Priyanka Gandhi - The Sakala
ବିହାର ପରାଜୟ ପରେ ପ୍ରିୟଙ୍କା ଭଦ୍ରା-ପ୍ରଶାନ୍ତ କିଶୋରଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ...
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ରାଜନୈତିକ ସମୀକରଣ ବଦଳିବା ନେଇ ଚର୍ଚ୍ଚା ହେଉଛି। ଏହାକୁ ଖୋରାକ ଯୋଗାଇଛନ୍ତି ନିର୍ବାଚନ ରଣନୀତିକାର ତଥା ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ସେ ଗତ ସପ୍ତାହରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ୧୦-ଜନପଥ ସ୍ଥିତ ବାସଭବନକୁ ଯାଇଥିଲେ। ଏଠାରେ ସୋନିଆଙ୍କ ଝିଅ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ। ପ୍ରଶାନ୍ତ ଏବଂ ପ୍ରିୟାଙ୍କାଙ୍କ ମଧ୍ୟରେ ଏଠାରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରୁଦ୍ଧ ଦ୍ବାର ବୈଠକ ହୋଇଥିଲା। ତେବେ ଉଭୟଙ୍କ ମଧ୍ୟରେ କି ଆଲୋଚନା ହୋଇଥିଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ମାତ୍ର ଏହି ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ସରଗରମ ହୋଇ ଉଠିଛି।
ଏହି ସାକ୍ଷାତକୁ ନେଇ ଉଭୟେ ପ୍ରିୟଙ୍କା ଏବଂ ପ୍ରଶାନ୍ତ ଚୁପ୍‌ ରହିଛନ୍ତି। କୌଣସି ବୈଠକ ହୋଇ ନଥିବା ପ୍ରଶାନ୍ତ କହିଥିବାବେଳେ ମୁଁ କାହା ସହ ମିଶୁଛି ତାହା ଜାଣିବା ପାଇଁ କେହି ଚାହାନ୍ତି ନାହିଁ ବୋଲି ପ୍ରିୟଙ୍କା କହିଥିଲେ। ମାତ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିହାର ଏବଂ ଦେଶରେ ବିରୋଧୀଙ୍କ ରାଜନୀତି ଉପରେ ଉଭୟେ ଚର୍ଚ୍ଚା କରିଥିଲେ। ଅନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଉଛି। ଉତ୍ତର ପ୍ରଦେଶ ରାଜନୀତି ମଧ୍ୟ ଏହି ଚର୍ଚ୍ଚାର ଏଜେଣ୍ଡାରେ ଥିଲା ବୋଲି କୁହାଯାଉଛି। ୨୦୨୬ ଏବଂ ୨୦୨୭ରେ ୧୨ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ କଂଗ୍ରେସକୁ ସବୁ ରାଜ୍ୟରେ ମଝବୁତ କରିବାର ରଣନୀତି ନେଇ ଚର୍ଚ୍ଚା କରିଥିଲେ।  ଜାତୀୟସ୍ତରରେ ପ୍ରଶାନ୍ତଙ୍କ ପ୍ରଦର୍ଶନ ଭଲ ରହିଛି ବୋଲି କଂଗ୍ରେସର ଏକ ଗୋଷ୍ଠୀ ଭାବୁଛନ୍ତି। ସେମାନେ ପ୍ରଶାନ୍ତଙ୍କୁ ରଣନୀତିରେ ସାମିଲ କରିବାକୁ ଚାହୁଁଛନ୍ତି। କଂଗ୍ରେସକୁ ନିଜ ସାମର୍ଥ୍ୟରେ ମଝବୁତ ହେବାକୁ ପଡ଼ିବ। ଏଥିପାଇଁ ବଡ଼ ରାଜ୍ୟ ପାଇଁ ମଝବୁତ ରଣନୀତିକାରର ଆବଶ୍ୟକତା ରହିଛି। ସେହିପରି କଂଗ୍ରେସ ଏଥର ବିଭିନ୍ନ ରାଜ୍ୟରେ ନିଜ ଦମରେ ଲଢ଼ିବା ପାଇଁ ଚାହୁଁଥିବା କୁହାଯାଉଛି।
ସଂସଦରେ କେନ୍ଦ୍ରକୁ ପ୍ରିୟଙ୍କା ଗାନ୍ଧୀଙ୍କ ଜୋରଦାର ଟାର୍ଗେଟ
