ICMR - The Sakala

ଦିଲ୍ଲୀରେ ବଢ଼ୁଛି H1N1 ସଂକ୍ରମଣ: ଆତଙ୍କିତ ନହୋଇ ସତର୍କ ରହିବାକୁ ସରକାରଙ୍କ ପରାମର୍ଶ
ଦେଶର ରାଜଧାନୀ ଦିଲ୍ଲୀରେ ଏବେ H1N1 (ସ୍ୱାଇନ୍ ଫ୍ଲୁ) ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଦିନରେ ୧୧୪ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୭୭ ରେ ପହଞ୍ଚିଛି। ତେବେ ଏହି ସଂକ୍ରମଣ ବୃଦ୍ଧିକୁ ନେଇ ଭୟଭୀତ ନହେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ପକ୍ଷରୁ ସ୍ପଷ୍ଟ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ କୌଣସି ନୂଆ ଭୂତାଣୁ ଚିହ୍ନଟ ହୋଇନଥିବାରୁ, ଲୋକଙ୍କୁ କେବଳ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସମୀକ୍ଷା ଓ ପ୍ରସ୍ତୁତି

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା (JP Nadda) ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ପଙ୍କଜ କୁମାର ସିଂହ ମଧ୍ୟ ଉପସ୍ଥିତ ଥିଲେ। ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ବେଡ୍, ଆଇସିୟୁ, ଭେଣ୍ଟିଲେଟର୍ ଏବଂ ଅମ୍ଳଜାନ ଉପଲବ୍ଧ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେଣୁ ଏଭଳି ସ୍ଥିତିକୁ ନେଇ ଜନସାଧାରଣ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସରକାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆଇସିଏମଆର (ICMR) ର ସ୍ପଷ୍ଟୀକରଣ

ଏହି ପରିପ୍ରେକ୍ଷୀରେ ଆଇସିଏମଆର (ICMR) ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ ବ୍ୟାପୁଥିବା ଭୂତାଣୁ କୌଣସି ନୂଆ ଷ୍ଟ୍ରେନ୍ ନୁହେଁ। ଏହା ହେଉଛି ସାଧାରଣ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା-A (H1N1) ଭୂତାଣୁ, ଯାହା ପାଣିପାଗ ପରିବର୍ତ୍ତନ ସମୟରେ ଅଧିକ ସକ୍ରିୟ ହୋଇଥାଏ। ଏହା ଏକ 'ସେଲ୍ଫ-ଲିମିଟିଂ' ବା ଆପେ ଆପେ ଭଲ ହେଉଥିବା ରୋଗ ହୋଇଥିବାରୁ, ସାଧାରଣ ଚିକିତ୍ସା ଓ ବିଶ୍ରାମ ଦ୍ୱାରା ଅଧିକାଂଶ ରୋଗୀ ସୁସ୍ଥ ହୋଇପାରୁଛନ୍ତି। ତଥାପି ଶିଶୁ, ବୟସ୍କ ଏବଂ ପୂର୍ବରୁ ଅନ୍ୟ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନେ ଅଧିକ ସତର୍କ ରହିବା ଆବଶ୍ୟକ।

ଲକ୍ଷଣ ଓ ସତର୍କତା

H1N1 ସଂକ୍ରମଣର ପ୍ରାଥମିକ ଲକ୍ଷଣଗୁଡ଼ିକ ମଧ୍ୟରେ ଜ୍ୱର, କାଶ, ମୁଣ୍ଡବିନ୍ଧା, ଦେହହାତ ଘୋଳାବିନ୍ଧା ଏବଂ ଶ୍ୱାସକ୍ରିୟାରେ କଷ୍ଟ ଅନ୍ତର୍ଭୁକ୍ତ। ଯଦି କୌଣସି ବ୍ୟକ୍ତିଙ୍କଠାରେ ଏହିସବୁ ଲକ୍ଷଣ ଗୁରୁତର ହୁଏ କିମ୍ବା ଅମ୍ଳଜାନ ସ୍ତର କମିଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ଏହାବ୍ୟତୀତ ସଂକ୍ରମଣରୁ ବର୍ତ୍ତିବା ପାଇଁ ଭିଡ଼ ସ୍ଥାନକୁ ଗଲେ ମାସ୍କ ପିନ୍ଧିବା, ହାତକୁ ନିୟମିତ ସଫା ରଖିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଉପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି।

