Deogarh - The Sakala
ଦେବଗଡ଼ରେ ଟ୍ରିପଲ ମର୍ଡର: ପାରିବାରିକ କଳହକୁ କେନ୍ଦ୍ରକରି ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା
ଦେବଗଡ଼: ପାରିବାରିକ କଳହକୁ କେନ୍ଦ୍ରକରି ଦେବଗଡ଼ରେ ଟ୍ରିପଲ ମର୍ଡର । ଗୋଟିଏ ପରିବାରର ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି  ନିର୍ମମ ହତ୍ୟା । ହାତୁଡ଼ିରେ ପିଟି ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହତ୍ୟା। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁରେ ଘଟିଛି ଏପରି ଜଘନ୍ୟ ହତ୍ୟାକାଣ୍ଡ । ନିର୍ମମ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଶ୍ବଶୁର ରମେଶ ଗରିଆ ଫେରାର ହୋଇଯାଇଛି। ଖବର ପାଇ କୁଣ୍ଢେଇଗୋଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଗରିଆପାଲି ଗାଁରେ ରମେଶ ଗରିଆ ଘରେ କୌଣସି କାରଣକୁ ନେଇ ପାରିବାରିକ ବିବାଦ ଦେଖାଦେଇଥିଲା । ପରେ ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ, ରମେଶ ରାଗି ଯାଇ ଘରେ ଥିବା ଏକ ହାତୁଡ଼ିରେ ପ୍ରଥମେ ସ୍ତ୍ରୀକୁ ପିଟି ପିଟି ମାରିଦେଇଥିଲା । ଯାହାକୁ ବୋହୂ ବିରୋଧ କରିଥିଲେ । ବୋହୂ ବିରୋଧ କରିବା ଦେଖି ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ନୃଶଂସ ଶ୍ୱଶୁର । ସେହି ଆକ୍ରମଣରେ ବୋହୂଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ଏସବୁ ଭିତରେ ସ୍ତ୍ରୀ ଓ ବୋହୂଙ୍କ ପାଖରେ ଥିବା ନାତୁଣୀକୁ ବି ହାତୁଡ଼ିରେ ଆକ୍ରମଣ କରିଥିଲା । ଯେଉଁଥିରେ ନାତୁଣୀର ମଧ୍ୟ ଜୀବନ ଚାଲିଯାଇଛି । ତିନିଜଣଙ୍କୁ ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ଅଭିଯୁକ୍ତ । ଘଟଣା ସଂପର୍କରେ ପଡୋଶୀ ଲୋକ ତୁରନ୍ତ କୁଣ୍ଢେଇଗୋଳ ଥାନାକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରି ରଖିଛି ।
ପାରିବାରିକ କଳହକୁ କେନ୍ଦ୍ରକରି ଜଙ୍ଗଲରେ ବିଷ ପିଇଦେଲେ ପରିବାର; ଦମ୍ପତି ମୃତ, ଶିଶୁପୁତ୍ର ସଙ୍କଟାପନ୍ନ
ଦେବଗଡ଼: ପାରିବାରିକ କଳହର କରୁଣ ପରିଣତି । ବିଷ ପିଇ ଦମ୍ପତି ଆତ୍ମହତ୍ୟା କରିଥିବା ବେଳେ ୫ ବର୍ଷର ଶିଶୁପୁତ୍ର ଏସସିବି ମେଡିକାଲରେ ଭର୍ତ୍ତି । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଖଇରପାଲି ଅଂଚଳର ଜୟନ୍ତାପାଲି ଗାଁରେ ଘଟିଛି ଏପରି ଅଘଟଣ ।  ମୃତ ଦମ୍ପତି ହେଲେ, ଖଇରପାଲି ଫାଣ୍ଡି ଅନ୍ତର୍ଗତ ଜିଅନ୍ତାପାଲି ଗ୍ରାମର ଦୁଷ୍ମନ୍ତ ମାଝୀ(୩୪) ଓ ତାଙ୍କ ପତ୍ନୀ ରିଙ୍କି ମାଝୀ (୩୪)।ସୌଭାଗ୍ୟକୁ ଶିଶୁପୁତ୍ରଟି ବଞ୍ଚି ଯାଇଥିଲେ ହେଁ ତା’ର ଅବସ୍ଥା ଗୁରୁତର ରହିଛି।