ନୂଆଦିଲ୍ଲୀ: ହାଥରସରୁ ନେଇ ସମ୍ଭଲ, ଦେଶରେ ନ୍ୟିାୟିକ ବ୍ୟବସ୍ଥା ଧ୍ବସ୍ତ। ୧୦ ବର୍ଷ ହେଲା ସମ୍ବିଧାନକୁ ଭାଙ୍ଗିବାକୁ ବଦଳାଇବାକୁ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର । ଶାସକ ଦଳର ଚାଲକୁ କିନ୍ତୁ ଜାଣିଗଲେ ଦେଶବାସୀ । ଭୋଟରେ ଦେଲେ କଡ଼ା ଜବାବ। ମିଳିଲାନି ସଂଖ୍ୟା ଗରିଷ୍ଠତା । କାରଣ ଲୋକେ ସମ୍ବିଧାନ ବଦଳା ନୀତିକୁ ସହଜରେ ଗ୍ରହଣ କରିପାରିଲେନି। ତେଣୁ ଭୋଟରେ ଜବାବ ଦେଲେ ବୋଲି କହି କେନ୍ଦ୍ରକୁ ଏମିତି ଟାର୍ଗେଟ କରିଛନ୍ତି ନବନିର୍ବାଚିତ ୱାୟନାଡ଼ ସାଂସଦ ପ୍ରିୟଙ୍କା ଗାନ୍ଧୀ ।
ସଂସଦରେ ପ୍ରଥମ ଉଦବୋଧନରେ ଖୁବ ଶାଣିତ ଢଙ୍ଗରେ କେନ୍ଦ୍ର ସରକାରଙ୍କୁ ଧୂଲେଇ କରିଛନ୍ତି ପ୍ରିୟଙ୍କା । ସମ୍ବିଧାନ ଦିବସରେ ସ୍ବତନ୍ତ୍ର ଆଲୋଚନାରେ ଅଂଶଗ୍ରହଣ କରି ଆରମ୍ଭରୁ ହିଁ କେନ୍ଦ୍ର ସରକାରଙ୍କୁ ଘେରିଥିଲେ ପ୍ରିୟଙ୍କା । କହିଥିଲେ, ଆମ ସମ୍ବିଧାନ ଆମ ସୁରକ୍ଷା କବଚ । ନ୍ୟାୟ ଓ ଏକତାର କବଚ ହେଉଛି ସମ୍ବିଧାନ । ଆମକୁ ସାମାଜିକ, ଆର୍ଥିକ ଓ ରାଜନୈତିକ ପ୍ରତିଶୃତି ଦେଇଛି । ଦେଶବାସୀଙ୍କ ସୁରକ୍ଷା କବଚ ସାଜି ଆଜି ପର୍ଯ୍ୟନ୍ତ ରକ୍ଷା କରି ଆସିଛି ଆମ ସମ୍ବିଧାନ ବୋଲି କହିବା ସହିତ ଏହାକୁ ବଦଳାଇବା ଯୋଜନାକୁ ଲୋକେ ହିଁ ଧୂଳିସାତ କରିଦେଇଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ।
ଆମର ସ୍ୱାଧୀନତା ସଂଗ୍ରାମ ଅହିଂସା ଉପରେ ଆଧାରିତ ଏକ ନିଆରା ସଂଗ୍ରାମ ଥିଲା । ଏହି ସଂଗ୍ରାମ ଏକ ଗଣତାନ୍ତ୍ରିକ ଲଢ଼େଇଥିଲା । ଆମ ଦେଶରେ କଥାବାର୍ତ୍ତା ଏବଂ ଆଲୋଚନାର ପରମ୍ପରା ରହିଆସିଛି। ଏହା ଏକ ଗୌରବମୟ ପରମ୍ପରା । ଏହି ପରମ୍ପରା ଦାର୍ଶନିକ ଗ୍ରନ୍ଥ ଏବଂ ବେଦରେ ମଧ୍ୟ ଦୃଶ୍ୟମାନ ହୁଏ। ଇସଲାମ, ସୁଫି, ଜୈନ ଧର୍ମ ଏବଂ ବୈଦ୍ଧ ଧର୍ମରେ ମଧ୍ୟ ଏହାର ସଂସ୍କୃତି ରହିଆସିଛି। ଆମର ସ୍ୱାଧୀନତା ସଂଗ୍ରାମ ଏହି ପରମ୍ପରାରୁ ବାହାରିଥିଲା ବୋଲି କହିଥିଲେ ପ୍ରିୟଙ୍କା।
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନର ଆଜି ତୃତୀୟ ଦିନ। ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଥିଲେ। ସେ ଲୋକସଭାରେ ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମୟରେ ସେ ତାଙ୍କ ହାତରେ ସମ୍ବିଧାନର ଏକ କପି ଧରିଥିଲେ। ପ୍ରିୟଙ୍କାଙ୍କ ସହ ତାଙ୍କ ମାଆ ସୋନିଆ ଏବଂ ରାହୁଲ ଗାନ୍ଧୀ ମଧ୍ୟ ସଂସଦରେ ପହଞ୍ଚିଥିଲେ। ପ୍ରିୟଙ୍କାଙ୍କ ବିଜୟ ପରେ ଏବେ ସଂସଦରେ ଗାନ୍ଧୀ ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ମିଳିଛି। ରାହୁଲ ଓ ପ୍ରିୟଙ୍କାଙ୍କୁ ଲୋକସଭାରେ ଏବଂ ସୋନିଆଙ୍କୁ ରାଜ୍ୟସଭାରେ ଦେଖିବାକୁ ମିଳିଛି।