ଆଇସିଏମ୍‌ଆର୍‌ ରିପୋର୍ଟ: ଦେଶରେ ୧୦ କୋଟିରୁ ଊର୍ଦ୍ଧ୍ବ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ
ଚେନ୍ନାଇ: ବ୍ରିଟେନର ମେଡିକାଲ ଜର୍ଣ୍ଣାଲ ‘ଲାନସେଟ’ରେ ପ୍ରକାଶିତ ଆଇସିଏମଆର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ବର୍ତ୍ତମାନ ଭାରତରେ ୧୦ କୋଟିରୁ ଅଧିକ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨୦୧୯ ମସିହାରେ, ଏହି ସଂଖ୍ୟା ପ୍ରାୟ ୭ କୋଟି ଥିଲା। ଅଧ୍ୟୟନରେ କୁହାଯାଇଛି ଯେ କେତେକ ରାଜ୍ୟରେ ଏହି ସଂଖ୍ୟା ସ୍ଥିର ରହିଛି। ଏଥି ସହିତ ଅନେକ ରାଜ୍ୟରେ ମଧ୍ୟ ମଧୁମେହ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ରିସର୍ଚ୍ଚରେ ଏହା ମଧ୍ୟ କୁହାଯାଇଛି ଯେ, ଯେଉଁ ରାଜ୍ୟମାନଙ୍କରେ ମଧୁମେହ ରୋଗ ଦ୍ରୁତ ଗତିରେ ବଢିବାରେ ଲାଗିଛି ସେଠାରେ ଏହାକୁ ରୋକିବାର ଆବଶ୍ୟକତା ରହିଛି।

ଦେଶର ୧୫ ପ୍ରତିଶତ ଲୋକ ପ୍ରି- ଡାଇବେଟିସରେ ଆକ୍ରାନ୍ତ

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ,  ଅତି କମରେ୧୩୬ ନିୟୁତ ଲୋକ ଅର୍ଥାତ୍ ଜନସଂଖ୍ୟାର୧୫.୩ ପ୍ରତିଶତ ଲୋକଙ୍କର ପ୍ରି- ଡାଇବେଟିସ୍ ରହିଛି। ୨୬.୪% ଆକ୍ରାନ୍ତ ସହ ଗୋଆରେ ସବୁଠୁ ଅଧିକ ମଧୁମେହ ରୋଗୀ ରହିଥିବା ବେଳେ ପୁଡୁଚେରୀ ୨୬.୩ ପ୍ରତିଶତ ସହ ଦ୍ବିତୀୟରେ ଏବଂ କେରଳ ୨୫.୫ ପ୍ରତିଶତ ସହ ତୃତୀୟରେ ରହିଛି। ମଧୁମେହର ଜାତୀୟ ହାରାହାରି ହେଉଛି ୧୧.୪ ପ୍ରତିଶତ ।   ୟୁପି, ମଧ୍ୟପ୍ରଦେଶ,  ବିହାର ଏବଂ ଅରୁଣାଚଳ ପ୍ରଦେଶ ଆଦି ରାଜ୍ୟମାନଙ୍କରେ ଆଗାମୀ କିଛି ବର୍ଷ ମଧ୍ୟରେ ମଧୁମେହ ରୋଗର ବିସ୍ଫୋରଣ ହୋଇପାରେ ବୈଜ୍ଞାନୀକମାନେ ଆକଳନ କରିଛନ୍ତି।

