French report - The Sakala

ଚର୍ଚ୍ଚରେ ୩.୩୦ ଲକ୍ଷ ଶିଶୁଙ୍କୁ ଯୌନ ନିର୍ଯାତନା, ପୀଡିତଙ୍କ ମଧ୍ଯରେ ୮୦ ପ୍ରତିଶତ ଶିଶୁ ପୁତ୍ର
ପ୍ୟାରିସ୍: ଚର୍ଚ୍ଚ ଭଳି ପବିତ୍ର ସ୍ଥାନରେ ଯୌନ ଉତ୍ପୀଡନ ମାମଲା ସାମ୍ନାକୁ ଆସିଛି। ଫ୍ରାନ୍ସର କ୍ୟାଥୋଲିକ୍ ଚର୍ଚ୍ଚରେ ଗତ ୭୦ ବର୍ଷରୁ ଏ ପର୍ଯ୍ୟନ୍ତ ପ୍ରାୟ ୩ ଲକ୍ଷ ୩୦ ହଜାର ଶିଶୁ ଯୌନ ଉତ୍ପୀଡନର ଶିକାର ହୋଇଛନ୍ତି। ଫ୍ରାନ୍ସର ଚର୍ଚ୍ଚା ଉପରେ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡିଛି। ପ୍ରଥମ ଥର ପାଇଁ ଦେଶରେ ଏପରି ଚକିତ କଲାଭଳି ବଡ଼ ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ରିପୋର୍ଟ ଜାରି କରିଥିବା କମିଶନର ଅଧ୍ୟକ୍ଷ ଜିନ ମାର୍କ ସାଉଭେ କହିଛନ୍ତି ଯେ, ଏହି ଆକଳନ ବୈଜ୍ଞାନିକ ଗବେଷଣା ଉପରେ ଆଧାରିତ। ଚର୍ଚ୍ଚାରେ ରହୁଥିବା ପାଦ୍ରୀ, ଧର୍ମଗୁରୁ ଏବଂ ଅନ୍ୟ କର୍ମୀମାନେ ଶିଶୁଙ୍କୁ ଯୌନ ଉତ୍ପୀଡନରେ ସାମିଲ ଅଛନ୍ତି। ସେମାନେ ନାବାଳକଙ୍କୁ ଯୌନ ଉତ୍ପାଡନ ଦେଉଥିଲେ।

ତେବେ ଚର୍ଚ୍ଚର ବଡ଼ ଅଧିକାରୀମାନେ ଏଭଳି ଜଘନ୍ୟ କୃତ୍ୟକୁ ଚପାଇ ଦେଉଥିଲେ। ପୀଡିତଙ୍କ ମଧ୍ୟରେ ୮୦ ପ୍ରତିଶତ ଶିଶୁ ପୁତ୍ର ସାମିଲ ଅଛନ୍ତି। ଏହା ଏକ ଗୁରୁତର ମାମଲା। ଯୌନ ଉତ୍ପୀଡନର ଶିକାର ହେଉଥିବା ୬୦ ପ୍ରତିଶତ ପୁରୁଷ ଏବଂ ମହିଳା ସେମାନଙ୍କ ବ୍ୟକ୍ତିଗତ ଏବଂ ଯୌନ ଜୀବନରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ସ୍ଵାଧୀନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତ ୨୫ଶହ ପୃଷ୍ଠାର ଦଲିଲରେ ଫ୍ରାନ୍ସର କ୍ୟାଥୋଲିକ ଚର୍ଚ୍ଚର ମୁଖା ଖୋଲିଯାଇଛି। ଅନ୍ୟ ଦେଶ ଭଳି ଫ୍ରାନ୍ସର ଏହି ଚର୍ଚ୍ଚଗୁଡିକର ଘୃଣ୍ୟକୃତ୍ୟ ଉପରେ ଅନେକ ଦିନ ହେଲା ପରଦା ଢାଙ୍କି ହୋଇ ରହିଥିଲା । ୩ ହଜାରରୁ ଊର୍ଦ୍ଧ୍ଵ ଲୋକ ଶିଶୁଙ୍କୁ ଯୌନ ଉତ୍ପୀଡନ ଦେଇଛନ୍ତି। ସେମାନଙ୍କ ମଧ୍ଯରୁ ଦୁଇ ତୃତୀୟାଂଶ ପାଦ୍ରୀ ସାମିଲ ଅଛନ୍ତି । ସେମାନେ ସେ ସମୟରେ ଚର୍ଚ୍ଚରେ କାମ କରୁଥିଲେ। ସାଉଭେ କହିଛନ୍ତି ଯେ ୭୦ ବର୍ଷରେ ୩.୩୦ ଲକ୍ଷ ଶିଶୁ ଯୌନ ଉପୀଡନର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୧୬ ହଜାର ଶିଶୁଙ୍କୁ ପାଦ୍ରୀ ଏବଂ ଅନ୍ୟ ଧର୍ମଗୁରୁ ଯୌନ ଉପୀଡନ ଦେଇଥିବା ଆକଳନ କରାଯାଇଛି। ଅର୍ଥାତ୍ ମୋଟ ମାମଲାରେ ଦୁଇ ତୃତୀୟାଂଶ ପାଦ୍ରୀ ସାମିଲ ଅଛନ୍ତି। ଏହା ବ୍ୟତୀତ ଚର୍ଚ୍ଚାରେ କାମ କରୁଥିବା ଅନ୍ୟ କର୍ମୀ ୧ ଲକ୍ଷ ୧୪ ହଜାର ମାମଲାରେ ଅଭିଯୁକ୍ତ ଥିବା ଜଣାପଡିଛି। ଚର୍ଚ୍ଚର ଶିଶୁ ଯୌନ ଶୋଷଣ ସଂସ୍କୃତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏହାକୁ ଦୃଢ ନିନ୍ଦା କରାଯିବା ଆବଶ୍ୟକ। ପୀଡିତଙ୍କୁ କ୍ଷତିପୂରଣ ଦେବା ଲାଗି ସାଉଭେ ସରକାରଙ୍କୁ ନିବେଦନ କରିଛନ୍ତି । ଏହା ସହିତ ମାମଲାର ଅଭିଯୁକ୍ତଙ୍କ ବୟସ ଅଧିକ ହେବା ଯୋଗୁଁ କେସ ଚଲାଇବା କଠିନ ହେଉଛି।

