drugs - The Sakala

ସଞ୍ଜ ହେଲେ ନିଶାରେ ଭାସୁଛି ରାଜଧାନୀ ଉପକଣ୍ଠ; ପାନ ଦୋକାନରେ ବି ମିଳୁଛି ନିଶାଦ୍ରବ୍ୟ
ଯାଁଳା: ଭୁବନେଶ୍ୱର ଉପକଣ୍ଠ ଇନ୍‌‌ଫୋଭାଲି ଥାନାର ବିଭିନ୍ନ ଜାଗାରେ ବଢ଼ି ଚାଲିଛି ନିଶା କାରବାର। ଲୋକମାନଙ୍କ ମଧ୍ୟରେ ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ଏପରିକି ପୋଲିସ୍‌‌ର ଅନେକଥର ଚଢାଉ ସତ୍ତ୍ବେ ମଧ୍ୟ ନିଶାଡ଼ିମାନଙ୍କୁ କିଛି ଫରକ ପଡୁନି। ସେମାନେ ଅବାଧରେ ନିଶା ସେବନ ସହିତ ନିଶାକାରବାରର ସାମ୍ରାଜ୍ୟ ବଢ଼ାଇବାରେ ଲାଗିଛନ୍ତି। ଫଳରେ ସଞ୍ଜ ହେଲେ ରାଜଧାନୀ ଉପକଣ୍ଠବର୍ତ୍ତୀ ଇନ୍‌‌ଫୋଭାଲି ଥାନା ଅଞ୍ଚଳରେ ଅବାଧ ନିଶାଡ଼ିଙ୍କ ଉତ୍ପାତ ବଢ଼଼ି ଚାଲିଛି। ଇନ୍‌‌ଫୋଭାଲି ଥାନାର ତିନୋଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଖୁଲମ୍‌‌ଖୁଲା ଏହା ଅବାଧରେ ଚାଲ ଚାଲିଛି ।ଗଙ୍ଗପଡ଼ା ପଞ୍ଚାୟତର ଭାତଖୁରି ସ୍କୁଲ ପାଖରେ ଥିବା ଚାନ୍ଦିନି ଉପରେ ଖୁଲମ୍‌‌ ଖୁଲା ଅପରାହ୍ଣ ୪ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ ଦେଶୀ ମଦ ଜାରକିନି ରଖି ନିର୍ଭୟରେ ବେପାର କରି ଚାଲିଛନ୍ତି।

ସେହିପରି ଗଙ୍ଗପଡ଼ା ପଞ୍ଚାୟତର ହରିଜନ ସାହି, ଗଙ୍ଗପଡ଼ାରୁ ଗ୍ରାମୁଣ୍ଡି ଯିବା ରାସ୍ତାର ପୋଖରୀ ପାଖରେ ଏହି କାରବାର ନିର୍ଭୟରେ ଚାଲିଥିବା ବେଳେ ପୁଣି ଗ୍ରାମୁଣ୍ଡିର ମେଳଣ ପଡ଼ିଆ, ପିତା ପଲ୍ଲିର ଏକ ବ୍ୟାଙ୍କ ପଛ ପଟ ଏବଂ ଏକ ସ୍କୁଲ ପାଖରେ ଏହି କାରବାର ଚାଲିଛି। ସେହିପରି ଯାଁଳା ପଞ୍ଚାୟତର ଦକ୍ଷିଣ ମୁଣ୍ଡମୁହାଣର ଗୋଲେଇ ସାହି, ସ୍କୁଲ୍‌‌, ହରିଜନ ସାହି ଓଗାଳପଡ଼ା-୧ ର ପଛପଟ ସାହି ଚଣ୍ଡୀ ମନ୍ଦିର, ବାଟଭୁଆଶୁଣି ପଛ ପଟ, ଗ୍ୟାରେଜ୍‌‌ ନିକଟରେ ଏହି କାରବାର ଚାଲିଛି, ସେହିପରି ତଳଖେତା ଛକଠାରୁ ଇନ୍‌‌ଫୋଭ୍ୟାଲି ଥାନା ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଅନେକ ଛୋଟ ଛୋଟ ଦୋକାନ ମାନଙ୍କରେ ଏହି ନିଶା କାରବାର ଚାଲିଛି। ଏହି ଜାଗାମାନଙ୍କରେ ଭାଙ୍ଗ ଠାରୁ ଆରମ୍ଭ କରି ଧଳା ଜହର ପର୍ଯ୍ୟନ୍ତ ସବୁ କିଛି ନିଶା ଦ୍ରବ୍ୟର କାରବାର ଜୋର ସୋର୍‌‌ରେ ଚାଲିଛି। ଏମିତିକି କିଛି ଦୋକାନୀ ଗରାଖଙ୍କୁ ନିଶା ବିକ୍ରି କରୁଛନ୍ତି।

ଏହି ଅଞ୍ଚଳରେ ହୋଟେଲ, ଚିକେନ୍‌‌ କାଉଣ୍ଟର, ତେଜରାତି ଦୋକାନ, ପାନ ଦୋକାନ, ସ୍କୁଲ ପଡ଼ିଆ, ଲକ୍ଷ୍ମୀ ମଣ୍ଡପରେ ମଧ୍ୟ ଏହି କାରବାର ଚାଲିଛି। ଏମିତିକି ଫୋନ୍‌‌ ମାଧ୍ୟମରେ ମଧ୍ୟ ନିଶା ଦ୍ରବ୍ୟ ମରାଯାଉଛି। ଏପରିକି ଓଗାଳପଡ଼ା ଓ କାଶୀପୁରର ଦୁଇ ଜଣ ବ୍ୟକ୍ତି ଲାଗୁଆ କ୍ଷୀର ବେପାରି ସାଇକେଲ୍‌‌ ଏବଂ ବାଇକ୍‌‌ରେ ବୁଲି ଠିକଣା ଯାଗାରେ ନିଶାଦ୍ରବ୍ୟ ପହଞ୍ଚାଇ ଦେଉଛନ୍ତି। ସେହିପରି ଯାଁଳାର ଲକ୍ଷ୍ମୀ ମଣ୍ଡପ, ଓଭର୍‌‌ ବ୍ରିଜ ନିକଟ ଏବଂ ପୋଷ୍ଟ ଅଫିସ୍‌‌ ଛକର ତ୍ରିନାଥ ମଣ୍ଡପ, ରାଧାମାଧବ ଖେଳ ପଡ଼ିଆ ନିକଟ ଏହି କାରବାର ଚାଲିଛି। ସେହିପରି ହରପୁରର ଚଣ୍ଡୀ ମନ୍ଦିର ନିକଟ ଏବଂ ଅନ୍ୟାନ୍ୟ ଜାଗାରେ ଏହି ବେପାର ଖୁଲମ୍‌‌ଖୁଲା ଚାଲିଛି। ଯାଁଳାର ଲେପର୍ସି କଲୋନୀ ରାସ୍ତାରେ ମଧ୍ୟ କିଛି ମହିଳା ନିଶା ଦ୍ରବ୍ୟ କାରବାର ଜୋର୍‌‌ ସୋର୍‌‌ରେ କରୁଛନ୍ତି। ନିଶା ଦ୍ରବ୍ୟ କାରବାର କରୁଥିବା କେତେକ ବ୍ୟକ୍ତି ଧରାପଡ଼ି ଜେଲ୍‌‌ ଗଲେ ମଧ୍ୟ ସେଠାରୁ ମୁକୁଳି ପୁଣି ତାଙ୍କର ବେପାର ଆରମ୍ଭ କରିଦେଉଛନ୍ତି। ଫଳରେ ଚୋରି, ଡକାୟତି, ରାହାଜାନି କରିବାକୁ ସେମାନେ ପଛାଉ ନାହାନ୍ତି।

ମାନ ପରୀକ୍ଷାରେ ୧୧୧ ଔଷଧ ଫେଲ୍‌; ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ମାନ ପରୀକ୍ଷାରେ ଫେଲ୍‌ ହୋଇଛି ୧୧୧ ଔଷଧ । ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସ୍‌ସିଓ) ନଭେମ୍ବରରେ କେନ୍ଦ୍ରୀୟ ଔଷଧ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିବା ୧୧୧ ଔଷଧମାନ ପରୀକ୍ଷାରେ ଫେଲ୍‌ ହୋଇଛି। ୧୧୧ ଔଷଧ ମଧ୍ୟରୁ ୪୧ ଔଷଧ କେନ୍ଦ୍ରୀୟ ଏବଂ ୭୦ ଔଷଧ ରାଜ୍ୟ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା। ୪୧ ଔଷଧ ଗୁଣବତ୍ତା ପୂରଣ କରୁ ନ ଥିବା ସରକାରୀ ସୂତ୍ର ସୂଚନା ଦିଆଯାଇଛି।

ଏହାବ୍ୟତୀତ ନଭେମ୍ବରରେ ରାଜ୍ୟ ଔଷଧ ପରୀକ୍ଷଣ ଲାବୋରେଟୋରୀ ଦ୍ବାରା ପରୀକ୍ଷିତ ୭୦ ଔଷଧ ନମୁନାକୁ ମଧ୍ୟ ମାନକ ଗୁଣବତ୍ତାର ନ ଥିବା (ଏନ୍‌ଏସ୍‌କ୍ୟୁ) ଚିହ୍ନିତ କରାଯାଇଛି। ଏକ ଔଷଧକୁ ଏନ୍‌ଏସ୍‌କ୍ୟୁ ଭାବରେ ବିବେଚନା କରାଯାଏ ଯଦି ଏହା ଏକ କିମ୍ବା ଅଧିକ ନିର୍ଦ୍ଦିଷ୍ଟ ଗୁଣାତ୍ମକ ମାନ ପୂରଣ କରେ ନାହିଁ।ଜଣେ ଅଧିକାରୀ କହିଛନ୍ତି ଯେ କେବଳ ସରକାରୀ ଲାବୋରେଟୋରୀରେ ପରୀକ୍ଷିତ ଔଷଧ ମାନକ ପୂରଣ କରିନାହିଁ ଏବଂ ବଜାରରେ ଉପଲବ୍ଧ ଅନ୍ୟ ଔଷଧ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ନଭେମ୍ବରରେ ଦୁଇଟି ଔଷଧ ନମୁନାକୁ ନକଲି ଔଷଧ ଭାବେ ଚିହ୍ନଟ କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ ଏହି ନମୁନା ମଧ୍ୟରୁ ଗୋଟିଏ ବିହାର ଡ୍ରଗ୍ କଣ୍ଟ୍ରୋଲ୍ ଅଥରିଟି ଏବଂ ଅନ୍ୟଟି ସିଡିଏସକୋ ଗାଜିଆବାଦ୍‌ ଦ୍ୱାରା ନିଆଯାଇଥିଲା।

ରାଜଧାନୀ ଦିଲ୍ଲୀରୁ ପୁଣି ୨ ହଜାର କୋଟିର ନିଶାଦ୍ରବ୍ୟ ଜବତ
ନୂଆଦିଲ୍ଲୀ: ଦିଲ୍ଲୀରୁ ପୁଣି ବିପୁଳ ନିଶାଦ୍ରବ୍ୟ ମିଳିଛି। ପଶ୍ଚିମ ଦିଲ୍ଲୀର ରମେଶ ନଗରରୁ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ଗୁରୁବାର ୨୦୦ କେଜି କୋକେନ ଜବତ କରିଛି। ସ୍ନାକ୍ସ ପ୍ୟାକେଟରେ ଏହା ରଖାଯାଇଥିଲା। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ଦିଲ୍ଲୀ ପୁଲିସ ଅଭିଯୁକ୍ତକୁ ଜିପିଏସ୍‌ ମାଧ୍ୟମରେ ଟ୍ରାକ୍‌ କରିଥିଲା। ତେବେ ତାକୁ ଧରି ପାରି ନ ଥିଲା। ସେ ଲଣ୍ଡନ ପଳାଇବାରେ ସକ୍ଷମ ହୋଇଥିଲା। ପୂର୍ବରୁ ଜବତ ୫,୬୦୦ କୋଟି ଟଙ୍କାର ଡ୍ରଗ୍ସ ସିଣ୍ଡିକେଟ୍‌ର ଏହା ଅଂଶବିଶେଷ। ଏହାକୁ ମିଶାଇ ଦିଲ୍ଲୀ ପୁଲିସ ସପ୍ତାହ ମଧ୍ୟରେ ୭୬୨ କେଜି ନିଶାଦ୍ରବ୍ୟ ଜବତ କରାଗଲାଣି। ଏହାର ମୂଲ୍ୟ ପ୍ରାୟ ୭,୫୦୦ କୋଟି ଟଙ୍କା ହେବ। ଏହା ଦେଶର ସବୁଠାରୁ ବଡ଼ ଜବତ ବୋଲି କୁହାଯାଉଛି।

ଗତ ସପ୍ତାହରେ ଦିଲ୍ଲୀରୁ ସର୍ବାଧିକ ୫୦୦ କେଜି କୋକେନ ଜବତ କରାଯାଇଥିଲା। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ନିଶାଦ୍ରବ୍ୟ ଚାଲାଣ ପଛରେ ଅନ୍ତର୍ଜାତୀୟ Ñକେଟ ଥିବା ପୁଲିସ ପକ୍ଷରୁ କୁହାଯାଇଛି। ଦିଲ୍ଲୀ, ମୁମ୍ବାଇରୁ ଏହି କାରବାର ଚାଲୁଛି। ଦୁବାଇକୁ ଏହାର ଲିଙ୍କ ରହିଛି। ଏହି ମାମଲାର ଅଭିଯୁକ୍ତ ବୀରେନ୍ଦ୍ର ବିଶୋଇ ଫେରାର ହୋଇଯାଇଛି।

ନିଶାଖୋର ବ୍ୟକ୍ତିଙ୍କ ପାଇଁ ବ୍ରାଉନ୍‌ସୁଗରର ବିକଳ୍ପ ପାଲଟିଛି ସାପ ଚୋଟ, ଅଧିକ ଚୋଟ ଖାଉଛନ୍ତି ଇଞ୍ଜିନିୟରିଂ ଛାତ୍ର
ଭୁବନେଶ୍ବକ: ରାଜଧାନୀରେ ବ୍ରାଉନ୍ସୁଗର କାରବାର ଓ ବ୍ୟବହାରରେ ନିୟନ୍ତ୍ରଣ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଅପରେସନ୍ ହ୍ବାଇଟ୍ ସ୍ପାଇଡର ଆରମ୍ଭ କରାଯାଇଥିଲା । ବ୍ରାଉନ୍‌ସୁଗର ବଦଳରେ ନିଶା ଖାଇବା ପାଇଁ ନିଶାଖୋର ବ୍ୟକ୍ତି ସାପ ଚୋଟକୁ ବିକଳ୍ପ ଭାବେ ବାଛି ନେଇଛନ୍ତି। ଫଳରେ ଦିଲ୍ଲୀ, ମୁମ୍ବାଇ, ପଞ୍ଜାବ ଏବଂ ଗୋଆ ଭଳି ସହର ପରି ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ସାପ ଚୋଟ ରାକେଟ୍‌ ସକ୍ରିୟ ହୋଇଛି। ବିଶେଷକରି ପଟିଆ, ଚନ୍ଦ୍ରଶେଖରପୁର, ଚନ୍ଦକା ଏବଂ ଖଣ୍ଡଗିରି ଅଞ୍ଚଳରେ ଅଧିକମାତ୍ରାରେ ଏହା କାମ କରୁଛି।

ଅଧିକ ଚୋଟ ଖାଉଛନ୍ତି ଇଞ୍ଜିନିୟରିଂ ଛାତ୍ର

ବିଶେଷକରି ଏହି ସାପ୍ ଛୋଟ ନିଶାକୁ ଅଧିକ ମାତ୍ରାରେ ଇଞ୍ଜିନିୟରିଂ ଛାତ୍ର ନେଇଥାନ୍ତି। ଏନେଇ ଏହି ନିଶା ନେଇଥିବା ଜଣେ ଇଞ୍ଜିନିୟରିଂ ଛାତ୍ର କହିଛନ୍ତି ଯେ, ଅନ୍ୟ ନିଶା ଠାରୁ ସାପ୍ ଚୋଟ ନିଶା ଭିନ୍ନ । ଏହାକୁ ନେବା ପରେ ଦେହ ପ୍ରଥମେ ଝିମ୍ ଝିମ୍ ହୋଇଯାଇଥାଏ। ପରେ ୨୪ ଘଣ୍ଟା ଏହା ନିଶା ହୋଇଥାଏ। ଥରେ ଏହି ନିଶାର ଅଭ୍ୟସ୍ତ ହେବା ପରେ ଜଣେ ବ୍ୟକ୍ତି ଏହାକୁ ସବୁବେଳେ ନେବାକୁ ଚାହିଁଥାଏ।

୫ ରୁ ୭ ହଜାର ଟଙ୍କାରେ ମିଳିଯାଉଛି

ଯେଉଁମାନେ ସବୁ ପ୍ରକାର ନିଶାରେ ଅଭ୍ୟସ୍ତ ହୋଇଥାନ୍ତି ସେମାନେ ଏହି ମାରାତ୍ମକ ସାପ ଚୋଟକୁ ନିଶା ଭାବେ ନେଇଥାନ୍ତି। ରାଜଧାନୀରେ ୫ ହଜାର ଟଙ୍କାରୁ ୭ ହଜାର ଟଙ୍କାରେ ଏହି ସାପ ଚୋଟ ମିଳିଯାଉଛି । ଯେଉଁମାନେ ଏହି ସାପ୍ ଚୋଟ ଦେଉଛନ୍ତି ସେମାନେ ଅଧିକ ବିଷ ଥିବା ସାପକୁ ବ୍ୟବହାର କରୁନାହାନ୍ତି। ଖୁବକମ ପରିମାଣର ବିଷ ଥିବା ସାପକୁ ସେମାନେ ବ୍ୟବହାର କରୁଛନ୍ତି। ଜଣେ ବ୍ୟକ୍ତି ଯିବା ପରେ ସେ ହାତ ଦେଖାଇଥାନ୍ତି। ସାପ ରଖୁଥିବା ବ୍ୟକ୍ତି ସାପକୁ ଧରି ତାଙ୍କ ହାତରେ ଚୋଟ ଦେଇଥାନ୍ତି। ଏହି ଚୋଟ ନେବା ପରେ ଅଧ ଘଣ୍ଟା ପରେ ନିଶା ହୋଇଥାଏ। ନିଶା ହେବା ପରେ ସାପ ଚୋଟ ନେଇଥିବା ବ୍ୟକ୍ତି ୨୪ରୁ ୩୦ ଘଣ୍ଟା ପର୍ଯ୍ୟନ୍ତ ଶୋଇ ରୁହନ୍ତି।

ସାପ ବିଷର ରହିଛି ଚାହିଦା ଅଧିକ

ରାଜ୍ୟରେ ସାପ ବିଷର ଚାହିଦା ବେଶୀ। ଗୋଟିଏ ଲିଟର ସାପ ବିଷର ଦାମ କୋଟିଏ ଟଙ୍କା । ଏହାର ଚାହିଦା ମଧ୍ୟ ବିଦେଶରେ ଅଛି। ଏହି ଚାହିଦାକୁ ଦେଖି ସାପ ବିଷ ରାକେଟ୍ ସହରରେ କାମ କରୁଛି । କାରଣ ଡ୍ରଗ୍ସ ବଦଳରେ ନିଶାଖୋର ବ୍ୟକ୍ତି ଏହି ସାପ ବିଷକୁ ବ୍ୟବହାର କରିଥାନ୍ତି। ସାପ ବିଷକୁ କିଣି ନେଇ ଇଞ୍ଜେକ୍‌ସନ୍ ମାଧ୍ୟମରେ ଏହାକୁ ଶରୀର ଭିତରକୁ ଛାଡ଼ିଥାନ୍ତି। ଏହାକୁ ନେବା ମାତ୍ରେ ନିଶା ହୋଇଥାଏ । ଆହୁରି ମଧ୍ୟ ସାପ ବିଷକୁ ମଧ୍ୟ ଅନେକ ନିଶାଖୋର ବ୍ୟକ୍ତି ପାଟି ମାଧ୍ୟମରେ ପାନ କରିଥାନ୍ତି। ଗତ ମାର୍ଚ୍ଚ ୨୮ ତାରିଖରେ ମାଷ୍ଟରକ୍ୟାଣ୍ଟିନ ଛକରୁ ସାପ ବିଷ ରାକେଟ୍‌ରେ ସମ୍ପୃକ୍ତ ଥିବା ୬ଜଣ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଥିଲା। ସେମାନଙ୍କ ଠାରୁ ୧ଲିଟର ୩ଶହ ମିଲିଲିଟର ସାପ ବିଷକୁ ଜବତ କରାଯାଇଥିଲା । ସେମାନଙ୍କୁ ପଚରାଉଚରା କରିବା ପରେ ଏହି ସାପ ବିଷର ପୂରା ରାକେଟ୍ ବିଷୟରେ ଖୁଲାସା କରିଥିଲେ ।

ଅକାମୀ ହୋଇଯାଉଛି ଅଙ୍ଗ

ସାପ ବିଷ ନିଶା ଭାବେ ନିୟମିତ ନେଲେ ଏହା ସ୍ଲୋ ପଏଜନ୍ ଭାବେ କାମ କରେ । ଏଭଳି ନିଶା ନେଉଥିବା ବ୍ୟକ୍ତିଙ୍କ ଶରୀରର ବିଭିନ୍ନ ଅଙ୍ଗ ଅଚଳ ହୋଇଯାଉଛି । ଶେଷରେ ଉକ୍ତ ବ୍ୟକ୍ତିର ମୃତ୍ୟୁ ଘଟିବା ସୁନିଶ୍ଚିତ ବୋଲି ଡାକ୍ତରମାନେ ମତ ଦେଇଛନ୍ତି। ଜଣେ ପାରାଲେସିସ୍ ହେବା ସହ ନିଶ୍ଵାସ ନେବାରେ ସମସ୍ୟା ହୋଇଥାଏ । ଏନେଇ ପ୍ରାଣୀ ବିଶେଷଜ୍ଞ କୃଷ୍ଣକେଶବ ଷଡ଼ଙ୍ଗୀ କହିଛନ୍ତି ଯେ, ଜଣେ ବ୍ୟକ୍ତି ନିଶା ନେବାର ଏହାର ସର୍ବୋଚ୍ଚ ସ୍ତର। ବିଶେଷକରି ରେଭ୍ ପାର୍ଟିରେ ଏହାକୁ ବ୍ୟବହାର କରାଯାଇଛି।

ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ ବାଲିପାଟଣା
ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ବ୍ୟାପକ ନିଶା କାରବାର ହେଉଥିବା ଅଭିଯୋଗ ଆସୁଛି। ବିଭିନ୍ନ ଛକ ମାନଙ୍କରେ ଗଞ୍ଜେଇ, ମଦ ଠାରୁ ଆରମ୍ଭ କରି ବ୍ରାଉନସୁଗର କାରବାର ହେଉଛି। ବିଶେଷକରି ସନ୍ଧ୍ୟା ସମୟରେ ଏହି ନିଶା ବ୍ୟବସାୟୀ ମାନେ ସକ୍ରିୟ ହେଉଛନ୍ତି। ତେଲ, ଲୁଣ ବିକ୍ରି ହେବା ପରି ବିଭିନ୍ନ ଗାଁ ଗହଳିରେ ଛୋଟ ଛୋଟ ଦୋକାନରେ ଖୁଲମଖୁଲା ଚୋରା ମଦ ବିକ୍ରି ହେଉଛି। ବ୍ରାଉନସୁଗର ବ୍ୟବସାୟୀ ସେମାନଙ୍କର କାୟା ବିସ୍ତାର କଲେଣି। ୧୮ ରୁ ୩୦ ବର୍ଷର ଯୁବଗୋଷ୍ଠୀ ଏମାନଙ୍କ ଜାଲରେ ଛନ୍ଦି ହୋଇ ନିଶା ସେବନ କରୁଛନ୍ତି। ବାଲିପାଟଣା ବଜାର, ଅଠାନ୍ତର ଛକ, ତୁରିନ୍ତିରା ଛକ, ମହାବୀର ଛକ, ନରଦା ଛକ, ବସନ୍ତମାଳ ଛକ, ବନମାଳିପର ଛକ ଆଦି ବ୍ରାଉନସୁଗର , ମଦର ହବ୍ ପାଲଟିଛି।