ୟୁପିରେ ଅଧିକ ପ୍ରି-ଡାଇବେଟିସ୍ ରୋଗୀ

ମାଡ୍ରାସ୍ ଡାଇବେଟିସ୍ ରିସର୍ଚ୍ଚ ଫାଉଣ୍ଡେସନର ସଭାପତି ତଥା ଅଧ୍ୟୟନର ପ୍ରଥମ ଲେଖକ ଡା. ରଞ୍ଜିତ ମୋହନ ଅଞ୍ଜନା କହିଛନ୍ତି, ‘ଗୋଆ, କେରଳ, ତାମିଲନାଡୁ ଏବଂ ଚଣ୍ଡିଗଡ଼ର ଆଦି ରାଜ୍ୟରେ ମଧୁମେହ ରୋଗୀଙ୍କ ଅପେକ୍ଷା ପ୍ରି-ଡାଇବେଟିସ୍ ରୋଗୀ କମ ରହିଛନ୍ତି। ପୁଡୁଚେରୀ ଏବଂ ଦିଲ୍ଲୀରେ ରୋଗୀଙ୍କ ସଂଖ୍ୟା ସମାନ ରହିଛି । ତେଣୁ ଆମେ କହିପାରିବା ଯେ ଏହି ରୋଗ ସେଠାରେ ସ୍ଥିର ଅଛି। କିନ୍ତୁ କମ୍ ମଧୁମେହ ରୋଗୀ ଥିବା ରାଜ୍ୟରେ ଅଧିକ ସଂଖ୍ୟକ ପ୍ରି-ଡାଇବେଟିସ୍ ରୋଗୀ ରହିଥିବା ବୈଜ୍ଞାନିକମାନେ ରେକର୍ଡ କରିଛନ୍ତି। ଉଦାହରଣ ସ୍ୱରୂପ, ୟୁପିରେ ମଧୁମେହର ମାତ୍ରା ୪.୮ ପ୍ରତିଶ ଅର୍ଥାତ ଦେଶରେ ସର୍ବନିମ୍ନ ।  ହେଲେ ଜାତୀୟ ହାରାହାରି ୧୫.୩ ପ୍ରତିଶତ ତୁଳନାରେ ୧୮ ପ୍ରତିଶତ ପ୍ରି-ଡାଇବେଟିସ୍ ରୋଗୀ ଅଛନ୍ତି।

ତେବେ ଏହି ଚିସର୍ଚ୍ଚ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ସହଯୋଗରେ ଡା. ମୋହନଙ୍କ ଡାଇବେଟିସ୍ ବିଶେଷଜ୍ଞ କେନ୍ଦ୍ର ଦ୍ୱାରା କରାଯାଇଥିଲା । ଏହି ସର୍ଭେ ୨୦୦୮ ରୁ ୨୦୨୦ ମଧ୍ୟରେ ୧,୧୩,୦୪୩ ଲୋକଙ୍କୁ ନେଇ ହୋଇଛି। ଯେଉଁଥିରେ ୩୩, ୫୩୭ ଜଣ ସହରାଞ୍ଚଳର ହୋଇଥିବା ବେଳେ  ୭୯ ହଜାର ୫୦୬  ଗ୍ରାମୀଣ ଜନସଂଖ୍ୟା ଅନ୍ତର୍ଭୁକ୍ତ ଅଛନ୍ତି।

ଆଇସିଏମ୍‌ଆର୍‌ର ନିଆରା ଉଦ୍ଭାବନ: ଚିକେନ୍‌ଗୁନିଆ, ଡେଙ୍ଗୁରୁ ସୁରକ୍ଷା ଦେବେ ମଶା
ପୁଡୁଚେରୀ: ବର୍ଷା ଋତୁରେ ମଶା ଜନିତ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇଥାଏ। ଏହି ଋତୁରେ ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ ରୋଗୀସଂଖ୍ୟା ବଢ଼ିଥାଏ। ଏବେ ଏହାର ମୁକାବିଲା କରିବା ପାଇଁ ବୈଜ୍ଞାନିକମାନେ ନିଆର ଉଦ୍ଭାବନା କରିଛନ୍ତି। ପୁଡୁଚେରି ସ୍ଥିତି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏବଂ ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର (ଭିସିଆରସି) ସ୍ବତନ୍ତ୍ର ପ୍ରକାରର ମଶା ବିକଶିତ କରିଛି। ଏହା ଏକ ସ୍ବତନ୍ତ୍ର ବୀଜାଣୁରେ ସଂକ୍ରମିତ ରହିଛି। ଏହା ଡେଙ୍ଗୁ ଏବଂ ଚିକେନଗୁନିଆ ଭଳି ରୋଗର ପ୍ରସାରକୁ ରୋକିବ।

