Maa Durga - The Sakala
ଭୁବନେଶ୍ୱର: ଧରାପୃଷ୍ଠରେ ଅବତରଣ କରିବେ ଜଗଜ୍ଜନନୀ ମା’ ଦୂର୍ଗା। ତେବେ ଆଜିଠୁ ମା’ଙ୍କ ନବରାତ୍ରୀ ପୂଜା । ଏଥିପାଇଁ ସାରା ଦେଶର ପ୍ରସିଦ୍ଧ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି । ଆଶ୍ବିନ ଶୁକ୍ଳ ପ୍ରତିପଦା ତିଥିରୁ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ପୂଜା କରାଯାଏ। ଏଥିରେ ମା’ ଦୁର୍ଗାଙ୍କ ନଅଟି ସ୍ବରୂପକୁ ପୂଜା କରାଯାଏ, ଯାହାଙ୍କୁ ନବଦୁର୍ଗା ଭାବେ ବର୍ଣ୍ଣନା କରାଯାଇଛି। ତେବେ ଏହି ୯ ଦିନରେ ରଙ୍ଗର ରହିଛି ଖାସ୍ ମହତ୍ତ୍ୱ। ଯାହାର ରହିଛି ସ୍ୱତନ୍ତ୍ର ବିଧି ।
ଶୈଳପୁତ୍ରୀ: ନବରାତ୍ରୀର ପ୍ରଥମଦିନରେ ଶୈଳପୁତ୍ରୀ ପୂଜା ପାଆନ୍ତି। ସେ ହିମାଳୟଙ୍କ କନ୍ୟା ଭାବେ ଜନ୍ମ ନେଇଥିଲେ।
ବ୍ରହ୍ମଚାରିଣୀ: ଦ୍ୱିତୀୟ ଦିବସରେ ମା’ ବ୍ରହ୍ମଚାରିଣୀ ପୂଜା ପାଇଥାନ୍ତି। ଏହି ସ୍ବରୂପରେ ମା’ ତପସ୍ୟାରତ ଏବଂ ବ୍ରହ୍ଜଚାରିଣୀ ଭାେବ ତାଙ୍କ ଡାହାଣ ହାତରେ ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ।
ଚନ୍ଦ୍ରଘଣ୍ଟା: ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କର ପୂଜା କରାଯାଏ। ମା’ ଚନ୍ଦ୍ରଘଣ୍ଟା ଦଶଭୂଜା ଏବଂ ବ୍ୟାଘ୍ର ଉପରେ ବିରାଜମାନ କରିଥାନ୍ତି। ତାଙ୍କ ହସ୍ତରେ ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥାଏ।
କୁଷ୍ମାଣ୍ଡା: ନବରାତ୍ରୀର ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କ ପୂଜା କରାଯାଏ। ଏହି ସ୍ବରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ ପୁଷ୍ପ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି।
ସ୍କନ୍ଧମାତା: ପଞ୍ଚମ ଦିବସରେ କୁମାର କାର୍ତ୍ତିକେୟଙ୍କ ମାତା ଭାବେ ମା’ ଦୁର୍ଗା ସ୍କନ୍ଦମାତା ସ୍ବରୂପରେ ପୂଜା ପାଆନ୍ତି। ମା’ ସ୍କନ୍ଦମାତା ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ କରିଥାନ୍ତି। ମା’ଙ୍କ କୋଳରେ ପୁତ୍ର କାର୍ତ୍ତିକେୟ ବସିଥାନ୍ତି।
କାତ୍ୟାୟନୀ: ନବରାତ୍ରୀର ଷଷ୍ଠ ଦିବସରେ କାତ୍ୟାୟନୀଙ୍କ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିବାରୁ କାତ୍ୟାୟନୀ ନାମ ଧାରଣ କରିଛନ୍ତି।
କାଳରାତ୍ରୀ: ନବରାତ୍ରୀର ସପ୍ତମ ଦିବସରେ କାଳରାତ୍ରୀ ସ୍ବରୂପର ଉପାସନା କରାଯାଏ। ଏହା ଦେବୀଙ୍କ ବିକଟାଳ ଓ ଉଗ୍ର ରୂପ। ଏହି ସ୍ବରୂପରେ ଦେବୀ ତ୍ରୀନେତ୍ର ଧାରିଣୀ ହୋଇଥାନ୍ତି। ଶରୀରର ବର୍ଣ୍ଣ ଗାଢ଼ କଳା ଏବଂ ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ଼ ହୋଇ ହାତରେ ଖଡ଼୍‌ଗ ଧାରଣ କରିଥାନ୍ତି।
