପାଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର । ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।