ସୂଚନା ଅନୁଯାୟୀ ବୈଜ୍ଞାନିକମାନେ ଡେଙ୍ଗୁ ରୋଗ ପ୍ରସାର କରୁଥିବା ଏଡିସ ଏଜିପ୍ଟି ମଶାକୁ ଓଲବାଚିଆ ବୀଜାଣୁର ୨ ପ୍ରଜାତି ଡବ୍ଲ୍ୟୁ-ଏମଇଏଲ ଏବଂ ଡବ୍ଲ୍ୟୁ-ଏଏଲବିବି ସହ ସଂକ୍ରମିତ କରାଇଛନ୍ତି। ଓଲବାଚିଆ ଏକ ସାଧାରଣ ବୀଜାଣୁ। କୀଟପତଙ୍ଗର ୬୦ ପ୍ରଜାତିରେ ଏହା ଦେଖିବାକୁ ମିଳିଥାଏ। ଆଇସିଏମଆର-ଭିସିଆରସିର ଡ. ଅଶ୍ବିନୀ କୁମାର କହିଛନ୍ତି ଯେ ଏହି ବୀଜାଣୁ ମଶାର ପ୍ରତ୍ୟେକ କୋଷିକାରେ ବସିଥାଏ ଏବଂ ସେଠାରେ ଘର ବନାଇ ଥାଏ। ଏହା ପରେ ଡେଙ୍ଗୁ ଭଳି ଭୂତାଣୁକୁ ନିୟନ୍ତ୍ରଣ କରିବାରେ ଲାଗିଥାଏ। ମଶା ଏହି ବୀଜାଣୁରେ ସଂକ୍ରମିତ ହେବାପରେ ଡେଙ୍ଗୁ ବ୍ୟାପେ ନାହିଁ। ଏହି ପରୀକ୍ଷଣ ଲାଗି ଅଷ୍ଟ୍ରେଲିଆର ମୋନାଶ ୟୁନିଭର୍ସିଟିରୁ ଓଲବାଚିଆ ବୀଜାଣରୁ ୨ଟି ପ୍ରଜାତିର ପ୍ରାୟ ୧୦ ହଜାର ଅଣ୍ଡା ଭାରତ ଅଣାଯାଇଥିଲା। ସରକାରଙ୍କ ମଞ୍ଜୁରି ମିଳିବା ପରେ ଏହି ଅଣ୍ଡା ଫୁଟାଇ ଏଡିସ ମଶାକୁ ସଂକ୍ରମିତ କରାଯାଇଥିଲା।

ଡ. କୁମାରଙ୍କ ଅନୁଯାୟୀ ବିକଶିତ ହୋଇଥିବା ନୁଆ ମଶା ଉଭୟ ଡେଙ୍ଗୁ ଏବଂ ଚିକେନଗୁନିଆ ଭୂତାଣୁକୁ ପରିବର୍ତ୍ତିତ କରିଦେବେ। ଏହି ମାଈ ମଶାକୁ ସ୍ଥାନୀୟ ଅଞ୍ଚଳରେ ଛଡାଯିବ। ଏହା ପୁରୁଷ ମଶା ସହିତ ମିଶି ଲାର୍ଭା ଉତ୍ପାଦନ କରିବ। ଏହି ଲାର୍ଭାରେ କୌଣସି ଭୂତାଣୁ ରହିବ ନାହିଁ। ଏହା ଡେଙ୍ଗୁ-ଚିକେନଗୁନିଆକୁ ଦୂର କରିବ। ଏହି ମଶା କାମୁଡିଲେ ମଣିଷ ଆଉ ସଂକ୍ରମିତ ହେବ ନାହିଁ । ଧିରେ ଧିରେ ଏଗୁଡିକ ଅନ୍ୟ ମଶାର ସ୍ଥାନନେବେ। ବୈଜ୍ଞାନିକଙ୍କ ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଏହା ପ୍ରୟୋଗ କରିବା ପାଇଁ ସରକାରଙ୍କ ମଞ୍ଜୁରି ଆବଶ୍ୟକ। ଏଥିପାଇଁ ଅନୁମତି ମଗାଯାଇଛି। ସ୍ଥାନୀୟ ଅଧିକାରୀ ଏବଂ ଜନତାଙ୍କୁ ମଧ୍ୟ ଏଥିରେ ସହଯୋଗ କରିବାକୁ ପଡିବ।