ମହାଗୌରୀ: ନବରାତ୍ରୀର ଅଷ୍ଟମ ଦିବସରେ ଦେବୀ ଦୁର୍ଗାଙ୍କୁ ମହାଗୌରୀ ସ୍ବରୂପରେ ପୂଜା କରାଯାଏ। ଏହା ହେଉଛି ମା’ଙ୍କର ସୌମ୍ୟ ରୂପ। ଏହି ସ୍ବରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀର ଗୌର ବର୍ଣ୍ଣ ହୋଇଥାଏ ଏବଂ ସେଶ୍ବେତବସ୍ତ୍ର ପରିଧାନ କରିଥାନ୍ତି। ମହାଗୌରୀ ଚତୁର୍ଭୂଜା ଏବଂ ସେ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇ ହାତ ଅଭୟ ପ୍ରଦାନ କରିବା ମୁଦ୍ରାରେ ଥାଏ।
ସିଦ୍ଧିଦାତ୍ରୀ: ନବରାତ୍ରୀର ନବମ ବା ଶେଷ ଦିବସରେ ସିଦ୍ଧିଦାତ୍ରୀ ସ୍ବରୂପରେ ମା’ ଦୁର୍ଗାଙ୍କ ଉପାସନା କରାଯାଏ। ସିଦ୍ଧିଦାତ୍ରୀ ପଦ୍ମାସନରେ ଉପବିଷ୍ଟା ଏବଂ ମା’ ଚତୁର୍ଭୂଜା ଭାବେ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ମା’ ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରୀର ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ।
ଭୁବନେଶ୍ୱର: ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା। ଆଉ ମା’ଙ୍କ ଆଗମନ ପରେ ସାରା ପରିବେଶ ଆଧ୍ୟାତ୍ମିକ ଓ ଭକ୍ତିମୟ ହୋଉଠିଛି । ପୀଠ ହେଉ କି ମଣ୍ଡପ ସବୁଠି ଭିଡ଼। ମହାମାୟାଙ୍କ ମହାଷ୍ଟମୀ ପୂଜା ପାଇଁ ଚଳଚଞ୍ଚଳ ରାଜ୍ୟର ସବୁ ମଣ୍ଡପ । ସେପଟେ ପୂଜା ମଣ୍ଡପରେ ଚାଲିଛି ଦେବୀ ଦଶଭୁଜାଙ୍କ ଅଷ୍ଟମୀ ରୀତିନୀତି।
ଦଶହରା ପାଇଁ ପ୍ରସିଦ୍ଧି ଲାଭ କରିଥିବା କଟକ ସହରରେ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼। ପରିବାର ସହ ପୂଜା ମଣ୍ଡପ ଗୁଡିକ ବୁଲୁଛନ୍ତି ଲୋକେ। ମୃଣ୍ମୟୀ ମୂର୍ତ୍ତି ଗୁଡିକ ଯେମିତି ମନଲୋଭା ହୋଇଛି, ତୋରଣ ଓ ସାଜସଜ୍ଜା ସେତିକି ସୁନ୍ଦର ଓ ଆକର୍ଷଣୀୟ ହୋଇଛି। ସନ୍ଧ୍ୟା ହେଲେ ଝଲସୁଛି ମଣ୍ଡପ। ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପୂଜା ମଣ୍ଡପ ଗୁଡିକରେ ହଜାର ହଜାର ଲୋକଙ୍କ ଗହଳି। ଝାରପଡ଼ା, ରସୁଲଗଡ଼, ସହିଦନଗର, ନୟାପଲ୍ଲୀ ଭଳି ବିଭିନ୍ନ ମଣ୍ଡପରେ ସାଜସଜା, ଲାଇଟ୍, ତୋରଣ ସବୁକିଛି ମନ ଛୁଆଁ ହୋଇଛି।
ଭାରତୀୟ ଦର୍ଶନରେ ଶକ୍ତିପୂଜା ଏକ ମହାନ ପରମ୍ପରା। ମହାଶକ୍ତି ଦୁର୍ଗାଙ୍କ ପୂଜା ଆଦିମ କାଳରୁ ସମଗ୍ର ଭାରତବର୍ଷରେ ପ୍ରଚଳିତ। ଆଶ୍ବିନ ମାସରେ ସର୍ବମଙ୍ଗଳ କାମନା କରି ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି ଜଗତଜନନୀ ମା’ ଦୁର୍ଗା ଏବଂ ନିଜର ସମସ୍ତ ସନ୍ତାନକୁ ଦେଇଥାନ୍ତି ସତ୍ୟ ଉପରେ ଅସତ୍ୟ, ଅନ୍ୟାୟ ଉପରେ ନ୍ୟାୟ ଏବଂ ପାପ ଉପରେ ପୁଣ୍ୟର ବିଜୟର ବାର୍ତ୍ତା । ମା’ ଦୁର୍ଗା ଜଗତବାସୀଙ୍କ ପରମ ଆରାଧ୍ୟା, ବନ୍ଦନୀୟା । ସେ ସକଳ ଶକ୍ତିର ଆଧାର, ସମସ୍ତ ଦୁଃଖର ବିନାଶିନୀ ।