ସୂଚନାଯୋଗ୍ୟ ଯେ, ଏବେ ବିଶ୍ବର ଅନେକ ଚର୍ଚ୍ଚରେ ଏଭଳି ମାମଲାର ତଦନ୍ତ ଚାଲିଛି। ଏହି କ୍ରମରେ ଫ୍ରାନ୍ସ ସରକାର ମଧ୍ୟ ଏଭଳି ଅଭିଯୋଗର ତଦନ୍ତ ଲାଗି କମିଶନ ଗଠନ କରିଥିଲେ। କମିଶନ ଅଢେଇ ବର୍ଷ ତଦନ୍ତ କରିବା ପରେ ୨୫ଶହ ପୃଷ୍ଠାର ରିପୋର୍ଟରେ ଚକିତ କଲାଭଳି ତଥ୍ୟ ପ୍ରକାଶ କରିଛନ୍ତି। ଏହି ସମୟରେ ଚର୍ଚ୍ଚରୁ ନେଇ କୋର୍ଟ, ପୁଲିସ ଏବଂ ପ୍ରେସ ଠାରୁ ଅନେକ ଦଲିଲ ସଂଗ୍ରହ କରିଥିଲେ। ତଦନ୍ତ ସମୟରେ କମିଶନ ଏକ ହଟ୍‌ଲାଇନ ମଧ୍ୟ ଜାରି କରିଥିଲେ। ଏହି ନଂକୁ ପୀଡିତଙ୍କୁ ଜାଣିଥିବା ୬୫୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ କଲ୍ ଆସିଥିଲା । ୨୦୦୦ ମସିହା ପର୍ଯ୍ୟନ୍ତ ପୀଡିତଙ୍କ ପ୍ରତି ଚର୍ଚ୍ଚର ଆଭିମୁଖ୍ୟ ନିନ୍ଦନୀୟ ଥିଲା। ଚର୍ଚ୍ଚର ଅଫି ସର ଏଭଳି ଘଟଣାକୁ ନିନ୍ଦା କରନ୍ତି ନାହିଁ । ସେମାନେ ଶିଶୁଙ୍କୁ ଅଭିଯୁକ୍ତ ଧର୍ମଗୁରୁଙ୍କ ପାଖରେ ଛାଡିଦିଅନ୍ତି। ଏଭଳି ଘୃଣ୍ୟକାର୍ଯ୍ୟ ପାଇଁ ଚର୍ଚ୍ଚ ଦାୟୀ ବୋଲି ଅଧ୍ୟକ୍ଷ କହିଛନ୍ତି।