ଅଯଥା ଭ୍ରମଣ କରନ୍ତୁ ନାହିଁ, ପର୍ଯ୍ୟଟକଙ୍କ ଭିଡ ସଂକ୍ରମଣ ବ୍ୟାପିବାରେ ସହାୟକ ହେବ- ଆଇସିଏମ୍ଆର୍
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସକ୍ରିୟ ରୋଗୀସଂଖ୍ୟା ୨୦୨୦ ମାର୍ଚ୍ଚ ପରଠାରୁ ସବୁଠାରୁ କମ୍ ରହିଛି । ମହାମାରୀ ପ୍ରଭାବ ହ୍ରାସ ପାଉଥିବ ଦେଖ୍ ଲୋକେ କଟକଣା ପାଳନ କରିବାରେ ଅବହେଳା କରୁଛନ୍ତି। ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ ଫେବୃଆରୀ ଓ ମାର୍ଚ୍ଚରେ ଶୀର୍ଷ କରିଛନ୍ତି। ଏବେ ଇଣ୍ଡିଆନ ଛୁଇଁପାରେ ସଂକ୍ରମଣ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ତୃତୀୟ ଲହରକୁ ନେଇ ଚେତାବନୀ ଜାରି କରିଛି। ଆଇସିଏମଆର ଏବଂ ଲଣ୍ଡନ ଇମ୍ପେରିଆଲ କଲେଜ ମିଳିତ ଭାବେ ଏକ ଅଧ୍ୟୟନ କରିଛନ୍ତି। ଏହା ଅନୁଯାୟୀ ଅଯଥା ଯାତ୍ରା କରିବା ଦ୍ବାରା ଭାରତରେ ତୃତୀୟ ଲହରର ସ୍ଥିତି ଅଧିକ ଖରାପ ହୋଇପାରେ। ଆସନ୍ତା ବର୍ଷ ଫେବୃଆରୀ ଏବଂ ମାର୍ଜ ମଧ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁପାରେ । ଦେଢ ବର୍ଷ ହେଲା ଘରେ ବନ୍ଦୀ ହୋଇ ରହିଥିବା ଲୋକେ ଏବେ ଯାତ୍ରା କରିବା ପାଇଁ ବାହାରିଛନ୍ତି। ସେମାନେ ଅଯଥା ଯାତ୍ରାରୁ ନିବୃତ ରହିବା ଦରକାର। ପର୍ଯ୍ୟଟକଙ୍କ ଭିଡ ସଂକ୍ରମଣ ବ୍ୟାପିବାରେ ସହାୟକ ହେବ। ପର୍ଯ୍ୟଟକଙ୍କ ବ୍ୟତୀତ ସ୍ଥାନୀୟ ଅଧ୍ୟାବାସୀ ଏବଂ କର୍ତ୍ତୃପକ୍ଷ ଏହା ବୁଝିବା ଦରକାର। ଲୋକେ କରୋନା କଟକଣା ପାଳନ କରିବା ଉଚିତ । ଏଥିରେ ଅବହେଳା କଲେ ପୁଣି ଲକଡାଉନ ଲାଗିପାରେ।