ସୂଚନାନୁଯାୟୀ, ରିଙ୍କି ଓ ୪ବର୍ଷର ଶିଶୁ ରିଷିକୁ ସାଙ୍ଗରେ ନେଇ ଦୁଷ୍ମନ୍ତ କୁଣ୍ଢେଇଗୋଳା ଥାନା ଝରାବେର୍ଣ୍ଣି ଗ୍ରାମସ୍ଥିତ ଶଶୁର ଘରକୁ ଯାଇଥିଲେ। ସେଠାରେ ଏକ ଭୋଜିରେ ଯୋଗଦେଇ ଗତକାଲି ସଂଧ୍ୟା‌‌ରେ ଘରକୁ ଫେରୁଥିଲେ। କିନ୍ତୁ, ସେମାନେ ରାତିରେ ଦଲକ ଗ୍ରାମ ନିକଟସ୍ଥ ଜଙ୍ଗଲ ନିକଟରେ ବାଇକ୍‌ ରଖି ରାସ୍ତାରୁ କିଛି ଦୂର ଜଙ୍ଗଲିଆ ସ୍ଥାନରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏପରିକି, ଶିଶୁପୁତ୍ର ରିଷିକୁ ମଧ୍ୟ ବିଷ ପିଆଇ ଦେଇଥିଲେ। ରାତିସାରା ସ୍ୱାମୀ-ସ୍ତ୍ରୀ ଓ ଶିଶୁପୁତ୍ର ରାସ୍ତାକଡ଼ ଜଙ୍ଗଲ‌ରେ ସେମିତି ପଡ଼ି ରହିଥିଲେ। ସକାଳ ହେଉହେଉ ଶିଶୁଟି କାନ୍ଦିକାନ୍ଦି ରାସ୍ତାକଡ଼କୁ ଚାଲି ଆସିଥିଲା। ଏହି ସମୟରେ କିଛି ସ୍ଥାନୀୟ ଲୋକ ତାକୁ ଦେଖି ପଚରାଉଚରା କରିବାରୁ ଘଟଣା ପଦାକୁ ଆସିଥିଲା। ସୂଚନା ପାଇ କୁଣ୍ଢେଇଗୋଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର ଚିକିତ୍ସା ପାଇଁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ସେଠାରେ ଡାକ୍ତର ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିବା ବେଳେ ରିଙ୍କି ଓ ଶିଶୁପୁତ୍ରକୁ ଅଧିକ ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସନ୍ଧ୍ୟାରେ ଚିକିତ୍ସାଧୀନ ରିଙ୍କିଙ୍କ ସେଠାରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଶିଶୁପୁତ୍ରର ଅବସ୍ଥା ଉଦ୍‌ବେଗଜନକ ରହିବାରୁ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ପୁଲିସ ଦୁଷ୍ମନ୍ତଙ୍କ ଶବକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସେହିପରି ଅନୁ‌‌ଗୋଳ ଥାନା ପୁଲିସ ରିଙ୍କିଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଅପରପକ୍ଷେ, ଏହି ଘଟଣା ପ୍ରଘଟ ହେବା ପରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ପାରିବାରିକ ଅଶାନ୍ତିରୁ ଦମ୍ପତି ଏଭଳି ଚରମ ନିଷ୍ପତ୍ତି ନେଇଥିବା ସାଧାରଣରେ ଆଲୋଚନା ହେଉଛି।
ଜାଳ କାଠ ପାଇଁ ସାନ ଯାଆ ନେଇଗଲା ବଡ଼ ଯାଆର ଜୀବନ
ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଅଭାବନୀୟ ଘଟଣା। ଜାଳ କାଠ ପାଇଁ ଯାଆ ନେଇଗଲା ଯାଆର ଜୀବନ । ସାନ ଯାଆର କାଠ ଫାଳିଆ ମାଡ଼ରେ ବଡ଼ ଯାଆର ମୃତ୍ୟୁ । ମୃତ ବଡ଼ ଯାଆର ନାଁ ଜ୍ୟୋତ୍ସ୍ନା ଭୋଜ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ପ୍ରତାପ ଭୋଜଙ୍କ ସ୍ତ୍ରୀ ଗୀତା ଭୋଜଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଦେବଗଡ଼ ଥାନା ପୁଲିସ । ହତ୍ୟା କାଣ୍ଡ ପରେ ସାହିରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ
ଦେବଗଡ଼: ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ସେଣ୍ଢାଗ୍ରାମରେ ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ। ମୃତ ନବବଧୂ ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରଡ଼ା ଗ୍ରାମର ରୋଜାଲିନ ସାହୁ। ଗତ ମଇ ମାସରେ ଜରଡ଼ା ଗ୍ରାମର କ୍ଷୀରୋଦ ସାହୁଙ୍କ ୧୯ ବର୍ଷୀୟା କନ୍ୟା ରୋଜାଲିନ ସହ ସେଣ୍ଢା ଗ୍ରାମର ଘନଶ୍ୟାମ ସାହୁଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା।
ବିବାହ ପରଠାରୁ ସ୍ଵାମୀ ଘରଲୋକେ ଯୌତୁକ ଦାବିରେ ଶାରୀରିକ ନିର୍ଯାତନା ଦେବାରୁ କିଛି ଦିନପାଇଁ ବାପ ଘରକୁ ଚାଲିଯାଇଥିଲା ମୃତ ରୋଜାଲିନ। ପରେ ବାପ ଘରଲୋକେ ବୂଝାସୁଝା କରି ସ୍ଵାମୀ ପାଖରେ ଛାଡି ଚାଲିଯାଇଥିବାବେଳେ ଆଜି ରୋଜାଲିନଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା। ମୃତ ରୋଜାଲିନଙ୍କ ବାପାଙ୍କ ଅଭିଯୋଗ ଆଧାରରେ କୁଣ୍ଢେଇ ଗୋଳା ଥାନା ପୁଲିସ ଯୌତୁକ ଓ ହତ୍ୟା ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଥିବା ଜଣା ପଡିଛି।
ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଭୁବନ‌େଶ୍ବର: ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଥିବା ନେଇ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ଦେବଗଡ଼ ଜିଲ୍ଲାର ଆଡାସ ରାମପଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଦ୍ବାରା ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଛି। କେଉଁଝର ଜିଲ୍ଲାର ଗୋପୁର– ଗଜିପୁର ଅଞ୍ଚଳରେ ଜି-୩ ସ୍ତରର ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ବାହାରିବା ଯୋଗୁଁ ସେ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଓ ରାଜ୍ୟ ଖଣି ଓ ଭୂତତ୍ତ୍ଵ ନିର୍ଦ୍ଦେଶାଳୟର ସହଭାଗିତାରେ ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି। ଅନୁସନ୍ଧାନକାରୀ ସଂସ୍ଥାମାନେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କଲା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କତରାପାଲି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଟାଙ୍ଗିଆରେ ହାଣି ମାଆକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ନାଁ କୁନ୍ତଳା କିଷାନ (୫୦)। ପୁଲିସ ପୁଅ ସୁରେଶ କିଷାନକୁ ଅଟକ ରଖି ପଚରାଉଚରା କରୁଛି।
ଖବର ଅନୁଯାୟୀ, ଗତକାଲି ରାତିରେ କୁନ୍ତଳାଙ୍କ ସହ ସୁରେଶଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ପରେ କୁନ୍ତଳା ଖାଇପିଇ ଘରେ ଶୋଇଥିଲେ। ବଳମ୍ବିତ ରାତିରେ କୁନ୍ତଳା ଶୋଇଥିବା ଅବସ୍ଥାରେ ସୁରେଶ ଏକ ଟାଙ୍ଗିଆ ଆଣି ହତ୍ୟା କରିଥିଲେ।
ଆଜି ରାଉରକେଲା ଓ ଦେବଗଡ଼ରେ ପ୍ରଚାର କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ
ରାଉରକେଲା: ନବୀନଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ଆଜି ପଶ୍ଚିମ ଓଡ଼ିଶାର ଦୁଇ ଲୋକସଭା କ୍ଷେତ୍ରରେ ହାଇଭୋଲଟେଜ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ରାଉରକେଲା ଓ ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼ରେ କ୍ଯାମ୍ପେନ କରିବେ ନବୀନ।
ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ମାଗିବେ ଆଶୀର୍ବାଦ। ଦିନ ୧୧ଟା ୨୫ରେ ମୁଖ୍ଯମନ୍ତ୍ରୀ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ ଏୟାରପୋର୍ଟ ସାମ୍ନାରେ ଥିବା ପଡ଼ିଆରେ ବିଶାଳ ଜନସଭାକୁ ଉଦବୋଧନ ଦେବେ। ସେଠାରୁ ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଧାନପାଟ ଜଳପ୍ରପାତ ନିକଟରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମାଗିବେ। ଏହାପରେ ଛେଣ୍ଡିପଦା ଓ ଆଠମଲ୍ଲିକରେ ବି ପ୍ରଚାର କରିବେ ମୁଖ୍ଯମନ୍ତ୍ରୀ। ପ୍ରଚାର ସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସହ ସମସ୍ତ ପ୍ରାର୍ଥୀ ବି ଜନତାଙ୍କୁ ଆଶୀର୍ବାଦ ମାଗିବେ।
ହାତୀଦାନ୍ତ ଡିଲ ବେଳେ ମାଡ଼ିବସିଲା ବନ ବିଭାଗ, ୩ ଗିରଫ
ଦେବଗଡ଼: ହାତୀଦାନ୍ତ ଡିଲ ବେଳେ ମାଡ଼ିବସିଲା ବନ ବିଭାଗ । ହୋଟେଲରେ ଚାଲିଥଲା ହାତୀଦାନ୍ତ କାରବାର। ବନ ବିଭାଗ ଚଢ଼ାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଦେବଗଡ଼ ଲାଲୁ ସାହିର ପ୍ରେମରାଜ ସାହୁ, ଦେବଗଡ଼ର କପଟଦାର ଓ ଦିଲ୍ଲୀର ରାଜେଶ କୁମାର। ପ୍ରେମରାଜ ସାହୁ ଗହଣା ବ୍ୟବସାୟୀ ବୋଲି ଜଣାପଡ଼ିଛି।
ଖବର ଅନୁଯାୟୀ, ଗତକାଲି ରାତିରେ ଦେବଗଡ ବନ ଖଣ୍ଡ ଅଞ୍ଚଳରେ ଥିବା ଏକ ହୋଟେଲରେ ହାତୀ ଦାନ୍ତ କାରବାର ଚାଲିଥିଲା। ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ବନ ବିଭାଗ ହୋଟେଲରେ ଚଢ଼ାଉ କରି ୩ଟି ହାତୀ ଦାନ୍ତ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି।
ପିହୁ ଅପହରଣ ଘଟଣାରେ ମାଷ୍ଟରମାଇଣ୍ଡ ସହ ୪ ଜଣଙ୍କୁ ଗିରଫ କଲା ଦେବଗଡ଼ ପୋଲିସ
ଦେବଗଡ଼: ଦେବଗଡର ପିହୁ ଅପହରଣ ଘଟଣାରେ ୪ ଅଭିଯୁକ୍ତ ଗିରଫ । ମାଷ୍ଟରମାଇଣ୍ଡ ସମେତ ୪ ଅଭିଯୁକ୍ତକୁ ଗିରଫ କଲା ଦେବଗଡ଼ ପୋଲିସ । ମାଷ୍ଟରମାଇଣ୍ଡ ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁର ହିମାଂଶୁ ନାରଙ୍ଗ ବୋଲି ଜଣାପଡିଛି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛି ଦେବଗଡ ପୋଲିସ । ଗତ ୧୮ତାରିଖରେ ଟିଉସନ ସାରି ନିଜ ଆଈ ସହ ଫେରୁଥିବା ବେଳେ ଘର ନିକଟରେ ଆଈ ପାଖରୁ ଦୁର୍ବୃତ୍ତମାନେ ପିହୁକୁ ଛଡ଼ାଇ ନେଇଥିଲେ ।
ମାଷ୍ଟରମାଇଣ୍ଡ ହିମାଂଶୁର ସହଯୋଗୀ ଅଭିଯୁକ୍ତମାନେ କୁଣ୍ଢେଇଗୋଳା ମେଣ୍ଢିପାଲି ସାଧୁବାହାଳ ଗାଁର ଦୀପକ ନାଏକ, ଦେବଗଡ଼ ବଲଣ୍ଡା ଗ୍ରାମର ରୋହିତ ପାତ୍ର ଓ ଜରେଇକେଳାର ମହେଶ୍ୱର ଶଗଡିଆ । ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।
ଗତ ୧୮ ତାରିଖ ସନ୍ଧ୍ୟାରେ ଟ୍ୟୁସନ ସାରି ଆଈ ସହ ଘରକୁ ଫେରୁଥିବା ବେଳେ ଜନଗହଳିପୂର୍ଣ୍ଣ ମୁଖ୍ୟରାସ୍ତାରୁ ପିହୁକୁ ଝାମ୍ପି ନେଇଥିଲେ ଅପହରଣକାରୀ । ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବା ଉଦ୍ଦେଶ୍ୟରେ ମୋଟା ଅଙ୍କର ଟଙ୍କା ରୋଜଗାର ପାଇଁ ଅପହରଣ ଯୋଜନା କରିଥିଲେ ଅଭିଯୁକ୍ତ । ଅପହରଣର ୧୨ ଘଣ୍ଟା ପରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରୁ ଅପହୃତ ଶିଶୁ ପିହୁକୁ ଉଦ୍ଧାର କରିଥିଲା ପୋଲିସ ।
ଦେବଗଡ଼ରେ ଲଜ୍ଜ୍ୟା: ଦ୍ଵିତୀୟ ଶ୍ରେଣୀର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ସମ୍ପର୍କୀୟ ମାମୁଁ
ଦେବଗଡ଼: ଦେବଗଡ଼ରେ ଲଜ୍ଜ୍ୟା । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ମରଡ଼ଙ୍ଗ ଗ୍ରାମରେ ଅମାନବୀୟ ଘଟଣା ଘଟିଛି। ଜଣେ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଥିବା ଶିଶୁକନ୍ୟାକୁ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟା ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ, ଗତ ମଙ୍ଗଳବାର ଘଟଣା ଘଟିଥିବା ବେଳେ ଅଭିଯୁକ୍ତର ଧମକ ଯୋଗୁଁ ପାଟି ଫିଟାଉନଥିଲେ ପରିବାର ଲୋକେ। ଶିଶୁକନ୍ୟାର ବାପା ଘରେ ରହୁ ନ ଥିବା ବେଳେ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୂଚନା ପାଇ ଆଜି ଘରକୁ ପହଞ୍ଚବିବା ପରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା ଶିଶୁକନ୍ୟାର ମାଆ । ଅଭିଯୁକ୍ତ ସମ୍ପର୍କୀୟ ମାମୁଁ ହାଡ଼ି ନାଏକ ଫେରାର ରହିିଛି। ଖବର ପାଇ ଏସଡ଼ିପିଓ ସୌମ୍ୟ ରଞ୍ଜନ ମଲ୍ଲିକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘଟଣାର ତଦନ୍ତ ଆରମ୍ଭ  କରିଛନ୍ତି। ଅଭିଯୁକ୍ତକୁ ଧରିବାକୁ ପୁଲିସର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
ମୟୂରଭଂଜର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୧୧ କୋଟି ୫୦ ଲକ୍ଷ – ୩୦୮୧ ପ୍ରକଳ୍ପ
ବରଗଡର ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୨୬ କୋଟି ୫୦ ଲକ୍ଷ – ୩୧୩୫ ପ୍ରକଳ୍ପ
ଦେବଗଡର ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ୩୫ କୋଟି – ୯୯୧ ପ୍ରକଳ୍ପ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ତୃତୀୟ ଦିନରେ ମୟୂରଭଞ୍ଜ,, ବରଗଡ ଓ ଦେବଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।   ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଏଥିପାଇଁ ମୟୂରଭଂଜ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୧୧ କୋଟି ୫୦ ଲକ୍ଷ ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଡସାହି, ବାଙ୍ଗିରୀପୋଷି, ବାରିପଦା, ମୋରଡା ଏବଂ ଉଦଳା।  ଏହିସବୁ ନିର୍ବାଚନମଣ୍ଡଳୀର ୨୨୩ଟି ଗ୍ରାମ ପଞ୍ଚାୟତରେ ୩୦୮୧ ଟି ପ୍ରକଳ୍ପ ହେବ। ସେହିପରି ବରଗଡ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୬ କୋଟି ୫୦ ଲକ୍ଷ ଟଙ୍କା  ମଂଜୁର ହୋଇଛି। ଏହିସବୁ ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଅତାବିରା, ବିଜେପୁର, ବରଗଡ, ପଦମପୁର ଓ ଭଟଲି।  ଏଥିରେ ୨୫୩ଟି ଗ୍ରାମପଞ୍ଚାୟତରେ ୩୧୩୫ ଟି ପ୍ରକଳ୍ପ କରାଯିବ। ସେହିପରି ଦେବଗଡ ଜିଲ୍ଲାର  ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ୩୫ କୋଟି ଟଙ୍କା ଅନୁମୋଦନ କରାଯାଇଛି ଏବଂ ଏଥିରେ ୭୦ଟି ଗ୍ରାମପଞ୍ଚାୟତରେ  ୯୯୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।
ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ,  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁ ରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁ ରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ। ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଆଜିର କାର୍ଯ୍ୟକ୍ରମ ପାଇଁ ମୟୂରଭଂଜ ଜିଲ୍ଲାର ୫ଟି, ବରଗଡ ଜିଲ୍ଲାର ୫ଟି ଓ ଦେବଗଡ ଜିଲ୍ଲାର ଗୋଟିଏ ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା।
5T ସଚିବ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସ୍ରୁଷ୍ଟି କରିଛି ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ  ରୀତା ସାହୁ, ସାଂସଦ ଶ୍ରୀମତୀ ମମତା ମହନ୍ତ, ବିଧାୟକ ରାଜକିଶୋର ଦାସ, ବିଧାୟକ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟକ ବର୍ଷା ସିଂ ବରିହା, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ । 5T ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ ।
ତାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି ।
ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ମୟୂରଭଂଜ ଜିଲ୍ଲାରେ ବାରିପଦା ସହରର ରିଂଗ ରୋଡ ତଥା ବନ୍ୟା ନିୟନ୍ତ୍ରଣ ବନ୍ଧ ପାଇଁ ୧୫୪.୧୨ କୋଟି, ବାରିପଦା MPC College ର ଉନ୍ନତିକରଣ ପାଇଁ ୧.୫୦ କୋଟି ଟଙ୍କା, ମାଣତ୍ରୀଠାରେ ବାବା କଖାରୁଆ ବୈଦନାଥ ଶିବ ମନ୍ଦିରର ଉନ୍ନତିକରଣ ପାଇଁ ୧ କୋଟି, ବାରିପଦାରୁ ପ୍ରତାପପୁର ବଡସାହି ଦେଇ ମାଣିତ୍ରୀ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୩୭.୦୪ କୋଟି, ବେତନଟୀ-ବଡସାହି ରାସ୍ତାର ଉନ୍ନତିକରଣ ପାଇଁ ୧୯.୪୪ କୋଟି – ଏହିପରି ଜିଲ୍ଲାର ୫ଟି ପ୍ରକଳ୍ପ ପାଇଁ ୨୧୩.୧୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।
ସେହିପରି ବରଗଡ ଜିଲ୍ଲାରେ ତୁରୁଙ୍ଗା ବୈଷ୍ଣୋଦେବୀ ମନ୍ଦିର ପାଇଁ ୧.୩୬ କୋଟି, ବରଗଡ ମହିଳା କଲେଜ ପାଇଁ ୧.୨୫ କୋଟି, ବରଗଡ ପଞ୍ଚାୟତ କଲେଜ ପାଇଁ ୧.୨୫ କୋଟି, ସରଣ୍ଡା ବିଶେଷ୍ବର ମନ୍ଦିର ପାଇଁ ୨.୬୦ କୋଟି, ପପଙ୍ଗା ପାହାଡ ପର୍ଯ୍ୟଟନ କେନ୍ଦ୍ର ପାଇଁ ୧.୮୦ କୋଟି, ଅତାବିରା ରାମଚଣ୍ଡୀ ମନ୍ଦିର ପାଇଁ ୧.୪୦ କୋଟି, ଲରମ୍ଭା କଲେଜ ପାଇଁ ୧.୨୫ କୋଟି – ଏହିପରି ୭ଟି ପ୍ରକଳ୍ପ ପାଇଁ ୧୦.୯୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ସେହିପରି ଦେବଗଡ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବିକାଶମୂଳକ କାମ ସଂପର୍କରେ ସୂଚନା ଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ ଗୋହିରା ଡ୍ୟାମ୍‌ର କେନାଲ ଲାଇନିଂ ପାଇଁ ୧୭.୬୮ କୋଟି, ତିଲେଇବଣି ହକି ଟ୍ରେନିଂ ସେଣ୍ଟରରେ ସିନ୍ଥେଟିକ ଟର୍ଫ ପାଇଁ ୧୨ କୋଟି ଟଙ୍କା, ଝାଡେଶ୍ବର ମନ୍ଦିରର ବିକାଶ ପାଇଁ ୩.୧୦ କୋଟି, ଦେବଗଡ ମଡେଲ ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ଦେବଗଡ କଲେଜ ପାଇଁ ୧ କୋଟି, ପ୍ରଧାନପାଟ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୯୨ କୋଟି, କୁରୁଡକୋଟ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୭୫ କୋଟି, ଦେଓଝରଣ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୭୭ କୋଟି, ଗୋହିରା ନିକଟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୦.୬୨ କୋଟି, ରିଆମାଳ ଯୋଗୀହୁଲି ପର୍ଯ୍ୟଟନ କ୍ଷେତ୍ର ପାଇଁ ୦.୬ କୋଟି ଏବଂ ରିଆମାଳ ଭିତରପଡା ଠାରେ ଡୋକ୍ରା କାରିଗର ମାନଙ୍କ ପାଇଁ Common Facility Centreର ବିକାଶ ପାଇଁ ୦.୪୦ କୋଟି ଟଙ୍କା – ଏହିପରି ୧୧ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୯ କୋଟି ୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।
କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ଶ୍ରୀ ଶ୍ରୀ ଝାଡେଶ୍ୱର ମନ୍ଦିରରେ ବୋଲବମ କାଉଡିଆଙ୍କ ମୃତ୍ୟୁ
ଦେବଗଡ: ମନ୍ଦିରରେ ଶୋଇଥିବା ଅବସ୍ଥାରେ ବୋଲବମ କାଉଡିଆଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଦେବଗଡ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଝାଡେଶ୍ୱର ମନ୍ଦିର ଠାରେ । ମୃତକ ଜଣକ ହେଲେ ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମର ବିଭୁତି ବେହେରା (୪୨)। ସୂଚନା ଅନୁ୍‌ଯାୟୀ ବିଭୁତି ଢେଙ୍କାନାଳ ଜିଲା ବାଲିମୀ ସ୍ଥିତ ପଠାଣୀ ସାମନ୍ତ ଡିପ୍ଲୋମା କଲେଜରେ ପିଅନ ଭାବେ କାର୍ଯ୍ୟ କରୁଥିବା ବେଳେ ଗତକାଲି ସେ ୨ଟି ଗାଡିରେ ବାଲିମୀ ଥାନା ନୁଆଁଗାଁ ଗ୍ରାମର ୫୦ ଜଣୀଆ କାଉଡିଆ ଦଳ ଜଳାଭିଷେକ ପାଇଁ ଦେବଗଡ ଝାଡେଶ୍ୱର ମନ୍ଦିରକୁ ଆସିଥିଲେ ।
ସଂଧ୍ୟାରେ ନିକଟସ୍ଥ ବାଳିଆପିଟା ନାଳରୁ ଜଳ ସଂଗ୍ରହ କରି ମନ୍ଦିର ପରିସରରେ ସାଇତି ରଖିଥିଲେ । ରାତ୍ରୀ ପ୍ରାୟ ୧୧ଟା ସମୟରେ ସେ ଖିଆପିଆ ସାରି ମନ୍ଦିର ମଣ୍ଡପରେ ଅନ୍ୟ ମାନଙ୍କ ସହ ଶୋଇଥିଲେ । ଆଜି ପ୍ରତ୍ୟୂଷ ପ୍ରାୟ ୩ ଟା ସମୟରେ ସାଥୀ ମାନେ ତାଙ୍କୁ ଜଳାଭିଷେକ ପାଇଁ ଉଠାଇ ଥିଲେ ମଧ୍ୟ ସେ ଆଉ ଉଠିନଥିଲେ । ଫଳରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।