ମାର୍କଣ୍ଡେୟ ପୁରାଣରେ ବର୍ଣ୍ଣିତ ଅଛି ଯେ, ଯେତେବେଳେ ମହିଷାସୁରର ଅତ୍ୟାଚାରରେ ଦେବ ମାନବ ସମସ୍ତେ ତ୍ରାହିତ୍ରାହି ଡାକିଲେ। ପୃଥିବୀ ଭୟରେ ଥରହର ହେଲା । ମହାଦେବ ଓ ଦେବଗଣଙ୍କ ତେଜ ରଶ୍ମିରୁ ଆବିର୍ଭୂତା ହେଲେ ଜଗତ୍‌ଜନନୀ ମାଆ ଦୁର୍ଗା । ସମସ୍ତ ଦେବତାଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଗ୍ରହଣ କରି ଦେବୀ ମହିଷାସୁରକୁ ବଧ କରି ସଂସାରରେ ଶାନ୍ତି ପ୍ରତିଷ୍ଠା କରିଥିଲେ। ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ବିନାଶ କରିବା ପାଇଁ ମାଆ ଦୁର୍ଗାଙ୍କ ଆରାଧନା କରିଥିଲେ । ମା’ଙ୍କ ଆଶୀର୍ବାଦ ଫଳରେ ରାମଚନ୍ଦ୍ର ରାବଣକୁ ବଧ କରି ମାତା ସୀତାଙ୍କୁ ଉଦ୍ଧାର କରିଥିଲେ । ସଂପ୍ରତି ଶାରଦୀୟ ଦୁର୍ଗା ପୂଜା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକ ଗଣ ମହୋତ୍ସବ ଭାବେ ପରିଗଣିତ।
ଆସନ୍ତାକାଲି ମା’ ଦୁର୍ଗାଙ୍କର ଭସାଣ ଉତ୍ସବ: କଟକରେ ଯାନବାହନ ଚଳାଚଳ ଉପରେ କଟକଣା
କଟକ: ଆସନ୍ତାକାଲି ମା’ ଦୁର୍ଗାଙ୍କର ଭସାଣ ଉତ୍ସବ। ଏ ନେଇ କିଭଳି ଭାବେ କଟକରେ ସୁରୁଖୁରୁରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି।
ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ।ଭସାଣ ବେଳେ ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କଲେଜ ଛକଠାରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ମନା। ଠିକ୍ ସେହିପରି ତିନିକୋଣିଆ ବଗିଚାରୁ ଚାନ୍ଦିନୀଚୌକ ଯାଏଁ ରାସ୍ତାରେ ବି ଭସାଣ ବେଳେ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ। ଏଣେ ଚଣ୍ଡୀଛକରୁ ଶେଖ ବଜାର ଓ ମହମ୍ମଦିଆ ବଜାର ବାଟଦେଇ ଚାନ୍ଦିନୀଚୌକ ଯାଏଁ ରାସ୍ତାରେ ବି ଗାଡ଼ି ଚଳାଚଳକୁ ବାରଣ କରାଯାଇଛି।
ଠିକ୍ ସେହିପରି ଜାଉଁଳିଆପଟିରୁ ଫିରଙ୍ଗି ବଜାର ଦେଇ ଦେବୀଗଡ଼ା ଯାଏ ବି ଯାନବାହନ ଚଳାଚଳ ମନା। ତେଣେ ଚୌଧୁରୀ ବଜାରରୁ ପୂର୍ଣ୍ଣ ସାହି ଯାଏ ବି ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଏନେଇ ଜନସାଧାରଣଣଙ୍କୁ ସହଯୋଗ କରିବାକୁ କମିଶନରେଟ ପୁଲିସ ପକ୍ଷରୁ ନିବେଦନ କରାଯାଇଛି।
ନବଦୁର୍ଗା ଉପାସନାର ପର୍ବ ନବରାତ୍ରୀ