ୱାଏନାଡ ଆସନରୁ ଉପ-ନିର୍ବାଚନରେ ​​ପ୍ରିୟଙ୍କା ଜିତିଛନ୍ତି। ପ୍ରିୟଙ୍କାଙ୍କ ସହ ନନ୍ଦେଦରୁ ଉପ-ନିର୍ବାଚନରେ ​​ଜିତିଥିବା ରବିନ୍ଦ୍ର ଚହ୍ବାନ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଲୋକସଭାରେ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଆଦାନୀ ପ୍ରସଙ୍ଗରେ ଉତ୍ତେଜନା ଦେଖାଦେଇଥିଲା। ରାଜ୍ୟସଭାରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ ଉଭୟ ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କେରଳର ୱାଏନାଡ ଲୋକସଭା ଉପ-ନିର୍ବାଚନରେ ​​ପ୍ରିୟଙ୍କା ଗାନ୍ଧୀଙ୍କ ବିଜୟ ପରେ କଂଗ୍ରେସ ପୁଣି ଥରେ ଲୋକସଭାରେ ୯୯ ଜଣ ସାଂସଦ ଅଛନ୍ତି।
ସୂଚନା ଅନୁଯାୟୀ, ୱାଏନାଡ ଲୋକସଭା ଉପ ନିର୍ବାଚନରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏପରିକି ଏହାପୂର୍ବରୁ ଏଠାରେ ସାଂସଦ ଭାବେ ବିଜୟ ହୋଇଥିବା ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ରେକର୍ଡକୁ ମଧ୍ୟ ସେ ଅତିକ୍ରମ କରିଥିଲେ। ପ୍ରିୟଙ୍କା ୱାଏନାଡରେ ୪,୧୦,୯୩୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ୱାଏନାଡ ଏବଂ ଉତ୍ତରପ୍ରଦେଶର ରାୟବରେଲିରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ୱାୟନାଡରେ ତାଙ୍କୁ ୬,୪୭,୪୪୫ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସିପିଆଇର ଏ ରାଜା ୩,୬୪,୪୨୨ ଖଣ୍ଡ କମ ଭୋଟ ପାଇଥିଲେ। ରାହୁଲ ୩,୬୪,୪୨୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ୱାଏନାଡ ଆସନ ଛାଡିବା ପରେ ଉପ ନିର୍ବାଚନରେ ପ୍ରିୟଙ୍କା କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ।
ପ୍ରିୟଙ୍କାଙ୍କ ପାଇଁ ଓ୍ବାୟନାଡ଼ ଆସନ ଛାଡ଼ିବେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ରାହୁଲ ଗାନ୍ଧି ରାଏବରେଲି ଆସନ ରଖିଲେ। ୱେୟନାଡ଼ ଆସନ ଛାଡ଼ିଲେ। ଗାନ୍ଧି ପରିବାରର ପାରମ୍ପରିକ ଆସନ ରାଏବରେଲି ରଖି ରାହୁଲ ୱାୟନାଡ଼ ଆସନ ଛାଡ଼ିଛନ୍ତି। ଏହା ନିଜେ ସ୍ପଷ୍ଟ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ଏହାକୁ ନେଇ ଆଜି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡ଼ଗେ ଓ କେ. ବେଣୁଗୋପାଳଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ହୋଇଥିଲା। ପ୍ରିୟଙ୍କା ଗାନ୍ଧି ୱେୟନାଡ୍ ଆସନରୁ ଲଢ଼ିବେ । ଏଥର ଉଭୟ ରାଏବରେଲି ଓ ୱେୟନାଡ ଆସନରୁ ବହୁତ ବଡ଼ ମାର୍ଜିନରେ ଜିତିଛନ୍ତି ରାହୁଲ ଗାନ୍ଧି। ରାଜନୈତିକ ଦୃଷ୍ଟି କୋଣରୁ ଓ ଉତ୍ତର ପ୍ରଦେଶରେ କଂଗ୍ରେସର ଉତଥାନ ଦୃଷ୍ଟିରୁ ରାହୁଲ ରାଏବରେଲି ଆସନ ରଖିଛନ୍ତି। ୨୦୦୪ରୁ ୨୦୧୯ ଯାଏ ଏହି ଆସନରୁ ଜିତି ଆସୁଥିଲେ ସୋନିଆ ଗାନ୍ଧି। ଇନ୍ଦିରା ଗାନ୍ଧି ଓ ତାଙ୍କ ସ୍ବାମୀ ଫିରୋଜ ଗାନ୍ଧି ମଧ୍ୟ ଏହି ଆସନରୁ ପାର୍ଲାମେଣ୍ଟକୁ ଯାଇଛନ୍ତି। ୨୦୧୯ରେ ରାହୁଲ ଆମେଠି ଆସନରୁ ପରାଜିତ ହୋଇଥିଲେ ମଧ୍ୟ ୱେୟନାଡ ଆସନରୁ ଜିତିଥିଲେ। ତେଣୁ ଏହି ଆସନର ବି ବେଶ୍ ଗୁରୁତ୍ଵ ରହିଛି।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଗିରଫ
ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ  ଗିରଫ କରିଛି ଉତ୍ତର ପ୍ରଦେଶ ପୁଲିସ। ସୋମବାର ଭୋରରୁ ସେ ହିଂସାରେ ପ୍ରାଣ ହରାଇଥିବା ଚାଷୀ ପରିବାକୁ ଭେଟିବାକୁ ଲକ୍ଷ୍ମୀପୁର ଖେରୀ ଯାଉଥିଲେ। ଏହି ସମୟରେ ପୁଲିସ ତାଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ ରଖିଥିଲା। ପରେ ପ୍ରିୟଙ୍କାଙ୍କୁ ହେପାଜତକୁ ନେଇଥଇଲା ଉତ୍ତରପ୍ରଦେଶ ପୁଲିସ। ଉତ୍ତରପ୍ରଦେଶ ପୁଲିସ ଓ ପ୍ରିୟଙ୍କା ଗାନ୍ଧିଙ୍କ ଭିତରେ ଛକାପଞ୍ଝା ଚାଲିଥିଲା। ବିନା ଓ୍ୱାରେଣ୍ଟରେ ଗିରଫ କରିବା ଅଭିଯୋଗରେ ପୁଲିସ ସହ ପ୍ରିୟଙ୍କା ଗାନ୍ଧିଙ୍କ କଥା କଟାକଟି ହୋଇଥିଲା।  ଏହାପରେ ପୁଲିସ୍ ତାଙ୍କୁ ପିଏସି ଗେଷ୍ଟ ହାଉସର ଗୋଟିଏ ରୁମରେ ଅଟକ ରଖିଥିଲା। ସୋମବାର ଭୋର ୪.୩୦ରେ ପୁଲିସ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଏ ସମ୍ପର୍କରେ କଂଗ୍ରେସ ନେତା ପି ଚିଦାମ୍ୱରମ ସୂଚନା ଦେଇଛନ୍ତି। ବର୍ତ୍ତମାନ ଅସ୍ଥାୟୀ ଭାବେ ତାଙ୍କୁ ପୁଲିସ ସୀତାପୁର ଗେଷ୍ଟ ହାଉସ ଜେଲ୍‌ରେ ରଖିଛି। ଚିଦାମ୍ବରମ କହିଛନ୍ତି, ତାଙ୍କୁ ଭୋର ସମୟରୁ ଗିରଫ କରାଯାଇଥିଲେ ମଧ୍ୟ ଏଯାଏ କୋର୍ଟ ଚାଲାଣ କରାଯାଇନାହିଁ। ଦୀର୍ଘ ୩୦ ଘଣ୍ଟାରୁ ଅଧିକ ସମୟ ହେଲା ପ୍ରିୟଙ୍କାଙ୍କୁ ଗେଷ୍ଟ ହାଉସରେ ବନ୍ଦୀ କରି ରଖାଯାଇଥିବା ସେ ସୂଚନା ଦେଇଛନ୍ତି।
Several provisions of the law have been violated. Law & Order seems to have a different meaning in Uttar Pradesh. Law means, Adityanath's law & order means Adityanath's order. It's a gross violation of her constitutional rights: Congress leader P. Chidambaram
— ANI (@ANI) October 5, 2021
ସୂଚନାଯୋଗ୍ୟ, ରବିବାର ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଚାଷୀମାନେ ବିକ୍ଷୋଭ କରୁଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ଚାଷୀଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି।