how to delete duplicate contacts in phone - The Sakala

କେମିତି ଡିଲିଟ କରିବେ ଡୁପ୍ଲିକେଟ କଣ୍ଟାକ୍ଟ ନମ୍ବର
ଆଜିକାଲି ପ୍ରତି ୨-୩ ବର୍ଷରେ ପ୍ରାୟ ସମସ୍ତେ ନୂଆ ସ୍ମାର୍ଟଫୋନ୍ ନେବା ପାଇଁ ଆଗ୍ରହୀ। ତେବେ ନୂଆ ଫୋନ୍ ନେବା ମାତ୍ରେ ଅପଡେଟ୍ କରିବା ଏବଂ ପୁରୁଣା ଫୋନ୍‌ର ସବୁ କଣ୍ଟାକ୍ଟ ନମ୍ବରଗୁଡ଼ିକୁ ନୂଆ ଫୋନ୍‌ରେ କପି କରିବା ସବୁଠାରୁ କଷ୍ଟ କାମ ଓ କାରଣ ଏଥିରେ ଜଣେ ବ୍ୟକ୍ତିଙ୍କ ନମ୍ବର ୨-୩ ଥର କପି ହୋଇ ରହିଯାଏ । ତେଣୁ ଏହା ଫୋନ୍‌ର ମେମୋରି ଉପରେ ପ୍ରଭାବ ପକାଏ। ଏହାକୁ ଡୁପ୍ଲିକେଟ୍ କଣ୍ଟାକ୍ଟ ନମ୍ବର କୁହାଯାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ କିଛି ଉପାୟ ରହିଛି। ଏହା ଦ୍ବାରା ନୂଆ ଫୋନ୍‌ରେ କେବଳ ଓରିଜିନାଲ୍ କଣ୍ଟାଣ୍ଟ୍ ନମ୍ବର ତାଲିକା ରହିବ ଏବଂ ଡୁପ୍ଲିକେଟ୍ କଣ୍ଟାଣ୍ଟ୍ ତାଲିକା ହଟିଯିବ। ଏହା ଦୁଇଟି ଉପାୟରେ ସମ୍ଭବ। ଯଥା – ମୋବାଇଲ୍ ଆପ୍ ଓ ଜିମେଲ୍ ଦ୍ବାରା ।

ମୋବାଇଲ୍ ଆପ୍ ଦ୍ବାରା

ମୋବାଇଲ୍‌ର ପ୍ଲେ ଷ୍ଟୋର୍‌କୁ ଯାଇ ‘କ୍ଲିନର୍ – ମର୍ଜ ଡୁପ୍ଲିକେଟ୍ କନଟାକ୍ଟ ଆପ୍ ଡାଉନ୍‌ଲୋଡ୍ କରନ୍ତୁ। ଏହାକୁ ଓପନ୍ କରନ୍ତୁ । ଏହାଦ୍ବାରା ଫୋନ୍‌ରେ ଥିବା ସବୁ କନଟାକ୍ ସ୍କାନ୍ ହୋଇଯିବ । ଏସବୁ ନମ୍ବର ଡୁପ୍ଲିକେଟ୍ କନ୍‌କ୍ସ ସହିତ ଦେଖାଯିବ। ଏହାପରେ ‘ମର୍ଜ’ ଅପସନ୍‌ ଉପରେ କ୍ଲିକ୍ କରନ୍ତୁ। ଏହାପରେ ସବୁ ଡୁପ୍ଲିକେଟ୍ ନମ୍ବର ଡିଲିଟ୍ ହୋଇଯିବ ଏବଂ ଅରିଜିନାଲ୍କନଟାକ୍ଟ ନମ୍ବର ଫୋନ୍‌ରେ ରହିଯିବ।

ଜିମେଲ୍ ଦ୍ବାରା

ପ୍ରଥମେ ଜିମେଲ୍‌କୁ ଲଗ୍‌ଇନ୍ କରନ୍ତୁ ଏବଂ ମେଲ୍‌ରେ ଗୁଗୁଲ୍ ତଳେ ଲେଖାଯାଇଥିବା ‘ମେଲ୍’ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କୁ ସବୁ ‘କନ୍ଟାକ୍ଟ’ ଦେଖିବାକୁ ମିଳିବ। ଏହା ଉପରେ କ୍ଲିକ୍ କରନ୍ତୁ। ଏହାପରେ ସବୁ କଣ୍ଟାକ୍ଟ ନମ୍ବର ଆପଣଙ୍କ ସାମନାକୁ ଆସିଯିବ। ଏହାପରେ ‘ଫାଇଣ୍ଡ ଡୁପ୍ଲିକେଟ୍ ଅପସନ୍ ଦେଖାଯିବ । ଏହା ଉପରେ କ୍ଲିକ୍ କରି ଡିଲିଟ୍ କରନ୍ତୁ। ଆପଣ ତାହାକୁ ମର୍ଜ କରିପାରିବେ। ଥରେ ମର୍ଜ ହୋଇଯିବା ପରେ ଫୋନ୍‌ର କନଟାକ୍ଟ ତାଲିକା ଅପଡେଟ୍ ହୋଇଯିବ ଏବଂ ଗୋଟିଏ ନମ୍ବର ବାରମ୍ବାର ଦେଖାଯିବ ନାହିଁ ।