ଆଶ୍ବିନ ଶୁକ୍ଳ ପ୍ରତିପଦା ତିଥିରୁ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ପୂଜା କରାଯାଏ। ଏଥିରେ ମା’ ଦୁର୍ଗାଙ୍କ ନଅଟି ସ୍ବରୂପକୁ ପୂଜା କରାଯାଏ, ଯାହାଙ୍କୁ ନବଦୁର୍ଗା ଭାବେ ବର୍ଣ୍ଣନା କରାଯାଇଛି।
ଶୈଳପୁତ୍ରୀ: ନବରାତ୍ରୀର ପ୍ରଥମଦିନରେ ଶୈଳପୁତ୍ରୀ ପୂଜା ପାଆନ୍ତି। ସେ ହିମାଳୟଙ୍କ କନ୍ୟା ଭାବେ ଜନ୍ମ ନେଇଥିଲେ।
ବ୍ରହ୍ମଚାରିଣୀ: ଦ୍ୱିତୀୟ ଦିବସରେ ମା’ ବ୍ରହ୍ମଚାରିଣୀ ପୂଜା ପାଇଥାନ୍ତି। ଏହି ସ୍ବରୂପରେ ମା’ ତପସ୍ୟାରତ ଏବଂ ବ୍ରହ୍ଜଚାରିଣୀ ଭାେବ ତାଙ୍କ ଡାହାଣ ହାତରେ ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ।
ଚନ୍ଦ୍ରଘଣ୍ଟା: ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କର ପୂଜା କରାଯାଏ। ମା’ ଚନ୍ଦ୍ରଘଣ୍ଟା ଦଶଭୂଜା ଏବଂ ବ୍ୟାଘ୍ର ଉପରେ ବିରାଜମାନ କରିଥାନ୍ତି। ତାଙ୍କ ହସ୍ତରେ ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥାଏ।
କୁଷ୍ମାଣ୍ଡା: ନବରାତ୍ରୀର ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କ ପୂଜା କରାଯାଏ। ଏହି ସ୍ବରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ ପୁଷ୍ପ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି।
ସ୍କନ୍ଧମାତା: ପଞ୍ଚମ ଦିବସରେ କୁମାର କାର୍ତ୍ତିକେୟଙ୍କ ମାତା ଭାବେ ମା’ ଦୁର୍ଗା ସ୍କନ୍ଦମାତା ସ୍ବରୂପରେ ପୂଜା ପାଆନ୍ତି। ମା’ ସ୍କନ୍ଦମାତା ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ କରିଥାନ୍ତି। ମା’ଙ୍କ କୋଳରେ ପୁତ୍ର କାର୍ତ୍ତିକେୟ ବସିଥାନ୍ତି।
କାତ୍ୟାୟନୀ: ନବରାତ୍ରୀର ଷଷ୍ଠ ଦିବସରେ କାତ୍ୟାୟନୀଙ୍କ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିବାରୁ କାତ୍ୟାୟନୀ ନାମ ଧାରଣ କରିଛନ୍ତି।
କାଳରାତ୍ରୀ: ନବରାତ୍ରୀର ସପ୍ତମ ଦିବସରେ କାଳରାତ୍ରୀ ସ୍ବରୂପର ଉପାସନା କରାଯାଏ। ଏହା ଦେବୀଙ୍କ ବିକଟାଳ ଓ ଉଗ୍ର ରୂପ। ଏହି ସ୍ବରୂପରେ ଦେବୀ ତ୍ରୀନେତ୍ର ଧାରିଣୀ ହୋଇଥାନ୍ତି। ଶରୀରର ବର୍ଣ୍ଣ ଗାଢ଼ କଳା ଏବଂ ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ଼ ହୋଇ ହାତରେ ଖଡ଼୍‌ଗ ଧାରଣ କରିଥାନ୍ତି।
ମହାଗୌରୀ: ନବରାତ୍ରୀର ଅଷ୍ଟମ ଦିବସରେ ଦେବୀ ଦୁର୍ଗାଙ୍କୁ ମହାଗୌରୀ ସ୍ବରୂପରେ ପୂଜା କରାଯାଏ। ଏହା ହେଉଛି ମା’ଙ୍କର ସୌମ୍ୟ ରୂପ। ଏହି ସ୍ବରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀର ଗୌର ବର୍ଣ୍ଣ ହୋଇଥାଏ ଏବଂ ସେଶ୍ବେତବସ୍ତ୍ର ପରିଧାନ କରିଥାନ୍ତି। ମହାଗୌରୀ ଚତୁର୍ଭୂଜା ଏବଂ ସେ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇ ହାତ ଅଭୟ ପ୍ରଦାନ କରିବା ମୁଦ୍ରାରେ ଥାଏ।
ସିଦ୍ଧିଦାତ୍ରୀ: ନବରାତ୍ରୀର ନବମ ବା ଶେଷ ଦିବସରେ ସିଦ୍ଧିଦାତ୍ରୀ ସ୍ବରୂପରେ ମା’ ଦୁର୍ଗାଙ୍କ ଉପାସନା କରାଯାଏ। ସିଦ୍ଧିଦାତ୍ରୀ ପଦ୍ମାସନରେ ଉପବିଷ୍ଟା ଏବଂ ମା’ ଚତୁର୍ଭୂଜା ଭାବେ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ମା’ ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରୀର ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ।
ବିଶ୍ବର ସୃଷ୍ଟି, ସ୍ଥିତି ଓ ପ୍ରଳୟର ମୂଳ ହେଉଛି ମାତୃଶକ୍ତି। ଏହି ଦୃଷ୍ଟିରୁ ମାତୃଶକ୍ତିର ଉପାସନା ବହୁପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସୁଛି। ଯଦ୍ୟପି ବୈଦିକ ସାହିତ୍ୟରେ ମୂର୍ତ୍ତିପୂଜାର ପ୍ରମାଣ ମିଳେ ନାହିଁ, ତଥାପି ଦେବୀସୂକ୍ତ ପରି କେତେକ ସୂକ୍ତ ଓ ମନ୍ତ୍ରରେ ଶକ୍ତିଙ୍କର ଅଲୌକିକ ମହିମା ଓ ମହାପ୍ରଭାବ ବର୍ଣ୍ଣିତ ହୋଇଛି। ପରବର୍ତ୍ତୀ ସମୟରେ ରାମାୟଣ ଯୁଗରେ ଉମା, ଗିରିଜା, ରୁଦ୍ରାଣୀ, ନାଗ ମାତା ଓ କଳାରାତ୍ରି ପ୍ରଭୃତି ଦେବୀମାନଙ୍କର ଉଲ୍ଲେଖ କରାଯାଇଛି। ମହାଭାରତରେ ବିରାଟ ପର୍ବ ଅନ୍ତର୍ଗତ ଯୁଧିଷ୍ଠିରଙ୍କର ଦୁର୍ଗାସ୍ତବ, ଭୀଷ୍ମ ପର୍ବ ଅନ୍ତର୍ଗତ ଅର୍ଜୁନଙ୍କର ଦୁର୍ଗାସ୍ତୋତ୍ର ଓ ହରିବଂଶର ଆର୍ଯ୍ୟାସ୍ତବକୁ ଅନୁଶୀଳନ କଲେ ଜଣାଯାଏ ଯେ, ପ୍ରାୟ ପ୍ରଥମ ଶତାବ୍ଦୀ ବେଳକୁ ଭାରତରେ ପୂର୍ଣ୍ଣ ରୂପରେ ଶକ୍ତି ଉପାସନା ବିକଶିତ ହୋଇଥିଲା। ସମୟକ୍ରମେ ଯେତେବେଳେ ମାନବ ଜାତି ପ୍ରତୀକ ପୂଜାରୁ ପ୍ରତିମା ପୂଜା ପ୍ରତି ମନ ବଳାଇଲେ, ସେତେବେଳେ ମାତୃଶକ୍ତିଙ୍କର ପ୍ରଥମ ରୂପର ପରିକଳ୍ପନା କରାଗଲା, ସେହି ପ୍ରଥମ ମୂର୍ତ୍ତି ହେଲେ ଯାଜପୁରର ଅଧିଷ୍ଠାତ୍ରୀ ଦ୍ବିଭୁଜା ବିରଜା ଦେବୀ।
ନବରାତ୍ରି ହିନ୍ଦୁ ଜାତିର ଏକ ବିଶିଷ୍ଟ ପର୍ବ, ଏହି ଦିନ ଘରେ ଘରେ ଚଣ୍ଡୀପାଠ ହୁଏ। ନବରାତ୍ରି ଏଥିପାଇଁ ପ୍ରସିଦ୍ଧ, ଯେହେତୁ ଏହା ଋତୁମାନଙ୍କର ସନ୍ଧିକାଳ। ଏହି ଋତୁ ସନ୍ଧିକାଳ ଉତ୍ପତ୍ତି ଓ ସଂହାରର କାରଣ ହୋଇଥାଏ। ଏହାକୁ ମଧ୍ୟ କାଳସନ୍ଧି କୁହାଯାଏ। ଏହି ସନ୍ଧିକାଳରେ ଜଗଜ୍ଜନନୀ ଦୁର୍ଗାଙ୍କର ଆବାହନ ସୁଗମ ହୁଏ। ଏହି ଅବସ୍ଥାରେ ଇଡ଼ା ଓ ପିଙ୍ଗଳାରେ ବାୟୁଗତିରେ ସାମ୍ୟତା ରହେ। ଏଣୁ କୁଣ୍ଡଳିନୀ ଜାଗରଣ ଓ ଊର୍ଦ୍ଧ୍ବଗତି ସହଜ ହୋଇଯାଏ। ଏହି କାରଣରୁ ନବରାତ୍ରି ମହାପର୍ବ ରୂପେ ପାଳନ କରାଯିବା ସହିତ ବ୍ରତରୂପେ ମଧ୍ୟ ଗ୍ରହଣ କରାଯାଏ।
କାଳ ସନ୍ଧି ସମୟରେ ଦେବୀଙ୍କୁ ଆବାହନ କରିବା ସୁଗମ ହୋଇଥିବାରୁ ଶାରଦୀୟ ପାର୍ବଣ ପୂଜାରେ ସନ୍ଧି ପୂଜା ଅନୁଷ୍ଠିତ ହୁଏ। ଅଷ୍ଟମୀ ତିଥିର ଅନ୍ତ ଓ ନବମୀ ତିଥିର ଆଦ୍ୟକାଳର ମଧ୍ୟବର୍ତ୍ତୀ ସମୟରେ ସନ୍ଧି ପୂଜା ଅନୁଷ୍ଠିତ ହୁଏ। ଏହି ସମୟରେ ଭୈରବ ରୂପୀ ଶିବଙ୍କର ପୂଜା ସହିତ ବଳିଦାନ ଓ ଦୀପ ଉତ୍ସର୍ଗ ଆଦି କରାଯାଏ। ତନ୍ତ୍ର ସାଧକମାନଙ୍କର ସାଧନା ପାଇଁ ସନ୍ଧି ସମୟକୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ମନେ କରାଯାଏ।
ଶାରଦୀୟ ପୂଜାର ଷୋଡ଼ଶ ଦିବସୀୟ ପୂଜାବିଧି ମଧ୍ୟରେ ନବରାତ୍ର ପ୍ରସିଦ୍ଧ। କେତେକ ଭକ୍ତ ଶୁକ୍ଳ ପଞ୍ଚମୀଠାରୁ ପାଞ୍ଚଦିନ, ଅନ୍ୟ କେତେକ ଶୁକ୍ଳ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ତିନିଦିନ ଅଥବା କେବଳ ମହାଷ୍ଟମୀ ଦିନ ଏକ- ଦିବସୀୟ ବ୍ରତ ପାଳନ କରିଥାନ୍ତି, କାରଣ ଶାକ୍ତ ପରଂପରାରେ ମହାଷ୍ଟମୀ ତିଥି ସର୍ବଶ୍ରେଷ୍ଠ ଓ ପ୍ରଶସ୍ତ। କଥିତ ଅଛି ଯେ ପ୍ରଭୁ ରାମଚନ୍ଦ୍ର ମହାବଳୀ ରାବଣର ବିନାଶ ନିମିତ୍ତ ଦେବୀ ଦୁର୍ଗାଙ୍କୁ ଅକାଳରେ ବୋଧନ ଓ ଆବାହନ କରିଥିଲେ। ତାଙ୍କର ପୂଜାରେ ସନ୍ତୁଷ୍ଟ ହୋଇ ଦେବୀ ସପ୍ତମୀ ତିଥିରେ ତାଙ୍କ ଧନୁର୍ବାଣରେ ପ୍ରବେଶ କଲେ। ମହାଶକ୍ତିଙ୍କର ଆବିର୍ଭାବ ଫଳରେ ଶ୍ରୀରାମଚନ୍ଦ୍ର ରାବଣକୁ ଅଷ୍ଟମୀ ତିଥିରେ ବଧ କରି ସୀତା ମାତାଙ୍କୁ ଉଦ୍ଧାର କରିଥିଲେ। ମହାବିପଦ ଅପସରି ଯିବାରୁ ଏହି ଅଷ୍ଟମୀ ତିଥିକୁ ମହାଷ୍ଟମୀ ବୋଲି କୁହାଯାଏ। ଏହି ବିଷୟରେ ଶାସ୍ତ୍ରର ମତ ହେଉଛି:-
ମହାବିପତ୍ତାରକତ୍ବାତ୍‌ ଗୀୟତେ ହ୍ୟସୌ ମହାଷ୍ଟମୀ
ମହାସଂପଦ୍‌ଦାୟକତ୍ବାତ୍‌ ସା ଖ୍ୟାତା ମହାନବମୀ।
ଏଣୁ ପ୍ରାୟ ପ୍ରତ୍ୟେକ ହିନ୍ଦୁ ଏହି ମହାଷ୍ଟମୀ ଦିନକୁ ଶ୍ରେଷ୍ଠ ମନେ କରି ବ୍ରତରୂପେ ପାଳନ କରିବା ସହିତ ଉପବାସ କରିଥାନ୍ତି। ପୌରାଣିକ ବିବରଣୀରୁ ଜଣାଯାଏ ଯେ ଦକ୍ଷ ପ୍ରଜାପତିଙ୍କ ଯଜ୍ଞ ଧ୍ବଂସ ପରେ ସତୀଙ୍କ ଦେହାବଶେଷର ବିଭିନ୍ନ ଅଂଶ ପଡ଼ିଥିବା ସ୍ଥାନଗୁଡ଼ିକ ଶକ୍ତିପୀଠ ରୂପେ ପରିଚିତ। ପ୍ରତି ଶକ୍ତି ପୀଠର ରକ୍ଷକଭାବେ ଶିବ ଭୈରବ ରୂପ ଧାରଣ କରି ପୂଜା ପାଇଥାନ୍ତି। ସାଧାରଣତଃ ପୀଠର ଅର୍ଥ ଜପ ବା ମନ୍ତ୍ର ସିଦ୍ଧିର ଆସ୍ଥାନ। ଏଠାରେ ଅଭୀଷ୍ଟ ପୂରଣ ପାଇଁ ସାଧନା ଓ ସିଦ୍ଧିଲାଭର ନିଶ୍ଚିତତା ରହିଥାଏ। ଏହି ଦୃଷ୍ଟିରୁ ଭାରତରେ ଏକାବନଟି ଶକ୍ତି ପୀଠର ପ୍ରସିଦ୍ଧି ରହିଛି। ଆଦିକବି ସାରଳାଦାସ ଓଡ଼ିଶାରେ ଅଷ୍ଟକୀଳାପୀଠ ଥିବା ବିଷୟ ବର୍ଣ୍ଣନା କରିଛନ୍ତି। ସେମାନଙ୍କୁ ପୀଠ ଦେବୀର ମର୍ଯ୍ୟାଦା ପ୍ରଦାନ କରାଯାଏ।
ଶକ୍ତି ପୂଜାରେ ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ସପ୍ତଶତୀ ଚଣ୍ଡୀ ପାଠର ବିଧି ରହିଛି। ନବରାତ୍ର ସମୟରେ ଲୋକମାନେ ନିଜଘରେ ପ୍ରତିଦିନ ଚଣ୍ଡୀପାଠ ମଧ୍ୟ କରିଥାନ୍ତି। ଏକଦା ଦୈତମାନେ ସବଳ ହୋଇ ଦେବତାମାନଙ୍କୁ ଯୁଦ୍ଧରେ ପରାସ୍ତ କରି ଇନ୍ଦ୍ରଲୋକ ଅଧିକାର କରିନେଲେ। ଅଧିକାର ଚ୍ୟୁତ ଦେବଗଣ ଶଙ୍କରଙ୍କର ଶରଣାପନ୍ନ ହେଲେ। ସେଠାରେ ଉପସ୍ଥତି ଥିବା ବିଷ୍ଣୁ ମଧ୍ୟ ଦେବଗଣଙ୍କର କରୁଣ କାହାଣୀ ଶୁଣି କ୍ରୁଦ୍ଧ ହୋଇଗଲେ। ଫଳତଃ ସମସ୍ତଙ୍କ ତେଜରୁ ଏକ ମହାଶକ୍ତି ପ୍ରକଟିତ ହେଲେ। ଦେବଗଣଙ୍କ ତେଜ ଓ ଆୟୁଧରେ ଭୂଷିତ ସେହି ଦେବୀ ଦୈତ୍ୟମାନଙ୍କୁ ସଂହାର ଓ ଦେବତାଙ୍କର ଦୁଃଖ ଦୂର କଲେ। ଏହା ଶକ୍ତି ପୂଜାର ପ୍ରକୃତ ରହସ୍ୟ। ଏଣୁ ଚଣ୍ଡୀପାଠ ଦ୍ବାରା ଭକ୍ତମାନେ ସର୍ବଶକ୍ତିମୟୀ ଦେବୀଙ୍କର କୃପା ଲାଭ କରିବା ସହଜ ହୁଏ।
ଶକ୍ତି ପୂଜାରେ ବଳିପ୍ରଥା ଏକ ତାନ୍ତ୍ରିକ ପଦ୍ଧତି, ବାମମାର୍ଗୀ ତାନ୍ତ୍ରିକମାନଙ୍କ ମତରେ ଯଜ୍ଞ ପାଇଁ ନିହତ ପଶୁପକ୍ଷୀମାନେ ଉଚ୍ଚଗତି ଲାଭ କରନ୍ତି, କିନ୍ତୁ ମୁନି ପରାଶର ଓ ମାଧ୍ବଚାର୍ଯ୍ୟ ପ୍ରଭୃତି ମନୀଷୀମାନେ କହନ୍ତି- ଚନ୍ଦନ କାଠକୁ ପୋଡ଼ି ତାହାର ଅଙ୍ଗାରକୁ ଦେହରେ ଲେପନ କରିବା ଯାହା, ପ୍ରାଣୀମାନଙ୍କୁ ବଧ କରି ଶୁଭ ଯଜ୍ଞାନୁଷ୍ଠାନ କରିବା ତାହା। ବେଦରେ ମଧ୍ୟ ଯଜ୍ଞର ଅନ୍ୟନାମ ଅଧ୍ବର ଅର୍ଥାତ୍‌ ଅହିଂସା । ଏହି ଦୃଷ୍ଟିରୁ ଯଜ୍ଞକର୍ମରେ ପଶୁବଳି କେତେଦୂର ଯଥାର୍ଥ ତାହା ବିଚାର ସାପେକ୍ଷ, କିନ୍ତୁ ଉଦାରପନ୍ଥୀମାନେ ପୂଜା ବିଧିରେ କୁଷ୍ମାଣ୍ଡ ବଳି ପ୍ରଦାନ କରିଥାନ୍ତି। ସର୍ବଶକ୍ତିମାୟୀ ମା’ ଦୁର୍ଗାଙ୍କର ଉପାସନା ଭାରତୀୟ ଧର୍ମଧାରାରେ ଏକ ରହସ୍ୟମୟ ଚରିତ ଅଟେ। ଉପାସନାର ଯଥାର୍ଥତା ଭକ୍ତିପୂର୍ଣ୍ଣ ଆତ୍ମନିବେଦନରେ ସାର୍ଥକ ହୁଏ।
ଶକ୍ତିମୟୀ ଜଗତ୍‌ଜନନୀ ଦୁର୍ଗା। ଦୁର୍ଗା ସପ୍ତଶତୀ ଅନୁସାରେ, ଅସୁରଶକ୍ତିର ବିନାଶ ପାଇଁ ଦେବତାମାନେ ଦେବୀ ଦୁର୍ଗାଙ୍କୁ ନିଜ ନିଜ ଆୟୁଧ ପ୍ରଦାନ କରିଥିଲେ। ଆସନ୍ତୁ ଜାଣିବା, କେଉଁ ଦେବତା ମା’ ଦୁର୍ଗାଙ୍କୁ କେଉଁସବୁ ଅସ୍ତ୍ର ପ୍ରଦାନ କରିଥିଲେ ଏବଂ ତାହାର ମହତ୍ତ୍ବ।
ତ୍ରିଶୂଳ: ଭଗବାନ ଶିବ ଦେବୀ ଭଗବତୀ ଦୁର୍ଗାଙ୍କୁ ତ୍ରିଶୂଳ ପ୍ରଦାନ କରିଥିଲେ। ତ୍ରିଶୂଳର ଧାର ତିନୋଟି ଗୁଣ ସତ୍ୟ, ରଜ ଓ ତମର ପ୍ରତୀକ ଅଟେ।
ସୁଦର୍ଶନ ଚକ୍ର: ଶ୍ରୀବିଷ୍ଣୁଙ୍କ ମୁଖ୍ୟ ଆୟୁଧ ସୁଦର୍ଶନ ଚକ୍ର। ଦୁଷ୍ଟଙ୍କ ସଂହାର ପାଇଁ ଶ୍ରୀହରି ମା’ଦୁର୍ଗାଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ, ଯାହାକୁ ମା’ ତର୍ଜନୀରେ ଧାରଣ କରିଛନ୍ତି। ଏହି ଅସ୍ତ୍ର ସମସ୍ତ ମନ୍ଦକୁ ନଷ୍ଟ କରି ସୃଷ୍ଟିର ସଞ୍ଚାଳନାରେ ଦେବୀ ଦୁର୍ଗାଙ୍କ ଭୂମିକାକୁ ଦର୍ଶାଇଥାଏ।
କମଳ : କମଳ ହେଉଛି ଭଗବାନ ବ୍ରହ୍ମାଙ୍କର ପ୍ରତୀକ, ଯାହା ଜ୍ଞାନର ପ୍ରତିନିଧିତ୍ୱ କରେ । ଅନ୍ଧକାର ସମୟରେ ମନରେ ଆଧ୍ୟାତ୍ମିକ ଚେତନାର ଜାଗରଣର ପ୍ରତୀକ ଅଟେ ।
ଖଡ୍ଡଗ୍‌: ଦେବୀ ଦୁର୍ଗାଙ୍କୁ ଭଗବାନ ଗଣେଶ ଖଡ଼ଗ୍‌ ପ୍ରଦାନ କରିଥିଲେ। ଯାହା ଜ୍ଞାନ ଏବଂ ବୁଦ୍ଧିର ପ୍ରତୀକ।
ଶଙ୍ଖ: ବରୁଣ ଦେବ ଦେବୀ ଦୁର୍ଗାଙ୍କୁ ଶଙ୍ଖ ପ୍ରଦାନ କରିଥିଲେ। ଯାହାର ଧ୍ବନି ନକାରାତ୍ମକତାକୁ ନଷ୍ଟ କରିଥାଏ।
ଧନୁ ଏବଂ ତୀର: ଧନୁ ଏବଂ ତୀରକୁ ଯଥାକ୍ରମେ ଭଗବାନ ବାୟୁ ଏବଂ ଭଗବାନ ସୂର୍ଯ୍ୟ ପ୍ରଦାନ କରିଥିଲେ। ଯାହା ଦର୍ଶାଏ ଯେ, ଦେବୀ ଦୁର୍ଗା ହିଁ ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ଉତ୍ସକୁ ନିୟନ୍ତ୍ରଣ କରନ୍ତି।
ବଜ୍ର: ଇନ୍ଦ୍ରଙ୍କ ଅସ୍ତ୍ର ବଜ୍ର। ଦୁଷ୍ଟଶକ୍ତିର ବିନାଶ ପାଇଁ ସେ ଦେବୀ ଦୁର୍ଗାଙ୍କୁ ଏହା ପ୍ରଦାନ କରିଥିଲେ। ଯାହା ଆତ୍ମା, ନିଷ୍ଠା ଏବଂ ସର୍ବୋଚ୍ଚ ଶକ୍ତିର ପ୍ରତୀକ ଅଟେ।
କୁରାଢ଼ି: ଦେବୀ ଦୁର୍ଗା ଭଗବାନ ବିଶ୍ୱକର୍ମାଙ୍କଠାରୁ କୁରାଢ଼ି ଗ୍ରହଣ କରିଥିଲେ, ଯାହା ନିର୍ଭୟରେ ମନ୍ଦ ଉପରେ ଲଢ଼ିବାକୁ ସୂଚାଏ।
ଗଦା: କୁବେର ଦେବୀ ଦୁର୍ଗାଙ୍କୁ ଗଦା ପ୍ରଦାନ କରିଥିଲେ, ଯାହା ଶକ୍ତିର ପ୍ରତୀକ। ଅଧର୍ମ ଉପରେ ଧର୍ମର ବିଜୟକୁ ଏହା ସୂଚାଏ।
ମା’ଦୁର୍ଗାଙ୍କ ଅନନ୍ୟ ଭକ୍ତ
ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ଏ ସ୍ଥାନରେ ଚାଲିଛି ମା’ଙ୍କର ପୂଜାର୍ଚ୍ଚନା। ନବରାତ୍ରୀର ପ୍ରତ୍ୟେକ ଦିନ କିଛି ନା କିଛି ଗୁରୁତ୍ବ ବହନ କରେ। ଏହି ପରିପ୍ରେକ୍ଷୀରେ ପ୍ରଥମ ଦିନରେ କଳସ ସ୍ଥାପନର ବିଶେଷ ମହତ୍ତ୍ଵ ରହିଛି। କଳସ
ସ୍ଥାପନ କରି ମା’ଙ୍କୁ ରୀତିନୀତି ଅନୁସାରେ ଆବାହନ କରାଯାଏ। ତେବେ ପାଟନାର ନୂତନ ସଚିବାଳୟ ନିକଟରେ ଥିବା ଦୁର୍ଗା ମନ୍ଦିରରେ କଳସ ସ୍ଥାପନାର ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି।
ଏହି ମନ୍ଦିରର ପୂଜାରୀ ନାଗେଶ୍ବର ବାବା ତାଙ୍କ ଛାତି ଉପରେ କଳସ ସ୍ଥାପନା କରିଛନ୍ତି । ଗୋଟିଏ କି ଦୁଇଟି କଳସ ନୁହେଁ, ଗଙ୍ଗାଜଳରେ ଭର୍ତ୍ତି ୨୧ କଳସକୁ ନିଜ ଛାତି ଉପରେ ସେ ସ୍ଥାପନା କରିଛନ୍ତି । ଦୀର୍ଘ ୨୫ ବର୍ଷ ଧରି ନବରାତ୍ରୀ ସମୟରେ ସେ ଏହିଭଳି କଷ୍ଟସାଧ୍ୟ କାର୍ଯ୍ୟ କରିଆସୁଛନ୍ତି। ପୂଜକ ଜଣକ କହିଛନ୍ତି ଯେ, ନବରାତ୍ରୀର ୯ ଦିନ ଯାକ ସେ ସଂପୂର୍ଣ୍ଣ ଉପବାସ ରହି ନିଜ ଛାତିରେ ମା’ଙ୍କ କଳସକୁ ସ୍ଥାପନ କରି ରଖିବେ ।